ଗଜ ଜଣାଣ

ଆମ ରାଜ୍ୟର ଏକ ସର୍ବଜନଜ୍ଞାତ କି˚ବଦନ୍ତିରେ ‘ନକ୍ର’ ମୁହଁରେ ପଡ଼ିଥିବା ଅସହାୟ ଗଜର କରୁଣ ଜଣାଣର ଅବତାରଣା ରହିଛି, ଯହିଁରେ ଭଗବାନ ଶ୍ରୀ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର କୁମ୍ଭୀରର ଶିରଚ୍ଛେଦ କରି ହସ୍ତୀକୁ ଦାରୁଣ ବିପତ୍ତିରୁ ରକ୍ଷା କରିଥିଲା। ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦିବସରେ ଆମ ହସ୍ତୀମାନେ ସମ୍ମୁଖୀନ ହେଉଥିବା ଦାରୁଣ ବିପତ୍ତିର ଆଲୋଚନା କରାଯାଉଥିବା ବେଳେ ସେହି ଗଜ ଜଣାଣ ସ˚ଦର୍ଭ ହିଁ ମନକୁ ଆସିଥାଏ। ଆମ ସ˚ସ୍କୃତି ଓ ପର˚ପରାର ଏକ ଅବିଚ୍ଛେଦ୍ୟ ଅ˚ଶ, ମହାଲକ୍ଷ୍ମୀଙ୍କ ବାହନ ଏବ˚ ପାର˚ପରିକ ଭାବେ ରାଜୋଚିତ କୌଳିନ୍ୟର ପ୍ରତୀକ ଏହି ବିଶାଳ ଚତୁଷ୍ପଦଟିର ସୁରକ୍ଷା ଲାଗି ଯେ ସୁଦର୍ଶନ ଚକ୍ର ତୁଲ୍ୟ ଏକ ଦୁର୍ଭେଦ୍ୟ ସୁରକ୍ଷା ଆଢୁଆଳର ଆବଶ୍ୟକତା ରହିଛି, ତାହା କହିବା ବାହୁଲ୍ୟ ମାତ୍ର।

ବିଧିର ଏକ ଚରମ ବିଡ଼ମ୍ବନା ଯେ କ୍ଷୁଦ୍ରକାୟ ଦ୍ବୀପ ରାଷ୍ଟ୍ର ଜାପାନର ଜଙ୍ଗଲ ସ˚ପୂର୍ଣ୍ଣ ରୂପେ ହସ୍ତୀ ଶୂନ୍ୟ ହୋଇଥିଲେ ହେଁ ଏହା ହେଉଛି ପୃଥିବୀର ବୃହତ୍ତମ ଗଜ ଦନ୍ତ କ୍ରେତା, ଯେଉଁଥି ଲାଗି ଆମ ରାଜ୍ୟରେ ଶିକାରୀ ଗୁଳିରେ ମୃତ୍ୟୁବରଣ କରୁଥିବା ଦନ୍ତା ହାତୀଗୁଡ଼ିକର ସ˚ଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ମନରେ ଏକ ଭାବନା ସୃଷ୍ଟି ହୋଇଥାଏ ଯେ ମଧୢ-ପ୍ରାଚ୍ୟର ଚୋରା ବାଟ ଦେଇ ଆମ ରାଜ୍ୟର ଗଜ ଦନ୍ତଗୁଡ଼ିକୁ ଅବଲୀଳା କ୍ରମେ ଜାପାନରେ ପହଞ୍ଚି ଯାଉ ନାହାନ୍ତି ତ? ଏହି ଧାରଣା ଦୃଢ଼ୀଭୂତ ହେବାର ଏକ ବଡ଼ କାରଣ ହେଲା ଜାପାନରେ ‘ସିଗ୍‌ନେଚର ସିଲ୍‌’ ବା ‘ଦସ୍ତଖତ ମୋହର’ (ଜାପାନୀ ଭାଷାରେ ‘ହାନ୍‌କୋ’) ତିଆରି ଲାଗି ବିପୁଳ ପରିମାଣରେ ଆବଶ୍ୟକ ଗଜ ଦନ୍ତ ସକାଶେ ଆଫ୍ରିକୀୟ ହସ୍ତୀମାନଙ୍କ ତୁଳନାରେ ଏସୀୟ ହାତୀମାନଙ୍କୁ ଅଧିକ ପସନ୍ଦ କରାଯାଇଥାଏ। ତେଣୁ ଯଦି ଏହି କାରଣରୁ ଆମ ରାଜ୍ୟରେ ହାତୀ ଶିକାର ଘଟଣାରେ ବୃଦ୍ଧି ଘଟୁଥାଏ, ତେବେ ଆହୁରି ଅଧିକ ଚିନ୍ତାଜନକ ହେଉଛି ଏଭଳି ଘଟଣାକୁ ପ୍ରଘଟ ହେବାକୁ ନ ଦେବା ଲାଗି ବିଭାଗୀୟ ଅପଚେଷ୍ଟା, ଯାହା ପ୍ରକାରାନ୍ତରେ ସେହି ଜଘନ୍ୟ ହାତୀ ଶିକାରୀମାନଙ୍କୁ ହିଁ ପ୍ରୋତ୍ସାହନ ଦେଇଥାଏ।

‘ଵାଇଲ୍‌ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ (ଡବ୍ଲ୍ୟୁ.ଏସ୍‌.ଓ.) ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ ୨୦୧୭ ଠାରୁ ଚଳିତ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଆମ ରାଜ୍ୟ ପ୍ରାୟ ୪୨୩ଟି ହାତୀଙ୍କ ମୃତ୍ୟୁ ଦେଖି ସାରିଲାଣି। ଏହି ସୂଚନା ଅନୁସାରେ ଏହି ହାତୀଗୁଡ଼ିକ ମଧୢରୁ ୮୭ଟି ହାତୀ ବିଜୁଳି ସ˚ଯୋଗ, ବିଷ ପ୍ରୟୋଗ ଏବ˚ ଶିକାରୀ ଗୁଳିରେ ଅର୍ଥାତ୍‌ ଅସ୍ବାଭାବିକ ମୃତ୍ୟୁର ଶିକାର ହୋଇଥିବା ବେଳେ କେବଳ ୩୦ଟି ହାତୀଙ୍କୁ ସେମାନଙ୍କ ଦାନ୍ତ ଲାଗି ବଧ କରାଯାଇଛି। ଏକ ତଥ୍ୟ ଅନୁସାରେ ୨୦୧୦ ପରବର୍ତ୍ତୀ ଦଶନ୍ଧିରେ ଆମ ରାଜ୍ୟରେ ମୃତ୍ୟୁବରଣ କରୁଥିବା ହାତୀଙ୍କ ସ˚ଖ୍ୟା ବର୍ଷକୁ ହାରାହାରି ୭୬ରେ ପହଞ୍ଚିଛି, ଯାହା ବିଗତ ଦଶନ୍ଧି (୨୦୦୧ରୁ ୨୦୧୦) ତୁଳନାରେ ପ୍ରାୟ ୮୦ ପ୍ରତିଶତ ଅଧିକ। ଅବଶ୍ୟ ବର୍ତ୍ତମାନ ହାତୀମାନେ ଅଧିକରୁ ଅଧିକ ସ˚ଖ୍ୟାରେ ଜନବସତିମୁହାଁ ହେଉଥିବାରୁ ହସ୍ତୀ ଓ ମାନବଙ୍କ ମଧୢରେ ସ˚ଘର୍ଷ ଉତ୍କଟ ହୋଇଛି, ଯାହା ଅନେକତ୍ର ହାତୀଙ୍କ ଅସ୍ବାଭାବିକ ମୃତ୍ୟୁର କାରଣ ହୋଇଥାଏ; କିନ୍ତୁ ଶିକାରୀଙ୍କ ଦ୍ବାରା ହସ୍ତୀ ହତ୍ୟା ଆଉ ଏକ ସା˚ଘାତିକ ସମସ୍ୟା ସୃଷ୍ଟି କରିଛି, ଯାହା ଆମ ରାଜ୍ୟରେ ହସ୍ତୀ ବ˚ଶର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କଲାଣି।

ଉଲ୍ଲେଖଯୋଗ୍ୟ ଯେ ଆଫ୍ରିକାରେ ଉଭୟ ହସ୍ତୀ ଓ ହସ୍ତିନୀ ଦୃଶ୍ୟମାନ ହେଉଥିବା ଭଳି ଦନ୍ତର ଅଧିକାରୀ ହୋଇ ଥାଆନ୍ତି। ସେହି କାରଣରୁ ଶିକାରୀ ଗୁଳି ଏ କ୍ଷେତ୍ରରେ କୌଣସି ବାଛବିଚାର ନ କରି ଉଭୟ ଲିଙ୍ଗର ହସ୍ତୀଙ୍କୁ ନିଧନ କରିଥାଏ, ଯେତେବେଳେ କି ଏସୀୟ ହସ୍ତୀମାନଙ୍କ ମଧୢରୁ କେବଳ ପୁରୁଷମାନେ ବୃହଦାକାୟ ଦନ୍ତ ଧାରଣ କରୁଥିବାରୁ ସେଇମାନେ ହିଁ ଶିକାରୀ ଗୁଳିରେ ନିହତ ହୁଅନ୍ତି। ସୁତରାଂ, ଏହି କାରଣରୁ ଜାତ ଲିଙ୍ଗଗତ ଅସମାନୁପାତିକତା ହସ୍ତୀ ବ˚ଶ ବୃଦ୍ଧିରେ ଏକ ଉଦ୍‌ବେଗଜନକ ଅନ୍ତରାୟ ସୃଷ୍ଟି କରିଥାଏ। ଏହି ପରିପ୍ରେକ୍ଷୀରେ ‘ଡବ୍ଲ୍ୟୁ.ଏସ୍‌.ଓ.’ ପକ୍ଷରୁ ଏହାର ମୁଖ୍ୟ ବିଶ୍ବଜିତ ମହାନ୍ତିିଙ୍କ ଦ୍ବାରା ଗଣମାଧୢମ (ଦ ହିନ୍ଦୁ, ଅଗଷ୍ଟ ୧୨, ୨୦୨୧)କୁ ପ୍ରଦତ୍ତ ସୂଚନାରୁ ଜଣାପଡ଼ିଛି ଯେ ୨୦୧୭ ମସିହାର ହସ୍ତୀ ଗଣନା ଅନୁସାରେ ଆମ ରାଜ୍ୟରେ ୧୯୭୬ଟି ହାତୀଙ୍କ ମଧୢରୁ ପୁରୁଷ ହାତୀଙ୍କ ସ˚ଖ୍ୟା ୩୪୪ ବୋଲି କୁହାଯାଉଥିବା ବେଳେ ପ୍ରକୃତରେ ଏହି ସ˚ଖ୍ୟା ୧୫୦ରୁ ମଧୢ କମ୍‌ ହୋଇପାରେ। କେବଳ ସେତିକି ନୁହେଁ ପ୍ରତି ବର୍ଷ ହାରାହାରି ୨୦ଟି ପ୍ରଜନନକ୍ଷମ ପୁରୁଷ ହାତୀ ଅସ୍ବାଭାବିକ ମୃତ୍ୟୁର ଶିକାର ହେଉଛନ୍ତି। କହିବା ଅନାବଶ୍ୟକ ଯେ ଏହି ଧାରାରେ ବିରାମ ଲାଗିବା ଜରୁରୀ; ତାହା ନ ହେଲେ ହସ୍ତୀ ବ˚ଶ ବୃଦ୍ଧିରେ ମନ୍ଥରତା ସହିତ ହସ୍ତୀ ମୃତ୍ୟୁ ସ˚ଖ୍ୟାରେ ବୃଦ୍ଧି ମିଶିଯାଇ ଆମ ରାଜ୍ୟର ଜଙ୍ଗଲଗୁଡ଼ିକୁ ଅବଲୀଳାକ୍ରମେ ହସ୍ତୀଶୂନ୍ୟ କରିଦେଇପାରେ।

ଏହି ପରିପ୍ରେକ୍ଷୀରେ ଯାହା ଅତ୍ୟନ୍ତ ଚିନ୍ତାଜନକ, ତାହା ହେଲା ଶିକାରୀ ଗୁଳି ଦ୍ବାରା ଘଟୁଥିବା ହାତୀ ମୃତ୍ୟୁକୁ ଲୁଚାଇ ଦେବା ସକାଶେ ବନ ବିଭାଗ କର୍ମଚାରୀମାନଙ୍କ ଦ୍ବାରା ହେଉଥିବା ଉଦ୍ୟମ, ଯାହାର ଉଦାହରଣମାନ ଗୋଟିକ ପରେ ଗୋଟିଏ ଆତ୍ମପ୍ରକାଶ କରି ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପ୍ରକାଶ ଥାଉ କି ଚଳିତ ବର୍ଷ ଫେବ୍ରୁଆରି ମାସରେ ଗୋଟିଏ ଏବ˚ ଜୁନ୍‌ ମାସରେ ଚାରିଟି ଘଟଣାରେ ମାଟି ତଳୁ ମୃତ ହାତୀଙ୍କ ଶରୀରାବଶେଷକୁ ଉଦ୍ଧାର କରାଯାଇଛି। ହାତୀ ଭଳି ଏକ ଅତ୍ୟନ୍ତ ବିଶାଳକାୟ ପ୍ରାଣୀକୁ ସନ୍ତର୍ପଣରେ ମାଟି ତଳେ ପୋତିଦେବା ଭଳି ଘୋର କଷ୍ଟପ୍ରଦ କାର୍ଯ୍ୟ ସ˚ପାଦନ କରିବା ଜଣେ ବା ଦୁଇ ଜଣ କର୍ମଚାରୀଙ୍କ ପକ୍ଷରେ ସମ୍ଭବ ନୁହେଁ। ଏଥିଲାଗି ଯେଉଁଭଳି ଭାରି ଯନ୍ତ୍ରଗୁଡ଼ିକର ସାହାଯ୍ୟ ନିଆଯାଇଥିବ, ସେଥିଲାଗି ଉଚ୍ଚସ୍ତରୀୟ ସ˚ପୃକ୍ତିର ଆବଶ୍ୟକତା ରହିଛି। ଏହା ନିଃସନ୍ଦେହ ଯେ ଏଭଳି କାର୍ଯ୍ୟ ପଛରେ ନିହିତ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟାନୁଷ୍ଠାନରୁ ନିଜକୁ ସୁରକ୍ଷିତ ରଖିବା। କିନ୍ତୁ ଏହା ଦ୍ବାରା ଯେ ପ୍ରକାରାନ୍ତରେ ହାତୀ ଶିକାରୀମାନେ ହିଁ ସୁରକ୍ଷା ପାଇ ଥାଆନ୍ତି, ତାହା କହିବା ଅନାବଶ୍ୟକ। ଅବଶ୍ୟ, ଏହା ମଧୢ ଏକ ବାସ୍ତବତା ଯେ ସ˚ପ୍ରତି ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଭଳି ବନ ବିଭାଗ ମଧ୍ୟ କର୍ମଚାରୀ ଅଭାବଜନିତ ସମସ୍ୟା ଦ୍ବାରା ପୀଡ଼ିତ। କେବଳ ସେତିକି ନୁହେଁ, ଜଙ୍ଗଲ ଜଗିବା ଲାଗି ମୁତୟନ ହୋଇଥିବା ପ୍ରାୟତଃ ନିରସ୍ତ୍ର ବନରକ୍ଷୀମାନେ ସଶସ୍ତ୍ର ଶିକାରୀମାନଙ୍କ ସହିତ ମୁକାବିଲା କରିବା ଏକ ଦୁଃସାଧୢ ବ୍ୟାପାର। ଏଭଳି ସ୍ଥିତିରେ ହୁଏ’ତ ସହଯୋଗର ହାତ ପ୍ରସାର କରି ଜଙ୍ଗଲ ସନ୍ନିକଟ ଗ୍ରାମର ଗ୍ରାମବାସୀମାନେ ଶିକାରୀଙ୍କୁ ପ୍ରତିରୋଧ କରିବାରେ ସହଯୋଗ କରିପାରନ୍ତେ। କିନ୍ତୁ ବିଡ଼ମ୍ବନା, ଜନବସତିମୁହାଁ ହୋଇଥିବା ହାତୀମାନେ ଏବେ ନିୟମିତ ଭାବେ ମଣିଷ ସହିତ ସ˚ଘର୍ଷରେ ବ୍ୟାପୃତ ହେଉଥିବାରୁ ମଣିଷ ଓ ହାତୀଙ୍କ ମଧୢରେ ଥିବା ପୂର୍ବର ସ˚ଭ୍ରମତାପୂର୍ଣ୍ଣ ସଦ୍‌ଭାବ ଅନେକତ୍ର ନାହିଁ। ତେଣୁ ବୁଝିବା କଷ୍ଟକର ନୁହେଁ ଯେ ସ˚ପ୍ରତି ହାତୀ ମୃତ୍ୟୁ ଘଟଣା ଏକ ଜଟିଳ ସମସ୍ୟାରେ ପରିଣତ ହୋଇଛି। ଯଦିଓ, ଏଥିରେ ଦ୍ବିରୁକ୍ତି ନାହିଁ ଯେ କର୍ତ୍ତବ୍ୟରେ ଖିଲାପ କରୁଥିବା ଅଥବା ନିୟମ ଭାଙ୍ଗୁଥିବା ବିଭାଗୀୟ କର୍ମଚାରୀ ଏବ˚ ଅଧିକାରୀମାନଙ୍କ ବିରୋଧରେ ଅତ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ, କିନ୍ତୁ ତା’ ଠାରୁ ଅଧିକ ଜରୁରୀ ଏକ ବହୁମୁଖୀ ପ୍ରୟାସର ସମନ୍ବିତ ରୂପ, ଯହିଁରେ ସରକାରୀ କର୍ମଚାରୀଙ୍କ ସହିତ ବନ୍ୟଜନ୍ତୁ ପ୍ରେମୀ, ହସ୍ତୀ ବିଶେଷଜ୍ଞ ଏବ˚ ସଚେତନ ଜନସାଧାରଣ ଏବଂ ସେମାନଙ୍କ ଗଭୀର ଚିନ୍ତନ ଓ ମାନସ ମନ୍ଥନ ଦୃଶ୍ୟମାନ ହେବା ଉଚିତ।

ଆମ ରାଜ୍ୟର ଏକ ସର୍ବଜନଜ୍ଞାତ କି˚ବଦନ୍ତିରେ ‘ନକ୍ର’ ମୁହଁରେ ପଡ଼ିଥିବା ଅସହାୟ ଗଜର କରୁଣ ଜଣାଣର ଅବତାରଣା ରହିଛି, ଯହିଁରେ ଭଗବାନ ଶ୍ରୀ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର କୁମ୍ଭୀରର ଶିରଚ୍ଛେଦ କରି ହସ୍ତୀକୁ ଦାରୁଣ ବିପତ୍ତିରୁ ରକ୍ଷା କରିଥିଲା। ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦିବସରେ ଆମ ହସ୍ତୀମାନେ ସମ୍ମୁଖୀନ ହେଉଥିବା ଦାରୁଣ ବିପତ୍ତିର ଆଲୋଚନା କରାଯାଉଥିବା ବେଳେ ସେହି ଗଜ ଜଣାଣ ସ˚ଦର୍ଭ ହିଁ ମନକୁ ଆସିଥାଏ। ଆମ ସ˚ସ୍କୃତି ଓ ପର˚ପରାର ଏକ ଅବିଚ୍ଛେଦ୍ୟ ଅ˚ଶ, ମହାଲକ୍ଷ୍ମୀଙ୍କ ବାହନ ଏବ˚ ପାର˚ପରିକ ଭାବେ ରାଜୋଚିତ କୌଳିନ୍ୟର ପ୍ରତୀକ ଏହି ବିଶାଳ ଚତୁଷ୍ପଦଟିର ସୁରକ୍ଷା ଲାଗି ଯେ ସୁଦର୍ଶନ ଚକ୍ର ତୁଲ୍ୟ ଏକ ଦୁର୍ଭେଦ୍ୟ ସୁରକ୍ଷା ଆଢୁଆଳର ଆବଶ୍ୟକତା ରହିଛି, ତାହା କହିବା ବାହୁଲ୍ୟ ମାତ୍ର। କେବଳ ସେତିକି ନୁହେଁ, ଆଜି ମଧୢ ଦେଶବ୍ୟାପୀ ବନ ମହୋତ୍ସବ ସପ୍ତାହ ପାଳନ ଲାଗି ଉଦ୍ଦୀପନା ପରିଲକ୍ଷିତ ହେଉଛି। ଏଭଳି ସ୍ଥଳେ ହସ୍ତୀ କୁଳର ବିଲୁପ୍ତିର ଆଶଙ୍କା ଗଭୀର ଅସ୍ବସ୍ତି ସୃଷ୍ଟି କରିଥାଏ। ଏହା ନିଃସନ୍ଦେହ ଯେ ଅରଣ୍ୟ ଯେତେ ଭରପୂର ହୋଇଥାଉ ନା କାହିଁକି ଯଦି ତାହା କେବେ ହସ୍ତୀଶୂନ୍ୟ ହୋଇଯାଏ, ତେବେ ବନର ଅସ୍ତିତ୍ବ ହିଁ ସ˚ପୂର୍ଣ୍ଣ ଅର୍ଥହୀନ ହୋଇଯିବ।

ସମ୍ବନ୍ଧିତ ଖବର