ଦୁର୍ନୀତିର କାରିଗରି

‘ଟ୍ରାନ୍‌ସପରେନ୍‌ସି ଇଣ୍ଟରନେସନାଲ’ର ମୁଖ୍ୟ ଡେଲିଆ ଫେରେରା କହିଥାଆନ୍ତି ଯେ ଜନସାଧାରଣଙ୍କ ନିଃସ୍ପୃହତା ହିଁ ଦୁର୍ନୀତିର ବ˚ଶ ବୃଦ୍ଧିରେ ସାହାଯ୍ୟ କରିଥାଏ। କହିବା ଅନାବଶ୍ୟକ ଯେ ଆମ ଦେଶରେ ସରକାରୀ ଦୁର୍ନୀତି ଏଭଳି ଏକ ସର୍ବ ବିଦ୍ୟମାନତା ଲାଭ କଲାଣି ଯେ ସାଧାରଣ ନାଗରିକଙ୍କ ଲାଗି ଏହା ଏକ ଦେହଘଷା ବ୍ୟାପାରରେ ପରିଣତ ହେବା ସହିତ ସେମାନଙ୍କୁ ଏ ବାବଦରେ କ୍ରମେ ଅଧିକରୁ ଅଧିକ ନିଃସ୍ପୃହ କରି ଚାଲିଛି। ତେବେ, ଏହା ମଧୢ ଅବୋଧୢ ଯେ ଦୁର୍ନୀତିଗ୍ରସ୍ତ ବୋଲି ଜଣା ଥିବା ବ୍ୟକ୍ତି ଅତ୍ୟନ୍ତ ଅନାୟାସରେ ଆମ ଭିତରେ ଆତଯାତ ହେଉଥିବା ସତ୍ତ୍ବେ ଦୈବାତ୍‌ ଭିଜିଲାନ୍‌ସ ହାତରେ ଧରା ପଡ଼ିଗଲେ ବା ସେମାନଙ୍କ ଠାରୁ ବିପୁଳ ସ˚ପତ୍ତି ଠାବ ହେଲେ ଆମ ଠାରେ କାହିଁକି କେଜାଣି ଭ୍ରୂକୁ˚ଚନ ବା ଆଲୋଡ଼ନ ସୃଷ୍ଟି ହୋଇଥାଏ!

ଅନେକ ବର୍ଷ ତଳେ ଏକ ଆଲୋଚନା କାଳରେ ଜଣେ ଅ˚ଶଗ୍ରହଣକାରୀ ଯେତେବେଳେ କହିଥିଲେ ଯେ ଆମ ସମାଜକୁ ସର୍ବାଧିକ ଆକ୍ରାନ୍ତ କରିଥିବା ବ୍ୟାଧି ହେଉଛି ଦୁର୍ନୀତି, ଆଲୋଚନାର ସ˚ଯୋଜକ ସ୍ବର୍ଗତ ଗିରିଲାଲ ଜୈନ (‘ଟାଇମ୍‌ସ ଅଫ ଇଣ୍ତିଆ’ର ପୂର୍ବତନ ପ୍ରସିଦ୍ଧ ସ˚ପାଦକ) ଈଷତ୍‌ ହସ୍ତକ୍ଷେପ କରି କହିବା ଶୁଣାଯାଇଥିଲା ଯେ ଦୁର୍ନୀତି ଏକ ବ୍ୟାଧି ନୁହେଁ, ଏକ ଲକ୍ଷଣ; ପ୍ରକୃତ ବ୍ୟାଧି ହେଉଛି ଲୋଭ। ନିଜ ବକ୍ତବ୍ୟକୁ ଟିକିଏ ଆଗେଇ ନେଇ ସେ ଆଉ ଯାହା କହିଥିଲେ, ତାହା ଅନେକ ପ୍ରାଜ୍ଞଙ୍କ ମୁଖ ନିସୃତ ବାଣୀ ଭଳି ଶୁଭିଥାଏ ଯେ ଲୋଭ ହେଉଛି ଏକ ଚିର ବୁଭୁକ୍ଷୁ କୂପ, ଯାହାର କ୍ଷୁଧା ମୋଚନ କରିବା ଏକ ଅସମ୍ଭବ ବ୍ୟାପାର। ‘ଅଲ ଇଣ୍ତିଆ ରେଡିଓ-ଦିଲ୍ଲୀ’ରୁ ଏହି ଆଲୋଚନାର ପ୍ରସାରଣ ହୋଇଥିଲା ପ୍ରାୟ ଚାରି ଦଶନ୍ଧି ପୂର୍ବେ। କିନ୍ତୁ ସହସା ଗିରିଲାଲ ଜୈନ ସ୍ମରଣକୁ ଆସିଗଲେ, କାରଣ ପଶ୍ଚିମବଙ୍ଗର