‘‘ନବମାସଧୃତ˚ ଗର୍ଭ˚ ଭାସ୍କରସ୍ୟ ଗଭସ୍ତିଭିଃ।/ ପୀତ୍ବା ରସ˚ ସମୁଦ୍ରାଣା˚ ଦ୍ୟୗଃ ପ୍ରସୂତେ ରସାୟନମ୍’’।। ମାର୍ଚ୍ଚ ୨୨ ତାରିଖରେ ‘ବିଶ୍ବ ଜଳଦିବସ’ ପାଳନ ଅବସରରେ ‘ନେସନାଲ୍ ଵାଟର ମିସନ୍’ (ଏନ୍ଡବ୍ଲ୍ୟୁଏମ୍) ଯାହାକୁ ଧରି ରଖିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛି, ବାଲ୍ମିକୀ ତାଙ୍କ ରଚିତ ରାମାୟଣରେ ତାହାର ଏଇଭଳି ବର୍ଣ୍ଣନା କରିଥିଲେ। ଏହାର ସରଳ ଗଦ୍ୟାନୁବାଦ ହେବ ଏହିପରି: ‘‘ନ’ମାସ ଧରି ଆକାଶ ସୂର୍ଯ୍ୟଙ୍କର କିରଣ ମାଧୢମରେ ସମୁଦ୍ରର ଜଳ ପାନ କଲା ପରେ ବର୍ତ୍ତମାନ ଏହି ରସ ପ୍ରସବ କରିଛି, ଯାହା ହେଉଛି ଜୀବନର ଅମୃତ।’’ ଏହି ଅମୃତ ଅବଶ୍ୟ ହେଉଛି ବର୍ଷା ଜଳ। ଏହି ଅମୃତକୁ ଧରି ରଖିବା ପାଇଁ ‘ଏନ୍ଡବ୍ଲ୍ୟୁଏମ୍’ ଆରମ୍ଭ କରିଥିବା ଅଭିଯାନର ନାମ ହେଉଛି: ‘କ୍ୟାଚ୍ ଦି ରେନ୍’, ଏବ˚ ଏହା ସହିତ ଯୋଡ଼ି ହୋଇଥିବା ସ୍ଲୋଗାନ୍ର ଅବଶିଷ୍ଟ ଅ˚ଶ ହେଉଛି: ‘ହ୍ବେଆର୍ ଇଟ୍ ଫଲ୍ସ, ହ୍ବେନ୍ ଇଟ୍ ଫଲ୍ସ’। ଅର୍ଥାତ, ବର୍ଷା ଯେଉଁଠି ବି ପଡୁଛି, ଯେତେବେଳେ ବି ପଡୁଛି, ତାକୁ ଧରି ରଖ। ସମସ୍ତେ ଜଣେ ଜଣେ ଜଳଧର ହୋଇଯାଅ।
ଯେଉଁ କୁହାଯାଇଥାଏ ଯେ ତୃତୀୟ ବିଶ୍ବଯୁଦ୍ଧ ଯେବେ ଘଟିବ, ତାହା ଜଳ ପାଇଁ ହିଁ ଘଟିବ, ସେଥିରେ ବିଶେଷ ଅତିରଞ୍ଜନ ନାହିଁ। ସେଇ ଆସନ୍ନ ସ˚କଟକୁ ମୂଳରୁ ଟାଳିବା ପାଇଁ ବୋଧହୁଏ ସର୍ବାଧିକ ଫଳପ୍ରଦ ଉପାୟ ହେଉଛି ଏହି ଆହ୍ବାନକୁ ଅକ୍ଷରେ ଅକ୍ଷରେ ଅନୁସରଣ କରିବା। ଏଥିପାଇଁ ଆବଶ୍ୟକ କୌଶଳମାନ ମଧୢ ଆମ ପାଖରେ ଉପଲବ୍ଧ ଅଛି ଓ ସେଗୁଡ଼ିକ ସହିତ ଆମେ ଊଣା ଅଧିକେ ପରିଚିତ ମଧୢ। ଯେମିତି, ଚେକ୍ ଡ୍ୟାମ୍ ର୍ନିମାଣ; ଜଳ ଅମଳ ଖାତ ଖନନ; ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ସ୍ଥାପନ; ଜଳାଶୟଗୁଡ଼ିକରୁ ପଙ୍କୋଦ୍ଧାର ଏବ˚ ସେଥି ମଧୢକୁ ବୃଷ୍ଟିଜଳ ପ୍ରବାହ ପଥମାନଙ୍କୁ ଅନୁପ୍ରବେଶ ଓ ପ୍ରତିବନ୍ଧ ମୁକ୍ତ କରିବା ଇତ୍ୟାଦି।
ଏ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସ˚ଯୋଜନା କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ମ୍ୟୁନିସିପାଲିଟି ଓ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ‘ରେନ୍ ସେଣ୍ଟର୍’ ବା ‘ବୃଷ୍ଟି କେନ୍ଦ୍ର’ମାନ ସ୍ଥାପନ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ଜଳାଶୟମାନଙ୍କର ପଞ୍ଜୀକରଣ କରାଯାଇ ସେଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବା ପାଇଁ ଏହି ଅଭିଯାନରେ ଲକ୍ଷ୍ୟ ରଖାଯାଇଛି। ସେଗୁଡ଼ିକରେ ବର୍ଷାଜଳ ପ୍ରବେଶ ଓ ଧାରଣ ପଥରେ ବାଧା ସୃଷ୍ଟି କରୁଥିବା ସମସ୍ତ ଅନୁପ୍ରବେଶ, ଜବରଦଖଲ ହଟାଇ ଦିଆଯିବା ପାଇଁ ଆହ୍ବାନ ଦିଆଯାଇଛି। ଜିଲ୍ଲାର ସମସ୍ତ ନଗର ଓ ଗ୍ରାମାଞ୍ଚଳରେ ଥିବା ବାସଗୃହ ତଥା ଅନ୍ୟାନ୍ୟ ଅଟ୍ଟାଳିକାମାନଙ୍କରେ ଏପରି ବ୍ୟବସ୍ଥା କରାଯିବ ଯେପରି ବର୍ଷାଜଳ ତାହାର ପରିସର ବା କମ୍ପାଉଣ୍ତ ବାହାରକୁ ଆଦୌ ବହିନଯାଇ ସେଇଠି ହିଁ ଭୂତଳକୁ ଭେଦିବ। ଏହା ମୃତ୍ତିକାର ଆର୍ଦ୍ରତା ରକ୍ଷା କରିବ, ଭୂ-ତଳ ଜଳସ୍ତର ବୃଦ୍ଧି କରିବା ସହିତ ସହରର ରାସ୍ତା ଓ ନାଳ ସବୁକୁ ଚାପମୁକ୍ତ କରିବ। ବର୍ଷାଋତୁରେ ନିୟମିତ ଘଟୁଥିବା ସହରୀ ବନ୍ୟା ଓ ତଜ୍ଜନିତ କ୍ଷୟକ୍ଷତିରୁ ଏହା ଦ୍ବାରା ରକ୍ଷା ମିଳିବ।
ଭାରତ ଭଳି ଦେଶ ପାଇଁ ‘କ୍ୟାଚ୍ ଦି ରେନ୍’ ଭଳି ଅଭିଯାନ ବିଶେଷ ଗୁରୁତ୍ବ ବହନ କରିବାର କାରଣ ହେଲା, ଏଠାରେ ଦେଶର ଶୀର୍ଷ ଆବଶ୍ୟକତାଠାରୁ ବହୁ ଅଧିକ ମୌସୁମୀ ବୃଷ୍ଟିପାତ ଘଟୁଥିଲେ ହେଁ, ଏହାର ଭୌଗଳିକ ଓ କାଳଗତ ବଣ୍ଟନ ସମତୁଲ ହୋଇନଥାଏ। ତେଣୁ ଉପଯୁକ୍ତ ଜଳସ˚ରକ୍ଷଣ ଅଭାବରୁ ଦେଶର ଅନେକ ଅଞ୍ଚଳ ବର୍ଷର ଅଧିକା˚ଶ ସମୟ ଜଳକଷ୍ଟ ଭୋଗ କରିବା ଦେଖାଯାଇଥାଏ। ‘କ୍ୟାଚ୍ ଦି ରେନ୍’ ଅଭିଯାନ ଏହି ଲୋଚାକୋଚା ବୃଷ୍ଟିପାତର ଫଳାଫଳକୁ ଇସ୍ତ୍ରୀ କରି ସମାନ କରିଦେବା ପାଇଁ ଉଦ୍ଦିଷ୍ଟ।
