ଶହେ ଆଠ ବର୍ଷ ହୋଇଗଲା ଏଇ ପ୍ରତୀକ୍ଷାର, ତଥାପି ଏ ପର୍ଯ୍ୟନ୍ତ ଅନ୍ଧକାରର ଗଳି ମୁହଁରେ ଆଲୋକ ରେଖାର କୌଣସି ସଙ୍କେତ ଦିଶୁନାହିଁ। ଏଠି କଥା ପଡ଼ିଛି କୌଣସି ଭାରତୀୟ ଲେଖକଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବା ନେଇ। ପ୍ରଥମ ଏବ˚ ଏ ପର୍ଯ୍ୟନ୍ତ ସେଇ ଏକମାତ୍ର ପୁରସ୍କାର ଅର୍ଜନ କରିଥିବା ଭାରତୀୟ ସାହିତ୍ୟିକ ହେଉଛନ୍ତି ବିଶ୍ବକବି ରବୀନ୍ଦ୍ର ନାଥ ଠାକୁର, ଯିଏ ଏହା ପାଇଥିଲେ ୧୯୧୩ ମସିହାରେ। ଏହି ପୁରସ୍କାର ଆରମ୍ଭ ହେବାର (୧୯୦୧) ମାତ୍ର ତେର ବର୍ଷ ଭିତରେ ବିଶ୍ବକବି ଏହା ଲାଭ କରିବା ନିଶ୍ଚିତ ଭାବରେ ଅତ୍ୟନ୍ତ ଗୌରବମୟ ଓ ଅଭିନନ୍ଦନୀୟ କୃତିତ୍ବ ଥିଲା। ଅନେକ କହନ୍ତି ଯେ ରବୀନ୍ଦ୍ର ନାଥଙ୍କୁ ଆୟାରଲାଣ୍ଡର କବି ନୋବେଲ ପୁରସ୍କାର ବିଜେତା ଉଇଲିୟମ ବଟଲର ୟେଟସ୍‌ ଅନେକ ସାହାଯ୍ୟ ଓ ସହଯୋଗ କରିଥିଲେ ବୋଲି ହୁଏ’ତ ଏହା ସମ୍ଭବ ହୋଇପାରିଥିଲା। ମାତ୍ର ତା’ପରେ ଏକ ଶତାବ୍ଦୀରୁ ଅଧିକ କାଳ ଭିତରେ ଆଉ କୌଣସି ଭାରତୀୟ କବି, ଉପନ୍ୟାସକାର, ନାଟ୍ୟକାର, ଗାଳ୍ପିକ କାହିଁକି ଏହି ପୁରସ୍କାର ପାଇବାରେ ସଫଳ ହୋଇପାରୁନାହାନ୍ତି, ତାହା ମନକୁ ଆନ୍ଦୋଳିତ କରିଥାଏ। ଆମ ଦେଶର ସଭ୍ୟତା, ସ˚ସ୍କୃତି, ଭାଷା, ସାହିତ୍ୟ ଖାଲି ପୁରାତନ ଓ ଶାସ୍ତ୍ରୀୟ ନୁହେଁ, ଏହା ବେଶ୍‌ ଉନ୍ନତ ଓ ଉଚ୍ଚକୋଟୀର। ମାତ୍ର ଦୁଃଖର ବିଷୟ ହେଉଛି ଆମ ଠାରୁ ଛୋଟ ଛୋଟ ଦେଶ, ଯେମିତି କି ପୋଲାଣ୍ତ, ଥାଇଲାଣ୍ତ, ଡେନମାର୍କ, ଚିଲି ଓ ଅଷ୍ଟ୍ରିଆ ଯଥାକ୍ରମେ ଚାରି, ଚାରି, ତିନି, ଦୁଇ ଓ ଦୁଇ ଥର ଲେଖାଏଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇ ସାରିଲେଣି। ସୁତରାଂ, ଏହା ଆମ ପାଇଁ ଆତ୍ମ-ଚିନ୍ତନର ଅବକାଶ ସୃଷ୍ଟି କରିଥାଏ।

Advertisment

ତେବେ, କେଉଁଠି ରହୁଛି ସମସ୍ୟା? ବିଷୟଟିକୁ ଭଲ ଭାବରେ ବୁଝି ତର୍ଜମା କରିବା ପାଇଁ ସାହିତ୍ୟ ଲାଗି ନୋବେଲ ପୁରସ୍କାର ଚୟନ ପ୍ରଣାଳୀ ସମ୍ବନ୍ଧରେ ଅବଗତ ହେବାର ଆବଶ୍ୟକତା ରହିଛି। ସ୍ବିଡିସ୍‌ ଏକାଡେମିର ସାହିତ୍ୟ ପାଇଁ ନୋବେଲ ପୁରସ୍କାର କମିଟି ପ୍ରତି ବର୍ଷ ସେପ୍‌ଟେମ୍ବର ମାସରେ ଉପଯୁକ୍ତ ଲେଖକ-ଲେଖିକାମାନଙ୍କ ନାମ ସୁପାରିସ କରିବାକୁ କିଛି ଯୋଗ୍ୟ ବ୍ୟକ୍ତି ବା ଅନୁଷ୍ଠାନମାନଙ୍କୁ ଅନୁରୋଧ କରନ୍ତି। ଜାନୁଆରି ଶେଷ ସୁଦ୍ଧା ନାମ ପଠାଇବାକୁ ପ‌ଡ଼େ ଏବ˚ କମିଟି ଏହାର ସମୀକ୍ଷା କରି ଏକ ତାଲିକା ଏକାଡେମିକୁ ପଠାନ୍ତି। ଏପ୍ରିଲ ସୁଦ୍ଧା ପ୍ରାୟ ୧୫/୨୦ଟି ନାମ ପ୍ରାଥମିକ ସ୍ତରରେ ସ୍ଥିର ହୁଏ ଏବ˚ ମେ ମାସ ସୁଦ୍ଧା ଶେଷ ପର୍ଯ୍ୟାୟରେ ପ୍ରାୟ ପାଞ୍ଚ ଜଣଙ୍କର ନାମ ରହେ। ଜୁନ୍‌ରୁ ଅଗଷ୍ଟ ଭିତରେ ଏକାଡେମିର ସଭ୍ୟମାନେ ଏମାନଙ୍କର ବହିମାନ ପଢ଼ନ୍ତି ଏବ˚ ମୂଲ୍ୟ ନିର୍ଦ୍ଧାରଣ କରନ୍ତି। ସେପ୍‌ଟେମ୍ବରରେ ଶେଷ ନିଷ୍ପତ୍ତି ନିଆଯାଇ ଅକ୍‌ଟୋବରରେ ପୁରସ୍କାର ଘୋଷଣା କରାଯାଏ ଏବ˚ ଡିସେମ୍ବର ମାସରେ ପୁରସ୍କାର ପ୍ରଦାନ କରାଯାଏ। ଏହି ସମୁଦାୟ ପଦ୍ଧତି ଶେଷ ହେବାକୁ ପ୍ରାୟ ୧୫ ମାସ ସମୟ ଲାଗେ।

ଲେଖକମାନଙ୍କ ନାମ ସୁପାରିସ କରିବାକୁ ଯୋଗ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନ ହେଲେ- (୧) ସ୍ବିଡିସ୍‌ ଏକାଡେମି ଭଳି ଓ ସେଇ ପ୍ରକାର ଉଦ୍ଦେଶ୍ୟ ନେଇ ଗଠିତ ଏବଂ କାର୍ଯ୍ୟରତ ସ˚ଗଠନମାନଙ୍କର ସଦସ୍ୟ, (୨) ବିଶ୍ବବିଦ୍ୟାଳୟ ବା ତାଙ୍କର କଲେଜମାନଙ୍କର ସାହିତ୍ୟ ବିଭାଗର