ମୈତ୍ରୀକୁ ସ୍ୱୀକୃତି

ଗଲା ଜାନୁଆରି ୨୬ ତାରିଖଟି ଭାରତର ରାଜଧାନୀ ଦିଲ୍ଲୀରେ ଘଟିଥିବା ଦୁଇଟି ବିଶେଷ ଘଟଣା ଲାଗି ଭାରତର ଇତିହାସରେ ସ୍ଥାନ ପାଇବ; କିନ୍ତୁ ବର୍ତ୍ତମାନ ତା’ ମଧୢରୁ ଗୋଟିଏ ଘଟଣାର ଘନଘଟା ଏଭଳି ତୀବ୍ର ହୋଇଛି ଯେ ତାର ଅନ୍ତରାଳରେ ଦ୍ବିତୀୟ ଘଟଣାଟି ପ୍ରାୟ ଲୁକ୍କାୟିତ ହୋଇ ରହି ଯାଇଛି। ଏହି ସ୍ତମ୍ଭର ପାଠକପାଠିକାମାନେ ଅନ୍ତତଃ ବୁଝିସାରିବେଣି ଯେ ଘନଘଟା ସୃଷ୍ଟିକାରୀ ଯେଉଁ ଘଟଣାଟି କଥା କୁହାଯାଉଛି ତାହା ହେଲା ଆନ୍ଦୋଳନକାରୀ କୃଷକମାନଙ୍କ ଦ୍ବାରା ଆୟୋଜିତ ଟ୍ରାକ୍ଟର ଶୋଭାଯାତ୍ରା, ଯାହା ହି˚ସ୍ର ପାଲଟି ଯାଇ ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ଏହା ଦ୍ବାରା ସୃଷ୍ଟ ଧୂଳି ଓ ଧୂଆଁର ପଟଳ ତଳେ ଅନ୍ୟ ଯେଉଁ ଏକ ବିଶେଷ ଘଟଣା ଲୁଚି ରହି ବିଶେଷ ଆଗ୍ରହର କାରଣ ହୋଇପାରି ନ ଥିଲା, ତାହା ହେଉଛି ସେ ଦିନର ଭବ୍ୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଆମ ସୈନ୍ୟବାହିନୀ ସହିତ ଏକ ବିଦେଶୀ ସୈନ୍ୟବାହିନୀର ଦଳ ରୂପେ ପଡ଼ୋଶୀ ବା˚ଲାଦେଶର ୧୨୨ ଜଣ ସୈନିକଙ୍କ ଯୋଗଦାନ। ଏହା ଥିଲା ବା˚ଲାଦେଶ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଜନ୍ମ ଲାଭ କରିବାର ପଚାଶ ବର୍ଷ ପୂର୍ତ୍ତି ଉତ୍ସବର ଏକ ଅ˚ଶ; ଯହିଁରେ ଆଜକୁ ଅର୍ଦ୍ଧଶତାବ୍ଦୀ ତଳେ ଭାରତର ଅବଦାନ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଅବଶ୍ୟ, ଭାରତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ କୌଣସି ବିଦେଶୀ ସୈନ୍ୟବାହିନୀର ଦଳଟିଏ ଯୋଗଦାନ କରିବାରେ ଏହା ପ୍ରଥମ ଉଦାହରଣ ନୁହେଁ। ଏହା ପୂର୍ବରୁ ୨୦୧୬ ମସିହାରେ ଫରାସୀ ସୈନ୍ୟବାହିନୀର ଦଳଟିଏ ସୌଜନ୍ୟମୂଳକ ଭାବେ ଭାରତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଯୋଗ ଦେଇଥିଲା; କାରଣ ସେହି ବର୍ଷ ଫ୍ରାନ୍‌ସର ରାଷ୍ଟ୍ରପତି ଫ୍ରାଁସୁଆ ହଲାନ୍ଦେ ଭାରତ ସରକାରଙ୍କ ପକ୍ଷରୁ ବିଶେଷ ଅତିଥି ଭାବେ ଆମନ୍ତ୍ରିତ ହୋଇ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇଥିଲେ। କିନ୍ତୁ ବା˚ଲାଦେଶ ସୈନ୍ୟବାହିନୀର ଯୋଗଦାନ ଏକ ବିଶେଷ ଘଟଣା; କାରଣ ଏହା ଦ୍ବାରା ଇତିହାସର ଏଭଳି ଏକ ସୁବର୍ଣ୍ଣ ମୁହୂର୍ତ୍ତକୁ ସ୍ମରଣୀୟତା ପ୍ରଦାନ କରାଯାଇଛି, ଯାହା ଦକ୍ଷିଣ ଏସିଆର ଭୌଗୋଳିକ-ରାଜନୈତିକ ଚରିତ୍ରକୁ ବଦଳାଇ ଦେଇଥିଲା।

୧୯୭୧ ମସିହା ବେଳକୁ ଉଭୟ ଭାରତ ଏବ˚ ବା˚ଲାଦେଶର ଯେଉଁମାନେ ମାତ୍ର ସାତ ଆଠ ବର୍ଷ ବୟସର ହୋଇ ସାମାନ୍ୟ ହେତୁ ଲାଭ କରିଥିବେ ସେମାନଙ୍କର ଏବେ ମଧୢ ସ୍ମରଣରେ ରହିଥିବ କିଭଳି ଭାରତୀୟ ଇଷ୍ଟର୍ନ କମାଣ୍ତ୍‌ର ମୁଖ୍ୟ ଜେନେରାଲ ଜଗଜ୍ଜିତ୍‌ ସି˚ହ ଅରୋରାଙ୍କ ଉପସ୍ଥିତିରେ ପାକିସ୍ତାନ ସେନାବାହିନୀ ମୁଖ୍ୟ ଜେନେରାଲ ଏ.କେ. ନିଆଜିଙ୍କ ଦ୍ବାରା ଆତ୍ମସମର୍ପଣ ଚୁକ୍ତି ପତ୍ରରେ ସ୍ବାକ୍ଷର କରାଯାଉଥିବାର ଦୃଶ୍ୟ ତତ୍କାଳୀନ ପ୍ରାୟ ସମସ୍ତ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରଥମ ପୃଷ୍ଠା ବା ପ୍ରଚ୍ଛଦ ପଟରେ ସ୍ଥାନ ପାଇ ଏକ ପୁଲକର କାରଣ ହୋଇଥିଲା। କାରଣ ଏହା ଥିଲା ପୃଥିବୀର ଯୁଦ୍ଧ ଇତିହାସରେ କୌଣସି ରାଷ୍ଟ୍ରର ସର୍ବାଧିକ ସ˚ଖ୍ୟକ ସୈନିକଙ୍କ ଆତ୍ମସମର୍ପଣ, ଯହିଁରେ ପାକିସ୍ତାନର ୯୩ ହଜାର ସୈନିକ ସାମିଲ ଥିଲେ। ତାହା ଥିଲା ଡିସେମ୍ବର ମାସ ୧୬ ତାରିଖ, ଯେଉଁ ଦିନ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ରୂପେ ଭାରତର ଦୁଇଟି ଡେଣା ଭଳି ମାନଚିତ୍ରରେ ଦିଶୁଥିବା ଏକ ବିଚିତ୍ର ଦୈତ ରାଷ୍ଟ୍ରର ଅସ୍ତିତ୍ବର ବିଲୟ ଘଟି ସ୍ବାଧୀନ ବା˚ଲାଦେଶ ଜନ୍ମ ଲାଭ କରିଥିଲା।

ବା˚ଲାଦେଶର ଜନ୍ମ ପୂର୍ବରୁ ଉଭୟ ପୂର୍ବ ଓ ପଶ୍ଚିମ ପାକିସ୍ତାନ ଲାଗି ଶାସନର ନାଭିକେନ୍ଦ୍ର ଥିଲା ଇସଲାମାବାଦ। ଏବ˚ ଏହି ଦୈତ ରାଷ୍ଟ୍ରର ସେନାବାହିନୀ ଥିଲା ପଞ୍ଜାବୀ ମୁସଲମାନମାନଙ୍କ ଏକକ ଆଧିପତ୍ୟର ଅଧୀନ। ସେହି ସମୟରେ କେବଳ ଜଣେ ମାତ୍ର ପୂର୍ବ ପାକିସ୍ତାନୀ ସେନାବାହିନୀର କର୍ନେଲ ପାହ୍ୟାକୁ ଉଠି ପାରିଥିଲେ। କେବଳ ସେତିକି ନୁହେଁ ଏହି ସୈନ୍ୟବାହିନୀ ବଙ୍ଗାଳି-ମୁସଲମାନମାନଙ୍କୁ ଅତ୍ୟନ୍ତ ଘୃଣାପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲା। ସେଥି