ସା˚ଘାଇର ଆର୍ତ୍ତନାଦ

ସୁତରା˚, ନିକଟ ଭବିଷ୍ୟତ୍‌ରେ ଏକ ସ˚ପୂର୍ଣ୍ଣ କୋଭିଡ୍‌ ଶୂନ୍ୟ ଦେଶର ସ୍ବପ୍ନ ପ୍ରାୟ ସବୁ ରାଷ୍ଟ୍ର ପରିତ୍ୟାଗ କରିସାରିଲେଣି। ଅଥଚ, ଚୀନ୍‌ ତାହା ବଳବତ୍ତର ରଖିଛି। କିନ୍ତୁ ସତ କଥା ହେଲା, କୋଭିଡ୍‌ର ଚରିତ୍ରକୁ ଭଲ ଭାବେ ହୃଦୟଙ୍ଗମ କରିଥିବା ପ୍ରତ୍ୟେକ ବ୍ୟକ୍ତି ଏ ନେଇ ନିଶ୍ଚିତ ଯେ କୋଭିଡ୍‌ ଭୂତାଣୁ କେବଳ ନିଜ ଇଚ୍ଛାରେ ହିଁ ଅପସରି ଯିବ। ‘ଲକ୍‌ଡାଉନ୍‌’ ଯେତେ ଦୃଢ଼ ହୋଇଥିଲେ ସୁଦ୍ଧା ଏହି ଭୂତାଣୁ ସନ୍ତର୍ପଣରେ ଅନୁପ୍ରବେଶ କରି ନିଜ ଶିକାର ଖୋଜି ନେବ ଏବ˚ ଶୂନ୍ୟ କୋଭିଡ୍‌ ସ୍ବପ୍ନକୁ ଧୂଳିସାତ୍‌ କରି ପକାଇବ।

ସ˚ପ୍ରତି ଚୀନ୍‌ର ସା˚ଘାଇ ମହନଗରୀରୁ ସୃଷ୍ଟ ଆର୍ତ୍ତନାଦ ‘ସାମାଜିକ ଗଣମାଧୢମ’ ଦେଇ ସାରା ପୃଥିବୀକୁ ଶୁଣାଯିବାରେ ଲାଗିଛି। ଏହାର କାରଣ ହେଲା ସା˚ଘାଇରେ ସହସା କୋଭିଡ୍‌-୧୯ ରୋଗୀଙ୍କ ସ˚ଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବା ଫଳରେ ତାହାକୁ ସ˚ପୂର୍ଣ୍ଣ ‘ଲକ୍‌ଡାଉନ୍‌’ ଅଧୀନରେ ରଖାଯାଇଛି। କହିବା ଅନାବଶ୍ୟକ ଯେ ୨୦୧୯ ମସିହାର ଅନ୍ତିମ ଭାଗରୁ ‘ଲକ୍‌ଡାଉନ୍‌’ ନାମକ ଶବ୍ଦଟି ଚୀନ୍‌ର ଉହାନ ନଗରୀରେ ଆବିର୍ଭୂତ ହୋଇ ଗଲା ପ୍ରାୟ ଦୁଇ ବର୍ଷ କାଳ ଊଣାଅଧିକେ ପୃଥିବୀର ସର୍ବତ୍ର ତା’ର ପଦଚିହ୍ନ ରଖି ସାରିଛି। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ଇତିମଧୢରେ ‘ଲକ୍‌ଡାଉନ୍‌’ ବ୍ୟବସ୍ଥାଟି ମହାମାରୀ ପରିଚାଳନାର ଏକ ଅ˚ଶ ଭାବେ ଦେହସୁହା ହୋଇ ଯାଇଥିବା କଥା। ଏଭଳି ସ୍ଥଳେ ସା˚ଘାଇରେ ସୃଷ୍ଟ କରୁଣ ସ୍ଥିତିର କାରଣ କ’ଣ? ଏହାର ଉତ୍ତର ଏକ ସ˚କ୍ଷିପ୍ତ ଆଲୋଚନା ଆବଶ୍ୟକ କରିଥାଏ।

କୋଭିଡ୍‌ ସ˚କ୍ରମଣକୁ ରୋକିବା ଲାଗି ଚୀନ୍‌ ଦ୍ବାରା ସର୍ବ ପ୍ରଥମେ ଅବଲମ୍ବନ କରାଯାଇଥିବା ‘ଲକ୍‌ଡାଉନ୍‌’ ଭଳି ପନ୍ଥାକୁ ପୃଥିବୀର ସମସ୍ତ ରାଷ୍ଟ୍ର ଗ୍ରହଣ କରିଥିଲେ ସୁଦ୍ଧା ଚୀନ୍‌ସୁଲଭ ସଫଳତା ହାସଲ କରିପାରି ନ ଥିଲେ। ଏହାର କାରଣ ହେଲା ଏହି ବ୍ୟବସ୍ଥାର ସାଫଲ୍ୟ ଲାଗି ଯେଉଁ ବଜ୍ରମୁଷ୍ଟିର ଆବଶ୍ୟକତା ରହିଛି, ସେଭଳି ବଳ ପ୍ରୟୋଗ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ପକ୍ଷରେ ଅସମ୍ଭବ। ତେଣୁ ପୃଥିବୀର ଅନେକ ପାଶ୍ଚାତ୍ୟ ଗଣତନ୍ତ୍ର (ସେମାନଙ୍କ ବିଜ୍ଞାନ ଓ ଚିକିତ୍ସାଗତ ସମୃଦ୍ଧି ସତ୍ତ୍ବେ) ସ˚କ୍ରମଣ ଏବ˚ ମୃତ୍ୟୁର ଯେଉଁ ଅକଳ୍ପନୀୟ ତାଣ୍ତବ ନୃତ୍ୟ ଦେଖିବାକୁ ବାଧୢ ହୋଇଥିଲେ, ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ହୋଇଥିଲେ ସୁଦ୍ଧା ଏକଛତ୍ରବାଦୀ ଚୀନ୍‌ ସେଭଳି ଭୋଗି ନ ଥିଲା ବା ଭୋଗି ନାହିଁ ବୋଲି ଦାବି କରିଥିଲା। ଅବଶ୍ୟ, ଏହା ସତ ଯେ ଚୀନ୍‌କୁ ଘେରି ରହିଥିବା କି˚ବଦନ୍ତୀୟ ଲୌହ ପରଦାରେ ଅନେକ ଛିଦ୍ର ହୋଇ ସାରିଥିବା ସତ୍ତ୍ବେ ଏ ଯାବତ୍‌ ଚୀନ୍‌ରୁ ପ୍ରସାରିତ ହେଉଥିବା ସୂଚନାର କଣ୍ଠରୋଧ କରାଯାଇଥାଏ,ଯେଉଁ କାରଣରୁ ଚୀନା ପ୍ରଦତ୍ତ ତଥ୍ୟ ଅଧିକା˚ଶ ସମୟରେ ବିଶ୍ବସନୀୟ ହୋଇ ନ ଥାଏ। ତେବେ ସେ ଯାହା ହେଉ, ଏଭଳି ସ୍ଥିତିରୁ ଅଗତ୍ୟା ଏକ ଧାରଣା ମଧୢ ସୃଷ୍ଟି ହୋଇଥିଲା ଯେ ଚୀନ୍‌ କୋଭିଡ୍‌ ମୁକାବିଲା କ୍ଷେତ୍ରରେ ସର୍ବାଧିକ ସଫଳତା ଲାଭ କରିପାରିଛି; କେବଳ ସେତିକି ନୁହେଁ ଏହା ବଳରେ ଚୀନ୍‌ ତା’ର ପାରଂପରିକ ପାଶ୍ଚାତ୍ୟ ପ୍ରତିଦ୍ବନ୍ଦ୍ବୀମାନଙ୍କ ଉପରେ ଏକ ବୃହତ୍‌ ବିଜୟ ହାସଲ କରି ପାରିଛି। ସେହି ଦୃଷ୍ଟିରୁ ଚୀନ୍‌ ସରକାର ତାଙ୍କର ଏହି ସର୍ବାଧିକ ସଫଳ ଉପାୟକୁ ସା˚ଘାଇ ଲାଗି ବ୍ୟବହାର କରିଥିବାରେ ବିଶେଷ ଅଯୌକ୍ତିକତା ଦେଖି ହୁଏ ନାହିଁ। କିନ୍ତୁ ଟିକିଏ ଗଭୀରତାକୁ ଦୃଷ୍ଟି ନିକ୍ଷେପ କଲେ ଏହା କିଭଳି ଚୀନ୍‌ର ଏକ ମୂଢ଼ ଅହ˚କାରର ପ୍ରତୀକ, ତାହା ବୁଝିବାରେ କଷ୍ଟ ହେବ ନାହିଁ।

ପ୍ରକାଶ ଥାଉ କି ସା˚ଘାଇ ହେଉଛି ଭାରତର ମୁମ୍ବାଇ ତୁଲ୍ୟ ଚୀନ୍‌ର ଅର୍ଥନୈତିକ ରାଜଧାନୀ, ଯାହାର ଅବଦାନ ଚୀନ୍‌ର ଜାତୀୟ ଆୟ ବା ଜିଡିପିର ପାଞ୍ଚ ଭାଗ। ଏହି ମହାନଗରୀର ଜନସ˚ଖ୍ୟା ୨.୫ କୋଟି, ଯାହା ପୃଥିବୀର ଯେ କୌଣସି ମହାନଗର ତୁଳନାରେ ଅଧିକ। କେବଳ ସେତିକି ନୁହେଁ, ସା˚ଘାଇବାସୀ ଚୀନ୍‌ର ସର୍ବାଧିକ ସ୍ବଚ୍ଛଳ ଭାବେ ଜଣାଶୁଣା ଏବ˚ ଏଠାରେ ଚୀନ୍‌ର ସର୍ବାଧିକ ସ˚ଖ୍ୟକ ଅର୍ବପତି ଅବସ୍ଥାନ କରନ୍ତି। ସେଭଳି ଏକ ଅତିକାୟ ଜନବସତିକୁ ଏଭଳି କଠୋର ‘ଲକ୍‌ଡାଉନ୍‌’ ମଧୢରେ ରଖାଯାଇଛି, ଯହିଁରେ ନାଗରିକମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ଲାଗି ଉଦ୍ଦିଷ୍ଟ ପରିବା ବା ତେଜରାତି ଦୋକାନ ଅଥବା ଔଷଧ ଦୋକାନଗୁଡ଼ିକ ମଧୢ ବନ୍ଦ ରହିଛି। ପ୍ରକାଶ ଥାଉ କି ବର୍ତ୍ତମାନ ଚୀନ୍‌ ସରକାର ସେଠାକାର ସାମାଜିକ ଗଣମାଧୢମରେ ଏହି ସ˚କଟ ନେଇ ବାର୍ତ୍ତା ପ୍ରସାର ଉପରେ କଟକଣା ଲଗାଇ ସାରିଲେଣି, କିନ୍ତୁ ‘ଵିବୋ’ ବା ‘ଵିଚାଟ୍‌’ ଭଳି ସାମାଜିକ ଗଣମାଧୢମର ମଞ୍ଚରେ ଅସହାୟ ସା˚ଘାଇବାସୀଙ୍କ କରୁଣ ବାର୍ତ୍ତା, କ୍ଷୁଧାର ତାଡ଼ନାରେ ନିଜ ନିଜ ଆପର୍ଟମେଣ୍ଟ ଝରକା ଦେଇ ଚିତ୍କାର କର୍ୁ‌ଥିବା ବା କେତେକ ସ୍ଥାନରେ ଜନସାଧାରଣଙ୍କ ଦ୍ବାରା ସୁପର‌୍‌ ମାର୍କେଟ୍‌ ଲୁଟ୍‌ପାଟ ଦୃଶ୍ୟ ସମ୍ବଳିତ ଭିଡିଓମାନ ପ୍ରସାରିତ ହେଉଛି। ଚୀନା କଟକଣାର କଠୋରତା ସ˚ପର୍କରେ ଧାରଣା କରିବା ଲାଗି ‘ସିଏନ୍‌ଏନ୍‌’ରେ ପ୍ରଦତ୍ତ ଜଣେ ବ୍ୟକ୍ତିଙ୍କ ଅନୁଭୂତି ପ୍ରଣିଧାନଯୋଗ୍ୟ, ଯିଏ କହିଛନ୍ତି ଯେ କୋଭିଡ୍‌ ସ˚କ୍ରମଣ ବୃଦ୍ଧିର ପ୍ରାରମ୍ଭ କାଳରେ ଯେତେବେଳେ ଆ˚ଶିକ ‘ଲକ୍‌ଡାଉନ୍‌’ କରାଯାଇଥିଲା, ସେତିକି ବେଳେ ସାଧାରଣ ଲୋକେ ଯେ କୌଣସି ସ୍ଥାନକୁ ଗଲେ ସେଠାରେ ଶୌଚାଳୟର ବ୍ୟବସ୍ଥା ଅଛି କି ନାହିଁ ବୁଝି ଯାଉଥିଲେ ଏବ˚ ସାଙ୍ଗରେ ନିତ୍ୟ ବ୍ୟବହାର୍ଯ୍ୟ ଲୁଗାପଟା ମଧୢ ନେଇ ଯାଉଥିଲେ। କାରଣ ସୁପର ମାର୍କେଟ୍‌ ହେଉ ବା ଅଫିସ୍‌ ହେଉ; ଯେଉଁଠି ଜଣେ ମାତ୍ର କୋଭିଡ୍‌ ରୋଗୀ ଥିବା ଜଣାପଡ଼ୁଥିଲା, ତାକୁ ତତ୍‌କ୍ଷଣାତ୍‌ ସିଲ୍‌ କରି ଦିଆଯାଉଥିଲା ଏବ˚ ଭିତରେ ଥିବା ଲୋକେ ଅନ୍ତତଃ ପନ୍ଦର ଦିନ ସକାଶେ ବନ୍ଦୀ ହୋଇ ରହିବାକୁ ବାଧୢ ହେଉଥିଲେ। କେବଳ ସେତିକି ନୁହେଁ, ବାରମ୍ବାର କରାଯାଉଥିବା କୋଭିଡ୍‌ ପରୀକ୍ଷାରେ ସେମାନେ ନେଗେଟିଭ୍‌ ବୋଲି ଜଣାପଡୁଥିଲେ ମଧୢ ସେହି ଅବସ୍ଥାରୁ ନିଷ୍କୃତି ପାଉ ନ ଥିଲେ। ଯଦିଓ ଖାଦ୍ୟ ବା ଔଷଧ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ନାଗରିକମାନଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ବ ସରକାର ବହନ କରିଛନ୍ତି, କିନ୍ତୁ ସା˚ଘାଇ ସହରର ବିଶାଳତା ସେମାନଙ୍କୁ ଏହି ଉଦ୍ୟମରେ ଦୟନୀୟ ଭାବେ ବିଫଳ କରିଛି। ସୁତରା˚, ସା˚ଘାଇର ଅର୍ବପତି ଠାରୁ ଆରମ୍ଭ କରି ସାଧାରଣ ଲୋକେ ଦିନକୁ ମାତ୍ର ଥରେ ଖାଇ ବା ବିନା ଖାଦ୍ୟରେ ‘ଲକ୍‌ଡାଉନ୍‌’ ସହ୍ୟ କରୁଛନ୍ତି।

