ଏହି ସ˚ଗୀତ ରଚନା କଲା ବେଳକୁ ବିଥୋଭେନ ତାଙ୍କ ଶ୍ରବଣ ଶକ୍ତି ପ୍ରାୟ ହରାଇ ସାରିଥିଲେ। ହୁଏ’ତ ଏହା ସମ୍ଭବ ଯେ ଶୀତଳ ଚଦ୍ରାଲୋକର ପ୍ଳାବନ ଭଳି ଏକ ପ୍ରେରଣା ପ୍ରେମିକ ବିଥୋଭେନଙ୍କ ଅଚେତନର ଅନ୍ଧକାରକୁ କ୍ଷଣିଏ ଅପସାରଣ କରି ଦେଇଥିବ, ଯହିଁରୁ ସୃଷ୍ଟି ହୋଇଥିବ ଏଭଳି ଏକ ଅଲୌକିକ କୋମଳ ସ˚ଗୀତ। କହିବା ଅନାବଶ୍ୟକ ଯେ ‘ମୁନ୍ଲାଇଟ୍ ସୋନାଟା’ ବା ‘ଚନ୍ଦ୍ରାଲୋକ ସ˚ଗୀତ’ ଆଜି ପର୍ଯ୍ୟନ୍ତ ପୃଥିବୀ ବ୍ୟାପୀ ତା’ର ଅଲୌକିକ ଆବେଦନକୁ ଅମଳିନ କରି ରଖିଛି; ଏବ˚ ଚନ୍ଦ୍ରଯାନ-୩ ଅଭିଯାନର ସଫଳ ପ୍ରାରମ୍ଭ କ୍ଷଣରେ ‘ଚନ୍ଦ୍ରାଲୋକ ସ˚ଗୀତ’ର ମର୍ମସ୍ପର୍ଶୀ ମୂର୍ଚ୍ଛନା ସ୍ମରଣକୁ ଆସିଯାଇ ଆଶା ଜାଗ୍ରତ କରୁଛି ଯେ ‘ଚନ୍ଦ୍ରାଲୋକ ସ˚ଗୀତ’ ତଥା ‘ଚନ୍ଦ୍ରାଲୋକ’ ଭଳି ଏଥର ‘ଚନ୍ଦ୍ରଯାନ-୩’ର ଚନ୍ଦ୍ର ସ୍ପର୍ଶ ସ୍ନିଗ୍ଧ, କୋମଳ ଏବ˚ ମୁଲାୟମ ହେବ।
ଗଲା ୧୪ ତାରିଖରେ ଚନ୍ଦ୍ରଯାନ-୩, ତା’ର ଚନ୍ଦ୍ର ଅଭିମୁଖୀ ଯାତ୍ରା ସଫଳତାର ସହିତ ପ୍ରାରମ୍ଭ କରିସାରିଛି; ଯାହା ଆସନ୍ତା ଅଗଷ୍ଟ ମାସରେ ଚନ୍ଦ୍ର ପୃଷ୍ଠରେ ତା’ର କୋମଳ ପଦାର୍ପଣ ସହିତ ଏକ ଅନନ୍ୟ ଉପଲବ୍ଧିରେ ପରିଣତ ହେବ। ଏହି ସ୍ତମ୍ଭର ପାଠକ-ପାଠିକାମାନଙ୍କ ସ୍ମରଣରେ ଥାଇପାରେ ଯେ ଆଜିକୁ ଚାରି ବର୍ଷ ପୂର୍ବେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠ ସ୍ପର୍ଶ କରିବାର ଅବ୍ୟବହିତ ପୂର୍ବରୁ ଏକ ବୈଷୟିକ ତ୍ରୁଟି କାରଣରୁ ସଜୋରେ ପତିତ ହୋଇ ଧ୍ବ˚ସ ହୋଇଯାଇଥିଲା। ସେହି ଦୃଷ୍ଟିରୁ ଚନ୍ଦ୍ରଯାନ-୩ ସକାଶେ ଏକ କୋମଳ ବା ମୃଦୁ ଅବତରଣ ସମ୍ଭବ କରାଇବା ‘ଇସ୍ରୋ’ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ବୈଜ୍ଞାନିକମାନଙ୍କ ପାଇଁ ଏକ ଅସାଧାରଣ ସଫଳତା ରୂପେ ପରିଗଣିତ ହେବ। କହିବା ବାହୁଲ୍ୟ ଯେ ଚନ୍ଦ୍ରଯାନ-୨ରେ ପରିଦୃଷ୍ଟ ହୋଇଥିବା ତ୍ରୁଟି-ବିଚ୍ୟୁତିର ଗଭୀର ଅନୁଶୀଳନ ଓ ଚନ୍ଦ୍ରଯାନ-୩ରେ ତା’ର ନିଖୁଣ ପରିମାର୍ଜନର ନିରନ୍ଧ୍ର ଉଦ୍ୟମ ପରେ ହିଁ ତାକୁ ଭୂପୃଷ୍ଠ ପ୍ରସ୍ଥାନର ଅନୁମତି ମିଳିଛି। ଚନ୍ଦ୍ର ପୃଷ୍ଠରେ ଏକ ମହାକାଶ ଯାନର କୋମଳ ଅବତରଣ କିଭଳି ଆହ୍ବାନ ସୃଷ୍ଟି କରିଥାଏ, ତାହାର ଏକ ଧାରଣା ଏଥିରୁ ମିଳିଥାଏ ଯେ ଏ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ରୁଷିଆ ଏବ˚ ଚୀନ ଭଳି ମାତ୍ର ତିନିଟି ରାଷ୍ଟ୍ର ଏଭଳି ସାମର୍ଥ୍ୟ ହାସଲ କରି ପାରିଛନ୍ତି ଏବ˚ ସେମାନଙ୍କ ମଧୢରେ କେବଳ ଚୀନ ହିଁ ତା’ର ପ୍ରଥମ ଉଦ୍ୟମରେ ଏଥିେର ସଫଳ ହୋଇଛି।
ଏଥିରେ ସନ୍ଦେହ ନାହିଁ ଯେ ୨୦୧୯ ମସିହା ସେପ୍ଟେମ୍ବର ମାସରେ ଯେଉଁ ଭାରତୀୟମାନେ ଟେଲିଭିଜନ ସିଧା ପ୍ରସାରଣ ମାଧୢମରେ ‘ଇସ୍ରୋ’ର ପ୍ରଶସ୍ତ ପ୍ରକୋଷ୍ଠରେ କ˚ପ୍ୟୁଟର ନିମଗ୍ନ ବୈଜ୍ଞାନିକମାନଙ୍କୁ ‘ଉତ୍ସାହ ଏବ˚ ଉତ୍କଣ୍ଠା’ର ଭାବାବେଗରୁ ସହସା ଗଭୀର ବିଷାଦ ମଧୢରେ ଡୁବିଯିବା ଦେଖିଥିଲେ, ସେମାନେ ସମସ୍ତେ ସେହି କ୍ଷଣି ସମତୁଲ ଭାବେ ଏକ ସାମୂହିକ ମର୍ମଦାହର ଅନୁଭୂତି ମଧୢ ଲାଭ କରିଥିଲେ। ପ୍ରକାଶ ଥାଉ କି ସେହି କ୍ଷୁୁଦ୍ରାତିକ୍ଷୁଦ୍ର କ୍ଷଣରେ ଚନ୍ଦ୍ରଯାନ-୨ ହଠାତ୍ ଭୂପୃଷ୍ଠ ସହିତ ତା’ର ସମସ୍ତ ସ˚ପର୍କ ଛିନ୍ନ କରି ନିଃସଙ୍ଗ ଚନ୍ଦ୍ରରେ ନିରୁଦ୍ଦିଷ୍ଟ ହୋଇ ଯାଇଥିଲା। ଅବଶ୍ୟ, ସେତେବେଳକୁ ବୈଜ୍ଞାନିକମାନେ ନିଶ୍ଚିତ ହୋଇସାରିଥିଲେ ଯେ ଚନ୍ଦ୍ରଯାନର ‘ବିକ୍ରମ ଲ୍ୟାଣ୍ତର୍’ ଚନ୍ଦ୍ର ପୃଷ୍ଠ ସହିତ ଦାରୁଣ ଧକ୍କା ଖାଇ ତା’ର ସତ୍ତା ହରାଇଥିବ; କାରଣ ଯେଉଁ ଉଚ୍ଚତାରେ ଚନ୍ଦ୍ର ପୃଷ୍ଠ ସ୍ପର୍ଶ କରିବା ଲାଗି