ନୋବେଲ୍ ପୁରସ୍କାରପ୍ରାପ୍ତ କୃଷ୍ଣକାୟ ଅର୍ଥନୀତିଜ୍ଞ ସ୍ବର୍ଗତ ସାର୍ ଵିଲିଅମ୍ ଆର୍ଥର୍ ଲିଵିସ୍ଙ୍କର ଏକ ପ୍ରସିଦ୍ଧ ତତ୍ତ୍ବ ହେଉଛି ଦୁଇ କିସମର ଯୋଜନା ପ୍ରଣାଳୀ ମଧୢରେ ଥିବା ଫରକ୍: ‘ନିର୍ଦ୍ଦେଶଭିତ୍ତିକ ଯୋଜନା’ ଓ ‘ପ୍ରବର୍ତ୍ତନାଭିତ୍ତିକ ଯୋଜନା’। ସାଧାରଣ ଭାଷାରେ କହିଲେ କୌଣସି ଏକ ଲକ୍ଷ୍ୟ ହାସଲ କରିବା ପାଇଁ କ୍ଷମତାସୀନ କର୍ତ୍ତୃପକ୍ଷ ସମ୍ପୃକ୍ତ ଚରିତ୍ରମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିପାରନ୍ତି କିମ୍ବା କୌଣସି ଉପାୟ ଅବଲମ୍ବନ କରି ସେମାନଙ୍କୁ ପ୍ରବର୍ତ୍ତାଇ ପାରନ୍ତି।
ମନେ କରାଯାଉ ଲକ୍ଷ୍ୟଟି ହେଉଛି ସରକାରୀ ସ୍କୁଲ୍ମାନଙ୍କର କାର୍ଯ୍ୟଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିବା। ୨୦୧୫ରେ ଆହ୍ଲାବାଦ ହାଇକୋର୍ଟଙ୍କର ହୃଦ୍ବୋଧ ହେଲା ଯେ ଉତ୍ତର ପ୍ରଦେଶର ସରକାରଙ୍କର ଅବହେଳା ଯୋଗୁଁ ସେ ରାଜ୍ୟରେ ସରକାରୀ ସ୍କୁଲ୍ମାନଙ୍କର କାର୍ଯ୍ୟଦକ୍ଷତା ଅତ୍ୟନ୍ତ ନିମ୍ନ ମାନର ହୋଇରହିଛି। ସମାଜର ସ୍ବଚ୍ଛଳ ଓ ପ୍ରଭାବଶାଳୀ ବର୍ଗ- ସରକାରୀ ଅଫିସର, ବିଚାରପତି, ଲୋକପ୍ରତିନିଧି ଆଦି-ର ସଦସ୍ୟମାନଙ୍କର ପିଲାମାନେ ସରକାରୀ ସ୍କୁଲ୍ରେ ଶିକ୍ଷାଲାଭ କରିବା ପରିବର୍ତ୍ତେ ସେମାନଙ୍କୁ ସେମାନଙ୍କର ଗାର୍ଡିଆନ୍ମାନେ ବ୍ୟୟ ବହୁଳ ବେସରକାରୀ ସ୍କୁଲ୍ମାନଙ୍କରେ ଭର୍ତ୍ତି କରିବା ଦେଖାଯାଉଛି ବୋଲି ହାଇକୋର୍ଟଙ୍କର ନଜରକୁ ଆସିଲା। ଦେଶର ଏହି ଅନ୍ୟତମ ପ୍ରସିଦ୍ଧ ନ୍ୟାୟାଳୟ ସରକାରୀ ସ୍କୁଲ୍ମାନଙ୍କର ଅବସ୍ଥାରେ ଉନ୍ନତି ଆଣିବା ପାଇଁ ୨୦୧୫ ଅଗଷ୍ଟରେ ଉତ୍ତରପ୍ରଦେଶ ସରକାରଙ୍କର ମୁଖ୍ୟ ଶାସନ ସଚିବଙ୍କୁ ଏକ ନିର୍ଦ୍ଦେଶ ଦେଲେ ଯେ ଏଣିକି ଏହି ସମସ୍ତ ବର୍ଗର ସଦସ୍ୟମାନଙ୍କର ପିଲାମାନେ ଶିକ୍ଷାଲାଭ ପାଇଁ କେବଳ ଯେପରି ସରକାରୀ ସ୍କୁଲ୍ମାନଙ୍କରେ ଭର୍ତ୍ତି ହେବେ, ତାହା ସେ ନିଶ୍ଚିତ କରିବେ।
ଏହା ହେଲା ଲିଵିସ୍ଙ୍କର ନିର୍ଦ୍ଦେଶଭିତ୍ତିକ ଯୋଜନାର ଏକ ଉଦାହରଣ। ଅଦାଲତ ଆଶା କରିଥିଲେ ତାଙ୍କର ନିର୍ଦ୍ଦେଶ ମାନି କ୍ଷମତାଶାଳୀ ବର୍ଗମାନେ ସେମାନଙ୍କର ପିଲାମାନଙ୍କୁ ସରକାରୀ ସ୍କୁଲ୍କୁ ପଠାଇଲେ, ସେମାନେ ବାଧୢ ହୋଇ ନିଜ ପିଲାଙ୍କର ହିତ ସାଧନ ପାଇଁ ସରକାରୀ ସ୍କୁଲ୍ମାନଙ୍କର କାର୍ଯ୍ୟଦକ୍ଷତାରେ ଉନ୍ନତି ଘଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ସବୁ ନେବେ। କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶର ଦଶା ସେହି ସରକାରୀ ସ୍କୁଲ୍ମାନଙ୍କର ଅବସ୍ଥା ଭଳି ହେଲା- ଉଦ୍ଦିଷ୍ଟ ବର୍ଗମାନେ ଏହାକୁ ପାଳନ କରିବା ପରିବର୍ତ୍ତେ ଉଲ୍ଲ˚ଘନ କରିବାକୁ ପସନ୍ଦ କଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶର ବିଫଳତାର ପ୍ରମାଣ ସ୍ବରୂପ ଏହାର ତିନି ବର୍ଷ ପରେ ୨୦୧୮ ଅକ୍ଟୋବରରେ ଜଣେ ଆଇନଜୀବୀ ଉତ୍ତରପ୍ରଦେଶ ସରକାର ଆହ୍ଲାବାଦ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଛନ୍ତି ବୋଲି ସୁପ୍ରିମ୍ କୋର୍ଟଙ୍କର ଦୃଷ୍ଟି ଆକର୍ଷଣ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ ପେସ୍ କରିବା ଦେଖାଯାଇଥିଲା।
ଲିଵିସ୍ଙ୍କର ଦ୍ବିତୀୟ କିସମର ଯୋଜନା ପ୍ରଣାଳୀର ପ୍ରୟୋଗର ଏକ ସଦ୍ୟତମ ଉଦାହରଣ ବର୍ତ୍ତମାନ ସେଇ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ୟକୁ କେନ୍ଦ୍ର କରି ଦେଖିବାକୁ ମିଳିଛି ଓଡ଼ିଶାରେ। ସରକାରୀ ସ୍କୁଲ୍ ସବୁରେ ନିଜ ନିଜର ପିଲାମାନଙ୍କୁ ଭର୍ତ୍ତି କରିବା ପାଇଁ କାହାକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଓଡ଼ିଶା ରାଜ୍ୟ ସରକାର ସେଥିପାଇଁ ଏକ ପ୍ରବର୍ତ୍ତନା କୌଶଳ ଅବଲମ୍ବନ କରିଛନ୍ତି। ଅଧିକା˚ଶ ଗାର୍ଡିଆନ୍ ଆଜିକାଲି ଭବିଷ୍ୟତରେ ସେମାନଙ୍କ ପିଲା ଯେଉଁ ଦୁଇଟି ବୃତ୍ତି ଅବଲମ୍ବନ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି, ତାହା ହେଲା ଡାକ୍ତରୀ କିମ୍ବା ଇ˚ଜିନିଅରିଙ୍ଗ୍। ସରକାର ଏବେ ଏକ କ୍ୟାବିନେଟ୍ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ଯେ ରାଜ୍ୟର ମେଡିକାଲ୍ ଓ ଇ˚ଜିନିଅରିଙ୍ଗ୍ କଲେଜମାନଙ୍କରେ ସରକାରୀ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଥାନ ଆରକ୍ଷିତ ରହିବ। ସରକାର ଆଶା କରୁଛନ୍ତି ଗାର୍ଡିଆନ୍ମାନେ ଏହି ପ୍ରଲୋଭନର ପ୍ରଭାବରେ ସେମାନଙ୍କ ପିଲାମାନଙ୍କୁ ପ୍ରାଇଭେଟ୍ ସ୍କୁଲ୍ମାନଙ୍କୁ ନ ପଠାଇ ସରକାରୀ ସ୍କୁଲ୍ମାନଙ୍କରେ ଭର୍ତ୍ତି କରିବେ। ସରକାରୀ ସ୍କୁଲ୍ ସବୁରେ ଆଉ ସ୍ଥାନ ଖାଲି ନ ପଡ଼ି ସେଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିବେ। ଆହ୍ଲାବାଦ୍ ହାଇକୋର୍ଟଙ୍କ ଭଳି ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟ ଯେ ମହତ, ଏଥିରେ କୌଣିସ ସନ୍ଦେହ ନାହିଁ।
ସରକାରୀ ସ୍କୁଲ୍ମାନଙ୍କରେ ଦେଖାଯାଉଥିବା ସମସ୍ୟାର ଅନୁଶୀଳନ କଲେ ଏହାର ଦୁଇଟି ପାର୍ଶ୍ବ ଦେଖିବାକୁ ମିଳିଥାଏ: ଚାହିଦା ପାର୍ଶ୍ବ ଓ ଯୋଗାଣ ପାର୍ଶ୍ବ। ଆହ୍ଲାବାଦ୍ ହାଇକୋର୍ଟ ସରକାରୀ ସ୍କୁଲ୍ର ଚାହିଦା ନ ଥିବା ଦେଖି ଏକ ନିର୍ଦ୍ଦେଶ ବଳରେ ସେଥିପ୍ରତି ଏକ କୃତ୍ରିମ ବାଧୢତାମୂଳକ ଚାହିଦା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। କୋର୍ଟ ଜାଣିଥିଲେ ଯୋଗାଣ ପାର୍ଶ୍ବ ଦୁର୍ବଳ ଥିବା ଯୋଗୁଁ ଅର୍ଥାତ୍ ସରକାରୀ ସ୍କୁଲ୍ମାନଙ୍କରେ ଉପଲବ୍୍ଧ ଶିକ୍ଷାଦାନ ଅତ୍ୟନ୍ତ ନିକୃଷ୍ଟ ମାନର ଥିବାରୁ ଏଥିପ୍ରତି ସ୍ବାଭାବିକ ଚାହିଦା ନ ଥିଲା ଏବ˚ ଅଭିଭାବକମାନେ ବହୁ ଅଧିକ ଦାମ୍ ଦେଇ ପ୍ରାଇଭେଟ୍ ସ୍କୁଲ୍ରୁ ଉନ୍ନତ ମାନର ଶିକ୍ଷା ସେବା ସେମାନଙ୍କ ପିଲାମାନଙ୍କ ପାଇଁ କ୍ରୟ କରିବାକୁ ପସନ୍ଦ କରୁଥିଲେ। କୋର୍ଟ ଆଶା କରିଥିଲେ ସରକାରୀ ସ୍କୁଲ୍ର ହର୍ତ୍ତାକର୍ତ୍ତାମାନେ ସେମାନଙ୍କ ପିଲାମାନଙ୍କୁ ବାଧୢ ହୋଇ ସରକାରୀ ସ୍କୁଲ୍ରେ ପାଠ ପଢ଼ାଇଲେ, ସେମାନେ ବାଧୢ ହୋଇ ଯୋଗାଣ ପାର୍ଶ୍ବରେ ମଧୢ ଉନ୍ନତି ଆଣିବେ- ତେଣୁ ସରକାରୀ ସ୍କୁଲ ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ଉଭୟ ପାର୍ଶ୍ବର ସମସ୍ୟା ସମାଧାନ ହୋଇଯିବ। ତାହା ଅବଶ୍ୟ ବାସ୍ତବରେ ଘଟିଲା ନାହିଁ।
ଓଡ଼ିଶା ସରକାର ମଧୢ ଉପର ବର୍ଣ୍ଣିତ ପ୍ରବର୍ତ୍ତନା ମାଧୢମରେ ସେଇ ଚାହିଦା ପାର୍ଶ୍ବରେ ଆକ୍ରମଣ କରିବାକୁ ବାହାରିଛନ୍ତି। ଉତ୍ତରପ୍ରଦେଶ ପରି ଓଡ଼ିଶାରେ ମଧୢ ସରକାରୀ ସ୍କୁଲ୍ ପାଇଁ ଚାହିଦା ନ ଥିବାର କାରଣ ହେଉଛି ଏହାର ଦୁର୍ବଳ ଯୋଗାଣ ପାର୍ଶ୍ବ, ଯାହା ହେଉଛି ସମ୍ପୂର୍ଣ୍ଣ ରୂପେ ସରକାରଙ୍କ ଦାୟିତ୍ବ। ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପାଇଁ ସ୍କୁଲ୍ ବାଛିବା ବେଳେ ଯୋଗାଣ ପାର୍ଶ୍ବର ଦୁଇଟି ଦିଗ ଉପରେ ଧୢାନ ଦିଅନ୍ତି: ଗୋଟିଏ ହେଲା ପରୀକ୍ଷା ଫଳ, ଅନ୍ୟଟି ହେଲା ସ୍କୁଲରେ ଶିକ୍ଷାଦାନ ପାଇ ଉପଲବ୍ଧ ସୁବିଧା ସୁଯୋଗ। ପରୀକ୍ଷା ଫଳ ସମ୍ପର୍କରେ ଗୋଟିଏ ନମୁନା ନିଆଯାଉ। ୨୦୨୦ ହାଇସ୍କୁଲ୍ ସାର୍ଟିଫିକେଟ୍ (‘ଏଚ୍ଏସ୍ସି’) ବୋର୍ଡ ପରୀକ୍ଷାରେ ମୋଟ ୫.