କୃତଜ୍ଞତାର ପାତ୍ର

ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଯେଉଁମାନେ ସେଥି ଲାଗି ଈଶ୍ବରଙ୍କୁ କୃତଜ୍ଞତା ଜ୍ଞାପନ କରିଥାଆନ୍ତି, ସେମାନେ ସେତିକି ବେଳେ ସେହି ବର୍ଗକୁ ଭୁଲି ଯାଇଥାଆନ୍ତି, ଯାହା ମାଧୢମରେ ଖାଦ୍ୟାନ୍ନ ସେମାନଙ୍କ ନିକଟରେ ବାସ୍ତବରେ ପହଞ୍ଚିଥାଏ। ଏଭଳି ବିସ୍ମୃତି କାରଣରୁ ସେହି ବର୍ଗ ସ˚ପ୍ରତି ଭାରତର ଦରିଦ୍ରତମମାନଙ୍କ ମଧୢରେ ଅନ୍ତର୍ଭୁକ୍ତ। କେବଳ ସେତିକି ନୁହେଁ ଦେଶର ୬୦%ରୁ ଅଧିକ ନାଗରିକ ଏହି ବର୍ଗରେ ବିଦ୍ୟମାନ ରହିଥିଲେ ମଧୢ ସେମାନଙ୍କ କଷଣ ସବୁଠାରୁ କମ୍‌ ଆଲୋଚିତ ହୋଇଥାଏ ଏବ˚ ସେମାନଙ୍କ ଦୁରବସ୍ଥା ଏଭଳି ଦେହସୁହା ହୋଇଯାଇଛି ଯେ ତାହା ଭ୍ରୂକୁ˚ଚନ ସୃଷ୍ଟି କରିବା ତ ଦୂରର କଥା; ଅଧିକା˚ଶଙ୍କ ଲାଗି ତାହା କୌଣସି ଗୁରୁତ୍ବ ବହନ କରି ନ ଥାଏ। ୨୦୧୨ ମସିହାରେ ଏହାର ଏକ ଉଦାହରଣ ମିଳିଥିଲା ଏନ୍‌.ଡି. ଟିଭି ଦ୍ବାରା ପ୍ରସାରିତ ଏକ ସମ୍ବାଦ ଭିତ୍ତିକ କାର୍ଯ୍ୟକ୍ରମରେ; ଯହିଁରେ ମହାରାଷ୍ଟ୍ରର ବିଭିନ୍ନ ସହରର କତିପୟ କଲେଜ ଛାତ୍ରଛାତ୍ରୀଙ୍କୁ ବିଦର୍ଭରେ ଧାରାବାହିକ ଭାବେ ଘଟି ଚାଲିଥିବା କୃଷକ ଆତ୍ମହତ୍ୟା ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା। ଅତ୍ୟନ୍ତ ହତାଶାଜନକ ଭାବେ ସେଥିରେ ଦେଖିବାକୁ ମିଳିଥିଲା ଯେ ସେମାନଙ୍କ ମଧୢରୁ ଅଧିକା˚ଶ ଏ ସମ୍ବନ୍ଧରେ ଅବଗତ ନ ଥିଲେ।

ପ୍ରକାଶ ଥାଉ କି ଜାନୁଆରି ୨୦୦୧ରୁ ଜୁଲାଇ, ୨୦୧୮ ମସିହା ମଧୢରେ ମହାରାଷ୍ଟ୍ରର ବିଦର୍ଭ ଓ ମରାଠାଵାଡ଼ା ଅଞ୍ଚଳର ୧୮ଟି ଜିଲ୍ଲାରେ ୨୩,୭୦୧ ଜଣ କୃଷକ ଆତ୍ମହତ୍ୟା କରିଥିଲେ। ଯଦିଓ ଏହା ସତ ଯେ ଏହି ସତର ବର୍ଷର ଅବଧିରେ ସମୟେ ସମୟେ ବିଦର୍ଭ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଚ୍ଚାଟ ହେଉଥିଲା; କିନ୍ତୁ ହୁଏ’ତ ତାହା ସମାଜର ଏକ ବୃହତ୍‌ ବର୍ଗ ଉପରେ ବିଶେଷ ପ୍ରଭାବ ପକାଇ ପାରି ନ ଥିଲା। ଏହି ପରିପ୍ରେକ୍ଷୀରେ ୨୦୧୫ ମସିହାରେ ଦିଲ୍ଲୀର ଜେ.ଏନ୍.ୟୁ. ଅନ୍ତର୍ଗତ ‘ସେଣ୍ଟର ଫର ମେଡିଆ ଷ୍ଟଡିଜ୍‌’ ଦ୍ବାରା ଏକ ଅନୁଶୀଳନ ବିଶେଷ ପ୍ରଣିଧାନଯୋଗ୍ୟ। ସେଥିରେ ସେହି ବର୍ଷ ଅର୍ଥାତ୍ ୨୦୧୫ର ଦୁଇଟି ମାସରେ ଛଅଟି ଗୁରୁତ୍ବପୂର୍ଣ୍ଣ ହିନ୍ଦୀ ଏବ˚ ଇ˚ରେଜୀ ଖବରକାଗଜ ସେମାନଙ୍କ ପ୍ରଥମ ପୃଷ୍ଠାରେ କିଭଳି ସମ୍ବାଦକୁ ସ୍ଥାନ ଦେଇଥିଲେ, ତାର ତର୍ଜମା ନିଆଯାଇଥିଲା। ସେହି ଖବରକାଗଜ ମଧୢରେ ଅନ୍ତର୍ଭୁକ୍ତ ଥିଲେ ବହୁଳ ପ୍ରସାରିତ ହିନ୍ଦୀ ଭାଷୀ ଖବରକାଗଜ ‘ଦୈନିକ ଜାଗରଣ’ ଓ ‘ଦୈନିକ ଭାସ୍କର’ ଏବ˚ ଇ˚ରେଜୀ ଭାଷାର ‘ଦ ଟାଇମ୍‌ସ ଅଫ୍‌ ଇଣ୍ତିଆ’ ଏବ˚ ‘ଦ ହିନ୍ଦୁ’। ସେଥିରେ ଦେଖାଯାଇଥିଲା ଯେ କେବଳ ‘ଦ ହିନ୍ଦୁ’ ବ୍ୟତୀତ ଅନ୍ୟ କୌଣସି ଖବରକାଗଜ ଦୁଇ ମାସ ଯାକ ସେମାନଙ୍କ ପ୍ରଥମ ପୃଷ୍ଠାରେ ଗ୍ରାମାଞ୍ଚଳ-ଭିତ୍ତିକ ଖବର ସ୍ଥାନିତ କରି ନ ଥିଲେ। ‘ଦ ହିନ୍ଦୁ’ କେବଳ ଗୋଟିଏ ମାସରେ କିଛି ଗ୍ରାମାଞ୍ଚଳ-ଭିତ୍ତିକ ଖବର ପ୍ରଥମ ପୃଷ୍ଠାରେ ପ୍ରକାଶ କରିଥିଲା, ଯାହାର ଭାଗ ଥିଲା ପ୍ରଥମ ପୃଷ୍ଠାରେ ପ୍ରକାଶିତ ଖବର ସମୂହର ମାତ୍ର ୧.୩୭%। ସ˚ପ୍ରତି ଯେତେବେଳେ ଏକ କୃଷକ ଆନ୍ଦୋଳନ ନୂଆଦିଲ୍ଲୀ ଠାରେ ଅବ୍ୟାହତ ରହିଛି, ସେତିକି ବେଳେ ସମାଜର ଏହି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅ˚ଶ ଦୀର୍ଘ କାଳ ଧରି ସାମୂହିକ ଉଦାସୀନତାର ଶିକାର ହୋଇ ଚାଲିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଯାହା ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

‘ନେସନାଲ କ୍ରାଇମ ରେକର୍ଡ‌୍‌ସ ବ୍ୟୁରୋ’ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ନରେନ୍ଦ୍ର ମୋଦୀଙ୍କ ସରକାର ଗାଦିନସୀନ ହେବା ପରେ ପ୍ରଥମ ଦୁଇ ବର୍ଷରେ ଅର୍ଥାତ୍‌ ୨୦୧୪ରୁ ୨୦୧୬ ମଧୢରେ କୃଷକ ଆନ୍ଦୋଳନର ସ˚ଖ୍ୟା ଅବିଶ୍ବସନୀୟ ଭାବେ ପ୍ରାୟ ୭ ଗୁଣ ବୃଦ୍ଧି ପାଇଥିଲା (୬୨୮ରୁ ବୃଦ୍ଧି ପାଇ ୪୮୩୭ ହୋଇଥିଲା)। କେବଳ ସେତିକି ନୁହେଁ, ୨୦୧୭ ମାର୍ଚ୍ଚରେ ତାମିଲନାଡୁର କୃଷକଙ୍କ ଦ୍ବାରା ନୂଆଦିଲ୍ଲୀ ଠାରେ ବିକ୍ଷୋଭ ପ୍ରଦର୍ଶନ ଏବ˚ ସେହି ବର୍ଷ ଜୁନ୍‌ରେ ମଧୢପ୍ରଦେଶର ମନ୍ଦସୌର ଠାରେ ସ˚ଘଟିତ ହୋଇଥିବା କୃଷକ ଆନ୍ଦୋଳନ (ଯହିଁରେ ପୁଲିସ ଗୁଳିରେ ଛଅ ଜଣ କୃଷକ ପ୍ରାଣ ହରାଇଥିଲେ), ଏନ୍‌.ଡି.ଏ.ର ପ୍ରଥମ ପାଳିର ସରକାର ଲାଗି ଏକ ଆହ୍ବାନ ସୃଷ୍ଟି କରିଥିଲା, ଯାହାର ପୁନରାବୃତ୍ତି ବର୍ତ୍ତମାନ ଏନ୍‌.ଡି.ଏ.ର ଦ୍ବିତୀୟ ପାଳିର ସରକାର ଅମଳରେ ଦୃଶ୍ୟମାନ ହୋଇଛି। ଉଲ୍ଲେଖନୀୟ ଯେ ବର୍ତ୍ତମାନ ଦିଲ୍ଲୀରେ ଯେଉଁ କୃଷକ ଆନ୍ଦୋଳନ ଚାଲିଛି, ତହିଁରେ କୌଣସି ରାଜନୈତିକ ଦଳକୁ ପ୍ରବେଶାଧିକାର ମିଳୁନାହିଁ। ଏହା ପଛରେ ରହିଥିବା କାରଣଟି ସ୍ପଷ୍ଟ; ଯାହା ହେଲା ସବୁ ରାଜନୈତିକ ଦଳ ଯେ ସେମାନଙ୍କ ଦଳୀୟ ସ୍ବାର୍ଥ ହାସଲ ଲାଗି କୃଷକମାନଙ୍କୁ ବ୍ୟବହାର କରୁଛନ୍ତି ଏଭଳି ଧାରଣା କୃଷକମାନଙ୍କ ମଧ୍ୟରେ ବଦ୍ଧମୂଳ ହୋଇ ସାରିଛି।

ଏହି ଧାରଣା ଦୃଢ଼ମୂଳ ହେବାରେ ଅସ୍ବାଭାବିକତା ନାହିଁ; କାରଣ କୃଷକ ଓ ସେମାନଙ୍କ ସମସ୍ୟା ପ୍ରତି ରାଜନୈତିକ ଦଳଗୁଡ଼ିକର ଉଦାସୀନତା ବେଶ୍‌ ପ୍ରମାଣସିଦ୍ଧ। ଏହି ପରିପ୍ରେକ୍ଷୀରେ ଜନୈକା ଗବେଷିକା ଶଲୋନି ଭୋଗଲେଙ୍କ ଦ୍ବାରା କରାଯାଇଥିବା ଏକ ଅନୁଶୀଳନ କହିଥାଏ ଯେ ୧୯୯୯ରୁ ୨୦୧୯ ମଧୢରେ (ତ୍ରୟୋଦଶରୁ ଷୋଡ଼ଶ ଲୋକସଭା ଅଧିବେଶନ) ପଚରା ଯାଇଥିବା ସର୍ବ ମୋଟ ୨ ଲକ୍ଷ ୯୮ ହଜାର ୨୯୨ଟି ପ୍ରଶ୍ନ ମଧୢରୁ ସିଧାସଳଖ କୃଷକ ସମସ୍ୟା ସହିତ ଜଡ଼ିତ ପ୍ରଶ୍ନର ସ˚ଖ୍ୟା ମାତ୍ର ୧୪ ହଜାର ୯୬୯; ଅର୍ଥାତ୍‌ ମାତ୍ର ୫ ପ୍ରତିଶତ। ପ୍ରକାଶ ଥାଉ କି ଏହି ଅବଧି ମଧୢରେ ଉଭୟ ବିଜେପି ଓ କ˚ଗ୍ରେସ ନେତୃତ୍ବାଧୀନ ସରକାର ପ୍ରତ୍ୟେକ ଦଶ ବର୍ଷ ଲାଗି ଶାସନ କ୍ଷମତାରେ ରହିଛନ୍ତି। ତହିଁରୁ ଆହୁରି ଜଣାପଡ଼ିଛି ଯେ ଉଭୟ ବିଜେପି ଓ କ˚ଗ୍ରେସ ପକ୍ଷରୁ ଉତ୍‌ଥାପନ କରାଯାଇଥିବା କୃଷକ ସମସ୍ୟା ସମ୍ବଳିତ ପ୍ରଶ୍ନର ଭାଗ ହେଉଛି ଯଥାକ୍ରମେ ୫.୮% ଓ ୪.୬% (ସୌଜନ୍ୟ ‘ଦି ପ୍ରିଣ୍ଟ୍‌’)। ରାଷ୍ଟ୍ରର ଦୁଇ ପ୍ରମୁଖ ରାଜନୈତିକ ଦଳର ମୁଖ୍ୟ ‘ଏଜେଣ୍ତା’ରେ କୃଷି ଓ କୃଷକଙ୍କ ସମସ୍ୟା ଯେ ଏକ ନଗଣ୍ୟ ସ୍ଥାନ ଅଧିକାର କରିଥାଏ, ଏହା ତାହାର ଏକ ପ୍ରମାଣ। ସେହିଭଳି ଆଉ ଏକ ତଥ୍ୟରୁ ଜଣାପଡ଼ିଥାଏ ଯେ ଜାନୁଆରି ୨୦୧୬ରୁ ଅଗଷ୍ଟ ୨୦୧୯ ମଧୢବର୍ତ୍ତୀ ସମୟ ଖଣ୍ତରେ ନୂଆଦିଲ୍ଲୀର ‘ଯନ୍ତରମନ୍ତର’ ଠାରେ ବିରୋଧ ପ୍ରଦର୍ଶନ କରିବା ସକାଶେ ବିଭିନ୍ନ ରାଜନୈତିକ ଦଳ ଦ୍ବାରା କରାଯାଇଥିବା ଅନୁମତି ଭିକ୍ଷା ମୂଳକ ଆବେଦନର ସ˚ଖ୍ୟା ଥିଲା ୩୭୭, ଯହିଁରୁ ମାତ୍ର ୧୨ଟି ଥିଲା କୃଷି ଓ କୃଷକ ସମସ୍ୟା ନେଇ ବିକ୍ଷୋଭ ସମ୍ବନ୍ଧିତ। ଅଥଚ, ସେହି ଅବଧିରେ ‘ଯନ୍ତରମନ୍ତର’ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସକାଶେ ବିଭିନ୍ନ କୃଷକ ସ˚ଗଠନ ଦ୍ବାରା ୨୨୫ଟି ଆବେଦନ ପତ୍ର ପଡ଼ିଥିଲା। କହିବା ବାହୁଲ୍ୟ ଏହିଭଳି ଉଦାସୀନତା କାରଣରୁ ରାଜନୈତିକ ଦଳଗୁଡ଼ିକ କୃଷକମାନଙ୍କ ଆସ୍ଥା ହରାଇ ବସିଛନ୍ତି। ଏହାର ପ୍ରମାଣ ଏବେ ମିଳୁଛି ଯେତେବେଳେ ସରକାରଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରିବାକୁ ଆନ୍ଦୋଳନକାରୀ କୃଷକମାନେ ପ୍ରସ୍ତୁତ ହେଉନାହାନ୍ତି।

