ପ୍ରକାଶ ଥାଉ କି ସେହି ସମୟରେ ନବାଗତ ତଥା ବିଶ୍ବ ରାଜନୈତିକ କ୍ଷେତ୍ରରେ ଅପରିଚିତ ମାକ୍ରନଙ୍କୁ ତାଙ୍କ ଦେଶକୁ ଯାଇ ସାକ୍ଷାତ କରିବାରେ ପ୍ରଥମ ରାଷ୍ଟ୍ରମୁଖ୍ୟ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ। କହିବା ଅନାବଶ୍ୟକ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେହି ଗସ୍ତ, ଉଭୟଙ୍କ ମଧୢରେ ରହିଥିବା ବୟସର ପ୍ରଶସ୍ତ ବ୍ୟବଧାନକୁ ଅତିକ୍ରମ କରି ଏକ ଦୃଢ଼ ବ୍ୟକ୍ତିଗତ ସ˚ପର୍କ ଗଢ଼ି ତୋଳିଥିଲା। ସେହି ସ˚ପର୍କ ଏ ଯାବତ୍‌ ଅବ୍ୟାହତ ରହିଛି। ସୁତରା˚, ଆଶା କରିବା ଅମୂଳକ ନୁହେଁ ଯେ ବନ୍ଧୁ ମିଳନର ଏହି କ୍ଷଣ ଉଭୟଙ୍କ ସକାଶେ ମନୋଜ୍ଞ ବ୍ୟକ୍ତିଗତ ଅନୁଭୂତି ଏବ˚ ରାଷ୍ଟ୍ର ସକାଶେ ଅର୍ଥପୂର୍ଣ୍ଣ ରଣନୈତିକ ସ˚ପର୍କର ଅବସର ସୃଷ୍ଟି କରିବ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଳିତ ଫ୍ରାନ୍‌ସ ଗସ୍ତ ଏକାଧିକ କାରଣରୁ ଗୁରୁତ୍ବପୂର୍ଣ୍ଣ; ଯେଉଁ ପରିପ୍ରେକ୍ଷୀରେ ଏହି ରାଷ୍ଟ୍ର ଦ୍ବୟ ମଧୢରେ ରହି ଆସିଥିବା, ସମୟ ଦ୍ବାରା ପରୀକ୍ଷିତ ଏବ˚ ଉତ୍ତୀର୍ଣ୍ଣ, ଏକ ସୁକୋମଳ ମୈତ୍ରୀ ସମ୍ବନ୍ଧ ଏବଂ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ମଧୢରେ ବିଦ୍ୟମାନ ବ୍ୟକ୍ତିଗତ ବନ୍ଧୁତାକୁ ନେଇ ଚର୍ଚ୍ଚାମାନ ଶୁଣିବାକୁ ମିଳୁଛି। ପ୍ରକାଶ ଥାଉ କି ଫ୍ରାନ୍‌ସରେ ବାସ୍ତିଲ ଦିବସ ପାଳନ ଉପଲକ୍ଷେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରଣ କରାଯିବା ତାଙ୍କ ସକାଶେ ଏକ ଅତ୍ୟନ୍ତ ବିରଳ ସମ୍ମାନ ଭାବେ ପରିଗଣିତ ହୋଇଥାଏ, ଯେଉଁ କାରଣରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଆହୁରି ଅଧିକ ଉଜ୍ଜ୍ବଳତା ଲାଭ କରିଛି। ଏଭଳି ଏକ ଅବସରକୁ ବିରଳ ବୋଲି କହିବାର କାରଣ ହେଲା ଫ୍ରାନ୍‌ସର ଏହି ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ରାଷ୍ଟ୍ରୀୟ ଦିବସଟି ପ୍ରତି ବର୍ଷ ପାଳିତ ହୋଇ ନ ଥାଏ; ସୁତରା˚, ଏହାର ପାଳନ ଏବ˚ ସେହି ଅବସରରେ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ଆତିଥ୍ୟ ପ୍ରଦାନ କରାଯାଇ ଫ୍ରାନ୍‌ସ ପକ୍ଷରୁ ସେହି ରାଷ୍ଟ୍ର ସହିତ ବନ୍ଧୁତ୍ବର ପରିମାର୍ଜନ ଏବ˚ ସ˚ପର୍କ ଦୃଢ଼ୀକରଣର ଏକ ଆଗ୍ରହ ପ୍ରକାଶ କରାଯାଇଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ପ୍ରତିଦ୍ବନ୍ଦ୍ବୀ ଭାବେ ଚୀନର ଆବିର୍ଭାବ, ଅନେକ କ୍ଷେତ୍ରରେ ଆମେରିକୀୟ ପ୍ରଭୁତ୍ବରେ ଅବକ୍ଷୟ, କୋଭିଡ୍‌ ମହାମାରୀର ଭୟାବହ ପରିଣତି, ୟୁକ୍ରେନ-ରୁଷିଆ ମଧୢରେ ଚାଲିଥିବା ଦୀର୍ଘ ସମର ଏବ˚ ଇସଲାମୀ ଆତଙ୍କବାଦ ଇତ୍ୟାଦି ଭଳି କାରଣରୁ ସ˚ପ୍ରତି ଆନ୍ତର୍ଜାତିକ ସ˚ପର୍କରେ ନୂତନ ସମୀକରଣ, ପ୍ରଭାବର ନୂତନ ବଳୟ ଏବ˚ ନୂତନ ରଣନୈତିକ ମେଣ୍ଟମାନ ପରିଦୃଷ୍ଟ ହେବାରେ ଲାଗିଛି। ତା ସତ୍ତ୍ବେ ଫ୍ରାନ୍‌ସ ଓ ଭାରତ ମଧୢସ୍ଥ ସ˚ପର୍କ ପ୍ରାୟ ଅପରିବର୍ତ୍ତନୀୟ ତଥା ଏଭଳି ଘନଘଟାର ଊର୍ଦ୍ଧ୍ବରେ ରହି ଆସିଛି। ଏକ ପ୍ରକୃତ ବନ୍ଧୁ ଭଳି ଫ୍ରାନ୍‌ସ କିଭଳି ସ˚କଟ ସମୟରେ ଭାରତ ସହିତ ଛିଡ଼ା ହୋଇଛି, ତାହାର କେତେକ ଦୃଷ୍ଟାନ୍ତ ମଧୢରୁ ଗୋଟିଏ ହେଲା ୧୯୯୮ ମସିହାରେ ଭାରତର ଦ୍ବିତୀୟ ଆଣବିକ ପରୀକ୍ଷଣ ପରେ ଆମେରିକା ନେତୃତ୍ବରେ ଲାଗୁ ହୋଇଥିବା ଏକ କଠୋର ଆନ୍ତର୍ଜାତିକ ବାସନ୍ଦକୁ ଫ୍ରାନ୍‌ସ ଅମାନ୍ୟ କରିଥିଲା; ଯେଉଁ ସମୟରେ ଭାରତର ଅନ୍ୟ ଏକ ବନ୍ଧୁ ରାଷ୍ଟ୍ର ଅଷ୍ଟ୍ରେଲିଆ ସେଭଳି ବିବେଚନାଗତ ସ୍ବାତନ୍ତ୍ର୍ୟ ଏବ˚ ବନ୍ଧୁସୁଲଭ ଆଚରଣ ପ୍ରଦର୍ଶନ କରି ପାରି ନ ଥିଲା। ଦ୍ବିତୀୟ ଥର ଲାଗି ଫରାସୀ ମିତ୍ରତାର ନିଦର୍ଶନ ମିଳିଥିଲା ୨୦୧୯ ମସିହା ଅଗଷ୍ଟ ମାସରେ, ଯେତେବେଳେ ଭାରତ ସରକାରଙ୍କ ଦ୍ବାରା ଧାରା ୩୭୦ର ବିଲୟ ସହିତ ଜାମ୍ମୁ-କାଶ୍ମୀର ଲାଭ କରି ଆସିଥିବା ସ୍ବତନ୍ତ୍ର ମାନ୍ୟତାର ପ୍ରତ୍ୟାହାର ଭଳି ପ୍ରସଙ୍ଗ ବିଶ୍ବ ସମୁଦାୟରେ ଏକ ଆଲୋଡ଼ନ, ବ୍ୟାପକ ବିତର୍କ ଏବ˚ ଅନେକତ୍ର ଭାରତ ବିରୋଧୀ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସେହିଭଳି ଆଉ ଏକ ଘଟଣା, ଯାହା ବର୍ତ୍ତମାନ ହୁଏ’ତ ପଶ୍ଚାତ୍‌ଦୃଷ୍ଟିରେ କେତେକା˚ଶରେ ଅନୈତିକ ମନେ ହୋଇପାରେ, ତଥାପି ସ୍ମରଣ ନ କରି ରହି ହୁଏନାହିଁ ଯେ ଇନ୍ଦିରା ଗାନ୍ଧୀଙ୍କ ‘ଇମର୍ଜେନ୍‌ସି’ର ତୀବ୍ର ସମାଲୋଚକ ଭାବେ ଆମେରିକା ଏବ˚ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଭାରତକୁ ଏକ ପ୍ରକାର ଅସ୍ପୃଶ୍ୟରେ ପରିଣତ କରି ଦେଇଥିବା ବେଳେ ତତ୍କାଳୀନ ଫ୍ରାନ୍‌ସ ପ୍ରଧାନମନ୍ତ୍ରୀ ଜ୍ୟାକ୍‌ ସିରାକ୍‌ ଭାରତର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅତିଥି ହୋଇଥିଲେ। କହିବା ବାହୁଲ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଉପରୋକ୍ତ ସୁମଧୁର କ୍ଷଣଗୁଡ଼ିକୁ ପୁନର୍ବାର ଉଜ୍ଜୀବିତ କରିବାରେ ସହାୟକ ହୋଇଛି।
ତେବେ, ଏହା ମଧୢ ସତ୍ୟ ଯେ କେବଳ ବନ୍ଧୁତାର ଆବେଗ ନୁହେଁ; ମହାକାଶ ବିଜ୍ଞାନ, ଆଣବିକ ପ୍ରଯୁକ୍ତି ତଥା ସାମରିକ ଜ୍ଞାନ-କୌଶଳ ଭଳି କ୍ଷେତ୍ରରେ ଫ୍ରାନ୍‌ସକୁ ଭାରତର ଏକ ଗୁରୁତ୍ବପୂର୍ଣ୍ଣ, ସ୍ଥିର ଓ ଅକୁଣ୍ଠ ରଣନୈତିକ ପାର୍ଟନର ଭାବେ ଦେଖିବାକୁ ମିଳିଥାଏ। ପ୍ରକାଶ ଥାଉ କି ଉପଗ୍ରହ ନିର୍ମାଣ ଏବ˚ ପ୍ରେରଣ କ୍ଷେତ୍ରରେ ଆଦ୍ୟ ଫରାସୀ ସହଯୋଗ ଭାରତକୁ ସେ ଦିଗରେ ବିକଶିତ ଓ ଆତ୍ମନିର୍ଭରଶୀଳ କରିଛି। ଏବଂ ସେହି କାରଣରୁ ମହାକାଶ ଗବେଷଣା କ୍ଷେତ୍ରରେ ଅନ୍ୟାନ୍ୟ ବିରଳ କୀର୍ତ୍ତିମାନ ସ୍ଥାପନ କରିବା ସହିତ ଭାରତ ଏଭଳି ସାମର୍ଥ୍ୟ ବହନକାରୀ ମାତ୍ର ଛଅଟି ରାଷ୍ଟ୍ରଙ୍କ ଏକ ସ˚ଭ୍ରାନ୍ତ କ୍ଲବ୍‌ରେ ସାମିଲ ହୋଇପାରିଛି। ସେହି ଭଳି ଆଣବିକ ରିଆକ୍ଟର ନିର୍ମାଣ ସ˚ଦର୍ଭରେ ଫ୍ରାନ୍‌ସ ଦ୍ବାରା ବୈଷୟିକ ଜ୍ଞାନର ଅକାତର ହସ୍ତାନ୍ତରଣ ମଧୢ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ। ପ୍ରକାଶ ଥାଉ କି ପଞ୍ଚମ ଦଶକରୁ ‘ଓରେଗନ୍‌’, ‘ମିଷ୍ଟିଅର’, ‘ମିରୋଜ୍‌’ ଏବ˚ ‘ରାଫେଲ’ ଦେଇ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଆକାଶବାହିନୀ ଫରାସୀ ଯୁଦ୍ଧ ବିମାନ ଏବ˚ ପ୍ରଯୁକ୍ତି ଦ୍ବାରା ପରିପୁଷ୍ଟ ହୋଇଛି। କେବଳ ସେତିକି ନୁହେଁ, ଭାରତୀୟ ବିମାନବାହିନୀର ପ୍ରାୟ ସମସ୍ତ ହେଲିକପ୍‌ଟରର ପ୍ରାଣ ହେଉଛି ଫ୍ରାନ୍‌ସ ଜ୍ଞାନ କୌଶଳରେ ନିର୍ମିତ ଇ˚ଜିନ। ପ୍ରଧାନମନ୍ତ୍ରୀଙ୍କ ଚଳିତ ଫ୍ରାନ୍‌ସ ଗସ୍ତ କାଳରେ ମଧୢ ରାଫେଲ ଯୁଦ୍ଧବିମାନ, ସ୍କର୍ପିଅନ ବୁଡ଼ାଜାହାଜ ଏବ˚ ‘ଆମ୍‌କା’ ଜେଟ୍‌ ଇ˚ଜିନ ଆଦିର କ୍ରୟ ଏବ˚ ଜ୍ଞାନକୌଶଳ ହସ୍ତାନ୍ତରଣ ସ˚ପର୍କିତ ରାଜିନାମାମାନ ସ୍ବାକ୍ଷରିତ ହେବ; ଯାହା ଏହି ସ˚ପର୍କର ପରିସରକୁ ଆହୁରି ସ˚ପ୍ରସାରିତ କରିବ।
