ଚକ୍‌ ଦେ କ୍ଷଣ

ଏହା ଜଣାଶୁଣା ଯେ କ୍ରିକେଟ୍‌ ଏକ ରଣନୀତି ଓ ରଣକୌଶଳ ପର୍ଯ୍ୟବସିତ କ୍ରୀଡ଼ା। ପୂର୍ବେ କ୍ରି‌େକଟ୍‌ ଖେଳାଳିମାନେ ପଡ଼ିଆରେ ଓ ଅବସର ସମୟରେ ଭିଡିଓ ମାଧ୍ୟମରେ ପ୍ରତିପକ୍ଷ ଖେଳାଳିମାନଙ୍କ ଖେଳକୁ ଅନୁଧ୍ୟାନ କରି ସେମାନଙ୍କ ତ୍ରୁଟି, ଛିଦ୍ର ଓ ଦୁର୍ବଳତା ସମ୍ବନ୍ଧରେ ଜାଣିବାର ଉଦ୍ୟମ କରୁଥିଲେ, ଯଦ୍ଦ୍ବାରା ସମୁଚିତ ରଣନୀତି ପ୍ରସ୍ତୁତ କରିବା ସମ୍ଭବ! କଥିତ ଅଛି ଯେ ଅଷ୍ଟ୍ରେଲୀୟ କିଂବଦନ୍ତୀୟ ସ୍ପିନର୍‌ ସେନ୍‌ ୱାର୍ନ କୁଆଡ଼େ ଗୁଇନ୍ଦାସୁଲଭ ଅନ୍ଦାଜରେ ପ୍ରତିପକ୍ଷ ଦଳର ଖେଳାଳିମାନଙ୍କ ସହିତ ଅନୌପଚାରିକ ତଥା ବନ୍ଧୁତାପୂର୍ଣ୍ଣ କଥାବାର୍ତ୍ତା ଜରିଆରେ ସେହି ଦଳର ତାରକା ବ୍ୟାଟ୍‌ସମ୍ୟାନ୍‌ମାନଙ୍କ ଗୁଣ ଓ ଖୁଣମାନ ବିଷୟରେ ଜାଣି ନେଉଥିଲେ, ଯାହା ତାଙ୍କୁ ବୋଲିଂରେ ଅପୂର୍ବ ସଫଳତା ଦେଉଥିଲା।

ଗଲା ଶନିବାର, ଭାରତୀୟ ସମୟ ରାତି ପ୍ରାୟ ୧୧ଟା ୩୦ରେ ଏହି ଭୂଖଣ୍ଡ ବୈଦ୍ୟୁତିକ ଉଲ୍ଲାସର ଯେଉଁ ବିସ୍ଫୋରଣକୁ ଦେଖିଲା, ତାହାର କାରଣ ଥିଲା ‘ଟି-୨୦’ ବିଶ୍ବ କପ୍‌ ଫାଇନାଲ୍‌ରେ ଭାରତର ଅତ୍ୟନ୍ତ ଚମକପ୍ରଦ ବିଜୟ। ଏହା ସହିତ ଭାରତ ‘ଟି-୨୦’ ଫର୍ମାଟ୍‌ରେ ଦ୍ବିତୀୟ ଥର ସକାଶେ ବିଶ୍ବ ବିଜେତା ହେବାର ସୌଭାଗ୍ୟ ଓ ଗୌରବ ଅର୍ଜନ କଲା। ଏହି ଟୁର୍ନାମେଣ୍ଟର ପ୍ରାରମ୍ଭରୁ ନିର୍ଣ୍ଣାୟକ ଫାଇନାଲ୍‌ ପର୍ଯ୍ୟନ୍ତ ସମସ୍ତ ନଅଟି ଯାକ ମ୍ୟାଚ୍‌ରେ ଭାରତ ଅପରାଜେୟ ରହିପାରିବା ହେଉଛି ଏହି ବିଜୟର ଏକ ଚିତ୍ତାକର୍ଷକ ବିଭାବ। ଦକ୍ଷିଣ ଆଫ୍ରିକା ମଧ୍ୟ ସମତୁଲ ଚମକ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ କେବଳ ଅନ୍ତିମ ଓ ନିର୍ଣ୍ଣାୟକ ମ୍ୟାଚରେ ପରାଜିତ ହୋଇ ଟ୍ରଫି ହାସଲ କରି ପାରିନାହିଁ; ଯେମିତି ଘଟିଥିଲା ଭାରତ ସହିତ ୨୦୨୩ ଏକଦିବସୀୟ ବିଶ୍ବକପ୍‌ ଟୁର୍ନାମେଣ୍ଟରେ, ଯହିଁରେ ନିରବଚ୍ଛିନ୍ନ ଭାବେ ୧୦ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ଫା‌ଇନାଲ୍‌ରେ ପ୍ରବେଶ କରିଥିବା ଭାରତ ଅଗତ୍ୟା ଅନ୍ତିମ ଓ ନିର୍ଣ୍ଣାୟକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇ ଯାଇଥିଲା। ଅବଶ୍ୟ, ‘ଲ’ ଅଫ୍‌ ଏଭାରେଜ୍‌’ ବା ‘ହାରାହାରି ନିୟମ’ କହିଥାଏ ଯେ ସଫଳତାର ଧାରା ଅବ୍ୟାହତ ରହିଲେ ତହିଁରେ ବିରାମ ଘଟିବାର ସମ୍ଭାବନାରେ ମଧ୍ୟ ବୃଦ୍ଧି ଘଟି ଚାଲିଥାଏ, ଯହିଁରୁ ଦକ୍ଷିଣ ଆଫ୍ରିକା ହୁଏତ ପ୍ରବୋଧନାର ସୂତ୍ରଟିଏ ପାଇପାରେ! କିନ୍ତୁ ଏହା ମଧ୍ୟ ଏକ ବାସ୍ତବତା ଯେ ଅନ୍ତିମ ଓ ଏକମାତ୍ର ପରାଜୟ ସହିତ ସଂପୂର୍ଣ୍ଣ ନିଃସ୍ବ ହୋଇଯାଉଥିବା ବେଳେ କୌଣସି ସାନ୍ତ୍ବନା ମଧ୍ୟ ଯଥେଷ୍ଟ ହୋଇ ନ ଥାଏ!
ଟିମ୍‌ ଇଣ୍ଡିଆ ପକ୍ଷରୁ ଏହି ବିଜୟକୁ ଦଳର ମୁଖ୍ୟ କୋଚ୍‌ ରାହୁଳ ଦ୍ରାବିଡ଼ଙ୍କୁ ଉତ୍ସର୍ଗ କରାଯାଇଛି। ଏକଦା ଭାରତୀୟ କ୍ରିକେଟ୍‌ର ବ୍ୟାଟିଂ ଶୃଙ୍ଖଳାରେ ଗୋଟିଏ ଅଭେଦ୍ୟ ପ୍ରାଚୀର ରୂପେ ଦଣ୍ଡାୟମାନ ହୋଇ ପ୍ରତିପକ୍ଷ ବୋଲରମାନଙ୍କୁ ୱିକେଟ୍‌ଶୂନ୍ୟତାର କ୍ଳାନ୍ତି ଦ୍ବାରା ଅବସନ୍ନ କରି ଦେଉଥିବା ରାହୁଳ ଦ୍ରାବିଡ଼ ‘ଦ ୱାଲ୍‌’ ଭାବେ ସୁଖ୍ୟାତି ଲାଭ କରିଥିଲେ ହେଁ ଏକ ବିଡ଼ମ୍ବନା ସ୍ବରୂପ ଦୁଇ ଦଶକ‌ରୁ ଅଧିକ କାଳର ପ୍ରଲମ୍ବିତ ତାଙ୍କ କ୍ୟାରିଅର୍‌ରେ ସେ କୌଣସି ବିଶ୍ବ କପ୍‌ ବିଜୟୀ ଦଳର ସଦସ୍ୟ ହୋଇପାରି ନ ଥିଲେ। ଏଭଳି ସ୍ଥଳେ ୨୦୨୩ ମସିହାର ଏକ ଦିବସୀୟ ବିଶ୍ବକପ୍‌ ଟ୍ରଫିକୁ ହାତ ପାହାନ୍ତାରୁ ଖସିଯିବା ଭଳି ଦୁର୍ଭାଗ୍ୟକୁ ଅସହାୟ ଭାବେ ଦେଖିଥିବା ‘ଟିମ୍‌ ଇଣ୍ଡିଆ’ର କୋଚ୍‌ ଦ୍ରାବିଡ଼ଙ୍କ ସକାଶେ ବର୍ତ୍ତମାନ ତାହାର ପୁନରାବୃତ୍ତି ଘଟିବା ଏକ ଭାଗ୍ୟ ବିପର୍ଯ୍ୟୟ ତୁଲ୍ୟ ହୋଇଥାଆନ୍ତା! ସୁତରାଂ, ପଡ଼ିଆ ବାହାରେ ଥିଲେ ମଧ୍ୟ ତାଙ୍କ ଦ୍ବାରା ପ୍ରଶିକ୍ଷିତ ଖେଳାଳିମାନଙ୍କ କ୍ରୀଡ଼ା ନୈପୁଣ୍ୟ ଦ୍ବାରା ଏହି ଟ୍ରଫି ହାସଲ କରିବା ତାଙ୍କ ସକାଶେ ଯେ ‘ଚକ୍‌ ଦେ ଇଣ୍ଡିଆ’ ଚଳଚ୍ଚିତ୍ରର ସେହି ଅବିସ୍ମରଣୀୟ କ୍ଷଣକୁ ଜୀବନ୍ତ କରି ତୋଳିଥିବ, ତାହା କହିବା ବାହୁଲ୍ୟ ମାତ୍ର; କାରଣ ସେହି ଚଳଚ୍ଚିତ୍ରରେ ଲୋତକାର୍ଦ୍ର ଚକ୍ଷୁ ସହିତ ଏକ ପରିପୂର୍ଣ୍ଣ କବୀର ଖାଁ (ଚଳଚ୍ଚିତ୍ରରେ ମହିଳା ହକି ଦଳର କୋଚ୍‌)ଙ୍କ ପ୍ରତିରୂପକୁ ବାସ୍ତବ ରାହୁଳ ଦ୍ରାବିଡ଼ଙ୍କ ଠାରେ ଦେଖିବାକୁ ମିଳିଥିଲା! ପ୍ରକାଶ ଥାଉ କି ୨୦୨୧ ମସିହାରେ ଦ୍ରାବିଡ଼ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକର ଦାୟିତ୍ବ ଗ୍ରହଣ କରିବା ପରେ ଦଳର କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ସହିତ ତାଙ୍କ ଯୁଗଳବନ୍ଦୀ କିଭଳି ମୂର୍ଚ୍ଛନା ସୃଷ୍ଟି କରିପାରେ, ତାହା କେବଳ ଏଠାରେ ପ୍ରଦତ୍ତ ପରିସଂଖ୍ୟାନ ଦ୍ବାରା ସ୍ପଷ୍ଟ ହୋଇପାରିବ। କାରଣ ଏହି ଦୁଇ ଜଣଙ୍କ ନେତୃତ୍ବରେ ‘ଟିମ୍‌ ଇଣ୍ଡିଆ’ ଟେଷ୍ଟ ମ୍ୟାଚ୍‌ ଫର୍ମାଟ୍‌ରେ ୬୨.୫୦ ପ୍ରତିଶତ, ଏକଦିବସୀୟ ଫର୍ମାଟ୍‌ରେ ୭୫.୫୫ ପ୍ରତିଶତ ଓ ଟି-୨୦ ଫର୍ମାଟ୍‌ରେ ୭୮.୬୮ ପ୍ରତିଶତ ମ୍ୟାଚ୍‌ରେ ବିଜୟ ଲାଭ କରିଛି।
