ଅଗମ୍ୟ ଦ୍ବୀପ!

ସୁତରା˚, ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ପୃଥିବୀର ବୃହତ୍ତମ ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ପୂରଣ ଚୀନ ସକାଶେ ସୁଦୂର ପରାହତ ଭଳି ମନେ ହେଉଛି। କେବଳ ସେତିକି ନୁହେଁ, ‘କୋଭିଡ୍‌ ଶୂନ୍ୟ’ ପରିବେଶ ସୃଷ୍ଟି କରିବାରେ ପ୍ରମତ୍ତ ଏକ କଠୋର ଏବ˚ ତାଲାବନ୍ଦୀ ଚୀନ ଅଗତ୍ୟା କୋଭିଡ୍‌ ସହିତ ବଞ୍ଚିବାକୁ ଶିଖି ଯାଇଥିବା ଅବଶିଷ୍ଟ ପୃଥିବୀ ଲାଗି ଅନାକର୍ଷଣୀୟ ଏବ˚ ଅଗମ୍ୟ ଦ୍ବୀପରେ ପରିଣତ ହେବାର ସମ୍ଭାବନା ଦିଶିଲାଣି!

ଆଜି ଠାରୁ ଶହେ ବର୍ଷ ପରେ ଯେଉଁମାନେ ପୃଥିବୀର ଇତିହାସ ପଢ଼ିବେ, ସେମାନେ ହୁଏ’ତ କୋଭିଡ୍‌ ‘ପାନ୍‌ଡେମିକ୍‌’ ପରିପ୍ରେକ୍ଷୀରେ ମାନବ ଜାତି ପ୍ରଦର୍ଶନ କରିଥିବା ଉଭୟ କି˚କର୍ତ୍ତବ୍ୟବିମୂଢ଼ତା ଏବ˚ ମୂଢ଼ତାର ଦୃଷ୍ଟାନ୍ତମାନ ଦେଖି ଆମୋଦିତ ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ପାନ୍‌ଡେମିକ୍‌’ ସମ୍ବନ୍ଧରେ ପ୍ରଥମ ମୂଢ଼ତା ଥିଲା ଏହା ଯେ ସମଗ୍ର ମାନବ ଜାତିକୁ କବଳିତ କଲା ଭଳି କୌଣସି ‘ପାନ୍‌ଡେମିକ୍‌’ ଆଉ ଭୂପୃଷ୍ଠରେ ସମ୍ଭବ ହେବ ନାହିଁ! ଏଭଳି ଧାରଣାକୁ ଅବଶ୍ୟ ବଳ ଯୋଗାଇଥିଲା ଚିକିତ୍ସା ବିଜ୍ଞାନରେ ଘଟିଥିବା ଅଭୂତପୂର୍ବ ବିକାଶ ଏବ˚ ୨୦୦୨ ମସିହାର ‘ସାର୍ସ‌୍‌’ ବା ୨୦୦୯ ମସିହାର ‘ସ୍ବାଇନ୍‌ ଫ୍ଲୁ’ ବା ୨୦୧୨ ମସିହାର ‘ମର୍ସ’ର ସ˚କ୍ରମଣକୁ କୌଣସି ହାହାକାରମୟ ବିପର୍ଯ୍ୟୟ ସୃଷ୍ଟି କରିବା ପୂର୍ବରୁ ପ୍ରତିହତ କରି ଦେବାର ସଫଳତା। ଏଭଳି ମୂଢ଼ତା କାରଣରୁ ମାତ୍ର ଶହେ ବର୍ଷ ତଳେ ପୃଥିବୀ ପ୍ରତ୍ୟକ୍ଷ କରିଥିବା ଭୟାବହ ‘ସ୍ପାନିସ ଫ୍ଲୁ’ ପାନ୍‌ଡେମିକ୍‌ ସାମୂହିକ ବିସ୍ମୃତିର ଅତଳ ଗର୍ଭକୁ ନିକ୍ଷେପିତ ହୋଇଯାଇଥିଲା; ଏପରି କି ସେହି ସମୟ ଖଣ୍ତରେ ହୋଇଥିବା ସ୍ବାଧୀନତା ଆନ୍ଦୋଳନ ଅନ୍ୟତମ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଅଧୢାୟ ରୂପେ ଭାରତ ଇତିହାସରେ ସ୍ଥାନ ପାଇଥିବା ବେଳେ କୋଟିଏରୁ ଅଧିକ ଭାରତୀୟଙ୍କ ପ୍ରାଣ ନେଇଥିବା ଏବ˚ ତିନିଟି ତରଙ୍ଗ ସୃଷ୍ଟି କରିଥିବା ‘ସ୍ପାନିସ ଫ୍ଲୁ’ ମୁଖ୍ୟତଃ ଅଦୃଶ୍ୟ ହୋଇ ରହିଥାଏ। ସୁତରା˚, କୋଭିଡ୍‌ ଭଳି ଏକ ଭୟାବହ ‘ପାନ୍‌ଡେମିକ୍‌’ ଦ୍ବାରା ମାନବ ଜାତି ସହସା କିଂକର୍ତ୍ତବ୍ୟବିମୂଢ଼ ହୋଇଯିବାରେ ବିସ୍ମୟର କୌଣସି କାରଣ ନାହିଁ। ତେବେ, ଇତି ମଧୢରେ ଅତିକ୍ରାନ୍ତ ହୋଇ ସାରିଥିବା ଦୁଇ ବର୍ଷ ଭିତରେ ଅନୁଭୂତି ଦ୍ବାରା ପରିପକ୍ବ ମାନବ ଜାତି କୋଭିଡ୍‌ ସହିତ ବଞ୍ଚି ରହିବାର ଅନିବାର୍ଯ୍ୟତାକୁ ସ୍ବୀକାର କରି ନେଇଛି ଏବଂ ଜୀବନ ଯାତ୍ରାକୁ ସ୍ବାଭାବିକ କରିବା ଦିଗରେ ଅଗ୍ରସର ହେବାକୁ ଆରମ୍ଭ କରିଛି। ଅଥଚ ଆଉ ଗୋଟିଏ ପଟେ ମନୁଷ୍ୟର ଅନ୍ତହୀନ ମୂଢ଼ତାର ପ୍ରମାଣ ସ୍ବରୂପ ଦେଖିବାକୁ ମିଳିଛି କିଭଳି ଚୀନ୍‌ ଏବେ ବି କୋଭିଡ୍‌ ଭାଇରସ୍‌ର ସ˚ପୂର୍ଣ୍ଣ ବିଲୁପ୍ତି ଘଟାଇ ସେଠାରେ ଏକ ପ୍ରାକ୍‌ କୋଭିଡ୍‌ ପରିବେଶ ସୃଷ୍ଟି କରିବାର ଆସ୍ପର୍ଦ୍ଧାରେ ଅଟଳ।

ଏହାର କାରଣ ସମ୍ଭବତଃ ଏହା ହୋଇପାରେ ଯେ କୋଭିଡ୍‌ ‘ପାନ୍‌ଡେମିକ୍‌’ର ଉତ୍ପତ୍ତି ସ୍ଥଳ ଚୀନର ଉହାନ ସହର ହୋଇଥିବାରୁ ଚୀନ ସରକାରଙ୍କ ଦ୍ବାରା ପ୍ରଦର୍ଶିତ ସ˚କ୍ରମଣ ପ୍ରତିରୋଧର ଉପାୟ ସେତେବେଳେ ସଂପୂର୍ଣ୍ଣ ଅପ୍ରସ୍ତୁତ ହୋଇ ପଡ଼ିଥିବା ଅବଶିଷ୍ଟ ପୃଥିବୀ ସକାଶେ ଏକ ମାତ୍ର ବିକଳ୍ପ ଥିଲା; ଯଦିଓ ସେ ସବୁ ଥିଲେ ‘ଲକ୍‌ଡାଉନ୍‌’ ବା ‘ସଟ୍‌ଡାଉନ୍‌’ ଭଳି କ୍ରୂର ବଳ ପ୍ରୟୋଗକାରୀ ଏବ˚ ବ୍ୟକ୍ତି ସ୍ବାଧୀନତା ଅପହରଣ କଲା ଭଳି ପଦକ୍ଷେପ। କହିବା ବାହୁଲ୍ୟ, ଏହି ପଦକ୍ଷେପମାନ କଦାପି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ସଫଳ ହୁଅନ୍ତା ନାହିଁ; ଯାହାର ଫଳ ସ୍ବରୂପ ବିତ୍ତଶାଳୀ ଓ ପ୍ରଭାବଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରମାନ ମୃତ୍ୟୁର ଅବର୍ଣ୍ଣନୀୟ ତାଣ୍ତବ ପ୍ରତ୍ୟକ୍ଷ କଲେ ଏବ˚ ଯାହା ଏକଛତ୍ରବାଦୀ କମ୍ୟୁନିଷ୍ଟ ଚୀନ ଦ୍ବାରା ଗଣତନ୍ତ୍ରର ବିଫଳତା ରୂପେ ପରିଭାଷିତ ହେଲା। ସେହି ଦୃଷ୍ଟିରୁ ଏବେ ସୁଦ୍ଧା ସରକାରୀ ଭାବେ ଚୀନରେ କୋଭିଡ୍‌ ମୃତ୍ୟୁ ସ˚ଖ୍ୟା ମାତ୍ର ୫୨୨୬ (ବ୍ୟାପକ ଭାବେ ଅବିଶ୍ବାସର ପାତ୍ର) ହୋଇଥିବା ବେଳେ ଆମେରିକାରେ ତାହା ଏକ ନିୟୁତରୁ ଅଧିକ! ସୁତରା˚, ଏହା କୋଭିଡ୍‌ ମୁକାବିଲା ସ˚ଦର୍ଭରେ ଚୀନ ଠାରେ ଏକ ପଥ ପ୍ରଦର୍ଶକର ଅହମିକା ସୃଷ୍ଟି କରିଥିବା ନିଶ୍ଚିତ। ସମ୍ଭବତଃ ଏହି କାରଣରୁ କୋଭିଡ୍‌ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରି ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ନିଜକୁ ଲକ୍‌ଡାଉନ୍‌ ଏବ˚ ସଟ୍‌ଡାଉନ୍‌ ଦ୍ବାରା ବନ୍ଦୀ କରି ରଖିଥିବା ବେଳେ ଅବଶିଷ୍ଟ ବିଶ୍ବ ‘ପାନ୍‌ଡେମିକ୍‌’ର ଭୟାବହତାର ଶିକାର ହେବା ସହିତ ସଫଳ ପ୍ରତିଷେଧକର ବିକାଶ କରି ଏବ˚ ‘ଗୋଷ୍ଠୀ ସ˚କ୍ରମଣ’ର ସହାୟତା ଲାଭ କରି ନିଜ ନିଜ ଦେଶରେ ସ˚କ୍ରମଣକୁ ଦୁର୍ବଳ କରିବା ସହ କୋଭିଡ୍‌ ସହିତ ଜୀବନ ଯାତ୍ରାକୁ ସ୍ବାଭାବିକ କରିବାରେ ଲାଗିଲେଣି। ଇତିମଧୢରେ ଅଷ୍ଟ୍ରେଲିଆ ଏବ˚ ସିଙ୍ଗାପୁର ମଧୢ ସେମାନଙ୍କ ‘ଶୂନ୍ୟ କୋଭିଡ୍‌’ ନୀତିକୁ ଅପସାରଣ କରି ଦେଇଛନ୍ତି। କିନ୍ତୁ ଏହା ଦ୍ବାରା ଚୀନରେ ସାଧାରଣ ଜୀବନ ଯାତ୍ରା ଅସହନୀୟ ହୋଇ ଉଠିଥିବା ସହିତ ଚୀନର ଅର୍ଥନୀତି ଗଭୀର ଭାବେ ବିପର୍ଯ୍ୟସ୍ତ ହେଲାଣି, ଯାହାର ପ୍ରମାଣମାନ ମିଳିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଚୀନର ଝେଙ୍ଗଝାଉ ଅଞ୍ଚଳରେ ଅବସ୍ଥିତ ପୃଥିବୀର ବୃହତ୍ତମ ‘ଆଇଫୋନ୍‌ ଆସେମ୍ଲି˚’ କାରଖାନା ‘ଫକ୍‌ସକନ୍‌’ର ପ୍ରାଚୀର ଭାଙ୍ଗି ଅନେକ କର୍ମଚାରୀଙ୍କ ପଦବ୍ରଜରେ ଦୂର ଦୂରାନ୍ତରେ ଥିବା ସ୍ବଗୃହାଭିମୁଖେ ଯାତ୍ରା କରିବା ଭଳି ଘଟଣା ବିଶେଷ ପ୍ରଣିଧାନଯୋଗ୍ୟ, ଯାହାର କାରଣ ଚୀନା ସରକାରଙ୍କ ‘ଶୂନ୍ୟ କୋଭିଡ୍‌’ ନୀତିି ଦ୍ବାରା ସୃଷ୍ଟ ଘୋର ନୈରାଶ୍ୟବୋଧ। ଏଠାରେ ପ୍ରକାଶ ଥାଉ କି ଦୁଇ କୋଟିରୁ ଅଧିକ ଜନସ˚ଖ୍ୟା ବିଶିଷ୍ଟ ସା˚ଘାଇ ମହାନଗରୀ ଏପ୍ରିଲ ମାସରେ କଠୋର ଲକ୍‌ଡାଉନ୍‌ ଅଧୀନକୁ ଆସି ୯୨ ଦିନ ଧରି ବନ୍ଦୀ ଅବସ୍ଥାରେ ଥିଲା, ଯେଉଁଠି ନାଗରିକମାନେ ପ୍ରତି ୭୨ ଘଣ୍ଟାରେ ଥରେ ‘ଆର‌୍‌ଟି ପିସିଆର‌୍‌’ ପରୀକ୍ଷା କରାଇବାକୁ ବାଧୢ ହେଉଥିଲେ ଏବ˚ ଅଗଣିତ ପରିବାର ରୋଜଗାରଶୂନ୍ୟ ଏବ˚ କ୍ଷୁଧାର ତାଡ଼ନା ଦ୍ବାରା ଜର୍ଜର ହେଉଥିଲେ! ଏବଂ ସେହି ସାଂଘାଇ ଯେ ପୁନର୍ବାର ଆଉ ଏକ ଲକଡାଉନ ଅଧୀନକୁ ଯିବ ନାହିଁ, ତାହା ମଧ୍ୟ ନିଶ୍ଚିତତାର ସହ କୁହାଯାଇ ନ ପାରେ। ଏହି ସ˚ଦର୍ଭରେ ‘ବ୍ଲୁମବର୍ଗ’ ଦ୍ବାରା ପ୍ରକାଶିତ ଏକ ନିବନ୍ଧ କହିଥାଏ ଯେ ପ୍ରଲମ୍ବିତ ଲକ୍‌ଡାଉନ୍‌ ଅଧୀନରେ ଥିବା ଚୀନର ଜନ ସମୁଦାୟଙ୍କ ଠାରେ ପ୍ରାକୃତିକ ପ୍ରତିରୋଧକ ଶକ୍ତିର କ୍ଷମତା ହ୍ରାସ ପାଇଥିବାରୁ ଭୟ ମଧୢ ପ୍ରକାଶ ପାଉଛି ଯେ ‘ଲକ୍‌ଡାଉନ୍‌’ରୁ ସହସା ମୁକ୍ତି ସେଠାରେ କୋଭିଡ୍‌ ସ˚କ୍ରମଣକୁ ଅଣାୟତ୍ତ କରି ପକାଇବ, ଯେମିତି ଘଟଛି ହ˚କ˚ରେ, ଯେଉଁଠି ‘ଓମିକ୍ରନ୍‌’ ସ˚କ୍ରମଣର ତରଙ୍ଗ ଗଲା ମାର୍ଚ୍ଚ ମାସରେ ସେଠାରେ ସର୍ବାଧିକ ମୃତ୍ୟୁ ଦେଖିଥିଲା। କେବଳ ସେତିକି ନୁହେଁ, ଚୀନ୍‌ ଦ୍ବାରା ବିକଶିତ ଭ୍ୟାକ୍‌ସିନର ସନ୍ଦେହାସ୍ପଦ ଫଳପ୍ରଦତା (ମାତ୍ର ୫୦ରୁ ୫୨ ପ୍ରତିଶତ) କୋଭିଡ୍‌ ମୁକାବିଲା କରିବାକୁ ଅକ୍ଷମ, ଅଥଚ ଏକ ବିଡ଼ମ୍ବନା ସ୍ବରୁପ ବିଦେଶରେ ବିକଶିତ ଉନ୍ନତ ଭ୍ୟାକ୍‌ସିନ ବ୍ୟବହାର କରିବାକୁ ଚୀନ ସ˚ପୂର୍ଣ୍ଣ ରୂପେ ନାରାଜ। ଏହା ଚୀନୀୟ ଅହଂକାରର ଏକ ଶାସ୍ତ୍ରୀୟ ଦୃଷ୍ଟାନ୍ତ ନୁହେଁ କି?
ନିକଟରେ ସ˚ଭ୍ରାନ୍ତ ପାଶ୍ଚାତ୍ୟ ଖବରକାଗଜମାନରେ ପ୍ରକାଶିତ ସମ୍ବାଦ କହିଥାଏ ଯେ ସି ଜିନପିଙ୍ଗଙ୍କ ଦ୍ବାରା ତୃତୀୟ ପାଳିର ଶାସନ କ୍ଷମତା ଅଧିକାର ପରିପ୍ରେକ୍ଷୀରେ ତାଙ୍କର କଠୋର ‘କୋଭିଡ୍‌ ନୀତି’ (ବ୍ୟବସାୟ-ବାଣିଜ୍ୟ ପରିପନ୍ଥୀ) ଏବ˚ ଚୀନା ଅର୍ବପତିମାନଙ୍କ ପ୍ରତି ସେ ପୋଷଣ କରି ଆସିଥିବା ଅସହିଷ୍ଣୁତାମୂଳକ ଆଭିମୁଖ୍ୟ କାରଣରୁ ଅନ୍ତତଃ ୧୦,୦୦୦ ଅମିତ ବିତ୍ତଶାଳୀ ଉଦ୍ୟୋଗପତି ସେମାନଙ୍କ ସ˚ପତ୍ତି ସହିତ ଚୀନରୁ ପଳାୟନ କରିବାକୁ ଉଦ୍‌ଗ୍ରୀବ। ସେହି ପ୍ରକ୍ରିୟାରେ ଇତିମଧୢରେ ଚୀନରୁ ୪୮ ବିଲିଅନ ଡଲାର ନିଷ୍କ୍ରାନ୍ତ ହୋଇସାରିଲାଣି। କହିବା ବାହୁଲ୍ୟ ଯେ ଏହି ପ୍ରେକ୍ଷାପଟରେ ଚୀନ ସରକାର ପ୍ରସ୍ଥାନର ବାଟମାନ ବନ୍ଦ କରିବାକୁ ପ୍ରସ୍ତୁତ ହେଲେଣି। ଏହା ଦ୍ବାରା ସେଠାରେ ଏକ ବାଣିଜ୍ୟ ପ୍ରତିକୂଳ ପରିବେଶ ମଧୢ ସୃଷ୍ଟି ହେଲାଣି। ‘ଫାଇନାନ୍‌ସିଆଲ ଟାଇମ୍‌ସ’ରେ ପ୍ରକାଶିତ ଏକ ଆଲେଖ୍ୟ କହିଥାଏ ଯେ ଚୀନର ବାର୍ଷିକ ଅଭିବୃଦ୍ଧି ହାର ଏବେ ୩ ପ୍ରତିଶତରୁ ମଧୢ କମ୍‌। ଏହି ପ୍ରସଙ୍ଗରେ ଉପଗ୍ରହରୁ ବିଭିନ୍ନ ଅଞ୍ଚଳର ରାତ୍ରି କାଳୀନ ଆଲୋକ-ମାଳାର ସାନ୍ଦ୍ରତାକୁ ଅନୁଧୢାନ ଓ ବିଶ୍ଳେଷଣ (ନାଇଟ୍‌ ଲାଇଟ୍‌ ଇନ୍‌ଟେନ୍‌ସିଟି ଷ୍ଟଡି) କରି ସେହି ସବୁ ସ୍ଥାନର ଅର୍ଥନୈତିକ କାର୍ଯ୍ୟକଳାପ ସମ୍ବନ୍ଧରେ ଅନୁମାନଭିତ୍ତିକ ନିଷ୍କର୍ଷ ପ୍ରଦାନ କରୁଥିବା ବିଶେଷଜ୍ଞ ପ୍ରଫେସର ଲୁଇସ ମାର୍ଟିନେଜ୍‌ (ଚିକାଗୋ ବିଶ୍ବବିଦ୍ୟାଳୟ)ଙ୍କ ନିଷ୍କର୍ଷ କହିଥାଏ ଯେ ଚୀନର ଅଭିବୃଦ୍ଧି ହାର ବର୍ତ୍ତମାନ ମାତ୍ର ୨.୭ ପ୍ରତିଶତ। କେବଳ ସେତିକି ନୁହେଁ, ଚୀନ ବର୍ତ୍ତମାନ ବହନ କରିଥିବା ଋଣର ପରିମାଣ ହେଉଛି ତା’ର ଜାତୀୟ ଆୟର ୨୭୫ ପ୍ରତିଶତ, ଯାହା ମଧୢ ଅତ୍ୟନ୍ତ ଉଦ୍‌ବେଗଜନକ। ଏହି କାରଣରୁ ସମ୍ଭବତଃ ଚୀନ ସରକାର ତାଙ୍କ ଆର୍ଥିକ ସ୍ଥିତିକୁ ନେଇ ‘ଡେଟା’ ଦେବା ବନ୍ଦ କରିବାରେ ଲାଗିଛନ୍ତିି!

ସୁତରା˚, ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ପୃଥିବୀର ବୃହତ୍ତମ ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ପୂରଣ ଚୀନ ସକାଶେ ସୁଦୂର ପରାହତ ଭଳି ମନେ ହେଉଛି। କେବଳ ସେତିକି ନୁହେଁ, ‘କୋଭିଡ୍‌ ଶୂନ୍ୟ’ ପରିବେଶ ସୃଷ୍ଟି କରିବାରେ ପ୍ରମତ୍ତ ଏକ କଠୋର ଏବ˚ ତାଲାବନ୍ଦୀ ଚୀନ ଅଗତ୍ୟା କୋଭିଡ୍‌ ସହିତ ବଞ୍ଚିବାକୁ ଶିଖି ଯାଇଥିବା ଅବଶିଷ୍ଟ ପୃଥିବୀ ଲାଗି ଅନାକର୍ଷଣୀୟ ଏବ˚ ଅଗମ୍ୟ ଦ୍ବୀପରେ ପରିଣତ ହେବାର ସମ୍ଭାବନା ଦିଶିଲାଣି!

ସମ୍ବନ୍ଧିତ ଖବର