ଜଣେ ଅତ୍ୟନ୍ତ କ୍ଷମତାଶାଳୀ ମନ୍ତ୍ରୀ ଦୁର୍ନୀତି ସକାଶେ ଗିରଫ ହେବା ପରେ ତାଙ୍କ ଠାରୁ ମିଳିବାରେ ଲାଗିଥିବା ଅଚିନ୍ତନୀୟ ଭାବେ ବିପୁଳ ପରିମାଣର ନଗଦ ଟଙ୍କା (୫୦ କୋଟି), ୫ କିଲୋଗ୍ରାମ ଓଜନର ସୁନା ଏବ˚ ଅନ୍ୟାନ୍ୟ ମୂଲ୍ୟବାନ ପଥର ଖଚିତ ଅଳଙ୍କାର ତଥା ବିଭିନ୍ନ ସ୍ଥାବର ଓ ଅସ୍ଥାବର ସ˚ପତ୍ତି ଏକଦା ସ୍ବର୍ଗତ ଜୈନ ବର୍ଣ୍ଣନା କରିଥିବା କୂପର ଅନ୍ତହୀନ କ୍ଷୁଧାକୁ ସତେ ଯେମିତି ପ୍ରମାଣିତ କରିଛି। ଯଦିଓ ଏହା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, କିନ୍ତୁ ଭାରତୀୟ ବ୍ୟବସ୍ଥାରେ ଦୁର୍ନୀତିର ବନ୍ୟା ତୁଲ୍ୟ ପ୍ରାବଲ୍ୟ ଦୃଷ୍ଟିରୁ ଏହି ସ୍ତମ୍ଭରେ ଦୁର୍ନୀତି ସ˚ପର୍କିତ ଏକ ଚର୍ବିତଚର୍ବଣ ଆଲୋଚନା ଅନାବଶ୍ୟକ ଭଳି ମନେ ହୋଇଥାଏ। କିନ୍ତୁ, ଏହି ନିର୍ଦ୍ଦିଷ୍ଟ ଦୁର୍ନୀତି ଘଟଣାର ବିଭିନ୍ନ ପ୍ରସ୍ଥ ଉନ୍ମୋଚିତ ହେବା ପରେ ଯେଉଁ ସ˚ଦର୍ଭଟି ଏକ ଚର୍ଚ୍ଚା ଲାଗି ଅବକାଶ ସୃଷ୍ଟି କରିଛି, ତାହା ହେଲା ଏହି ଦୁର୍ନୀତିକୁ ରୂପ ଦେବାରେ ଏଭଳି ବିଚକ୍ଷଣ ବୁଦ୍ଧିମତ୍ତାର ପ୍ରୟୋଗ; ଯାହା ହତାଶା ସୃଷ୍ଟି କରିପାରେ ଯେ ବ୍ୟବସ୍ଥାକୁ ପାରଦର୍ଶୀ କରିବା ଲାଗି ତାକୁ ଯେତେ ଦୁର୍ଭେଦ୍ୟ କରି ଗଢ଼ି ତୋଳାଗଲେ ମଧୢ ତା’ ମଧୢକୁ ଦୁର୍ନୀତିର କୀଟ ପ୍ରବେଶ କରାଇବା ସମ୍ଭବ।

ଏହି ସ୍ତମ୍ଭର ପାଠକପାଠିକାମାନେ ନିଶ୍ଚିତ ଅବଗତ ଯେ ପଶ୍ଚିମବଙ୍ଗର ସ୍କୁଲଗୁଡ଼ିକରେ ଗ୍ରେଡ୍‌ ‘ସି’ ଏବ˚ ଗ୍ରେଡ୍‌ ‘ଡି’ ପଦରେ ନିଯୁକ୍ତି ସ˚ର୍ପକିତ ସ୍କାମ୍‌ରେ ପଶ୍ଚିମବଙ୍ଗର ଦ୍ବିତୀୟ ସର୍ବାଧିକ କ୍ଷମତାଶାଳୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି। ପ୍ରକାଶ ଥାଉ କି ନିଯୁକ୍ତି ପ୍ରକ୍ରିୟାକୁ ସ˚ପୂର୍ଣ୍ଣ ପାରଦର୍ଶୀ ବା ସ୍ବଚ୍ଛ କରିବା ଲାଗି ‘ଓଏମ୍‌ଆର‌୍‌’ ସିଟ୍‌ ଜରିଆରେ ପରୀକ୍ଷା