ଆମ ସମସ୍ତଙ୍କ ମଧୢରେ ବିଦ୍ୟମାନ ଥିବା ଧାରଣାଟି ହେଲା ଜୀବନର ସନ୍ଧ୍ୟା କେବଳ ଜରା କାଳରେ ହିଁ ଆସିଥାଏ। କିନ୍ତୁ ବାସ୍ତବତାଟି ହେଲା, ମନୁଷ୍ୟ ଜୀବନର ଯେ କୌଣସି କ୍ଷଣରେ ସୂର୍ଯ୍ୟ ଅସ୍ତାଚଳ ସ୍ପର୍ଶ କରିପାରେ। ତେଣୁ ଏଭଳି ସ୍ଥିତିରେ ଜଣେ ଯୁବକର ଜୀବନ ଦୀପକୁ କ’ଣ ‘ଇଉଥାନାସିଆ’ ଜରିଆରେ ନିର୍ବାପିତ କରିଦେବା ଉଚିତ ହେବ? ସୁତରା˚, ସେମାନେ ‘ଇଉଥାନାସିଆ’ ଭଳି ଏକ ପ୍ରକରଣର ଔଚିତ୍ୟକୁ ଗ୍ରହଣ କରି ନ ଥାଆନ୍ତି। କିନ୍ତୁ, ଏହା ମଧୢ ସତ୍ୟ ନୁହେଁ କି ଯେ ଜୀବନ ସନ୍ଧ୍ୟାରେ ନିରର୍ଥକ ଭାବେ ଝୁୁଲି ରହିଥିବା ଅସ˚ଖ୍ୟ ସନ୍ତପ୍ତ ଜୀବନ ପରିତ୍ରାଣର ଆଲୋକ ଦେଖିବାର ସୁଯୋଗ ପାଇବା ମଧୢ ଉଚିତ, ଯାହାକୁ କେବଳ ‘ଇଉଥାନାସିଆ’ ସମ୍ଭବ କରିବ? ତେବେ, ପୂର୍ବରୁ କୁହାଯାଇଥିବା ଭଳି ଏ ସମ୍ବନ୍ଧରେ ଏକ ନିର୍ଦ୍ଦିଷ୍ଟ ଓ ସର୍ବ ସମ୍ମତ ଉତ୍ତର ପାଇବା ମଧ୍ୟ ଏକ କଷ୍ଟକର ବ୍ୟାପାର।
ଜୀବନକୁ ଯଦି ଦିନ ଏବ˚ ମୃତ୍ୟୁକୁ ରାତି ବୋଲି ଧରି ନିଆଯାଏ, ତେବେ ପ୍ରତ୍ୟେକ ମନୁଷ୍ୟ ଲାଗି ଜୀବନ ଓ ମୃତ୍ୟୁ ମଧୢବର୍ତ୍ତୀ ସନ୍ଧ୍ୟା କାଳ ହିଁ ଏକ ଘଡ଼ିସନ୍ଧି କ୍ଷଣ ରୂପେ ଆବିର୍ଭୂତ ହୋଇଥାଏ। କିନ୍ତୁ, ଏକ ବିମର୍ଷକର ବାସ୍ତବତା ହେଲା ସହଜ ଏବ˚ ସାବଲୀଳ ଭାବେ ଏଭଳି ସନ୍ଧ୍ୟାକୁ ଅତିକ୍ରମ କରି ରାତ୍ରିରେ ପ୍ରବେଶ କରିବାର ସୌଭାଗ୍ୟ ଅନେକଙ୍କୁ ଜୁଟି ନ ଥାଏ। ସେହି ଦୃଷ୍ଟିରୁ ଏଭଳି ହତଭାଗ୍ୟଙ୍କ ଲାଗି ନିଦାରୁଣ ସନ୍ଧ୍ୟାର ଯନ୍ତ୍ରଣା ବା କଷଣକୁ ପ୍ରଶମିତ କରିବା ଦିଗରେ ଜାନୁଆରି ୨୪ ତାରିଖରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ପାଞ୍ଚ ଜଣିଆ ଖଣ୍ତପୀଠ ନେଇଥିବା ଆଉ ଏକ ପଦକ୍ଷେପ ବିଶେଷ ପ୍ରଣିଧାନଯୋଗ୍ୟ; ଯେଉଁ ଅଭିଯାନର ପ୍ରାରମ୍ଭ ସେହି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ୨୦୧୧ ମସିହାରେ ହୋଇଥିଲା। ଏହା ନିଶ୍ଚିତ ଯେ ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକା ଏତେ ବେଳକୁ ଅବଗତ ହୋଇ ସାରିବେଣି ଯେ ଏଠାରେ ‘ଇଉଥାନାସିଆ’ ନାମକ ପ୍ରକରଣକୁ ନେଇ ଏକ କ୍ଷୁଦ୍ର ଆଲୋଚନା ସକାଶେ ପୃଷ୍ଠଭୂମି ପ୍ରସ୍ତୁତ କରାଯାଉଛି, ଯାହାର ଓଡ଼ିଆ ଭାବାର୍ଥ ହୋଇପାରେ ‘ସ୍ବୀକୃତ ମରଣ’ ବା ‘ଇଚ୍ଛାକୃତ ମୃତ୍ୟୁ’। କହିବାରେ ଦ୍ବିଧା ନାହିଁ ଯେ ଜୀବନ-ମୃତ୍ୟୁର ସନ୍ଧିକ୍ଷଣରେ ଉପନୀତ କୌଣସି ବ୍ୟକ୍ତିଙ୍କ ଲାଗି ଏକ ବିଶେଷ କ୍ଷଣରେ ସେ ଜିଇ ରହିବା ଉଚିତ ନା ମୃତ୍ୟୁ ଲାଭ କରିବା ଶ୍ରେୟସ୍କର ଭଳି ଏକ ଦ୍ବନ୍ଦ୍ବର ଆବିର୍ଭାବ ଘଟିଥାଏ, ସେତିକି ବେଳେ ‘ଇଉଥାନାସିଆ’ ଭଳି ପ୍ରସଙ୍ଗଟି ଆଲୋଚନାର ପରିସରକୁ ଆସିଥାଏ ଏବ˚ ଏହା ମଧୢ ସତ୍ୟ ଯେ ‘ଇଉଥାନାସିଆ’ର ଔଚିତ୍ୟକୁ ନେଇ ଉଠୁଥିବା ଅତ୍ୟନ୍ତ ସ୍ପର୍ଶକାତର ପ୍ରଶ୍ନମାନର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ମିଳିବା ଏ ଯାବତ୍ ସମ୍ଭବ ହୋଇ ପାରିନାହିଁ।
ଉଲ୍ଲେଖଯୋଗ୍ୟ ଯେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ନିଷ୍ପତ୍ତି ବଳରେ ୨୦୧୧ ମସିହା ଠାରୁ ‘ପାସିଭ୍’ ବା ନିଷ୍କ୍ରିୟ ‘ଇଉଥାନାସିଆ’ ଭାରତରେ ଆଇନ ସମ୍ମତ ହୋଇଥିଲା, ଯାହା ୨୦୧୮ ମସିହାର କେତେକ ପରିବର୍ତ୍ତନ ଏବ˚ ଗଲା ଜାନୁଆରି ୨୪ ତାରିଖର ସାମାନ୍ୟ ସ˚ଶୋଧନ ବଳରେ ଅଧିକ ସରଳ ଓ ସହଜସାଧୢ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ଥିବା ଗାଇଡ୍ଲାଇନ୍ ଅନୁସାରେ ଜୀବନର ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇ ସାରିଥିବା କୌଣସି ଅସୁସ୍ଥ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଲେଶମାତ୍ର ଉନ୍ନତି ଘଟିବାର ସମ୍ଭାବନା ନ ଥିବା ବିଷୟ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ହୃଦ୍ବୋଧ ହେଲେ ସେ ସେହି ବ୍ୟକ୍ତିଙ୍କ ‘ଲିଭି˚ ଉଇଲ୍’ ଅଥବା ନିକଟତମ ସ˚ପର୍କୀୟଙ୍କ ଆବେଦନ କ୍ରମେ ‘ଇଉଥାନାସିଆ’ ଲାଗି ସୁପାରିସ କରିପାରନ୍ତି, ଯେଉଁ ସୁପାରିସ ଜିଲ୍ଲାପାଳଙ୍କ ଅଧୢକ୍ଷତାରେ ଏକ ଡାକ୍ତରୀ ଦଳର ଅନୁଧୢାନ ଏବ˚ ତା’ ପରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସମ୍ମତି ପରେ ଯାଇ କାର୍ଯ୍ୟକାରୀ ହୋଇପାରେ। ଅନେକ ସମୟରେ ଏହି ପ୍ରକରଣ ‘ବ୍ୟୁରୋକ୍ରାସି’ର ଜଟିତା ମଧୢକୁ ପ୍ରବେଶ କରି ପୀଡ଼ିତ ବ୍ୟକ୍ତି ଏବ˚ ତାଙ୍କ ଆତ୍ମୀୟସ୍ବଜନଙ୍କ ଲାଗି ଅସହନୀୟ କଷଣର କାରଣ ହୋଇଥାଏ। ସେହି କାରଣରୁ ମାନ୍ୟବର ସବୋର୍ଚ୍ଚ ଅଦାଲତ ଏହି ସଦ୍ୟତମ ପଦକ୍ଷେପରେ ତିନି-ଥାକିଆ ପ୍ରକରଣକୁ ଦୁଇ-ଥାକିଆରେ ପରିଣତ କରିବା ସହିତ ଚବିଶ ଘଣ୍ଟା ଅବଧି ମଧୢରେ ତାହା ସ˚ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦ୍ବିତୀୟରେ ‘ଲିଭି˚ ଉଇଲ୍’ରେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସ୍ବାକ୍ଷରର ଅନିବାର୍ଯ୍ୟତା ବଦଳରେ ଏଣିକି ‘ନୋଟାରି’ ବା କୌଣସି ଗେଜେଟ୍ ପାହ୍ୟା ଅଧିକାରୀଙ୍କ ଦସ୍ତଖତ ମଧୢ ସମତୁଲ ଭାବେ କ୍ଷମତାସଂପନ୍ନ ହେବ ବୋଲି କୁହାଯାଇଛି। କିନ୍ତୁ, ଉଲ୍ଲେଖଯୋଗ୍ୟ ଯେ ‘ଲିଭି˚ ଉଇଲ୍’ ପ୍ରସ୍ତୁତିକୁ ନେଇ ପୂର୍ବର ସମସ୍ତ ନିୟମ ଅବିକଳ ବଳବତ୍ତର ରହିବ, ଯାହାର ଅର୍ଥ ଏଭଳି ‘ଉଇଲ’ ବା ଇଚ୍ଛା ପ୍ରକଟ କରୁଥିବା ବ୍ୟକ୍ତି ସ˚ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଏବ˚ କୌଣସି ଚାପର ବଶବର୍ତ୍ତୀ ନ ହୋଇ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିବେ ଯେ ଜୀବନର କୌଣସି ସମୟରେ ଏକ ସ˚ପୂର୍ଣ୍ଣ ଅଣଲେଉଟା ଅନ୍ତିମ ପର୍ଯ୍ୟାୟରେ ଉପନୀତ ହେଲେ ତାଙ୍କୁ ତହିଁରେ ଦୀର୍ଘ କାଳ ଲାଗି ପକାଇ ନ ରଖି ଜୀବନର ବନ୍ଧନରୁ ଶୀଘ୍ର ମୁକ୍ତ କରି ଦିଆଯାଇପାରେ। ପ୍ରକାଶ ଥାଉ କି, ଭାରତୀୟ ସ˚ବିଧାନରେ ‘ସମ୍ମାନର ସହିତ ଜିଇବା’କୁ ଏକ ମୌଳିକ ଅଧିକାରର ମର୍ଯ୍ୟାଦା ପ୍ରଦାନ କରାଯାଇଛି, ଯାହାକୁ ଆଧାର କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ‘ପାସିଭ ଇଉଥାନାସିଆ’କୁ ଆଇନଗତ ସ୍ବୀକୃତି ପ୍ରଦାନ କରିଛନ୍ତି; କାରଣ ଅନ୍ତିମତମ ପର୍ଯ୍ୟାୟରେ ଉପନୀତ କୌଣସି ପୀଡ଼ିତଙ୍କ ଲାଗି ଦୀର୍ଘ ଏବଂ ଦୟନୀୟ ଅସହାୟତା ‘ସମ୍ମାନର ସହିତ ଜିଇବା’ର ଅଧିକାରକୁ କ୍ଷୁଣ୍ଣ କରିଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଜୀବନ ଓ ମୃତ୍ୟୁର ସୀମାନ୍ତରେ ଉପସ୍ଥିତ ଜଣେ ବ୍ୟକ୍ତି ମଳିନ ସନ୍ଧ୍ୟାଲୋକରେ ଯେଉଁ ଜଣିଏ ମାତ୍ର ବ୍ୟକ୍ତିିଙ୍କୁ ଭେଟିଥାଏ, ସେ ହେଉଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ଯିଏ ନିଜ ଶିକ୍ଷା ଓ ଆଦର୍ଶ ଅନୁସାରେ ଜୀବନ ପ୍ରଦାନ କରିବା ଲାଗି ଅଭିପ୍ରେତ ହୋଇ ରୋଗୀ ଜଣଙ୍କୁ ମୃତ୍ୟୁର ରାତ୍ରି ମଧୢକୁ ଶୀଘ୍ର ପ୍ରବେଶ କରିବାକୁ ଦିଅନ୍ତି ନାହିଁ। ସେହି ଦୃଷ୍ଟିରୁ ‘ଇଉଥାନାସିଆ’ର ଔଚିତ୍ୟ ଡାକ୍ତରମାନଙ୍କ ଲାଗି ସର୍ବାଧିକ ନୈତିକ ଦ୍ବନ୍ଦ୍ବ ସୃଷ୍ଟି କରିବା ସ୍ବାଭାବିକ ହୋଇଥାଏ। ଏଭଳି ଦ୍ବନ୍ଦ୍ବ ଆହୁରି ତୀବ୍ର ହୋଇଥାଏ, ଯେତେବେଳେ ଡାକ୍ତରଖାନାଗୁଡ଼ିକରେ ଘଟୁଥିବା ଅନେକ ଅଲୌକିକ ଘଟଣା ଚିକିତ୍ସା-ବିଜ୍ଞାନର ସୀମିତତାକୁ ପ୍ରମାଣ କରିଥାଏ, ଯେମିତି କି ମୃତ୍ୟୁର ସୀମାନ୍ତରେ ଦଣ୍ତାୟମାନ ଅନେକ ବ୍ୟକ୍ତି ସମସ୍ତ ଡାକ୍ତରୀ ଆଳକନକୁ ଭ୍ରମାତ୍ମକ ସାବ୍ୟସ୍ତ କରି ଜୀବନର ଆଲୋକ ମଧୢକୁ ପ୍ରତ୍ୟାବର୍ତ୍ତନ କରନ୍ତି। ‘ସାଇକୋଲୋଜି ଟୁଡେ’ରେ ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ସେହି କାରଣରୁ ୭୫% ଡାକ୍ତର ଅଲୌକିକତାରେ ବିଶ୍ବାସ କରନ୍ତି। ସେହି ଦୃଷ୍ଟିରୁ ବିଚାର କଲେ ଜେଣ ଡାକ୍ତର କେବଳ ନିରୁପାୟ ନ ହେଲେ ‘ଇଉଥାନାସିଆ’ ଲାଗି ସମ୍ମତ ହେବାର ସମ୍ଭାବନା ଅତି କ୍ଷୀଣ। ଏଣେ, ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ଓ ପ୍ରଯୁକ୍ତିର ଅଭୂତପୂର୍ବ ବିକାଶ ଗୋଟିଏ ପକ୍ଷରେ ଅନେକ ବ୍ୟକ୍ତିଙ୍କୁ ଆସନ୍ନ ମୃତ୍ୟୁର ଦ୍ବାର ଦେଶରୁ ଫେରାଇ ଆଣୁଥିବା ବେଳେ ଅନ୍ୟପକ୍ଷରେ ଏଭଳି ହତଭାଗ୍ୟ ପୀଡ଼ିତଙ୍କୁ ସୃଷ୍ଟି କରୁଛି, ଯେଉଁମାନେ ଦୀର୍ଘ ଆୟୁଷ ଲାଭ କରୁଛନ୍ତି ସତ, କିନ୍ତୁ ଯନ୍ତ୍ରଣା ଜର୍ଜର, ଅସହାୟ ସ୍ଥାଣୁ ଉଦ୍ଭିଦତୁଲ୍ୟ ଜୀବନ ଜିଇବାକୁ ବାଧୢ ହେଉଛନ୍ତି। ଉଦାହରଣ ସ୍ବରୁପ, ହୃଦ୍ଯନ୍ତ୍ର କ୍ରିୟା ହଠାତ୍ ବନ୍ଦ ହୋଇଗଲେ ବା ଫୁସଫୁସ ଅଚଳ ହୋଇଗଲେ ‘ସି.ପି.ଆର୍.’ ଯନ୍ତ୍ର ବା ଭେଣ୍ଟିଲେଟର ବା ଏକ୍ମୋ ମେସିନ ସାହାଯ୍ୟରେ ମୃତ୍ୟୁମୁଖରୁ ତ ଫେରାଇ ଅଣାଯାଇ ପାରୁଛି, କିନ୍ତୁ ଅନେକ ସ୍ଥଳରେ ଏହି ପୀଡ଼ିତମାନେ ଆଉ ପୂର୍ବବତ୍ ସମର୍ଥ ଜୀବନ ଜିଇ ପାରି ନ ଥାଆନ୍ତି ଏବ˚ ବହୁ କ୍ଷେତ୍ରରେ ଶଯ୍ୟାଶାୟୀ ରହି କେବଳ ମୃତ୍ୟୁ ଅପେକ୍ଷାରେ ଯନ୍ତ୍ରଣାମାନ ସହନ କରି ଚାଲି ଥାଆନ୍ତି। ଏହି କାରଣରୁ କେତେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଦୁରୋରୋଗ୍ୟ ବ୍ୟାଧିରେ ଗୁରୁତର ପୀଡ଼ିତମାନେ ‘ଡିଏନ୍ଆର୍’ ଫର୍ମରେ ସ୍ବାକ୍ଷର କରିଥାଆନ୍ତି, ଯେଉଁ ଡି.ଏନ.୍ଆର୍.ର ସ˚ପ୍ରସାରିତ ରୂପ ହେଉଛି ‘ଡୁ ନଟ୍ ରିସସିଟେଟ୍’ ଅର୍ଥାତ୍ ‘ପୁନର୍ବାର ଜୀବନକୁ ଆଣନାହିଁ’; ଯାହାର ଅର୍ଥ ଅଚଳ ହୋଇ ପଡ଼ିୁଥିବା କୌଣସି ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ପୁନର୍ବାର ଚଳନକ୍ଷମ କର ନାହିଁ। ଏଥିରେ ନିହିତ ଉଦ୍ଦେଶ୍ୟଟି ସ୍ପଷ୍ଟ ଯେ ନିରର୍ଥକ ଭାବେ ବଞ୍ଚାଇ ରଖି ଯନ୍ତ୍ରଣା ଏବ˚ ଅସହାୟତାକୁ ପ୍ରଲମ୍ବିତ କରନାହିଁ।
