ସୁତରା˚, ଭାରତର ସମୃଦ୍ଧିର ଚିତ୍ରରେ କୃଷକମାନେ ସର୍ବଦା ଅଦୃଶ୍ୟ ହୋଇ ରହିଛନ୍ତି। ସର୍ବବିଦ୍ୟମାନ ଈଶ୍ବର ମଧୢ ଅଦୃଶ୍ୟ ନୁହନ୍ତି କି? ଅଦୃଶ୍ୟ ଈଶ୍ବ୍ବରଙ୍କ ଭଳି କୃଷକମାନେ ପ୍ରାଣ ଧାରଣର ଉପାଦାନ ଯୋଗାଉଥିବା ସତ୍ତ୍ବେ କୃତଜ୍ଞତାଭାଜନ ହୋଇ ପାରି ନାହାନ୍ତି; ଯେମିତି ଈଶ୍ବରଙ୍କ ଆଶୀର୍ବାଦ ସ୍ବରୂପ ପାଣି, ପବନ, ମୃତ୍ତିକା ବା ସୂର୍ଯ୍ୟାଲୋକ ଆଦି ଆମକୁ ବଞ୍ଚାଇ ରଖିଥିବା ସତ୍ତ୍ବେ ଆମେ ସେସବୁର ଗୁରୁତ୍ବ ହୃଦୟଙ୍ଗମ ନ କରି ତା’ ପ୍ରତି ଅତ୍ୟାଚାର କରି ଚାଲିଥାଉ। ତେବେ, ଏହା ମଧୢ ସତ ଯେ ଆମେ ନିଜ କଳ୍ପିତ ଈଶ୍ବରଙ୍କ ସକାଶେ ଉପାସନା ସ୍ଥଳୀ ବା ବିଗ୍ରହମାନ ନିର୍ମାଣ କରି ତାଙ୍କୁ ମହିମାବନ୍ତ କରିଥାଉ, ଯେମିତି କୃଷକମାନଙ୍କୁ ‘ଅନ୍ନଦାତା’ର ଆଖ୍ୟା ପ୍ରଦାନ କରି ଆତ୍ମତୃପ୍ତି ଲାଭ କରିଛୁ। ତାହା ହିଁ ବିଡ଼ମ୍ବନା!
ଭାରତରେ ଜଣେ କୃଷକର ଚିତ୍ର ମନରେ କେଉଁ ଭଳି ଭାବେ ଭାସି ଉଠିଥାଏ? ଶୁଷ୍କ ଶରୀର, ଶିରାଳ ଟାଆଁସା ହାତ ଏବ˚ କପାଳରେ ଚିନ୍ତାର ସିଆରଧାରୀ ଜଣେ ମନୁଷ୍ୟ, ଯିଏ ଖରା ଓ ବର୍ଷାରେ ବିଲରେ ପରିଶ୍ରମ କରି ନିଜ ହାଡ଼ ଭାଙ୍ଗୁଥିବେ କିମ୍ବା କୌଣସି ସରକାରୀ ମଣ୍ତିରେ ତାଙ୍କ ଶ୍ରମ ଲବ୍ଧ ଉତ୍ପାଦନ ଗଦା କରି ସରକାରଙ୍କ କୃପା ଦୃଷ୍ଟି କେବେ ତାଙ୍କ ଉପରେ ପଡ଼ିବ ବୋଲି ନିର୍ନିମେଷ ନୟନରେ ଅପେକ୍ଷା କରି ରହିଥିବେ ନା ସରସ ଶରୀର ଓ ମନର ଅଧିକାରୀ ଜଣେ ବ୍ୟକ୍ତି, ଯିଏ ନିଜର ପରିବାର ସହିତ ଏକ ବାତାନୁକୂଳିତ ସୌଖୀନ ରେସ୍ତୋରାଁରେ ମଧୢାହ୍ନ ଭୋଜନ କରୁଥିବେ କିମ୍ବା ବିମାନ ବନ୍ଦରର ଲବିରେ ପରିବାର ସହିତ କୌଣସି ସ୍ଥାନକୁ ଅବକାଶ ଅତିବାହିତ କରିବା ସକାଶେ ବାହାରିଥିବେ?
ଏହାର ଉତ୍ତର ସ୍ପଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ବିଡ଼ମ୍ବନା ହେଲା, ଭାରତୀୟ କୃଷକମାନେ ଉପରେ ବର୍ଣ୍ଣିତ ହୋଇଥିବା ଭଳି ସେମାନଙ୍କ ଦୟନୀୟ ସ୍ଥିତିକୁ ଅତିକ୍ରମ କରି କଦାଚିତ୍ ଏକ ମନୋଜ୍ଞ ପରିବେଶରେ ଆତଯାତ ହୁଅନ୍ତୁ ବୋଲି ସମ୍ଭବତଃ କେହି ଇଚ୍ଛା କରି ନ ଥାଆନ୍ତି! ପ୍ରଶ୍ନ ଉଠିପାରେ ଯେ ଏଭଳି ଏକ ଧାରଣା ସୃଷ୍ଟି ହେବାର କାରଣ କ’ଣ? ଏହି ପରିପ୍ରେକ୍ଷୀରେ ଏହାର ଏକ ଉତ୍ତର ଖୋଜିବାର ଉଦ୍ୟମ କରାଯାଇପାରେ। ପ୍ରକାଶ ଥାଉ କି ଗଲା ୧୩ ତାରିଖରେ ଗହମ ରପ୍ତାନି ଉପରେ ସରକାର ଜାରି କରିଥିବା ନିଷେଧାଦେଶ, ଭାରତୀୟ ଗହମ ଚାଷୀମାନଙ୍କ ମନରେ ଦେଖା ଦେଇଥିବା ଏକ ମନୋରମ ସ୍ବପ୍ନକୁ ଅଗତ୍ୟା ଧୂଳିସାତ୍ କରିଛି। ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ବୃହତ୍ତମ ଗହମ ରପ୍ତାନିକାରୀ ରାଷ୍ଟ୍ର ରୁଷିଆ ଦ୍ବାରା ୟୁକ୍ରେନ୍ ଉପରେ ଆକ୍ରମଣ, ଯେଉଁ ଅନ୍ତର୍ଜାତୀୟ ଆର୍ଥିକ କଟକଣାକୁ ଆମନ୍ତ୍ରଣ କରିଛି, ତା’ ଦ୍ବାରା ଗହମ ଯୋଗାଣରେ ବାଧା ସୃଷ୍ଟି ହେବା ସହିତ ବିଶ୍ବ ବଜାରରେ ଗହମର ଉତ୍କଟ ଅଭାବ ଓ ଦର ବୃଦ୍ଧିର କାରଣ ହୋଇଛି। ସୁତରା˚, ଏହା ଭାରତ ଭଳି ଏଭଳି ଅନେକ ରାଷ୍ଟ୍ରର କୃଷକମାନଙ୍କ ଲାଗି ଗହମ ରପ୍ତାନିର ଏକ ଚମତ୍କାର ସମ୍ଭାବନା ସୃଷ୍ଟି କରିଛି, ଯାହା ନିକଟ ଅତୀତରେ ଦୃଷ୍ଟିଗୋଚର ହୋଇ ନ ଥିଲା। ସେହି ପରିପ୍ରେକ୍ଷୀରେ ଗହମ ରପ୍ତାନି ବନ୍ଦ ରଖିବା ଲାଗି ସରକାରୀ ଆଦେଶ ଗହମ ଚାଷୀମାନଙ୍କୁ ମୁହ୍ୟମାନ କରିବା ସ୍ବାଭାବିକ। ତେବେ ସରକାରଙ୍କ ଏହି ପଦକ୍ଷେପ ସକାଶେ ଯେଉଁ କାରଣ ଦର୍ଶାଯାଉଛି, ତାହା ହେଲା ଏକ ଆନ୍ତର୍ଜାତିକ କୁଚକ୍ରୀ ଗୋଷ୍ଠୀ ଆବିର୍ଭାବ ହୋଇଥିବାର ସନ୍ଦେହ, ଯେଉଁ ଗୋଷ୍ଠୀ କୁଆଡ଼େ ଏହି ପରିସ୍ଥିତିର ସୁଯୋଗ ନେଇ ବିଶ୍ବ ବଜାରରେ ଉପଲବ୍ଧ ଗହମକୁ କ୍ରୟ କରି ଏକ ଉତ୍କଟ କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଉଦ୍ଗ୍ରୀବ! ସୁତରା˚, ସେହି