ସୂଚନାଯୋଗ୍ୟ, ଯୁଗ ଯୁଗ ଧରି ଗୀତା କେବଳ ଭାରତୀୟମାନଙ୍କୁ ଦିଗ୍‌ଦର୍ଶନ ‌େଦଇ ଆସିଛି, ତାହା ନୁ‌େହଁ; ଅନେକ ପାଶ୍ଚାତ୍ୟ ଚିନ୍ତାନାୟକ, ଦାର୍ଶନିକ, ବୈଜ୍ଞାନିକମାନେ ମଧ୍ୟ ଏଥିରେ ନିହିତ ଚିରନ୍ତନ ସତ୍ୟମାନ ଦ୍ବାରା ଅନୁପ୍ରାଣିତ ହୋଇ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ- ଦାର୍ଶନିକ ହେନ୍‌ରି ଡେଭିଡ୍‌ ଥୋରୁ, କବି ଟି ଏସ୍‌ ଏଲିଅଟ୍‌, ବୈଜ୍ଞାନିକ ରବର୍ଟ ଓପେନ୍‌ହାଇମର୍‌, ସଙ୍ଗୀତଜ୍ଞ ଫିଲିପ୍‌ ଗ୍ଲାସ୍‌ ଆଦି। ଆଶ୍ଚର୍ଯ୍ୟର କଥା ଗୀତାର ପ୍ରତ୍ୟେକ ତତ୍ତ୍ବକୁ ଏମାନେ ତନ୍ନ ତନ୍ନ କରି ମନନ କରିଥିଲେ ମଧ୍ୟ, ଗୀତା‌େର ଜିହାଦ୍‌ ପାଇଁ ଦିଆଯାଇଥିବା ଆହ୍ବାନ ଏହି ଅଣହିନ୍ଦୁ ମନିଷୀମାନଙ୍କ ମଧ୍ୟରୁ କାହାରି ହେଲେ ନଜରକୁ ଆସିନାହିଁ, ଯାହା ଶିବରାଜ ପାଟିଲ୍‌ ଆବିଷ୍କାର କରିଛନ୍ତି। ଏହାକୁ ପାଟିଲ୍‌ଙ୍କର ଗୀତା-ଅଜ୍ଞାନ କହିବା ଠିକ୍‌ ହେବ।

Advertisment

ସଶସ୍ତ୍ର ସଂଘର୍ଷର ଅବାଞ୍ଛିତ ପରିଣାମମାନଙ୍କୁ ସୀମିତ କରିବା ଉଦ୍ଦେଶ୍ୟରେ ସଂକଳନ କରାଯାଇଥିବା ‘ଆନ୍ତର୍ଜାତିକ ମାନବୀୟ ବିଧି’ (‘ଇଣ୍ଟରନେସନାଲ୍‌ ହ୍ୟୁମ୍ୟାନିଟାରିଆନ୍‌ ଲ’- ‘ଆଇଏଚ୍‌ଏଲ୍‌’)ର ଚାରିଟି ଆବଶ୍ୟକତା ହେଲା: ଲଢ଼େଇରେ ସମ୍ପୃକ୍ତ ନ ଥିବା କାହାରି ଉପରେ ଆକ୍ରମଣ କର ନାହିଁ; ଲଢ଼େଇ କରୁଥିବା ପ୍ରତିପକ୍ଷ ଉପରେ କେବଳ ବିଧିସମ୍ମତ ଉପାୟ ଅବଲମ୍ବନ କରି ଆକ୍ରମଣ କର; ତୁମ ନିୟନ୍ତ୍ରଣ ମଧ୍ୟରେ ଥିବା ସମସ୍ତଙ୍କ ପ୍ରତି ମାନବୀୟ ଆଚରଣ ପ୍ରଦର୍ଶନ କର ଏବଂ ଯୁଦ୍ଧ-କ୍ଷତିଗ୍ରସ୍ତ ପୀଡ଼ିତମାନଙ୍କୁ ସୁରକ୍ଷା ପ୍ରଦାନ କର। ଏହାର ସ୍ପଷ୍ଟ ଉଦ୍ଦେଶ୍ୟ ହେଲା ଯୋଦ୍ଧାମାନେ ଯୁଦ୍ଧର ଘନଘଟା ମଧ୍ୟରେ ଯେପରି ମାନବିକତା ପରିତ୍ୟାଗ ନ କରନ୍ତି, ତାହା ନିଶ୍ଚିତ କରିବା।

ଅନେକଙ୍କ ମତରେ ‘ଆଇଏଚ୍‌ଏଲ୍‌’ର ଏହି ନିୟମମାନ ପ୍ରତି‌ଷ୍ଠିତ ହୋଇଛି ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଦାନ କରିଥିବା ସୁପରିଚିତ ଉପଦେଶାବଳୀ ଉପରେ। ଶ୍ରୀକୃଷ୍ଣ ତାଙ୍କର ସଖା ଅର୍ଜୁନଙ୍କୁ କହିଥିଲେ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ତାଙ୍କର (ଅର୍ଜୁନଙ୍କର) ଆଚରଣ ଆବେଗ ଓ ଘୃଣାରୁ ମୁକ୍ତ ରହିବ, ସେତେବେଳେ ଯାଇ ଅର୍ଜୁନ ଯୁଦ୍ଧରେ ଅଂଶ ଗ୍ରହଣ କରିବେ। ଯୁଦ୍ଧ ସମୟରେ ଆତ୍ମସଂଯମ ରକ୍ଷା କରିବା ତେଣୁ ଶ୍ରୀକୃଷ୍ଣଙ୍କ ବିଚାରରେ ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯୁଦ୍ଧର ଯଥାର୍ଥତା ପ୍ରତିପାଦନ କରି ଶ୍ରୀକୃଷ୍ଣ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଅର୍ଜୁନଙ୍କୁ ଯେଉଁ ଉତ୍ସାହବାଣୀ ଶୁଣାଇଥିଲେ, ଯୋଦ୍ଧାମାନଙ୍କର ଆଦର୍ଶ ଆଚରଣ ସମ୍ବନ୍ଧରେ ତାଙ୍କର ଏହି ଉପ‌େଦଶକୁ ଗୀତାର ତା’ଠାରୁ ଅଧିକ ମୌଳିକ ସନ୍ଦେଶ ବୋଲି ଗୀତା ଜ୍ଞାନୀମାନେ, ବିବେଚନା କରିଥାନ୍ତି।

ଯୁଦ୍ଧ ପ୍ରତି ଗୀତାର ଆଭିମୁଖ୍ୟ ତେଣୁ ଅବିଚାରିତ ଶ୍ରେଣୀର ନ ହୋଇ ସୂକ୍ଷ୍ମ ଭାବରେ ଅର୍ଥପୂର୍ଣ୍ଣ ହୋଇଥାଏ। ଗୀତା ଯୁଦ୍ଧର ଆବଶ୍ୟକତାକୁ ସ୍ବୀକାର କରିଥାଏ ଏବଂ ଏହାର ବାସ୍ତବତାକୁ ଗ୍ରହଣ କରିଥାଏ; କିନ୍ତୁ ଏଥିଯୋଗୁଁ ସୃଷ୍ଟି ହେଉଥିବା ହିଂସା ଓ ରକ୍ତପାତର ଗୌରବ ଗାନ କରିନଥାଏ। ଅପରପକ୍ଷେ ଯୁଦ୍ଧ ସୃଷ୍ଟି କରୁଥିବା ମାନବୀୟ ଦୁର୍ଦ୍ଦଶା ଓ ଯନ୍ତ୍ରଣାକୁ ସର୍ବନିମ୍ନ ସମ୍ଭବ କରିବା ପାଇଁ ଗୀତା ଆହ୍ବାନ ଦେଇଥାଏ। ଯୁଦ୍ଧର ଅନାବଶ୍ୟକ କ୍ଷତିକାରକ ପ୍ରଭାବମାନଙ୍କୁ ସୀମିତ କରିବା ପାଇଁ ଅର୍ଜୁନ ଆବଶ୍ୟକ ମାନସିକତା ହାସଲ କଲା ପରେ ଯାଇ ହିଁ ଯୁଦ୍ଧରେ ପ୍ରବୃତ୍ତ ହେବା ନିମିତ୍ତ ଶ୍ରୀକୃଷ୍ଣ ତାଙ୍କୁ ଉପଦେଶ ଦେଇଥିଲେ। ଏହି ମାନସିକତା ହେଉଛି କ୍ରୋଧ, ଘୃଣା, ପ୍ରତି‌େଶାଧ ପରାୟଣତା ତଥା ବିଜୟ ଲାଭ କରିବା ଓ ନିଜର ଶକ୍ତି ପ୍ରଦର୍ଶନ କରିବାର ଅଦମ୍ୟ ଇଚ୍ଛାକୁ ନିୟନ୍ତ୍ରଣ ମଧ୍ୟରେ ରଖି ସ୍ଥିର ଚିତ୍ତ ଓ ଶାନ୍ତ ମନରେ ରଣାଙ୍ଗନରେ ଅବତୀର୍ଣ୍ଣ ହେବାର ମାନସିକତା। ଶ୍ରୀକୃଷ୍ଣଙ୍କ ବିଚାରରେ ତା’ ନହେଲେ ଶକ୍ତିର ଅବିଚାରିତ ପ୍ରୟୋଗ ଯୋଗୁଁ ଘୋର ଅନାବଶ୍ୟକ କ୍ଷତି ଘଟିବ। ଗୀତାର କେନ୍ଦ୍ରୀୟ ସନ୍ଦେଶ ତେଣୁ ହେଉଛି ଯୁଦ୍ଧରେ ପ୍ରବୃତ୍ତ ଥିବା ସମୟରେ ସଂଯମ ରକ୍ଷା କରିବାର ଆବଶ୍ୟକତା।

ନିକଟରେ ବର୍ଷୀୟାନ୍‌ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ୍‌ ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି ଯେ ଗୀତାରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଜିହାଦ୍ ପାଇଁ ଆହ୍ବାନ ଦେଇଛନ୍ତି, ତାହା ଯେ ସମ୍ପୂର୍ଣ୍ଣ ଅବାସ୍ତବ ଓ ଅଜ୍ଞାନ ସମ୍ଭୂତ, କେବଳ ଏଇ ଗୋଟିଏ ମାପକାଠିର ପ୍ରୟୋଗ ଦ୍ବାରା ତାହା ସାବ୍ୟସ୍ତ ହୋଇଥାଏ। ପୃଥିବୀରେ ବିଭିନ୍ନ ସ୍ଥାନରେ ନିକଟ ଅତୀତରେ ଘଟିଥିବା ଜିହାଦୀ ଆକ୍ରମଣମାନଙ୍କ ମଧ୍ୟରୁ ଏହି ମାପକାଠିର ପ୍ରୟୋଗ ନିମିତ୍ତ ନମୁନା ରୂପେ ଯେକୌଣସି ଘଟଣାକୁ ବାଛିଲେ, ଏହା ଜଳ ଜଳ ହୋଇ ଦେଖାଯାଇଥାଏ। ଏକ ଛାମୁଆ ଉଦାହରଣ ସ୍ବରୂପ ୨୦୦୧ ସେପ୍‌ଟେମ୍ବର ୧୧ ତାରିଖରେ ଅଲ୍‌ କାଏଦା ଜିହାଦୀମାନେ ଆମେରିକାରେ ଚାରିଟି ଲକ୍ଷ୍ୟସ୍ଥଳୀ ଉପରେ କରିଥିବା ଆତ୍ମଘାତୀ ବିମାନ ଆକ୍ରମଣ (୯/୧୧ ଆକ୍ରମଣ ରୂପେ ପରିଚିତ)କୁ ନିଆଯାଉ। ଏହି ଆକ୍ରମଣରେ ‘ୱାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର୍‌’ର ଦ୍ବୈତ ଟାୱାର ଧୂଳିସାତ୍‌ ହେବା ସହିତ ମୋଟ ପ୍ରାୟ ୩,୦୦୦ (ତିନି ହଜାର) ଲୋକ ପ୍ରାଣ ହରାଇଥି‌େଲ, ଯେଉଁମାନଙ୍କ ମଧ୍ୟରୁ କେବଳ ୧୯ ଜଣ ଆକ୍ରମଣକାରୀ ଜିହାଦୀଙ୍କୁ ବାଦ୍‌ ଦେଲେ ଅନ୍ୟ ସମସ୍ତେ ଥିଲେ ସମ୍ପୂର୍ଣ୍ଣ ନିରୀହ। ଏହି ନିରୀହ ଲୋକମାନେ ଏଭଳି ଭୟଙ୍କର ମୃତ୍ୟୁ କବଳରେ ପଡ଼ିବାର କାରଣ ହେଲା‌ ସେମାନଙ୍କ ପ୍ରତି ଆକ୍ରମଣକାରୀମାନଙ୍କ ମନରେ ଦୃଢ଼ ଭାବରେ ଆସ୍ଥାନ ଜମାଇଥିବା ଅହେତୁକ ଅଣଗୀତା ସୁଲଭ ଅସୂୟା ଓ ଅସହିଷ୍ଣୁତା।

ଅନ୍ୟ ଏକ ଉଦାହରଣ ସ୍ବରୂପ ୨୦୦୮ ନଭେମ୍ବର ୨୬ ତାରିଖରେ ଭାରତର ମୁମ୍ବାଇ ନଗରୀର ୧୨ଟି ସ୍ଥାନରେ ପାକିସ୍ତାନରୁ ଆସିଥିବା ଲସ୍କର-ଏ-ତଇବା ଜିହାଦୀମାନେ କରିଥିବା ଆଖିବୁଜା ବନ୍ଧୁକ ଓ ବୋମା ଆକ୍ରମଣକୁ (୨୬/୧୧ ଆକ୍ରମଣ ରୂପେ ପରିଚିତ) ନିଆଯାଇପାରେ। ଏଥିରେ ୧୭୪ ଜଣ ପ୍ରାଣ ହରାଇଥିଲେ ଓ ୩୦୦ରୁ ଅଧିକ ଆହତ ହୋଇଥିଲେ। ୯/୧୧ ଭଳି କେବଳ ଘୃଣା ଓ ବିଦ୍ବେଷ ଦ୍ବାରା ପରିଚାଳିତ ହୋଇ ୨୬/୧୧ ଆକ୍ରମଣକାରୀମାନେ ଆଖିବୁଜା କ୍ଷୟକ୍ଷତି ଘଟାଇଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ଗୀତାର ପରିପନ୍ଥୀ। (ଉଲ୍ଲେଖଯୋଗ୍ୟ, ଶିବରାଜ ପାଟିଲ୍‌ ଗୃହମନ୍ତ୍ରୀ ଥିବା ସମୟରେ ହିଁ ଏହି ଜିହାଦୀ ଆକ୍ରମଣ ସଂଘଟିତ ହୋଇଥିଲା।)

ଆକ୍ରମଣକାରୀମାନଙ୍କର ଆଚରଣରେ ଏହି ଅଣ-ଗୀତା ସୁଲଭ ଅସଂଗତି ବ୍ୟତୀତ ଶିବରାଜ ପାଟିଲ୍‌ ଜିହାଦ୍‌କୁ ଗୀତାରେ ବର୍ଣ୍ଣିତ ମହାଭାରତ ଧର୍ମଯୁଦ୍ଧ ସହିତ ସମାନ କରିବା ପ୍ରଚେଷ୍ଟାରେ ଅନ୍ୟାନ୍ୟ ଗୁରୁତର ଦୁର୍ବଳତମାନ ମଧ୍ୟ ରହିଛି। ମହାଭାରତ ଯୁଦ୍ଧ ଗୋଟିଏ ପରିବାରର ଦୁଇ ଅଂଶ ମଧ୍ୟରେ ନ୍ୟାୟୋଚିତ ସମ୍ପତ୍ତି ଓ କ୍ଷମତା ଅଧିକାରକୁ କେନ୍ଦ୍ର କରି ସଂଘଟିତ ହୋଇଥିଲା। ନ୍ୟାୟ ପାଇଁ ଏହି ଯୁଦ୍ଧ ହିଁ ଥିଲା ଧର୍ମ ଯୁଦ୍ଧ, ଯେଉଁଥିରେ ଉଭୟ ପକ୍ଷ ଥିଲେ ସନାତନ ଧର୍ମାବଲମ୍ବୀ। କୌଣସି ବିଧର୍ମୀମାନଙ୍କ ବିରୋଧରେ ମହାଭାରତ ଯୁଦ୍ଧ ଘଟିନଥିଲା, ଯାହା ହେଉଛି ଜିହାଦ୍‌ର ମୌଳିକ ଚରିତ୍ର। ମହାଭାରତ ଯୁଦ୍ଧରେ ଉଭୟ ପକ୍ଷ ମଧ୍ୟରେ କୌଣସି ଧର୍ମୀୟ ବିବାଦ ନ ଥିଲା, ଏବଂ ଯଦିବା ସେଭଳି କୌଣସି ବିବାଦ ଥାନ୍ତା, ତାହାର ସମାଧାନ ଯୁଦ୍ଧ ଦ୍ବାରା କରାଯିବାର ପରମ୍ପରା ସନାତନ ଧର୍ମରେ ନାହିଁ; ତର୍କ ମାଧ୍ୟମରେ ତାହାର ସମାଧାନ ବାହାର କରିବା ପାଇଁ ଉଦ୍ୟମ କରାଯିବାର ପରମ୍ପରା ରହିଛି। ଦୁର୍ଯ୍ୟୋଧନ ସୂଚ୍ୟଗ୍ର ମେଦିନୀ ପାଣ୍ଡବମାନଙ୍କୁ ଦେବାକୁ ରାଜି ନ ହେବାରୁ ଯେଉଁ ଯୁଦ୍ଧ ହୋଇଥିଲା, ଶିବରାଜ ପାଟିଲ ତାହାକୁ ଜିହାଦ ରୂପେ ବର୍ଣ୍ଣନା କରିବା ଠାରୁ ଅଧିକ ଉଦ୍ଭଟ ଆଉ କ’ଣ ହୋଇପାରେ?
ସୂଚନାଯୋଗ୍ୟ, ଯୁଗ ଯୁଗ ଧରି ଗୀତା କେବଳ ଭାରତୀୟମାନଙ୍କୁ ଦିଗ୍‌ଦର୍ଶନ ‌େଦଇ ଆସିଛି, ତାହା ନୁ‌େହଁ; ଅନେକ ପାଶ୍ଚାତ୍ୟ ଚିନ୍ତାନାୟକ, ଦାର୍ଶନିକ, ବୈଜ୍ଞାନିକମାନେ ମଧ୍ୟ ଏଥିରେ ନିହିତ ଚିରନ୍ତନ ସତ୍ୟମାନ ଦ୍ବାରା ଅନୁପ୍ରାଣିତ ହୋଇ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ- ଦାର୍ଶନିକ ହେନ୍‌ରି ଡେଭିଡ୍‌ ଥୋରୁ, କବି ଟି ଏସ୍‌ ଏଲିଅଟ୍‌, ବୈଜ୍ଞାନିକ ରବର୍ଟ ଓପେନ୍‌ହାଇମର୍‌, ସଙ୍ଗୀତଜ୍ଞ ଫିଲିପ୍‌ ଗ୍ଲାସ୍‌ ଆଦି। ଆଶ୍ଚର୍ଯ୍ୟର କଥା ଗୀତାର ପ୍ରତ୍ୟେକ ତତ୍ତ୍ବକୁ ଏମାନେ ତନ୍ନ ତନ୍ନ କରି ମନନ କରିଥିଲେ ମଧ୍ୟ, ଗୀତା‌େର ଜିହାଦ୍‌ ପାଇଁ ଦିଆଯାଇଥିବା ଆହ୍ବାନ ଏହି ଅଣହିନ୍ଦୁ ମନିଷୀମାନଙ୍କ ମଧ୍ୟରୁ କାହାରି ହେଲେ ନଜରକୁ ଆସିନାହିଁ, ଯାହା ଶିବରାଜ ପାଟିଲ୍‌ ଆବିଷ୍କାର କରିଛନ୍ତି। ଏହାକୁ ପାଟିଲ୍‌ଙ୍କର ଗୀତା-ଅଜ୍ଞାନ କହିବା ଠିକ୍‌ ହେବ।