କରୋନା ପାନ୍‌ଡେମିକ୍‌କୁ ବର୍ଷାଧିକ କାଳ ବିତି ଯାଇଥିଲେ ସୁଦ୍ଧା କୋଭିଡ୍‌-୧୯ ଭାଇରସ୍‌ର ଦୁର୍ବୋଧୢ ଚରିତ୍ର ଏବେ ସୁଦ୍ଧା ସ˚ପୂର୍ଣ୍ଣ ରହସ୍ୟମୁକ୍ତ ହୋଇ ପାରିନାହିଁ; ସେହିଭଳି ପ୍ରାଚୀନ କାଳରୁ ପୃଥିବୀ ଲାଗି ଏକ ରହସ୍ୟମୟ ଭୂଖଣ୍ତ ଭାବେ ପରିଚିତ ଭାରତ ମଧୢ କୋଭିଡ୍‌ ସ˚କ୍ରମଣ କାଳରେ ପ୍ରମାଣ କରିପାରିଛି ଯେ ତାର ଦୁର୍ବୋଧୢତା ଭେଦ କରିବା ମଧୢ କିଛି ସହଜସାଧୢ ବ୍ୟାପାର ନୁହେଁ। କାରଣ, ପାନ୍‌ଡେମିକ୍‌ର ପ୍ରାରମ୍ଭିକ କାଳରେ ଏହି ଭାଇରସ୍‌ର ସ˚କ୍ରମଣ ଓ ମାରକ କ୍ଷମତା ଦେଖି ବିଶ୍ବ ପ୍ରସିଦ୍ଧ ବୈଜ୍ଞାନିକ ଓ ଗବେଷକମାନେ ଭାରତ ସ˚ଦର୍ଭରେ ଯେଉଁ ଅତ୍ୟନ୍ତ ବିଭୀଷିକାମୟ ପୂର୍ବାନୁମାନ କରିଥିଲେ, ତାହା ପ୍ରାୟତଃ ଭ୍ରମାତ୍ମକ ସାବ୍ୟସ୍ତ ହେବା ଦେଖିବାକୁ ମିଳିଥିଲା। ସେହିଭଳି ସ˚ପ୍ରତି ଭାରତରେ କରୋନା ସ˚କ୍ରମଣର ହାରରେ ହଠାତ୍‌ ତୀକ୍ଷ୍‌ଣ ସ୍ଖଳନ ପରିଲକ୍ଷିତ ହେବା ସାରା ବିଶ୍ବର ବିଜ୍ଞାନୀମାନଙ୍କୁ ଚକିତ କରି ଦେବା ସହିତ ଏହାର କାରଣକୁ ଠଉରାଇବାରେ ସେମାନଙ୍କୁ ଅସମର୍ଥ କଲାଣି। ଉଲ୍ଲେଖଯୋଗ୍ୟ ଯେ ଗଲା ସେପ୍‌ଟେମ୍ବର ମାସରେ ଭାରତରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ଥିଲା ହାରାହାରି ୯୫ ହଜାରରୁ ଅଧିକ; ଅଥଚ ଏହାର ଚାରି ମାସ ପରେ ଅର୍ଥାତ୍‌ ଚଳିତ ଫେବ୍ରୁଆରିରେ ଏହି ସ˚ଖ୍ୟା ୮ ହଜାରରୁ ସାମାନ୍ୟ ଅଧିକରେ ସୀମିତ ରହିଛି। ଭାରତର ଜନସ˚ଖ୍ୟା ଦୃଷ୍ଟିରୁ ଏହି ସ˚କ୍ରମଣ ତାର ଶିଖରରେ ପହଞ୍ଚିବା ଲାଗି ଆହୁରି କିଛି କାଳ ବାକି ଅଛି ବୋଲି କୁହାଯାଉଥିବା ବେଳେ ସ˚କ୍ରମିତଙ୍କ ସ˚ଖ୍ୟାରେ ଏଭଳି ତୀକ୍ଷ୍‌ଣ ହ୍ରାସର କାରଣ କ’ଣ ହୋଇପାରେ ବୋଲି ବିଭିନ୍ନ ତତ୍ତ୍ବର ଅବତାରଣା କରାଯାଉଥିଲେ ମଧୢ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷ ଉପଲବ୍‌ଧ ହୋଇ ପାରିନାହିଁ। ଏହି ସ˚ଦର୍ଭରେ ଭାରତରେ ଯଥେଷ୍ଟ ସ˚ଖ୍ୟକ କୋଭିଡ୍‌ ଟେଷ୍ଟ୍ କରାଯାଉ ନ ଥିବା ବିଷୟରେ ଅଭିଯୋଗ ଶୁଣିବାକୁ ମିଳୁଥିଲେ ମଧୢ କରୋନା ହସ୍‌ପିଟାଲ ତଥା ଅନ୍ୟାନ୍ୟ ଡାକ୍ତରଖାନାଗୁଡ଼ିକରେ କରୋନା ଲକ୍ଷଣଧାରୀ ରୋଗୀଙ୍କ କ୍ଷୀଣ ଉପସ୍ଥିତି ଦର୍ଶାଇଥାଏ ଯେ ଉପରୋକ୍ତ ଧାରଣାରେ ବିଶେଷ ଦମ୍‌ ନାହିଁ।

