କ’ଣ ଖାଇବା?

ଶହେ ଗ୍ରାମ୍‌ ଚିକେନ୍‌ରେ ପ୍ରାୟ ୩୦ ଗ୍ରାମ୍‌ ପୁଷ୍ଟିସାର ଥିବା ବେଳେ ୧୦୦ ଗ୍ରାମ୍‌ ମୁଗ ଡାଲିରେ ଥାଏ ୨୪ ଗ୍ରାମ୍‌ ପୁଷ୍ଟିସାର, ଅର୍ଥାତ୍‌ ପ୍ରାୟ ସମାନ। କିନ୍ତୁ ଶହେ ଗ୍ରାମ୍‌ ଡାଲିକୁ ରାନ୍ଧି ଦିଆଯିବା ପରେ ଯେତିକି ପରିମାଣର ବ୍ୟ˚ଜନ ପ୍ରସ୍ତୁତ ହୁଏ, ତାକୁ ଜଣେ ବ୍ୟକ୍ତିଙ୍କ ପକ୍ଷରେ ଖାଇ ଶେଷ କରିବା ଅସମ୍ଭବ ଥିବାରୁ ସେ ଯଦି ଗୋଟିଏ ବା ଦୁଇ ତାଟିଆ ଡାଲି ଖାଆନ୍ତି ତେବେ ସେ ମାତ୍ର ୫ ବା ୬ ଗ୍ରାମ୍‌ ପୁଷ୍ଟିସାର ଲାଭ କରିପାରିବେ; କିନ୍ତୁ ଶହେ ଗ୍ରାମ୍‌ କୁକୁଡ଼ା ମା˚ସକୁ ଅନାୟାସରେ ଉଦରସ୍ଥ କରି ତାଙ୍କର ଆମିଷଭକ୍ଷୀ ବନ୍ଧୁ ୩୦ ଗ୍ରାମ୍‌ ପୁଷ୍ଟିସାର ପାଇ ଅଧିକ ପରିପୁଷ୍ଟ ହୋଇପାରିବେ। ସୁତରାଂ, ଏହି ହିସାବରୁ କେତେକଙ୍କ ଲାଗି ‘କ’ଣ ଖାଇବା(ଉଚିତ)? ଭଳି ଏକ ପ୍ରଶ୍ନର ଉତ୍ତର ହୁଏ’ତ ମିଳିଯାଇପାରେ!

ଅତ୍ୟନ୍ତ କରାଳ ଦୁର୍ଭିକ୍ଷ ଅଥବା ସେହି ଭଳି ଖାଦ୍ୟ ଅନିଶ୍ଚିତ ପରିବେଶର ଅନୁଭୂତି ରଖିଥିବା ବ୍ୟକ୍ତିମାନେ କହିଥାଆନ୍ତି ଯେ ସେହି ସମୟରେ ଯେଉଁ ପଞ୍ଚାକ୍ଷରୀ ମନ୍ତ୍ରଟି ସର୍ବତ୍ର ହାହାକାର ରଟାଇଥାଏ, ତାହା ହେଉଛି- ‘କ’ଣ ଖାଇବା?’ କିନ୍ତୁ ଏବେ ଏକ ଆଇନ ବଳରେ ଏବ˚ ଏକ ଦୃଢ଼ ପି.ଡି.ଏସ୍‌. ବ୍ୟବସ୍ଥା ଜରିଆରେ ଆମ ଦେଶରେ ଊଣା ଅଧିକେ ଖାଦ୍ୟ ସୁରକ୍ଷା ନିଶ୍ଚିତ କରାଯାଇପାରିଥିବା ବେଳେ ଏହି ପଞ୍ଚାକ୍ଷରୀ ମନ୍ତ୍ରଟି ଶୁଣିବାକୁ ମିଳୁଛି ବୋଲି କହିବା ବିସ୍ମୟ ସୃଷ୍ଟି କରିପାରେ, କିନ୍ତୁ ତାହା ସତ୍ୟ, ଯଦିଓ ପରିପ୍ରେକ୍ଷୀଟି ଭିନ୍ନ। ସ˚ପ୍ରତି ଭାରତୀୟ ଖାଦ୍ୟାଭ୍ୟାସ ରାଜନୀତୀକରଣର ଯେଉଁ ଉଦ୍ୟମକୁ ସାମନା କରୁଛି, ତହିଁରେ ଅନେକ ସ˚ଶୟାଚ୍ଛନ୍ନ ଭାରତୀୟ ଏହି ପଞ୍ଚାକ୍ଷରୀ ମନ୍ତ୍ରଟି ପାଠ କରୁଥିବା ବେଳେ ଏକ ଅପପୁଷ୍ଟ ରାଷ୍ଟ୍ର ଭାବେ ଅପଖ୍ୟାତ ଆମ ଦେଶର ନାଗରିକମାନେ ପ୍ରକୃତରେ ‘କ’ଣ ଖାଇବା’ ଉଚିତ, ତାହା ମଧୢ ବିଶେଷ ଗୁରୁତ୍ବ ବହନ କରିଥାଏ। ସୁତରା˚, ଏହି ସ˚ଦର୍ଭରେ ଏକ ଚର୍ଚ୍ଚା ପ୍ରାସଙ୍ଗିକ ଭଳି ମନେହୁଏ।

ଏହାକୁ ପଢୁଥିବା ଅଧିକା˚ଶ ଅବଗତ ଥିବେ ଯେ ଗଲା ନବରାତ୍ରି ପାଳନ ଅବସରରେ ଦିଲ୍ଲୀ ଏବ˚ ଗାଜିଆବାଦରେ ନଅ ଦିନ ସକାଶେ ଆମିଷ ବିକ୍ରି ଏବ˚ ପରିବେଷଣ ଉପରେ ପ୍ରତିବନ୍ଧ ଲଗାଯିବା ପରେ ତାହା ଏକ ବିବାଦର ଝଡ଼ ସୃଷ୍ଟି କରିଥିଲା। ଦକ୍ଷିଣ ଦିଲ୍ଲୀର ମେୟରଙ୍କ ଏହି ନିଷ୍ପତ୍ତି ପଛରେ ଥିବା ଯୁକ୍ତିଟି ହେଲା ଏହି କାଳଖଣ୍ତରେ ଅସ˚ଖ୍ୟ ହିନ୍ଦୁ ପରିବାର ଆମିଷ ଭକ୍ଷଣ ତ ଦୂରର କଥା, ପିଆଜ-ରସୁଣ ମଧୢ ଖାଉ ନ ଥିବାରୁ ସେମାନଙ୍କ ପବିତ୍ର ଭାବନାକୁ ସମ୍ମାନ ପ୍ରସର୍ଶନ କରାଯିବା ଆବଶ୍ୟକ। କହିବା ବାହୁଲ୍ୟ ଯେ ଭାରତୀୟ ରାଜନୀତିର ସା˚ପ୍ରତିକ ଧ୍ରୁବୀକୃତ ବାତାବରଣରେ ଏହି ବିବାଦ ଏକ ରାଜନୈତିକ ରୂପ ନେଇଛି। ଏହାର ପ୍ରତିବାଦକାରୀମାନେ ଏଭଳି ଏକ କଟକଣାରେ ଭାରତୀୟ ଜନତା ପାର୍ଟି ଦ୍ବାରା ପ୍ରୋତ୍ସାହିତ ‘ଦାଦାଗିରି’କୁ ଦେଖି ଥାଆନ୍ତି। ସେମାନେ କହିଥାଆନ୍ତି ଯେ ଭାରତ ମୂଳତଃ ଗୋଟିଏ ସ˚ଖ୍ୟାଗରିଷ୍ଠ ଆମିଷଭକ୍ଷୀଙ୍କ ରାଷ୍ଟ୍ର, ଯେଉଁଠି ମାତ୍ର ୨୭% ଲୋକ ନିରାମିଷାଶୀ (ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ)। ସୁତରା˚, ଆମିଷଭକ୍ଷୀମାନଙ୍କୁ ଏକ କଟକଣା ବଳରେ ସେମାନଙ୍କ ଖାଦ୍ୟାଗ୍ରହ ଏବ˚ ଖାଦ୍ୟାଧିକାରରୁ ବ˚ଚିତ କରାଯିବା ଅଯୌକ୍ତିକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଦିଓ ହିନ୍ଦୁ ଧର୍ମୀୟ ବିଶ୍ବାସରେ ଆମିଷ ଭକ୍ଷଣକୁ ଅପବିତ୍ର ବୋଲି ବିଚାର କରାଯାଇଥାଏ, ପ୍ରାୟ ୬୦% ହିନ୍ଦୁ ଆମିଷାଶୀ। ସେମିତି ଆମିଷ ଭୋଜନ କରୁଥିବା ବୌଦ୍ଧ ଏବ˚ ଶିଖ୍‌ମାନଙ୍କ ହାର ହେଉଛି ଯଥାକ୍ରମେ ୭୫% ଏବ˚ ୪୦%। ପୂର୍ବ, ଉତ୍ତର ପୂର୍ବ ଏବ˚ ଦକ୍ଷିଣ ଭାରତରେ ଆମିଷଭକ୍ଷୀଙ୍କ ସ˚ଖ୍ୟା ହେଉଛି ମୋଟାମୋଟି ୯୫ ପ୍ରତିଶତ; ପଶ୍ଚିମ ଭାରତରେ ଏହା ହେଉଛି ପ୍ରାୟ ୬୩%। ଏବଂ ସର୍ବାଧିକ ନିରାମିଷ ଭୋଜନ କରୁଥିବା ପାଞ୍ଚଟି ରାଜ୍ୟ ଯଥାକ୍ରମେ ହରିଆଣା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଏବ˚ ମଧୢପ୍ରଦେଶକୁ ବାଦ୍‌ ଦେଲେ, ଅବଶିଷ୍ଟ ଭାରତ ଆମିଷ ପ୍ରିୟ। ତେବେ ଏହା ମଧୢ ଦେଖାଯାଇଥାଏ ଯେ ଅନେକ ହିନ୍ଦୁ ପରିବାର ସପ୍ତାହର କେତେକ ନିର୍ଦ୍ଦିଷ୍ଟ ‘ବାର’ ବା ବର୍ଷର କୌଣସି ଏକ ନିର୍ଦ୍ଦିଷ୍ଟ ମାସରେ ଆମିଷ ଭକ୍ଷଣ ବର୍ଜନ କରୁଥିବାରୁ ଆମିଷ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନମାନ ବ୍ୟବସାୟ ଶୂନ୍ୟତା କାରଣରୁ ସ୍ବତଃପ୍ରବୃତ୍ତ ଭାବେ ବନ୍ଦ ରହନ୍ତି; ଯେମିତି ଓଡ଼ିଶାର ଅନେକ ସହରରେ ସୋମବାର ବା ଗୁରୁବାର ଦିନ ଏଭଳି ଦେଖିବାକୁ ମିଳିଥାଏ। କିନ୍ତୁ କଟକଣା ଦ୍ବାରା ଏହାକୁ ବଳପୂର୍ବକ ବନ୍ଦ କରାଯିବାର ଉଦ୍ୟମ ଅଧିକାର ହନନର ପ୍ରଶ୍ନ ସୃଷ୍ଟି କରି ପ୍ରସଙ୍ଗକୁ ବିବାଦୀୟ କରି ପକାଇଛି।
