ସଳିତା ବଳା

ଗଲା ବର୍ଷକ କାଳ ସମଗ୍ର ପୃଥିବୀକୁ କରୋନା ମହାମାରୀ ଗ୍ରାସ କରିବା ପରେ ଆଉ ଯେଉଁ ଗୋଟିଏ ଅତ୍ୟନ୍ତ ମାରାତ୍ମକ ବ୍ୟାଧିର ସ˚କ୍ରମଣକୁ ପ୍ରତିହତ କରାଯିବାର ପ୍ରୟାସ ବାଧାପ୍ରାପ୍ତ ହୋଇଛି; ତାହା ହେଉଛି କରୋନା ଭଳି ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରୁଥିବା ରୋଗ ଯକ୍ଷ୍ମା। ଗଲା ୨୪ ତାରିଖରେ ବିଶ୍ବ ଯକ୍ଷ୍ମା ଦିବସ ପାଳନ ଅବସରରେ ପ୍ରକାଶିତ ବିଭିନ୍ନ ତଥ୍ୟରୁ ଏ ନେଇ ଧାରଣା ମିଳିଥାଏ। ଏହାର ପ୍ରଥମ କାରଣ ହେଲା କରୋନା ସ˚କ୍ରମଣକୁ ପ୍ରତିହତ କରିବା ଲାଗି ଗବେଷଣା, ଚିକିତ୍ସା ତଥା ଔଷଧ ଓ ପ୍ରତିଷେଧକ ବିକାଶରେ ବିପୁଳ ଅର୍ଥ ବିନିଯୁକ୍ତ ହେବା କାରଣରୁ ଯକ୍ଷ୍ମା ନିରାକରଣ ଲାଗି ଉଦ୍ଦିଷ୍ଟ ପାଣ୍ଠି ପାଇଁ ଅର୍ଥର ସ୍ରୋତ ଶୁଷ୍କ ହୋଇଛି। ଦ୍ବିତୀୟ କାରଣଟି ହେଉଛି କରୋନାକାଳୀନ ଲକ୍‌ଡାଉନ୍‌ ହେତୁ ଅନେକ ବ୍ୟକ୍ତି ରୋଜଗାର ହରାଇଥିବା କାରଣରୁ ପରିବାରଗୁଡ଼ିକ ଆର୍ଥିକ ଦୁଃସ୍ଥିତିର ଗର୍ଭକୁ ନିକ୍ଷେପିତ ହୋଇଛନ୍ତି ଏବ˚ ତଜ୍ଜନିତ ଖାଦ୍ୟ ଓ ପୋଷଣର ଅଭାବରୁ ଶରୀରରେ ପ୍ରତିରୋଧକ ଶକ୍ତି ହରାଇ ଯକ୍ଷ୍ମାର ସହଜ ଶିକାର ପାଲଟିଛନ୍ତି। ଏହି ସ˚ଦର୍ଭରେ ‘ଗ୍ଲୋବାଲ ଟ୍ୟୁବରକ୍ୟୁଲୋସିସ୍‌ ରିପୋର୍ଟ-୨୦୨୦’ ଦ୍ବାରା ପ୍ରକାଶିତ ତଥ୍ୟ କହିଥାଏ ଯେ କରୋନାର ପ୍ରାଦୁର୍ଭାବ ହେତୁ ୨୦୨୦ରୁ ୨୦୨୫ ମଧୢରେ ପ୍ରତି ବର୍ଷ ଯକ୍ଷ୍ମା ରୋଗୀଙ୍କ ସ˚ଖ୍ୟାରେ ୧ ନିୟୁତ ଅଧିକ ଯୋଡ଼ି ହେବାର ଆଶଙ୍କା ରହିଛି। ୨୦୧୪ ମସିହାରୁ ‘ଏଣ୍ତ୍‌ ଟି.ବି. ଷ୍ଟ୍ରାଟେଜି’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନେଇ ୨୦୧୫ରୁ ୨୦୩୫ ମସିହା ସୁଦ୍ଧା ଯକ୍ଷ୍ମା ଦ୍ବାରା ମୃତ୍ୟୁ ସ˚ଖ୍ୟାରେ ୯୫ ପ୍ରତିଶତ ଏବ˚ ସ˚କ୍ରମିତଙ୍କ ସ˚ଖ୍ୟାରେ ୯୦ ପ୍ରତିଶତ ହ୍ରାସ ଘଟାଇବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ପକ୍ଷରୁ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିଲା, ତାହା ଉପରୋକ୍ତ କାରଣରୁ କଷ୍ଟସାଧୢ ହୋଇପାରେ ବୋଲି ପ୍ରତୀୟମାନ ହେଉଛି। ସୁତରା˚, ଯକ୍ଷ୍ମାର କ୍ରମ ହ୍ରାସମାନ ହାରକୁ ବିଚାର କରି ଯେଉଁ ଆକଳନ କରାଯାଇଥିଲା ଯେ ୨୦୧୫ରୁ ୨୦୨୦ ମଧୢରେ ସ˚କ୍ରମିତଙ୍କ ସ˚ଖ୍ୟାରେ ୨୦ ପ୍ରତିଶତ ହ୍ରାସ ଘଟିବ, ତାହା ମାତ୍ର ୯ ପ୍ରତିଶତରେ ସୀମିତ ରହିଛି। ଏହି ପାନ୍‌ଡେମିକ୍‌ ସମୟରେ କ୍ରମ ହ୍ରାସମାନ ଯକ୍ଷ୍ମା ସ˚କ୍ରମିତଙ୍କ ସଂଖ୍ୟା ଅଟକି ଯିବା ପରେ ଓଲଟ ଗତି କରି ୨୦୧୨ର ସ୍ଥିତି ସହିତ ସମାନ ହେବାକୁ ବସିଥିବା ଲକ୍ଷ୍ୟ କରାଯାଉଛି। ସୁତରା˚, କହିଲେ ଭୁଲ ହେବ ନାହିଁ ଯେ ଗୋଟିଏ ପଟେ ସଳିତା ବଳା ଚାଲିଥିବା ବେଳେ ଅନ୍ୟ ପଟେ କରୋନା ତାକୁ ଫିଟାଇବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଏକ ବିମର୍ଷକର ସତ୍ୟ ହେଲା ବାୟୁ ଦ୍ବାରା ବ୍ୟାପୁଥିବା ଏହି ପ୍ରାଣଘାତୀ ରୋଗର ରାଜଧାନୀ ହେଉଛି ଭାରତ ଏବ˚ ଭାରତ ବ୍ୟତୀତ ଇଣ୍ତୋନେସିଆ, ଚୀନ, ଫିଲିପାଇନ୍‌ସ, ପାକିସ୍ତାନ, ନାଇଜେରିଆ, ବା˚ଲାଦେଶ ଓ ଦକ୍ଷିଣ ଆଫ୍ରିକା ଭଳି ସାତଟି ଦେଶରେ ପୃଥିବୀର ଦୁଇ ତୃତୀୟା˚ଶ ଯକ୍ଷ୍ମା ରୋଗୀ ବାସ କରନ୍ତି। ଏହି ରୋଗ ଭାରତ ଉପରେ କିଭଳି ଦାଉ ସାଧିଥାଏ, ତାହା ଏହି ପରିସ˚ଖ୍ୟାନରୁ ସ୍ପଷ୍ଟ ହେବ: ଏହା ଦ୍ବାରା ପ୍ରତି ବର୍ଷ ପ୍ରାୟ ୨୨ ଲକ୍ଷ ଭାରତୀୟ ପ୍ରାଣ ହରାନ୍ତି; ପ୍ରତି ବର୍ଷ ୧୭୦ ନିୟୁତ କାର୍ଯ୍ୟ ଦିବସ ନଷ୍ଟ ହୋଇଥାଏ ଏବ˚ ଏହି ରୋଗର ଚିକିତ୍ସା ତଥା ନଷ୍ଟ କାର୍ଯ୍ୟ ଦିବସ ଦ୍ବାରା ଆମ ଦେଶ ବାର୍ଷିକ ପ୍ରାୟ ୩ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର କ୍ଷତି ସହିଥାଏ। ସୁତରା˚, ଏକ ଯକ୍ଷ୍ମାଶୂନ୍ୟ ଭାରତ ଯେ ଏକାନ୍ତ କାମ୍ୟ ତାହା କହିବା ବାହୁଲ୍ୟମାତ୍ର। ସୁତରାଂ, ସ୍ବାଭାବିକ ଭାବେ ଭାରତ ସରକାର ଏ ଦିଗରେ ବଦ୍ଧପରିକାର ହୋଇ ପ୍ରୟାସ ଆରମ୍ଭ କରିଛନ୍ତି। କିନ୍ତୁ ଯକ୍ଷ୍ମା ସୃଷ୍ଟିକାରୀ ‘ମାଇକୋବ୍ୟାକ୍‌ଟେରିଅମ୍‌ ଟ୍ୟୁବରକ୍ୟୁଲୋସିସ୍‌’ ନାମକ ବୀଜାଣୁଟି ଇତିମଧୢରେ ତାର ସ୍ବରୂପ ପରିବର୍ତ୍ତନ କରି ଏଭଳି ଔଷଧ ପ୍ରତିରୋଧୀ ଦୁରାରୋଗ୍ୟରେ ପରିଣତ ହେଲାଣି ଯେ ତାହାର ଚିକିତ୍ସା କ୍ରମେ ଅଧିକ ଆହ୍ବାନଭରା ହେଉଛି।

କେବଳ ସେତିକି ନୁହେଁ ପରିବର୍ତ୍ତିତ ଜୀବନ ଶୈଳୀ ହେତୁ ଶାରୀରିକ ଶ୍ରମବିହୀନ ଜୀବନଚର୍ଯ୍ୟା ତଥା ଉତ୍କଟ ବାୟୁ ପ୍ରଦୂଷଣ ଭଳି କେତେକ କାରଣ ଦ୍ବାରା ଭାରତୀୟମାନଙ୍କ ଫୁସ୍‌ଫୁସ୍‌ କ୍ରମେ ଅଧିକ ଦୁର୍ବଳ ହୋଇ ପଡୁଥିବାରୁ ଯକ୍ଷ୍ମା ଏଠାରେ ତାର ସହଜ ଶିକାର ଲାଭ କରିବାରେ ସମର୍ଥ ହେଉଛି। ତା ସହିତ କୁପୋଷଣଜନିତ ଦୁର୍ବଳ ସ୍ବାସ୍ଥ୍ୟ ହେତୁ ଅନେକ ଭାରତୀୟ ଯକ୍ଷ୍ମା ପୀଡ଼ିତ ହେଉଛନ୍ତି। ସେହି ଦୃଷ୍ଟିରୁ ବିଚାର କଲେ ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମାଶୂନ୍ୟ କରିବା ଲାଗି ଭାରତ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଅଧିକ ଉଚ୍ଚାଭିଳାଷୀ ଭଳି ମନେ ହୋଇଥାଏ। ତେବେ ଏ ଦିଗରେ ସରକାର ତାଙ୍କର ଆନ୍ତରିକତା ପ୍ରଦର୍ଶନ ପୂର୍ବକ ‘ନିଶ୍ଚୟ ପୋଷଣ ଯୋଜନା’ ଭଳି କାର୍ଯ୍ୟକ୍ରମ ହାତକୁ ନେବା ଅଥବା ଡିଜିଟାଲ ପ୍ରଯୁକ୍ତିର ସହାୟତାରେ ଯକ୍ଷ୍ମା ରୋଗୀ ଚିହ୍ନଟ ଓ ଚିକିତ୍ସାକୁ ତ୍ବରାନ୍ବିତ କରାଇବା ଏହି ଦିଗରେ ଆଶା ମଧ୍ୟ ସୃଷ୍ଟି କରିଥାଏ। ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସ˚ଖ୍ୟା ବେଶ୍‌ ଅଧିକ। ସୁତରା˚, ‘ମୋବାଇଲ୍‌ ହେଲ୍‌ଥ’ ବା ‘ଏମ୍‌ ହେଲ୍‌ଥ’ ଓ ‘ଇଲେକ୍ଟ୍ରୋନିକ୍‌ସ ହେଲ୍‌ଥ’ ବା ‘ଇ ହେଲ୍‌ଥ’ ଭଳି ପ୍ରଯୁକ୍ତିର ପ୍ରୟୋଗ ଦ୍ବାରା ଯକ୍ଷ୍ମା ମୁକାବିଲା ଯେ ଅଧିକ ସଫଳତାର ସହିତ କରାଯାଇପାରିବ, ତହିଁରେ ସନ୍ଦେହ ନାହିଁ।