‘ଇଉଥାନାସିଆ’କୁ ବିରୋଧ କରୁଥିବା ବ୍ୟକ୍ତିମାନେ କହିଥାନ୍ତି ଯେ ଏଭଳି ଏକ ପ୍ରକରଣ ଦ୍ବାରା ଜୀବନର ପବିତ୍ରତା ଓ ଆୟୁଷର ସମ୍ଭାବନାକୁ କ୍ଷୁଣ୍ଣ କରିଦିଆଯାଏ। ଏହା ଐଶ୍ବରୀୟ ଅଲୌକିକତା ପ୍ରତି ଅନାସ୍ଥା ପ୍ରକଟ କରିବା ସହିତ ମଧୢ ସମାନ। ତା’ ଛଡ଼ା ସ˚ପତ୍ତି ଲୋଭ ବା ପ୍ରତିଶୋଧ ଲାଗି ମଧୢ ଏହାକୁ ଏକ ଆୟୁଧ ଭାବେ ବ୍ୟବହାର କରାଯାଇପାରେ। ଏଠାରେ ସ୍ମରଣଯୋଗ୍ୟ ଯେ ୧୯୩୯ ମସିହାରୁ ୧୯୪୫ ମସିହା ପର୍ଯ୍ୟନ୍ତ କାଳଖଣ୍ତରେ ଜର୍ମାନିରେ ହିଟଲରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ‘ଟି-୪ ପ୍ରୋଗ୍ରାମ’ ନାମକ ଏକ ବ୍ୟବସ୍ଥିତ ‘ଇଉଥାନାସିଆ’ କାର୍ଯ୍ୟକ୍ରମରେ ପ୍ରାୟ ଅଢେ଼ଇ ଲକ୍ଷ ବୃଦ୍ଧ, ଭିନ୍ନକ୍ଷମ, ରୋଗୀ, ମାନସିକ ବିକୃତିଗ୍ରସ୍ତ ଇହୁଦୀଙ୍କୁ ହତ୍ୟା କରାଯାଇଥିଲା। ପୁଣି ଆମ ସମସ୍ତଙ୍କ ମଧୢରେ ବିଦ୍ୟମାନ ଥିବା ଧାରଣାଟି ହେଲା ଜୀବନର ସନ୍ଧ୍ୟା କେବଳ ଜରା କାଳରେ ହିଁ ଆସିଥାଏ। କିନ୍ତୁ ବାସ୍ତବତାଟି ହେଲା, ମନୁଷ୍ୟ ଜୀବନର ଯେ କୌଣସି କ୍ଷଣରେ ସୂର୍ଯ୍ୟ ଅସ୍ତାଚଳ ସ୍ପର୍ଶ କରିପାରେ। ତେଣୁ ଏଭଳି ସ୍ଥିତିରେ ଜଣେ ଯୁବକର ଜୀବନ ଦୀପକୁ କ’ଣ ‘ଇଉଥାନାସିଆ’ ଜରିଆରେ ନିର୍ବାପିତ କରିଦେବା ଉଚିତ ହେବ? ସୁତରା˚, ସେମାନେ ‘ଇଉଥାନାସିଆ’ ଭଳି ଏକ ପ୍ରକରଣର ଔଚିତ୍ୟକୁ ଗ୍ରହଣ କରି ନ ଥାଆନ୍ତି। କିନ୍ତୁ, ଏହା ମଧୢ ସତ୍ୟ ନୁହେଁ କି ଯେ ଜୀବନ ସନ୍ଧ୍ୟାରେ ନିରର୍ଥକ ଭାବେ ଝୁୁଲି ରହିଥିବା ଅସ˚ଖ୍ୟ ସନ୍ତପ୍ତ ଜୀବନ ପରିତ୍ରାଣର ଆଲୋକ ଦେଖିବାର ସୁଯୋଗ ପାଇବା ମଧୢ ଉଚିତ, ଯାହାକୁ କେବଳ ‘ଇଉଥାନାସିଆ’ ସମ୍ଭବ କରିବ? ତେବେ, ପୂର୍ବରୁ କୁହାଯାଇଥିବା ଭଳି ଏ ସମ୍ବନ୍ଧରେ ଏକ ନିର୍ଦ୍ଦିଷ୍ଟ ଓ ସର୍ବ ସମ୍ମତ ଉତ୍ତର ପାଇବା ମଧ୍ୟ ଏକ କଷ୍ଟକର ବ୍ୟାପାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/sampadakiya-logo-ff.jpg)