କିନ୍ତୁ ଏବେ ଏହି ସବୁ ଧାରଣାମାନ ଧୂଳିସାତ୍‌ ହେବାର ଭୟ ଗ୍ରାସିଲାଣି। କାରଣ, ଯୁଦ୍ଧରେ ପରାଜିତ ହେବାକୁ ସ୍ବୀକାର ନ କରି ରୁଷିଆ ଦ୍ବାରା ଆଣବିକ ଅସ୍ତ୍ରର ପ୍ରୟୋଗ ଏବ˚ ‘ନାଟୋ’ ଦ୍ବାରା ତା’ର ଏକ ସମତୁଲ ପ୍ରତ୍ୟୁତ୍ତର ଏକ ବାସ୍ତବତା ଭଳି ମନେ ହେଲାଣି। କିନ୍ତୁ ଏହି ବର୍ଷକ ମଧୢରେ ସୃଷ୍ଟ ଧାରଣାର ଧ୍ବ˚ସସ୍ତୂପକୁ ଲକ୍ଷ୍ୟ କଲେ ମନେ ହୋଇଥାଏ ଯେ ଉପରୋକ୍ତ ଅତ୍ୟନ୍ତ ବିମର୍ଷକର ଧାରଣାଗୁଡ଼ିକ ମଧୢ ଭ୍ରମାତ୍ମକ ସାବ୍ୟସ୍ତ ହୋଇପାରନ୍ତି; ଏବ˚ ଯଦି ସେଭଳି ହୁଏ, ତାହା ଠାରୁ ବଳି ଅଧିକ ସାନ୍ତ୍ବନା ପ୍ରଦାୟକ ଆଉ କିଛି ହୋଇ ନ ପାରେ!

Advertisment

ଆଜିକୁ ଠିକ୍‌ ବର୍ଷକ ତଳେ ଆରମ୍ଭ ହୋଇଥିବା ଯେଉଁ ଘଟଣାର ଘନଘଟା ଏ ପର୍ଯ୍ୟନ୍ତ ଅବ୍ୟାହତ ରହି ଅନେକ ପ୍ରଚଳିତ ଧାରଣାକୁ ଚୂର୍ଣ୍ଣ କରିବାରେ ଲାଗିଛି, ତାହା ହେଉଛି ରୁଷିଆ ଓ ୟୁକ୍ରେନ ମଧୢର ଚାଲିଥିବା ଯୁଦ୍ଧ। ବର୍ଷକ ତଳେ ଠିକ୍‌ ଆଜିର ତାରିଖରେ ୟୁକ୍ରେନ ରୁଷୀୟ ଆକ୍ରମଣର ଶିକାର ହୋଇଥିଲା। ଏହି ସମୟରେ ରୁଷିଆ ସମେତ ଅବଶିଷ୍ଟ ପୃଥିବୀ ଏକ ଧାରଣାର ବଶବର୍ତ୍ତୀ ହୋଇଥିଲେ ଯେ କ୍ଷୁଦ୍ରକାୟ ତଥା ସାମରିକ ଶକ୍ତି ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ (ସାମରିକ ଶକ୍ତି ହିସାବରେ ରୁଷିଆ ପୃଥିବୀରେ ତୃତୀୟ ହୋଇଥିବା ସ୍ଥଳେ ୟୁକ୍ରେନ ୨୩ତମ) ୟୁକ୍ରେନ ତିନି ଦିନରୁ ତିନି ସପ୍ତାହ ମଧୢରେ ଧରାଶାୟୀ ହୋଇଯିବ; ଯେଉଁ କାରଣରୁ ସମ୍ଭବତଃ ରୁଷିଆ ପକ୍ଷରୁ ଏହି ସାମରିକ ଅତିକ୍ରମଣର ନାମକରଣ କରାଯାଇଥିଲା ‘ସ୍ପେସିଆଲ୍ ମିଲିଟାରି ଅପରେସନ୍’। କିନ୍ତୁ ସେହି ଧାରଣା ଅବଲୀଳା କ୍ରମେ ଚୂରମାର ହୋଇ ଗୋଟିଏ ଘମାଘୋଟ ପୁର୍ଣ୍ଣାଙ୍ଗ ଯୁଦ୍ଧକୁ ଜନ୍ମ ଦେଇଛି, ଯାହା ଆପାତତଃ ଅସରନ୍ତି ଭଳି ମନେ ହୋଇଥାଏ। ସେହିଭଳି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆଉ ଯେଉଁ ଏକ ଧାରଣାର ଶିକାର ହୋଇଥିଲେ, ତାହା ହେଲା ୟୁକ୍ରେନର ସ˚ଖ୍ୟାଗରିଷ୍ଠ ରୁୁଷ-ଭାଷୀ ନାଗରିକ ଉନ୍ମୁକ୍ତ ହୃଦୟରେ ରୁଷୀୟ ସେନାକୁ ସ୍ବାଗତ ଜଣାଇବେ; କିନ୍ତୁ, ସେହି ଧାରଣା ଭ୍ରାନ୍ତ ସାବ୍ୟସ୍ତ ହୋଇ ଦେଖିବାକୁ ମିଳିଛି ଯେ ୟୁକ୍ରେନୀୟ ରାଷ୍ଟ୍ରୀୟତାବୋଧ ‘ଭାଷା’ ତୁଳନାରେ ‘ଭୂଗୋଳ’କୁ ଅଧିକ ଗୁରୁତ୍ବ ପ୍ରଦାନ କରିଛି।

ଗଲା ଫେବ୍ରୁଆରି ୨୪ ତାରିଖରେ ରୁଷୀୟ ଟ୍ୟାଙ୍କ ଓ ଭାରି କମାଣବାହୀ ଯାନର ଶେଷହୀନ ପଟୁଆର ୟୁକ୍ରେନକୁ ଘେରିଯିବା ସହିତ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକର ପ୍ରବଳ ଆକ୍ରମଣ ୟୁକ୍ରେନୀୟ ସହରଗୁଡ଼ିକୁ ଭଗ୍ନ ସ୍ତୂପରେ ପରିଣତ କରୁଥିବା ବେଳେ ୟୁକ୍ରେନ ତା’ର ମୁକାବିଲାରେ ଯେଉଁ ଚାତୁର୍ଯ୍ୟ ପ୍ରଦର୍ଶନ କରିଥିଲା, ତାହା ଆଧୁନିକ ସମର କୌଶଳରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ଦେଇଛି। ସେହି ସମୟରେ ‘ନାଟୋ’ ଦ୍ବାରା ପ୍ରଦତ୍ତ ସାମରିକ ସାହାଯ୍ୟର ଅନୁପସ୍ଥିତି ସତ୍ତ୍ବେ ୟୁକ୍ରେନ ଦ୍ବାରା ଶସ୍ତା ‘ବାରେକ୍ଟାର ଡ୍ରୋନ୍‌’ର ବ୍ୟବହାର ରୁଷିଆର ସୈନ୍ୟ ବଳ ଓ ସାମରିକ ସର˚ଜାମର ଯେଉଁ ବିପୁଳ କ୍ଷତି ଘଟାଇଥିଲା, ତହିଁରେ ହତାଶା ଜର୍ଜର ପୁଟିନ ସ୍ବଳ୍ପ ତାଲିମପ୍ରାପ୍ତ ପ୍ରାୟ ଆଠ ଲକ୍ଷ (ବ୍ଲୁମ୍‌ବର୍ଗ ତଥ୍ୟ ଅନୁଯାୟୀ) ‘ଅସ୍ଥାୟୀ ଯୁବ ସୈନିକ’ଙ୍କ ବାହିନୀକୁ ଯୁଦ୍ଧକୁ ପ୍ରେରଣ କରିବା ସହିତ ଆଣବିକ ଆକ୍ରମଣର ଧମକ ମଧ୍ୟ ପ୍ରଦାନ କରିଥିଲେ। ଇତିମଧୢରେ ପୂର୍ବର ସମସ୍ତ ଧାରଣାକୁ ଭ୍ରମାତ୍ମକ ସାବ୍ୟସ୍ତ କରି ‘କିଭ୍‌’ ଏ ଯାବତ୍‌ ଶିରୋତ୍ତୋଳନ କରି ଦଣ୍ତାୟମାନ ଏବ˚ ରୁଷିଆ ଦ୍ବାରା ୟୁକ୍ରେନର କୌଣସି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଅଧିକୃତ ହୋଇ ପାରିନାହିଁ। ବର˚, ଆଧୁନିକ ଯୁଦ୍ଧ କୌଶଳରେ ଓଜନଦାର ଟ୍ୟାଙ୍କ ଓ କମାଣର ଗୁରୁତ୍ବ ‘ଥିଓରି’କୁ ନିଷ୍ପ୍ରଭ କରି ଦେଇଛି ହାଲୁକା ‘ଡ୍ରୋନ୍‌’।

ରୁଷିଆ ଏବ˚ ୟୁକ୍ରେନ ମଧୢରେ ଯୁଦ୍ଧର ପ୍ରଭାବ ପୃଥିବୀ ଉପରେ ଏଭଳି ଗଭୀର ଓ ବ୍ୟାପକ ହେବ ବୋଲି ହୁଏ’ତ ଧାରଣା ନ ଥିଲା। କିନ୍ତୁ ଏହି ଯୁଦ୍ଧ କାରଣରୁ ସମଗ୍ର ପୃଥିବୀର ଅର୍ଥନୀତି କୌଣସି ନା କୌଣସି ଉପାୟରେ ପ୍ରଭାବିତ ହୋଇଛି। ଯୁଦ୍ଦର ପ୍ରାରମ୍ଭରୁ ରୁଷିଆ ନୌ-ସେନା ଦ୍ବାରା କୃଷ୍ଣ ସାଗରର ଅବରୋଧ ୟୁକ୍ରେନୀୟ ଖାଦ୍ୟଶସ୍ୟ ରପ୍ତାନିକୁ ବନ୍ଦ କରି ଦେଇଥିବା କାରଣରୁ ଅନେକ ରାଷ୍ଟ୍ରରେ ଖାଦ୍ୟାଭାବ ଓ ତଜ୍ଜନିତ ଖାଦ୍ୟ ମୁଦ୍ରାସ୍ଫୀତି ତୀବ୍ର ହୋଇଥିବା ବେଳେ ୟୁକ୍ରେନୀୟ ଖାଦ୍ୟଶସ୍ୟ ଉପରେ ସ˚ପୂର୍ଣ୍ଣ ନିର୍ଭରଶୀଳ ଅନେକ ଆଫ୍ରିକୀୟ ରାଷ୍ଟ୍ର ଏକ ଭୟାବହ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିର ଅନ୍ଦାଜ ପୂର୍ବରୁ କରାଯାଇ ପାରି ନ ଥିଲା। ସେହିଭଳି ଏହି ଅତିକ୍ରମଣ ଉଦ୍ୟମ ପରେ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ ରୁଷିଆ ଉପରେ ଜାରି କରାଯାଇଥିବା ଅତ୍ୟନ୍ତ କଠୋର ଆର୍ଥିକ କଟକଣା ଏକ ଧାରଣା ସୃଷ୍ଟି କରିଥିଲା ଯେ ଯୁଦ୍ଧର ଅତିକାୟ ବ୍ୟୟ ଓ ଏହି କଟକଣା ମିଶିଯାଇ ଆର୍ଥିକ ଭାବେ କ୍ରମେ ଦୁର୍ବଳ ହୋଇ ଚାଲିଥିବା ରୁଷିଆକୁ ଅଗତ୍ୟା ଭୂଲୁ˚ଠିତ କରି ପକାଇବ। କିନ୍ତୁ, ସେଭଳି କିଛି ଘଟିବା ପରିବର୍ତ୍ତେ ଦେଖିବାକୁ ମିଳିଛି ଯେ ରୁଷୀୟ ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ତାର ଉପରେ ଅତ୍ୟନ୍ତ ନିର୍ଭରଶୀଳ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଦ୍ବାରା ଏହି ଆର୍ଥିକ କଟକଣା ଅଗତ୍ୟା ମେରୁଦଣ୍ତହୀନ ଭଳି ସାବ୍ୟସ୍ତ ହୋଇଛି। ଏଥିରୁ ଏହା ମଧୢ ସ୍ପଷ୍ଟ ହୋଇଥାଏ ଯେ ଜଗତ୍‌କରଣ ଅଧୀନସ୍ଥ ପୃଥିବୀରେ ଆର୍ଥିକ କଟକଣାମାନ କ୍ରମେ ଅଚଳ ହୋଇ ଯାଇପାରନ୍ତି!

