୧୯୯୩ ମସିହାରେ ପ୍ରକାଶିତ ପୁସ୍ତକ ‘ଏ ଡ୍ୟାନ୍ସିଙ୍ଗ ମାଟ୍ରିକ୍ସ’ ଲାଗି ଗବେଷଣା କରୁଥିବା ବେଳେ ୧୯୯୦ ମସିହାରେ ଏହାର ଲେଖିକା ରବିନ ମାର˚ଜ ହେନିଗ ଜଣେ ତରୁଣ ଭୂତାଣୁ ଗବେଷକଙ୍କ ଅଧୢୟନର ସ˚ସ୍ପର୍ଶରେ ଆସିଲେ। ସେହି ବୈଜ୍ଞାନିକଙ୍କ ନାମ ଥିଲା ଷ୍ଟିଫେନ ମୋର୍ସ ଏବ˚ ସେ ଏକ ପୂର୍ବାନୁମାନ କରିଥିଲେ ଯେ ଆଗାମୀ ଦିନରେ ଆମ ଗ୍ରହଟି ଭୂତାଣୁଜନିତ ପାନ୍ଡେମିକ୍ର ଶିକାର ହୋଇ ଚାଲିବ। ମୋର୍ସଙ୍କ ଏଭଳି ଧାରଣା ପଛରେ ଥିଲା ପୃଥିବୀରେ ଏକା ସାଙ୍ଗରେ ସ˚ଘଟିତ ହୋଇ ଚାଲିଥିବା କିଛି ଘଟଣା; ଯେମିତି କି ଜଳବାୟୁ ପରିବର୍ତ୍ତନ, ବ୍ୟାପକ ସହରୀକରଣ, ଦେଶ-ଦେଶାନ୍ତର ଅବାଧ ଜନ ସମାଗମ ଏବ˚ ଖାଦ୍ୟ ଭାବେ ହେଉ ବା ବାସସ୍ଥାନ ଭାବେ ହେଉ ଜଙ୍ଗଲୀ ପ୍ରାଣୀଙ୍କ ସହିତ ମଣିଷର ନିକଟତ୍ବ ବୃଦ୍ଧି। ରବିନଙ୍କ ପୁସ୍ତକରେ ମୋର୍ସ ଜଣେ ମୁଖ୍ୟ ଚରିତ୍ର ରୂପେ ଅବତୀର୍ଣ୍ଣ ହୋଇଛନ୍ତି। ସୁତରା˚, ଯେତେବେଳେ ୨୦୨୦ର ଆଦ୍ୟ ଭାଗରେ ସତକୁ ସତ ଏକ ଭୟାବହ ପାନ୍ଡେମିକ୍ର ଆବିର୍ଭାବ ଘଟି ସାରା ପୃଥିବୀକୁ ତାଲାବନ୍ଦୀ କରିଦେଲା, ସେତିକି ବେଳେ ସସ୍ତ୍ରୀକ ‘ସେଲ୍ଫ-କ୍ବାରାଣ୍ଟାଇନ୍’ ବା ଏକାନ୍ତବାସରେ ଥିବା ଷ୍ଟିଫେନ ମୋର୍ସଙ୍କୁ ଫୋନ୍ କରି ରବିନ ଏ ସମ୍ବନ୍ଧରେ ବାର୍ତ୍ତାଳାପ କରନ୍ତେ ମୋର୍ସ ମହାଶୟ ଏକ ପ୍ରାଜ୍ଞ ବାକ୍ୟ ଛଳରେ କହିଥିଲେ ଯେ ‘ମଣିଷର ସବୁଠାରୁ ବଡ଼ ଭୁଲ ହେଉଛି ଠିକଣା ସମୟ ଆସିବା ପୂର୍ବରୁ ଠିକ କଥାଟିଏ କହିଦେବା।’ ତାଙ୍କର ଏଭଳି ମନ୍ତବ୍ୟର ତାତ୍ପର୍ଯ୍ୟ ଥିଲା ଯେ ଆସନ୍ନ ପାନ୍ଡେମିକ୍ର ଚିନ୍ତା ପ୍ରକଟ କରି ତିନି ଦଶନ୍ଧି ପୂର୍ବରୁ ଚେତାବନୀ ପ୍ରଦାନ କରାଯାଇଥିବା ସତ୍ତ୍ବେ ପୃଥିବୀବାସୀ ଆଦୌ ସଚେତନ ହୋଇ ନାହାନ୍ତି। ପୁଣି ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଏହି ତିନି ଦଶକ ମଧୢରେ ଅନ୍ତତଃ ଚାରିଟି ସ˚କ୍ରମଣ ଗୋଟିଏ ଭୟାବହ ଗୋଟିଏ ପାନ୍ଡେମିକ୍ରେ ପରିଣତ ହେବାର ସମ୍ଭାବନା ବହନ କରିଥିଲେ ସୁଦ୍ଧା ଅଳ୍ପକେ ସେଭଳି ହେବାରୁ ଅଟକି ଯାଇଛନ୍ତି ସିନା, ମାନବର ଚୈତନ୍ୟ ଉଦୟରେ ସହାୟକ ହୋଇପାରି ନାହାନ୍ତି। ଏହି ପରିପ୍ରେକ୍ଷୀରେ ସ୍ବୟ˚ ରବିନ କହିଥାଆନ୍ତି ଯେ ‘ଏ ଡ୍ୟାନ୍ସିଙ୍ଗ ମାଟ୍ରିକ୍ସ’ ପୁସ୍ତକର ଉପକ୍ରମଣିକାରେ ସ୍ଥାନିତ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଜୋସୁଆ ଲାଡେରବର୍ଗଙ୍କ ଏକ ବାକ୍ୟ ତାଙ୍କୁ ମଧୢ ସେହି ସମୟରେ ଅନାବଶ୍ୟକ ଭାବେ ନାଟକୀୟ ଲାଗିଥିଲା, ଯାହା କହିଥିଲା ଯେ ‘ଏହି ଗ୍ରହ ଉପରେ ମାନବର ନିରବଚ୍ଛିନ୍ନ ଆଧିପତ୍ୟକୁ କେବଳ ଭାଇରସ୍ ହିଁ ରୋକି ପାରିବ।’ କହିବା ବାହୁଲ୍ୟ ଯେ ଏଭଳି ବାକ୍ୟଗୁଡ଼ିକ ଯେ ବଳିଷ୍ଠ ଭବିଷ୍ୟବାଣୀ ପର୍ଯ୍ୟାୟର ଥିଲେ, ତାହା ସ˚ପ୍ରତି କରୋନା ପାନ୍ଡେମିକ୍ର ଘନଘଟା କାଳରେ ହୃଦୟଙ୍ଗମ କରିହୁଏ। କେବଳ ସେତିକି ନୁହେଁ, ସ˚ପ୍ରତି ଭାରତରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟାରେ ଅଚାନକ ବୃଦ୍ଧି ଘଟି ଦ୍ବିତୀୟ ତରଙ୍ଗର ଆଶଙ୍କା ଉଜ୍ଜୀବିତ ହୋଇଥିବା ବେଳେ ଆମ ଆଚରଣ ନେଇ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ମଧ୍ୟ ସୃଷ୍ଟି ହୋଇଥାଏ।
ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ପାନ୍ଡେମିକ୍ଗୁଡ଼ିକ ସୃଷ୍ଟି ହେବା ନେଇ ଷ୍ଟିଫେନ ମୋର୍ସ ଯେଉଁ କାରଣମାନ ପ୍ରଦାନ କରିଥିଲେ, ତା’ ମଧୢରେ ଗୋଟିଏ କାରଣ ତାର ସମସ୍ତ ଯୋଗ୍ୟତା ସତ୍ତ୍ବେ ସ୍ଥାନ ପାଇ ନ ଥିଲା; ଯାହା ହେଉଛି ମନୁଷ୍ୟର ଅହମିକାଜନିତ ମୂଢ଼ତା। ଏକ ଅତ୍ୟନ୍ତ ଅବାସ୍ତବ ପରିକଳ୍ପନା ହୋଇଥିଲେ ସୁଦ୍ଧା ଜଣେ ଯଦି କହେ ଯେ ପୃଥିବୀର ସମସ୍ତ ମନୁଷ୍ୟ ମାତ୍ର ୧୪ ଦିନ ସକାଶେ କଠୋରତମ ‘ଏକାନ୍ତ ବାସ’ ବା ‘ସାମାଜିକ ଦୂରତ୍ବ’ ଭଳି ସତର୍କତା ଅବଲମ୍ବନ କରିଥିଲେ କରୋନା ସ˚କ୍ରମଣ ସ˚ପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇ ଯାଇଥାଆନ୍ତା; ତେବେ ସେ ଆଦୌ ଭୁଲ ସାବ୍ୟସ୍ତ ହୁଅନ୍ତା ନାହିଁ। କିନ୍ତୁ ସେଭଳି ଏକ ଅତ୍ୟନ୍ତ ଆଦର୍ଶ ସ୍ଥାନୀୟ ସ୍ଥିତି ଦୂରେ ଥାଉ, ସ˚କ୍ରମଣର ପ୍ରାରମ୍ଭିକ କାଳରେ ଯଦି ମାନବ ସମାଜ ଭାଇରସ୍ର ସାମର୍ଥ୍ୟକୁ ହେୟ ନ ମଣି ସତର୍କତା ପାଳନ ପ୍ରତି ସାଧ୍ୟ ମୁତାବକ ନିଷ୍ଠା ପ୍ରଦର୍ଶନ କରିଥାଆନ୍ତା, ତେବେ ହୁଏ’ତ ସ୍ଥିତି ଏଭଳି ହୁଅନ୍ତା ନାହିଁ, ଯେଉଁଭଳି ବର୍ତ୍ତମାନ ହୋଇଛି। ଏକ ଅତ୍ୟନ୍ତ ପରିଚ୍ଛନ୍ନ ରାଷ୍ଟ୍ର ରୂପକ ଆତ୍ମ ପ୍ରବଞ୍ଚନାମୂଳକ ଅହମିକା ଚୀନ୍କୁ ଏହି ଭୂତାଣୁ ସ˚କ୍ରମଣକୁ ଗୋପନୀୟ କରି ରଖିବାକୁ ପ୍ରରୋଚିତ କରିଥିଲା, ଯାହା ଏକ ପାନ୍ଡେମିକ୍ ଲାଗି ଭୂମିକା ପ୍ରସ୍ତୁତ କରିଥିଲା। ତା’ ପରେ ବିଶ୍ବ ସମୁଦାୟର ମାର୍ଗ ଦର୍ଶକ ରୂପେ ଆତ୍ମ-ସ୍ବୀକୃତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ବାରା ଏହି ଭୂତାଣୁକୁ ତୁଚ୍ଛ ମଣିବାର ଅହମିକା ସ˚କ୍ରମଣର ଭୟାବହତାକୁ ବହୁଗୁଣିତ କରିବା ସହିତ ଏହାକୁ ପୃଥିବୀର ସମସ୍ତ ଅଞ୍ଚଳରେ ଅନୁପ୍ରବେଶ କରିବାରେ ସହାୟକ ହୋଇଥିଲା। ସୁତରା˚, ବିଶେଷଜ୍ଞମାନେ ଏବେ କହୁଥିବା ଶୁଣିବାକୁ ମିଳୁଛି ଯେ ପ୍ରାୟ ଦଶଟି ଭ୍ୟାକ୍ସିନ ବିକଶିତ ହୋଇ ପୃଥିବୀବାସୀଙ୍କ ଲାଗି ଉପଲବ୍ଧ ହୋଇଥିଲେ ସୁଦ୍ଧା ଯେ ପର୍ଯ୍ୟନ୍ତ ଭୂତାଣୁ ନିଜେ ଇଚ୍ଛା ନ କରିଛି, ପୃଥିବୀ କରୋନାଶୂନ୍ୟ ହେବାର ଆଶା ନାହିଁ; କାରଣ ମନୁଷ୍ୟ ଦ୍ବାରା ତାର ଅହମିକାଜନିତ ମୂଢ଼ତା ଓ ତଜ୍ଜନିତ ଅପରିଣାମଦର୍ଶୀ ନିଷ୍ପତ୍ତି ପରିତ୍ୟଜ୍ୟ ହେବାର କୌଣସି ସମ୍ଭାବନା ଦିଶୁନାହିଁ।
ଏହି ସ˚ଦର୍ଭରେ ଭାରତରେ ପୁନର୍ବାର କରୋନା ସ˚କ୍ରମଣରେ ବୃଦ୍ଧି ଘଟିବା ସ୍ବାଭାବିକ ଭାବେ ଉଦ୍ବେଗ ସୃଷ୍ଟି କରିଥାଏ। କହିବା ନିଷ୍ପ୍ରୟୋଜନ ଯେ ୧୩୦ କୋଟି ଜନସ˚ଖ୍ୟା ବିଶିଷ୍ଟ ଭାରତରେ କୋଭିଡ୍ ମୃତ୍ୟୁ ହାର ଏକ ନିୟୁତ ଜନସ˚ଖ୍ୟାରେ ମାତ୍ର ୧୧୩ରେ ସୀମିତ ରହିବା ପୃଥିବୀର ବିକଶିତ ରାଷ୍ଟ୍ରଙ୍କ ଲାଗି ଯେତିକି ବିସ୍ମୟର କାରଣ ହୋଇଛି, ଭାରତର ଦୁର୍ବଳ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ସତ୍ତ୍ବେ ଲଗାତାର ଦେଢ଼ ମାସ ଧରି ସ˚କ୍ରମିତଙ୍କ ସ˚ଖ୍ୟାରେ ଆଶ୍ଚର୍ଯ୍ୟଜନକ ହ୍ରାସ ସେହିଭଳି ରହସ୍ୟାବୃତ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ‘ଵାଲ ଷ୍ଟ୍ରିଟ୍ ଜର୍ନାଲ’ରେ ପ୍ରକାଶିତ ହୋଇଥିବା ଏକ ନିବନ୍ଧ ପ୍ରଣିଧାନଯୋଗ୍ୟ, ଯହିଁରେ କୁହାଯାଇଛି ଯେ ମାସ୍କ ପରିଧାନ ଭଳି ଅତ୍ୟନ୍ତ ମୌଳିକ ସତର୍କତାମୂଳକ ନିୟମକୁ ଭାରତୀୟମାନେ ପାଳନ କରିଥିବାରୁ ଭାରତ ଏଭଳି ଏକ ସନ୍ତୋଷଜନକ ସ୍ଥିତିରେ ରହି ପାରିଛି। ଯଦି ‘ଵାଲ ଷ୍ଟ୍ରିଟ୍ ଜର୍ନାଲ’ର ଉପରୋକ୍ତ ଅନୁଧୢାନ ସତ ହୋଇଥାଏ, ତେବେ ପ୍ରଶ୍ନ କରାଯାଇ ପାରିବ କି ଯେ ଏହି ତିନି ଚାରି ଦିନ ଭିତରେ ଭାରତର ପାଞ୍ଚଟି ରାଜ୍ୟରେ ସ˚କ୍ରମିତଙ୍କ ସ˚ଖ୍ୟାରେ ଅଚାନକ ବୃଦ୍ଧି ପଛରେ ରହିଛି ଭୂତାଣୁର ପ୍ରଭାବକୁ ହେୟ ମଣି ସତର୍କତା ପାଳନ ନ କରିବା ଭଳି ଆଭିମୁଖ୍ୟ?
