ସତ କହିଲେ ବୋମାନ ଏବ˚ ବେଲି ହେଉଛନ୍ତି ସେହି କ୍ରମ ବିଲୟମାନ ମନୁଷ୍ୟ ସ˚ପ୍ରଦାୟରେ ଅନ୍ତର୍ଭୁକ୍ତ ଯେଉଁମାନେ ଏ ଯାବତ୍ ପ୍ରକୃତି ଏବ˚ ଜଙ୍ଗଲରେ ଚଳିବା ସହିତ ପ୍ରକୃତିକୁ ସୁରକ୍ଷିତ କରି ରଖିବାର ସୂକ୍ଷ୍ମ କଳାର ଅଧିକାରୀ ଅଟନ୍ତି। ଏବ˚ ‘ଦି ଏଲିଫାଣ୍ଟ ହୁୁଇସ୍ପରର୍ସ’ ଯାହା ଦର୍ଶାଇବାକୁ ପ୍ରୟାସ କରିଛି ତାହା ହେଲା ଏହି ସୀମାନ୍ତରିତ ମାନବ ସ˚ପ୍ରଦାୟ ଦ୍ବାରା ଏକ ଆପଦଗ୍ରସ୍ତ ପ୍ରାଣୀ ଜାତିର ସୁରକ୍ଷା ଦାୟିତ୍ବ ଗ୍ରହଣ ଓ ସ˚ପାଦନ କ୍ରମରେ ମନୁଷ୍ୟ ଓ ବନ୍ୟ ପ୍ରାଣୀଙ୍କ ମଧୢରେ ପୂର୍ବରୁ ରହିଥିବା (ଅଥଚ କ୍ରମେ କ୍ଷୟପ୍ରାପ୍ତ ହୋଇ ଚାଲିଥିବା) ସୁସ˚ପର୍କର ପରାକାଷ୍ଠା।
‘ଓସ୍କାର’ ପୁରସ୍କାର ବିତରଣ ଉତ୍ସବରେ ଅତ୍ୟନ୍ତ ବ୍ୟୟବହୁଳ ଏବ˚ ଏକ ବିଶାଳ କାନଭାସ ଉପରେ ନିର୍ମିତ ତେଲୁଗୁ ସିନେମା ‘ଆର୍ଆର୍ଆର୍’ର ଚିତ୍ତାକର୍ଷକ ଗୀତ ‘ନାଟୁ ନାଟୁ’ର ସମ୍ଭାବ୍ୟ ବିଜୟ ନେଇ ଅନେକ ଭାରତୀୟ ଉତ୍କଣ୍ଠିତ ହୋଇ ଚାହିଁ ବସିଥିବା ବେଳେ ମାତ୍ର ବୟାଳିଶ ମିନିଟ୍ର ଯେଉଁ କ୍ଷୁଦ୍ର ବୃତ୍ତଚିତ୍ରଟି ଓସ୍କାର ବିଚାରକମାନଙ୍କ ଚିତ୍ତର˚ଜନ କରି ସେହି ବିଭାଗରେ ସର୍ବଶ୍ରେଷ୍ଠ ବିବେଚିତ ହୋଇ ଅସ˚ଖ୍ୟ ଭାରତୀୟଙ୍କୁ ହଠାତ୍ ଚମତ୍କୃତ କରି ପକାଇଥିଲା, ତାହା ହେଉଛି ‘ଦି ଏଲିଫାଣ୍ଟ୍ ହୁଇସ୍ପରର୍ସ’ (ଯାହାର ଓଡ଼ିଆ ଭାଷାନ୍ତର ହାତୀଙ୍କ କାନରେ ଫୁସଫୁସ କଥା କହୁଥିବା ଲୋକ)। ଏହି ବୃତ୍ତଚିତ୍ରଟି ତା’ର ସଫଳତା ସକାଶେ ଏମିତିରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରନ୍ତା; କିନ୍ତୁ ଏହାର ବିଷୟବସ୍ତୁ ଏକାଧିକ କାରଣରୁ ଅତ୍ୟନ୍ତ ପ୍ରାସଙ୍ଗିକ ହୋଇଥିବାରୁ ଏହା ଏକ ବହୁ ପ୍ରସ୍ଥୀ ଚର୍ଚ୍ଚା ଆବଶ୍ୟକ କରେ ବୋଲି ମନେ ହୋଇଥାଏ।