ଏହି ପରିପ୍ରେକ୍ଷୀରେ ଆଉ ଯେଉଁ ଏକ ବିଷୟ ଆଲୋଚନାର ପରିସର ମଧୢକୁ ଆସିଥାଏ, ତାହା ହେଲା କେତେକ ବିଜେପି ଶାସିତ ରାଜ୍ୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରୁ ଅଣ୍ତାର ବିସ୍ଥାପନ; ଯାହା ପଛରେ ଥିବା କାରଣଟି ସ୍ପଷ୍ଟ ଓ ତାହା ହେଲା ଅଣ୍ଡା ଆମିଷ ପର୍ଯ୍ୟାୟଭୁକ୍ତ ହୋଇଥିବାରୁ ଅପବିତ୍ର। ତେବେ ମଧୢପ୍ରଦେଶ ଭଳି ଏକ ନିରାମିଷାଶୀ ବହୁଳ ରାଜ୍ୟରେ ଅଣ୍ତା ବିବର୍ଜିତ ମଧୢାହ୍ନ ଭୋଜନର ନିଷ୍ପତ୍ତି(ସେଠାରେ ଅଣ୍ତାର କୌଣସି ନିରାମିଷାଶୀ ବିକଳ୍ପ ମଧୢ ଦିଆ ଯାଇନାହିଁ) ବିରୋଧରେ ବିଶେଷ ପ୍ରତିବାଦ ସୃଷ୍ଟି ହୋଇ ନ ଥିବା ବେଳେ କର୍ଣ୍ଣାଟକରେ ବିଜେପି ସରକାର ଥିବା ସତ୍ତ୍ବେ ଏହି ନିଷ୍ପତ୍ତିର ବ୍ୟାପକ ବିରୋଧ କାରଣରୁ ଅଣ୍ତା ପୁନର୍ବାର ମଧୢାହ୍ନ ଭୋଜନ ଯୋଜନାକୁ ପ୍ରତ୍ୟାବର୍ତ୍ତନ କରିଛି। କିନ୍ତୁ କାରଣ ଯାହା ବି ହୋଇଥାଉ, ମଧୢାହ୍ନ ଭୋଜନ ଯୋଜନାରୁ ଅଣ୍ତାକୁ ବିଦାୟ ଦେବା ଯେ ଏକ ଅଦୂରଦର୍ଶିତା, ତହିଁରେ ସନ୍ଦେହ ନାହିଁ। କାରଣ ପ୍ରତି ବର୍ଷ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତର ଦୟନୀୟ ସ୍ଥିତି କାରଣରୁ ସୃଷ୍ଟ ଏକ ମଳିନ ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରିବାର ଉଦ୍ୟମ ଏଭଳି ନିଷ୍ପତ୍ତି ଦ୍ବାରା ବ୍ୟାହତ ହେବାର ଆଶଙ୍କା ବହନ କରୁଛି। ଏଠାରେ ପ୍ରକାଶ ଥାଉ କି କ୍ଷୁଧା ସୂଚକାଙ୍କ ପ୍ରସ୍ତୁତି ବେଳେ ଭୋକ ବା ବୁଭୁକ୍ଷାର ମାପ କରାଯାଇ ନ ଥାଏ; ଏଠାରେ ଯାହା ଗୁରୁତ୍ବ ପାଇଥାଏ ତାହା ହେଲା ଶରୀରରେ ଥିବା ପୁଷ୍ଟି ତତ୍ତ୍ବ ଯାହାର ଅଭାବରୁ ଶାରୀରିକ ଅପୂର୍ଣ୍ଣତା ବା ବିକୃତି ଦେଖାଦିଏ। କହିବା ନିଷ୍ପ୍ରୟୋଜନ ଯେ ଏହି ପୁଷ୍ଟି ତ୍ତ୍ବର ସର୍ବୋତ୍ତମ ସ୍ରୋତ ହେଉଛି ପୁଷ୍ଟିସାର। