ଆମେ ଭାରତୀୟମାନେ ଯେଉଁଭଳି ଦୀପାବଳିକୁ ପାଳନ କରିଥାଉ, ତହିଁରେ ଦୁଇଟି ପ୍ରତୀକାତ୍ମକ ଅଭିବ୍ୟକ୍ତି ନିହିତ ଥାଏ। ତା’ ମଧୢରୁ ଯାହା ମୁଖ୍ୟ ଏବ˚ ଯାହା ଏହି ପର୍ବର ନାମକରଣକୁ ସାର୍ଥକ କରିଥାଏ, ତାହା ହେଉଛି ଦୀପ ପ୍ରଜ୍ଜ୍ବଳନ। ତମସା ଦୂର କରି ପ୍ରକାଶ ସୃଷ୍ଟି କରିବାର ଏହା ଏକ ପ୍ରତୀକ ଏବ˚ ସେହି କ୍ରମରେ ଏକ ପ୍ରଶାନ୍ତ ସୁଖମୟ ଅବବୋଧକୁ ଏହା ବ୍ୟକ୍ତ କରିଥାଏ। ଦ୍ବିତୀୟଟି ହେଉଛି ବାଣ ଫୁଟା ଯାହା ଏକ ବିସ୍ଫୋରକ ଆନନ୍ଦର ପ୍ରତୀକ ରୂପେ ଏହି ପର୍ବ ପାଳନକାଳୀନ ଉଲ୍ଲାସ ଓ ଉନ୍ମାଦନାର ଅଭିବ୍ୟକ୍ତି ହୋଇଥାଏ। ସେହି ପରିପ୍ରେକ୍ଷୀରେ ଆଜି ଯେତେବେଳେ କରୋନା ପାନ୍‌ଡେମିକ୍‌ କାରଣରୁ ନାଗରିକ ଜୀବନ ଅତ୍ୟନ୍ତ ବିପର୍ଯ୍ୟସ୍ତ ତଥା ତ୍ରସ୍ତ ହୋଇପଡ଼ିଛି, ସେତିକି ବେଳେ ଉନ୍ମାଦନା ପରିହାର କରି କେବଳ ଦୀପ ପ୍ରଜ୍ଜ୍ବଳନ ମାଧୢମରେ ଦୀପାବଳି ପାଳନ କରିବା ସକାଶେ ରାଜ୍ୟ ସରକାର ନେଇଥିବା ଏକ କଟକଣାମୂଳକ ନିୟମ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ବର୍ତ୍ତମାନ ଆମ ରାଜ୍ୟରେ କରୋନା ମୃତ୍ୟୁ ସ˚ଖ୍ୟା ୧୪୯୫ରେ ପହଞ୍ଚିଥିବା ବେଳେ ୧୧,୭୧୫ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ସୁତରା˚, ଏହି ସମୟ ଯେ ନିଶ୍ଚିତ ଭାବେ ଉନ୍ମାଦନା ପ୍ରଦର୍ଶନ କରିବାର ଏକ ଅବସର ନୁହେଁ, ତାହା ସମସ୍ତେ ସ୍ବୀକାର କରିବେ। କେବଳ ସେତିକି ନୁହେଁ, କୋଭିଡ୍‌-୧୯ ଭୂତାଣୁଟି ମୂଳତଃ ସ˚କ୍ରମିତଙ୍କ ଶରୀରରେ ଫ୍ଲୁ ଭଳି ଉପସର୍ଗ ସୃଷ୍ଟି କରି ଅଧିକା˚ଶ ସ୍ଥଳେ ଘାତକ ଫୁସ୍‌ଫୁସ୍‌ ସ˚କ୍ରମଣର କାରଣ ହେଉଥିବାରୁ ଏହି ଦୀପାବଳିକୁ ବାଣ ଫୁଟା ଜନିତ ବାୟୁ ପ୍ରଦୂଷଣରୁ ମୁକ୍ତ ରଖିବା ସମସ୍ତଙ୍କ ଲାଗି ଏକ ନୈତିକ ଦାୟିତ୍ବ ନିଶ୍ଚୟ। ଅବଶ୍ୟ, ଏହା ସତ ଯେ ବାଣ ଫୁଟାଇବାକୁ ଭଲ ପାଉଥିବା ଏହି ସ୍ତମ୍ଭର ଅସ˚ଖ୍ୟ ପାଠକପାଠିକା ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ମୁହ୍ୟମାନ ହୋଇଥାଇପାରନ୍ତିି; କିନ୍ତୁ ଏହା ମଧୢ ସତ ଯେ ଏକ ନିରବ ଦୀପାବଳି ସଫଳତାର ସହିତ ସମାହିତ ହୋଇଯିବା ପରେ ଏହା ପଛରେ ନିହିତ ଥିବା ପବିତ୍ର ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ ସେମାନଙ୍କ ଭୂମିକା ହେତୁ ସେମାନେ ଆହରଣ କରିଥିବା ସନ୍ତୋଷ ଯେ ବାଣ ଫୁଟାରୁ ସେମାନେ ଲାଭ କରୁଥିବା ଆନନ୍ଦ ତୁଳନାରେ ଅଧିକ ମହତ୍ତ୍ବପୂର୍ଣ୍ଣ, ତାହା ମଧୢ ସେମାନେ ହୃଦୟଙ୍ଗମ କରି ପାରିବେ।

Advertisment

ଏହା କହିବାରେ ଦ୍ବିଧା ନାହିଁ ଯେ କରୋନାକାଳୀନ ଲକ୍‌ଡାଉନ୍‌ ତଥା ବିଭିନ୍ନ ପ୍ରକାର ଉତ୍ସବାନୁଷ୍ଠାନ ଉପରେ ପ୍ରତିବନ୍ଧ କାରଣରୁ ବାଣ ବ୍ୟବସାୟ ଅତ୍ୟନ୍ତ ମୁମୂର୍ଷୁ ଅବସ୍ଥାରେ ପହଞ୍ଚିଯାଇଛି, ଯହିଁରେ ଏହି ଦୀପାବଳିରେ କିଞ୍ଚିତ ପ୍ରାଣ ସ˚ଚାର ହେବାର ଆଶା ରହିଥିଲା। ‘ଇଣ୍ତିଆ ଟୁଡେ’ରେ ପ୍ରକାଶିତ ଏକ ତଥ୍ୟାନୁଯାୟୀ ଭାରତରେ ଉଭୟ ଆଇନସମ୍ମତ ଓ ଚୋରାରେ ଚାଲିଥିବା ବାଣ କାରବାରର ପରିମାଣ ହେଉଛି ବାର୍ଷିକ ପ୍ରାୟ ୨୦,୦୦୦ କୋଟି ଟଙ୍କା। ଭାରତର ବାଣ ନିର୍ମାଣର ରାଜଧାନୀ ମଦୁରାଇ ନିକଟସ୍ଥ ଶିବକାଶୀ ଓ ତାର ଆଖପାଖ ଅଞ୍ଚଳରେ ରହିଛି ପ୍ରାୟ ଦେଢ ହଜାର ସରିକି ଛୋଟ ବଡ଼ ବାଣ ତିଆରି କାରଖାନା, ଯାହା ବାର୍ଷିକ ପ୍ରାୟ ୬୦୦୦ କୋଟି ଟଙ୍କାର କାରବାର କରିଥାଆନ୍ତି ଏବ˚ କେବଳ ଶିବକାଶୀରେ ପ୍ରାୟ ୪ ଲକ୍ଷ ଲୋକ ବାଣ ନିର୍ମାଣରେ ନିୟୋଜିତ। କହିବା ନିଷ୍ପ୍ରୟୋଜନ ଯେ ଏହି କାରବାରର ପ୍ରାୟ ୭୦% ହୋଇଥାଏ ଦୀପାବଳି ସମୟରେ। ସେହି ଦୃଷ୍ଟିରୁ ଏହି ବର୍ଷଟି ଭାରତୀୟ ବାଣ କାରବାର ଇତିହାସରେ ଯେ ସର୍ବାଧିକ ଦୁର୍ଭାଗ୍ୟପୂର୍ଣ୍ଣ ସମୟ, ତାହା କହିଲେ ଅତ୍ୟୁକ୍ତିି ହେବ ନାହିଁ। କିନ୍ତୁ ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ବିଗତ କିଛି ବର୍ଷ ଧରି ଆମ ଦେଶରେ ବାଣ କାରବାର କ୍ଷେତ୍ରଟି ବିଭିନ୍ନ ପ୍ରତିକୂଳ ସ୍ଥିତିର ସାମନା କରିଚାଲିଛି। ଏକ ଆକଳନ କହିଥାଏ ଯେ ବର୍ତ୍ତମାନ ଭାରତୀୟ ବାଣ ବଜାରର ପ୍ରାୟ ଏକ ଚତୁର୍ଥା˚ଶ ଚୀନା ନିର୍ମିତ ବାଣ ଅକ୍ତିଆର କରି ବସିଲାଣି। କେବଳ ସେତିକି ନୁହେଁ, ବାଣ ଫୁଟା ବିରୋଧରେ ପରିବେଶ ସଚେତନ ନାଗରିକମାନଙ୍କ ସ୍ବର ଓ ସକ୍ରିୟତା ନୂତନ ଉଚ୍ଚତା ସ୍ପର୍ଶ କରି ବିଭିନ୍ନ ଅଦାଲତୀ କାର୍ଯ୍ୟକଳାପ ଜରିଆରେ ଭାରତୀୟ ବାଣ କାରବାର ଉପରେ କଠୋର ପ୍ରହାର ପକାଇଛି। ୨୦୧୮ରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ଏକ ରାୟ ପରେ ଗତ ବର୍ଷ ବାଣ କାରବାରରେ ପ୍ରାୟ ୩୦% ହ୍ରାସ ଘଟିଥିଲା। ମାନ୍ୟବର ଅଦାଲତ ବାଣ ଫୁଟାର ସମୟ-ଝରକାକୁ ଦୀପାବଳି ସ˚ଧୢାରେ ମାତ୍ର ଦୁଇ ଘଣ୍ଟା ଖୋଲା ରଖିବା ଲାଗି ଆଦେଶ ଦେଇଥିଲେ ଏବ˚ ତା’ ସହିତ ‘ସବୁଜ ବାଣ’ର ବ୍ୟବହାର ଉପରେ ପ୍ରାଧାନ୍ୟ ଦେଇଥିଲେ। ପ୍ରକାଶ ଥାଉ କି ‘କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଏଣ୍ତ ଇଣ୍ତଷ୍ଟ୍ରିଆଲ୍‌ ରିସର୍ଚ୍ଚ’ର ପରୀକ୍ଷାଗାରରେ ବିକଶିତ ‘ସବୁଜ ବାଣ’ରେ ସ୍ବଳ୍ପ ପରିମାଣର ବାରିଅମ ନାଇଟ୍ରେଟ୍‌ ଏବ˚ ପୋଟାସିଅମର ବ୍ୟବହାର କରାଯାଉଥିବାରୁ ତାହା ବାୟୁ ପ୍ରଦୂଷଣକାରୀ ନିର୍ଗମନରେ ୩୦% ହ୍ରାସ ଘଟାଇଥାଏ। କିନ୍ତୁ ଏହା ଦ୍ବାରା କେତେକ ବାଣର ଆବେଦନ ନିଷ୍ପ୍ରଭ ପଡ଼ିଯିବାର କାରଣ ଦର୍ଶାଇ ଅଧିକା˚ଶ ପାର˚ପରିକ ବାଣ ନିର୍ମାଣକାରୀ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସୁତରା˚, ଏଭଳି ଏକ ପ୍ରତିକୂଳ ପରିସ୍ଥିତି ସମୟରେ କରୋନା ପାନ୍‌ଡେମିକ୍‌ ସ୍ବାଭାବିକ ଭାବେ ଆତସବାଜି କାରବାରକୁ ଧରାଶାୟୀ କରି ଦେଇଛି।

