ମଙ୍ଗଳବାର ଦିନ ଭାରତୀୟ ପାର୍ଲିଆମେଣ୍ଟ ଦ୍ବାରା ପ୍ରଣୀତ ତିନିଟି କୃଷି ସ˚ସ୍କାର ଆଇନର ବୈଧତାକୁ ପ୍ରଶ୍ନ କରି ଆଗତ ହୋଇଥିବା କେତେକ ଆବେଦନର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏକ ଅଭାବନୀୟ ପଦକ୍ଷେପ ନେଇ ସମ୍ବିଧାନ ପ୍ରଦତ୍ତ ସଂସଦୀୟ ଏକାନ୍ତ ଅଧିକାରରେ ହସ୍ତକ୍ଷେପ କରି ଅନ୍ୟାଦେଶ ପର୍ଯ୍ୟନ୍ତ ଏ ଆଇନ ଗୁଡ଼ିକର କାର୍ଯ୍ୟକାରିତାକୁ ସ୍ଥଗିତ କରି ଦେଇଛନ୍ତି। ଇତି ମଧୢରେ ବୈଧତା ପ୍ରଶ୍ନକୁ ଅତିକ୍ରମ କରି ନୀତିଗତ ଇଲାକାରେ ପ୍ରବେଶ କରି ସ˚ସ୍କାର ଆଇନର ଆବଶ୍ୟକତା ବା ଅନାବଶ୍ୟକତା ସମ୍ବନ୍ଧରେ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ସୁପ୍ରିମ୍‌ କୋର୍ଟ ଏକ ଚାରିଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି।

Advertisment

ଯାହା ଟିକିଏ ଆଶ୍ଚର୍ଯ୍ୟଜନକ ମନେ ହୋଇଥାଏ, ମୁଖ୍ୟ ବିଚାରପତି ଏସ୍‌ ଏ ବୋବ୍‌ଡେ଼ଙ୍କ ନେତୃତ୍ବାଧୀନ ତିନିଜଣିଆ ବେଞ୍ଚ୍‌ କହିଛନ୍ତି ଯେ ସେମାନେ ଲାଗୁ କରିଥିବା ସ୍ଥଗିତାଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ସମ୍ପୃକ୍ତ ଆଇନ ମାନ ପ୍ରଣୟନ ପୂର୍ବରୁ ଯେଉଁ ‘ସର୍ବନିମ୍ନ ସହାୟକ ଦର’ ବା ‘ଏମ୍‌ଏସ୍‌ପି’ ବ୍ୟବସ୍ଥା କାର୍ଯ୍ୟ କରୁଥିଲା, ତାହା ପୂର୍ବଭଳି କାର୍ଯ୍ୟ କରି ଚାଲିବା ଆଶ୍ଚର୍ଯ୍ୟଜନକ ଏଇଥିପାଇଁ ଯେ ଏହି ସ˚ସ୍କାର ଆଇନ ତିନିଟିରେ ‘ଏମ୍‌ଏସ୍‌ପି’ ବ୍ୟବସ୍ଥାରେ ହାତ ମରା ଯାଇନାହିଁ। ଅପର ପକ୍ଷେ ସୁପ୍ରିମ୍‌ କୋର୍ଟ ଆଇନଗୁଡ଼ିକୁ ସ୍ଥଗିତ ରଖିବା ପରେ ମଧୢ ଆନ୍ଦୋଳନକାରୀମାନେ ଏହା ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିନାହାନ୍ତି ଏବ˚ ତାହା ଚାଲୁ ରହିବ ବୋଲି ଘୋଷଣା କରିବାରେ ଲାଗିଛନ୍ତି। ସେତିକି ନୁହେଁ, ସେମାନଙ୍କର ନେତାମାନେ ସୁପ୍ରିମ୍‌ କୋର୍ଟ ଦ୍ବାରା ଗଠିତ କମିଟି ସହିତ କୌଣସି ଆଲୋଚନା କରିବେ ନାହିଁ ବୋଲି ମଧୢ ସ୍ପଷ୍ଟ କରି ଦେଇଛନ୍ତି। ସେମାନଙ୍କର ଏକମାତ୍ର ଜିଦ୍‌- ସରକାର ସମ୍ପୃକ୍ତ ଆଇନ ତିନିଟି ଉଚ୍ଛେଦ କରନ୍ତୁ, ଆବଶ୍ୟକ ହେଲେ ସେଥିପାଇଁ ଆଉ ଏକ ଅଧୢାଦେଶ ଜାରି କରି।