କରାଯାଇଥିଲା, ଯହିଁରେ ମୂଲ୍ୟାୟନ ପ୍ରକ୍ରିୟା ସ˚ପୂର୍ଣ୍ଣ ରୂପେ କ˚ପ୍ୟୁଟର ଭିତ୍ତିକ ହୋଇଥିବାରୁ, ତହିଁିରେ ଦୁର୍ନୀତିର ସମ୍ଭାବନା ଶୂନ୍ୟ ପ୍ରାୟ ବୋଲି ବିବେଚନା କରାଯାଇଥାଏ। ପୁନଶ୍ଚ ଏହି ନିର୍ଦ୍ଦିଷ୍ଟ ପରୀକ୍ଷା ସ˚ପାଦନର ଦାୟିତ୍ବ ଏକ ପେସାଦାର ସ˚ସ୍ଥାକୁ ଅର୍ପଣ କରାଯାଇଥିଲା। କହିବା ଅନାବଶ୍ୟକ ଯେ ଏଭଳି ପଦ୍ଧତିରେ ଯଥେଷ୍ଟ ଗୋପନୀୟତା ରକ୍ଷା କରାଯାଇଥାଏ ଏବ˚ ଜଣେ ପ୍ରାର୍ଥୀ ପରୀକ୍ଷାରେ କେତେ ନମ୍ବର ପାଇଛନ୍ତି, ତାହା କେବଳ ସେ ବ୍ୟକ୍ତିଗତ ଭାବେ ଜାଣିବାର ସୁଯୋଗ ପାଆନ୍ତି। ସୁତରା˚, ସଂପୂର୍ଣ୍ଣ ଦୁର୍ଭେଦ୍ୟ ଭଳି ପ୍ରତୀତ ହେଉଥିବା ଏକ ପ୍ରକରଣରେ ଦୁର୍ନୀତିକୁ ପ୍ରବେଶ କରାଇବା ଲାଗି ଯେଉଁ ଉପାୟକୁ ଆବିଷ୍କାର କରାଯାଇଥିଲା, ତାହା ହେଉଛି ‘ସୂଚନା ଅଧିକାର ଆଇନ’ର ପ୍ରୟୋଗ; ଯାହା ୨୦୦୫ ମସିହାରେ ପ୍ରଣୀତ ହେବା ପଛରେ ମୂଳ ଉଦ୍ଦେଶ୍ୟ ଥିଲା ଦୁର୍ନୀତିକୁ ପ୍ରତିହତ କରିବା। ଦୁର୍ନୀତିର ଏହି ପ୍ରକରଣରେ ଶ˚ସିତ ପରୀକ୍ଷାର ଫଳ ପ୍ରକାଶ ପାଇବା ପରେ ଉତ୍କୋଚ ଦେଇଥିବା ପ୍ରାର୍ଥୀମାନଙ୍କୁ ସୂଚନା ଅଧିକାର ଆଇନର ଉପଯୋଗ କରି ନିଜ ଉତ୍ତର ଖାତା ପାଇବା ସକାଶେ ଆବେଦନ କରିବାକୁ କୁହାଯାଇଥିଲା, ଯେଉଁମାନେ ତାହା ପାଇବା ପରେ ସେମାନଙ୍କ ଉତ୍ତରରେ ଆବଶ୍ୟକ ସ˚ଶୋଧନ କରି ତାକୁ ପୁଣି ଫେରାଇ ଦେଇଥିଲେ। ପ୍ରକାଶ ଥାଉ କି ତା’ ପରେ ଏକ ସୁବିନ୍ୟସ୍ତ ବ୍ୟବସ୍ଥା ଜରିଆରେ ଏହି ଉତ୍ତର ଖାତାଗୁଡ଼ିକ ସନ୍ତର୍ପଣରେ ପୁଣି ଯଥା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରି ପୂର୍ବବତ୍‌ ରହିଥିଲେ, ସତେ ଯେମିତି କିଛି ଘଟିନାହିଁ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଜୋନାଲ କମିସନରମାନଙ୍କ ଦସ୍ତଖତକୁ ‘ସ୍କାନି˚’ ଜରିଆରେ ନକଲ କରି ନିଯୁକ୍ତି ପତ୍ରଗୁଡ଼ିକରେ ଛପା ଯିବା