ଅନେକ ବିଶେଷଜ୍ଞଙ୍କ ମତରେ ଇମାନୁଏଲ୍‌ ମାକ୍ରନଙ୍କ ଫ୍ରାନ୍‌ସ ଏବ˚ ନରେନ୍ଦ୍ର ମୋଦୀଙ୍କ ଭାରତ ଯେଉଁ ଗୋଟିଏ ବିଶେଷ କାରଣରୁ ପରସ୍ପରର ଅଧିକ ନିକଟବର୍ତ୍ତୀ ହୋଇ ପାରିଛନ୍ତି, ତାହା ହେଲା ଉଭୟ ନେତା ପ୍ରଦର୍ଶନ କରୁଥିବା ବୈଚାରିକ ସ୍ବାଧୀନତା। ଏ କଥା ସତ ଯେ ‘ମୁକ୍ତ ବିଚାର’ର ଆଗ୍ରହ ଫ୍ରାନ୍‌ସର ଡି.ଏନ୍‌.ଏ.ରେ ବିଦ୍ୟମାନ, ଯାହା ଅନେକ ମୌଳିକ ରାଜନୈତିକ ଓ ଦାର୍ଶନିକ ତତ୍ତ୍ବକୁ ଜନ୍ମ ଦେଇଛି ଏବ˚ କଳା ଓ ସ˚ସ୍କୃତିରେ ଅନେକ ‘ଇଜମ’ ବା ‘ବାଦ’କୁ ସୃଷ୍ଟି କରିଛି। ସେହି ଦୃଷ୍ଟିରୁ ଫ୍ରାନ୍‌ସ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ରଙ୍କ ଭଳି ଏକାନ୍ତ ଆମେରିକା ଆନୁଗତ୍ୟ ପ୍ରକାଶ କରି ନ ଥାଏ; ସେହି ପରିପ୍ରେକ୍ଷୀରେ ଅତ୍ୟନ୍ତ ସ୍ପଷ୍ଟବାଦୀ ଇମାନୁଏଲ୍‌ ମାକ୍ରନଙ୍କ ‘ନାଟୋ’ ସମ୍ବନ୍ଧୀୟ ଏକ ମନ୍ତବ୍ୟ ଯେ ଏହା ଏକ ‘ମସ୍ତିଷ୍କ-ମୃତ’ ସ˚ଗଠନ ବେଶ୍‌ ପ୍ରଣିଧାନଯୋଗ୍ୟ, ଯାହା ଆମେରିକା ଲାଗି ଅସ୍ବସ୍ତିକର ହୋଇଥିବା ସ୍ବାଭାବିକ। ସେହିଭଳି ସ˚ପ୍ରତି ୟୁକ୍ରେନ-ରୁଷିଆ ଯୁଦ୍ଧ ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ରୁଷିଆ ବିପକ୍ଷରେ ଜାରି ବାସନ୍ଦକୁ ଭାରତ ଦ୍ବାରା ଅମାନ୍ୟ ମଧୢ ଏକ ବୈଚାରିକ ସ୍ବାତନ୍ତ୍ର୍ୟକୁ ପ୍ରଦର୍ଶନ କରିଥାଏ, ଯାହାର ସାରା˚ଶ ହେଲା କୌଣସି ରାଷ୍ଟ୍ର ସକାଶେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ କେବଳ ସେହି ରାଷ୍ଟ୍ର ତଥା ତା’ର ନାଗରିକଙ୍କ ହିତ। ଏହି କାରଣରୁ ଭାରତ ଯଦିଓ କେତେକ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଆପତ୍ତିର ଶରବ୍ୟ ହୋଇଛି, ଫ୍ରାନ୍‌ସ ନିରବ ରହି ସ୍ବତନ୍ତ୍ର ବିଚାର ପ୍ରକାଶର ଅଧିକାରକୁ ସମର୍ଥନ ଜ୍ଞାପନ କରିଛି। ସେହି ଦୃଷ୍ଟିରୁ ଫ୍ରାନ୍‌ସ ଯେ ଏକ ସ୍ବାଧୀନ ରଣନୈତିକ ଆଭିମୁଖ୍ୟ ପ୍ରଦର୍ଶନ କରେ, ତାହା ହୃଦ୍‌ବୋଧ କରିହୁଏ। ସେହିଭଳି ମାତ୍ର କିଛି ଦିନ ତଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଯୁଦ୍ଧାସ୍ତ୍ର କ୍ରୟ ତଥା ଅତ୍ୟାଧୁନିକ ଯୁଦ୍ଧ ବିମାନ ଇ˚ଜିନର ପ୍ରଯୁକ୍ତି ହସ୍ତାନ୍ତରଣ ସମ୍ବନ୍ଧୀୟ ଚୁକ୍ତି ସ˚ପାଦନ କରିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଫ୍ରାନ୍‌ସ ଗସ୍ତ କରିବା ଏବ˚ ସମାନ କ୍ଷେତ୍ରରେ ଓ ପ୍ରାୟ ସମାନ ଧରଣର ଚୁକ୍ତି ସ˚ପାଦନ କରିବା ମଧୢ ଭାରତର ସ୍ବାଧୀନ ରଣନୈତିକ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି; ଯାହା ଏକ ଇଙ୍ଗିତ ଯେ ଭାରତ କେବଳ ଆମେରିକା ଅନୁଗତ ହେ‌ାଇ ରହି ନ ପାରେ! ସେହି ଦୃଷ୍ଟିରୁ ମୁକ୍ତ ବିଚାରଧାରା ସ˚ପନ୍ନ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମିଳନ ଦ୍ବି-ପାକ୍ଷିକ ସ˚ପର୍କରେ ନୂତନ ଦିଗନ୍ତମାନ ଉନ୍ମୋଚନ କରିବାର ସମ୍ଭାବନା ସୃଷ୍ଟି କରିଥାଏ।
ଏହି ପରିପ୍ରେକ୍ଷୀରେ ଫ୍ରାନ୍‌ସରେ ଅବସ୍ଥାପିତ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ମୋହନ କୁମାରଙ୍କ ଏକ ଅନୁଭୂତି ପ୍ରାସଙ୍ଗିକ। ୨୦୧୭ ମସିହାରେ ଫ୍ରାନ୍‌ସରୁ ବିଦାୟ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଏକ ବାର୍ତ୍ତା ଆସେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍‌ସ ଗସ୍ତ କରି ସଦ୍ୟ ନିର୍ବାଚିତ ଯୁବ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନଙ୍କୁ ଭଲ ଭାବେ ଜାଣିବାକୁ ଇଚ୍ଛୁକ। ପ୍ରକାଶ ଥାଉ କି ସେହି ସମୟରେ ନବାଗତ ତଥା ବିଶ୍ବ ରାଜନୈତିକ କ୍ଷେତ୍ରରେ ଅପରିଚିତ ମାକ୍ରନଙ୍କୁ ତାଙ୍କ ଦେଶକୁ ଯାଇ ସାକ୍ଷାତ କରିବାରେ ପ୍ରଥମ ରାଷ୍ଟ୍ରମୁଖ୍ୟ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ। କହିବା ଅନାବଶ୍ୟକ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେହି ଗସ୍ତ, ଉଭୟଙ୍କ ମଧୢରେ ରହିଥିବା ବୟସର ପ୍ରଶସ୍ତ ବ୍ୟବଧାନକୁ ଅତିକ୍ରମ କରି ଏକ ଦୃଢ଼ ବ୍ୟକ୍ତିଗତ ସ˚ପର୍କ ଗଢ଼ି ତୋଳିଥିଲା। ସେହି ସ˚ପର୍କ ଏ ଯାବତ୍‌ ଅବ୍ୟାହତ ରହିଛି। ସୁତରା˚, ଆଶା କରିବା ଅମୂଳକ ନୁହେଁ ଯେ ବନ୍ଧୁ ମିଳନର ଏହି କ୍ଷଣ ଉଭୟଙ୍କ ସକାଶେ ମନୋଜ୍ଞ ବ୍ୟକ୍ତିଗତ ଅନୁଭୂତି ଏବ˚ ରାଷ୍ଟ୍ର ସକାଶେ ଅର୍ଥପୂର୍ଣ୍ଣ ରଣନୈତିକ ସ˚ପର୍କର ଅବସର ସୃଷ୍ଟି କରିବ।