ଏହି ପୂର୍ବାନୁମାନ ଅନୁସାରେ ୨୧୦୦ ମସିହା ବେଳକୁ ଯଦିଓ ଭାରତ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ହୋଇ ରହିଥିବ; ଏହାର ଜନସ˚ଖ୍ୟା ୧୦୯ କୋଟିକୁ ଖସି ଆସିଥିବ। ସୁତରା˚, ସେତେବେଳକୁ ଭାରତ ଏକ ପକ୍ବକେଶାଙ୍କ ଦେଶରେ ପରିଣତ ହୋଇ ତା’ର ତାରୁଣ୍ୟ ମୂଲ୍ୟ ହରାଇ ବସିଥିବ। ସେହି ଦୃଷ୍ଟିରୁ ଚୀନର ସା˚ପ୍ରତିକ ଉଦ୍ବେଗରୁ ଭାରତ ଲାଗି ଅନେକ କିଛି ଶିକ୍ଷା କରିବାର ଅଛି। ‘ଦ ଲାନ୍ସେଟ୍’ର ହିସାବ ଅନୁସାରେ ଆଜି ଚୀନ ସମ୍ମୁଖୀନ ହେଉଥିବା ଭଳି ଏକ ସ୍ଥିତିର ଆବିର୍ଭାବ ଭାରତରେ ଘଟିବା ଲାଗି ଆହୁରି ଅର୍ଦ୍ଧ ଶତାବ୍ଦୀର ସମୟ ବାକି ରହିଛି। ସୁତରା˚, ଏଭଳି ଏକ ସ୍ଥିତିର ପରିଚାଳନା ଲାଗି ବିବେଚନପୂର୍ଣ୍ଣ ଉପାୟ ଆବିଷ୍କାରର ସମୟ ହାତରେ ରହିଛି।
ଗଲା ବୁଧବାର ଦିନ ଜାତିସ˚ଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନକୁ ଅତିକ୍ରମ କରି ଭାରତ ଚଳିତ ବର୍ଷ ହିଁ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବାକୁ ଯାଉଛି। ଅବଶ୍ୟ, ଏଭଳି ଘୋଷଣା ଅପ୍ରତ୍ୟାଶିତ ନ ଥିଲା; ଅନ୍ତତଃ ବିଗତ ପାଞ୍ଚ ବର୍ଷ ଧରି ଭାରତ ଏହି ସ୍ଥିତି ଆଡ଼କୁ ଧୀର ପଦବ୍ରଜରେ ଅଗ୍ରସର ହେବାରେ ଲାଗିଥିଲା। କହିବା ଅନାବଶ୍ୟକ ଯେ ଏହି କ୍ଷେତ୍ରରେ ଶୀର୍ଷତମ ସ୍ଥାନ ସ୍ପର୍ଶ କରିବା କୌଣସି ରାଷ୍ଟ୍ର ସକାଶେ ଆଦୌ ଉତ୍ସାହପ୍ରଦ ହେବା ସ୍ଫୃହଣୀୟ ନୁହେଁ; ବର˚ ଦ୍ବିତୀୟ ସ୍ଥାନକୁ ଚୀନର ସ୍ଖଳନ ତା’ ସକାଶେ ସ୍ବାଭାବିକ ଭାବେ ଆଶ୍ବସ୍ତକର ହୁଅନ୍ତା! କିନ୍ତୁ, ଏ ସ˚ଦର୍ଭରେ ଚୀନର ପ୍ରତିକ୍ରିୟାରେ ଏକ ଉଦ୍ବେଗ ବିଜଡ଼ିତ ଧୈର୍ଯ୍ୟହୀନତା ପ୍ରକାଶ ପାଇଥିବା ବେଳେ ଭାରତର ଭବିଷ୍ୟତ୍କୁ ନେଇ ଅନେକତ୍ର ଆଶାର ଆଲୋକ ସୃଷ୍ଟି ହେବା ଅନେକଙ୍କ ଲାଗି ବିସ୍ମୟକର ମନେ ହେଉଥିବ। ସୁତରା˚, ଏ ପରିପ୍ରେକ୍ଷୀରେ ଏହାର କାରଣ ବୁଝିବା ସକାଶେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହାର ଉତ୍ତର ହେଲା ସ˚ପ୍ରତି ଭାରତ ତରୁଣମାନଙ୍କ ଦେଶ ରୂପେ ପରିଚିତି ଲାଭ କରିଛି, ଯହିଁରେ ଭାରତୀୟମାନଙ୍କ ହାରାହାରି ବୟସ ହେଉଛି ୨୮ ବର୍ଷ; ଅପର ପକ୍ଷେ ଚୀନରେ ଏହି ହାରାହାରି ବୟସ ହେଉଛି ୩୯ ବର୍ଷ, ଅର୍ଥାତ୍ ଉତ୍ତର-ତାରୁଣ୍ୟ। ଜନସ˚ଖ୍ୟା ବୃଦ୍ଧିକୁ ଏକ ଅଭିଶାପ ବୋଲି ବିବେଚନା କରି ଚୀନ ସରାକାରଙ୍କ ଦ୍ବାରା ବଳ ପୂର୍ବକ ଲଦି ଦିଆଯାଇଥିବା ‘ଗୋଟିଏ ସନ୍ତାନ ନୀତି’ ହେଉଛି ଏହାର କାରଣ, ଯାହା ଫଳରେ ସେଠାରେ ଭୂମିଷ୍ଠ ହେଉଥିବା ଶିଶୁଙ୍କ ସ˚ଖ୍ୟା ତୁଳନାରେ ବାର୍ଦ୍ଧକ୍ୟରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସ˚ଖ୍ୟା ଅଧିକ ହୋଇଛି ଏବ˚ ତାହା ‘ନିର୍ଭରଶୀଳତାର ଅନୁପାତ’ରେ ପରିବର୍ତ୍ତନ ଘଟାଇଛି, ଅର୍ଥାତ୍ ଅଣ-ଉତ୍ପାଦନକ୍ଷମ ଏବ˚ ପର ନିର୍ଭରଶୀଳ ବରିଷ୍ଠ ନାଗରିକଙ୍କ (ପଞ୍ଚଷଠି ବର୍ଷ ବୟସରୁ ଅଧିକ) ସ˚ଖ୍ୟାରେ ଆଶାତୀତ ବୃଦ୍ଧି। ପ୍ରକାଶ ଥାଉ କି ସ˚ପ୍ରତି ଭାରତରେ ବରିଷ୍ଠ ନାଗରିକଙ୍କ ସ˚ଖ୍ୟା ୭ ଶତା˚ଶ ଥିବା ସ୍ଥଳେ ଚୀନରେ ତାହା ୧୮ ଶତା˚ଶ। ଏଥିରେ ଦ୍ବିଧା ନାହିଁ ଯେ କୌଣସି ରାଷ୍ଟ୍ରର ବିକାଶ ତଥା ଜାତୀୟ ଉତ୍ପାଦନ (ଆୟ)ରେ ବୃଦ୍ଧି ସକାଶେ ଏକ କର୍ମକ୍ଷମ ତରୁଣ ମାନବ ସମ୍ବଳ ହିଁ ଅଧିକ ଲୋଡ଼ା ପଡ଼ନ୍ତି। ସୁତରା˚, ଏଭଳି ସ୍ଥିତିରେ ଚୀନ ଚିନ୍ତିତ ହୋଇ ଉଠିବାରେ ବିଶେଷ ଅସ୍ବାଭାବିକତା ନାହିଁ। ତେଣୁ ଜନବହୁଳତା ସତ୍ତ୍ବେ ତରୁଣମାନଙ୍କ ଆଧିକ୍ୟ ହେତୁ ଭାରତ ଏକ ‘ଜନସା˚ଖ୍ୟିକ ଲାଭ’ ପାଇବାର ସମ୍ଭାବନା ନେଇ ପ୍ରଶ୍ନ କରାଯିବାରୁ ଚୀନ ସରକାରଙ୍କ ଜଣେ ପଦସ୍ଥ ମୁଖପାତ୍ରଙ୍କ ଅପ୍ରତିଭ ଉତ୍ତର ଥିଲା ଯେ ‘ସ˚ଖ୍ୟା ନୁହେଁ ମାନବ ସମ୍ବଳର ଗୁଣବତ୍ତା ହିଁ ମୁଖ୍ୟ।’ ସତ କହିଲେ, ଏଭଳି ମନ୍ତବ୍ୟରେ ଏକ ବିଚଳିତ ମନୋଭାବ ଠଉରାଇ ହୋଇ ଥାଏ ଏବଂ ଜନସ˚ଖ୍ୟା ବୃଦ୍ଧିରେ ବିରାମ ଲଗାଇବା ଲାଗି ଚୀନ ସରକାରଙ୍କ ପଥୀକୃତ୍ ଉଦ୍ୟମର ସଫଳତା ସତ୍ତ୍ବେ ତଜ୍ଜନିତ ସନ୍ତୋଷ ପରିସ୍ଫୁଟ ହୋଇ ନ ଥାଏ।
ଏହା ଏକ ବାସ୍ତବତା ଯେ ଅଧିକା˚ଶ ଉନ୍ନତ ରାଷ୍ଟ୍ରରେ ଜନସ˚ଖ୍ୟା ବୃଦ୍ଧିିରେ ବିରାମ ଲାଗିବା ସହିତ ତରୁଣଙ୍କ ତୁଳନାରେ ପ୍ରବୀଣଙ୍କ ସ˚ଖ୍ୟାରେ ବୃଦ୍ଧି ହୋଇ ‘ନିର୍ଭରଶୀଳତାର ଅନୁପାତ’ରେ ମଧୢ ବୃଦ୍ଧି ଘଟିଛି। ଏଭଳି ଚିନ୍ତାଜନକ ସ୍ଥିତିର ମୁକାବିଲା କରିବା ସକାଶେ ଜାପାନ ବା ଫ୍ରାନ୍ସ ଭଳି ଦେଶରେ କାର୍ଯ୍ୟରୁ ଅବସର ନେବାର ସମୟସୀମାକୁ ଚଉଷଠି ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଗଲାଣି, ଯୁବ ବର୍ଗର ତୁଳନାତ୍ମକ ଭାବେ କ୍ଷୀଣ ଉପସ୍ଥିତି ପୃଷ୍ଠଭୂମିରେ ବୟସ୍କମାନଙ୍କୁ କର୍ମକ୍ଷମ କରି ରଖିବା ଏକ ବାଧୢବାଧକତାରେ ପରିଣତ ହେଲାଣି। ସେହି ଦୃଷ୍ଟିରୁ ଜନସ˚ଖ୍ୟା ବୃଦ୍ଧି ସତ୍ତ୍ବେ ତରୁଣଙ୍କ ସାନ୍ଦ୍ରତା ଭାରତକୁ ଏକ ଭାଗ୍ୟବାନ ଦେଶରେ ପରିଣତ କରିପାରେ, ଯେତେବେଳେ ଶିକ୍ଷିତ, ପ୍ରଶିକ୍ଷିତ ଏବ˚ ଦକ୍ଷ ଭାରତୀୟ ତରୁଣ ବର୍ଗ ପୃଥିବୀର ବିଭିନ୍ନ ଦେଶରେ ସର୍ବାଧିକ ଲୋଡ଼ା ଯାଉଥିବେ ଏବ˚ ସେଠାରେ ସଫଳତାର ପଦଚିହ୍ନ ସୃଷ୍ଟି କରୁଥିବେ।
ଏହା ମଧୢ ଏକ ବାସ୍ତବତା ଯେ ଗଲା ଏକ ଦଶନ୍ଧି ଧରି ଭାରତରେ ସନ୍ତାନ ଜନ୍ମ ହେବାର ହାରରେ ହ୍ରାସ ଘଟି ବର୍ତ୍ତମାନ ତାହା ‘ଟି.ଏଫ୍.ଆର୍.-୨’ରେ ପହଞ୍ଚିଛି; ଅର୍ଥାତ୍ ପ୍ରତ୍ୟେକ ମହିଳା ହାରାହାରି ୨ଟି ସନ୍ତାନଙ୍କ ଜନନୀ ହେଉଛନ୍ତି। ପ୍ରକାଶ ଥାଉ କି ପଞ୍ଚମ ଦଶକ ବେଳକୁ ଭାରତରେ ‘ଟି.ଏଫ୍.ଆର୍.’ ଥିଲା ଅତ୍ୟନ୍ତ ଉଚ୍ଚା ୬ ଅର୍ଥାତ୍ ହାରାହାରି ପ୍ରତ୍ୟେକ ମହିଳା ୬ଟି ସନ୍ତାନର ମା’ ହେଉଥିଲେ। ତେବେ ବର୍ତ୍ତମାନର ‘ଟି.