ସୋମବାର ଦିନ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ଦେଖା ଯାଇଥିଲା ଯେ ସରକାର ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି। ବର୍ତ୍ତମାନ କୋର୍ଟ ନିଜେ ନିଯୁକ୍ତ କରିଥିବା ବିଶେଷଜ୍ଞ କମିଟି ସହିତ ଆଲୋଚନା କରିବାକୁ ଆନ୍ଦୋଳନକାରୀମାନେ ଅମଙ୍ଗ ହେବା ପରେ ନ୍ୟାୟମୂର୍ତ୍ତିମାନେ ହୁଏତ ହୃଦୟଙ୍ଗମ କରୁଥିବେ ଯେ ସରକାରଙ୍କୁ ଏଭଳି ଦୋଷ ଦେବା ବୋଧହୁଏ ଠିକ୍‌ ହୋଇନାହିଁ।

ଅଭିବୃଦ୍ଧି ପାଇଁ ଆବଶ୍ୟକ ସ˚ସ୍କାର ଦୃଷ୍ଟିରୁ କୃଷି ଦେଶର ସର୍ବାଧିକ ଅବହେଳିତ କ୍ଷେତ୍ର ହୋଇ ପଡ଼ି ରହିଛି, ଯାହାର ଫଳ ସ୍ବରୂପ ଦେଶର ଜନସ˚ଖ୍ୟାର ପ୍ରାୟ ୬୦ ଶତା˚ଶ କୃଷି ଓ କୃଷି-ସମ୍ପୃକ୍ତ କ୍ଷେତ୍ର ଉପରେ ନିର୍ଭର କରୁଥିବା ବେଳେ, ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦନ ବା ‘ଜିଡିପି’ ପ୍ରତି ଏହି କ୍ଷେତ୍ରମାନଙ୍କର ଅବଦାନ ହେଉଛି ମାତ୍ର ପ୍ରାୟ ୧୭ ଶତା˚ଶ। କୃଷିକୁ ଏକ ଅଧିକ ଉତ୍ପାଦନଶୀଳ ତଥା ଲାଭପ୍ରଦ ଅର୍ଥନୈତିକ କାର୍ଯ୍ୟରେ ପରିଣତ କରିବା ପାଇଁ ବର୍ତ୍ତମାନର କେନ୍ଦ୍ର ସରକାର ଏକ ପଦକ୍ଷେପ ସ୍ବରୂପ ଉପରୋକ୍ତ ସ˚ସ୍କାରମୂଳକ ଆଇନ ମାନ ପ୍ରଣୟନ କରିଛନ୍ତି। ଅଧିକା˚ଶ ସମାଲୋଚକ ଏହି ସ˚ସ୍କାରର ଉପାଦେୟତା ସମ୍ବନ୍ଧରେ ପ୍ରଶ୍ନ ଉଠାଇବା ପରିବର୍ତ୍ତେ ଆଇନର ପ୍ରଣୟନ ପ୍ରଣାଳୀକୁ ଆକ୍ରମଣ କରିବା ଦେଖାଯାଇଛି। ସରକାର ଯଦିବା ବିଶେଷଜ୍ଞ ପରାମର୍ଶ ପରେ ଆଇନ ପ୍ରଣୟନ ପାଇଁ ଆଗେଇଥିବେ ବୋଲି ଆଶା କରାଯାଏ, ଯେହେତୁ ଦୁଇଟି ରାଜ୍ୟରେ ଆଇନ ବିରୋଧରେ ମାତ୍ରାଧିକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି, ସରକାର ବାହାରେ ଥିବା ତୁଙ୍ଗ ବିଶେଷଜ୍ଞମାନଙ୍କୁ ଏଥିରେ ସମ୍ପୃକ୍ତ କରି ସ˚ସ୍କାରର ଭଲମନ୍ଦ ଦିଗ ସମ୍ବନ୍ଧରେ କୃଷକମାନଙ୍କୁ ଅବଗତ କରାଇ ସମାଧାନର ବାଟ ବାହାର କରିବା ପାଇଁ ଏକ ଉଦ୍ୟମକୁ ସମସ୍ତେ ସ୍ବାଗତ କରିବା ଉଚିତ।