ଲାଗି ବା˚ଲାଦେଶ ଜନ୍ମ ଲାଭ କଲା ବେଳକୁ ସମ୍ଭବତଃ ଥିଲା ପୃଥିବୀର ସର୍ବାଧିକ ଦରିଦ୍ର ରାଷ୍ଟ୍ର। ଏଭଳି ଏକ ସ୍ଥିତିରେ ୧୯୭୦ ମସିହାର ସାଧାରଣ ନିର୍ବାଚନରେ ପୂର୍ବ ପାକିସ୍ତାନର ଶେଖ ମୁଜିବୁର ରହମନଙ୍କ ନେତୃତ୍ବରେ ଆଵାମି ଲିଗ୍‌ ଦ୍ବାରା ପଶ୍ଚିମ ପାକିସ୍ତାନର ‘ପାକିସ୍ତାନ ପିପୁଲସ ପାର୍ଟି’ ଦୟନୀୟ ଭାବେ ପରାଜିତ ହେବା ସହିତ ଯେତେବେଳେ କ୍ଷମତା କେନ୍ଦ୍ର ଇସଲାମାବାଦରୁ ଢାକ୍କାକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ସୃଷ୍ଟି ହେଲା, ସେତିକି ବେଳେ ପୂର୍ବ ପାକିସ୍ତାନର ସ୍ବପ୍ନକୁ ଚୂର୍ଣ୍ଣ କରିବା ଲାଗି ଇସଲାମାବାଦ ପକ୍ଷରୁ ଉଦ୍ୟମ ଆରମ୍ଭ କରାଗଲା। ସୁତରା˚, ଏହା ବିରୋଧରେ ପୂର୍ବ ପାକିସ୍ତାନର ପ୍ରତିବାଦକୁ ଏକ ଅତ୍ୟନ୍ତ ଦମନମୂଳକ ‘ଅପରେସନ୍‌ ସର୍ଚ୍ଚ ଲାଇଟ୍‌’ ଜରିଆରେ ନିଶ୍ଚିହ୍ନ କରିବାର ଉଦ୍ୟମ କରାଗଲା। ପାକିସ୍ତାନ ସେନା ଦ୍ବାରା କରାଯାଇଥିବା ଏହି ଅପରେସନରେ ଯେଉଁ ଅକଥନୀୟ ଅତ୍ୟାଚାର, ଗଣଦୁଷ୍କର୍ମ ଓ ବୀଭତ୍ସ ଗଣହତ୍ୟା ସ˚ଘଟିତ ହୋଇଥିଲା ତାର ଦ୍ବିତୀୟ ଉଦାହରଣ ବୋଧହୁଏ ପୃଥିବୀ ଇତିହାସରେ ନାହିଁ। ୧୯୭୧ ମସିହା, ମାର୍ଚ୍ଚ ୨୬ରେ ପ୍ରାରମ୍ଭ ହୋଇଥିବା ଏହି ବର୍ବର ଅପରେସନରେ ମାତ୍ର ନଅ ମାସ ଭିତରେ ୩ ନିୟୁତ ବା˚ଲାଦେଶୀ ପ୍ରାଣ ହରାଇଥିଲେ ଏବ˚ ୨ ଲକ୍ଷ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ସୁତରା˚, ତହିଁରୁ ରକ୍ଷା ପାଇବା ଲାଗି ବା˚ଲାଦେଶ ନାମକ ଏକ ସ୍ବତନ୍ତ୍ର ରାଷ୍ଟ୍ରର ସୃଷ୍ଟି ଅନିବାର୍ଯ୍ୟ ହୋଇ ଉଠିଥିଲା, ଯାହାକୁ ସାକାର କରିବା ଏକ ସମ୍ବେଦନଶୀଳ ପଡ଼ୋଶୀ ରାଷ୍ଟ୍ର ଭାବେ ଭାରତର ଏକ ନୈତିକ ଦାୟିତ୍ବ ଭାବେ ଆବିର୍ଭୂତ ହୋଇଥିଲା।

ଗଲା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବା˚ଲାଦେଶର ତିନି ବାହିନୀର ସୈନିକମାନଙ୍କ ପ୍ରତିନିଧିତ୍ବ ଦେଖିବାକୁ ମିଳିଛି। ୧୯୭୧ର ଯୁଦ୍ଧ ପୂର୍ବରୁ ଏହି ତିନି ବାହିନୀର ଅନେକ ସଦସ୍ୟ ଭାରତୀୟ ସେନା ଦ୍ବାରା ପ୍ରଶିକ୍ଷିତ ହୋଇଥିଲେ; ଏପରିକି ଭାରତୀୟ ସୈନ୍ୟବାହିନୀରେ ନିଯୁକ୍ତ ମଧୢ ହୋଇଥିଲେ। ସେମାନେ ହିଁ ବା˚ଲାଦେଶ ମୁକ୍ତି ସ˚ଗ୍ରାମରେ ଅପୂର୍ବ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ବା˚ଲାଦେଶର ଆକାଶ ବାହିନୀର ବୈମାନିକମାନେ ‘କିଲୋ ଫ୍ଲାଇଟ୍‌’ ଅଭିଯାନର ଅ˚ଶ ଭାବେ ଭାରତର ଦିମାପୁର ବିମାନ ଘାଟୀରୁ ସଫଳ ଆକ୍ରମଣ କରିଥିବା ବେଳେ ବା˚ଲାଦେଶ ନୌବାହିନୀ ‘ଅପରେସନ ଜ୍ୟାକପଟ୍‌’ ଜରିଆରେ ଶତ୍ରୁ ପକ୍ଷର ୨୬ଟି ଜାହାଜକୁ ବୁଡ଼ାଇ ଦେଇଥିଲେ। ସେହି ଯୁଦ୍ଧରେ ଭାରତ ନେତୃତ୍ବ ପ୍ରଦାନକାରୀ ପଥ ପ୍ରଦର୍ଶକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା।

ସ୍ବାଧୀନତା ପରେ ବା˚ଲାଦେଶ ଅତ୍ୟନ୍ତ ଦୟନୀୟ ଦାରିଦ୍ର୍ୟରୁ ଉଠି ବିଭିନ୍ନ କ୍ଷେତ୍ରରେ ସ˚ପ୍ରତି ଜାତିସ˚ଘ ଦ୍ବାରା ନିର୍ଦ୍ଧାରିତ ବିକାଶ ଲକ୍ଷ୍ୟ ସାଧନରେ ସଫଳ ହେବାରେ ଲାଗିଛି। ସେହି ଦିନ ଠାରୁ ଏହା ଭାରତର ଏକ ମିତ୍ର ରାଷ୍ଟ୍ର ରୂପେ ରହି ଆସିଛି; ଯଦିଓ ମଧୢବର୍ତ୍ତୀ କିଛି କାଳ ଲାଗି ସାମରିକ ବିଦ୍ରୋହ ଜନିତ ନେତୃତ୍ବ ପରିବର୍ତ୍ତନ ଘଟି ଭାରତ ପ୍ରତି ଏହା ଏକ ନକାରାତ୍ମକ ମନୋଭାବ ପୋଷଣ କରିଥିଲା। ଏହି ଦୁଇ ଦେଶ ମଧୢରେ ମୈତ୍ରୀର ଗଭୀରତା ବା˚ଲାଦେଶର ଭିତ୍ତିଭୂମିଗତ ବିକାଶ ଠାରୁ ଆରମ୍ଭ କରି କୋଭିଡ୍‌ ମୁକାବିଲା ଲାଗି ସେଠାରେ ଭ୍ୟାକ୍‌ସିନ ଉପଲବ୍‌ଧ ହେବା ପର୍ଯ୍ୟନ୍ତରେ ବିଭିନ୍ନ କ୍ଷେତ୍ରରେ ଭାରତର ମହତ୍ତ୍ବପୂର୍ଣ୍ଣ ଅବଦାନ ମାଧୢମରେ ପରିଦୃଷ୍ଟ। ୧୯୭୧ରେ ପଶ୍ଚିମ ପାକିସ୍ତାନ ଠାରୁ ବିଚ୍ଛିନ୍ନ ହେବା ସହିତ ବା˚ଲାଦେଶ ପାକିସ୍ତାନର ‘କାଶ୍ମୀର ଦଖଲ’ର ସର୍ବଗ୍ରାସୀ ମୋହରୁ ଦୂରେଇ ଯାଇଥିଲା। ଭାରତ ସହିତ ମିତ୍ରତା ରକ୍ଷା ପୂର୍ବକ ବା˚ଲାଦେଶ ନିଜ ରାଷ୍ଟ୍ରର ବିକାଶକୁ ତ୍ବରାନ୍ବିତ କରିବାରେ ଲାଗିଛି। ଅପର ପକ୍ଷରେ ତା’ ଠାରୁ ବିଚ୍ଛିନ୍ନ ହୋଇଥିବା ତତ୍କାଳୀନ ପ୍ରଭୁ ରାଷ୍ଟ୍ର ପାକିସ୍ତାନ ଅବାସ୍ତବ ‘କାଶ୍ମୀର ସ୍ବପ୍ନ’କୁ ଜୀବିତ ରଖି ଏବେ ଏକ ଭଗ୍ନ ସ୍ତୂପରେ ପରିଣତ। ଏବ˚ ବିଡ଼ମ୍ବନା ହେଲା, ବା˚ଲାଦେଶର ଅଭ୍ୟୁଦୟରୁ ପାକିସ୍ତାନ କିଛି ହେଲେ ଶିକ୍ଷା ଲାଭ କରିପାରିନାହିଁ।

ସମ୍ବନ୍ଧିତ ଖବର