ଏଫ୍.ଆର୍.’ ଦୃଷ୍ଟିରୁ ଭାରତର ଜନସ˚ଖ୍ୟା ବୃଦ୍ଧିର ଊର୍ଦ୍ଧ୍ବମୁଖୀ ଗ୍ରାଫ୍ ଆଉ ଉପରମୁହାଁ ନ ହୋଇ ଏକ ସମତଳରେ ଗତି କରିବାର ଉପକ୍ରମ କଲାଣି। ଏଭଳି ଏକ ସ୍ଥିତି ଭାରତକୁ ଆଗାମୀ କେଇ ଦଶନ୍ଧି ଧରି କିଭଳି ଲାଭ ପ୍ରଦାନ କରିପାରେ ତାହାର ବ୍ୟାଖ୍ୟା କରି ମେରିଲାଣ୍ତ ବିଶ୍ବବିଦ୍ୟାଳୟର ସମାଜତତ୍ତ୍ବ ବିଭାଗର ପ୍ରଫେସର ସୋନାଲଦେ ଦେଶାଇ କହିଥାଆନ୍ତି ଯେ ସ୍ବଳ୍ପ ସ˚ଖ୍ୟକ ସନ୍ତାନ ଜନ୍ମ କରୁଥିବାରୁ କ୍ରମେ ଅଧିକରୁ ଅଧିକ ସ˚ଖ୍ୟକ ଭାରତୀୟ ମହିଳା ନିଜ ଉଦ୍ବୃତ୍ତ ସମୟର ଉପଯୋଗ ଲାଗି କାର୍ଯ୍ୟ କ୍ଷେତ୍ରରେ ପ୍ରବେଶ କରିବେ, ଯାହା ଭାରତର ମାନବ ସମ୍ବଳକୁ ଅଧିକ ସାରବତ୍ତା ପ୍ରଦାନ କରିବ। ସେହି ଭଳି ଜନସ˚ଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଭାରତର କ୍ରମବର୍ଦ୍ଧମାନ ବେକାରି ସମସ୍ୟାକୁ ନେଇ ସୃଷ୍ଟ ଉଦ୍ବେଗ ସ˚ପର୍କରେ ମତ ଦେଇ ସେ କହନ୍ତି ଯେ ଭାରତରେ ପରିବାର କ୍ଷୁଦ୍ରକାୟ ହୋଇଥିବାରୁ ଯୁବକ-ଯୁବତୀମାନେ ପୂର୍ବ ଭଳି ଯେ କୌଣସି ବୃତ୍ତି ଗ୍ରହଣ ଲାଗି ବ୍ୟାକୁଳତା ପ୍ରଦର୍ଶନ ନ କରି ଭବିଷ୍ୟତ୍ ନିର୍ମାଣ ଲାଗି ପ୍ରସ୍ତୁତିରେ ମଗ୍ନ ରହୁଛନ୍ତି, ଯାହାକୁ ସେମାନଙ୍କ ଅଭିଭାବକମାନେ ମଧୢ ସମର୍ଥନ କରୁଛନ୍ତି। ସୁତରା˚, ୨୧ ବର୍ଷରୁ ୨୯ ବର୍ଷ ବୟସ ବର୍ଗର ଶିକ୍ଷିତ ଯୁବକଯୁବତୀମାନଙ୍କ ମଧୢରୁ ଅନେକ ଜୀବିକାଶୂନ୍ୟ ହୋଇ ଥାଇପାରନ୍ତି, କିନ୍ତୁ ସେମାନେ ବେକାର ରୂପେ ପରିଗଣିତ ହେବେ ନାହିଁ; ବର˚ ଅବଲୀଳା କ୍ରମେ ସେମାନେ ନିଜ ପ୍ରୟାସରେ ସଫଳ ହୋଇ ମାନବ ସମ୍ବଳକୁ ଅଧିକ ଉତ୍କୃଷ୍ଟତା ପ୍ରଦାନ କରୁଛନ୍ତି। ସୁତରା˚, ତାଙ୍କ ମତରେ ବର୍ତ୍ତମାନ ଭାରତ ସମକ୍ଷରେ ଏକ ସୁଯୋଗର ଆବିର୍ଭାବ ଘଟିଛି, ଯାହାର ସ˚ପୂର୍ଣ୍ଣ ଲାଭ ନିଆଯିବା ଆବଶ୍ୟକ।