ସୁପ୍ରିମ କୋର୍ଟ ଯେଉଁ ଚାରିଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରିଛନ୍ତି ସେମାନଙ୍କ ମଧୢରୁ ଦୁଇଜଣ ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ କୃଷି ବିଶେଷଜ୍ଞ ରୂପେ ପ୍ରସିଦ୍ଧି ଲାଭ କରିଥିବା ବେଳେ, ଅନ୍ୟ ଦୁଇଜଣ କୃଷକ ସଂଗଠନମାନଙ୍କୁ ନେତୃତ୍ବ ପ୍ରଦାନ କରି ସୁଖ୍ୟାତି ଲାଭ କରିଛନ୍ତି। କମିଟିର ଅନ୍ୟତମ ସଦସ୍ୟ ଅଶୋକ ଗୁଲାଟି ହେଉଛନ୍ତି ଦେଶର ସର୍ବାଧିକ ଖ୍ୟାତିସମ୍ପନ୍ନ କୃଷି ଅର୍ଥନୀତିଜ୍ଞମାନଙ୍କ ମଧ୍ୟରୁ ଅନ୍ୟତମ। ଅତୀତରେ ସେ ଦେଶରେ କୃଷିଜାତ ପଦାର୍ଥର ଦର ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ଉପଦେଷ୍ଟା ସଂସ୍ଥା ‘କମିସନ୍ ଫର୍ ଏଗ୍ରିକଲ୍‌ଚରାଲ୍ କଷ୍ଟମ୍ ଆଣ୍ଡ୍ ପ୍ରାଇସେସ୍’ (‘ସିଏସିପି’)ର ଚେଆର୍‌ମ୍ୟାନ୍ ରହିଛନ୍ତି। ବର୍ତ୍ତମାନ ସେ ଆନ୍ତର୍ଜାତିକ ଅର୍ଥନୈତିକ ସମ୍ପର୍କ ଗବେଷଣା ପାଇଁ ଉଦ୍ଦିଷ୍ଟ ଏକ ସଂସ୍ଥାରେ କୃଷି ବିଶେଷଜ୍ଞ ରୂପେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଅବଦାନ ପାଇଁ ସେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଛନ୍ତି। କମିଟିର ସଦସ୍ୟ ରୂପେ ମନୋନୀତ ହୋଇଥିବା ଅନ୍ୟ କୃଷି ବିଶେଷଜ୍ଞ ଜଣକ ହେଉଛନ୍ତି ପ୍ରମୋଦ କୁମାର ଯୋଶୀ। ସେ ବର୍ତ୍ତମାନ ଦିଲ୍ଲୀସ୍ଥିତ ‘ନେସ‌୍ନାଲ୍ ସେଣ୍ଟର୍ ଫର୍ ଏଗ୍ରିକଲ୍‌ଚରାଲ୍ ଉକନୋମିକ୍‌ସ ଆଣ୍ଡ୍ ପଲିସି ରିସର୍ଚ୍ଚ’ ନାମକ କୃଷି ଗବେଷଣା ସଂସ୍ଥାରେ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। ଅତୀତରେ ସେ ଏହିପରି ଅନେକ ଗବେଷଣାଭିତ୍ତିକ ଦାୟିତ୍ବ ନିର୍ବାହ କରିଥିଲେ, ଯେଉଁଥିରେ ମର୍ଯ୍ୟାଦାଜନକ ‘ଇଣ୍ଟର୍‌ନେସ୍‌ନାଲ୍ ଫୁଡ୍ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ (ଇଫ୍ରି)ରେ ଦକ୍ଷିଣ ଏସିଆ ପାଇଁ ନିର୍ଦ୍ଦେଶକ ପଦ ଅନ୍ତର୍ଭୁକ୍ତ। ଅନ୍ୟ ଜଣେ ସଦସ୍ୟ ଅନୀଲ୍ ଘନ୍‌ୱତ୍ ହେଉଛନ୍ତି ମହାରାଷ୍ଟ୍ରର ଶକ୍ତିଶାଳୀ କୃଷକ ସଂଗଠନ ‘ସେତ୍‌କାରୀ ସଂଗଠନ’ର ସଭାପତି। ଏହା ହେଉଛି କିଂବଦନ୍ତି ପାଲଟିଥିବା ପରାକ୍ରମୀ କୃଷକ ନେତା ଶାରଦ ଯୋଶୀଙ୍କ ଦ୍ବାରା ପ୍ରତିଷ୍ଠିତ କୃଷକ ସଂଗଠନ। କମିଟିର ଚତୁର୍ଥ ସଦସ୍ୟ ହେଉଛନ୍ତି ଜଣେ ପଞ୍ଜାବୀ ଶିଖ୍ କୃଷକ ନେତା, ଭୂପିନ୍ଦର ସିଂହ ମାନ୍। ସେ ହେଉଛନ୍ତି ‘ଭାରତୀୟ କିଷାନ୍ ୟୁନିଅନ୍’ (‘ବିକେୟୁ’) ସଂଗଠନରୁ ବାହାରି ଆସିଥିବା ଏକ ଗୋଷ୍ଠୀ ‘ବିକେୟୁ (ମାନ୍)’ର ସଭାପତି।

