ସୁତରା˚, ଏହି ଆଧାରରେ ବିଚାର କରି କୁହାଯାଇପାରେ ଯେ ଆଇଜାକ ବାସେଭିସ ସିଙ୍ଗରଙ୍କ ମନ୍ତବ୍ୟ ଭ୍ରମାତ୍ମକ ପ୍ରମାଣିତ ହେବାର ସମ୍ଭାବନା ନାହିଁ, କାରଣ ପୃଥିବୀ ସର୍ବଦା ତରୁଣମାନଙ୍କର ହୋଇ ରହିବ; ତେଣିକି ତାହା ଚୀନ ଚାହୁଁଥିବା ଭଳି ସନ୍ତାନ ଜନ୍ମ ସ˚ଖ୍ୟାରେ ବୃଦ୍ଧି ଘଟାଇ ହେଉ ବା ଆମେରିକା ଭଳି ଯୁବ ବହିରାଗତମାନଙ୍କୁ ସୁଯୋଗ ପ୍ରଦାନ କରି ହେଉ ଅଥବା ଜାପାନ ଭଳି ପ୍ରବୀଣମାନଙ୍କ ମଧୢରେ ତରୁଣସୁଲଭ ଉତ୍ସାହ ସୃଷ୍ଟି କରି ହେଉ! ଏବ˚ ଏଭଳି ଏକ ସ୍ଥିତିରେ ଭାରତ ତା’ର ତରୁଣସୁଲଭ କାର୍ଯ୍ୟ ଦକ୍ଷତାକୁ ଅତୁଟ ରଖିବା ଲାଗି କିଭଳି ପଦକ୍ଷେପ ନେବ, ତାହା ସମୟ କହିବ।
ବିଖ୍ୟାତ ‘ପୋଲିସ୍’ (ପୋଲାଣ୍ତ ଜନ୍ମିତ) ଲେଖକ ଆଇଜାକ ବାସେଭିସ ସିଙ୍ଗର ଏକଦା କହିଥିଲେ ଯେ ପୃଥିବୀ ସର୍ବଦା ତରୁଣମାନଙ୍କର! ଏକ ଆପ୍ତବାକ୍ୟ ତୁଲ୍ୟ ମନେ ହେଉଥିବା ଏହି ମନ୍ତବ୍ୟର ଅର୍ଥ ହେଲା ବାର୍ଦ୍ଧକ୍ୟ ଉପନୀତ ହେବା ସହିତ ଜଣେ ବ୍ୟକ୍ତି କ୍ରମେ ସମାଜର କେନ୍ଦ୍ର-ସ୍ଥଳରୁ ସୀମାନ୍ତ ଆଡ଼କୁ ଅପସାରିତ ହୋଇଯାଏ। ଏବ˚ ତରୁଣ ବର୍ଗ ଯେ ନିରନ୍ତର କେନ୍ଦ୍ର-ସ୍ଥଳରେ ରହନ୍ତି, ତା’ର ପ୍ରମାଣ ଆମ ଲୌକିକ ଜୀବନରେ ସର୍ବତ୍ର ପରିଦୃଷ୍ଟ ହୋଇଥାଏ; କାରଣ ପୋଷାକପତ୍ର ଠାରୁ ଆରମ୍ଭ କରି ଗାଡ଼ିମଟର ପର୍ଯ୍ୟନ୍ତ ବା ବିଭିନ୍ନ ସୌଖୀନ ତଥା ବିଳାସପୂର୍ଣ୍ଣ ଦ୍ରବ୍ୟରୁ ନେଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏବ˚ ‘ଗ୍ୟାଜେଟ୍’ ବା ଯନ୍ତ୍ରପାତି ଇତ୍ୟାଦି ଯାଏ ସବୁ କିଛି ତରୁଣ ବର୍ଗଙ୍କ ରୁଚିକୁ ଦୃଷ୍ଟିରେ ରଖି ପ୍ରାୟତଃ ପ୍ରସ୍ତୁତ କରାଯାଇଥାଏ। ତେଣୁ ପ୍ରଶ୍ନ ଉଠିଥାଏ ଯେ ଚଳିତ ଶତାବ୍ଦୀର ଶେଷ ଅର୍ଥାତ୍ ୨୧୦୦ ମସିହା ବେଳକୁ ଯେତେବେଳେ ପୃଥିବୀର ଜନସ˚ଖ୍ୟା ବୃଦ୍ଧି ନ ପାଇ କ୍ରମେ ହ୍ରାସମାନ ହେବ ବୋଲି ପ୍ରସିଦ୍ଧ ବ୍ରିଟିସ୍ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦ ଲାନ୍ସେଟ୍’ରେ ପ୍ରକାଶିତ ବିଜ୍ଞାନଭିତ୍ତିକ ଏବ˚ ଉଚ୍ଚାଙ୍ଗ ଗବେଷଣା ପ୍ରସୂତ ବିଜ୍ଞ ଅନୁମାନ କହି ସାରିଲାଣି, ସେତିକି ବେଳେ ଆମ ପୃଥିବୀ ତରୁଣମାନଙ୍କ ଅକ୍ତିଆରରୁ କ୍ରମେ ଖସି ଯିବାର ସମ୍ଭାବନା ସୃଷ୍ଟି ହେବ କି? କାରଣ, ଏହି ରିପୋର୍ଟ ଅନୁସାରେ ଜନସ˚ଖ୍ୟା କ୍ରମ ସ˚କୋଚନର ଏକମାତ୍ର କାରଣ ହେବ ସନ୍ତାନ ଜନ୍ମ ହାରରେ ହ୍ରାସ ଯାହା କ୍ରମେ ତରୁଣମାନଙ୍କୁ ସ˚ଖ୍ୟାଲଘୁରେ ପରିଣତ କରିବ ଏବ˚ ସେହି ଦୃଶ୍ୟପଟରେ ପ୍ରତ୍ୟାଶିତ ଆୟୁଷରେ ବୃଦ୍ଧି ଘଟି ପୃଥିବୀରେ ବୃଦ୍ଧମାନେ ସ˚ଖ୍ୟାବହୁଳ ହୋଇ ସାରିଥିବେ ଏବ˚ ଅଗତ୍ୟା ଏକ ସମ୍ଭାବନା ସୃଷ୍ଟି ହୋଇପାରେ ଯେ ପୃଥିବୀ ପରିଣତ ବୟସ୍କମାନଙ୍କ ହାତକୁ ଚାଲିଯିବ!
ଏହି ସ˚ଦର୍ଭରେ ଭାରତ ବିଷୟରେ ବିଚାର କରାଯାଉ। ‘ଦ ଲାନ୍ସେଟ୍’ ରିପୋର୍ଟ ଅନୁଯାୟୀ ଭାରତର ଜନସ˚ଖ୍ୟା ବୃଦ୍ଧିର ଧାରା ୨୦୪୭ ମସିହା ବେଳକୁ (ସ୍ବାଧୀନତାର ଶତାବ୍ଦୀ ସମ୍ବତ୍ସର ପାଳିତ ହେଉଥିବା ବେଳେ) ଶିଖର ସ୍ପର୍ଶ କରି କ୍ରମେ ନିମ୍ନ-ମୁଖୀ ହେବ, ଯାହା ଫଳରେ ୨୧୦୦ ମସିହା ବେଳକୁ ଭାରତର ଜନସ˚ଖ୍ୟା ୧୦୯ କୋଟିରେ ପହଞ୍ଚିବ, ଯାହାର ଅର୍ଥ ବର୍ତ୍ତମାନର ଜନସ˚ଖ୍ୟା ଠାରୁ ମଧୢ ପ୍ରାୟ ୩୦ କୋଟି କମ୍। ଏବ˚ ଏହା ସହିତ ଜନସା˚ଖ୍ୟିକ ସ˚ରଚନାରେ ଯେଉଁ ପରିବର୍ତ୍ତନ ଘଟିବ, ତାହା ଅନୁସାରେ ଭାରତୀୟଙ୍କ ହାରାହାରି ବୟସ ହୋଇଥିବ ୪୮ ବର୍ଷ, ଯାହାକୁ ପ୍ରୌଢ଼ତ୍ବର ଦ୍ବାର ଦେଶ ବୋଲି କୁହାଯାଇପାରେ ଏବଂ ବର୍ତ୍ତମାନ ଭାରତୀୟଙ୍କ ହାରାହାରି ବୟସ (୨୮.