ବିଶ୍ବାସ କରିବା କଷ୍ଟକର ହୋଇଥାଏ ଯେ ଆମେରିକାର ଭୂମିରେ ଜଣେ ଆମେରିକୀୟକୁ ହତ୍ୟା କରିବା ଭଳି ସାର୍ବଭୌମତ୍ବ ଉଲ୍ଲଂଘନକାରୀ ଅତ୍ୟନ୍ତ ଗର୍ହିତ ଓ ସ୍ପର୍ଶକାତର କାର୍ଯ୍ୟକୁ ‘ର’ ଭଳି ଏକ ପେସାଦାର ଓ ବିଚକ୍ଷଣ ସଂସ୍ଥା ଏକ ଅର୍ବାଚୀନସୁଲଭ ଖାମଖିଆଲି ଢଙ୍ଗରେ ସଂପନ୍ନ କରିବାକୁ ଚାହିଁବ; ଅର୍ଥାତ୍ ଭଡ଼ାଟିଆ ଆତତାୟୀଙ୍କୁ ନିୟୋଜିତ କରିବ, ଅତ୍ୟନ୍ତ ଗୋପନୀୟ ତଥ୍ୟ, ସୂଚନା, ବାର୍ତ୍ତା ଓ ଭିଡିଓମାନର ସଂଚାରଣ ହ୍ବାଟ୍ସଆପ ମାଧ୍ୟମରେ କରିବାର ଧୃଷ୍ଟତା ପ୍ରଦର୍ଶନ କରିବ। ସୁତରାଂ, ଏହା କୌଣସି ଅଣସରକାରୀ ସଂଗଠନ ଦ୍ବାରା ଆୟୋଜିତ ହେଉଥିବା ମଧ୍ୟ ସମ୍ଭବ; ଏବଂ ଏଭଳି କାର୍ଯ୍ୟ ସକାଶେ ଅର୍ଥର ସ୍ରୋତ ମଧ୍ୟ ଏକ ସମସ୍ୟା ହୋଇ ନ ପାରେ!
Viksit Bharat 2047: ସମଗ୍ର ବିଶ୍ୱରେ ଡିଜିଟାଲ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି: ଅଖିଳ କୁମାର ମିଶ୍ର
ଗଲା ସପ୍ତାହରେ ଏକ ଆମେରିକୀ ଅଦାଲତରେ ନିଖିଳ ଗୁପ୍ତା ନାମକ ଜଣେ ହତ୍ୟା-ଉଦ୍ୟମ ଅଭିଯୁକ୍ତ ନିଜର ସମସ୍ତ ଦୋଷ ସ୍ବୀକାର କରି ଭାରତ ସରକାରଙ୍କୁ ଘୋର ଅସ୍ବସ୍ତିରେ ପକାଇବା ସହିତ ସନ୍ଦେହାସ୍ପଦ ମଧ୍ୟ କରିଦେଇଛି। ଏଠାରେ ସ୍ମରଣ କରାଇ ଦିଆଯାଇପାରେ କି ଗୁରପତୱନ୍ତ ସିଂହ ପନୁନ ନାମକ ଭାରତୀୟ ମୂଳର ଆମେରିକୀୟ ନାଗରିକ ତଥା ଶିଖ ବିଚ୍ଛିନ୍ନତାବାଦୀକୁ ହତ୍ୟା କରିବା ଲାଗି ଜଣେ ପେସାଦାର ଆମେରିକୀୟ ଆତତାୟୀକୁ ୧୫ ହଜାର ଡଲାର ବଇନା ଦେଇଥିବା ଅଭିଯୋଗରେ ଗୁପ୍ତାକୁ ଚେକୋସ୍ଲୋଭାକିଆରେ ଗିରଫ କରାଯାଇଥିଲା, ଯେଉଁଠାରୁ ସେ ଆମେରକାକୁ ପ୍ରତ୍ୟର୍ପିତ ହୋଇଥିଲା। ପ୍ରକାଶ ଥାଉ କି ଉପରୋକ୍ତ ଆତତାୟୀ ଜଣକ ପ୍ରକୃତରେ ଥିଲେ ଜଣେ ଛଦ୍ମବେଶୀ ଆମେରିକୀୟ ଗୁଇନ୍ଦା ଅଫିସର