ସ˚ଯୋଗବଶତଃ ଉପରେ ବର୍ଣ୍ଣିତ କୌଶଳମାନଙ୍କ ବ୍ୟତୀତ ଦେଶରେ ବେଶ୍ କେତେ ବର୍ଷ ହେବ ଅନ୍ୟ ଏପରି ଏକ ବ୍ୟାପକ ଯୋଜନା କାର୍ଯ୍ୟ କରୁଛି, ଯାହା ଆପଣ ଛାଏଁ ଏକ ପ୍ରଭାବଶାଳୀ ଢ଼ଙ୍ଗରେ ସମ୍ପୃକ୍ତ କ୍ଷେତ୍ରମାନଙ୍କରେ ଜଳ ନିରାପତ୍ତାରେ ଉନ୍ନତି ଘଟାଇବା ଦେଖାଯାଇଛି, ଯଦିବା ଏହା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ। ଯୋଜନାଟି ହେଉଛି ଅତୀତର ୟୁପିଏ ସରକାର ଅମଳରୁ ଆରମ୍ଭ ହୋଇ, ବର୍ତ୍ତମାନର ଏନ୍ଡିଏ ସରକାରଙ୍କର ଶୁଭଦୃଷ୍ଟି ଲାଭ କରି ବିଗତ ପ୍ରାୟ ୧୫ ବର୍ଷ ଧରି ଚାଲି ଆସିଥିବା ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ବା ‘ମନରେଗା’। ପ୍ରସିଦ୍ଧ ପରିବେଶ ଗବେଷଣା ସ˚ସ୍ଥା ‘ସେଣ୍ଟର୍ ଫର୍ ସାଇନ୍ସ ଆଣ୍ତ ଏନ୍ଭିରନ୍ମେଣ୍ଟ’ (‘ସିଏସ୍ଇ’) ଦ୍ବାରା ପ୍ରକାଶିତ ଗବେଷଣା ଭିତ୍ତିକ ପତ୍ରିକା ‘ଡାଉନ୍ ଟୁ ଆର୍ଥ’ (‘ଡିଟିଇ’) ବହନ କରିଥିବା ଏ ସ˚କ୍ରାନ୍ତରେ ଏକ ରିପୋର୍ଟରୁ ଏହା ଜଣାପଡ଼ିଥାଏ।
୨୦୧୪ରେ ଏହି ଯୋଜନାକୁ ଜନ୍ମ ଦେଇଥିବା ଆଇନ୍ରେ ଏକ ସ˚ଶୋଧନ କରାଯାଇ ଏଥିରେ ହେଉଥିବା ବ୍ୟୟର ଅନ୍ୟୂନ ୬୦ ଶତା˚ଶ କୃଷି ଏବ˚ ତତ୍-ସ˚ଯୁକ୍ତ କାର୍ଯ୍ୟକଳାପକୁ ସହାୟକ ହେଉଥିବା ପ୍ରକଳ୍ପମାନଙ୍କ ଉପରେ କେନ୍ଦ୍ରୀଭୂତ ହେବାକୁ ବାଧୢତାମୂଳକ କରି ଦିଆଯାଇ ଥିଲା। ଅବଶ୍ୟ ଏଥି ପୂର୍ବରୁ ମଧୢ ଏହି ଯୋଜନାର ୫୦ ଶତା˚ଶରୁ ଅଧିକ ବ୍ୟୟ କୃଷି ସମ୍ପର୍କିତ ପ୍ରକଳ୍ପମାନଙ୍କ ପାଇଁ କରାଯାଉଥିଲା। ଯୋଜନାର ଏହି କୃଷି-କୈନ୍ଦ୍ରିକ ଆଭିମୁଖ୍ୟ ଯୋଗୁ ‘ମନରେଗା’ ପାଇଁ ଅନୁମୋଦିତ କାର୍ଯ୍ୟ ତାଲିକା ମଧୢରୁ ପ୍ରାୟ ୭୫ ଶତା˚ଶ ସିଧାସଳଖ ଜଳ ସ˚ରକ୍ଷଣ ଓ ଜଳ ନିରାପତ୍ତା ଉନ୍ନତିରେ ସହାୟକ ହୋଇଥାନ୍ତି ବୋଲି କେନ୍ଦ୍ର ଗ୍ରାମ୍ୟ-ଉନ୍ନୟନ ମନ୍ତ୍ରଣାଳୟ ୨୦୧୯ରେ ପ୍ରକାଶ କରିଥିଲା। ଗତ ୧୫ ବର୍ଷ ମଧୢରେ ଭାରତର ପ୍ରାୟ ୫୦ ଶତା˚ଶ ଗ୍ରାମମାନଙ୍କରେ ଏହି ଯୋଜନା ଅଧୀନରେ ପ୍ରାୟ ୩୦ ନିୟୁତ ଜଳ ସ˚ରକ୍ଷଣ ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି, ଯେଉଁଥିରେ ପ୍ରାୟ ୨୯,୦୦୦ ନିୟୁତ ଘନ ମିଟର ଜଳ ସ˚ରକ୍ଷଣ କ୍ଷମତା ସୃଷ୍ଟି ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
