ଈଶ୍ବରଙ୍କ କୂଟ

ତୁର୍କୀ ଟ୍ରାଜେଡି ପରିପ୍ରେକ୍ଷୀରେ ‘ଵାସି˚ଟନ୍‌ ପୋଷ୍ଟ୍’ରେ ପ୍ରକାଶିତ ଏକ ଆଲେଖ୍ୟରେ ବିଶିଷ୍ଟ ଭୂ-ତତ୍ତ୍ବ ଗବେଷିକା ଜୁଡିଥ୍‌ ହୁବାର୍ଡ ସତର୍କ କରାଇ ଲେଖିଛନ୍ତି ଯେ ସାନ୍‌ ଫ୍ରାନ୍‌ସିସ୍‌କୋରେ ବସି ଟେଲିଭିଜନରେ ତୁର୍କୀର ଦୃଶ୍ୟ ଦେଖୁଥିବା ଆମେରିକୀୟମାନେ ସଚେତନ ହେବା ଉଚିତ ଯେ ସେମାନଙ୍କ ମହାନଗର ତଳେ ଏକ ଅତ୍ୟନ୍ତ ଚଳମାନ ‘ସାନ୍‌ସ ଆଣ୍ଡ୍ରିସ୍‌’ ତ୍ରୁଟି ବିଦ୍ୟମାନ! ଅବଶ୍ୟ ଏହା ସତ ଯେ ଏହା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକା ଏ ଯାବତ୍‌ କେବଳ ମୃଦୁ ଓ ମଧୢମ ଧରଣର କ˚ପନମାନ ଅନୁଭବ କରିଆସିଛି। କିନ୍ତୁ ଈଶ୍ବରଙ୍କ କୂଟ ଏକ ସଜଡ଼ା ସ˚ସାରକୁ ନିମିଷକେ ଉଜାଡ଼ି ଦେଇ ନ ଥାଏ କି?

ତୁର୍କୀ ଟ୍ରାଜେଡି ପରିପ୍ରେକ୍ଷୀରେ ‘ଵାସି˚ଟନ୍‌ ପୋଷ୍ଟ୍’ରେ ପ୍ରକାଶିତ ଏକ ଆଲେଖ୍ୟରେ ବିଶିଷ୍ଟ ଭୂ-ତତ୍ତ୍ବ ଗବେଷିକା ଜୁଡିଥ୍‌ ହୁବାର୍ଡ ସତର୍କ କରାଇ ଲେଖିଛନ୍ତି ଯେ ସାନ୍‌ ଫ୍ରାନ୍‌ସିସ୍‌କୋରେ ବସି ଟେଲିଭିଜନରେ ତୁର୍କୀର ଦୃଶ୍ୟ ଦେଖୁଥିବା ଆମେରିକୀୟମାନେ ସଚେତନ ହେବା ଉଚିତ ଯେ ସେମାନଙ୍କ ମହାନଗର ତଳେ ଏକ ଅତ୍ୟନ୍ତ ଚଳମାନ ‘ସାନ୍‌ସ ଆଣ୍ଡ୍ରିସ୍‌’ ତ୍ରୁଟି ବିଦ୍ୟମାନ! ଅବଶ୍ୟ ଏହା ସତ ଯେ ଏହା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକା ଏ ଯାବତ୍‌ କେବଳ ମୃଦୁ ଓ ମଧୢମ ଧରଣର କ˚ପନମାନ ଅନୁଭବ କରିଆସିଛି। କିନ୍ତୁ ଈଶ୍ବରଙ୍କ କୂଟ ଏକ ସଜଡ଼ା ସ˚ସାରକୁ ନିମିଷକେ ଉଜାଡ଼ି ଦେଇ ନ ଥାଏ କି?

ତୁର୍କୀର ଏକ ବଡ଼ ଦୁର୍ଭାଗ୍ୟ ହେଲା ସେଠାରେ ଏକ ଭୟାବହ ଭୂମିକ˚ପ ଘଟିବ ବୋଲି ବିଜ୍ଞାନ-ସମ୍ମତ ସୂଚନା ଓ ଗବେଷଣା, ପୂର୍ବ ରେକର୍ଡ‌୍‌ ଏବ˚ ଅନୁଭୂତି ଇତ୍ୟାଦି ଆଧାରରେ ପୂର୍ବାନୁମାନ କରାଯାଇଥିଲେ ମଧୢ ତାହା କେବେ ଓ ‌େକଉଁ ଅଞ୍ଚଳରେ ଘଟିବ ସେ ନେଇ କୌଣସି ଭବିଷ୍ୟତ୍‌ବାଣୀ କରାଯାଇ ପାରିନଥିଲା। ପ୍ରକାଶ ଥାଉ କି ଭୂମିକ˚ପ ଘଟିବା ପରିପ୍ରେକ୍ଷୀରେ ‘କ’ଣ’, ‘କାହିଁକି’ ଓ ‘କିପରି’ ଭଳି ପ୍ରଶ୍ନର ଉତ୍ତରମାନ ଲାଭ କରିବା ମନୁଷ୍ୟର ବୁଦ୍ଧି ଓ ବିଦ୍ୟା ବଳରେ ସମ୍ଭବ ହୋଇ ପାରିଥିବା ବେଳେ ‘କେତେବେଳେ’ ଓ ‘କେଉଁଠାରେ’ ଭଳି ଦୁଇଟି ପ୍ରଶ୍ନର ଉତ୍ତର ଏ ଯାବତ୍‌ ମିଳି ପାରି ନ ଥିବାରୁ ସବୁ ଦୈବୀ ଦୁର୍ବିପାକ ମଧୢରୁ କେବଳ ଭୂମିକ˚ପ ହିଁ ତା’ର ଘଟିବାର ‘କ୍ଷଣ’ ଓ ‘ସ୍ଥାନ’ ନେଇ ଈଶ୍ବରଙ୍କ ରହସ୍ୟମୟ କୂଟର ଅଧୀନସ୍ଥ ହୋଇ ରହିଛି। ସୁତରା˚, ସମସ୍ତ ତୀବ୍ର ଓ ଭୟାବହ ଭୂମିକ˚ପ ଭଳି ତୁର୍କୀ-ସିରିଆ ସୀମାନ୍ତରେ ସ˚ଘଟିତ ଭୂକ˚ପ ସହସା ସମସ୍ତଙ୍କୁ ବାକ୍‌ହତ କରି ପକାଇଛି, ଯହିଁରେ ମୃତ୍ୟୁ ସ˚ଖ୍ୟା ୧୬,୦୦୦ ରେ(ଏହା ଲେଖା ହେବା ବେଳକୁ) ପହଞ୍ଚିଲାଣି ଏବ˚ ବିଧ୍ବସ୍ତ ବସତିଗୁଡ଼ିକ ତଳେ ଯେ ଆହୁରି ଅସୁମାରି ମୃତାହତ ଚାପି ହୋଇ ରହିଥିବେ, ସେ ନେଇ ସନ୍ଦେହ ମଧୢ ନାହିଁ। ତେବେ, ଏହି ଅତ୍ୟନ୍ତ ଦାରୁଣ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଆମ ସମସ୍ତଙ୍କ ଲାଗି ଯେଉଁ ଶିକ୍ଷାର ଅବକାଶ ସୃଷ୍ଟି ହୋଇଥାଏ, ତାହା ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ କରିଥାଏ।

