କକା-ପୁତୁରା ରାଜନୀତି

ଏହାର ଅର୍ଥ ତେଜସ୍ବୀଙ୍କ ବକ୍ତବ୍ୟ ଏହି ଦୁଇ ଆଞ୍ଚଳିକ ‘ଯାଦବ’ ଦଳକୁ ଗୋଟିଏ ପରିବାରରେ ସମାହିତ କରିଛି; ଯହିଁରେ କୌଣସି ଝଗଡ଼ା ସାମୟିକ ମନୋମାଳିନ୍ୟ ସୃଷ୍ଟି କରିପାରେ; କିନ୍ତୁ ଏକ ପରିବାର ଭଳି ପୁଣି ତାହା ଏକତ୍ର ହୋଇଯାଇପାରେ। ସମ୍ଭବତଃ ଏହି କାରଣରୁ ଜେଡି(ୟୁ) ଓ ଆର୍‌ଜେଡିର ମହାଗଠବନ୍ଧନ ମାତ୍ର ଗୋଟିଏ ଓଳିରେ ସାକାର ହୋଇପାରିଲା। ସୁତରା˚, ବିହାରର ଦୁଇ ଆଞ୍ଚଳିକ ଦଳର ମେଣ୍ଟ ଯେଉଁ କକା-ପୁତୁରା ରାଜନୀତି ସୃଷ୍ଟି କଲେଣି, ତହିଁରେ ବିଜେପି ଭଳି ଜାତୀୟ ଦଳ ଏକ ବହିରାଗତ ରୂପେ ପ୍ରତିଭାତ ହେବା ସ୍ବାଭାବିକ। ତେଜସ୍ବୀଙ୍କ ଏହି ମନ୍ତବ୍ୟକୁ ଅଧିକ ବିସ୍ତାରିତ କଲେ ବୁଝି ହେବ ଯେ କେବଳ ବିହାର ନୁହେଁ, ଯେ କୌଣସି ରାଜ୍ୟରେ ସମ ରାଜନୈତିକ ମତାଦର୍ଶବାଦୀ ଅଥଚ ପରସ୍ପର ବିରୋଧୀ ଏପରିକି ଶତ୍ରୁଭାବାପନ୍ନ ଆଞ୍ଚଳିକ ଦଳଗୁଡ଼ିକ କ୍ଷମତାକୁ ଅକ୍ତିଆର କରି ରଖିବା ଲାଗି କକା-ପୁତୁରା ରାଜନୀତିର ସମୀକରଣ ସୃଷ୍ଟି କରି ରାଜ୍ୟ ରାଜନୀତିରୁ ଜାତୀୟ ଦଳଗୁଡ଼ିକୁ ବହିରାଗତଙ୍କ ତୁଲ୍ୟ ବାହାରେ ରଖିବାରେ ହୁଏ’ତ ସମର୍ଥ ହୋଇପାରନ୍ତି!

ଗଲା ୯ ତାରିଖ ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତଙ୍କୁ ଚମକାଇ ଦେଲା ଭଳି ଯେଉଁ କାର୍ଯ୍ୟଟି କଲେ, ତାହା ଏକ ଜଙ୍ଗଲୀ ବାଘର ଆଚରଣ ସୁଲଭ ଥିଲା ବୋଲି ହୁଏ’ତ କୁହାଯାଇପାରେ। ବାଘର ଗୁଣ ବିଷୟରେ ଅବଗତ ଥିବା ସମସ୍ତେ ଜାଣନ୍ତି ଯେ ଏହି ଅତ୍ୟନ୍ତ ତରକା ଜନ୍ତୁଟି କ୍ରୋଧ କାରଣରୁ ନୁହେଁ ବର˚ ଭୟ ଓ ଉଦ୍‌ବେଗ କାରଣରୁ ଅତର୍କିତ ଆକ୍ରମଣ କରିଥାଏ; ଅର୍ଥାତ୍‌ ଆତ୍ମରକ୍ଷା ସକାଶେ ଅଚାନକ ଆକ୍ରମଣ! ସେହି ଦୃଷ୍ଟିରୁ ନୀତୀଶ କୁମାର ହଠାତ୍‌ ବିରୋଧୀ ‘ମହା ଗଠବନ୍ଧନ’ ସହିତ ମିଳିତ ହୋଇ ନୂଆ ସରକାର ଗଠନ କରିବା ଏବ˚ ସେହି କ୍ରମରେ ‘ଏନ୍‌ଡିଏ’ ଓ ବିଶେଷ କରି ବିଜେପିକୁ ପରିତ୍ୟକ୍ତ ଏବ˚ କ୍ଷମତାଶୂନ୍ୟ କରି ପକାଇବାରେ ଜଙ୍ଗଲୀ ବାଘର ଉପମା ଖାପ ଖାଇ ନ ଥାଏ କି? କିନ୍ତୁ ଏହି ପରିପ୍ରେକ୍ଷୀରେ ଅନେକ ହୁଏ’ତ ପ୍ରଶ୍ନ କରିପାରନ୍ତି ଯେ ଏନ୍‌ଡିଏର ସର୍ବାଧିକ ଦୀର୍ଘକାଳୀନ ଅ˚ଶୀଦାର ଭାବେ ଜେଡି(ୟୁ)କୁ ବିଜେପି ପକ୍ଷରୁ ଭୟର ଏମିତି କ’ଣ ଅବା କାରଣ ଥିଲା? ପୁନଶ୍ଚ, ୨୦୨୦ ବିହାର ରାଜ୍ୟ ନିର୍ବାଚନରେ ବିଜେପି ୭୭ଟି ଆସନ ଏବ˚ ଜେଡି(ୟୁ) ୪୫ଟି ଆସନ ଦଖଲ କରିଥିବା ସତ୍ତ୍ବେ ବିଜେପି ପକ୍ଷରୁ କୌଣସି ସମସ୍ୟା ଉତ୍ପନ୍ନ କରା ନ ଯାଇ ନୀତୀଶ କୁମାରଙ୍କୁ ଅତ୍ୟନ୍ତ ସାବଲୀଳ ଭାବେ ମୁଖ୍ୟମନ୍ତ୍ରୀ ପଦାସୀନ କରାଯାଇଥିବା ସତ୍ତ୍ବେ ନୀତୀଶ ହଠାତ୍‌ ଅସୁରକ୍ଷିତ ମଣିଲେ କାହିଁକି? ବିଗତ ପ୍ରାୟ ଦେଢ଼ ବର୍ଷର ଶାସନରୁ ଏହି ଆଭାସ ମଧୢ ମିଳୁଥିଲା ଯେ ଶାସନ ପ୍ରକ୍ରିୟାରେ ନୀତୀଶ କୁମାର ପ୍ରାୟ ନିରଙ୍କୁଶତା ଅର୍ଜନ କରିଥିଲେ; ଯହିଁରେ ଏକ ବଡ଼ ଭାଇ ତୁଲ୍ୟ ଉପସ୍ଥିତ ରହି ବିଜେପି ବିଶେଷ ହସ୍ତକ୍ଷେପ କରୁ ନ ଥିଲା। ଏଭଳି ସ୍ଥଳେ ନୀତୀଶ କୁମାର ହଠାତ୍‌ ଉଦ୍‌ବିଗ୍ନ ହୋଇ ଉଠିବାର କାରଣ କ’ଣ ହୋଇପାରେ?

ପ୍ରଥମ କାରଣଟି ହେଲା, ୨୦୦୫ ଏବ˚ ୨୦୧୦ ମସିହା ରାଜ୍ୟ ନିର୍ବାଚନ ପରେ ମେଣ୍ଟ ସରକାରର ବୃହତ୍ତର ଅ˚ଶୀଦାର ରୂପେ କ୍ଷମତାସୀନ ହୋଇଥିବା ଜେଡି(ୟୁ)ର ଜନାଧାରରେ କ୍ରମାଗତ ହ୍ରାସ, ଯାହା ତାକୁ ୨୦୨୦ ମସିହା ନିର୍ବାଚନ ପରେ କନିଷ୍ଠ ମେଣ୍ଟ ଅ˚ଶୀଦାରରେ ପରିଣତ କରିଥିଲା; ଯେଉଁ ଅସ୍ବସ୍ତିକର ସ୍ଥିତିକୁ ନୀତୀଶ କୁମାର ସହଜରେ ଗ୍ରହଣ କରି ପାରି ନ ଥିବେ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଗାଦିନସୀନ ହେବା ତାଙ୍କୁ ବିଜେପିର ଦୟାର ପାତ୍ର ହୋଇଥିବା ଭଳି ବୋଧ ହୋଇଥିବ ଅବା! ଦ୍ବିତୀୟ କାରଣଟି ହେଉଛି ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡି(ୟୁ)କୁ ନିଃଶେଷ କରିବା ଲାଗି ବିଜେପିର ଏକ ଚକ୍ରାନ୍ତ ସକ୍ରିୟ ବୋଲି ନୀତୀଶଙ୍କ ମନରେ ଘନେଇଥିବା ଏକ ସନ୍ଦେହ। ଏହି ସନ୍ଦେହର କାରଣ ୨୦୨୦ ନିର୍ବାଚନରେ ‘ଏନ୍‌ଡିଏ’ର ଅନ୍ୟ ଏକ ସହଯୋଗୀ ଦଳ ‘ଏଲ୍‌ଜେଡି’ ଦ୍ବାରା