Advertisment

ତେବେ ଏହାର କାରଣ ଅନ୍ବେଷଣ କରୁଥିବା ଗବେଷକଙ୍କ ଏକ ଦଳଙ୍କ ମତରେ ଭାରତରେ ଯୁବ ବର୍ଗଙ୍କ ଏକ ବିଶାଳ ସ˚ଖ୍ୟା( ଭାରତର ସମୁଦାୟ ଜନସ˚ଖ୍ୟାର ପ୍ରାୟ ଅର୍ଧେକ ଏବ˚ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ସର୍ବାଧିକ) ସମ୍ଭବତଃ ଲକ୍ଷଣବିହୀନ ରହି ଏହି ସ˚କ୍ରମଣକୁ ଦୃଶ୍ୟମାନ କରାଇ ନ ଦେବା ସହିତ ନିଜ ନିଜ ଶରୀରରେ ଆଣ୍ଟିବଡି ସୃଷ୍ଟି କରିପାରିଛନ୍ତି। ସେହିଭଳି ଗବେଷକଙ୍କ ଆଉ ଏକ ଦଳ କହିଥାଏ ଯେ ହାରାହାରି ୬୫ ବର୍ଷରୁ ଅଧିକ ବୟସ ବର୍ଗର ଜନସାଧାରଣ, ଯେଉଁମାନେ ପୃଥିବୀର ସବୁ ରାଷ୍ଟ୍ରରେ କରୋନା ସ˚କ୍ରମଣର ସର୍ବାଧିକ ଭୟାବହତାର ସମ୍ମୁଖୀନ ହୋଇଛନ୍ତି, ଭାରତରେ ଅପେକ୍ଷାକୃତ କମ୍‌ ସ˚ଖ୍ୟାରେ ଏହାର ଶିକାର ହୋଇଛନ୍ତି। ଏହାର କାରଣ ଭାରତୀୟମାନଙ୍କ ମଧୢରେ ୬୫ ବର୍ଷ ବୟସକୁ ଅତିକ୍ରମ କରିପାରିଥିବା ବ୍ୟକ୍ତିବିଶେଷ ପ୍ରାୟତଃ ସ୍ବଚ୍ଛଳ ଓ ସଚେତନ ବର୍ଗର ହୋଇଥିବାରୁ ସେମାନେ କରୋନା ସ˚କ୍ରମଣରୁ ରକ୍ଷା ପାଇବା ଲାଗି ଉପଯୁକ୍ତ ସତର୍କତା ଅବଲମ୍ବନ କରିଛନ୍ତି ଏବ˚ ସ˚କ୍ରମଣକୁ ଅଧିକ ସ୍ଫୀତ ହେବାକୁ ଦେଇ ନାହାନ୍ତି। ସେହିଭଳି ‘ନେସନାଲ କାଉନ୍‌ସିଲ୍‌ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚ‌୍‌’ ଦ୍ବାରା ଆୟୋଜିତ ଏକ ଟେଲିଫୋନ୍‌ ସର୍ବେକ୍ଷଣ ଆଧାରରେ ଏଭଳି ମତ ମଧୢ ପ୍ରକାଶ ପାଇଛି ଯେ ଭାରତୀୟମାନେ କରୋନା ସତର୍କତାମୂଳକ କଟକଣାକୁ ମାନିବା ଉପରେ ଗୁରୁତ୍ବ ପ୍ରଦାନ କରିଥିବାରୁ ସ˚କ୍ରମଣ ଏଭଳି ନିମ୍ନଗାମୀ ହୋଇଛି। ସେହି ଭଳି ଭାରତର ଜଳବାୟୁ (ଉଷ୍ମ-ଆର୍ଦ୍ର) କୋଭିଡ୍‌ ଭୂତାଣୁର ସ˚କ୍ରମଣ ଲାଗି ପ୍ରତିକୂଳ ହେଉଥିବା ବା ଭାରତରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଥିବା ଅଥବା ଶୈଶବରୁ ବିଭିନ୍ନ ପ୍ରକାର