ଭୁଲିଗଲେ ହେବନାହିଁ ଯେ ଫସଲ ହାନି କାରଣରୁ ସାହୁକାର ଠାରୁ ଆଣିଥିବା ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରୁଥିବା ଚାଷୀମାନେ କେବଳ ଏହା ହିଁ ପ୍ରମାଣ କରିଥାଆନ୍ତି ଯେ ସେମାନେ ଗୋଟିଏ ଅତ୍ୟନ୍ତ ସ୍ବାଭିମାନୀ ଗୋଷ୍ଠୀ; ଯେଉଁମାନେ ଫାଙ୍କି ଦେବା କ’ଣ ତାହା ଜାଣନ୍ତି ନାହିଁ। କେବଳ ସେତିକି ନୁହେଁ, ସେମାନଙ୍କ ପେସା ମଧୢ ସେମାନଙ୍କୁ ନିଜ କାର୍ଯ୍ୟରେ ଫାଙ୍କିବା ଲାଗି ସାମାନ୍ୟତମ ସୁଯୋଗ ପ୍ରଦାନ କରି ନ ଥାଏ। ଏଭଳି ସ୍ଥଳେ କୃଷକମାନଙ୍କ ସମସ୍ୟାର ସମାଧାନ କଲା ବେଳେ ସରକାରଙ୍କ ଆଚରଣରେ ସ˚ଭ୍ରମତା ଓ ସମ୍ବେଦନଶୀଳତା ପ୍ରକାଶ ପାଇବା ଜରୁରୀ। ଚରମ ଦାରିଦ୍ର୍ୟ ମଧୢ ଦେଇ ଗତି କରୁଥିବା ସତ୍ତ୍ବେ ଏହି ଗୋଷ୍ଠୀ ନିଜକୁ ଚାଷ ଜମିରୁ ଦୂରେଇ ନ ରଖି ସାରା ଦେଶ ମୁହଁରେ ଖାଦ୍ୟାନ୍ନ ଦେବା ଲାଗି ପରିଶ୍ରମ କରି ଚାଲିଛନ୍ତି। ତେଣୁ ସେମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜ୍ଞାପନ ଏକ ସର୍ବନିମ୍ନ ଆଭିମୁଖ୍ୟ ହେବା ଉଚିତ। କିନ୍ତୁ ହାୟ, ବିଡ଼ମ୍ବନାଟି ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆଇଜନହାଵର କହିଥିବା ଭଳି ଜଣଙ୍କର ହାତରେ ଯଦି ଲଙ୍ଗଳ କଣ୍ଟି ବଦଳରେ ପେନ୍‌ସିଲ ଆସିଗଲା ଏବ˚ କ୍ଷେତ ଠାରୁ ସେ କିଛି ଶହ ମାଇଲ ଦୂରରେ, ତେବେ ସେ କହିବ ଯେ ଚାଷବାସ କାମଟି ଭାରି ଉଶ୍ବାସ। ଏବେ ତାହା ହିଁ ହୋଇଛି; ଯେଉଁମାନେ ଚାଷବାସ କାର୍ଯ୍ୟରେ ନିୟୋଜିତ, ସେମାନେ ପ୍ରାୟତଃ ନିରବ ଏବ˚ ଶାସନ, ପ୍ରଶାସନ, ଗଣମାଧୢମ ଓ ସୋସିଆଲ ମିଡିଆରେ ଯେଉଁମାନେ ମୁୁଖର, ସେମାନଙ୍କ ମଧୢରୁ ଅଧିକା˚ଶଙ୍କ ହାତରେ ପେନ୍‌ସିଲ ଏବ˚ ସେମାନେ କ୍ଷେତ ଠାରୁ ଦୂରରେ।

 

ସମ୍ବନ୍ଧିତ ଖବର