ତେବେ ଏଭଳି ସ୍ଥିତି ଆମ ଦେଶରେ କରୋନା ସ˚କ୍ରମଣର ଦ୍ବିତୀୟ ତରଙ୍ଗ ନେଇ ଭୀତି ସ˚ଚାର କରିଛି। କିନ୍ତୁ ବିଡ଼ମ୍ବନା ହେଲା, ଏହା ପଛରେ ଥିବା ଏକ ବଡ଼ କାରଣ ହେଉଛି ବିଗତ କିଛି ଦିନ ଧରି ବ୍ୟାପକ ହୋଇ ଚାଲିଥିବା ଏକ ଧାରଣା ଯେ ‘କରୋନା ଗତାୟୁ’ ଏବ˚ ତହିଁରୁ ସୃଷ୍ଟ କରୋନା ନିୟମ ପାଳନ ପ୍ରତି ହେୟ ମନୋଭାବ। କେବଳ ଜନସାଧାରଣ ନୁହନ୍ତି, କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାରଗୁଡ଼ିକ ମଧୢ କୋଭିଡ୍-୧୯ ଭୂତାଣୁକୁ ପ୍ରଭାବଶୂନ୍ୟ ବୋଲି ମନେ କରିବାର ତ୍ରୁଟି ପ୍ରଦର୍ଶନ କରିଛନ୍ତି। ତେଣୁ କରୋନା ସତର୍କତାର ଅନୁପାଳନ ଗୁରୁତ୍ବ ହରାଇବା ଭଳି ମନେ ହେଉଛି। ସେହିଭଳି ସରକାରଙ୍କ ନିଷ୍ପତ୍ତି କ୍ରମେ ମୁମ୍ବାଇରେ ଲୋକାଲ ଟ୍ରେନ୍କୁ ଆ˚ଶିକ ରୂପେ ଚଳାଇବା ହେଉ ଅଥବା ବିଭିନ୍ନ ରାଜ୍ୟରେ ସ୍କୁଲ୍ ଓ କଲେଜମାନ ଖୋଲି ଦିଆଯିବା ହେଉ; ପଦକ୍ଷେପମାନ ଯେ କ୍ଷତିକର ଧୈର୍ଯ୍ୟହୀନତାର ପ୍ରମାଣ ତାହା କହିବା ବାହୁଲ୍ୟ ମାତ୍ର। ପାନ୍ଡେମିକ୍ଜନିତ ଅର୍ଥନୈତିକ ବିପର୍ଯ୍ୟୟ କାଳରେ ‘ଅନଲକ୍’ ପ୍ରକ୍ରିୟା, ତାର ସମସ୍ତ ଆକର୍ଷଣ ସତ୍ତ୍ବେ ଅତ୍ୟନ୍ତ ସ୍ଥିର ଚିତ୍ତ ଓ ଦୂରଦୃଷ୍ଟିସ˚ପନ୍ନ ହେବା ଜରୁରୀ। କରୋନା ସ˚କ୍ରମଣର ମୁକାବିଲାରେ ଆମ ଜନସାଧାରଣଙ୍କ ସହିତ ଆମ ଦେଶ ତଥା ରାଜ୍ୟ ସରକାର ଊଣାଅଧିକେ ପ୍ରାୟ ବର୍ଷେ କାଳ ଧରି ଦୃଢ଼ତା ପ୍ରଦର୍ଶନ କରି ଆସିଛନ୍ତି। କରୋନାରୁ ମୁକ୍ତ ହେବା ଲାଗି ସେହି ଦୃଢ଼ତା ଅଧିକ କାଳ ବଳବତ୍ତର ରହିବା ଏକାନ୍ତ ଜରୁରୀ। ମନେ ରହିବା ଉଚିତ ଯେ ବାର ବର୍ଷର କଠୋର ତପସ୍ୟାକୁ ଅନେକ ସମୟରେ ଶୁଖୁଆ ପୋଡ଼ା ଭଳି ଆକର୍ଷଣ ଭ୍ରଷ୍ଟ କରିଦେଇପାରେ।