୩୪ ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଫଳ ପ୍ରକାଶିତ ହେବା ପରେ ଦେଖାଗଲା ସେମାନଙ୍କ ମଧ୍ୟରୁ ମାତ୍ର ୧୨୭୯ ଜଣ ୯୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୫୫୬ ଅର୍ଥାତ୍ ୪୩%ରୁ ଅଧିକ ହେଉଛନ୍ତି ଘରୋଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରମାନଙ୍କର ଛାତ୍ରଛାତ୍ରୀ, ଯେଉଁ ମାନଙ୍କର ମୋଟ ସଂଖ୍ୟା ହେଉଛି ମାତ୍ର ୧୮,୯୬୯, ଅର୍ଥାତ୍ ମୋଟ ପରୀକ୍ଷାର୍ଥୀ ସଂଖ୍ୟାର ମାତ୍ର ୩.୫%। ବାକି ପରୀକ୍ଷାର୍ଥୀମାନେ ହେଉଛନ୍ତି ମୁଖ୍ୟତଃ ସରକାରଙ୍କ ପରିଚାଳନାଧୀନ କିମ୍ବା ନିୟନ୍ତ୍ରଣାଧୀନ ସ୍କୁଲମାନଙ୍କର ଛାତ୍ରଛାତ୍ରୀ।
ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ଯଦି ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା କୌଣସି ସ୍କୁଲ୍ରେ ବି ନିଜର ପିଲାକୁ ପାଠ ପଢ଼ାଇ କୌଣସି ଅଭିଭାବକ ପିଲାଟି ବୋର୍ଡ ପରୀକ୍ଷାରେ ୯୦% ଉପରକୁ ମାର୍କ ରଖିବ ବୋଲି ଉଚ୍ଚାଶା ରଖିଥାନ୍ତି, ସେ ସେଥିପାଇଁ କୌଣସି ସରକାରୀ ସ୍କୁଲକୁ ନ ବାଛି, ସରସ୍ବତୀ ଶିଶୁ ମନ୍ଦିର ଭଳି କୌଣସି ପ୍ରାଇଭେଟ୍ ସ୍କୁଲକୁ ପସନ୍ଦ କରିବେ, ଯଦିବା ତାହା ଅଧିକ ବ୍ୟୟସାପେକ୍ଷ ହେବ। ଏ ପରିପ୍ରେକ୍ଷୀରେ ‘ସିବିଏସଇ’ କିମ୍ବା ‘ଆଇସିଏସଇ’ ଅଧୀନସ୍ଥ ସ୍କୁଲମାନଙ୍କ ସହିତ ତୁଳନା ନକରିବା ଭଲ।
ଏ ପରିସ୍ଥିତିରେ ଉନ୍ନତି ଘଟିବାକୁ ହେଲେ ଯାହା ହେଉଛି ସର୍ବପ୍ରଥମ ଓ ପ୍ରଧାନ ଆବଶ୍ୟକତା, ତାହା ହେଲା ସରକାରୀ ସ୍କୁଲମାନଙ୍କରେ ଉପଯୁକ୍ତ ସଂଖ୍ୟକ, ଉପଯୁକ୍ତ ଦକ୍ଷତା ସମ୍ପନ୍ନ ଶିକ୍ଷକମାନଙ୍କର ନିଯୁକ୍ତି- ଯେଉଁ ଚିତ୍ର ଦୀର୍ଘକାଳ ଧରି ଚରମ ହତାଶାଜନକ ହୋଇ ରହି ଆସିଛି। ସରକାରୀ ସ୍କୁଲମାନଙ୍କ ଉନ୍ନତି ପାଇଁ ସରକାର ଉପରୋକ୍ତ ସ୍ଥାନ ଆରକ୍ଷଣ କରି ଚାହିଦା ପାର୍ଶ୍ବରେ ଯେଉଁ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି, ଯୋଗାଣ ପାର୍ଶ୍ବରେ ତା’ର ଅନୁପୂରକ ପଦକ୍ଷେପ ନେଇ ସେ ସ୍କୁଲମାନଙ୍କରେ ଶିକ୍ଷାଦାନକୁ ମଜଭୁତ କରିବା ଏକାନ୍ତ ଆବଶ୍ୟକ। ନଚେତ୍ ଆରକ୍ଷଣ ବାଟ ଦେଇ କେତେକ ଦୁର୍ବଳ ଛାତ୍ରଛାତ୍ରୀ ନିମ୍ନମାନର ଡାକ୍ତର, ଇଂଜିନିଅର ହୋଇ ବାହାରିବା ସାର ହେବ ଯାହା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)