ଯୁଦ୍ଧର ପ୍ରାରମ୍ଭିକ କାଳରେ ଏକ ଧାରଣା ଜାତ ହୋଇଥିଲା ଯେ ରୁଷୀୟ ସାମରିକ ସର˚ଜାମ ଯୋଗାଣ ଉପରେ ପ୍ରାୟତଃ ନିର୍ଭରଶୀଳ ଭାରତ ତା’ର ପକ୍ଷ ରଖିବା ନେଇ ଦ୍ବନ୍ଦ୍ବରେ; ଯେଉଁ ଧାରଣା ରୁଷୀୟ ଆକ୍ରମଣ ବିରୋଧରେ ଜାତିସ˚ଘରେ ମତଦାନ ବେଳେ ଭାରତ ତହିଁରୁ ବିରତ ରହିବାରେ ଅଧିକ ଦୃଢ଼ ହୋଇଥିଲା। ପ୍ରକାଶ ଥାଉ କି ଭାରତର ଏତାଦୃଶ ଆଚରଣକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଏକ ଘଡ଼ିସନ୍ଧି କ୍ଷଣରେ ‘ବାଡ଼ ଉପରେ ବସି ରହିବା’ ତୁଲ୍ୟ ଦାୟିତ୍ବହୀନତା ବୋଲି କଟାକ୍ଷ ମଧୢ କରାଯାଇଥିଲା। କିନ୍ତୁ ଇତିମଧୢରେ ନିଜ ନିଷ୍ପତ୍ତି ସପକ୍ଷରେ ଭାରତର ଯୁକ୍ତି ଭାରତୀୟ ଆଚରଣର ଯଥାର୍ଥତାକୁ ଯେ କେବଳ ପ୍ରତିପାଦନ କରିଛି, ତାହା ନୁହେଁ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କପଟାଚରଣକୁ ଉଜାଗର କରିବା ସହିତ ସମ୍ଭବତଃ ସେମାନଙ୍କ ଠାରେ ଚୈତନ୍ୟ ଉଦୟର କାରଣ ମଧ୍ୟ ହୋଇଛି। ଆର୍ଥିକ କଟକଣା ସତ୍ତ୍ବେ ରୁଷିଆ ଠାରୁ ଅତି ଶସ୍ତାରେ ଖଣିଜ ତୈଳ କ୍ରୟ କରୁଥିବା ହେତୁ ଭାରତକୁ କଟୁ ସମାଲୋଚନା କରୁଥିବା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଖୁବ୍‌ ସନ୍ତର୍ପଣରେ ରୁଷିଆ ଠାରୁ ପ୍ରାକୃତିକ ଗ୍ୟାସ ଖର୍ଦ୍ଦି କରୁଥିବା ବିଷୟ ଭାରତ ବିଶ୍ବ ସମୁଦାୟ ସମକ୍ଷରେ ସ୍ପଷ୍ଟ ଭାବେ ଦର୍ଶାଇ ସେମାନଙ୍କ ଛଳ ନୈତିକାଦର୍ଶକୁ ପଦାରେ ପକାଇଥିଲା। କେବଳ ସେତିକି ନୁହେଁ, ଭାରତୀୟ ଯୁକ୍ତିର ବଳିଷ୍ଠତା କ୍ରମେ ୟୁରୋପୀୟ ବିଚାରକୁ ମଧୢ ଭେଦ କରି ପାରିଛି, ଯାହାର ପ୍ରମାଣ ମିଳିଥାଏ ଗଲା ବୁଧବାର ଦିନ ଭାରତରେ ଅବସ୍ଥାପିତ ଜର୍ମାନିର ରାଷ୍ଟ୍ରଦୂତଙ୍କ ମନ୍ତବ୍ୟରୁ ଯାହା କହିଥାଏ ଯେ ଭାରତ ଦ୍ବାରା ରୁଷିଆରୁ ଶସ୍ତାରେ ତୈଳ କ୍ରୟ ପ୍ରସଙ୍ଗରେ ଅନ୍ୟ କାହାରି ମୁଣ୍ତ ପୂରାଇବାର କୌଣସି ଆବଶ୍ୟକତା ନାହିଁ। କେବଳ ସେତିକି ନୁହେଁ, ଆପଣା ପକ୍ଷକୁ ସ୍ପଷ୍ଟ କରାଯାଉଥିବା ପ୍ରକରଣରେ ଭାରତ ଦ୍ବାରା ପ୍ରଦତ୍ତ ଯେଉଁ ତର୍କ କ୍ରମେ ପ୍ରଗାଢ଼ ହୋଇ ଏକ ପ୍ରଚଳିତ ୟୁରୋପୀୟ ଧାରଣାକୁ ଧରାଶାୟୀ କରିବାକୁ ବସିଲାଣି, ତାହା ହେଲା ‘ୟୁରୋପୀୟମାନେ ସମ୍ମୁଖୀନ ହେଉଥିବା ସମସ୍ୟାମାନ ପ୍ରକୃତରେ ସମଗ୍ର ବିଶ୍ବ ଲାଗି ଚିନ୍ତାର ବିଷୟ; ଅଥଚ ଅନ୍ୟ ରାଷ୍ଟ୍ରଗୁଡ଼ିକ ଭୋଗୁଥିବା ସମସ୍ୟା କେବଳ ସେମାନଙ୍କ ନିଜର, ୟୁରୋପର ନୁହେଁ।’ ସୁତରା˚, ‘ପାଶ୍ଚାତ୍ୟ ରାଷ୍ଟ୍ର-କୈନ୍ଦ୍ରିକ ପୃଥିବୀ’ର ଏଭଳି ଧାରଣା କ୍ରମେ ନିଷ୍ପ୍ରଭ ହେବାର ଯେଉଁ ଉପକ୍ରମ ଘଟିଛି, ତାହାର ସୂତ୍ରପାତ ହୋଇଛି ଏହି ଯୁଦ୍ଧରୁ; ଭାରତ ଦ୍ବାରା ସ୍ପଷ୍ଟ ଓ ନିର୍ଭୀକ ଭାବେ ନିଜ ପକ୍ଷ ରଖିବା ସହିତ କେତେକ ପୁରୁଣା ଧାରଣାକୁ ପ୍ରଶ୍ନ କରିବାରୁ!

ଏହି ଯୁଦ୍ଧର ଗୋଟିଏ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନର ରାଜଧାନୀ କିଭ୍‌ ପରିଦର୍ଶନ କରି ୟୁକ୍ରେନକୁ ‘ନାଟୋ’ ସହାୟତାର ପୂର୍ଣ୍ଣ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ସେମିତି ଏହି ଅବସରରେ ଭ୍ଲାଡିମିର ପୁଟିନ ମଧୢ ଏକ ଭାଷଣ ମାଧୢମରେ ଏହି ଯୁଦ୍ଧରେ ରୁଷିଆର ଅପରାଜେୟତା ନେଇ ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି। କହିବା ବାହୁଲ୍ୟ ଯେ ଏହି ଦୁଇଟି ଯାକ କାର୍ଯ୍ୟ ଯୁଦ୍ଧର ଉଚ୍ଚାଟକୁ ଅଧିକ ତୀବ୍ର କରିବ। ସୁତରା˚, ଏକ ଧାରଣା ସୃଷ୍ଟି ହୋଇଥାଏ ଯେ କୌଣସି ଅଲୌକିକତା ସ˚ଘଟିତ ନ ହେଲେ ଏହି ଯୁଦ୍ଧ ଆହୁରି ଅଧିକ ପ୍ରଲମ୍ବିତ ଏବ˚ ଭୟାବହ ହେବ। ଏହା ମଧୢ ସମ୍ଭବ ଯେ ପୃଥିବୀ ଆଉ ଏକ ଆଣବିକ ଆକ୍ରମଣର ପ୍ରତ୍ୟକ୍ଷ କରିବ! ୧୯୪୫ ମସିହାର ହିରୋସୀମା ଓ ନାଗାସାକୀ ଦୁର୍ଭାଗ୍ୟ ପରେ ପୃଥିବୀ ଯେ ଦ୍ବିତୀୟ ଥର ଲାଗି ଏକ ଆଣବିକ ଆକ୍ରମଣ ଦେଖିବ ଏଭଳି ଧାରଣା ଆପାତତଃ କରାଯାଇ ପାରି ନ ଥିଲା। କିନ୍ତୁ, ମନୁଷ୍ୟର ସ୍ବଭାବଗତ ଦୁର୍ବୁଦ୍ଧି ବିଭିନ୍ନ ରାଷ୍ଟ୍ରରେ ଅଣୁ ଅସ୍ତ୍ରର ଭଣ୍ତାରମାନ ସୃଷ୍ଟି କରି ଚାଲିଲା। ସେତେବେଳେ ଏକ ଧାରଣା ବଳବତ୍ତର ରହିଲା ଯେ ଅଣୁ ଅସ୍ତ୍ରସ˚ପନ୍ନ ରାଷ୍ଟ୍ରଗୁଡ଼ିକ ଅଗତ୍ୟା ପ୍ରତିପକ୍ଷର ଆଣବିକ ଆକ୍ରମଣରେ ବିଧ୍ବସ୍ତ ହୋଇଯିବାର ଭୟ କାରଣରୁ ଅନ୍ୟ ଦେଶ ଉପରେ ଏହାର ପ୍ରୟୋଗରୁ ବିରତ ରହିବେ, ଯାହା ସ୍ବାଭାବିକ ଭାବେ ଆଉ ଏକ ଆଣବିକ ଯୁଦ୍ଧକୁ ଜନ୍ମ ଦେବ ନାହିଁ। କିନ୍ତୁ ଏବେ ଏହି ସବୁ ଧାରଣାମାନ ଧୂଳିସାତ୍‌ ହେବାର ଭୟ ଗ୍ରାସିଲାଣି। କାରଣ, ଯୁଦ୍ଧରେ ପରାଜିତ ହେବାକୁ ସ୍ବୀକାର ନ କରି ରୁଷିଆ ଦ୍ବାରା ଆଣବିକ ଅସ୍ତ୍ରର ପ୍ରୟୋଗ ଏବ˚ ‘ନାଟୋ’ ଦ୍ବାରା ତା’ର ଏକ ସମତୁଲ ପ୍ରତ୍ୟୁତ୍ତର ଏକ ବାସ୍ତବତା ଭଳି ମନେ ହେଲାଣି। ସୁତରାଂ, ଏହା ତୃତୀୟ ବିଶ୍ବଯୁଦ୍ଧର କାରଣ ମଧୢ ହୋଇପାରେ। କିନ୍ତୁ ଏହି ବର୍ଷକ ମଧୢରେ ସୃଷ୍ଟ ଧାରଣାର ଧ୍ବ˚ସସ୍ତୂପକୁ ଲକ୍ଷ୍ୟ କଲେ ମନେ ହୋଇଥାଏ ଯେ ଉପରୋକ୍ତ ଅତ୍ୟନ୍ତ ବିମର୍ଷକର ଧାରଣାଗୁଡ଼ିକ ମଧୢ ଭ୍ରମାତ୍ମକ ସାବ୍ୟସ୍ତ ହୋଇପାରନ୍ତି; ଏବ˚ ଯଦି ସେଭଳି ହୁଏ, ତାହା ଠାରୁ ବଳି ଅଧିକ ସାନ୍ତ୍ବନା ପ୍ରଦାୟକ ଆଉ କିଛି ହୋଇ ନ ପାରେ!