ପୁରାଣରେ ବର୍ଣ୍ଣିତ ଥିବା ଭଳି ଚନ୍ଦ୍ର ଦେବତା, ଯାହାଙ୍କୁ ବ୍ରାହ୍ମଣମାନଙ୍କ ରାଜା ରୂପେ ବର୍ଣ୍ଣନା କରାଯାଇଛି, ନିଜ ପିତାଙ୍କ ଅଭିଶାପରୁ ଯକ୍ଷ୍ମା ଗ୍ରସ୍ତ ହୋଇଥିଲେ। ଜଣେ ରାଜା ହୋଇ ସୁଦ୍ଧା ଯକ୍ଷ୍ମା ରୋଗ ଦ୍ବାରା ପୀଡ଼ିତ ହୋଇଥିବା କାରଣରୁ ଏହାକୁ ଆୟୁର୍ବେଦରେ ରାଜଯକ୍ଷ୍ମା ବୋଲି ମଧୢ କୁହାଯାଏ। (ମତାନ୍ତରେ ଏହା ସର୍ବାଧିକ ଘାତକ ହୋଇଥିବାରୁ ଏକ ରାଜାସ୍ଥାନୀୟ ରୋଗ ଭାବେ ଭାରତରେ ରାଜଯକ୍ଷ୍ମା ବୋଲି ପରିଚିତ)। ଅବଶ୍ୟ ପରେ ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ବଳରେ ଚନ୍ଦ୍ର ଯକ୍ଷ୍ମାମୁକ୍ତ ହୋଇଥିଲେ ଏବ˚ କୁହାଯାଏ ଯେ କୃଷ୍ଣପକ୍ଷରେ ଚନ୍ଦ୍ରଙ୍କ ଆକାରରେ ହ୍ରାସ ଘଟିବା ହେଉଛି ତାଙ୍କର ଯକ୍ଷ୍ମା ଦ୍ବାରା ଆକ୍ରାନ୍ତ ହୋଇଥିବାର ସ˚କେତ ଏବ˚ ଶୁକ୍ଳପକ୍ଷରେ ପୁଣି ସେ ତାଙ୍କ ହୃତ ସ୍ବାସ୍ଥ୍ୟ କ୍ରମେ ଫେରି ପାଇ ପୂର୍ଣ୍ଣ ଚନ୍ଦ୍ରରେ ପରିଣତ ହେବା ତାଙ୍କ ସ˚ପୂର୍ଣ୍ଣ ସୁସ୍ଥତାର ନିଦର୍ଶନ। ଯକ୍ଷ୍ମା ରୋଗର ଏକ ଲକ୍ଷଣ ହେଲା ଏହା ଜଣେ ସୁସ୍ଥ ବ୍ୟକ୍ତିଙ୍କ ଠାରେ ଅଚାନକ ଶାରୀରିକ କ୍ଷୟ ସୃଷ୍ଟି କରେ, ଯାହା ଫଳରେ ସେ ଖୁବ୍‌ ଶୀଘ୍ର ଅତ୍ୟନ୍ତ କୃଶକାୟରେ ପରିଣତ ହୁଅନ୍ତି। ଯକ୍ଷ୍ମା ରୋଗ କେବଳ ଜଣେ ବ୍ୟକ୍ତିଙ୍କ ଅବକ୍ଷୟ ଘଟାଇ ନ ଥାଏ, ତାହା ପ୍ରକାରାନ୍ତରେ ତାଙ୍କ ପରିବାର ଏପରିକି ଦେଶର ସ୍ବାସ୍ଥ୍ୟରେ ମଧ୍ୟ ଅବକ୍ଷୟ ଘଟାଏ, ଯେଉଁ ବିଷୟରେ ପୂର୍ବରୁ ସୂଚନା ପ୍ରଦାନ କରାଯାଇଛି। ତେଣୁ ଏକ ଯକ୍ଷ୍ମା ଶୂନ୍ୟ ଭାରତର ଲକ୍ଷ୍ୟ ସର୍ବାଧିକ ଗୁରୁତ୍ବ ଲାଭ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆଶା କରିବା ଯେ ସରକାର ଏଥି ଲାଗି କରୁଥିବା ପ୍ରୟାସ କରୋନାର ତରଙ୍ଗ ମଧୢରେ ହୀନପ୍ରଭ ପଡ଼ି ନ ଯାଉ। ଭାରତ ସରକାରଙ୍କ ଦ୍ବାରା ବଳା ଯାଉଥିବା ସଳିତା ଅପର ପଟେ କରୋନା ଦ୍ବାରା ଫିଟିଫିଟି ନ ଯାଉ।

ସମ୍ବନ୍ଧିତ ଖବର