ପ୍ରଫେସର, (୩) ଆଗରୁ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଲେଖକ ଓ (୪) ଦେଶରେ ଲେଖକଙ୍କ ଓ ସାହିତ୍ୟ ପାଇଁ ଗଠିତ ଓ କାର୍ଯ୍ୟରତ ସମିତି/ଅନୁଷ୍ଠାନମାନଙ୍କର ସଭାପତି। କମିଟିର ଅନୁରୋଧମୂଳକ ପତ୍ର କେବଳ ଏହି ଚାରି ବର୍ଗର କିଛି ବ୍ୟକ୍ତି ବା ଅନୁଷ୍ଠାନ ପାଇଥା’ନ୍ତି। ଅନ୍ୟ ବ୍ୟକ୍ତି, ସମିତି, ସ˚ଗଠନ ବା ଲେଖକ ନିଜେ ପଠାଇଲେ, ଏହା ଗ୍ରହଣଯୋଗ୍ୟ ହୋଇ ନ ଥାଏ। ଯେହେତୁ ପୁସ୍ତକମାନ ପ୍ରସ୍ତାବକ ଓ ଚୟନକର୍ତ୍ତାମାନଙ୍କ ପଠନଯୋଗ୍ୟ ହେବା ଦରକାର, ବହିଗୁଡ଼ିକ ଅନ୍ୟ ଭାଷାରେ ଲେଖା ହୋଇଥିଲେ ଇ˚ରେଜୀ ଭାଷାରେ ଉତ୍ତମ ରୂପେ ଅନୂଦିତ ହୋଇଥିବା ମଧୢ ଆବଶ୍ୟକ। ଏକାଡେମିର କମିଟି ବହି ସୁପାରିସ କରିବାକୁ କାହାକୁ ଅନୁରୋଧ କଲେ, ସେମାନେ କେଉଁ ଲେଖକ/ବହିର ପ୍ରସ୍ତାବ ପଠାଇଲେ ତଥା ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋପନୀୟ ରହେ ଏବ˚ ପଚାଶ ବର୍ଷ ପରେ ଯାଇ ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍‌ଧ ହୋଇଥାଏ।
ବର୍ତ୍ତମାନ ଆସିବା ଆମ ସାହିତ୍ୟିକ ଓ ତାଙ୍କ ଅବଦାନ ସମ୍ବନ୍ଧୀୟ ବିଷୟକୁ। ରବୀନ୍ଦ୍ର ନାଥଙ୍କ ସମସାମୟିକ ଓ ସ୍ବାଧୀନତାର କିଛି ବର୍ଷ ପର୍ଯ୍ୟନ୍ତ ଆର.କେ.ନାରାୟଣ, ମୁଲକରାଜ ଆନନ୍ଦ, ଖୁସ୍‌ଵନ୍ତ ସି˚ହ, ରସ୍କିନ ବଣ୍ତ (ବ୍ରିଟିସ୍‌ ମୂଳରୁ କିନ୍ତୁ ସ୍ବଇଚ୍ଛାରେ ଭାରତବାସୀ), ଅନିତା ଦେଶାଇ, ନୟନତାରା ସେହଗଲଙ୍କ ଭଳି ଲେଖକ ଓ ଲେଖିକାମାନେ ଇ˚ରେଜୀ ଭାଷାରେ ହିଁ ଅନେକ ପୁସ୍ତକ ଲେଖିଛନ୍ତି। ତେଣୁ ଏଠି ଅନୁବାଦର ଆବଶ୍ୟକତା ନୁହେଁ, ହୁଏ’ତ ପ୍ରସ୍ତାବକମାନଙ୍କ ନଜର ଏମାନଙ୍କ ଉପରେ ପଡ଼ିଲା ନାହିଁ।