ଏହି ଟ୍ରଫିକୁ ହୃଦୟରେ ଧାରଣ କରି ପୃଥିବୀର ସର୍ବକା‌ଳୀନ ଅଦ୍ବିତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ଅନ୍ୟତମ ବିରାଟ କୋହଲି ଟି-୨୦ ଫର୍ମାଟରୁ ଅବସର ଗ୍ରହଣ କରିବା ବିଷୟ ଘୋଷଣା କରିଛନ୍ତି। କହିବା ବାହୁଲ୍ୟ, ଏହି ବିଶ୍ବକପ୍‌ ବିଜୟ ତାଙ୍କ ସଫଳତାର ଅନବଦ୍ୟ ମୁକୁଟରେ କୋହିନୁର ସଦୃଶ ଚମକିବ। ଏହି ବିଶ୍ବକପ୍‌ ଟୁର୍ନାମେଣ୍ଟର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ନିଷ୍ପ୍ରଭ ପ୍ରଦର୍ଶନ କରିଥିବା କୋହଲି ଫାଇନାଲ୍‌ ମ୍ୟାଚ୍‌ରେ ଚମକପ୍ରଦ ୭୫ ରନ୍‌ ଦ୍ବାରା ଭାରତ ସକାଶେ ବିଜୟର ମାର୍ଗ ଉନ୍ମୋଚନ କରି ଦେଇଥିଲେ। କହିବା ବାହୁଲ୍ୟ ଯେ ବିରାଟ କୋହଲି ଉପାର୍ଜନ କରିଥିବା ୪୧୮୮ ରନ୍‌ର (ଟି-୨୦ ଫର୍ମାଟରେ) ବିଶାଳ ଭଣ୍ଡାରକୁ ଏହି ମାତ୍ର ୭୫ ରନ୍‌ ଅଧିକ ଋଦ୍ଧିମନ୍ତ କରିବ। କୋହଲିଙ୍କ ସହିତ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ଓ ଅନ୍ୟତମ ସୁଦକ୍ଷ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଏହି ଫର୍ମାଟ୍‌ର କ୍ରିକେଟ୍‌ରୁ ଅବସର ନେଇଛନ୍ତି, ଯେଉଁ ନିଷ୍ପତ୍ତି ସକାଶେ ଏହା ଠାରୁ ଅଧିକ ଉତ୍କୃଷ୍ଟ କ୍ଷଣ ସମ୍ଭବତଃ ଆଉ କିଛି ହୋଇ ନ ପାରେ! କହିବା ଅନାବଶ୍ୟକ ଯେ ସଫଳତାର ଏହି ଶ୍ରେୟରେ ସମୁଦାୟ ଦଳର ପୂର୍ଣ୍ଣ ଦାବି ରହିଛି; ଏହା ସତ୍ତ୍ବେ ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଓ ଅକ୍ଷର ପଟେଲଙ୍କ ନାମ ଆଲୋଚନା ବେଳେ ଅଗ୍ରଭାଗକୁ ଆସିଥାଏ। ଯଶପ୍ରୀତ ବୁମରାଙ୍କ ବୋଲିଂର ଶାଣକୁ ତାଙ୍କ ସୂକ୍ଷ୍ମ ବୁଦ୍ଧି କିଭଳି ଆହୁରି ପଜାଇଥାଏ, ତାହାର ଆଭାସ ମିଳିଛି ଏହି ଫାଇନାଲ୍‌ ମ୍ୟାଚ୍‌ରେ, ଯେତେବେଳେ ସେ ତାଙ୍କ ବଲ୍‌ ଦ୍ବାରା ଦକ୍ଷିଣ ଆଫ୍ରିିକୀୟ ବ୍ୟାଟ୍‌ସମ୍ୟାନ୍‌ମାନଙ୍କୁ ପବନର ବିପରୀତ ଦିଗରେ ମାରିବାକୁ ବାଧ୍ୟ କରି ଛକା ହେବାର ସମ୍ଭାବନାକୁ କ୍ଷୀଣ କରିବା ସହିତ କ୍ୟାଚ୍‌ ଉଠିବାର ସୁଯୋଗ ସୃଷ୍ଟି କରିଥିଲେ। ବୁମରା ତାଙ୍କ ଚାରି ଓଭର୍‌ରେ ମାତ୍ର ୧୮ ରନ୍‌ ଦେଇ ନେଇଛନ୍ତି ୨ଟି ୱିକେଟ୍‌ ଯହିଁରେ ଅନ୍ତର୍ଭୁକ୍ତ ବିପଜ୍ଜନକ ବ୍ୟାଟ୍‌ସମ୍ୟାନ୍‌ ହେଣ୍ଡ୍ରିକ୍‌ସ ଓ ଜାନ୍‌ସେନ୍‌। ସେମିତି ଭାରତକୁ ପ୍ରାୟ ପରାଜୟର ଦ୍ବାରଦେଶ ଆଡ଼କୁ ଘେନି ଯାଉଥିବା ହେନ୍‌ରିକ୍‌ କ୍ଲାସେନ୍‌ ଓ ଡେଭିଡ୍‌ ମିଲର୍‌ଙ୍କ ୱିକେଟ୍‌ ଅକ୍ତିିଆର କରି ପାଣ୍ଡ୍ୟା ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ପାଣ୍ଡ୍ୟାଙ୍କ ଯେଉଁ ବଲ୍‌ରେ ମିଲର୍‌ଙ୍କ ଏକ ନିଶ୍ଚିତ ଛକ୍କାକୁ ବାଉଣ୍ଡ୍ରି ଲାଇନ୍‌ ଅତିକ୍ରମ କରିଯିବାରୁ ଅଟକାଇବା ସହିତ ସୂର୍ଯ୍ୟକୁମାର ଯାଦବ ଏକ ଅତି ଦୁର୍ଲଭ କ୍ୟାଚ୍‌ ନେଇଥିଲେ, ତାହା କ୍ରିକେଟ୍‌ ଇତିହାସରେ ଏକ ଲୋକକଥା ତୁଲ୍ୟ ସ୍ମରଣୀୟ ହୋଇ ରହିଯିବ। ଏହି ୱିକେଟ୍‌ର ପତନ ସହିତ ଦକ୍ଷିଣ ଅାଫ୍ରିକାର ବିଜୟର ପଥ ଅବରୁଦ୍ଧ ହୋଇଯାଇଥିଲା। ଅକ୍ଷର ପଟେଲ ତାଙ୍କ ବୋଲିଂ ଶୃଙ୍ଖଳାରେ ଗୋଟିଏ ଓଭରରେ ଅଗତ୍ୟା ୨୪ ରନ୍‌ ‌ଦେଇ ଭାରତର ବିଜୟର ଆଶାକୁ କିଛି କ୍ଷଣ ଲାଗି ନିର୍ବାପିତ କରି ଦେଇଥିଲେ ସିନା, ପରିଶେଷରେ ଭାରତର ବିଜୟ ସହିତ ହୃଦ୍‌ବୋଧ ହୋଇଥିଲା କିଭଳି ଅକ୍ଷର କରିଥିବା ୪୭ ରନ୍‌ ଭାରତର ବିଜୟକୁ ସୁଗମ କରିଥିଲା।
ଏହା ଜଣାଶୁଣା ଯେ କ୍ରିକେଟ୍‌ ଏକ ରଣନୀତି ଓ ରଣକୌଶଳ ପର୍ଯ୍ୟବସିତ କ୍ରୀଡ଼ା। ପୂର୍ବେ କ୍ରି‌େକଟ୍‌ ଖେଳାଳିମାନେ ପଡ଼ିଆରେ ଓ ଅବସର ସମୟରେ ଭିଡିଓ ମାଧ୍ୟମରେ ପ୍ରତିପକ୍ଷ ଖେଳାଳିମାନଙ୍କ ଖେଳକୁ ଅନୁଧ୍ୟାନ କରି ସେମାନଙ୍କ ତ୍ରୁଟି, ଛିଦ୍ର ଓ ଦୁର୍ବଳତା ସମ୍ବନ୍ଧରେ ଜାଣିବାର ଉଦ୍ୟମ କରୁଥିଲେ, ଯଦ୍ଦ୍ବାରା ସମୁଚିତ ରଣନୀତି ପ୍ରସ୍ତୁତ କରିବା ସମ୍ଭବ! କଥିତ ଅଛି ଯେ ଅଷ୍ଟ୍ରେଲୀୟ କିଂବଦନ୍ତୀୟ ସ୍ପିନର୍‌ ସେନ୍‌ ୱାର୍ନ କୁଆଡ଼େ ଗୁଇନ୍ଦାସୁଲଭ ଅନ୍ଦାଜରେ ପ୍ରତିପକ୍ଷ ଦଳର ଖେଳାଳିମାନଙ୍କ ସହିତ ଅନୌପଚାରିକ ତଥା ବନ୍ଧୁତାପୂର୍ଣ୍ଣ କଥାବାର୍ତ୍ତା ଜରିଆରେ ସେହି ଦଳର ତାରକା ବ୍ୟାଟ୍‌ସମ୍ୟାନ୍‌ମାନଙ୍କ ଗୁଣ ଓ ଖୁଣମାନ ବିଷୟରେ ଜାଣି ନେଉଥିଲେ, ଯାହା ତାଙ୍କୁ ବୋଲିଂରେ ଅପୂର୍ବ ସଫଳତା ଦେଉଥିଲା। ଏବେ ମଧ୍ୟ ସେଭଳି ଉଦ୍ୟମ ବଳବତ୍ତର ରହିଥିବ; କିନ୍ତୁ ‘ଆଇ.ପି.ଏଲ୍‌.’ର ଆବିର୍ଭାବ ସହିତ ପୃଥିବୀର ସମସ୍ତ ସ୍ବନାମଧନ୍ୟ ଖେଳାଳି ଏକତ୍ର ହେବା ଏବଂ ଏପରିକି ଗୋଟିଏ ଦଳରେ ସାଥୀ ଭାବେ ଖେଳିବାର ସୁଯୋଗ ପାଉଥିବାରୁ ସେମାନେ ପରସ୍ପରକୁ ନିଜ ପାପୁଲିର ଅପରପାର୍ଶ୍ବ ଭଳି ଜାଣିବାର ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି। ପ୍ରକାଶ ଥାଉ କି ହାର୍ଦ୍ଦିକ ପାଣ୍ଡ୍ୟା‌ ଓ ଡେଭିଡ୍‌ ମିଲର୍‌ ‘ଆଇ.ପି.ଏଲ୍‌’ରେ ‘ଗୁଜରାଟ ଟାଇଟାନ୍‌ସ’ ଦଳରେ ପରସ୍ପରର ଅତ୍ୟନ୍ତ ଘନିଷ୍ଠ ହୋଇ ‌େଖଳିଛନ୍ତି। ଅନେକ ବିଶେଷଜ୍ଞଙ୍କ ମତରେ ମିଲର୍‌ଙ୍କ କୌଣସି ସୂକ୍ଷ୍ମ ଦୁର୍ବଳତା ନେଇ ପାଣ୍ଡ୍ୟାଙ୍କ ଜ୍ଞାନ ତାଙ୍କୁ ମିଲର୍‌ ‌ଭେଦ କରିବାରେ ସଫଳ କରିଥିବ! ଏବଂ ମିଲର୍‌ଙ୍କ ୱିକେଟ୍‌ର ପତନ ସହିତ ଶନିବାର ନିଶାର୍ଦ୍ଧରେ ପ୍ରତି ଭାରତୀୟଙ୍କ ‌େଶାଣିତରେ ଯେ କ୍ରିକେଟ୍‌ କଣିକାର ସ୍ତରରେ ବୃଦ୍ଧି ଘଟିଥିବ, ତାହା କହିବା ବାହୁଲ୍ୟ ମାତ୍ର!

ସମ୍ବନ୍ଧିତ ଖବର