ନିର୍ବୋଧ ନେତୃତ୍ବ

ଏକ ବନ୍ୟା କାଳରେ ଭରା ନଈରେ କମ୍ବଳଟିଏ ଭାସି ଯାଉଥିବା ଦେଖି ଯେଉଁ ବ୍ୟକ୍ତି ତାହା ପାଇବା ଲାଗି ନଈ ମଧୢକୁ ଲମ୍ଫ ପ୍ରଦାନ କରି ତାକୁ ଭିଡ଼ି ଧରିବା ପରେ ଆବିଷ୍କାର କରିଥିଲେ ଯେ ତାହା ପ୍ରକୃତରେ ଗୋଟିଏ ଭାଲୁ; ତାଙ୍କ ସମତୁଲ ଦଶା ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ଙ୍କର ହୋଇଛି। ଉପରୋକ୍ତ କଥାଟିରେ ଥିବା ଭଳି ସେହି ବ୍ୟକ୍ତି କମ୍ବଳ ସହିତ ଭାସି ଯିବାକୁ ଲାଗିବାରୁ କୂଳରେ ଛିଡ଼ା ହୋଇଥିବା ତାଙ୍କ ବନ୍ଧୁ କମ୍ବଳକୁ ଛାଡ଼ି ଦେବାକୁ ତାଙ୍କୁ ଅନୁରୋଧ କରନ୍ତେ, ସେହି ବ୍ୟକ୍ତି ଜଣକ କହିବା ଶୁୁଣାଯାଇଥିଲା ‘ମୁଁ ତ ଛାଡ଼ି ସାରିଲିଣି, କିନ୍ତୁ କମ୍ବଳ ମୋତେ ଛାଡୁ ନାହିଁ।’ ସୁତରା˚, ଗଲା ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଵାସି˚ଟନ୍‌ ଠାରେ ‘କ୍ୟାପିଟଲ ହିଲ୍‌’ ଦଙ୍ଗା ଘଟିଯିବା ପରିପ୍ରେକ୍ଷୀରେ ତାହାକୁ ପ୍ରୋତ୍ସାହନ ଦେଇଥିବା ଟ୍ର˚ପ୍‌ ଏବେ ଅକଳରେ ପଡ଼ି ଯେତେବେଳେ ତହିଁରୁ ନିଜକୁ ବିଚ୍ଛିନ୍ନ କରିବାକୁ ଉଦ୍ୟମ କରୁଛନ୍ତି, ସେତିକି ବେଳେ ତାଙ୍କ ଅବସ୍ଥା ଭଲ୍ଲୁକର ନିବିଡ଼ ଆଶ୍ଲେଷରେ ଥିବା ବ୍ୟକ୍ତିଙ୍କ ଭଳି ହୋଇଛି; କାରଣ ଟ୍ର˚ପ୍‌ ଯେତେ ଉଦ୍ୟମ କଲେ ସୁଦ୍ଧା ଆମେରିକାର ଇତିହାସରେ ପୂର୍ବରୁ କେବେ ହେଲେ ଘଟି ନ ଥିବା ଭଳି ଏକ ବିଦ୍ରୋହର ସୂତ୍ରପାତକାରୀ ରୂପେ ଅପବାଦ ରାଷ୍ଟ୍ରପତି ଟ୍ର˚ପ୍‌ଙ୍କ ପିଛା ତାଙ୍କ ଜୀବଦ୍ଦଶାରେ କେବେ ହେଲେ ଛାଡ଼ିବ ନାହିଁ ଏବ˚ ଏହି କାରଣରୁ ଇତିହାସରେ ଟ୍ର˚ପ୍‌ଙ୍କ ନାମରେ ଏକ କଳା ଅଧୢାୟ ଚିର ଦିନ ଲାଗି ରହିଯିବ। କହିବା ଅନାବଶ୍ୟକ ଯେ ଗଲା ପ୍ରାୟ ନଅ ମାସ ମଧୢରେ କରୋନା ପାନ୍‌ଡେମିକ୍‌ର ନାହିଁ ନ ଥିବା ପ୍ରାଦୁର୍ଭାବ ସର୍ବ-ଶକ୍ତିମାନ ଆମେରିକାକୁ ପୃଥିବୀର ସର୍ବାଧିକ ଆକ୍ରାନ୍ତ ଦେଶରେ ପରିଣତ କରି ତାର ପତନଶୀଳତାକୁ ପ୍ରମାଣିତ କରି ସାରିଲାଣି। ଏହାର ଏକ କାରଣ ଯେ ଟ୍ର˚ପ୍‌ଙ୍କ ଅପରିଣାମଦର୍ଶୀ ନେତୃତ୍ବ; ସେଥି ନେଇ ଆଉ ଦ୍ବିମତ ପ୍ରକାଶ ପାଉନାହିଁ। ଏହା ସହିତ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ଟ୍ର˚ପ୍‌ ଆପଣା ପରାଜୟକୁ ସ୍ବୀକାର ନ କରି ମାସାଧିକ କାଳ ଧରି ଯେଉଁ ଆଭିମୁଖ୍ୟ ଓ ଆଚରଣ ପ୍ରଦର୍ଶନ କରି ଚାଲିଛନ୍ତି, ତାହା ତାଙ୍କୁ ଜଣେ ଅନମନୀୟ ଏକଛତ୍ରବାଦୀ ଆଡ଼ବାୟା ରୂପେ ସାବ୍ୟସ୍ତ କରିଛି।

ପ୍ରଣିଧାନଯୋଗ୍ୟ ଯେ ୨୦୧୫ ମସିହାରେ ‘ଟ୍ର˚ପ୍‌ ଟାଵାର’ର ଲିଫ୍‌ଟରେ ତଳକୁ ଓହ୍ଲାଇ ଆସି ଯେତେବେଳେ ଡୋନାଲ୍‌ଡ ଟ୍ର˚ପ୍‌ ସହସା ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ହେବା ସକାଶେ ତାଙ୍କ ଅଭିଳାଷ କଥା ଘୋଷଣା କରିଥିଲେ, ସେତିକି ବେଳେ ହୁଏ’ତ ଅନେକ ତାଙ୍କୁ ଗମ୍ଭୀରତାର ସହିତ ଗ୍ରହଣ କରି ନ ଥିଲେ; ତେବେ କିଛି ସାମ୍ବାଦିକ ଓ ଭାଷ୍ୟକାର ଗଣମାଧୢମରେ ଏଭଳି ଶଙ୍କା ପ୍ରକଟ କରିଥିଲେ ଯେ ନିଜ ଇଚ୍ଛାକୁ କୌଣସିମତେ ସାକାର କରିବା ଲାଗି ବଦ୍ଧପରିକର ଏହି ଅବାଗିଆ, ଅବୁଝା, ଜିଦ୍‌ଖୋର ତଥା ଅତ୍ୟନ୍ତ ଧନୀ ବ୍ୟକ୍ତି ଜଣକ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେବା ରାଷ୍ଟ୍ରର ହିତରେ ଯାଇ ନ ପାରେ। ଏହା ସତ୍ତ୍ବେ ୨୦୧୬ ମସିହାରେ ଟ୍ର˚ପ୍‌ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ। ଏହା ପରେ ହ୍ବାଇଟ୍‌ ହାଉସ୍‌କୁ ତାଙ୍କର ପ୍ରବେଶକୁ ଏକ ଚୀନାମାଟି ଦ୍ରବ୍ୟର ଦୋକାନ ଭିତରକୁ ଷଣ୍ଢର ପ୍ରବେଶ ସହିତ ତୁଳନା କରି ଗଣମାଧୢମରେ ମତ ପ୍ରକାଶ ପାଇଥିଲା। ଏହା ସତ୍ତ୍ବେ ରାଷ୍ଟ୍ରପତି ହେବା ପରେ ଟ୍ର˚ପ୍‌ଙ୍କ ଦ୍ବାରା ଅନୁସୃତ ‘ସବା ପ୍ରଥମେ ଆମେରିକା’ ଭଳି ରାଷ୍ଟ୍ରବାଦୀ ନୀତି ଏବ˚ ଶ୍ବେତାଙ୍ଗ ପ୍ରାଧାନ୍ୟ ଭଳି ବର୍ଣ୍ଣବାଦୀ ଆଭିମୁଖ୍ୟ ତାଙ୍କ ଲାଗି ଯେଉଁ ଏକ ନିର୍ଦ୍ଦିଷ୍ଟ ବର୍ଗର ବିପୁଳ ସମର୍ଥନ ସମ୍ଭବ କରିଥିଲା, ସେହି ସମର୍ଥକମାନେ ଅଚିରେ ଟ୍ର˚ପ୍‌ ଭକ୍ତରେ ପରିଣତ ହୋଇ ଆମେରିକାର ଜନ ସମାଜରେ ଏକ ଧ୍ରୁବୀକରଣ ସୃଷ୍ଟି କରିବା ସହିତ କ୍ରମେ ଏହି ବିଭାଜନକୁ ଗଭୀର କରିସାରିଲେଣି। ଏହା ଆମେରିକାର ଉଦାରବାଦୀ ରାଜନୈତିକ ଓ ସାମାଜିକ ଆଭିମୁଖ୍ୟକୁ ଏଭଳି କ୍ଷୁଣ୍ଣ କରିଛି, ଯାହା ନିକଟ ଭବିଷ୍ୟତ୍‌ରେ ତାର ପୂର୍ବାବସ୍ଥା ଫେରି ପାଇବାର ଆଶା କ୍ଷୀଣ। ସେହି ଦୃଷ୍ଟିରୁ ଗଲା ବୁଧବାର ଘଟିଥିବା ‘କ୍ୟାପିଟଲ ହିଲ୍‌’ ଦଙ୍ଗା ଯେ ଏକ ସ˚କୀର୍ଣ୍ଣ ଓ ଅପରିଣାମଦର୍ଶୀ ନେତୃତ୍ବର ସ୍ବାଭାବିକ ପରିଣତି, ତାହା କହିବା ବାହୁଲ୍ୟ ମାତ୍ର।

ରାଷ୍ଟ୍ରପତି ହେବା ପୂର୍ବରୁ ରିପବ୍ଲିକାନ୍‌ ଦଳର ସଦସ୍ୟ ଭାବେ ଡୋନାଲ୍‌ଡ ଟ୍ର˚ପ୍‌ ରାଜନୈତିକ କାର୍ଯ୍ୟକଳାପରେ ବିଶେଷ ସକ୍ରିୟ ନ ଥିଲେ ସୁଦ୍ଧା ତାଙ୍କ ରାଷ୍ଟ୍ରପତିତ୍ବର ମାତ୍ର ଚାରି ବର୍ଷର ସମୟ କାଳ ମଧ୍ୟରେ ଏଭଳି ଏକ ବିଶାଳ ଅନୁରକ୍ତ ଆମେରିକୀୟ ବର୍ଗ ସୃଷ୍ଟି କରିପାରିଛନ୍ତିି, ଯେଉଁ ବର୍ଗର ସଦସ୍ୟମାନେ ତାଙ୍କୁ ତାଙ୍କ ରିପବ୍ଲିକାନ ଦଳ ଠାରୁ ମଧୢ ଊର୍ଦ୍ଧ୍ବରେ ସ୍ଥାନ ଦେଇଥାଆନ୍ତି। ଏହାର ପ୍ରମାଣ ମିଳିଛି କରୋନା ପାନ୍‌ଡେମିକ୍‌ କାଳରେ ଯେତେବେଳେ କୋଭିଡ୍‌-୧୯କୁ ଚୀନରୁ ଆମଦାନି ଏକ ସାଧାରଣ ଫ୍ଲୁ ଭୂତାଣୁ ବୋଲି ତାଚ୍ଛଲ୍ୟ କରି ଟ୍ର˚ପ୍‌ ନିଜେ ମାସ୍କ ପରିଧାନ ନ କରିବା ଭଳି ଆଭିମୁଖ୍ୟ ଦ୍ବାରା ପ୍ରଭାବିତ ଲକ୍ଷ ଲକ୍ଷ ଆମେରିକୀୟ ମାସ୍କ ପରିଧାନ ନ କରି ଏହି ପାନ୍‌ଡେମିକ୍‌କୁ ଭୟାବହ ରୂପ ଦେବା ସହିତ ମୃତ୍ୟୁକୁ ଆଲିଙ୍ଗନ ମଧୢ କରିଛନ୍ତି। ତାଙ୍କ ସମର୍ଥକମାନେ ଟ୍ର˚ପ୍‌ଙ୍କ ପ୍ରତି ସେମାନଙ୍କ ଆନୁଗତ୍ୟର ପ୍ରମାଣ ଦେବା ଲାଗି କରୋନା ସ˚କ୍ରମଣର ତୀବ୍ରତମ ସୋପାନରେ ମଧ୍ୟ ଭୋଟ ଦାନ କେନ୍ଦ୍ରରେ ଉପସ୍ଥିତ ରହି ଭୋଟ ଦେଇଥିଲେ, ଯେଉଁ ସମୟରେ ବାଇଡେନ୍‌ଙ୍କ ସମର୍ଥକମାନେ ସ˚କ୍ରମଣରୁ ନିଜକୁ ନିରାପଦ ଦୂରତାରେ ରଖି ଡାକ ଦ୍ବାରା ଭୋଟ ପ୍ରଦାନ କରିଥିଲେ। ସୁତରା˚, ଭୋଟ ଗଣତି ବେଳେ ପରିଲକ୍ଷିତ ହୋଇଥିଲା ଯେ ଭୋଟ ବାକ୍‌ସରେ ପଡ଼ିଥିବା ଭୋଟ ଦୃଷ୍ଟିରୁ ବାଇଡେନ୍‌ଙ୍କ ଠାରୁ ଟ୍ର˚ପ୍‌ ଅଗ୍ରଣୀ ଥିବା ସତ୍ତ୍ବେ ପରବର୍ତ୍ତୀ କାଳରେ ଡାକରେ ଆସିଥିବା ବାଇଡେନ୍‌ ସମର୍ଥକଙ୍କ ଭୋଟର ବନ୍ୟାରେ ପରିଶେଷରେ ପଛରେ ପଡ଼ି ଯାଇଥିଲେ। ତେବେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, ପରାଜିତ ହୋଇଥିବା ସତ୍ତ୍ବେ ଟ୍ର˚ପ୍‌ ଲାଭ କରିଥିବା ଭୋଟର ସ˚ଖ୍ୟା ହେଉଛି ୭ କୋଟିରୁ ଅଧିକ, ଯାହା ଜଣେ ପରାଜିତ ରାଷ୍ଟ୍ରପତି ପ୍ରାର୍ଥୀ ଲାଭ କରିଥିବା ଭୋଟ ଭାବେ ଆମେରିକାର ଇତିହାସରେ ସର୍ବାଧିକ।

କହିବା ବାହୁଲ୍ୟ ଯେ ଟ୍ର˚ପ୍‌ ତାଙ୍କର ଅନ୍ଧ ଅନୁଗତଙ୍କ ବିଶାଳ ସ˚ଖ୍ୟା ବଳ ନେଇ ବେଶ୍‌ ସଚେତନ ଏବ˚ ଏ ଯାବତ୍‌ ସେ କହି ଆସିଥିବା ଭଳି ସେମାନଙ୍କ ମସ୍ତିଷ୍କରେ ଏହି ଧାରଣା ମଧୢ ପ୍ରବେଶ କରାଇ ପାରିଛନ୍ତିି ଯେ ଏହି ନିର୍ବାଚନରେ ଚଞ୍ଚକତା