ଅଦୃଶ୍ୟ ଉପସ୍ଥିତି

ଆଜକୁ ଚାରି ବା ପାଞ୍ଚ ଦଶକ ତଳେ ଯେଉଁମାନେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ‘ଜଣେ କୃଷକର ଆତ୍ମକାହାଣୀ’ ଶୀର୍ଷକ ପ୍ରବନ୍ଧ ଲେଖିଥିବେ, ସେମାନେ ଆଜି ମନେ ପକାଇ ପାରିବେ ଯେ ତହିଁରେ ଯେଉଁ ନାରୀଙ୍କ ବାବଦରେ ଧାଡ଼ିଏ ବା ଅତି ବେଶୀରେ ଦୁଇ ଧାଡ଼ିର ବର୍ଣ୍ଣନା ସ୍ଥାନ ପାଉଥିଲା, ସେ ଥିଲେ ଆତ୍ମକାହାଣୀର ନାୟକ କୃଷକଙ୍କର ଧର୍ମ ପତ୍ନୀ, ଯାହାଙ୍କ ଭୂମିକା ଥିଲା ଗଳଦ୍‌ଘର୍ମ ହୋଇ କୃଷି କାର୍ଯ୍ୟ କରୁଥିବା ତାଙ୍କ ସ୍ବାମୀଙ୍କ ଲାଗି ମଧୢାହ୍ନ ଭୋଜନ ଆଣି ପହଞ୍ଚାଇବା। ଗଲା ଶତାବ୍ଦୀର ଅଷ୍ଟମ ଦଶକରେ ଏଭଳି ଆତ୍ମକାହାଣୀ ରଚନା କରାଯାଉଥିବା ବେଳେ ମଧୢ ୯ ପ୍ରତିଶତ ମହିଳା କୃଷି କ୍ଷେତ୍ରରେ ନିୟୋଜିତ ହେଉଥିଲେ, ଅଥଚ ସେମାନେ ଅଦୃଶ୍ୟ ପ୍ରାୟ ଥିଲେ। ବର୍ତ୍ତମାନ ଭାରତୀୟ କୃଷି କ୍ଷେତ୍ରରେ ମହିଳାଙ୍କ ଅ˚ଶଗ୍ରହଣର ହାରରେ ଏକ ବିରାଟ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି; କିନ୍ତୁ ଏବେ ବି ବିଦ୍ୟାଳୟରେ ‘କୃଷକର ଆତ୍ମକାହାଣୀ’ ରଚନା କରାଯିବା ବେଳେ କୃଷକଙ୍କ ଧର୍ମପତ୍ନୀଙ୍କ ସକାଶେ ପୂର୍ବବତ୍‌ ସେହିଭଳି ଦୁଇ ଧାଡ଼ିର ବର୍ଣ୍ଣନା ସ୍ଥାନ ପାଇଥାଏ; ଯାହା ସୂଚନା ଦେଇଥାଏ ଯେ କୃଷି କ୍ଷେତ୍ରରେ ନାରୀମାନଙ୍କ ବିଶାଳ ଉପସ୍ଥିତି ସତ୍ତ୍ବେ ଏ ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କ୍ଷେତ୍ରରେ ବସ୍ତୁତଃ ଅଦୃଶ୍ୟପ୍ରାୟ ହୋଇ ରହିଛନ୍ତି। ସ˚ପ୍ରତି ଦିଲ୍ଲୀ ଠାରେ ଜାରି ରହିଥିବା କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ କୃଷି କ୍ଷେତ୍ରରେ ନାରୀମାନଙ୍କ କ୍ରମ ବର୍ଦ୍ଧିଷ୍ଣୁ ଅ˚ଶଗ୍ରହଣ ବିଷୟ ଯଦିଓ କେତେକ ଆଲୋଚନାରେ ସ୍ଥାନ ପାଉଛି; ଆନ୍ତର୍ଜାତିକ ଖ୍ୟାତିସ˚ପନ୍ନ ପତ୍ରିକା ‘ଟାଇମ’ରେ ଏହି