ତେବେ, ଏହି ପରିପ୍ରେକ୍ଷୀରେ ଯଦି ବାଣ ଫୁଟା କାରଣରୁ ଆମ ପରିବେଶ ସହ୍ୟ କରୁଥିବା କ୍ଷତିକୁ ବିଚାରକୁ ନିଆଯାଏ, ତେବେ ଏହା ସ୍ବୀକାର କରିବାକୁ ହେବ ଯେ ଆତସବାଜିର ବ୍ୟବହାରକୁ ନିରଙ୍କୁଶତା ପ୍ରଦାନ କରାଯାଇ ନ ପାରେ। ଦୀପାବଳିକାଳୀନ ବାଣଫୁଟା ଏକ ସ୍ବଳ୍ପ ଅବଧି ମଧୢରେ ଏକାଧାରରେ ବାୟୁ, ଶବ୍ଦ ଓ ପାରିପାର୍ଶ୍ବିକ ପ୍ରଦୂଷଣରେ ବିପୁଳ ବୃଦ୍ଧି ଘଟାଇଥାଏ। ‘ସେଣ୍ଟ୍ରାଲ ପଲ୍ୟୁସନ କ˚ଟ୍ରୋଲ ବୋର୍ଡ’ ବା ‘କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ‌୍‌’ ଦ୍ବାରା ନିର୍ଦ୍ଧାରିତ ସୀମା ଅନୁସାରେ ଜନବସତି ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ୪୫ ଡେସିବଲରୁ ୫୫ ଡେସିବଲ ମଧୢରେ ରହିବା ଉଚିତ। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ୮୦ ଡେସିବଲରୁ ଅଧିକ ତୀବ୍ରତାର ଶବ୍ଦ ମନୁଷ୍ୟର ଶ୍ରବଣ ଶକ୍ତିକୁ ପ୍ରଭାବିତ କରିପାରେ; ଅନେକ ସମୟରେ ମନୁଷ୍ୟର ସ୍ନାୟୁ ତନ୍ତ୍ରୀର କ୍ଷତି ଘଟାଇ ପାରେ। ସେହି ଦୃଷ୍ଟିରୁ ଦୀପାବଳି ସନ୍ଧ୍ୟାରେ ବାଣ ଫୁଟା ଯେତେବେଳେ ତାର ଚରମ ଉଚ୍ଚାଟରେ ଥାଏ, ସେତେବେଳେ ଶବ୍ଦ ପ୍ରଦୂଷଣ ସ୍ତର ୧୦୦ରୁ ୧୨୦ ଡେସିବଲ ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ, ଯାହା ମାନବ ସ୍ବାସ୍ଥ୍ୟ ଲାଗି ଉଦ୍‌ବେଗଜନକ। ସେହିଭଳି ବାଣ ଫୁଟା ପରେ ବାୟୁ ମଣ୍ତଳରେ ବାରିଅମ, ସଲଫର ଏବ˚ ପୋଟାସିଅମ ଭଳି ଅତ୍ୟନ୍ତ କ୍ଷତିକାରକ ରାସାୟନିକ ଦ୍ରବ୍ୟର ଅ˚ଶ ବିଶେଷ ଭାବେ ବୃଦ୍ଧି ପାଇଥାଏ। ଏହି ସମୟରେ ବାୟୁମଣ୍ତଳରେ ଅତ୍ୟନ୍ତ କ୍ଷୁଦ୍ର ଭାସମାନ କଣିକାର ସ୍ତର କୌଣସି ସାଧାରଣ ଦିନ ଠାରୁ ଅତି