ପ୍ରଥମ ବିଶ୍ବଯୁଦ୍ଧ କାଳରେ ଟ୍ରେ˚ଚ୍‌ ଭିତରେ ରହି ହ୍ୟୁଗ୍‌ ଲଫ୍‌ଟି˚ ନାମକ ଜଣେ ବ୍ରିଟିସ ଇ˚ଜିନିଅର ତାଙ୍କ ପିଲାମାନଙ୍କ ପାଖକୁ ଯେଉଁ ସଚିତ୍ର ଚିଠିମାନ ଲେଖିଥିଲେ, ସେ ସବୁ ୧୯୨୦ ମସିହାରେ ଅର୍ଥାତ୍‌ ଆଜିକୁ ଶହେ ବର୍ଷ ତଳେ ପ୍ରକାଶିତ ହୋଇ ପିଲାମାନଙ୍କ ସକାଶେ ରସୋତ୍ତୀର୍ଣ୍ଣ କାହାଣୀ ଭାବେ ଆଦୃତି ଲାଭ କରି ଆସିଛି। ସେହି କାହାଣୀଗୁଡ଼ିକର ମୁଖ୍ୟ ଚରିତ୍ର ହେଉଛନ୍ତି ଡାକ୍ତର ଜନ୍‌ ଡୁଲିଟଲ୍‌, ଯିଏ ପଶୁପକ୍ଷୀମାନଙ୍କ ସହିତ କଥାବାର୍ତ୍ତା କରିପାରୁଥିଲେ ଓ ସେମାନଙ୍କ ସହିତ ଘନିଷ୍ଠ ମିତ୍ରତା ସ୍ଥାପନ କରିଥିଲେ। ପ୍ରଥମ ବିଶ୍ବଯୁଦ୍ଧ ସମୟରେ ସୈନ୍ୟବାହିନୀ ସକାଶେ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ଘୋଡ଼ା ଓ ଖଚରଗୁଡ଼ିକର ଅତ୍ୟନ୍ତ କରୁଣ ଦୁରବସ୍ଥା ଦ୍ବାରା ମର୍ମାହତ ହ୍ୟୁଗ୍‌ ଲଫ୍‌ଟି˚ ଏହି ଅତ୍ୟନ୍ତ ଶ୍ରଦ୍ଧାସ୍ପଦ ଓ ସମ୍ବେଦନଶୀଳ ଡାକ୍ତର ଚରିତ୍ରଙ୍କ ଉଦ୍ଭାବନ କରିଥିଲେ, ଯିଏ ମଣିଷମାନଙ୍କୁ ଚିକିତ୍ସା କରିବାର ପ୍ରଶିକ୍ଷଣ ପାଇଥିଲେ ସୁଦ୍ଧା ତାକୁ ପରିତ୍ୟାଗ କରି ପଶୁପକ୍ଷୀମାନଙ୍କ ସେବାରେ ଲାଗିଥିଲେ। ହ୍ୟୁଗ୍‌ ମହାଶୟଙ୍କ ଏଭଳି ଉଦ୍ୟମ ପଛରେ ଯେଉଁ ଉଦ୍ଦେଶ୍ୟ ନିହିତ ଥିଲା, ତାହା ହେଉଛି ନିଜ ପିଲାମାନଙ୍କ ଠାରେ ପଶୁପକ୍ଷୀମାନଙ୍କ ଲାଗି କରୁଣା ଜାଗ୍ରତ କରିବା। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ଡାକ୍ତର ଡୁଲିଟଲ୍‌ ନାମକ ଚରିତ୍ର ଆତ୍ମପ୍ରକାଶ କରିବା ପର ଠାରୁ ଆଜି ପର୍ଯ୍ୟନ୍ତ ଶହେ ବର୍ଷର ସମୟ କାଳ ମଧୢରେ ମୁନଷ୍ୟମାନଙ୍କ ମନରେ ପଶୁପକ୍ଷୀମାନଙ୍କ ପ୍ରତି କରୁଣା ପରିବର୍ତ୍ତେ ଅଧିକରୁ ଅଧିକ କ୍ରୂରତା ପରିଲକ୍ଷିତ ହେବାରେ ଲାଗିଛି। ନିକଟରେ ଭାଇରାଲ ହୋଇଥିବା ଏକ ଅତ୍ୟନ୍ତ ବିଚଳିତକାରୀ ଭିଡିଓ, ଯହିଁରେ ଉତ୍ତର ପ୍ରଦେଶରେ କେତେକ ଯୁବକ ଅଗଭୀର ପାଣିରେ ଏକ ଗାଙ୍ଗେୟ ଡଲ୍‌ଫିନ୍‌କୁ କୁରାଢ଼ି ଓ ଅନ୍ୟାନ୍ୟ ଅସ୍ତ୍ର ଦ୍ବାରା ହାଣି କଲବଲ କରି ହତ୍ୟା କରିବାର ଦୃଶ୍ୟ ଦେଖିବାକୁ ମିଳିଛି; ଏଭଳି କ୍ରୂରତାର ଏକ ଦୃଷ୍ଟାନ୍ତ ପ୍ରଦାନ କରିଥାଏ। କହିବା ଅନାବଶ୍ୟକ ଯେ ପ୍ରତି ଦିନ ବିଭିନ୍ନ ପ୍ରାଣୀଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନର ହଜାର ହଜାର ଉଦାହରଣ ମଧୢରୁ ଏହା କେବଳ ଗୋଟିଏ ମାତ୍ର।

Advertisment

ଉଲ୍ଲେଖଯୋଗ୍ୟ ଯେ ଗାଙ୍ଗେୟ ଡଲ୍‌ଫିନ୍‌ଗୁଡ଼ିକ ସଂଖ୍ୟା ଦୃଷ୍ଟିରୁ ଅତି ଅଳ୍ପ ହୋଇ ଥିବାରୁ ଅତ୍ୟନ୍ତ ବିପଦଗ୍ରସ୍ତ ପ୍ରାଣୀ ଜାତି ମଧୢରେ ଅନ୍ତର୍ଭୁକ୍ତ। ଅବଶ୍ୟ, ଏହା ଆଶା କରାଯିବା ଉଚିତ ନୁହେଁ ଯେ ଯେଉଁମାନେ ଏହି ଘଟଣାରେ ସ˚ପୃକ୍ତ, ସେମାନେ ଗାଙ୍ଗେୟ ଡଲ୍‌ଫିନ୍‌ଗୁଡ଼ିକର ଅସ୍ତିତ୍ବ ସ˚କଟ ସ˚ପର୍କରେ ଅବଗତ ଥିବେ। ସେମାନେ ହୁଏ’ତ ଏହା ମଧୢ ଜାଣି ନ ଥିବେ ଯେ କେବଳ ମଧୁର ଜଳରେ ବାସ କରୁଥିବା ଗାଙ୍ଗେୟ ଡଲ୍‌ଫିନ୍‌ ଆମ ରାଷ୍ଟ୍ରର ‘ଜାତୀୟ ଜଳଚର ଜୀବ’ ଭାବେ ମାନ୍ୟତା ପ୍ରାପ୍ତ ଏବ˚ ସ˚ସ୍କୃତି ଦୃଷ୍ଟିରୁ ଏହି ନିରୀହ ପ୍ରାଣୀଟି ଗଙ୍ଗାର ପବିତ୍ରତାର ପ୍ରତୀକ। ସେମାନେ ଏ ନେଇ ମଧୢ ଅଜ୍ଞ ଥାଇପାରନ୍ତି ଯେ ଏହି ଜୀବଗୁଡ଼ିକ ଜନ୍ମାନ୍ଧ ଏବ˚ ସେମାନଙ୍କ ଶରୀରରେ ବିକଶିତ ଅତ୍ୟନ୍ତ ପ୍ରଭାବୀ ‘ଶବ୍ଦ-ଭେଦ’ ସାମର୍ଥ୍ୟ ଜରିଆରେ ଏମାନେ ଶବ୍ଦ ତରଙ୍ଗ ପ୍ରେରଣ କରି ତାହା ମାଧୢମରେ ଶିକାର କରିବା ସହିତ ଚଳପ୍ରଚଳ କରିଥାଆନ୍ତି। ଏହି ସ˚ଦର୍ଭରେ ଗଲା ମେ’ ମାସରେ କେରଳ‌େର ଘଟିଥିବା ଏକ ମର୍ମନ୍ତୁଦ ଘଟଣା ସ୍ମରଣକୁ ଆସେ, ଯହିଁରେ ଏକ ବୋମା ଖଞ୍ଜା ଯାଇଥିବା ସପୁରି ଖାଉଥିବା ବେଳେ ବିସ୍ଫୋରଣ ଦ୍ବାରା ଆଘାତ ପ୍ରାପ୍ତ ଏକ ଗର୍ଭିଣୀ ହସ୍ତୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ ମନ୍ଥର ମୃତ୍ୟୁର ଦଶା ଲଭିଥିଲା। ଏହା ମଧୢ ସମ୍ଭବ ଯେ ଯେଉଁମାନେ ସପୁରିଟିରେ ଘାତକ ବୋମାଟି ଖଞ୍ଜିଥିଲେ ସେମାନଙ୍କ ଧାରଣା ନ ଥିବ ଯେ ହାତୀ ଭାରତର ଐତିହ୍ୟ ପ୍ରାଣୀ ଭାବେ ପରିଚିତ ହୋଇଥାଏ। ତେଣୁ ସାଧାରଣ ଭାବେ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଏ ସବୁ ବିଷୟରେ ଜ୍ଞାନ ଓ ସଚେତନତାର ସୃଷ୍ଟି ଦ୍ବାରା ପ୍ରାଣୀମାନଙ୍କ ପ୍ରତି ଆମମାନଙ୍କ ଆଚରଣରେ ପରିବର୍ତ୍ତନ ଅଣାଯିବା ସମ୍ଭବ। ସେହି କାରଣରୁ କେନ୍ଦ୍ର ସରକାରଙ୍କ ‘ରାଷ୍ଟ୍ରୀୟ କାମଧେନୁ ଆୟୋଗ’ ଦ୍ବାରା ସ୍କୁଲ୍‌ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ସକାଶେ ଏକ ପରୀକ୍ଷାର ଆୟୋଜନ କରାଯିବାର ନିଷ୍ପତ୍ତିକୁ ସ୍ବାଗତ କରାଯାଇପାରେ। କାରଣ ଏଭଳି ପରୀକ୍ଷାର ଉଦ୍ଦେଶ୍ୟ ଭାରତୀୟ ଦେଶୀ ଗାଈମାନଙ୍କ ଉପଯୋଗିତା ସମ୍ବନ୍ଧରେ ଛାତ୍ରାବସ୍ଥାରୁ ପିଲାମାନଙ୍କ ମନରେ ଜ୍ଞାନ ଓ ସଚେତନତା ସୃଷ୍ଟି କରିବା। ତେବେ, କଥା ହେଲା, ଏଭଳି ପ୍ରୟାସ ଯଦି ଛାତ୍ରଛାତ୍ରୀମାନଙ୍କ ମଧୢରେ କେବଳ ଜ୍ଞାନ ସୃଷ୍ଟିରେ ସୀମିତ ରହି ପ୍ରାଣୀମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ଆଚରଣ ଓ ମନୋଭାବରେ ପରିବର୍ତ୍ତନ ଆଣି ନ ପାରେ, ତେବେ ତାହା ମୂଲ୍ୟହୀନ ହୋଇଯିବ ବୋଲି କହିଲେ ଭୁଲ ହେବ ନାହିଁ।

ହିନ୍ଦୁ ଧର୍ମରେ ବିଭିନ୍ନ ପଶୁପକ୍ଷୀଙ୍କୁ ଦେବଦେବୀମାନଙ୍କ ବାହନ ଭାବେ ପରିକଳ୍ପନା କରାଯାଇଥିବାରୁ ସେମାନେ ଦେବାଳୟଗୁଡ଼ିକରେ ସ୍ଥାନ ଓ ଶ୍ରଦ୍ଧା ତଥା ଭକ୍ତି ଲାଭ କରନ୍ତି। କିନ୍ତୁ ଏହି ଯେଉଁ ପ୍ରାଣୀଗୁଡ଼ିକର ପ୍ରସ୍ତର ବା ଧାତବ ପ୍ରତିମା ଉପାସନା ସ୍ଥଳ ମଧୢରେ ପ୍ରଣମ୍ୟ ହୋଇଥାଏ, ଦେବାଳୟ ବାହାରେ ଓ ଜୀବନ୍ତ ଅବସ୍ଥାରେ ସେମାନେ ଆମ ସହିତ ଦୈନନ୍ଦିନ ଚଳପ୍ରଚଳ କରୁଥିବା ବେଳେ ଅନ୍ଧାଧୁନ ପ୍ରହାରର ଶିକାର ହୁଅନ୍ତି (ଗାଈଗୋରୁଙ୍କ ଠାରୁ ଆରମ୍ଭ କରି ମୂଷା ପର୍ଯ୍ୟନ୍ତରେ) ଓ ସେମାନଙ୍କ ମଧୢରୁ କେତେକଙ୍କୁ (ସର୍ପ) ନିର୍ବିଚାରରେ ହତ୍ୟା କରାଯାଏ। ଏହା ଅନ୍ତତଃ ପକ୍ଷେ ପ୍ରମାଣିତ ହୋଇ ସାରିଛି ଯେ ପିଲାଟି ଦିନରୁ ଗାଈ ବିଷୟରେ ପ୍ରବନ୍ଧ ଘୋଷି ଓ ଲେଖି ବଡ଼ ହୋଇଥିବା ପିଲାମାନେ ବୟଃ ପ୍ରାପ୍ତି ପରେ ଏହି ପ୍ରାଣୀମାନଙ୍କ ପ୍ରତି ବିଶେଷ ସମବେଦନା ପ୍ରକାଶ କରି ନ ଥାଆନ୍ତି। ଏହାର ଏକ କାରଣ ଏହା ହୋଇପାରେ ଯେ ସମ୍ଭବତଃ ଆମ ଦେଶରେ ଦୈନନ୍ଦିନ ଜୀବନରେ ବିଭିନ୍ନ ପଶୁପକ୍ଷୀମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା କ୍ରୂରତା ଦେହସୁହା ହୋଇସାରିଲାଣି। ଉଦାହରଣ ସ୍ବରୂପ ଆମ ଦେଶରେ ପଶୁପକ୍ଷୀମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ନିଷ୍ଠୁରତା ଏବ˚ ରକ୍ତପାତ ଏକ ଦୈନନ୍ଦିନ ଆଧାରରେ ସର୍ବାଧିକ ଦେଖିବାକୁ ମିଳିଥାଏ ଆମିଷ ବଜାରରେ। କିନ୍ତୁ ଆମ ଦେଶରେ ଆମିଷ ବଜାରଗୁଡ଼ିକ ଖୋଲାଖୋଲି ରାସ୍ତା କଡ଼ରେ ବିଦ୍ୟମାନ ରହି ଖାଦ୍ୟ ବା ଭକ୍ଷଣ ଯୋଗ୍ୟ ପଶୁପକ୍ଷୀମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ଏଭଳି ସାଧାରଣ କଥାରେ ପରିଣତ କରିସାରିଲାଣି ଯେ ତାହା ସେଠାରେ ଉପସ୍ଥିତ ଜନସାଧାରଣଙ୍କ ହୃଦୟରେ ସର୍ବନିମ୍ନ ମାନବ ସମବେଦନାର ଧାରା କ୍ଷରଣ କରିବାରେ ଅସମର୍ଥ। ତେବେ କେବଳ ସେଠାରେ ନୁହେଁ, ଆମିଷ ବଜାର ବାହାରେ ମଧୢ ବୁଲା କୁକୁର, ବିରାଡ଼ି, ବଳଦ ଓ ଷଣ୍ଢ ଇତ୍ୟାଦିଙ୍କ ଠାରୁ ଆରମ୍ଭ କରି ମାଙ୍କଡ଼, ବଜ୍ରକାପ୍ତା, କଲରାପତରିଆ ବାଘ, ଗଣ୍ତା ଓ ହାତୀ ପର୍ଯ୍ୟନ୍ତରେ ପ୍ରାଣୀମାନେ ମନୁଷ୍ୟ ନିଷ୍ଠୁରତାର ଶିକାର ହୋଇ ଚାଲିଛନ୍ତି; ଯାହା ପଛରେ ରହିଛି ତୁଚ୍ଛା ଗମାତରୁ ଆରମ୍ଭ କରି ପ୍ରାଣୀ ଶରୀରାବଶେଷ ଚୋରା ଚାଲାଣ ଜରିଆରେ ବିପୁଳ ଅର୍ଥ ଉପାର୍ଜନ କରିବାର ଲୋଭ। ଅନେକଙ୍କ ମତରେ ‘ପ୍ରାଣୀ ନିଷ୍ଠୁରତା ପ୍ରତିରୋଧକ ଆଇନ-୧୯୬୦’ ଅତ୍ୟନ୍ତ ଦୁର୍ବଳ ଯହିଁରେ ଅଣସିଡ୍ୟୁଲଭୁକ୍ତ ପ୍ରାଣୀମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ଲାଗି ମାତ୍ର ୧୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି। କିନ୍ତୁ ଅଧିକା˚ଶ ସ୍ଥଳେ ଏଭଳି କାର୍ଯ୍ୟ ନେଇ କୌଣସି ଅଭିଯୋଗ ମଧୢ ଦାଏର କରାଯାଇ ନ ଥାଏ। ଏହାର ଅର୍ଥ ଦଣ୍ତର ପରିମାଣ ଅଧିକ ହେବା ବା ନ ହେବା ମଧୢ ବି‌େଶଷ ମହତ୍ତ୍ବ ବହନ କରି ନ ଥାଏ, ଯେହେତୁ ପଶୁପକ୍ଷୀଙ୍କ ଜୀବନ ହିଁ ଅନେକଙ୍କ ଚକ୍ଷୁରେ ସଂପୂର୍ଣ୍ଣ ଗୁରୁତ୍ବହୀନ।

ଡାକ୍ତର ଜନ୍‌ ଡୁଲିଟଲ୍‌ ତାଙ୍କ ପରମ ମିତ୍ର ଶୁକ ପକ୍ଷୀ ପୋଲିନେସିଆ ଠାରୁ ପଶୁପକ୍ଷୀମାନଙ୍କ ଭାଷା ଶିକ୍ଷା କରିଥିଲେ। ଡାକ୍ତର ଡୁଲିଟଲ୍‌ଙ୍କ ମାଧୢମରେ ହ୍ୟୁଗ୍‌ ଲଫ୍‌ଟିଂ ପ୍ରତୀକାତ୍ମକ ଭାବେ ତାଙ୍କ ପିଲାମାନଙ୍କୁ ଯାହା କହିବାକୁ ଚାହିଁଥିଲେ ତାହା ହେଲା ବାକ୍‌ଶୂନ୍ୟ ପଶୁପକ୍ଷୀମାନଙ୍କ ସହିତ କଥାବାର୍ତ୍ତା କରିପାରିବାର ସାମର୍ଥ୍ୟ ହାସଲ କରିପାରିଲେ ଯାଇ ସେମାନଙ୍କ ପ୍ରତି ମନରେ କରୁଣା ଜାଗ୍ରତ ହେବ। ମନେ ରହିବା ଉଚିତ ଯେ ପଶୁପକ୍ଷୀମାନଙ୍କ ସମ୍ବନ୍ଧରେ କେବଳ ଜ୍ଞାନ ଓ ସଚେତନତାର ବୃଦ୍ଧି ଓ ପ୍ରସାର ବଳରେ ଡାକ୍ତର ଡୁଲିଟଲ୍‌ମାନଙ୍କୁ ସୃଷ୍ଟି କରାଯିବା ସମ୍ଭବ ନୁହେଁ। କିନ୍ତୁ ଡାକ୍ତର ଡୁଲିଟଲ୍‌ମାନେ କିଭଳି ସମ୍ଭବ ହେବେ, ତାହା ମଧୢ ଏକ ନିୟୁତ ଟଙ୍କାର ପ୍ରଶ୍ନ!