ଆନ୍ଦୋଳନ ବାବଦରେ ପ୍ରକାଶିତ ଏକ ରିପୋର୍ଟରେ କେତେକ ମହିଳା ଚାଷୀ ଯଦିଓ ଏହି ପ୍ରଶ୍ନ କରିଥିବା ପଢ଼ିବାକୁ ମିଳିଛି – ‘ଆମେ ଯଦି ଚାଷୀ ନୋହୁଁ, ତେବେ ଆମେମାନେ କ’ଣ?’; ତଥାପି ସେମାନଙ୍କ ଅବଦାନ ଯେତିକି ଗୁରୁତ୍ବ ଲାଭ କରିବା କଥା, ତାହା ଯେ କରି ପାରିନାହିଁ, ଏହା କହିବା ବାହୁଲ୍ୟ ମାତ୍ର। ସେହି କାରଣରୁ ହୁଏ’ତ ଗଲା ମାର୍ଚ୍ଚ ୮ ତାରିଖରେ ବିଶ୍ବ ମହିଳା ଦିବସ ପାଳନ ଅବସରରେ ଏ ବାବଦରେ ବିଶେଷ ଚର୍ଚ୍ଚା ଗଣମାଧୢମରେ ଦେଖିବାକୁ ମିଳି ନ ଥିଲା। ତେଣୁ ଏହି ପ୍ରସଙ୍ଗ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

୨୦୧୧ ଜନଗଣନା ଆଧାରରେ ପ୍ରସ୍ତୁତ ଏକ ଆକଳନରୁ ଜଣାପଡ଼ିଛି ଯେ ସେହି ସମୟରେ ୪୮୧ ନିୟୁତ ଭାରତୀୟ ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ନିୟୋଜିତ ଥିଲେ, ଯହିଁରୁ ୧୫୦ ନିୟୁତ ଥିଲେ ମହିଳା ଅର୍ଥାତ୍‌ ୩୧ ପ୍ରତିଶତ। ଏହା ପୂର୍ବର ଜନ ଗଣନା ବେଳେ ଏହି ହାର ଥିଲା ୧୪ ପ୍ରତିଶତ। ସୁତରାଂ, କ୍ରମାଗତ ଭାବେ କର୍ମଜୀବୀ ମହିଳାଙ୍କ ସ˚ଖ୍ୟାାରେ ବୃଦ୍ଧି ଘଟି ଚାଲିଛି; କିନ୍ତୁ ଏ ସ˚ଦର୍ଭରେ ଯାହା ପାଠକପାଠିକାମାନଙ୍କୁ ଚମକାଇ ଦେବାର ସାମର୍ଥ୍ୟ ରଖିଥାଏ, ତାହା ହେଲା ଏହି କର୍ମଜୀବୀ ମହିଳାଙ୍କ ମଧୢରୁ କୃଷି କ୍ଷେତ୍ରରେ ନିୟୋଜିତ ମହିଳାଙ୍କ ଭାଗ; ଯାହା ୨୦୧୮-୧୯ର ଏକ ତଥ୍ୟ ଅନୁଯାୟୀ ସମୁଦାୟ ମହିଳା ଶ୍ରମ ଶକ୍ତିର ପ୍ରାୟ ୭୫ ପ୍ରତିଶତ। (ମାନୁଫାକ୍‌ଚରି˚ କ୍ଷେତ୍ରରେ ଏହା ୯ ପ୍ରତିଶତ, କନଷ୍ଟ୍ରକସନ କ୍ଷେତ୍ରରେ ୬ ପ୍ରତିଶତ ଏବ˚ ହସପିଟାଲିଟି କ୍ଷେତ୍ରରେ ୪ ପ୍ରତିଶତ) ୨୦୧୧ ମସିହା ବେଳକୁ ୮୫ ନିୟୁତ ମହିଳା କେବଳ ଭାରତୀୟ କୃଷି କ୍ଷେତ୍ରରେ ନିୟୋଜିତ ଥିଲେ, ଯାହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ପଶୁପାଳନ କ୍ଷେତ୍ରରେ ମଧୢ ମହିଳାଙ୍କ ଅ˚ଶଗ୍ରହଣରେ ବିଶେଷ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି, ଯେମିତି କି ଗୋ ପାଳନ ଓ କୁକୁଡ଼ା ପାଳନ କ୍ଷେତ୍ରରେ ମହିଳାଙ୍କ ଅ˚ଶଗ୍ରହଣର ହାର ଏବେ ୭୦ ପ୍ରତିଶତରୁ ଅଧିକ। ତେଣୁ ଏକ ବିଡ଼ମ୍ବନା ହେଲା, ଏହି ମହିଳାମାନେ କୃଷି କ୍ଷେତ୍ରରେ ଉପସ୍ଥିତ ରହି ଉତ୍ପାଦନ ବୃଦ୍ଧିରେ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସତ୍ତ୍ବେ ଅନାଲୋଚିତ ହୋଇ ରହିଯାଉଛନ୍ତି ଏବ˚ ଏ ଯାବତ୍‌ କୃଷି କ୍ଷେତ୍ର ଏକ ପୁରୁଷ ପ୍ରଧାନ କ୍ଷେତ୍ର ରୂପେ ବିବେଚିତ ହେଉଛି। ଲକ୍ଷ୍ୟ କରାଯାଉଛି ଯେ ନଗଦ ଅର୍ଥ ଉପାର୍ଜନ କରିବା ଲାଗି ଅନେକ ପୁରୁଷ ସହରାଭିମୁଖୀ ହେଉଥିବାରୁ କୃଷି କ୍ଷେତ୍ରରେ ମହିଳାମାନଙ୍କ ଉପସ୍ଥିତି ବୃଦ୍ଧି ପାଇଛି। ସୁତରା˚, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଏହି ମହିଳାମାନେ କୃଷି କ୍ଷେତ୍ରରୁ ନିଜକୁ ଅପସାରିତ କରି ନେଇଥିବା ପୁରୁଷମାନଙ୍କ ‘କା’ ରୂପେ ବିଦ୍ୟମାନ ଅଛନ୍ତି। ସେଥି ଲାଗି କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକା˚ଶ ମହିଳାଙ୍କ ପାଖରେ ଜମିର ମାଲିକାନା ସ୍ବତ୍ବ ନ ଥାଏ ବା ସେମାନେ କାର୍ଯ୍ୟ ସମ୍ବନ୍ଧରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାର ସାମର୍ଥ୍ୟ ମଧୢ ରଖି ନ ଥାଆନ୍ତି।

ସ˚ପ୍ରତି ମହିଳାମାନେ ଲାଭ କରିଥିବା ଅଧିକାର ଏବ˚ ସ୍ବାଧୀନତା ଆଦି ପ୍ରସଙ୍ଗରେ ଯେତେବେଳେ ଆଲୋଚନା ହୋଇଥାଏ, ସେତିକି ବେଳେ ଯେଉଁ ବର୍ଗର ଦୃଷ୍ଟାନ୍ତ ସର୍ବାଧିକ ପ୍ରଦାନ କରାଯାଇଥାଏ; ତାହା ହେଲା ମଧୢବିତ୍ତୀୟ ବର୍ଗ, ଯହିଁରୁ ଉଚ୍ଚ ଶିକ୍ଷିତା ମହିଳାମାନେ ବିଭିନ୍ନ ସହରର ଦପ୍ତରରେ ଉଚ୍ଚ ବେତନରେ ନିୟୋଜିତ ହେଉଛନ୍ତି ଏବ˚ ସେମାନେ ନାରୀ ସ୍ବାବଲମ୍ବନର ଏକ ବହୁଳ ଦୃଶ୍ୟମାନ ପ୍ରତୀକ ରୂପେ ଆବିର୍ଭୂତ ହୋଇଛନ୍ତି। ଏହି ବର୍ଗର ମହିଳାମାନେ ସେମାନଙ୍କ ଦକ୍ଷତା ବଳରେ ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ସମକକ୍ଷ ହୋଇପାରିଛନ୍ତି। ଯଦିଓ ଏବେ ମଧୢ ଆମ ଦେଶରେ ଗୃହ କାର୍ଯ୍ୟ ସ˚ପାଦନ କରିବାର ଦାୟିତ୍ବ ପାର˚ପରିକ ଭାବେ ମହିଳାମାନଙ୍କ ଉପରେ ନ୍ୟସ୍ତ ହୋଇ ରହିଛି; ତଥାପି ମଧୢ-ବିତ୍ତୀୟ ବର୍ଗର ଅଧିକରୁ ଅଧିକ ମହିଳା ଘର ବାହାରକୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଯାଉଥିବାରୁ ସେମାନଙ୍କ ଉପରୁ ଗୃହ କାର୍ଯ୍ୟର ଚାପ ହ୍ରାସ କରିବା ସକାଶେ ଅନେକ ସ୍ଥଳରେ ପରିବାରର ପୁରୁଷମାନେ ସେମାନଙ୍କୁ ସହଯୋଗ କରୁଥିବା ମଧୢ ଦେଖିବାକୁ ମିଳୁଛି। କିନ୍ତୁ, କୃଷି କ୍ଷେତ୍ରରେ ନିୟୋଜିତ ମହିଳାମାନେ ପାର˚ପରିକ ଗ୍ରାମୀଣ ସମାଜରେ ରହୁଥିବାରୁ ସାଧାରଣତଃ ଏ ସୁବିଧା ବା ସହଯୋଗ ପାଇ ନ ଥାଆନ୍ତି। ସୁତରା˚, କହିବା ଅନାବଶ୍ୟକ ଯେ କୃଷକ ପତ୍ନୀଙ୍କ ଭୂମିକା ପୂର୍ବବତ୍‌ ଗୃହ ପରିଚାଳିକା ଓ ଖାଦ୍ୟ ପ୍ରସ୍ତୁତକର୍ତ୍ତ୍ରୀ ଭାବେ ରହି ଆସିଥିବା ବେଳେ ତାହା ସହିତ କୃଷି କାର୍ଯ୍ୟର ଅତିରିକ୍ତ ଦାୟିତ୍ବ ମଧୢ ଯୋଡ଼ି ହୋଇ ଯାଇଛି। କିନ୍ତୁ ଏହା ସତ୍ତ୍ବେ ସେମାନଙ୍କ ଭୂମିକା ଅନାଲୋଚିତ ହୋଇ ରହୁଛି।

‘ଫୁଡ୍‌ ଏଣ୍ତ୍‌ ଆଗ୍ରିକଲଚର ଅର୍ଗାନାଇଜେସନ’ ବା ‘ଏଫ୍‌ଏଓ’ର ଏକ ଆକଳନ କହିଥାଏ ଯେ ଯଦି କୃଷି କ୍ଷେତ୍ରରେ ପୁରୁଷମାନେ ପାଉଥିବା ସୁବିଧା ଓ ଅଧିକାର ମହିଳାମାନଙ୍କୁ ମିଳନ୍ତା, ତେବେ କୃଷି ଉତ୍ପାଦନରେ ୨୦ରୁ ୩୦ ପ୍ରତିଶତ ବୃଦ୍ଧି ଘଟନ୍ତା। ଏହା ଅତି ସ୍ପଷ୍ଟ ଭାବେ ମହିଳାମାନଙ୍କ କାର୍ଯ୍ୟ ଦକ୍ଷତା ଓ ସାମର୍ଥ୍ୟ ଆଡ଼କୁ ଇଙ୍ଗିତ କରିଥାଏ। ଏଭଳି ଏକ ଦମଦାର ଉପସ୍ଥିତି ସତ୍ତ୍ବେ କୃଷି କ୍ଷେତ୍ରର ମହିଳାମାନେ ଅଦୃଶ୍ୟ ପ୍ରାୟ ହୋଇ ରହିବା ଏକ ଦୁଃଖର ବିଷୟ।

ସମ୍ବନ୍ଧିତ ଖବର