ଆମେ ଓ ଆମ ସରକାର ଭାରତୀୟ ଭାଷା, ସାହିତ୍ୟ, ସ˚ସ୍କୃତିର ପ୍ରାଚୀନତା, ଶାସ୍ତ୍ରୀୟ ମାନ୍ୟତା, ବିବିଧତା, ବିଶାଳତା ଓ ବର୍ଣ୍ଣାଢ଼୍ୟତାକୁ ନେଇ ଗୌରବାନ୍ବିତ ମନେ କରିବାରେ ବାଧା ନାହିଁ। ଏହା ଯଥାର୍ଥ ମଧୢ। ମାତ୍ର ସାରା ବିଶ୍ବକୁ ସେଇ କୀର୍ତ୍ତି ଓ ସାଫଲ୍ୟର ସ୍ବାଦ ଚଖାଇବା ମଧୢ ଆମର ଦାୟିତ୍ବ ଏବ˚ କର୍ତ୍ତବ୍ୟ। ଖେଳକୁଦ, ସାମରିକ ଶକ୍ତି ଓ ରପ୍ତାନି ବୃଦ୍ଧି ଭଳି ଦିଗରେ ଯେପରି ପଦକ୍ଷେପ ଓ ପ୍ରୋତ୍ସାହନମାନ ଦିଆଯାଉଛି, ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ସେ ଭଳି କୌଣସି ଚିନ୍ତନ, କାର୍ଯ୍ୟାନୁଷ୍ଠାନ ବା ପ୍ରୋତ୍ସାହନର ସ˚କେତ ଦିଶୁନାହିଁ। ବର୍ତ୍ତମାନ ତା’ ପାଇଁ ସମୟ ଆସିଯାଇଛି। ଏ ଦୀର୍ଘ ପ୍ରତୀକ୍ଷା ଆଉ ସୁଦୀର୍ଘ ନ ହେଉ।

ସ୍ବାଧୀନତୋତ୍ତର କାଳରେ ମଧୢ ଅନେକ ଭାରତୀୟ ଲେଖକ, ଯେମିତି ବିକ୍ରମ ସେଠ୍‌, ଅମିତାଭ ଘୋଷ, ଅରବିନ୍ଦ ଅଡିଗା, ଅରୁନ୍ଧତୀ ରାୟ, କିର‌ଣ ଦେଶାଇ, କିରଣ ନାଗରକର, ଶଶି ଥରୁର‌, ଜିତ ଥାୟିଲ୍‌ ପ୍ରଭୃତି ଅନେକ ଲେଖକ-ଲେଖିକା ଇ˚ରେଜୀରେ ହିଁ ଲେଖିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଏବେ ବି ଖୁବ୍‌ ସକ୍ରିୟ। କିନ୍ତୁ, ମନେହୁଏ, ଏମାନେ ମଧୢ ହୁଏ’ତ ଏ ପର୍ଯ୍ୟନ୍ତ ପ୍ରସ୍ତାବକ ପାଇନାହାନ୍ତି ବା ପ୍ରସ୍ତାବକଙ୍କ ଦୃଷ୍ଟିରେ ଉପଯୁକ୍ତ ମାନଦଣ୍ତରେ ପହଞ୍ଚି ପାରିନାହାନ୍ତି; ଯଦିଓ ଏମାନଙ୍କ ମଧୢରୁ କିଛି ଲେଖକ ଅନ୍ୟ ମୂଲ୍ୟବାନ ପୁରସ୍କାର ଲାଭ କରିବାରେ ସମର୍ଥ ହୋଇଛନ୍ତି। ଅରୁନ୍ଧତୀ ରାୟ ବୁକର୍‌ ପୁରସ୍କାର ପାଇଛନ୍ତି। ବିଦେଶରେ ରହି ଇଂରେଜୀରେ ଲେଖୁଥିବା କିଛି ଭାରତୀୟ ଲେଖକ ଯେମିତି କି ସଲମାନ ରସ୍‌ଦି, ଝୁ˚ପା ଲାହିରି, ରୋହିନଟନ ମିସ୍ତ୍ରି ଇତ୍ୟାଦି ବିଶ୍ବସ୍ତରୀୟ ସ୍ବୀକୃତି, ପୁରସ୍କାର ପାଇଛନ୍ତି। ମାତ୍ର ହୁଏ’ତ ତାଙ୍କ ଲେଖାର ସମୁଦାୟ ପରିମାଣ ଏବେ ବି ଯଥେଷ୍ଟ ନୁହେଁ ବୋଲି ସେମାନଙ୍କ ନାମ ଯୋଗ୍ୟତା ପର୍ଯ୍ୟାୟକୁ ଆସିପାରିନାହିଁ।