କମ୍‌ରେ ପାଞ୍ଚ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଏହି ଅତ୍ୟନ୍ତ କ୍ଷୁଦ୍ର ଭାସମାନ କଣିକା ଶ୍ବାସକ୍ରିୟା ଜରିଆରେ ମନୁଷ୍ୟର ଶରୀରରେ ପ୍ରବେଶ କରି ଫୁସ୍‌ଫୁସ୍‌ ପ୍ରତି ଘୋର ବିପଦର କାରଣ ହୋଇଥାଏ। ସେହିଭଳି ବାଣ ଫୁଟା ପରେ ବିଭିନ୍ନ ସ୍ଥାନରେ ଅଳିଆ ଭଳି ପଡ଼ି ରହିଥିବା ନିର୍ଜୀବ ଫୋଟକା ଯେଉଁ କଠିନ ବର୍ଜ୍ୟର ସୃଷ୍ଟି କରିଥାଏ, ତାର ପରିମାଣ କୌଣସି ସାଧାରଣ ଦିନ ତୁଳନାରେ ହାରାହାରି ୩୦% ଅଧିକ ହୋଇଥାଏ। ଏହି ସ˚ଦର୍ଭରେ ମହାରାଷ୍ଟ୍ରର ନାଗପୁର ସହରରୁ ପ୍ରାପ୍ତ ତଥ୍ୟକୁ ଏକ ନମୁନା ରୂପେ ଦେଖାଯାଇପାରେ। ଗଲା ବର୍ଷ ଦୀପାବଳି ପର ଦିନ ସ˚ଗୃହୀତ କଠିନ ବର୍ଜ୍ୟ ବସ୍ତୁର ଓଜନ ଥିଲା ୧୨୫୦ ମେଟ୍ରିକ ଟନ୍‌, ଯାହା ତାର ପୂର୍ବ ଦିନ ଠାରୁ ଥିଲା ୨୧୨ ମେଟ୍ରିକ ଟନ୍‌ ଅଧିକ। ଏଭଳି ଏକ ପ୍ରେକ୍ଷାପଟରେ ଦୀପାବଳିର ବାଣ ଫୁଟା ଯେ ଏକ ନିରୁତ୍ସାହଜନକ ଚିତ୍ର ପ୍ରଦାନ କରେ ତହିଁରେ ଦ୍ବିମତ ହେବାର କାରଣ ନାହିଁ।

କି˚ବଦନ୍ତି କହେ ଯେ ନିର˚ଜନା ନଦୀ କୂଳରେ ଏକ ଅଶ୍ବତ୍‌ଥ ବୃକ୍ଷ ତଳେ ଦୀର୍ଘ କାଳର ତପସ୍ୟା ପରେ ବୁଦ୍ଧତ୍ବ ଲାଭ କରିଥିବା ଗୌତମ ଯେଉଁ ଅଭିବ୍ୟକ୍ତି ସହିତ ଜୀବନର ଚାରିଟି ମୌଳିକ ସତ୍ୟକୁ ପୃଥିବୀକୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ, ତାହା ଥିଲା ‘ମୋର ମନ ଆଲୋକିତ ହେଲା।’ କହିବା ବାହୁଲ୍ୟ ଯେ ମନ ଆଲୋକିତ ହେବାର ଅର୍ଥ ପ୍ରକୃତ ସତ୍ୟର ଉଦ୍‌ଘାଟନ କରିବା। ସେହି ପରିପ୍ରେକ୍ଷୀରେ ଯଦି ଏହି ଦୀପାବଳିର ଆଲୋକ ରାତ୍ରିର ତମସା ଦୂର କରିବା ସହିତ ଆମ ମନ ତଳର ଅନ୍ଧକାରକୁ ଦୂର କରେ, ତେବେ ଏହି ବାଣ ବିହୀନ ଦୀପାବଳିରେ ‘ନିରବତାର ସ୍ବର’ ଆମକୁ ଶୁଭିବ ଏବ˚ ଆମ ଲାଗି ଦୀପାବଳି ଏକ ନୂତନ ରୂପେ ପରିଭାଷିତ ହେବ।