ଯିଏ ଏହି କାରବାରକୁ ଘେନି ବାର୍ତ୍ତାଳାପ ଓ ଦୃଶ୍ୟ(ବଇନା ଟଙ୍କା ଦେଉଥିବାର) ଅତ୍ୟନ୍ତ ସନ୍ତର୍ପଣରେ ରେକର୍ଡିଂ କରି ଅଭିଯୋଗକୁ କୁଆଡ଼େ ନିତାନ୍ତ ପ୍ରାମାଣିକ କରି ଦେଇଥିଲେ। ଏଥିରେ ଭାରତ ସରକାରଙ୍କ ଲାଗି ବିଚଳିତକର ବିଷୟଟି ଥିଲା ଏହି କାରବାରରେ ବିକାଶ ଯାଦବ ନାମକ ଜଣେ ଅର୍ଦ୍ଧ-ସାମରିକ ବାହିନୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି, କାରଣ ଏହା ଦ୍ବାରା କେନ୍ଦ୍ର ସରକାରଙ୍କ ପ୍ରଚ୍ଛନ୍ନ ସମ୍ମତି ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ, କଥା ହେଲା ସମସ୍ତ ପ୍ରାମାଣିକତା ସତ୍ତ୍ବେ ମାମଲାଟି ଅନେକ ପ୍ରଶ୍ନ ଦ୍ବାରା ପରିବେଷ୍ଟିତ; ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ହୋଇଥାଏ।
କହିବା ଅନାବଶ୍ୟକ ଯେ ଏଥିରେ ସଂପୃକ୍ତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ଅସ୍ବୀକାର କରାଯାଇଛି। କିନ୍ତୁ, ସନ୍ଦେହୀମାନେ ଏଥିରେ ସନ୍ତୁଷ୍ଟ ହୋଇ ନ ଥାଆନ୍ତି। ସେମାନେ କହନ୍ତି ଯେ ବିକାଶ ଯାଦବ ସଂପ୍ରତି ସରକାରୀ ଚାକିରିରେ ନାହାନ୍ତି ବୋଲି ସରକାରଙ୍କ ସ୍ପଷ୍ଟୋକ୍ତି ହେଉଛି ଏଭଳି ବ୍ୟାପାରରେ ଗତାନୁଗତିକ ପ୍ରତିକ୍ରିୟା ଅର୍ଥାତ୍ ଜଞ୍ଜାଳମୁକ୍ତ ହେବା ଲାଗି ‘ସଂପୃକ୍ତ ବ୍ୟକ୍ତି’ ସହିତ ‘ସଂପୃକ୍ତି’କୁ ତ୍ୟାଜ୍ୟ କରିବାର ଏକ ଉଦ୍ୟମ। ଭାରତ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସୂଚନାନୁଯାୟୀ ବିକାଶ ଯାଦବ ସଂପ୍ରତି ଏକ ଆପରାଧିକ ମାମଲାରେ ବିଚାରାଧୀନ ବନ୍ଦୀ ଭାବେ କଳାତିପାତ କରୁଛି; କିନ୍ତୁ ସନ୍ଦେହୀମାନେ ଏହାକୁ ଏକ କୌଶଳ ରୂପେ ଦେଖନ୍ତି; ଯଦ୍ଦ୍ବାରା ବିକାଶ ଯାଦବର ପ୍ରତ୍ୟର୍ପଣ ସକାଶେ ଆମେରିକାର