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ୭୧% ଭାରତୀୟ ପୁଷ୍ଟିସାର ଅଭାବର ଶିକାର ଏବଂ ଏଥିଜନିତ ଦୁର୍ବଳ ମା˚ସପେଶୀର ଅଧିକାରୀ । ଯଦିଓ ଜଣେ ବ୍ୟକ୍ତି ନିଜ ଶରୀର ଓଜନ ଅନୁସାରେ ପ୍ରତି କିଲୋଗ୍ରାମ୍‌ ପିଛା ଏକ ଗ୍ରାମ୍‌ ପୁଷ୍ଟିସାର ପାଇବା ଆବଶ୍ୟକ(ଅର୍ଥାତ୍‌ ୬୦ କିଲୋଗ୍ରାମ୍‌ ଓଜନ ବିଶିଷ୍ଟ ସାଧାରଣ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଦୈନିକ ଆହରରେ ଅନ୍ତତଃ ୬୦ ଗ୍ରାମ୍‌ ଓଜନର ପୁଷ୍ଟିସାର ରହିବା ଜରୁରୀ), ଭାରତରେ ଏହା ୧ କିଲୋଗ୍ରାମ ଶରୀର ଓଜନ ପିଛା ମାତ୍ର ୦.୬ ଗ୍ରାମ। ପୁନଶ୍ଚ ଭାରତୀୟ ଆହାର ପାର˚ପରିକ ଭାବେ ଶ୍ବେତସାର ପ୍ରଧାନ ହୋଇଥିବାରୁ ପୁଷ୍ଟିସାର ଦାବି କରୁଥିବା ଭଳି ଗୁରୁତ୍ବ ଲାଭ କରି ନ ଥାଏ। ଏହି କାରଣରୁ ୩୦ ବର୍ଷ ବୟସ ଅତିକ୍ରମ କରୁଥିବା ଭାରତୀୟମାନେ ପ୍ରତି ଦଶ ବର୍ଷରେ ସେମାନଙ୍କ ମା˚ସପେଶୀର ୩ରୁ ୫% କ୍ଷୟ କରି ଚାଲନ୍ତି। ଏଭଳି ସ୍ଥଳେ ଗୋଟିଏ ଅଣ୍ତାରୁ ଅନ୍ତତଃ ୬ ଗ୍ରାମ୍‌ ପୁଷ୍ଟିସାର ମିଳୁଥିବାରୁ ମଧୢାହ୍ନ ଭୋଜନ ଯୋଜନାରେ ଅଣ୍ତାର ଉପସ୍ଥିତି ଯେ ଏକାନ୍ତ କାମ୍ୟ, ତହିଁରେ ସନ୍ଦେହ ନାହିଁ। ଅବଶ୍ୟ ନିରାମିଷାଶୀ ପରିବାରର ପିଲାମାନଙ୍କ ଲାଗି ବିକଳ୍ପ ପୁଷ୍ଟିସାର ସ୍ରୋତର ବ୍ୟବସ୍ଥା କରାଯାଇପାରେ; କିନ୍ତୁ ସ୍ବୀକାର କରିବାକୁ ହେବ ଯେ ଅଣ୍ଡା ହେଉଛି ଭାରତରେ ଉପଲବ୍‌ଧ ହେଉଥିବା ପୁଷ୍ଟିସାରର ସର୍ବାଦିୀକ ଶସ୍ତା ସ୍ରୋତ।

ସେହି ଦୃଷ୍ଟିରୁ ମାଛ, ମା˚ସ ଏବ˚ ଅଣ୍ତା ହେଉଛି ପୁଷ୍ଟିସାରର ସର୍ବୋତ୍ତମ ଉତ୍ସ, ଯଦିଓ ନିରାମିଷାଶୀମାନଙ୍କ ସକାଶେ ଡାଲି ଜାତୀୟ ଖାଦ୍ୟ, ସୋୟାବିନ୍‌, ଦୁଗ୍‌ଧ ଏବ˚ ଦୁଗ୍‌ଧ ଜାତ ଦ୍ରବ୍ୟ ମଧୢ ସମର୍ଥ ବିକଳ୍ପ ଭାବେ ବିଦ୍ୟମାନ। ତେବେ ଅଧିକା˚ଶ ଉଦ୍ଭିଦଜ ପୁଷ୍ଟିସାରରେ ୧୯ଟି ଯାକ ଆବଶ୍ୟକ ‘ଆମିନୋ ଏସିଡ୍‌’ ନ ଥିବାରୁ ଏହାକୁ ସ˚ପୂର୍ଣ୍ଣ ପୁଷ୍ଟିସାର ପର୍ଯ୍ୟାୟଭୁକ୍ତ କରାଯାଇ ନ ଥାଏ, ଯଦିଓ ଦୁଗ୍‌ଧ ଓ ସୋୟାବିନ୍‌ ପୂର୍ଣ୍ଣ ପୁଷ୍ଟିସାରର ସ୍ରୋତ ଭାବେ ସ୍ବୀକୃତ। ଏଠାରେ ପ୍ରଶ୍ନ ଉଠିପାରେ ଯେ ହରିଆଣା ଭାରତର ସର୍ବାଧିକ ନିରାମିଷାଶୀ ରାଜ୍ୟ ହୋଇଥିବା ବେଳେ ସେଠାରେ ଅତ୍ୟନ୍ତ ବଳଶାଳୀ ଓ ବିଶାଳ ବପୁବନ୍ତମାନେ ସମ୍ଭବ ହୁଅନ୍ତି କିପରି? ଏହାର ଉତ୍ତର ହେଲା ସେଠାରେ ଦୁଗ୍‌ଧ ଓ ଦୁଗ୍‌ଧଜାତ ଦ୍ରବ୍ୟର ପ୍ରଚୁର ବ୍ୟବହାର (ଅବଶ୍ୟ ଜିନ୍‌ ମଧ୍ୟ ଏକ କାରଣ), ଗୋଟିଏ ହରିଆଣା ପରିବାର ମାସକୁ ପିଉଥିବା ଦୁଗ୍‌ଧର ପରିମାଣ ଜାତୀୟ ହାରର ୩ ଗୁଣ।
ଏହି ଆଲୋଚନାକୁ ସମାପ୍ତ କରିବା ପୂର୍ବରୁ ଏକ ସରଳ ହିସାବ। ଶହେ ଗ୍ରାମ୍‌ ଚିକେନ୍‌ରେ ପ୍ରାୟ ୩୦ ଗ୍ରାମ୍‌ ପୁଷ୍ଟିସାର ଥିବା ବେଳେ ୧୦୦ ଗ୍ରାମ୍‌ ମୁଗ ଡାଲିରେ ଥାଏ ୨୪ ଗ୍ରାମ୍‌ ପୁଷ୍ଟିସାର, ଅର୍ଥାତ୍‌ ପ୍ରାୟ ସମାନ। କିନ୍ତୁ ଶହେ ଗ୍ରାମ୍‌ ଡାଲିକୁ ରାନ୍ଧି ଦିଆଯିବା ପରେ ଯେତିକି ପରିମାଣର ବ୍ୟ˚ଜନ ପ୍ରସ୍ତୁତ ହୁଏ, ତାକୁ ଜଣେ ବ୍ୟକ୍ତିଙ୍କ ପକ୍ଷରେ ଖାଇ ଶେଷ କରିବା ଅସମ୍ଭବ ଥିବାରୁ ସେ ଯଦି ଗୋଟିଏ ବା ଦୁଇ ତାଟିଆ ଡାଲି ଖାଆନ୍ତି ତେବେ ସେ ମାତ୍ର ୫ ବା ୬ ଗ୍ରାମ୍‌ ପୁଷ୍ଟିସାର ଲାଭ କରିପାରିବେ; କିନ୍ତୁ ଶହେ ଗ୍ରାମ୍‌ କୁକୁଡ଼ା ମା˚ସକୁ ଅନାୟାସରେ ଉଦରସ୍ଥ କରି ତାଙ୍କର ଆମିଷଭକ୍ଷୀ ବନ୍ଧୁ ୩୦ ଗ୍ରାମ୍‌ ପୁଷ୍ଟିସାର ପାଇ ଅଧିକ ପରିପୁଷ୍ଟ ହୋଇପାରିବେ। ସୁତରାଂ, ଏହି ହିସାବରୁ କେତେକଙ୍କ ଲାଗି ‘କ’ଣ ଖାଇବା(ଉଚିତ)? ଭଳି ଏକ ପ୍ରଶ୍ନର ଉତ୍ତର ହୁଏ’ତ ମିଳିଯାଇପାରେ!

ସମ୍ବନ୍ଧିତ ଖବର