କରାଯାଇ ତାଙ୍କ ଠାରୁ ତାଙ୍କ ବିଜୟକୁ ଅପହରଣ କରି ନିଆଯାଇଛି। ଏହି କାରଣରୁ କ୍ୟାପିଟଲ ହିଲ୍‌ ନିକଟସ୍ଥ ଏଲିସି ପାର୍କରେ ତାଙ୍କର ଉତ୍ତେଜନା ସୃଷ୍ଟିକାରୀ ଭାଷଣ ‘କ୍ୟାପିଟଲ ହିଲ୍‌’ ଦଙ୍ଗାର କାରଣ ହୋଇଥିଲା।

ତେବେ କହିବା ବାହୁଲ୍ୟ ଯେ ‘କ୍ୟାପିଟଲ ହିଲ୍‌’ ଦଙ୍ଗା ସମଗ୍ର ଆମେରିକାକୁ ଅତ୍ୟନ୍ତ ବିଚଳିତ କରିଛି। ଏହା ପରେ ଟ୍ର˚ପ୍‌ଙ୍କ କେତେକ କ୍ୟାବିନେଟ୍‌ ସହଯୋଗୀ ଇସ୍ତଫା ପ୍ରଦାନ କଲେଣି। ସମ୍ବିଧାନର ସଂଶୋଧିତ ଧାରା ୨୫ର ପ୍ରୟୋଗ କରି ତାଙ୍କୁ କାର୍ଯ୍ୟାନ୍ତର କରାଯିବା ନେଇ ମଧୢ ଜୋରଦାର ମତ ପ୍ରକାଶ ପାଇଲାଣି। ସୁତରା˚, ଟ୍ର˚ପ୍‌ ମଧୢ ଏଥିରେ ବିବ୍ରତ ହୋଇ ‘କ୍ୟାପିଟଲ ହିଲ’ ହି˚ସାକୁ ନାପସନ୍ଦ କରି ବୟାନ ଦେବା ସହିତ ସାବଲୀଳ କ୍ଷମତା ହସ୍ତାନ୍ତର ଲାଗି ଆଗ୍ରହ ପ୍ରକାଶ କଲେଣି। ତେବେ ଏହି ଘଟଣା ପରିପ୍ରେକ୍ଷୀରେ ଜୋ ବାଇଡେନ୍‌ ପ୍ରଦାନ କରିଥିବା ମନ୍ତବ୍ୟଟି ତାତ୍ପର୍ଯ୍ୟପୂର୍ଣ୍ଣ, ଯାହା କହିଥାଏ ଜଣେ ଉତ୍ତମ ନେତା ସମର୍ଥକଙ୍କୁ ଅନୁପ୍ରାଣିତ କରିପାରେ, କିନ୍ତୁ ନିକୃଷ୍ଟ ନେତା ସେମାନଙ୍କୁ ଉସୁକାଏ। ତେବେ ‘କ୍ୟାପିଟଲ ହିଲ୍‌’ ଦଙ୍ଗାର କାରଣ ହୋଇ ଟ୍ର˚ପ୍‌ ନିଜକୁ କେବଳ ଜଣେ ନିକୃଷ୍ଟ ନେତା ବୋଲି ପ୍ରମାଣ କରି ନାହାନ୍ତି, ବର˚ ଜଣେ ନିର୍ବୋଧ ନେତା ବୋଲି ସାବ୍ୟସ୍ତ କରିଛନ୍ତି, ଯିଏ ଏତିକି ହୃଦୟଙ୍ଗମ କରି ପାରେ ନାହିଁ ଯେ ତା’ ଦ୍ବାରା ଉତ୍ତେଜିତ ହେବା ପରେ ସମର୍ଥକମାନେ ଯେତେବେଳେ ଭିଡ଼ ହି˚ସ୍ରକ ଦଳରେ ପରିଣତ ହୁଅନ୍ତି ସେତେବେଳେ ସେମାନେ ସେହି ନେତୃତ୍ବର ଆୟତ୍ତରେ ରହନ୍ତି ନାହିଁ ବା ସେହି ନେତାକୁ କର୍ଣ୍ଣପାତ କରନ୍ତି ନାହିଁ।

ସମ୍ବନ୍ଧିତ ଖବର