କ’ଣ କରାଯିବ ତା’ ହେଲେ? କିଛି ଉପାୟ ଖୋଜିବା କି? ଆମ ଜାତୀୟ ସ୍ତରରେ ଏବ˚ ରାଜ୍ୟ ମାନଙ୍କରେ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମିମାନ ବହୁ ବର୍ଷ ହେଲା ପ୍ରତିଷ୍ଠିତ ହୋଇ ଏ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟ ମୁଖ୍ୟ ଭାଷାରେ ବହୁ ଲେଖକ-ଲେଖିକାଙ୍କୁ କେନ୍ଦ୍ର ବା ରାଜ୍ୟ ବା ଉଭୟ ଏକାଡେମି ପୁରସ୍କାର ଦେଇ ସାରିଲେଣି। ତା’ ଛଡ଼ା ୧୯୬୫ ମସିହାରୁ ଆମ ଦେଶର ସର୍ବଶ୍ରେଷ୍ଠ ସାହିତ୍ୟ ସମ୍ମାନ, ଜ୍ଞାନପୀଠ ପୁରସ୍କାର, ଏ ଯାବତ୍‌ ୬୦ ଜଣ ଲେଖକ ପାଇ ସାରିଲେଣି। ପ୍ରଥମ ତିନି ସ୍ଥାନରେ ହିନ୍ଦୀ ସାହିତ୍ୟର ୧୧ ଜଣ, କନ୍ନଡ଼ ଭାଷାର ୮ ଜଣ ଓ ମାଲାୟଲମ୍‌ ଭାଷାର ୬ ଜଣ ଲେଖକ-ଲେଖିକା ଏହି ପୁରସ୍କାରର ବିଜେତା। ଆମ ରାଜ୍ୟର ଲେଖକ-ଲେଖିକାମାନେ ମଧୢ ଏଥିରେ ବିଶେଷ ପଛରେ ନାହାନ୍ତି। ଏତେ ସାହିତ୍ୟ ଏକାଡେମି ଓ ଜ୍ଞାନ ପୀଠ ପୁରସ୍କାର ବିଜୟୀ ଲେଖକ-ଲେଖିକାମାନଙ୍କ ମଧୢରେ ଯେ କିଛି ବ୍ୟକ୍ତି ନିଶ୍ଚିତ ଭାବରେ ବିଶ୍ବ ସ୍ତରୀୟ ସାହିତ୍ୟ ସୃଷ୍ଟି କରିଛନ୍ତି ତାହା କହିବା ଅନାବଶ୍ୟକ ଏବଂ ସେମାନଙ୍କ ମଧ୍ୟରୁ କେତେକ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ହୋଇପାରିବେ।