ଗୋଷ୍ଠୀର ଅଭିସନ୍ଧିକୁ ପରାହତ କରିବା ଲାଗି ଏଭଳି ନିଷ୍ପତ୍ତିର ଆବଶ୍ୟକତା ରହିଛି ବୋଲି ସରକାର କହନ୍ତି। କିନ୍ତୁ ଅନେକ ବିଶେଷଜ୍ଞ ଏହାକୁ ଗ୍ରହଣ ନ କରି ଭିନ୍ନ କାରଣ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି; ଯେମିତି କି ଭାରତୀୟ ବଜାରରେ ଗହମ ଦରରେ ୯.୫୯% ବୃଦ୍ଧି ଅନ୍ୟାନ୍ୟ ଖାଦ୍ୟାନ୍ନର ମୁଦ୍ରାସ୍ଫୀତି ହାର (୫.୯୬ ପ୍ରତିଶତ) ଠାରୁ ଅଧିକ ହୋଇଥିବାରୁ ଗହମର ଅବାଧ ରପ୍ତାନି ଏହି ଦର ବୃଦ୍ଧିକୁ ଆହୁରି ଉତ୍କଟ କରିବ ବୋଲି ଏକ ଆଶଙ୍କା ଏବ˚ ଚଳିତ ବର୍ଷ ଗହମ ସ˚ଗ୍ରହର ପରିମାଣ ଏ ଯାବତ୍ ମାତ୍ର ୨୦ ନିୟୁତ ମେଟ୍ରିକ୍ ଟନ୍ ହୋଇଥିବାରୁ (ପୂର୍ବ ବର୍ଷ ୪୩ ନିୟୁତ ମେଟ୍ରିକ୍ ଟନ୍ ଥିଲା) ମାତ୍ରାଧିକ ରପ୍ତାନି ଗହମ ସ˚ଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ଅସମର୍ଥ ହେବାର ଅନୁମାନ।
ଉଲ୍ଲେଖଯୋଗ୍ୟ ଯେ ଭାରତ ପୃଥିବୀର ଦ୍ବିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ଏବ˚ ଦ୍ବିତୀୟ ସର୍ବାଧିକ ଗହମ ଭକ୍ଷଣକାରୀ ରାଷ୍ଟ୍ର ଭାବେ ବିଦିତ। ତେବେ, ଭାରତର ବାର୍ଷିକ ଗହମ ଉତ୍ପାଦନର ପରିମାଣ (ପ୍ରାୟ ୧୦ରୁ ୧୧ କୋଟି ଟନ୍) ଗହମ ଭକ୍ଷଣର ପରିମାଣ ସହିତ ମୋଟାମୋଟି ସମତୁଲ ହୋଇଥିବାରୁ ଭାରତ ଏକ ଗୁରୁତ୍ବପୂର୍ଣ୍ଣ ଗହମ ରପ୍ତାନିକାରୀ ରାଷ୍ଟ୍ର ଭାବେ ପରିଚିତ ନୁହେଁ। ତତାପି ରୁଷିଆ-ୟୁକ୍ରେନ୍ ଯୁଦ୍ଧ କାରଣରୁ ରପ୍ତାନିର ସୁଯୋଗ ସୃଷ୍ଟି ହେବା ଭାରତୀୟ ଗହମ କୃଷକଙ୍କ ଲାଗି ଈଶ୍ବର ପ୍ରେରିତ ଥିଲା ବୋଲି କୁହାଯାଇପାରେ। ଏହି ସ˚ଦର୍ଭରେ ସରକାରଙ୍କ ହସ୍ତକ୍ଷେପକୁ କେବଳ କୃଷକ ସ୍ବାର୍ଥ ବିରୋଧୀ ବୋଲି ଅଭିହିତ କରାଯାଉନାହିଁ; ଏହା ସହରୀ ମଧୢବିତ୍ତ ଖାଉଟିଙ୍କ ପ୍ରତି ଅହେତୁକ ଦରଦର ନିଦର୍ଶନ ବୋଲି ମଧୢ ଅଭିଯୋଗ କରାଯାଉଛି। କହିବା ଅନାବଶ୍ୟକ ଯେ ଗହମ ରପ୍ତାନି କରିବାକୁ ଆଶା ପୋଷଣ କରିଥିବା ଭାରତୀୟ କୃଷକମାନେ ଏବେ ସେମାନଙ୍କ ଉତ୍ପାଦକୁ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବା ‘ଏମ୍ଏସ୍ପି’ରେ ବିକ୍ରୟ କରିବାକୁ ବାଧୢ ହେବେ; ଅର୍ଥାତ୍ ତାହା ସେମାନଙ୍କ ଲାଗି ଅଗତ୍ୟା ‘ସର୍ବୋଚ୍ଚ ବିକ୍ରୟ ଦର’ରେ ପରିଣତ ହେବ। ଏଭଳି ସ୍ଥଳେ ସରକାର ଯଦି ଏକ ବିଶାଳ ହୃଦୟଧାରୀ କ୍ରେତା ରୂପେ ଆବିର୍ଭୂତ ହୋଇ ‘ଏମ୍ଏସ୍ପି’ ଉପରେ କ୍ବିଣ୍ଟାଲ ପିଛା ୨୦୦ରୁ ୨୫୦ ଟଙ୍କା ବୋନସ୍ ପ୍ରଦାନ କରିଥାଆନ୍ତେ, ତେବେ ହୁଏ’ତ କୃଷକମାନେ ନିଷେଧାଦେଶଟିକୁ ଏକ ଧକ୍କା ରୂପେ ନ ଦେଖି ରପ୍ତାନି କରିବା ଲାଗି ମହଜୁଦ ରଖିଥିବା ଗହମକୁ ନିଦ୍ବନ୍ଦ୍ବରେ ସରକାରଙ୍କୁ ବିକ୍ରୟ କରି ଦେଇଥାଆନ୍ତେ। ବିଖ୍ୟାତ କୃଷି ବିଶେଷଜ୍ଞ ଅଶୋକ ଗୁଲାଟି କହିଥାଆନ୍ତି ଯେ ଗହମ ଚାଷୀମାନେ ରପ୍ତାନିରୁ ଯାହା ଅଧିକ ଉପାର୍ଜନ କରନ୍ତେ, ତାହା ‘ଏମ୍ଏସ୍ପି’ ଠାରୁ ମାତ୍ର ୧୦ ପ୍ରତିଶତ ଅଧିକ ହୋଇଥାଆନ୍ତା, ଯାହା ଏହି ବୋନସ୍ ଦ୍ବାରା ଭରଣା ହୋଇ ପାରନ୍ତା। ମାତ୍ରାଧିକ ରପ୍ତାନି ଦ୍ବାରା ଭାରତରେ ଗହମ ଦର ବୃଦ୍ଧିର ଆଶଙ୍କା ବା ଖାଦ୍ୟ ନିରାପତ୍ତାରେ ବ୍ୟାଘାତର ଭୟକୁ ଏଭଳି ଏକ ଉଦ୍ୟମ ଓ ଆଭିମୁଖ୍ୟ ଦ୍ବାରା ଦୂର କରାଯିବା ସହିତ ସରକାରଙ୍କ ଲାଗି କୃଷକଙ୍କ ବିଶ୍ବାସ ଜିଣିବାରେ ଏହା ସହାୟକ ହୋଇଥାଆନ୍ତା। ଅନେକଙ୍କ ମତରେ ଏହା ଦ୍ବାରା ସରକାରଙ୍କ ଦ୍ବାରା ପ୍ରଣୀତ ଏବ˚ ପ୍ରତ୍ୟାହୃତ ତିନିଟି କୃଷି ଆଇନର ପ୍ରତ୍ୟାବର୍ତ୍ତନ ଲାଗି ହୁଏ’ତ ବାଟ ମଧୢ ଫିଟି ପାରିଥାଆନ୍ତା। କିନ୍ତୁ ଅାପାତତଃ ସରକାର ସେହି ସୁଯୋଗ ହାତଛଡ଼ା କରିଛନ୍ତି।
ଏଥିରେ ଦ୍ବିମତ ହେବାର ନାହିଁ ଯେ ସ୍ବାଧୀନତା ପର ଠାରୁ ଏ ପର୍ଯ୍ୟନ୍ତ ଖାଦ୍ୟ ଦ୍ରବ୍ୟର ମୂଲ୍ୟ ସ˚ପର୍କିତ ନୀତିମାନ ସହରୀ ମଧୢବିତ୍ତ ଖାଉଟିଙ୍କ ସପକ୍ଷରେ ରହି ନିର୍ଦ୍ଧାରିତ ହୋଇ ଆସିଛି; କାରଣ କୌଣସି ଖାଦ୍ୟ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ଘଟିବା ମାତ୍ରକେ ମଧୢବିତ୍ତ ଖାଉଟି ବର୍ଗ ଟେଲିଭିଜନ୍, ଖବରକାଗଜ ଏବ˚ ସୋସିଆଲ ମିଡିଆରେ ଘନଘନ ଦୃଶ୍ୟମାନ ହୋଇ ଏଭଳି ହାହାକାର ସୃଷ୍ଟି କରିଥା’ନ୍ତି ଯେ ଅଗତ୍ୟା ଚାପଗ୍ରସ୍ତ ସରକାର ଏକ ନିୟନ୍ତ୍ରକର ଭୂମିକାରେ ଅବତୀର୍ଣ୍ଣ ହୋଇ ଦରକୁ ନୀଚା ରଖିବାରେ ତତ୍ପର ହୋଇ ଉଠନ୍ତି, ଯାହାର ଏକ ପରିଣାମ ହେଉଛି କୃଷି ଉତ୍ପାଦର ରପ୍ତାନି ଉପରେ ନିଷେଧାଦେଶ। ଗଲା ବର୍ଷ ଅଗଷ୍ଟ ମାସରେ ଚଣା, ଅକ୍ଟୋବର ମାସରେ ସୋରିଷ ଏବ˚ ନଭେମ୍ବର-ଡିସେମ୍ବରରେ ସୋୟାବିନ ଏବ˚ ମୁଗ ରପ୍ତାନି ଏହି କାରଣରୁ ବନ୍ଦ ରହିଥିଲା ଏବଂ ଆହୁରି ଏଭଳି ଅନେକ ଉଦାହରଣମାନ ରହିଛି। ସୁତରା˚, ଏକ ପ୍ରତିଦ୍ବନ୍ଦ୍ବିତାମୂଳକ ବଜାରରେ ସମସ୍ତ ଉତ୍ପାଦ ଉଚ୍ଚ ମୂଲ୍ୟ ଲାଭ କରିବା ଲାଗି ଆଶା ରଖି ପାରୁଥିବା ବେଳେ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ତାହା ହୋଇ ନ ଥାଏ। ଜଣେ କୃଷକ ମଧୢ ଯେ ଜଣେ ଖାଉଟି ଏବ˚ ମୁଦ୍ରାସ୍ଫୀତିର କଷଣରୁ ମୁକ୍ତ ହେବା ଲାଗି ତାଙ୍କର ଆୟ ବୃଦ୍ଧି ପାଇବା ଜରୁରୀ, ସତେ ଯେମିତି ଏ କଥା ସମସ୍ତେ ପାଶୋରି ଯାଆନ୍ତି।
ସୁତରା˚, ଭାରତର ସମୃଦ୍ଧିର ଚିତ୍ରରେ କୃଷକମାନେ ସର୍ବଦା ଅଦୃଶ୍ୟ ହୋଇ ରହିଛନ୍ତି। ସର୍ବବିଦ୍ୟମାନ ଈଶ୍ବର ମଧୢ ଅଦୃଶ୍ୟ ନୁହନ୍ତି କି? ଅଦୃଶ୍ୟ ଈଶ୍ବ୍ବରଙ୍କ ଭଳି କୃଷକମାନେ ପ୍ରାଣ ଧାରଣର ଉପାଦାନ ଯୋଗାଉଥିବା ସତ୍ତ୍ବେ କୃତଜ୍ଞତାଭାଜନ ହୋଇ ପାରି ନାହାନ୍ତି; ଯେମିତି ଈଶ୍ବରଙ୍କ ଆଶୀର୍ବାଦ ସ୍ବରୂପ ପାଣି, ପବନ, ମୃତ୍ତିକା ବା ସୂର୍ଯ୍ୟାଲୋକ ଆଦି ଆମକୁ ବଞ୍ଚାଇ ରଖିଥିବା ସତ୍ତ୍ବେ ଆମେ ସେସବୁର ଗୁରୁତ୍ବ ହୃଦୟଙ୍ଗମ ନ କରି ତା’ ପ୍ରତି ଅତ୍ୟାଚାର କରି ଚାଲିଥାଉ। ତେବେ, ଏହା ମଧୢ ସତ ଯେ ଆମେ ନିଜ କଳ୍ପିତ ଈଶ୍ବରଙ୍କ ସକାଶେ ଉପାସନା ସ୍ଥଳୀ ବା ବିଗ୍ରହମାନ ନିର୍ମାଣ କରି ତାଙ୍କୁ ମହିମାବନ୍ତ କରିଥାଉ, ଯେମିତି କୃଷକମାନଙ୍କୁ ‘ଅନ୍ନଦାତା’ର ଆଖ୍ୟା ପ୍ରଦାନ କରି ଆତ୍ମତୃପ୍ତି ଲାଭ କରିଛୁ। ତାହା ହିଁ ବିଡ଼ମ୍ବନା!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/sampadakiya-logo-ff-3.jpg)