୭ ବର୍ଷ) ଠାରୁ ତାହା ହେବ ପ୍ରାୟ ୨୦ ବର୍ଷ ଅଧିକ। ଏହା ସହିତ ସର୍ବାଧିକ ସ˚ଖ୍ୟକ ତରୁଣଙ୍କ ରାଷ୍ଟ୍ର ଭାବେ ପରିଚିତ ବର୍ତ୍ତମାନର ଭାରତ ଧୂସର କେଶାଙ୍କ ରାଷ୍ଟ୍ର ଭାବେ ପରିଗଣିତ ହେବ ଏବଂ ଅବଲୀଳା କ୍ରମେ ଏକ ପକ୍ବ କେଶା ଭାରତ ଆଡ଼କୁ ତାର ଯାତ୍ରା ଆରମ୍ଭ କରିବାକୁ ବାହାରିଥିବ! ଏହି ଆକଳନ ଅନୁସାରେ ୨୦୩୦ ମସିହା ବେଳକୁ ୬୫ ବର୍ଷ ବୟସୋତ୍ତୀର୍ଣ୍ଣଙ୍କ ସ˚ଖ୍ୟା ଭାରତ ଜନସ˚ଖ୍ୟାର ୮% ଥିବା ବେଳେ ୨୧୦୦ ମସିହା ବେଳକୁ ତାହା ପ୍ରାୟ ୩୦%ରେ ପହଞ୍ଚିଥିବ।
ଯଦିଓ ଜନସ˚ଖ୍ୟା ବିସ୍ଫୋରଣକୁ ସର୍ବଦା ପୃଥିବୀ ସକାଶେ ଅହିତକର ବୋଲି ଯଥାର୍ଥ ଭାବେ ଦର୍ଶା ଯାଇଥାଏ, ଏକ ବାସ୍ତବତା ହେଲା ଜନସ˚ଖ୍ୟାରେ ହ୍ରାସ ମଧୢ ପୃଥିବୀର ସ୍ବାର୍ଥ ଅନୁକୂଳ ନୁହେଁ; କାରଣଏହା ଦ୍ବାରା ଜନସ˚ଖ୍ୟାରେ ପରିଣତ ବୟସ୍କଙ୍କ ଭିଡ଼ରେ ବୃଦ୍ଧି ଏଭଳି ସ୍ଥିତିଟିଏ ସୃଷ୍ଟି କରିବ, ଯହିଁରେ କାର୍ଯ୍ୟକ୍ଷମ ତରୁଣ ବର୍ଗ କୃଶକାୟ ହେବେ ଏବଂ ରାଷ୍ଟ୍ରଗୁଡ଼ିକର ଉତ୍ପାଦକତା ଏବ˚ ଆୟ ନିମ୍ନଗାମୀ ହେବ। ଏଭଳି ଏକ ସ୍ଥିତିକୁ ନେଇ ଉତ୍ପନ୍ନ ଉଦ୍ବେଗର ପ୍ରମାଣ ମଧୢ ମିଳି ସାରିଲାଣି; କାରଣ ଏବେ ଚୀନ୍ରେ ସରକାର ଦ˚ପତିମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ପ୍ରୋତ୍ସାହନ ପ୍ରଦାନ କରିବା ଠାରୁ ପ୍ରାରମ୍ଭ କରି ମୃଦୁ ଦଣ୍ତର ଭୟ ପ୍ରଦର୍ଶନ କରୁଥିବା ମଧୢ ଦେଖିବାକୁ ମିଳୁଛି। ପ୍ରକାଶ ଥାଉ କି ଜନସ˚ଖ୍ୟା ବିସ୍ଫୋରଣ ଦ୍ବାରା ଭୟଭୀତ ହୋଇ ଚୀନ ସରକାର ଅଷ୍ଟମ ଦଶକ ଠାରୁ ‘ଗୋଟିଏ ସନ୍ତାନ’ ନୀତିକୁ ଅତ୍ୟନ୍ତ କଠୋରତାର ସହିତ ପ୍ରବର୍ତ୍ତନ କରାଇଥିଲେ, ଯାହାର ଫଳ ସ୍ବରୂପ ସେଠାରେ ଜନସ˚ଖ୍ୟା ବୃଦ୍ଧିର ହାରରେ ଏଭଳି ମନ୍ଥରତା ପରିଲକ୍ଷିତ ହୋଇଛି ଯେ ଆଉ ମାତ୍ର ୨ ବର୍ଷ ପରେ (୨୦୨୪ ମସିହା) ଜନସ˚ଖ୍ୟା ବୃଦ୍ଧି ହାର ଶିଖର ସ୍ପର୍ଶ କରି କ୍ରମେ ତାହା ତଳମୁହାଁ ହେବାର ସମ୍ଭାବନା ରହିଛି। ସେହି ହିସାବରେ ୨୧୦୦ ମସିହା ବେଳକୁ ଚୀନର ଜନସଂଖ୍ୟା ୭୩ କୋଟିରେ ପହଞ୍ଚିଥିବ ବୋଲି ‘ଦ ଲାନ୍ସେଟ’ ପକ୍ଷରୁ ଅନୁମାନ କରାଯାଇଛି। ସୁତରା˚, କ୍ରମ ହ୍ରାସମାନ ତରୁଣ ସ˚ଖ୍ୟା ଦୃଷ୍ଟିରୁ ଉଦ୍ବିଗ୍ନ ଚୀନ ତା’ର ‘ଜନସଂଖ୍ୟା ନୀତି’କୁ ସ˚ପୂର୍ଣ୍ଣ ବିପରୀତ ମୁହାଁ କରିବାକୁ ଉଦ୍ଗ୍ରୀବ। ନିର୍ମାଣ ଉଦ୍ୟୋଗ ଉପରେ ଅତ୍ୟନ୍ତ ନିର୍ଭରଶୀଳ ଚୀନର ଏଭଳି ଚିନ୍ତାର କାରଣକୁ ମଧୢ ହୃଦୟଙ୍ଗମ କରିହୁଏ। ଏଠାରେ ପ୍ରକାଶ ଥାଉ କି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଡବ୍ଲ୍ୟୁ.ଏଚ୍. ଓ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୫୦ ମସିହା ବେଳକୁ ପୃଥିବୀରେ ପ୍ରତି ୪.୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଷାଠିଏ ବର୍ଷ ବୟସରୁ ଉତ୍ତୀର୍ଣ୍ଣଙ୍କୁ ଦେଖିବାକୁ ମିଳିବ ଏବ˚ ସେମାନଙ୍କ ସ˚ଖ୍ୟାର ୮୦% ମଧୢମ ଏବ˚ ନିମ୍ନ ଆୟକାରୀ ରାଷ୍ଟ୍ରମାନଙ୍କରେ କେନ୍ଦ୍ରୀଭୂତ ହେବେ। ସୁତରା˚, ଏଭଳି ରାଷ୍ଟ୍ରଗୁଡ଼ିକ ମଧୢ ଉଦ୍ବିଗ୍ନ ହୋଇ ଚୀନର ପଦାଙ୍କ ଅନୁସରଣ କରି ଗୋଟିଏ ସହନ ସୀମା ପରେ ଜନସ˚ଖ୍ୟା ବୃଦ୍ଧି ପ୍ରୟାସରେ ପୁଣି ନିମଗ୍ନ ରହି ପାରନ୍ତି; ଯାହା ୨୧୦୦ ମସିହା ନେଇ ‘ଦ ଲାନ୍ସେଟ୍’ ଅନୁମାନକୁ ହୁଏ’ତ ଭ୍ରମାତ୍ମକ ସାବ୍ୟସ୍ତ କରିପାରେ!
ପ୍ରକାଶ ଥାଉ କି ବିକଶିତ ରାଷ୍ଟ୍ରଗୁଡ଼ିକରେ ଏହି ସମସ୍ୟା ଅନୁଭୂତ ହୋଇସାରିଲାଣି। ଉଦାହରଣ ସ୍ବରୂପ ଜାପାନ ଜନସ˚ଖ୍ୟାରେ ଏବେ ପଞ୍ଚଷଠି ବର୍ଷ ବସୟୋତ୍ତୀର୍ଣ୍ଣଙ୍କ ଭାଗ ହେଉଛି ସେଠାକାର ଜନସ˚ଖ୍ୟାର ୨୮ ପ୍ରତିଶତ ବା ପ୍ରାୟ ଏକ ତୃତୀୟା˚ଶ। ଯୁକ୍ତରାଷ୍ଟ୍ର ଆମେରିକା ବା କାନାଡା ବା ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ରରେ ମଧୢ ଏଭଳି ସମସ୍ୟା ମୁଣ୍ତ ଟେକୁଥିବା ବେଳେ ଏହାର ପ୍ରତିକାର ସ୍ବରୂପ ଅଧିକ ସ˚ଖ୍ୟକ ଭାଗ୍ୟାନ୍ବେଷୀ ବିଦେଶାଗତ ଯୁବ-ବର୍ଗଙ୍କ ପ୍ରବେଶକୁ ସେଠାରେ ପ୍ରୋତ୍ସାହନ ଦିଆଯାଉଥିବାରୁ ସେଠାକାର କାର୍ଯ୍ୟକ୍ଷମ ତରୁଣ ବର୍ଗଙ୍କ ସ˚ଖ୍ୟା ଏକ ସମତୁଲ ସ୍ଥିତିରେ ରହିପାରିଛି। ଅପର ପକ୍ଷେ ଜାପାନ ଏବ˚ ଚୀନ ପାର˚ପରିକ ଭାବେ ବହିରାଗତମାନଙ୍କୁ ବିଶେଷ ସ୍ବାଗତ କରୁ ନ ଥିବାରୁ ଜାପାନ ଏ ସମସ୍ୟାର ମୁକାବିଲା ଲାଗି ଅବସର ବୟସ ସୀମାକୁ ୭୦ ବର୍ଷ ବୟସକୁ ବୃଦ୍ଧି କରିଥିବା ବେଳେ ଚୀନ ଜନ୍ମ ସ˚ଖ୍ୟାରେ ବୃଦ୍ଧିକୁ ପ୍ରତିକାର ମାର୍ଗ ଭାବେ ବିବେଚନା କରିଛି।
ତେବେ ଏହା ସତ ଯେ ପରିଣତ ବୟସ୍କମାନଙ୍କୁ କାର୍ଯ୍ୟକ୍ଷମ କରି ରଖିବାର ସୁଯୋଗ ପ୍ରଦାନ କରି ଜାପାନ ଦୁଇଟି ସମ୍ଭାବନା ସୃଷ୍ଟି କରିଛି; ଯାହା ହେଲା କାର୍ଯ୍ୟକୁ ସହଜସାଧୢ କରିବା ଲାଗି ପ୍ରଯୁକ୍ତି ଏବ˚ ‘ଅଟୋମେସନ୍’ (ସ୍ବୟ˚ଚାଳନ) କ୍ଷେତ୍ରରେ ଉତ୍କର୍ଷ ବୃଦ୍ଧି ଏବ˚ ଦ୍ବିତୀୟଟି