ଅପରିଚ୍ଛନ୍ନତା, ସ˚କ୍ରାମକ ରୋଗ ଓ ଟିକାକରଣ ମଧୢ ଦେଇ ଭାରତୀୟମାନେ ବଢ଼ିଥିବା କାରଣରୁ କୋଭିଡ୍‌ ଭାଇରସ୍‌ର ପ୍ରାଦୁର୍ଭାବ ଯେଉଁଭଳି ଭୟାବହ ହେବ ବୋଲି ଆଶଙ୍କା କରାଯାଉଥିଲା, ସେଭଳି ହୋଇନାହିଁ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି।

ଏହି ସ˚ଦର୍ଭରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଖବରକାଗଜ ‘ଫାଇନାନ୍‌ସିଆଲ ଟାଇମ୍‌ସ’ ପ୍ରଶ୍ନ କରିଛି ଯେ ଭାରତରେ କୋଭିଡ୍‌-୧୯ ଭୂତାଣୁ ଶକ୍ତିହୀନ ହୋଇ ପଡ଼ିଲାଣି କି? ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପୃଥିବୀକୁ କଲବଲ କରିଥିବା ସମସ୍ତ ‘ପାନ୍‌ଡେମିକ୍‌’ ତାର ମୁକାବିଲା ଲାଗି ଔଷଧ ବା ପ୍ରତିଷେଧକର ଅନୁପସ୍ଥିତି ସତ୍ତ୍ବେ ଅଚାନକ ଉଭେଇ ଯାଇଛନ୍ତି। ଏହାର କାରଣ ଭାଇରସ୍‌ ଶକ୍ତିହୀନ ହୋଇଯିବା। କୌତୂହଳର କଥା ଯେ ସ˚ପ୍ରତି ଆମ ଭିତରେ ମୃଦୁ ଜ୍ବର ଓ ଥଣ୍ତାର କାରଣ ହେଉଥିବା ଏଚ୍‌୧ଏନ୍‌୧ ଭୂତାଣୁଟି ପ୍ରକୃତରେ ହେଉଛି ଆଜିକୁ ପ୍ରାୟ ଶହେ ବର୍ଷ ତଳେ ଅର୍ଥାତ୍‌ ୧୯୧୮ ମସିହାରେ ୫ କୋଟି ଲୋକଙ୍କ ପ୍ରାଣ ନେଇଥିବା ‘ସ୍ପାନିସ ଫ୍ଲୁ’ ଭାଇରସ୍‌ର ଏକ ଅତ୍ୟନ୍ତ ଦୁର୍ବଳ ରୂପ। ‘ଫାଇନାନ୍‌ସିଆଲ ଟାଇମ୍‌ସ’ ପତ୍ରିକା ଏଭଳି ପ୍ରଶ୍ନ କରିବାର କାରଣ ହେଲା ଅକ୍ଟୋବର ମାସରୁ ବିଭିନ୍ନ ପୂଜୋତ୍ସବ ହେତୁ ଭାରତରେ ପ୍ରବଳ ଜନସମାଗମ, ବିହାରରେ ଏକ ନିର୍ବାଚନ କାରଣରୁ ପ୍ରଚାର ଜନିତ ଘନଘଟା ଏବଂ ଦିଲ୍ଲୀର ଦ୍ବାର ଦେଶରେ ଦୁଇ ମାସରୁ ଅଧିକ କାଳ ଧରି ଚାଲି ଥିବା ଏକ ଆନ୍ଦୋଳନରେ ହଜାର ହଜାର କୃଷକଙ୍କ ଉପସ୍ଥିତି ସତ୍ତ୍ବେ କରୋନା ସ˚କ୍ରମଣର ଗ୍ରାଫ୍‌ ନିମ୍ନମୁଖୀ ହୋଇ ଚାଲିଛି। ଅପର ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରେ ସେଠାରେ କରୋନା ସ˚କ୍ରମଣର ଭୟାବହତା ଭୀଷଣ ରୂପ ଧାରଣ କରିଥିଲା।