ନିକଟରେ ପ୍ରଖ୍ୟାତ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦ ଲାନ୍ସେଟ୍’ରେ ଏକ ପୂର୍ବାନୁମାନ ପ୍ରକାଶ ପାଇଛି ଯେ ବର୍ତ୍ତମାନର ଜନବହୁଳ ରାଷ୍ଟ୍ରଗୁଡ଼ିକରେ ‘ଟି.ଏଫ୍.ଆର୍.’ରେ ହ୍ରାସ ଘଟି ଏମିତି ଏକ ସ୍ଥିତି ସୃଷ୍ଟି ହେବ, ଯହିଁରେ ଜନସ˚ଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇବାକୁୁ ଲାଗିବ। ଚୀନ ଲାଗି ଏହି ଧାରା ଶୀଘ୍ର ଆରମ୍ଭ ହୋଇଯିବ। ଭାରତ ସକାଶେ ଏଭଳି ବିପରୀତ ଧାରାର ପ୍ରାରମ୍ଭ ଏହି ଶତାବ୍ଦୀର ସପ୍ତମ ଦଶକ ବେଳକୁ ହୋଇପାରେ। ଏହି ପୂର୍ବାନୁମାନ ଅନୁସାରେ ୨୧୦୦ ମସିହା ବେଳକୁ ଯଦିଓ ଭାରତ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ହୋଇ ରହିଥିବ; ଏହାର ଜନସ˚ଖ୍ୟା ୧୦୯ କୋଟିକୁ ଖସି ଆସିଥିବ। ସୁତରା˚, ସେତେବେଳକୁ ଭାରତ ଏକ ପକ୍ବକେଶାଙ୍କ ଦେଶରେ ପରିଣତ ହୋଇ ତା’ର ତାରୁଣ୍ୟ ମୂଲ୍ୟ ହରାଇ ବସିଥିବ। ସେହି ଦୃଷ୍ଟିରୁ ଚୀନର ସା˚ପ୍ରତିକ ଉଦ୍ବେଗରୁ ଭାରତ ଲାଗି ଅନେକ କିଛି ଶିକ୍ଷା କରିବାର ଅଛି। ‘ଦ ଲାନ୍ସେଟ୍’ର ହିସାବ ଅନୁସାରେ ଆଜି ଚୀନ ସମ୍ମୁଖୀନ ହେଉଥିବା ଭଳି ଏକ ସ୍ଥିତିର ଆବିର୍ଭାବ ଭାରତରେ ଘଟିବା ଲାଗି ଆହୁରି ଅର୍ଦ୍ଧ ଶତାବ୍ଦୀର ସମୟ ବାକି ରହିଛି। ସୁତରା˚, ଏଭଳି ଏକ ସ୍ଥିତିର ପରିଚାଳନା ଲାଗି ବିବେଚନପୂର୍ଣ୍ଣ ଉପାୟ ଆବିଷ୍କାରର ସମୟ ହାତରେ ରହିଛି। ସେଥି ଲାଗି ହୁଏ’ତ ପରିଣତ ବୟସ୍କମାନଙ୍କୁ ଅଚଳ ବୋଲି ନ ଭାବି ଆଧୁନିକ ପ୍ରବିଧି ସହିତ ସେମାନଙ୍କ ପରିଚୟ ଓ ତହିଁରେ ସେମାନଙ୍କ ପ୍ରବେଶ ଦିଗରେ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରାଯାଇପାରେ! ହୁଏ’ତ ସେତେବେଳକୁ ଚିକିତ୍ସା ବିଜ୍ଞାନରେ ଆହୁରି ବିକାଶ ଘଟି ବୟସ୍କମାନଙ୍କୁ ଅନେକ ବର୍ଷ ଯାଏ ତରୁଣ ସୁଲଭ କର୍ମକ୍ଷମ କରି ରଖିପାରୁଥାଏ ମଧୢ!