ଦାବିକୁ ପ୍ରତିହତ କରାଯାଇପାରିବ। କାରଣ ଏହି ଦୁଇ ଦେଶ ମଧ୍ୟରେ ସଂପାଦିତ ପ୍ରତ୍ୟର୍ପଣ ଚୁକ୍ତିର ସର୍ତ୍ତାନୁଯାୟୀ ଯଦି ସଂପୃକ୍ତ କୌଣସି ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ନିଜ ଦେଶରେ ଆପରାଧିକ ମାମଲା ଥାଏ, ତେବେ ତା’ର ବିଚାର ସମାପ୍ତ ନ ହେବା ପର୍ଯ୍ୟନ୍ତ ପ୍ରତ୍ୟର୍ପଣ ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ସନ୍ଦେହୀମାନେ କହିଥାଆନ୍ତି ଯେ ଆମେରିକୀୟ ପୁଲିସଙ୍କ ଦ୍ବାରା ବିକାଶ ଯାଦବର ଜେରା କାଳେ ଅତ୍ୟନ୍ତ ଅପ୍ରୀତିକର ତଥ୍ୟମାନ ପ୍ରକାଶ୍ୟ କରିଦେବ, ସେହି ଆଶଙ୍କାରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସେମାନଙ୍କ ମତରେ, ୨୦୨୩ ମସିହାରେ ଖଲିସ୍ତାନ ସମର୍ଥକ କାନାଡୀୟ ନାଗରିକ ହରଦୀପ ସିଂହ ନିଜ୍ଜରର ହତ୍ୟା ଘଟଣାରେ କାନାଡା ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କ ଉପରେ ଦୋଷାରୋପ କରାଯାଇଥିଲେ ହେଁ ସେ ସମୟରେ ପ୍ରାମାଣିକ ଦସ୍ତାବେଜ ଅଭାବରେ ଅଗତ୍ୟା କାନାଡା ସରକାର ରକ୍ଷାତ୍ମକ ମୁଦ୍ରାକୁ ଚାଲି ଆସିଥିଲେ। କିନ୍ତୁ, ବର୍ତ୍ତମାନ ଆମେରିକା ନିକଟରେ ଉପଲବ୍ଧ ପ୍ରାମାଣିକ ସୂଚନା ଅନୁସାରେ କୁଆଡ଼େ ନିଜ୍ଜର ହତ୍ୟାରେ ଭାରତର ସଂପୃକ୍ତି ସ୍ପଷ୍ଟ। ନିଖିଳ ଗୁପ୍ତା ଦ୍ବାରା ଅବାଧ ଦୋଷ ସ୍ବୀକାର ସଂଦର୍ଭରେ ଏହି ପକ୍ଷର ମତ କହିଥାଏ ଯେ ଅକାଟ୍ୟ ପ୍ରମାଣ ହେତୁ ସୁନିଶ୍ଚିତ ଦଣ୍ଡର କଠୋରତାକୁ ଲାଘବ କରିବା ସକାଶେ ଏହା ଏକ ପ୍ରଚେଷ୍ଟା ମାତ୍ର! ତେବେ, ଏଭଳି ବ୍ୟାଖ୍ୟାନ ଯଦିଓ ବିଶ୍ବାସଯୋଗ୍ୟ ଭଳି ମନେ ହୋଇଥାଏ, ଆଉ ଏକ ଦୃଷ୍ଟିରୁ ଦିଶିଥାଏ ଯେ ଏହା ଭାରତ ବିରୋଧୀ ଏକ ଗଭୀର ଚକ୍ରାନ୍ତ ହୋଇଥିବା ବିଚିତ୍ର ନୁହେଁ!