ତେବେ ଏଭଳି ନିର୍ମମ ଆଭିମୁଖ୍ୟ ପଛରେ ନିହିତ କାରଣଟି ଯେ ମହାମାରୀ ନିୟନ୍ତ୍ରଣରେ ଚୀନୀୟ ପନ୍ଥାର ଦୃଷ୍ଟାନ୍ତମୂଳକ ସଫଳତା ପ୍ରତିପାଦନ କରିବା, ତହିଁରେ ସନ୍ଦେହ ନାହିଁ। ସେଥିଲାଗି ଚୀନ୍‌ ‘ଶୂନ୍ୟ ସହନଶୀଳତା’ ପ୍ରଦର୍ଶନ କରି ସମଗ୍ର ରାଷ୍ଟ୍ରକୁ ସ˚ପୂର୍ଣ୍ଣ କୋଭିଡ୍‌ ଶୂନ୍ୟ କରିବାକୁ ବଦ୍ଧପରିକର। ସା˚ଘାଇର ସା˚ପ୍ରତିକ ସ୍ଥିତି ହେଲା ସେଠାରେ ସ˚କ୍ରମିତଙ୍କ ସ˚ଖ୍ୟା ଦୈନିକ ହାରାହାରି ୨୫ରୁ ୨୬ ହଜାର, ଯହିଁରେ ଗୁରୁତର ହୋଇ ଡାକ୍ତରଖାନା ଯାଉଥିବା ଲୋକଙ୍କ ସ˚ଖ୍ୟା ଶୂନ୍ୟ ପ୍ରାୟ। ପୁନଶ୍ଚ, ଏହା ବିଶେଷ କ୍ଷତିକାରକ ହୋଇ ନ ଥିବା ‘ଓମିକ୍ରନ୍‌’ର ତରଙ୍ଗ ବୋଲି ସ୍ବୀକୃତ। କିନ୍ତୁ ିଜକୁ ଶୂନ୍ୟ କୋଭିଡ୍‌ର ଦେଶ ରୂପେ ପ୍ରଦର୍ଶିତ କରିବାର ଚୀନର ଅଟଳ ଜିଦି ହିଁ ଏଭଳି ସ୍ଥିତି ସୃଷ୍ଟି କରିଛି।

ଏହି ପରିପ୍ରେକ୍ଷୀରେ ଚୀନ୍‌ରେ ଅତ୍ୟନ୍ତ ପ୍ରସିଦ୍ଧ ଦୁଇ ସମସାମୟିକ ପ୍ରାଚୀନ ଦାର୍ଶନିକଙ୍କ କଥା ସ୍ମରଣକୁ ଆସିଥାଏ। ସେମାନେ ହେଲେ କନ୍‌ଫୁସିଅସ୍‌ ଏବ˚ ଲାଓତ୍‌ ସୁ (ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ)। ଏହି ଦୁଇ ଦାର୍ଶନିକଙ୍କ ଚିନ୍ତନରେ ଏକ ମୌଳିକ ପାର୍ଥକ୍ୟ ଥିଲା, ଯାହାକୁ ଏକ ଉଦାହରଣ ମାଧୢମରେ ସ୍ପଷ୍ଟ କରାଯାଇପାରିବ; ଯେମିତି କି କୌଣସି ରୋଗ ପରିପ୍ରେକ୍ଷୀରେ କନ୍‌ଫୁସିଅସ୍‌ ଔଷଧ ବା ଚିକିତ୍ସା ଜରିଆରେ ରୋଗ ଉପରେ ବିଜୟ ଲାଭ କରିବା ଉପରେ ଗୁରୁତ୍ବାରୋପ କରୁଥିବା ବେଳେ ଲାଓତ୍‌ ସୁ କିନ୍ତୁ ଶରୀରକୁ ଏଭଳି ପ୍ରସ୍ତୁତ କରିବା ଉପରେ ମହତ୍ତ୍ବ ପ୍ରଦାନ କରୁଥିଲେ ଯହିଁରେ ଶରୀର ବିନା ଔଷଧରେ ନିଜକୁ ରୋଗମୁକ୍ତ କରି ପାରିବ ବା ସେହି ସୂତ୍ରରେ ମୂଳରୁ ରୋଗ ପ୍ରତିରୋଧୢ ହୋଇ ଶରୀର ଆଦୌ ସ˚କ୍ରମିତ ହେବ ନାହିଁ। ଅର୍ଥାତ୍‌ କନ୍‌ଫୁସିଅସ୍‌ ଆରୋଗ୍ୟ ଲାଭ କଥା କହୁଥିବା ବେଳେ ଲାଓତ୍‌ ସୁ ନିରୋଗ ଜୀବନ ବିଷୟରେ କହୁଥିଲେ। ସେହି ଦୃଷ୍ଟିରୁ ଦେଖିଲେ ଆଧୁନିକ ବିଜ୍ଞାନ କନ୍‌ଫୁସିଅସ୍‌ଙ୍କ ଦର୍ଶନକୁ ଅନୁସରଣ କରିଛି, ଯାହା ଲାଓତ୍‌ ସୁଙ୍କ ପ୍ରକୃତି ଅନୁକୂଳ ଜୀବନ ଧାରାକୁ ଜଳାଞ୍ଜଳି ଦେଇ ପ୍ରକୃତି ଉପରେ ବିଜୟ ଲାଭ କରିବାକୁ ଶ୍ରେୟ ପ୍ରଦାନ କରିଥାଏ। ତେଣୁ କନ୍‌ଫୁସିଅସ୍‌ ଓ ଲାଓତ୍‌ ସୁଙ୍କ ଦ୍ବୈତ ପରିପ୍ରେକ୍ଷୀରେ ଦିଶିଥାଏ ଯେ ଚୀନ୍‌ କନଫୁୁସିଅସୀୟ ମନୋବୃତ୍ତି ପ୍ରଦର୍ଶନ କରି କୋଭିଡ୍‌ ଉପରେ ସ˚ପୂର୍ଣ୍ଣ ବିଜୟ ଲାଭ କରିବାକୁ ଚେଷ୍ଟା କରୁଛି; ଅପର ପକ୍ଷେ ପୃଥିବୀର ଅନ୍ୟାନ୍ୟ ଦେଶମାନ ଲାଓତ୍‌ ସୁ ପନ୍ଥା ଅବଲମ୍ବନ କରି କୋଭିଡ୍‌ର ଉପସ୍ଥିତିକୁ ଗ୍ରହଣ କରି ନେଇ ତା’ ସହିତ ବଞ୍ଚିବାର ଉପାୟ କରିବାରେ ଲାଗିଛନ୍ତି। ସୁତରା˚, ନିକଟ ଭବିଷ୍ୟତ୍‌ରେ ଏକ ସ˚ପୂର୍ଣ୍ଣ କୋଭିଡ୍‌ ଶୂନ୍ୟ ଦେଶର ସ୍ବପ୍ନ ପ୍ରାୟ ସବୁ ରାଷ୍ଟ୍ର ପରିତ୍ୟାଗ କରିସାରିଲେଣି। ଅଥଚ, ଚୀନ୍‌ ତାହା ବଳବତ୍ତର ରଖିଛି। କିନ୍ତୁ ସତ କଥା ହେଲା, କୋଭିଡ୍‌ର ଚରିତ୍ରକୁ ଭଲ ଭାବେ ହୃଦୟଙ୍ଗମ କରିଥିବା ପ୍ରତ୍ୟେକ ବ୍ୟକ୍ତି ଏ ନେଇ ନିଶ୍ଚିତ ଯେ କୋଭିଡ୍‌ ଭୂତାଣୁ କେବଳ ନିଜ ଇଚ୍ଛାରେ ହିଁ ଅପସରି ଯିବ। ‘ଲକ୍‌ଡାଉନ୍‌’ ଯେତେ ଦୃଢ଼ ହୋଇଥିଲେ ସୁଦ୍ଧା ଏହି ଭୂତାଣୁ ସନ୍ତର୍ପଣରେ ଅନୁପ୍ରବେଶ କରି ନିଜ ଶିକାର ଖୋଜି ନେବ ଏବ˚ ଶୂନ୍ୟ କୋଭିଡ୍‌ ସ୍ବପ୍ନକୁ ଧୂଳିସାତ୍‌ କରି ପକାଇବ।

ସମ୍ବନ୍ଧିତ ଖବର