‘ଡିଟିଇ’ରେ ନିର୍ଦ୍ଦିଷ୍ଟ ଭାବରେ ଏକ ଗ୍ରାମର ଉଦାହରଣ ପ୍ରଦାନ କରାଯାଇଛି- ଆନ୍ଧ୍ର ପ୍ରଦେଶର ଅନନ୍ତପୁରମ୍ ଜିଲ୍ଲାର ବାନ୍ଦଲାପଲ୍ଲୀ ଗ୍ରାମ। ଏହା ହେଉଛି ଭାରତରେ ‘ମନରେଗା’ କାର୍ଯ୍ୟକାରୀ ହୋଇଥିବା ସର୍ବପ୍ରଥମ ଗ୍ରାମ। ମରୁଡ଼ି ଓ ତଜ୍ଜନିତ ସ୍ଥାନାନ୍ତର ଗମନ ଏଠାରେ ଏକ ନିୟମିତ ଘଟଣା ହୋଇଆସିଥିଲା। ୨୦୨୧ ସୁଦ୍ଧା ଏଠାରେ ୯୦୦ରୁ ଅଧିକ ଜଳ ଅମଳ ପ୍ରକଳ୍ପ ‘ମନରେଗା’ ଅଧୀନରେ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁଁ ୨୦୧୮-୧୯ରେ ଏହି ଜିଲ୍ଲାରେ ଶତାବ୍ଦୀର ସର୍ବନିମ୍ନ ବୃଷ୍ଟିପାତ ଘଟିଥିଲେ ହେଁ ବାନ୍ଦଲାପଲ୍ଲୀ ସମ୍ପୂର୍ଣ୍ଣ ଅକ୍ଷତ ରହିଥିଲା, କର୍ମ ସନ୍ଧାନରେ କୌଣସି ଗ୍ରାମବାସୀଙ୍କୁ ଗାଁ ଛାଡ଼ିବାକୁ ପଡ଼ିନଥିଲା। କେରଳ, ମଧୢ ପ୍ରଦେଶ, ଉତ୍ତର ପ୍ରଦେଶ ଆଦି ରାଜ୍ୟମାନଙ୍କରୁ ‘ଡିଟିଇ’ ଅନୁରୂପ ସନ୍ତୋଷଜନକ କାହାଣୀମାନ ସ˚ଗ୍ରହ କରିଛି, ଯେଉଁଠି ‘ମନରେଗା’ ମାଧୢମରେ ‘ଜଳ ସ˚ରକ୍ଷଣ’ ଯୋଗୁଁ ସମ୍ପୃକ୍ତ ଅଞ୍ଚଳମାନଙ୍କରେ ଚମକପ୍ରଦ ଅର୍ଥନୈତିକ ଉନ୍ନତି ସମ୍ଭବ ହୋଇଛି।
ଏହି ପରିପ୍ରେକ୍ଷୀରେ ୨୦୨୦-୨୧ କେନ୍ଦ୍ର ବଜେଟ୍ରେ ‘ମନରେଗା’ ବାବଦରେ ୧.୧ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୨୧-୨୨ ବଜେଟ୍ରେ ତାହାକୁ ୭୩,୦୦୦ କୋଟି ଟଙ୍କାକୁ ହ୍ରାସ କରିଦିଆଯିବା କେବଳ ଗ୍ରାମୀଣ କର୍ମନିଯୁକ୍ତି ସୃଷ୍ଟି ନୁହେଁ, ସରକାରଙ୍କ ‘ବର୍ଷା ଧରିବା’ ଆହ୍ବାନର ପରିପନ୍ଥୀ- ଏହା ଆହ୍ବାନ ପ୍ରଦାନକାରୀ ପ୍ରଧାନ ମନ୍ତ୍ରୀ ଓ ତାଙ୍କର ଅର୍ଥମନ୍ତ୍ରୀ ହୃଦୟଙ୍ଗମ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)