ଉଦ୍ୟତ ଯାନଟି ପ୍ରାୟ ବେଗ ଶୂନ୍ୟ ହୋଇ ଧୀର ଅବତରଣ ସକାଶେ ପ୍ରସ୍ତୁତ ହେବା କଥା, ସେହି ସମୟରେ ତା’ର ବେଗ ଥିଲା ଏକ ଅତ୍ୟୁଚ୍ଚ ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର। ତେବେ, ଏହି ଘଟଣାର ତିନି ମାସ ପରେ ଏକ ସ˚ଯୋଗ କ୍ରମେ ଚନ୍ଦ୍ରଯାନ-୨ର ଭଗ୍ନାବଶେଷଗୁଡ଼ିକର ସନ୍ଧାନ ମିଳି ଯାଇଥିଲା, ଯେତେବେଳେ ‘ନାସା’ (ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ) ଦ୍ବାରା ପ୍ରେରିତ ଏକ ‘ଲୁନାର ରିକନସାନ୍ସ ଅର୍ବିଟର’ ବା ‘ଏଲ୍.ଆର.ଓ.’ ଦ୍ବାରା ଉତ୍ତୋଳିତ ଚନ୍ଦ୍ରପୃଷ୍ଠର କେତେକ ଫଟୋ ଉପରେ ହାଲୁକା ଦୃଷ୍ଟି ନିକ୍ଷେପ କରୁଥିବା ଚେନ୍ନାଇର ମହାକାଶ ଅନିସନ୍ଧିତ୍ସୁ ଯୁବକ ଶମ୍ଭୁକା ସୁବ୍ରମଣ୍ୟମ କେତେକ ଅସ˚ଲଗ୍ନ ଏବ˚ ବିକ୍ଷିପ୍ତ ଚିଜମାନ ଠାବ କରିପାରି ସେ ସବୁ ବିଷୟରେ ଅଧିକ ଅନୁସନ୍ଧାନ ସକାଶେ ଉଭୟ ‘ଇସ୍ରୋ’ ଏବ˚ ‘ନାସା’କୁ ଅନୁରୋଧ କରିଥିଲେ। ଅନୁସନ୍ଧାନ ପରେ ସାବ୍ୟସ୍ତ ହୋଇଛି ଯେ ସେ ସବୁ ପ୍ରକୃତରେ ହେଉଛନ୍ତି ବିଧ୍ବସ୍ତ ‘ବିକ୍ରମ ଲ୍ୟାଣ୍ତର’ର ଭଙ୍ଗା ଯନ୍ତ୍ରା˚ଶ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଚନ୍ଦ୍ରଯାନ-୨ର ହତଭାଗ୍ୟ ଯାତ୍ରା ‘ଇସ୍ରୋ’ର ବୈଜ୍ଞାନିକମାନଙ୍କୁ ଅତ୍ୟନ୍ତ ସତର୍କ କରିଦେଇଥିବ। ସେହି ଦୃଷ୍ଟିରୁ ଚନ୍ଦ୍ରଯାନ-୩ର ସଫଳ ଚନ୍ଦ୍ରାବତରଣ ନେଇ ଉଚ୍ଚ ଆଶା ରଖିବା ଅଯୌକ୍ତିକ ହେବ ନାହିଁ।
ଇତି ମଧୢରେ ଚନ୍ଦ୍ରଯାନ-୩ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ଓ ତଥ୍ୟରାଜି ଏଭଳି ବ୍ୟାପକ ଭାବେ ପ୍ରକାଶିତ ଏବ˚ ପ୍ରସାରିତ ଯେ ସେ ସମ୍ବନ୍ଧରେ ଅଧିକ ଆଲୋଚନା କେବଳ ଚର୍ବିତଚର୍ବଣତା ହିଁ ହେବ। ତେବେ, କେବଳ ଏତିକି କୁହାଯାଇପାରେ ଯେ ଭାରତର ଏହି ‘ଚନ୍ଦ୍ର ଅଭିଯାନ’ଗୁଡ଼ିକ ହେଉଛନ୍ତି ଚେତନାର ଉନ୍ମେଷ କାଳରୁ ଚନ୍ଦ୍ର ସ୍ପର୍ଶ କରିବା ସକାଶେ ମାନବର ଦୁର୍ବାର ଆଗ୍ରହର ଏକ ଅ˚ଶ ମାତ୍ର, ଯଦିଓ ବର୍ତ୍ତମାନର ଅଭିଯାନଗୁଡ଼ିକରେ ଚନ୍ଦ୍ରର ରହସ୍ୟ ଭେଦ କ୍ରମରେ ବୈଜ୍ଞାନିକ ଅନୁସନ୍ଧିତ୍ସା ପ୍ରମୁଖତା ଲାଭ କରିଥାଏ। ପ୍ରାଚୀନ କାଳର ଅସ˚ଖ୍ୟ ଗଳ୍ପମାନଙ୍କରେ ବିଶାଳ ପକ୍ଷୀଙ୍କ ପୃଷ୍ଠାରୂଢ଼ ହୋଇ ବା ସ୍ବପ୍ନ ରାଜ୍ୟରେ ବିଚରଣ କରି ମନୁଷ୍ୟ ଚନ୍ଦ୍ର ପୃଷ୍ଠରେ ପଦାର୍ପଣ କରିଥିବାର ପରିକଳ୍ପନାମାନ ଦେଖିବାକୁ ମିଳିଥାଏ। ୧୮୬୫ ମସିହାରେ ଫରାସୀ ଔପନ୍ୟାସିକ ଜୁଲ ବର୍ନଙ୍କ ଉପନ୍ୟାସ ‘ଫ୍ରମ୍ ଦ ଆର୍ଥ ଟୁ ଦି ମୁନ୍’ (ପୃଥିବୀରୁ ଚନ୍ଦ୍ରକୁ)ରେ ଏକ ବିଶାଳ ତୋପ ଦ୍ବାରା ନିକ୍ଷେପିତ ହୋଇ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିବା ଦଳେ ମାନବ ଭ୍ରମଣକାରୀଙ୍କ ବିଷୟ ବର୍ଣ୍ଣିତ ହୋଇଛି। ପ୍ରକାଶ ଥାଉ କି ଊନବିଂଶ ଶତାବ୍ଦୀର ମଧୢ ଭାଗରୁ ବି˚ଶ ଶତାବ୍ଦୀର ଆଦ୍ୟ ଭାଗ ମଧୢରେ ପଦାର୍ଥ ବିଜ୍ଞାନୀ ଏବ˚ ଗଣିତଜ୍ଞମାନେ ‘ପ୍ରକ୍ଷେପଣ’ ତତ୍ତ୍ବ ଆଧାରରେ ଚନ୍ଦ୍ର ସ୍ପର୍ଶ କରିବାର ସମ୍ଭାବନାଧାରୀ ଗାଣିତିକ ସୂତ୍ରମାନ ପ୍ରସ୍ତୁତ କରି ପାରିଥିଲେ; ଯାହା ରକେଟ୍ ବିଜ୍ଞାନର ଭିତ୍ତି ପକାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ‘ଶୀତଳ ଯୁଦ୍ଧ’ କାଳ ଖଣ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ସୋଭିଏତ୍ ରୁଷିଆ ମଧୢରେ ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦ୍ବିତା ମହାକାଶ ବିଜ୍ଞାନ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନରେ ଦୃଷ୍ଟିଗୋଚର ହୋଇଥିଲା। ଗୋଟିଏ ସମୟରେ ସୋଭିଏତ୍ ରୁଷିଆର ‘ସୋୟୁଜ୍’ ପ୍ରକଳ୍ପ ଆମେରିକାର ‘ଆପୋଲୋ’ ପ୍ରକଳ୍ପକୁ ପଛରେ ପକାଇ ଦେଇଥିବା ବେଳେ ଅଚାନକ ୧୯୬୯ ମସିହାରେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ମାନବ ରୂପେ ଆମେରିକୀୟ ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କ ପଦାର୍ପଣ ରୁଷିଆର ପ୍ରାରମ୍ଭିକ ପ୍ରଭୁତ୍ବକୁ କ୍ଷୁଣ୍ଣ କରିଦେଇଥିଲା। ତେବେ, ‘ଆପୋଲୋ ୧୧’ର ଏହି ଅସାମାନ୍ୟ ସଫଳତାକୁ ଆଜି ବି ଅନେକ ସନ୍ଦେହୀ ଦୃଷ୍ଟିରେ ଦେଖିଥାଆନ୍ତି। ସେମାନଙ୍କ ଧାରଣା ଯେ ଚନ୍ଦ୍ର ପୃଷ୍ଠର ସେହି ବିରଳ ଫଟୋ ଏବ˚ ଭିଡିଓଗୁଡ଼ିକ କୌଣସି ଏକ ହଲିଉଡ୍ ଷ୍ଟୁଡିଓର ସୁଟି˚ ସେଟ୍ର ଚମତ୍କାରିତା ମାତ୍ର। ତେବେ, ସେ ଯାହା ହୋଇଥାଉ ନା କାହିଁକି, ମୂଳ କଥା ହେଲା ଏହା ସତ୍ତ୍ବେ ଏବ˚ ଚନ୍ଦ୍ରପୃଷ୍ଠର ବନ୍ଧୁର ଭୂମି ଏବ˚ ଜୀବନଶୂନ୍ୟ ପରିବେଶ ନେଇ ଆଉ କୌଣସି ସନ୍ଦେହ ନ ଥିଲେ ସୁଦ୍ଧା ଚନ୍ଦ୍ର ତା’ର ନୈସର୍ଗିକ ଆବେଦନ ହରାଇନାହିଁ; କୌଣସି ପୂର୍ଣ୍ଣିମା ରାତ୍ରିରେ ଜ୍ୟୋତ୍ସ୍ନାର ପ୍ଳାବନ ଏବେ ବି ମନୁଷ୍ୟ ମନରେ ନୂତନ ପୁଲକ, ଉଦ୍ବେଳନ ଏବ˚ ରୋମା˚ଚ ସୃଷ୍ଟି କରୁଛି।
ବିଶ୍ବପ୍ରସିଦ୍ଧ ଜର୍ମାନ ସ˚ଗୀତକାର ଲୁଡଵିଗ ଭନ ବିଥୋଭେନ ୧୮୦୧ରୁ ୧୮୦୨ ମସିହା ମଧୢରେ ଏକ ଅନିର୍ବଚନୀୟ ସ˚ଗୀତ ରଚନା କରିଥିଲେ, ଯାହା ଅବିଳମ୍ବେ ସମଗ୍ର ଜର୍ମାନିରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା। ‘ନୋଟେସନ୍’ ଆଧାରରେ ବିଥୋଭେନ ତା’ର ଏକ ଅତ୍ୟନ୍ତ ସାଧାରଣ ନାମ ରଖିଥିଲେ, ଯାହା ହେଲା ‘ସି ସାର୍ପ ମାଇନର୍ ସୋନାଟା’। ପ୍ରକୃତରେ ସେହି ସୋନାଟା (ସ˚ଗୀତ) ଥିଲା ଷୋହଳ ବର୍ଷ ବୟସ୍କା ତାଙ୍କ ପିଆନୋ ଛାତ୍ରୀ ଓ ପ୍ରେମିକା ସ˚ଭ୍ରନ୍ତ ବ˚ଶଜା କାଉଣ୍ଟେସ୍ ଗ୍ୟୁଲିଏଟା ଗୁଇସିଆର୍ଡିଙ୍କ ପ୍ରତି ଉତ୍ସର୍ଗୀକୃତ, ଯାହାଙ୍କ ସହିତ ବିବାହ ସକାଶେ ବିଥୋଭେନଙ୍କ ଅନୁରୋଧକୁ କନ୍ୟା ପିତା ଅଗ୍ରାହ୍ୟ କରି ଦେଇଥିଲେ। ବିଥୋଭେନଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ଅର୍ଥାତ୍ ୧୮୩୨ ମସିହାରେ ଜର୍ମାନିର ପ୍ରସିଦ୍ଧ ସ˚ଗୀତ-ବିଦ୍ବାନ ଲୁଡଵିଗ୍ ରେଲଷ୍ଟାବ୍ ଏହି ‘ସୋନାଟା’ର ନାମକରଣ କରିଥିଲେ ‘ମୁନ୍ଲାଇଟ୍ ସୋନାଟା’, କାରଣ ତାଙ୍କ ବର୍ଣ୍ଣନାନୁସାରେ ଏହାର ଶ୍ରବଣ ମାତ୍ରକେ ତାଙ୍କୁ ପ୍ରତୀୟମାନ ହୋଇଥିଲା ସତେ ଯେମିତି ଏକ ଜ୍ୟୋତ୍ସା ବିଧୌତ ରଜନୀରେ ସ୍ବିଜରଲାଣ୍ତର ଲେକ୍ ଲ୍ୟୁକେର୍ନେର ସ୍ଥିର ଓ ରଜତ ଶୁଭ୍ର ଜଳରାଶି ଉପରେ ସେ ନୌକା ବିହାର କରୁଛନ୍ତି!
ଏହି ସ˚ଗୀତ ରଚନା କଲା ବେଳକୁ ବିଥୋଭେନ ତାଙ୍କ ଶ୍ରବଣ ଶକ୍ତି ପ୍ରାୟ ହରାଇ ସାରିଥିଲେ। ହୁଏ’ତ ଏହା ସମ୍ଭବ ଯେ ଶୀତଳ ଚଦ୍ରାଲୋକର ପ୍ଳାବନ ଭଳି ଏକ ପ୍ରେରଣା ପ୍ରେମିକ ବିଥୋଭେନଙ୍କ ଅଚେତନର ଅନ୍ଧକାରକୁ କ୍ଷଣିଏ ଅପସାରଣ କରି ଦେଇଥିବ, ଯହିଁରୁ ସୃଷ୍ଟି ହୋଇଥିବ ଏଭଳି ଏକ ଅଲୌକିକ କୋମଳ ସ˚ଗୀତ। କହିବା ଅନାବଶ୍ୟକ ଯେ ‘ମୁନ୍ଲାଇଟ୍ ସୋନାଟା’ ବା ‘ଚନ୍ଦ୍ରାଲୋକ ସ˚ଗୀତ’ ଆଜି ପର୍ଯ୍ୟନ୍ତ ପୃଥିବୀ ବ୍ୟାପୀ ତା’ର ଅଲୌକିକ ଆବେଦନକୁ ଅମଳିନ କରି ରଖିଛି; ଏବ˚ ଚନ୍ଦ୍ରଯାନ-୩ ଅଭିଯାନର ସଫଳ ପ୍ରାରମ୍ଭ କ୍ଷଣରେ ‘ଚନ୍ଦ୍ରାଲୋକ ସ˚ଗୀତ’ର ମର୍ମସ୍ପର୍ଶୀ ମୂର୍ଚ୍ଛନା ସ୍ମରଣକୁ ଆସିଯାଇ ଆଶା ଜାଗ୍ରତ କରୁଛି ଯେ ‘ଚନ୍ଦ୍ରାଲୋକ ସ˚ଗୀତ’ ତଥା ‘ଚନ୍ଦ୍ରାଲୋକ’ ଭଳି ଏଥର ‘ଚନ୍ଦ୍ରଯାନ-୩’ର ଚନ୍ଦ୍ର ସ୍ପର୍ଶ ସ୍ନିଗ୍ଧ, କୋମଳ ଏବ˚ ମୁଲାୟମ ହେବ।