ଉଭୟ କୃଷି ଓ କୃଷକଙ୍କ ସ୍ବାର୍ଥ ସମ୍ବନ୍ଧରେ ବି‌େଶଷ ଜ୍ଞାନ ଓ ଅନୁଭୂତି ଥିବା ଏ ଚାରିଜଣିଆ କମିଟି ସହିତ ଆଲୋଚନା କରିବା ପାଇଁ ଆନ୍ଦୋଳନକାରୀମାନଙ୍କ ନେତାମାନେ ମନା କରି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଆଇନ ସବୁର ଉଚ୍ଛେଦ ବ୍ୟତୀତ କୌଣସି ଆଲୋଚନା ନିରର୍ଥକ ବୋଲି କହୁଥିବା ବେଳେ ଅନ୍ୟ କେତେକ ଏହି କମିଟି ସଦସ୍ୟମାନଙ୍କର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି। ତୃତୀୟ ପକ୍ଷ ଖୋଦ୍ ସୁପ୍ରିମ୍ କୋର୍ଟ ଏହି କମିଟି ଗଠନ କରିଥିଲେ ହେଁ, ଅତୀତରେ ଏହି ବିଶେଷଜ୍ଞମାନେ କୃଷି ସଂସ୍କାର ଆଇନ ସପକ୍ଷରେ ମତ ପ୍ରକାଶ କରିଥିବାରୁ ଆନ୍ଦୋଳନକାରୀମାନଙ୍କ ପାଇଁ ସେମାନେ ହେଉଛନ୍ତି ଅସ୍ପୃଶ୍ୟ। ବିଶେଷଜ୍ଞମାନଙ୍କର ବୌଦ୍ଧିକ ସାଧୁତା କିମ୍ବା ସୁପ୍ରିମ୍‌ କୋର୍ଟଙ୍କ ନିରପେକ୍ଷତା ଉପରେ ଆନ୍ଦୋଳନକାରୀମାନଙ୍କର ବିଶ୍ବାସ ନାହିଁ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆ‌େନ୍ଦାଳନକାରୀମାନଙ୍କ ସହିତ ବହୁବାର ଆଲୋଚନା କରିବା ଅବସରରେ କେନ୍ଦ୍ର ସରକାର ହିଁ ସେମାନଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ଯେ ସରକାରଙ୍କ ଆଇନର ବୈଧତା ପରୀକ୍ଷା କରିବାକୁ ସେମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୁଅନ୍ତୁ। ଅର୍ଥାତ୍, ସୁପ୍ରିମ୍ କୋର୍ଟ ଯଦି ଆଇନ ତିନିଟିକୁ ଅସାମ୍ବିଧାନିକ ‌େଘାଷଣା କରନ୍ତି, ସରକାର ସେଗୁଡ଼ିକ ପ୍ରତ୍ୟାହାର କରି‌େ‌ନବେ। ଯଦି ସୁପ୍ରିମ୍ କୋର୍ଟ ତାହା ନ କରି ଆଇନଗୁଡ଼ିକ ଅସାମ୍ବିଧାନିକ ନୁହଁନ୍ତି ବୋଲି ରାୟ ଦିଅନ୍ତି, ତା’ହେଲେ ଆନ୍ଦୋଳନକାରୀମାନେ ମାନିବେ ତ? ଯଦି ସୁପ୍ରିମ୍ କୋର୍ଟଙ୍କ କମିଟି ଭଳି ସୁପ୍ରିମ୍ କୋର୍ଟଙ୍କ ରାୟକୁ ସେମାନେ ପ୍ରତ୍ୟାଖ୍ୟାନ କରନ୍ତି, ତାହା ହେବ ସମ୍ବିଧାନର ଖୋଲା ଉଲ୍ଲଂଘନ। ଏଭଳି ଅବଜ୍ଞାର ସମ୍ମୁଖୀନ ସର୍ବୋଚ୍ଚ ଅଦାଲତଙ୍କ ପାଇଁ ଏହା ଏକ ଅପରିଚିତ ଆହ୍ବାନ।