ପରିଣତ ବୟସ୍କଙ୍କ ମଧୢରେ ଯୁବସୁଲଭ ଉତ୍ସାହ ସୃଷ୍ଟି। ଏହା ମଧୢ ସତ ଯେ ପ୍ରତ୍ୟାଶିତ ଆୟୁଷର ଦୀର୍ଘତା ବୃଦ୍ଧି ସହିତ ତାଳ ଦେଇ ଯୌବନ ଅତୁଟ ରଖିବା ସକାଶେ ଅସଂଖ୍ୟ ପ୍ରବୀଣ ପ୍ରୟାସରତ ଏବଂ ସେମାନଙ୍କ ସ˚ଖ୍ୟାରେ ମଧୢ ବୃଦ୍ଧି ଘଟିବାରେ ଲାଗିଛି। ଉପଯୁକ୍ତ ଆହାର ଏବ˚ ବ୍ୟାୟାମ ଆଦି ଦ୍ବାରା ନିଜକୁ ‘ଫିଟ୍’ ରଖିପାରିଥିବା ଏହି ସବଳ ଷାଠିଏ ବର୍ଷ ବୟସୋତ୍ତୀର୍ଣ୍ଣମାନେ ତରୁଣ-ସୁଲଭ ଆଗ୍ରହ, ଆଭିମୁଖ୍ୟ ଏବ˚ ଆଚରଣ ମଧୢ ପ୍ରଦର୍ଶନ କରୁଛନ୍ତି, ଯାହା ହୁଏତ ଅର୍ଦ୍ଧ ଶତାବ୍ଦୀ ତଳେ ଦୃଷ୍ଟିଗୋଚର ହେଉ ନ ଥିଲା, ଯେତେବେଳେ ଷାଠିଏ ବର୍ଷ ବୟସ ସ୍ପର୍ଶ କରୁଥିବା ବ୍ୟକ୍ତି ସୀମାନ୍ତରିତ ବର୍ଗରେ ପରିଣତ ହୋଇଯାଉଥିଲେ। ସୁତରା˚, ଏହି ଆଧାରରେ ବିଚାର କରି କୁହାଯାଇପାରେ ଯେ ଆଇଜାକ ବାସେଭିସ ସିଙ୍ଗରଙ୍କ ମନ୍ତବ୍ୟ ଭ୍ରମାତ୍ମକ ପ୍ରମାଣିତ ହେବାର ସମ୍ଭାବନା ନାହିଁ, କାରଣ ପୃଥିବୀ ସର୍ବଦା ତରୁଣମାନଙ୍କର ହୋଇ ରହିବ; ତେଣିକି ତାହା ଚୀନ ଚାହୁଁଥିବା ଭଳି ସନ୍ତାନ ଜନ୍ମ ସ˚ଖ୍ୟାରେ ବୃଦ୍ଧି ଘଟାଇ ହେଉ ବା ଆମେରିକା ଭଳି ଯୁବ ବହିରାଗତମାନଙ୍କୁ ସୁଯୋଗ ପ୍ରଦାନ କରି ହେଉ ଅଥବା ଜାପାନ ଭଳି ପ୍ରବୀଣମାନଙ୍କ ମଧୢରେ ତରୁଣସୁଲଭ ଉତ୍ସାହ ସୃଷ୍ଟି କରି ହେଉ! ଏବ˚ ଏଭଳି ଏକ ସ୍ଥିତିରେ ଭାରତ ତା’ର ତରୁଣସୁଲଭ କାର୍ଯ୍ୟ ଦକ୍ଷତାକୁ ଅତୁଟ ରଖିବା ଲାଗି କିଭଳି ପଦକ୍ଷେପ ନେବ, ତାହା ସମୟ କହିବ।