ପ୍ରକାଶ ଥାଉ କି ତୁର୍କୀ ଅତ୍ୟନ୍ତ ଚଳନଶୀଳ ବା ସକ୍ରିୟ ଆନାଟୋଲିଆନ୍‌ ‘ଟେକ୍‌ନୋଟିକ୍‌ ଫଲ୍‌ଟ ସିଷ୍ଟମ’ (ଭୂ-ସ˚ରଚନାଗତ ତ୍ରୁଟି) ଉପରେ ଅବସ୍ଥିତ; ଯାହା ‘ଆରବୀୟ ପ୍ଲେଟ୍‌’, ‘ଆଫ୍ରିକୀୟ ପ୍ଲେଟ୍‌’ ଏବ˚ ‘ୟୁରେସିଆନ୍‌ ପ୍ଲେଟ୍‌’ର ମିଳନ ସ୍ଥଳ। ସୁତରା˚, ଅତଳ ଭୂ-ଗର୍ଭରେ ତରଳ ‘ମ୍ୟାଗ୍‌ମା’ ଉପରେ ଭାସମାନ ଓ ଚଳନଶୀଳ ଏହି ଭଳି ପ୍ଲେଟ୍‌ଗୁଡ଼ିକ ଉପରେ ଅବସ୍ଥିତ ଆମ ଭୂପୃଷ୍ଠଟି ଅପାତତଃ ଆମକୁ ସ୍ଥିର ଭଳି ପ୍ରତୀୟମାନ ହେଉଥିଲେ ସୁଦ୍ଧା ସମୟ ପଡ଼ିଲେ ଏଥିରେ ଯେ ଅସ୍ଥିର ଉପଦ୍ରବମାନ ସୃଷ୍ଟି ହୋଇପାରେ, ତାହା ଅନୁମାନସାପେକ୍ଷ। ତୁର୍କୀ ଭୂମିକ˚ପ ସ˚ଦର୍ଭରେ ଦେଖିବାକୁ ମିଳିଥାଏ ଯେ ‘ୟୁରେସିଆନ୍‌ ପ୍ଲେଟ୍‌’ ଆଡ଼କୁ ନିରନ୍ତର ଗତିଶୀଳ ‘ଆରବୀୟ ପ୍ଲେଟ୍‌’ଟି ଅବଲୀଳା କ୍ରମେ ଯେଉଁ ଅ˚ଶକୁ ଠେଲି ତଦ୍ଦ୍ବାରା ଜାତ ଅସମ୍ଭବ ଚାପ ଦ୍ବାରା ଫାଟମାନ ସୃଷ୍ଟି କରିଛି, ସେହି ଅ˚ଶ ଉପରେ ତୁର୍କୀ ବିରାଜମାନ, ଯାହା ତାକୁ ତୀବ୍ର ଭୂ-କ˚ପ ପ୍ରବଣ କରିଥାଏ। ତେବେ, କଥା ହେଲା ଉପଗ୍ରହ ‘ମେଜରମେଣ୍ଟ୍‌’ ବା ମାପ ପ୍ରଯୁକ୍ତି ଦ୍ବାରା ଯଦିଓ ପ୍ଲେଟ୍‌ଗୁଡ଼ିକର ଚଳାଚଳ ନେଇ ବିଶଦ ସୂଚନା ଲାଭ କରିବା ସମ୍ଭବ ହୋଇଛି, ତେବେ, ଏହି ପ୍ରକ୍ରିୟା ଦ୍ବାରା କେଉଁ ସମୟରେ ଓ କେଉଁ ସ୍ଥାନରେ ଭୂମିକ˚ପଟିଏ ଜନ୍ମ ନେଇପାରେ, ତା’ର କୌଣସି ସୂତ୍ର ଏ ଯାବତ୍‌ ଉପଲବ୍‌ଧ ହୋଇ ପାରିନାହିଁ। ଅନେକ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତର ‘ଟେକ୍‌ଟୋନିକ୍‌ ତ୍ରୁଟି’ ସତ୍ତ୍ବେ ଗତ ଏକ ହଜାର ବର୍ଷ ଧରି ସେ ସବୁ ଶାନ୍ତ ରହିଛି, ଅଥଚ ଅତ୍ୟନ୍ତ ମନ୍ଥର ‘ପ୍ଲେଟ୍‌ ଗତିବିଧି’ ସତ୍ତ୍ବେ ୨୦୦୮ ମସିହାରେ ଚୀନର ସିଜୁଆନ୍‌ ଅଞ୍ଚଳ ୭.୬ ରିକ୍ଟର ସ୍କେଲର ଏଭଳି ଏକ ଅତ୍ୟନ୍ତ ବିନାଶକାରୀ ଭୂମିକ˚ପର ପ୍ରତ୍ୟକ୍ଷ କରିଥିଲା, ଯହିଁରେ ୬୯ ହଜାର ଲୋକ ପ୍ରାଣ ହରାଇଥିଲେ। ଏଭଳି ଅନିଶ୍ଚିତତା ହିଁ ହେଉଛି ପ୍ରତ୍ୟେକ ଭୂମିକ˚ପରେ ନିହିତ ଦୈବୀ ଇଚ୍ଛା!

କହିବା ଅନାବଶ୍ୟକ ଯେ ଧନ ଓ ଜୀବନ ହାନି ଦୃଷ୍ଟିରୁ ସମସ୍ତ ଦୈବୀ ଦୁର୍ବିପାକ ମଧୢରେ ଭୂମିକ˚ପ ସର୍ବାଧିକ ଭୟାବହ, ଯହିଁରେ ଅନେକ ସମୟରେ ପୁନର୍ନିମାଣ କାର୍ଯ୍ୟକୁ ପୁଣି ଶୂନ୍ୟରୁ ପ୍ରାରମ୍ଭ କରିବାକୁ ପଡ଼ିଥାଏ ଏବ˚ ଆତ୍ମୀୟ-ସ୍ବଜନ ଓ ଆଶ୍ରୟହରା ତଥା ବିକଳାଙ୍ଗରେ ପରିଣତ ହୋଇଥିବା ଅସ˚ଖ୍ୟ ନାଗରିକଙ୍କ ଲାଗି ସ˚ପୂର୍ଣ୍ଣ ପୁନର୍ବାସ ଆଦୌ ସମ୍ଭବପର ମଧୢ ହୋଇ ନଥାଏ। କେବଳ ସେତିକି ନୁହେଁ, ତୀବ୍ର ଭୂମିକ˚ପମାନଙ୍କରେ କ୍ଷୟକ୍ଷତିର ସ˚ପୂର୍ଣ୍ଣ ହିସାବ ପାଇବା ଅତ୍ୟନ୍ତ ସମୟସାପେକ୍ଷ ଓ କଷ୍ଟକର ହୋଇଥାଏ। ଉଦାହରଣ ସ୍ବରୂପ ୨୦୧୦ ମସିହାର ହାଇତି ଭୂମିକ˚ପରେ ପ୍ରାୟ ଏକ ଲକ୍ଷ ଜୀବନ ହାନିର ପ୍ରାରମ୍ଭିକ ଆକଳନ କ୍ରମେ ୩ ଲକ୍ଷରୁ ଅଧିକରେ ପହଞ୍ଚିଥିଲା। ଏହା ସ୍ବାଭାବିକ ଭାବେ କ୍ଷତି ଭରଣା ଏବ˚ ପୁନର୍ବାସ ପରିପ୍ରେକ୍ଷୀରେ ସମସ୍ୟାମାନ ସୃଷ୍ଟି କରିଥାଏ। ସେହିଭଳି ଭୂମିକ˚ପ ସମୟରେ ହିଁ ହୃଦ୍‌ବୋଧ ହୋଇଥାଏ ଯେ ବିଶାଳ ନଗରଗୁଡ଼ିକରେ ଦର୍ପର ଚିହ୍ନ ସ୍ବରୂପ ଦଣ୍ତାୟମାନ ଉତ୍ତୁଙ୍ଗ ଅଟ୍ଟାଳିକାମାନ କିଭଳି ଅବଲୀଳା କ୍ରମେ ମରଣ ଯନ୍ତାରେ ପରିଣତ ହୁଅନ୍ତି। ଅବଶ୍ୟ ସ˚ପ୍ରତି ଅନେକ ସ୍ଥାନରେ ବହୁତଳ ବିଶିଷ୍ଟ ଅଟ୍ଟାଳିକାମାନର ନିର୍ମାଣ ବେଳେ ‘ଷ୍ଟ୍ରକଚରାଲ୍‌ ଇ˚ଜିନିଅରି˚’ ଏବ˚ ଭୂ-କ˚ପ ସହଣି ପ୍ରଯୁକ୍ତିର ବ୍ୟବହାର କରାଯାଉଛି, ଯହିଁରେ ୬ ରିକ୍ଟର ସ୍କେଲ ପର୍ଯ୍ୟନ୍ତ ତୀବ୍ର କ˚ପନକୁ ସହ୍ୟ କରିବାର ସାମର୍ଥ୍ୟ ସେମାନେ ଲାଭ କରି ପାରୁଛନ୍ତି। କିନ୍ତୁ ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ଭୂ-କ˚ପ ପ୍ରବଣ ଅଞ୍ଚଳରେ ଏଭଳି ନିର୍ମାଣ ବିଧି ସାର୍ବଜନୀନ ଭାବେ ଅନୁସୃତ ହେବା ଆବଶ୍ୟକ। ପ୍ରାୟ ଦେଖାଯାଇଥାଏ ଯେ ଗୃହ ନିର୍ମାଣରେ ହାଲୁକା ସର˚ଜାମ ବ୍ୟବହାର କରାଯାଉଥିବା କାରଣରୁ ଭୂମିକ˚ପରେ ଗ୍ରାମାଞ୍ଚଳଗୁଡ଼ିକ ସହରାଞ୍ଚଳ ତୁଳନାରେ କମ୍‌ ଜୀବନ ହାନି ଦେଖନ୍ତି। କିନ୍ତୁ ଏହାର ଏକ ବ୍ୟତିକ୍ରମ ଥିଲା ୧୯୯୩ ମସିହାରେ ହୋଇଥିବା ମହାରାଷ୍ଟ୍ରର ଲାଟୁର ଭୂମିକ˚ପ, ଯହିଁରେ ବିଶେଷ କରି ଗ୍ରାମଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସେଥିରେ ପ୍ରାୟ ୧୦ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ; ଏବ˚ ତା’ର କାରଣ ଥିଲା ସେଠାକାର ଗୃହ ନିର୍ମାଣରେ ବ୍ୟବହୃତ ହେଉଥିବା ପଥର, ଯେଉଁଗୁଡ଼ିକ ଅତ୍ୟନ୍ତ ଓଜନଦାର ଅଥଚ ସେଠାରେ ବହୁଳ ଭାବେ ଉପଲବ୍‌ଧ ହେଉଥିବା କାରଣରୁ ଅତ୍ୟନ୍ତ ଶସ୍ତା।
କହିବା ଅନାବଶ୍ୟକ ଯେ ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠକା ତୁର୍କୀ-ସିରିଆ ସୀମାନ୍ତ ଅଞ୍ଚଳ ସମେତ ସମଗ୍ର ସିରିଆରେ ଏକ ଦଶନ୍ଧିରୁ ଅଧିକ କାଳ ଧରି ଚାଲି ଆସିଥିବା ଅତ୍ୟନ୍ତ କରୁଣ ଗୃହ ଯୁଦ୍ଧ ବିଷୟରେ ଅବଗତ ଥିବେ, ଯାହାକୁ ବର୍ତ୍ତମାନ ସମୟର ଅନ୍ୟତମ ସର୍ବବୃହତ୍‌ ‘ମାନବ ଟ୍ରାଜେଡି’ ରୂପେ ଅଭିିହିତ କରାଯାଇଥାଏ; ଯହିଁରେ ୧୩ ନିୟୁତ ଶରଣାର୍ଥୀ ସୃଷ୍ଟି ହେବା ସହିତ ୫ ଲକ୍ଷ ୮୦ ହଜାର ନାଗରିକଙ୍କ ପ୍ରାଣ ଯାଇଛି। ଅନେକ ବିଶେଷଜ୍ଞଙ୍କ ମତରେ ଗୃହଯୁଦ୍ଧ ହେତୁ ଗୁଳିଗୋଳା ଆଘାତ ଜର୍ଜର ଗୃହଗୁଡ଼ିକ ଅଗତ୍ୟା ଦୁର୍ବଳ ହୋଇ ଏହି ଭୂମିକ˚ପରେ ଅଧିକ ସ˚ଖ୍ୟାରେ ଧୂଳିସାତ୍‌ ହୋଇଯାଇଛନ୍ତି। ତେବେ ସେମାନେ ଏହି ବିପର୍ଯ୍ୟୟ କାଳରେ ମଧୢ ଏକ ଆଶାର କିରଣ ମଧୢ ଦେଖନ୍ତି, ଯାହାର ଆଧାର ରହିଛି ୨୦୦୪ ମସିହାରେ ସ˚ଘଟିତ ସୁମତ୍ରାର ଭୟାବହ ଭୂମିକ˚ପରେ। ଏହି ଭୂମିକ˚ପ ପରେ ସୁମାତ୍ରାରେ ଏକ ଦୀର୍ଘ ଗୃହଯୁଦ୍ଧରେ ବ୍ୟାପୃତ ନାଗରିକମାନେ ଅସ୍ତ୍ର ତ୍ୟାଗ କରି ମିଳିତ ଭାବେ ଉଦ୍ଧାର ଓ ପୁନର୍ଗଠନ ପ୍ରକ୍ରିୟାରେ ଲାଗିଥିଲେ। ସୁତରାଂ, ଗୃହଯୁଦ୍ଧର ଅବସାନ ଘଟିଥିଲା। ସେହି ଦୃଷ୍ଟିରୁ ଏହି ଦାରୁଣ ଭୂମିକ˚ପ ଯଦି ସିରିଆ ଗୃହ ଯୁଦ୍ଧରେ ସ୍ଥାୟୀ ବିରାମ ଘଟାଏ, ତେବେ ଏକ ନୂତନ ଅଧୢାୟର ସୂତ୍ରପାତ ହୋଇପାରିଛି ବୋଲି କହିହେବ।