Viksit Bharat 2047: ସମଗ୍ର ବିଶ୍ୱରେ ଡିଜିଟାଲ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି: ଅଖିଳ କୁମାର ମିଶ୍ର
ତେବେ, ଚକ୍ରାନ୍ତର ଉଦ୍ଦେଶ୍ୟ କ’ଣ? ଉଦ୍ଦେଶ୍ୟ ହୁଏତ ଭାରତର ରଣନୈତିକ ସ୍ବାଧୀନତାକୁ ପ୍ରତିହତ କରିବା, ଯାହା ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରେକ୍ଷାପଟରେ ଆମେରିକା ଦ୍ବାରା ଜାରି ରୁଷିଆ ବିରୋଧୀ ବାସନ୍ଦାଦେଶକୁ ଭାରତର ଅବମାନନାରେ ପରିଦୃଷ୍ଟ ହୋଇଥିଲା। ତେବେ, ମଞ୍ଚ ପ୍ରସ୍ତୁତ ହେବ କିପରି? ୨୦୨୪ ମସିହା ଏପ୍ରିଲ ମାସ ୪ ତାରିଖରେ ‘ଦ ଗାର୍ଡିଆନ’ରେ ପ୍ରକାଶିତ ଏକ ସୁବିସ୍ତୃତ ଆଲେଖ୍ୟରେ କୁହାଯାଇଥିଲା ଯେ, ୨୦୨୦ ମସିହା ପର ଠାରୁ ସେ ଯାବତ୍, ଭାରତ ବିରୋଧୀ ବିଚ୍ଛିନ୍ନତାବାଦ ଓ ସଂତ୍ରାସବାଦରେ ଲିପ୍ତ ଅନ୍ତତଃ ୨୦ ଜଣ ପାକିସ୍ତାନୀଙ୍କୁ ସେମାନଙ୍କ ନିଜ ଦେଶରେ ହତ୍ୟା କରାଗଲାଣି ଏବଂ ଭାରତୀୟ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ କେତେକ ଅଧିକାରୀଙ୍କ ସହିତ ବାର୍ତ୍ତାଳାପକୁ ଭିତ୍ତି କରି ଏକ ବ୍ୟାଖ୍ୟାନକୁ ପରିପୁଷ୍ଟ କରାଯାଇଥିଲା ଯେ ଭାରତ ସରକାରଙ୍କ ଇଙ୍ଗିତରେ ଏଭଳି କାର୍ଯ୍ୟମାନ କରାଯାଉଛି। କିନ୍ତୁ ପ୍ରଥମ କଥା ହେଲା, ସି.ଆଇ.ଏ. ବା କେ.ଜି.ବି. ବା ମୋସାଡ ଅଥବା ଆଇ.ଏସ.ଆଇ. ଭଳି ସରକାରୀ ଗୁଇନ୍ଦା ସଂସ୍ଥାଗୁଡ଼ିକ ବିଦେଶ ଭୂମିରେ ଶତ୍ରୁମନସ୍କ ବ୍ୟକ୍ତିମାନଙ୍କୁ ନିପାତ କରୁଥିବା ସୁବିଦିତ ହୋଇଥିଲେ ହେଁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’(ରିସର୍ଚ ଏଣ୍ଡ ଆନାଲିସିସ ୱିଙ୍ଗ) ପାରଂପରିକ ଭାବେ ଏଭଳି କାର୍ଯ୍ୟରେ ବ୍ୟାପୃତ ହୋଇ ନ ଥାଏ। ଦ୍ବିତୀୟତଃ, ଯଦିବା ଏହା ସତ୍ୟ ବୋଲି ଧରି ନିଆଯାଏ, ତେବେ ବିଶ୍ବାସ କରିବା କଷ୍ଟକର ହୋଇଥାଏ ଯେ ଆମେରିକାର ଭୂମିରେ ଜଣେ ଆମେରିକୀୟକୁ ହତ୍ୟା କରିବା ଭଳି ସାର୍ବଭୌମତ୍ବ ଉଲ୍ଲଂଘନକାରୀ ଅତ୍ୟନ୍ତ ଗର୍ହିତ ଓ ସ୍ପର୍ଶକାତର କାର୍ଯ୍ୟକୁ ‘ର’ ଭଳି ଏକ ପେସାଦାର ଓ ବିଚକ୍ଷଣ ସଂସ୍ଥା ଏକ ଅର୍ବାଚୀନସୁଲଭ ଖାମଖିଆଲି ଢଙ୍ଗରେ ସଂପନ୍ନ କରିବାକୁ ଚାହିଁବ; ଅର୍ଥାତ୍ ଭଡ଼ାଟିଆ ଆତତାୟୀଙ୍କୁ ନିୟୋଜିତ କରିବ, ଅତ୍ୟନ୍ତ ଗୋପନୀୟ ତଥ୍ୟ, ସୂଚନା, ବାର୍ତ୍ତା ଓ ଭିଡିଓମାନର ସଂଚାରଣ ହ୍ବାଟ୍ସଆପ ମାଧ୍ୟମରେ କରିବାର ଧୃଷ୍ଟତା ପ୍ରଦର୍ଶନ କରିବ। ସୁତରାଂ, ଏହା କୌଣସି ଅଣସରକାରୀ ସଂଗଠନ ଦ୍ବାରା ଆୟୋଜିତ ହେଉଥିବା ମଧ୍ୟ ସମ୍ଭବ; ଏବଂ ଏଭଳି କାର୍ଯ୍ୟ ସକାଶେ ଅର୍ଥର ସ୍ରୋତ ମଧ୍ୟ ଏକ ସମସ୍ୟା ହୋଇ ନ ପାରେ! ଏହି ପରିପ୍ରେକ୍ଷୀରେ ରୁଷିଆର ପ୍ରାଇଭେଟ(ଅଣସରକାରୀ) ସାମରିକ ବାହିନୀ ‘ଦ ୱାଗନର ଗ୍ରୁପ’ ଦ୍ରଷ୍ଟବ୍ୟ। ସୁତରାଂ, ବିକାଶ ଯାଦବ ହୁଏତ ହୋଇଥିବ ସେଭଳି କୌଣସି ଏକ ଉଦ୍ୟମ ଶିକୁଳିର ଗୋଟିଏ କଡ଼ି, ଯାହାକୁ ଆମେରିକାର ସ୍ବାର୍ଥରେ ସଯତ୍ନ ଅମଳ କରିବା ଲାଗି ନିଖିଳ ଗୁପ୍ତାର ଆବିର୍ଭାବ ଘଟିଥିବ ଆମେରିକା ଦ୍ବାରା ନିଯୁକ୍ତ ଜଣେ ‘ଡବଲ ଏଜେଣ୍ଟ’ ରୂପେ। ବିଚ୍ଛିନ୍ନତାବାଦୀ ଓ ସଂତ୍ରାସବାଦୀମାନଙ୍କ ହତ୍ୟା କାର୍ଯ୍ୟକ୍ରମର ପରିସରକୁ କାନାଡା ଓ ଆମେରିକାକୁ ସଂପ୍ରସାରିତ କରିବାକୁ ପ୍ରୋତ୍ସାହନ ଦେବାରେ ନିଖିଳ ତା’ର ଭୂମିକା ନିର୍ବାହ କରିଥିବ ଏବଂ କଥିତ ଆତତାୟୀ ରୂପରେ ଜଣେ ଛଦ୍ମବେଶୀ ଆମେରିକୀ ଗୁଇନ୍ଦା ଏଜେଣ୍ଟ ମାର୍ଫତରେ ସମସ୍ତ ତଥ୍ୟ ଓ ସୂଚନା ଠୁଳ କରିବାର ସୁଯୋଗ ସୃଷ୍ଟି କରିଥିବ। ଏହା ହିଁ ଚକ୍ରାନ୍ତ, ଯାହାର ଉଦ୍ଦେଶ୍ୟ ହେଉଛି ଏଭଳି ସ୍ଥିତିରେ ଅପ୍ରସ୍ତୁତ ଭାରତ ସରକାରଙ୍କୁ ଆୟତ୍ତକୁ ଆଣିବା। ଏଭଳି ମତଧାରୀମାନେ କହନ୍ତି ଯେ ନିକଟରେ ସଂପାଦିତ ହୋଇଥିବା ବାଣିଜ୍ୟ ଚୁକ୍ତିରେ ଭାରତ ସରକାର ଆୟତ୍ତାଧୀନ ହୋଇଥିବା ଭଳି ଦିଶନ୍ତି। ସେମାନଙ୍କ ଧାରଣାରେ ଏହି ପ୍ରକରଣରେ ନିହିତ ଥିବା ଆମେରିକୀ ଅଭିସନ୍ଧି ନେଇ ସନ୍ଦେହ ଦୂର କରିବାକୁ ନିଖିଳ ଗୁପ୍ତା ଭଳି ଜଣେ ‘ଡବଲ ଏଜେଣ୍ଟ’ର ସ୍ବୀକାରୋକ୍ତିି କେବଳ ଏକ ଔପଚାରିକତା ମାତ୍ର ହୋଇପାରେ! ପ୍ରକୃତରେ ସେ ହେଉଛି ଆମେରିକାର ହାତବାରିସି!