ଏଭଳି ବିଶ୍ବାସକୁ କେବଳ ସ୍ବପ୍ନ ବା କଳ୍ପନା ବିଳାସ ବୋଲି କହିହେବ ନାହିଁ। ଏହି ଲେଖକ ଇଂରେଜୀ ସାହିତ୍ୟର ଛାତ୍ର ହିସାବରେ ଅଳ୍ପ କାଳ (ଅଢ଼େଇ ବର୍ଷ) ପାଇଁ ହେଲେ ମଧୢ କଟକ ରେଭେନ୍‌ସା କଲେଜରେ ଇଂରେଜୀ ବିଭାଗରେ ଅଧୢାପନା କରିଛି। ଜଣେ ସାହିତ୍ୟ ପ୍ରେମୀ ହିସାବରେ ବହୁ ନୋବେଲ ପୁରସ୍କାରପ୍ରାପ୍ତ ଲେଖକ-ଲେଖିକାଙ୍କ ପୁସ୍ତକମାନ ପଢ଼ିଥିବା ସହିତ ଭାରତୀୟ ଭାଷାର ଓଡ଼ିଆ, ହିନ୍ଦୀ, ବଙ୍ଗଳାର ବହୁ ଶ୍ରେଷ୍ଠ ପୁସ୍ତକ ଏବ˚ ଅନ୍ୟାନ୍ୟ ଭାରତୀୟ ଭାଷାର କିଛି ପୁସ୍ତକର ଇ˚ରେଜୀ ଅନୁବାଦ ମଧ୍ୟ ପଢ଼ିଛି। ଏହି ଦୃଷ୍ଟିରୁ ଯାହା ଅନୁଭବ କରିଛି ତାହା ହେଲା, ଆମର ଅନ୍ତତଃ ଦଶ, ବାର ଜଣ ଲେଖକ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ। ତେବେ, ଯେଉଁମାନଙ୍କର ଲେଖା (ମୂଳ ବା ଅନୁବାଦ) ଏହି ଲେଖକ ପଢ଼ି ନାହିଁ, ସେମାନଙ୍କ ମଧୢରେ ବି ଆଉ କିଛି ମଧ୍ୟ ସେହିଭଳି ବିଶ୍ବ ସ୍ତରୀୟ ଥିବେ ନିଶ୍ଚୟ।

ଏହି ଲେଖକମାନଙ୍କର ଶ୍ରେଷ୍ଠ କୃତିଗୁଡ଼ିକ ଇ˚ରେଜୀ ଭାଷାରେ ସୁନ୍ଦର ଭାବରେ ଅନୁବାଦ କରି ବିଦେଶୀ ପ୍ରକାଶନ ସ˚ସ୍ଥାମାନଙ୍କର ସ˚ପାଦକଙ୍କ ଦ୍ବାରା ସ˚ପାଦିତ କରି ସେହି ପ୍ରକାଶକଙ୍କ ମାଧୢମରେ ପ୍ରକାଶ କରାଇବା ହେଉଛି ଏ ଦିଗରେ ପ୍ରଥମ ପଦକ୍ଷେପ। ଏହାଦ୍ବାରା ବିଶ୍ବର ପାଠକ, ଆଲୋଚକ ଓ ସାହିତ୍ୟିକମାନେ ଆମର ବିଶିଷ୍ଟ ପୁସ୍ତକମାନ ପଢ଼ିବାର ଓ ଆଦର କରିବାର ସୁଯୋଗ ପାଇବେ। ସେହି ବିଦେଶୀ ପ୍ରକାଶନ ସ˚ସ୍ଥା ତଥା ଆମ ଦୂତାବାସମାନଙ୍କ ଜରିଆରେ ବିଶ୍ବର କିଛି ନାମଜାଦା ବିଶ୍ବବିଦ୍ୟାଳୟମାନଙ୍କରେ ସେମିନାର, ଆଲୋଚନା ଏବଂ ପାଠ-ଚକ୍ରମାନ କରି ଏଇ ପୁସ୍ତକ ଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାରର ବ୍ୟବସ୍ଥା କରାଯାଇପାରେ। ଆମ ଦେଶର କେନ୍ଦ୍ର ସାହିତ୍ୟ ଏକାଡେମି, ଜ୍ଞାନପୀଠ ପୁରସ୍କାର ଦେଉଥିବା ଅନୁଷ୍ଠାନ ବା ଇଣ୍ତିଆନ କାଉନସିଲ ଫର କଲ୍‌ଚରାଲ ରିଲେସନ୍‌ସ (I.C.C.R) ସ୍ବିଡିସ୍‌ ଏକାଡେମିର ପ୍ରସ୍ତାବକ ତାଲିକାରେ ନ ଥିଲେ, ସେ ଦିଗରେ ଚେଷ୍ଟା କରାଯିବା ଜରୁରୀ। ବିଶ୍ବସ୍ତରୀୟ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟମାନଙ୍କର ସାହିତ୍ୟ ବିଭାଗ ଓ ସେମାନଙ୍କର ପ୍ରଫେସରମାନଙ୍କ ସହିତ ନିୟମିତ ଯୋଗାଯୋଗ ଓ ଆଲୋଚନା ବଳରେ ଆମର ପ୍ରଖ୍ୟାତ ଲେଖକ ତଥା ତାଙ୍କର କୃତିର ଯଥାର୍ଥ ମୂଲ୍ୟାୟନ ଲାଗି ବାଟ ଫିଟିବ; ଯାହା ଆମର ପ୍ରଚେଷ୍ଟାକୁ ବଳ ଦେବ। ଅନ୍ୟ ଶ୍ରେଣୀର ପ୍ରସ୍ତାବକ ବର୍ଗ ତଥା ସାହିତ୍ୟରେ ନୋବେଲ ପୁରସ୍କାର ପ୍ରାପ୍ତ ଲେଖକମାନଙ୍କୁ ଇଂରେଜୀରେ ଅନୂଦିତ ଭାରତୀୟ ଭାଷାର ଉଚ୍ଚକୋଟୀର ପୁସ୍ତକମାନ ପ୍ରଦାନ କରି ସେଗୁଡ଼ିକ ସହିତ ପରିଚିତ କରାଇ ପାରିଲେ, ତାହା ମଧୢ ଏଥିପାଇଁ ଉପଯୋଗୀ ହେବ।

ଆମେ ଓ ଆମ ସରକାର ଭାରତୀୟ ଭାଷା, ସାହିତ୍ୟ, ସ˚ସ୍କୃତିର ପ୍ରାଚୀନତା, ଶାସ୍ତ୍ରୀୟ ମାନ୍ୟତା, ବିବିଧତା, ବିଶାଳତା ଓ ବର୍ଣ୍ଣାଢ଼୍ୟତାକୁ ନେଇ ଗୌରବାନ୍ବିତ ମନେ କରିବାରେ ବାଧା ନାହିଁ। ଏହା ଯଥାର୍ଥ ମଧୢ। ମାତ୍ର ସାରା ବିଶ୍ବକୁ ସେଇ କୀର୍ତ୍ତି ଓ ସାଫଲ୍ୟର ସ୍ବାଦ ଚଖାଇବା ମଧୢ ଆମର ଦାୟିତ୍ବ ଏବ˚ କର୍ତ୍ତବ୍ୟ। ଖେଳକୁଦ, ସାମରିକ ଶକ୍ତି ଓ ରପ୍ତାନି ବୃଦ୍ଧି ଭଳି ଦିଗରେ ଯେପରି ପଦକ୍ଷେପ ଓ ପ୍ରୋତ୍ସାହନମାନ ଦିଆଯାଉଛି, ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ସେ ଭଳି କୌଣସି ଚିନ୍ତନ, କାର୍ଯ୍ୟାନୁଷ୍ଠାନ ବା ପ୍ରୋତ୍ସାହନର ସ˚କେତ ଦିଶୁନାହିଁ। ବର୍ତ୍ତମାନ ତା’ ପାଇଁ ସମୟ ଆସିଯାଇଛି। ଏ ଦୀର୍ଘ ପ୍ରତୀକ୍ଷା ଆଉ ସୁଦୀର୍ଘ ନ ହେଉ।
ମୋ: ୯୯୩୭୨୩୦୧୫୦