ଏଭଳି ଆଲୋଚନା ବେଳେ ଭାରତର ଅତ୍ୟନ୍ତ ଭୂ-କ˚ପ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହିମାଳୟ ଓ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକ ବିଷୟ ସ୍ମରଣକୁ ଆସିଥାଏ। ଗଲା ୨୦୧୫ ମସିହାରେ ନେପାଳ ଭୋଗିଥିବା ଭୟାବହ ଭୂକ˚ପ ହିମାଳୟର ‘ଟେକ୍‌ଟୋନିକ୍‌ ତ୍ରୁଟି’ର ଏକ ନିଦର୍ଶନ, ଯଦିଓ ଏହା ଛଡ଼ା ଏହି ଅଞ୍ଚଳରେ ସେଭଳି ବିଶେଷ ତୀବ୍ର ଭୂମିକ˚ପମାନ ମୁହୁର୍ମୁହୁଃ ଘଟିବା ଦେଖାଯାଇନାହିଁ। ତା’ ସତ୍ତ୍ବେ ସତର୍କତା ସ୍ବରୂପ ଏହି ଅଞ୍ଚଳରେ ହେଉଥିବା ସମସ୍ତ ବୃହତ୍‌ ଓ କ୍ଷୁଦ୍ର ଏବ˚ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟମାନ କଲା ବେଳେ ଏହାକୁ ଦୃଷ୍ଟିରେ ରଖାଯିବା ନିତାନ୍ତ ଜରୁରୀ। ତୁର୍କୀ ଟ୍ରାଜେଡି ପରିପ୍ରେକ୍ଷୀରେ ‘ଵାସି˚ଟନ୍‌ ପୋଷ୍ଟ୍’ରେ ପ୍ରକାଶିତ ଏକ ଆଲେଖ୍ୟରେ ବିଶିଷ୍ଟ ଭୂ-ତତ୍ତ୍ବ ଗବେଷିକା ଜୁଡିଥ୍‌ ହୁବାର୍ଡ ସତର୍କ କରାଇ ଲେଖିଛନ୍ତି ଯେ ସାନ୍‌ ଫ୍ରାନ୍‌ସିସ୍‌କୋରେ ବସି ଟେଲିଭିଜନରେ ତୁର୍କୀର ଦୃଶ୍ୟ ଦେଖୁଥିବା ଆମେରିକୀୟମାନେ ସଚେତନ ହେବା ଉଚିତ ଯେ ସେମାନଙ୍କ ମହାନଗର ତଳେ ଏକ ଅତ୍ୟନ୍ତ ଚଳମାନ ‘ସାନ୍‌ସ ଆଣ୍ଡ୍ରିସ୍‌’ ତ୍ରୁଟି ବିଦ୍ୟମାନ! ଅବଶ୍ୟ ଏହା ସତ ଯେ ଏହା ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକା ଏ ଯାବତ୍‌ କେବଳ ମୃଦୁ ଓ ମଧୢମ ଧରଣର କ˚ପନମାନ ଅନୁଭବ କରିଆସିଛି। କିନ୍ତୁ ଈଶ୍ବରଙ୍କ କୂଟ ଏକ ସଜଡ଼ା ସ˚ସାରକୁ ନିମିଷକେ ଉଜାଡ଼ି ଦେଇ ନ ଥାଏ କି?

ସମ୍ବନ୍ଧିତ ଖବର