PMGSY: ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ; ଛୋଟ ବ୍ରିଜ୍ ଉପରେ ବଡ଼ ଗର୍ତ୍ତସ୍ଥୂଳ ପରିଚୟର ଆବରଣ ତଳେ ଡବଲ ଏଜେଣ୍ଟମାନଙ୍କ ସୂକ୍ଷ୍ମ ବିଶ୍ବାସଘାତକତା କିଭଳି ଏକ ପକ୍ଷକୁ ଆୟତ୍ତାଧୀନ କରିପାରେ, ତା’ର ପ୍ରାଚୀନତମ ଦୃଷ୍ଟାନ୍ତ ମିଳିଥିଲା ଖ୍ରୀଷ୍ଟପୂର୍ବ ୫୧୪ ଆଡ଼କୁ, ଜୋପାଇରସଙ୍କ କାର୍ଯ୍ୟରେ। ହେରୋଡୋଟସଙ୍କ ପ୍ରାଚୀନ ପୃଥିବୀର ଇତିହାସରେ ବର୍ଣ୍ଣିତ ଅଛି କିଭଳି ପର୍ସୀୟ ରାଜା ଡାରିଅସଙ୍କ ପକ୍ଷରୁ ଜୋପାଇରସ ଜଣେ ଡବଲ ଏଜେଣ୍ଟ ରୂପେ ଶତ୍ରୁ ପକ୍ଷ ବେବିଲୋନ ନଗରୀରେ ପ୍ରବେଶ କରିଥିଲେ। ନିଜକୁ କ୍ଷତବିକ୍ଷତ କରି ଜୋପାଇରସ ଦର୍ଶାଇଥିଲେ ଯେ ତାହା ଡାରିଅସଙ୍କ କ୍ରୂରତାର ନିଦର୍ଶନ। ଅବଲୀଳା କ୍ରମେ ବେବିଲୋନରେ ସେ ଏଭଳି ବିଶ୍ବାସଭାଜନ ହୋଇଯାଇଥିଲେ ଯେ ଅଚିରେ ସେନାପତି ପଦରେ ଅଧିଷ୍ଠିତ ହୋଇଥିଲେ। ତା’ ପରେ ଦିନେ ଆକ୍ରମଣ ଉନ୍ମୁଖ ଡାରିଅସଙ୍କ ପର୍ସୀୟ ସେନାଙ୍କ ପ୍ରବେଶ ଲାଗି ବେବିଲୋନର ମୁଖ୍ୟ ଦ୍ବାର ଖୋଲି େଦଇ ଜୋପାଇରସ ବିଶ୍ବାସଘାତକତାର ଅପୂର୍ବ ଦୃଷ୍ଟାନ୍ତ ରଖି ଯାଇଥିଲେ। ଏବେ ମଧ୍ୟ ସେହି ଧାରା ଅବ୍ୟାହତ ରହିଛି; କାରଣ ମନୁଷ୍ୟର ଅସରନ୍ତି କପଟାଚାରର ପଟାନ୍ତର ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)