ଅବଶ୍ୟ, ଏହାର ଅର୍ଥ ଏହା ନୁହେଁ ଯେ ଭାରତରେ କରୋନା ସ˚କ୍ରମଣର ଦ୍ବିତୀୟ ତରଙ୍ଗର ଆଶଙ୍କା ନାହିଁ। କାରଣ ବ୍ରାଜିଲର ମାନାଉସ ସହରବାସୀଙ୍କ ଠାରେ କରୋନା ଆଣ୍ଟିବଡି ରହିଥିବା ସତ୍ତ୍ବେ ସେଠାରେ କରୋନା ସ˚କ୍ରମଣରେ ପୁନର୍ବାର ବୃଦ୍ଧି ଘଟି ଏହା ମନେ ପକାଇ ଦେଇଛି ଯେ ଏହି ଭୂତାଣୁର ଚରିତ୍ର ଏବେ ବି ଦୁର୍ବୋଧୢ; ସୁତରା˚, ଏହାକୁ ହେୟ ମଣିବା ଏକ ନିର୍ବୋଧତା ମାତ୍ର। ତେବେ ସ˚ପ୍ରତି ଭାରତରେ ପ୍ରତିଷେଧକର ଉପଲବ୍‌ଧତା ମଧ୍ୟ ଏକ ସାନ୍ତ୍ବନା ରୂପେ ଆବିର୍ଭୂତ ହୋଇପାରିଛି।

ଏ ସନ୍ଦର୍ଭରେ ଚୀନ୍‌ର ଦୁଇ ଜଣ ପ୍ରସିଦ୍ଧ ପ୍ରାଚୀନ ଦାର୍ଶନିକଙ୍କ କଥା ସ୍ମରଣଯୋଗ୍ୟ। ସେମାନେ ହେଲେ କନ୍‌ଫୁସିଅସ୍‌ ଓ ଲାଓତ୍‌ ସୁ। ଏହି ଦୁହିଁଙ୍କ ମଧୢରୁ କନ୍‌ଫୁସିଅସଙ୍କ ଚିନ୍ତନ ମାନବ ସମାଜକୁ ଅଧିକ ପ୍ରଭାବିତ କରିଥିଲା। ପ୍ରକୃତି ଉପରେ ମନୁଷ୍ୟର ବିଜୟ ଲାଭ କରିବାକୁ ପ୍ରଗତି ବୋଲି ଅଭିହିତ କରାଯିବାର ଧାରଣାଟି କନ୍‌ଫୁସିଅସଙ୍କ ଚିନ୍ତନ ଉପରେ ଅଧିଷ୍ଠିତ। ସୁତରା˚, ରୋଗ ଉପରେ ବିଜୟ ଲାଭ କରିବା ଲାଗି ଔଷଧର ଉପଯୋଗ, ଯାହା ଚିକିତ୍ସା ବିଜ୍ଞାନର ମୂଳପିଣ୍ତ କନ୍‌ଫୁସିଅସଙ୍କ ଦର୍ଶନ ଉପରେ ପର୍ଯ୍ୟବସିତ। କିନ୍ତୁ ଲାଓତ୍‌ ସୁଙ୍କ ମତ ଥିଲା ଭିନ୍ନ, ଯାହା ମନୁଷ୍ୟକୁ ପ୍ରକୃତିର ସନ୍ତାନ ଭାବେ ବଞ୍ଚିବା ଉପରେ ଗୁରୁତ୍ବ ପ୍ରଦାନ କରୁଥିଲା। ତେଣୁ ତାଙ୍କ ଚିନ୍ତନ ରୋଗରୁ ଆରୋଗ୍ୟ ଲାଭ କରିବା ତୁଳନାରେ ନିରୋଗ ରହିବା ଉପରେ ଅଧିକ ଗୁରୁତ୍ବ ଆରୋପ କରିଥାଏ। ଶରୀରକୁ ରୋଗ ସୃଷ୍ଟିକାରୀ ଜୀବାଣୁଙ୍କ ବିରୋଧରେ ଏକ ଦୁର୍ଭେଦ୍ୟ ଦୁର୍ଗରେ ପରିଣତ କରିବା ବିଷୟରେ ସେ କହୁଥିଲେ। ସେହି ଦୃଷ୍ଟିରୁ ବିଚାର କଲେ ପ୍ରତୀତ ହୁଏ ଯେ ୧୩୦ କୋଟି ଜନସ˚ଖ୍ୟା ବିଶିଷ୍ଟ ଭାରତ ଭଳି ଏକ ରାଷ୍ଟ୍ର ଯହିଁରେ ସ୍ବାସ୍ଥ୍ୟ ଓ ଚିକିତ୍ସା ସେବାର ସ୍ଥିତି ଅତ୍ୟନ୍ତ ଦୟନୀୟ, ସେଠାରେ ଏହି ‘ପାନ୍‌ଡେମିକ୍‌’ ନାହିଁ ନ ଥିବା ସ୍ଥିତି (ଯେମିତି ଆମେରିକା ବା ଇ˚ଲାଣ୍ତ ଭଳି ଧନୀ ଓ ଅତି ବିକଶିତ ସ୍ବାସ୍ଥ୍ୟ ସେବା ସୁବିଧା ସ˚ପନ୍ନ ଦେଶରେ ଦେଖା ଦେଇଛି) ସୃଷ୍ଟି କରି ପାରି ନ ଥିବା ସମ୍ଭବତଃ ପ୍ରମାଣ କରୁଛି ଯେ ଭାରତୀୟମାନେ ଲାଓତ୍‌ ସୁଙ୍କ ଶିଷ୍ୟ।