ଜେଡି(ୟୁ) ପ୍ରତି ମିତ୍ରତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରାଯିବା ବଦଳରେ ଦଳ ବିରୋଧରେ ଜାଣିଶୁଣି ପ୍ରାର୍ଥୀ ଅବତୀର୍ଣ୍ଣ କରାଇବା ଭଳି କାର୍ଯ୍ୟ। ଏଭଳି କାର୍ଯ୍ୟକଳାପ ହେତୁ ଜେଡି(ୟୁ)ର ଭୋଟ ବିଭାଜନ ଘଟି ଦଳକୁ ପ୍ରାୟ ୪୦ଟି ଆସନରେ ପରାଜିତ ହେବାକୁ ପଡ଼ିଛି ବୋଲି ନୀତୀଶଙ୍କ ଆକଳନ କହିଥାଏ। ଏଣେ ଏଲ୍‌ଜେଡିର ନେତା ଚିରାଗ ପାଶଵାନ ନରେନ୍ଦ୍ର ମୋଦୀଙ୍କ ଏକାନ୍ତ ଅନୁରକ୍ତ ଭାବେ ପରିଚିତ। ସୁତରା˚, ଏହା ସ୍ବାଭାବିକ ଭାବେ ନୀତୀଶଙ୍କ ମନରେ ଏକ ଧାରଣା ସୃଷ୍ଟି କରିଥିବ ଯେ ତାଙ୍କ ଦଳ ଜେଡି(ୟୁ)କୁ ଅନ୍ତଃସାରଶୂନ୍ୟ କରିବା ସକାଶେ ଏହା ହୁଏ’ତ ବିଜେପି ପ୍ରୋତ୍ସାହିତ ଏକ ଚକ୍ରାନ୍ତର ଅ˚ଶବିଶେଷ! ପରିଶେଷରେ ଏହି ଧାରଣା ଅଧିକ ଦୃଢ଼ୀଭୂତ ହୋଇଥିଲା, ଯେତେବେଳେ କେନ୍ଦ୍ର ମନ୍ତ୍ରିମଣ୍ତଳରେ ସ୍ଥାନ ପାଇଥିବା ଜେଡି(ୟୁ) ସା˚ସଦ ଆର‌୍‌ସିପି ସି˚ହଙ୍କ ରାଜ୍ୟସଭା ସଦସ୍ୟତାର ଅବଧିର ସମାପ୍ତି ପରେ ତାର ନବୀକରଣ କରା ନ ଯିବା କାରଣରୁ ଆର୍‌ସିପି ସି˚ହଙ୍କ ବିଦ୍ରୋହ ଏବ˚ ପରିଣାମ ସ୍ବରୂପ ଦଳରୁ ତାଙ୍କର ବହିଷ୍କାର। ଉଲ୍ଲେଖଯୋଗ୍ୟ ଯେ ନୀତୀଶ କୁମାରଙ୍କ ପୁରୁଣା ବନ୍ଧୁ ଓ ସହଯୋଗୀ ଆରସିପି ସିଂହଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦର ଝଡ଼ ପରେ ଜେଡି(ୟୁ)ରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ନୀତୀଶ କୁମାରଙ୍କ ରାଜନୈତିକ ହନନ ସକାଶେ ବିଜେପି ପକ୍ଷରୁ ଆର‌୍‌ସିପି ସି˚ହଙ୍କୁ ଏକ ଆୟୁଧ ଭାବେ ବ୍ୟବହାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଇତିମଧୢରେ ବିଜେପି ଆହରଣ କରିଥିବା ଏକ ଭାବମୂର୍ତ୍ତି ମଧୢ ଆ˚ଶିକ ଭାବେ ଦାୟୀ; ଯହିଁରେ କୌଣସିମତେ କ୍ଷମତା ଦଖଲ କରିବା ଲାଗି ଦଳଟି ବାରମ୍ବାର ଧୈର୍ଯ୍ୟହୀନ ହୋଇ ପଡୁଥିବାର ଦୃଷ୍ଟାନ୍ତମାନ ଦିଶିଥାଏ। ସଦ୍ୟ ଶିବସେନା ଦଳରେ ଘାତକ ବିଭାଜନ ଘଟାଇ ମହାରାଷ୍ଟ୍ରରେ ସରକାରର ପତନ ସମ୍ଭବ କରାଇବା ନିଶ୍ଚିତ ରୂପେ ନୀତୀଶଙ୍କ ମନରେ ତାଙ୍କ ଭବିଷ୍ୟତ୍‌ର ସ୍ଥିତିକୁ ନେଇ ଭୟ ଓ ଉଦ୍‌ବେଗ ସୃଷ୍ଟି କରିଥିବ, ଯାହାର ପ୍ରତିକ୍ରିୟା ବିହାର ରାଜନୀତିରେ ପରିଦୃଷ୍ଟ ହେଲା।

ତେବେ ଏହି ଘଟଣାରୁ ବିଜେପି ଯେଉଁ ଶିକ୍ଷା ଲାଭ କରିଥିବ, ତାହା ହେଲା ପ୍ରାୟ ଏକ ଦଶନ୍ଧିରୁ ଅଧିକ କାଳ ଧରି ଏକ ଅ˚ଶୀଦାର ଦଳ ରୂପେ ବିହାରର ଶାସନ କ୍ଷମତାରେ ରହି ଆସିଥିବା ସତ୍ତ୍ବେ ଏକ ଅଖିଳ ବିହାର ଆବେଦନ ବହନକାରୀ କୌଣସି ନେତାଙ୍କ ଚେହେରାକୁ ପ୍ରତିଷ୍ଠା କରିବାରେ ଦଳର ବିଫଳତା। କହିବା ଅନାବଶ୍ୟକ ଯେ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟରେ ବିଜେପିର ସର୍ବାଧିକ ପ୍ରସିଦ୍ଧ ନେତା ସୁଶୀଳ ମୋଦୀଙ୍କ ନିକଟରେ ନୀତୀଶ କୁମାର ବା ଏପରିକି ତେଜସ୍ବୀ ଯାଦବଙ୍କ ଭଳି ଆକର୍ଷଣ ନାହିଁ, ଯାହା ବିଜେପିକୁ ଏକାକୀ ନିର୍ବାଚନୀ ସଫଳତା ହାସଲ କରିବାରେ ସହାୟକ ହେବ। କହିବା ବାହୁଲ୍ୟ ଯେ ବିଚକ୍ଷଣ ନୀତୀଶ କୁମାର ବିଜେପିର ଏହି ଦୁର୍ବଳତା ବିଷୟରେ ନିତାନ୍ତ ସଚେତନ ଥିବେ, ଯାହା ତାଙ୍କୁ ସହସା ବିଜେପିକୁ ପରିତ୍ୟକ୍ତ କରି ଏଭଳି ଏକ କି˚କର୍ତ୍ତବ୍ୟବିମୂଢ଼ ସ୍ଥିତିରେ ଆଣି ଛିଡ଼ା କରାଇବାକୁ ସମର୍ଥ କରିଛି। ଏଭଳି ଏକ ସ୍ଥିତିର ମୁକାବିଲା ବିଜେପି କିଭଳି ଭାବେ କରିବାକୁ ଯାଉଛି, ତାହା ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବା ୨୦୨୫ ରାଜ୍ୟ ନିର୍ବାଚନ ସମୟରେ ହୁଏ’ତ ଜଣା ପଡ଼ିବ।
ଏଠାରେ ସ୍ମରଣରେ ରହିବା ଉଚିତ ଯେ ଜେଡି(ୟୁ) ଏବ˚ ଆର‌୍‌ଜେଡିର ମେଣ୍ଟ ଏକ ପବିତ୍ର ବନ୍ଧନ ନୁହେଁ; ଏହା ପଛରେ ରାଜନୈତିକ ସୁବିଧାବାଦ, କ୍ଷମତା ଆସକ୍ତି ଓ ସ୍ବାର୍ଥପରତା ଅତି ସଘନ ଭାବେ ବିଦ୍ୟମାନ। ଯଦିଓ ଏହି ଦୁଇ ଦଳର ମେଣ୍ଟ ୨୦୧୫ ମସିହାରେ ଗୋଟିଏ ପାଳି ବିହାରକୁ ଶାସନ କରିଛି, ଏହି ଦୁଇ ଦଳ ମୂଳରୁ ଶତ୍ରୁ ମନୋଭାବାପନ୍ନ ରୂପେ ଜଣାଶୁଣା। ସୁତରାଂ, ଏହି ନୂତନ ମେଣ୍ଟ ସରକାରର ଆୟୁଷ ନେଇ କୌଣସି ଆକଳନ ଲଗାଇବା ମଧୢ ସହଜସାଧୢ ନୁହେଁ। କିନ୍ତୁ ଏହି ଅବସରରେ ‘ଆର‌୍‌ଜେଡି’ ମୁଖ୍ୟ ତେଜସ୍ବୀ ଯାଦବ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଗୁରୁତ୍ବପୂର୍ଣ୍ଣ, ଯହିଁରୁ ଏକ ନୂଆ ରାଜନୈତିକ ବ୍ୟାଖ୍ୟାନ ମଧୢ ସୃଷ୍ଟି ହୋଇପାରେ। ୨୦୨୦ ନିର୍ବାଚନ କାଳରେ ନୀତୀଶ କୁମାରଙ୍କୁ ‘ନିର୍ଲଜ୍ଜ, ଠକ, ପାଲ୍‌ତୁ ରାମ’ ଇତ୍ୟାଦି ଭଳି ଅତ୍ୟନ୍ତ ଅପମାନସୂଚକ ସମ୍ବୋଧନ ଦ୍ବାରା ଜର୍ଜରିତ କରି ପକାଇଥିବା ତେଜସ୍ବୀ ଯାଦବ ଏବେ କିଭଳି ତାଙ୍କ ସହିତ ମିଳିତ ହୋଇ ସରକାର ଗଠନ କରିବାକୁ ଯାଉଛନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ଯାହା କହିଥିଲେ, ତାହା ହେଲା: ‘ଏହା ହେଉଛି କକା-ପୁତୁରାଙ୍କ ଝଗଡ଼ା। ଏମିତି କେଉଁ ପରିବାର ଅଛି, ଯେଉଁଠି କକା-ପୁତୁରାଙ୍କ ଝଗଡ଼ା ନ ଥିବ!’ ଏହାର ଅର୍ଥ ତେଜସ୍ବୀଙ୍କ ବକ୍ତବ୍ୟ ଏହି ଦୁଇ ଆଞ୍ଚଳିକ ‘ଯାଦବ’ ଦଳକୁ ଗୋଟିଏ ପରିବାରରେ ସମାହିତ କରିଛି; ଯହିଁରେ କୌଣସି ଝଗଡ଼ା ସାମୟିକ ମନୋମାଳିନ୍ୟ ସୃଷ୍ଟି କରିପାରେ; କିନ୍ତୁ ଏକ ପରିବାର ଭଳି ପୁଣି ତାହା ଏକତ୍ର ହୋଇଯାଇପାରେ। ସମ୍ଭବତଃ ଏହି କାରଣରୁ ଜେଡି(ୟୁ) ଓ ଆର୍‌ଜେଡିର ମହାଗଠବନ୍ଧନ ମାତ୍ର ଗୋଟିଏ ଓଳିରେ ସାକାର ହୋଇପାରିଲା। ସୁତରା˚, ବିହାରର ଦୁଇ ଆଞ୍ଚଳିକ ଦଳର ମେଣ୍ଟ ଯେଉଁ କକା-ପୁତୁରା ରାଜନୀତି ସୃଷ୍ଟି କଲେଣି, ତହିଁରେ ବିଜେପି ଭଳି ଜାତୀୟ ଦଳ ଏକ ବହିରାଗତ ରୂପେ ପ୍ରତିଭାତ ହେବା ସ୍ବାଭାବିକ। ତେଜସ୍ବୀଙ୍କ ଏହି ମନ୍ତବ୍ୟକୁ ଅଧିକ ବିସ୍ତାରିତ କଲେ ବୁଝି ହେବ ଯେ କେବଳ ବିହାର ନୁହେଁ, ଯେ କୌଣସି ରାଜ୍ୟରେ ସମ ରାଜନୈତିକ ମତାଦର୍ଶବାଦୀ ଅଥଚ ପରସ୍ପର ବିରୋଧୀ ଏପରିକି ଶତ୍ରୁଭାବାପନ୍ନ ଆଞ୍ଚଳିକ ଦଳଗୁଡ଼ିକ କ୍ଷମତାକୁ ଅକ୍ତିଆର କରି ରଖିବା ଲାଗି କକା-ପୁତୁରା ରାଜନୀତିର ସମୀକରଣ ସୃଷ୍ଟି କରି ରାଜ୍ୟ ରାଜନୀତିରୁ ଜାତୀୟ ଦଳଗୁଡ଼ିକୁ ବହିରାଗତଙ୍କ ତୁଲ୍ୟ ବାହାରେ ରଖିବାରେ ହୁଏ’ତ ସମର୍ଥ ହୋଇପାରନ୍ତି!

ସମ୍ବନ୍ଧିତ ଖବର