ଏବ˚ ଉତ୍କୋଚ ଦେଇଥିବା ପ୍ରାର୍ଥୀମାନଙ୍କୁ ପୃଥକ୍‌ ଭାବେ ଡକାଇ ଅତ୍ୟନ୍ତ ସନ୍ତର୍ପଣରେ ସେମାନଙ୍କ ହାତରେ ସେହି ନିଯୁକ୍ତି ପତ୍ରଗୁଡ଼ିକୁ ଧରାଇ ଦିଆଯିବା ପର୍ଯ୍ୟନ୍ତ କାର୍ଯ୍ୟରେ ଅତ୍ୟନ୍ତ ଗୋପନୀୟତା ରକ୍ଷା କରାଯିବାର ବ୍ୟବସ୍ଥା କରାଯାଇଥିଲା। କହିବା ନିଷ୍ପ୍ରୟୋଜନ ଯେ ଏହି ସବୁ କାର୍ଯ୍ୟମାନ ଏଭଳି ନିଖୁଣତାର ସହିତ ସ˚ପାଦନ କରାଯାଇଥିଲା, ଯହିଁରେ ସନ୍ଦେହ ସୃଷ୍ଟି ହେବାର ଆଦୌ ସମ୍ଭାବନା ନ ଥାଆନ୍ତା, ଯଦି କିଛି ପ୍ରାର୍ଥୀ ସେମାନଙ୍କ କୌଣସି ବନ୍ଧୁ ବା ପରିଚିତ ତୁଳନାରେ ଭଲ ନମ୍ବର ରଖିଥିବା ବିଷୟରେ ଅବଗତ ଥିବା ସତ୍ତ୍ବେ ନିଯୁକ୍ତି ନ ପାଇ ଓଲଟି ସେହି ବନ୍ଧୁ ବା ପରିଚିତ ତାହା ପାଇଯିବା ଦେଖି ହତବାକ୍‌ ହୋଇ ନ ଥାଆନ୍ତେ ଏବଂ

କଲିକତା ଉଚ୍ଚ ଅଦାଲତର ଆଶ୍ରୟ ନେଇ ନ ଥାଆନ୍ତେ। ସେହି ଭଳି ଅତ୍ୟନ୍ତ ନିଖୁଣ ଭଳି ପ୍ରତୀୟମାନ ହେଉଥିବା ଏହି ପ୍ରକରଣରେ ସାମନ୍ୟ ତ୍ରୁଟି କାରଣରୁ କେତେକ ସ୍ଥାନରେ ଗୋଟିଏ ପଦରେ ଦୁଇ ଜଣ ପ୍ରାର୍ଥିୀଙ୍କୁ ନିଯୁକ୍ତି ପତ୍ର ସହିତ ଉପସ୍ଥିତ ହେବା ଦେଖାଯାଇଥିଲା; କହିବା ବାହୁଲ୍ୟ ଯହିଁରୁ ଜଣେ ଥିଲେ ନକଲି। ଉଲ୍ଲେଖ ଥାଉ କି କଲିକତା ଉଚ୍ଚ ନ୍ୟାୟାଳୟ ଦ୍ବାରା ଗଠିତ ଏକ ତିନି ଜଣିଆ କମିଟି ଦ୍ବାରା ଏକ ଗଭୀର ଅନୁସନ୍ଧାନ ପରେ ଦୁର୍ନୀତିର ଏହି ଚମକପ୍ରଦ କାରିଗରି ପ୍ରକାଶ୍ୟ ହୋଇ ପାରିଥିଲା।
‘ଟ୍ରାନ୍‌ସପରେନ୍‌ସି ଇଣ୍ଟରନେସନାଲ’ର ମୁଖ୍ୟ ଡେଲିଆ ଫେରେରା କହିଥାଆନ୍ତି ଯେ ଜନସାଧାରଣଙ୍କ ନିଃସ୍ପୃହତା ହିଁ ଦୁର୍ନୀତିର ବ˚ଶ ବୃଦ୍ଧିରେ ସାହାଯ୍ୟ କରିଥାଏ। କହିବା ଅନାବଶ୍ୟକ ଯେ ଆମ ଦେଶରେ ସରକାରୀ ଦୁର୍ନୀତି ଏଭଳି ଏକ ସର୍ବ ବିଦ୍ୟମାନତା ଲାଭ କଲାଣି ଯେ ସାଧାରଣ ନାଗରିକଙ୍କ ଲାଗି ଏହା ଏକ ଦେହଘଷା ବ୍ୟାପାରରେ ପରିଣତ ହେବା ସହିତ ସେମାନଙ୍କୁ ଏ ବାବଦରେ କ୍ରମେ ଅଧିକରୁ ଅଧିକ ନିଃସ୍ପୃହ କରି ଚାଲିଛି। ତେବେ, ଏହା ମଧୢ ଅବୋଧୢ ଯେ ଦୁର୍ନୀତିଗ୍ରସ୍ତ ବୋଲି ଜଣା ଥିବା ବ୍ୟକ୍ତି ଅତ୍ୟନ୍ତ ଅନାୟାସରେ ଆମ ଭିତରେ ଆତଯାତ ହେଉଥିବା ସତ୍ତ୍ବେ ଦୈବାତ୍‌ ଭିଜିଲାନ୍‌ସ ହାତରେ ଧରା ପଡ଼ିଗଲେ ବା ସେମାନଙ୍କ ଠାରୁ ବିପୁଳ ସ˚ପତ୍ତି ଠାବ ହେଲେ ଆମ ଠାରେ କାହିଁକି କେଜାଣି ଭ୍ରୂକୁ˚ଚନ ବା ଆଲୋଡ଼ନ ସୃଷ୍ଟି ହୋଇଥାଏ! ପାର୍ଥ ଚାଟାର୍ଜୀଙ୍କ ଠାରୁ ଅପରିମେୟ ସ˚ପତ୍ତି ଠାବ କରା ନ ଯିବା ପର୍ଯ୍ୟନ୍ତ କ’ଣ ତାଙ୍କର ଘନିଷ୍ଠତମ ରାଜନୈତିକ ସହଯୋଗୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଅସାଧୁ ଆଚରଣ ସ˚ପର୍କରେ ଅବଗତ ନ ଥିଲେ? ନା ଡେଲିଆ ଫେରେରା କହିଥିବା ଭଳି ଏଥିପ୍ରତି ସେ ନିଃସ୍ପୃହ ଥିଲେ, ଯାହା ଘଟଣା ଚକ୍ରରେ ଆଉ ସମ୍ଭବପର ନ ହୋଇ ତାଙ୍କୁ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧୢ କଲା?

ପ୍ରକାଶ ଥାଉ କି ପଶ୍ଚିମବଙ୍ଗର ସ୍କୁଲଗୁଡ଼ିକରେ ଏହି ତଳିଆ ପଦଗୁଡ଼ିକରେ ନିଯୁକ୍ତି ଲାଗି ଯେଉଁମାନେ ଉତ୍କୋଚ ଦେଇଥିବେ, ସେମାନେ ଖୁବ୍‌ ସମ୍ଭବ ନିମ୍ନ ମଧୢବିତ୍ତ ବା ନିମ୍ନ ବିତ୍ତ ପରିବାରରୁ ଆସିଥିବେ। ଏହା ମଧୢ ହୋଇପାରେ ଯେ ସରକାରୀ ଚାକିରି ଲାଭ କରିବା ଆଶାରେ ଉତ୍କୋଚ ଜୁଟାଇବା ସକାଶେ ସେମାନେ ନିଜ ସ˚ପତ୍ତି ବିକ୍ରୟ କରିଥିବେ ବା ଋଣଗ୍ରସ୍ତ ହୋଇଥିବେ। କହିବା ବାହୁଲ୍ୟ ଯେ ଅଯୋଗ୍ୟତାର ପୃଷ୍ଠପୋଷକ ସାଜିଥିବା ଦୁର୍ନୀତି ଅଧିକା˚ଶ ସମୟରେ କୁଟା ଖିଅର ଆଶ୍ରାରେ ରହି ବୁଡ଼ି ଯାଉଥିବା ଲୋକମାନଙ୍କୁ ହିଁ ସହଜ ଶିକାରରେ ପରିଣତ କରିଥାଏ। ଏହି ପରିପ୍ରେକ୍ଷୀରେ ପୋପ୍‌ ଫ୍ରାନସିସ ପ୍ରଦାନ କରିଥିବା ସେହି ପ୍ରସିଦ୍ଧ ବକ୍ତବ୍ୟ ସ୍ମରଣକୁୁ ଆସିଥାଏ ଯେ ଦୁୁର୍ନୀତି ତ ଦରିଦ୍ରଙ୍କ ଦେଣାରେ ହିଁ ଚାଲେ! ଏହା ହିଁ ଦୁର୍ଭାଗ୍ୟ।

ସମ୍ବନ୍ଧିତ ଖବର