ପ୍ରକାଶ ଥାଉ କି ଗଲା ବର୍ଷ ‘ନେଟ୍ଫ୍ଲିକସ୍’ ମଞ୍ଚରେ ମୁକ୍ତି ଲାଭ କରିଥିବା ଏହି ସିନେମା ତା’ର କୋମଳ ସ˚ବେଦନ ଓ ଆଶ୍ବାସନାପ୍ରଦାୟୀ ଆବେଦନ ସକାଶେ ଅନେକ ଦର୍ଶକଙ୍କ ପ୍ରଶ˚ସାର ପାତ୍ର ହୋଇଥିଲା। ତେବେ ଏହି ବୃତ୍ତଚିତ୍ରଟି ସମ୍ବନ୍ଧରେ ଅବଗତ ନ ଥିବା ପାଠକ-ପାଠିକାଙ୍କ ସକାଶେ ଚୁମ୍ବକରେ କେବଳ ଏତିକି କୁହାଯିବା ଯଥେଷ୍ଟ ହେବ ଯେ ଏହା ହେଉଛି ତାମିଲନାଡୁର ନୀଳଗିରି ଜିଲ୍ଲାରେ ଅବସ୍ଥିତ ମଧୁମଲାଇ ବ୍ୟାଘ୍ର ସ˚ରକ୍ଷିତ ଅରଣ୍ୟରେ ଦଳ ପରିତ୍ୟକ୍ତ ହାତୀଛୁଆମାନଙ୍କ ଲାଳନପାଳନ ସହିତ ଗଢ଼ି ଉଠିଥିବା ବୋମାନ ଏବ˚ ବେଲିଙ୍କ ସ˚ସାରର ଏକ ମର୍ମସ୍ପର୍ଶୀ କାହାଣୀ। ଉଲ୍ଲେଖଯୋଗ୍ୟ, ପଶ୍ଚିମଘାଟ ପର୍ବତମାଳାର ଧାରେ ଧାରେ ଏହି ଜଙ୍ଗଲ ମଧୢ ଦେଇ ଯାଇଥିବା ରାଜପଥରେ ଏହି ବୃତ୍ତଚିତ୍ରର ନିର୍ମାତା କାର୍ତ୍ତିକୀ ଗନସଲଭେସ ଉଟି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏକ ହାତୀ ଛୁଆ ସହିତ ଜଣେ ପ୍ରୌଢ଼ାଙ୍କୁ ଦେଖି କୌତୂହଳ ବିଜଡ଼ିତ ଆଗ୍ରହରେ ସେମାନଙ୍କୁ ଅନୁସରଣ କରିବାକୁ ବାଧୢ ହୋଇଥିଲେ। ନିକଟସ୍ଥ ନଦୀରେ ସେହି ପ୍ରୌଢ଼ା ବେଲିଙ୍କ ଦ୍ବାରା ହାତୀ ଛୁଆ ରଘୁର ସଯତ୍ନ ସ୍ନାନ ଓ ରଘୁର ଉଲ୍ଲସିତ ଜଳକ୍ରୀଡ଼ାର ଦୃଶ୍ୟ ତାଙ୍କୁ ଏଭଳି ବିମୋହିତ କରିଥିଲା ଯେ ସେ ଏହି କଥାବସ୍ତୁ ଆଧାରରେ ଏକ ବୃତ୍ତଚିତ୍ର ନିର୍ମାଣ କରିବା ସକାଶେ ସେଠାକୁ ଫେରିଥିଲେ ଏବ˚ ଦୀର୍ଘ ପାଞ୍ଚ ବର୍ଷ ସମୟ ନେଇ ତାହା ସ˚ପୂର୍ଣ୍ଣ କରିଥିଲେ। ଏହି କ୍ରମରେ ତାଙ୍କ ସମ୍ମୁଖରେ ଉନ୍ମୋଚିତ ହୋଇ ଚାଲିଥିଲା ରଘୁ ନାମକ ସେହି ହାତୀ ଛୁଆର ଦଳ ଠାରୁ ବିଚ୍ଛିନ୍ନ ହୋଇ ଏକ ବଣୁଆ କୁକୁର ଦଳର ହାବୁଡ଼ରେ ପଡ଼ି କ୍ଷତାକ୍ତ ହେବାରୁ ଆରମ୍ଭ କରି ଠିକଣା ସମୟରେ ବନ ବିଭାଗର କର୍ମଚାରୀମାନଙ୍କ ଦ୍ବାରା ଉଦ୍ଧାର ପାଇ ବୋମାନ ଏବ˚ ବେଲିଙ୍କ ଜିମାକୁ ଆସିବା ଏବ˚ ସେମାନଙ୍କ ଦ୍ବାରା ସନ୍ତାନତୁଲ୍ୟ ଲାଳିତପାଳିତ ହେବା ପର୍ଯ୍ୟନ୍ତ ଏକ ଚମକପ୍ରଦ କାହାଣୀ। ତେବେ, ଏହି ବୃତ୍ତଚିତ୍ରଟି ସମାପ୍ତ ହେଲା ବେଳକୁ ଆହୁରି ଦୁଇଟି ପରିତ୍ୟକ୍ତ ହାତୀ ଛୁଆ (କୃଷ୍ଣ ଏବ˚ ଆମ୍ମୁ)ଙ୍କୁ ବୋମାନ, ବେଲି ଏବ˚ ରଘୁଙ୍କ ସ˚ସାର ଭିତରକୁ ବନ ବିଭାଗ ଦ୍ବାରା ଟେକି ଦିଆଯାଇଥିଲା। ସୁତରା˚, ଏଭଳି ଘଟଣାକ୍ରମ ଦ୍ବାରା ଯାହା କାର୍ତ୍ତିକୀଙ୍କୁ ଆନ୍ଦୋଳିତ କରିଥିଲା, ତାହା ହାତୀ ଛୁଆଗୁଡ଼ିକ ଅଧିକରୁ ଅଧିକ ଦଳ ପରିତ୍ୟକ୍ତ ହୋଇ ପଡୁଥିବାର କାରଣକୁ କେନ୍ଦ୍ର କରି, ଯାହା ପ୍ରମାଣ କରିଥାଏ ଯେ ସ˚ପ୍ରତି ବିଭିନ୍ନ କାରଣରୁ ଆମ ଜଙ୍ଗଲଗୁଡ଼ିକରେ ହସ୍ତୀ ଯୂଥଗୁଡ଼ିକ ଅତ୍ୟନ୍ତ ଅସ୍ତବ୍ୟସ୍ତ ଅବସ୍ଥାରେ କାଳାତିପାତ କରୁଛନ୍ତି। ଏହି ସ˚ବେଦନା ତାଙ୍କ ନିର୍ମିତ ବୃତ୍ତଚିତ୍ରଟିକୁ ମନୁଷ୍ୟ ଏବ˚ ହାତୀ ମଧୢରେ ସୃଷ୍ଟ ଏକ ମନୋରମ ସ˚ପର୍କକୁ ବ୍ୟାଖ୍ୟାନ କରିବାରେ ସଫଳ କରିଛି।
ଏହା ସତ ଯେ ସ˚ପ୍ରତି ଆମ ଜଙ୍ଗଲଗୁଡ଼ିକରେ ହାତୀମାନଙ୍ଠୋରେ ପରିଦୃଷ୍ଟ ବିବ୍ରତବୋଧର କାରଣ ନେଇ ସମସ୍ତେ ଅବଗତ ଥିବେ, ଯାହା ହେଉଛି ଦ୍ରୁତ ଅପସୃୟମାଣ ଜଙ୍ଗଲ ଏବ˚ ତଜ୍ଜନିତ ହସ୍ତୀ ରହଣି ଏବ˚ ଜୀବନ ଧାରଣ ସକାଶେ ଅନୁକୂଳ ବାସସ୍ଥାନ ଓ ଖାଦ୍ୟର ଅଭାବ। ଏହି କାରଣରୁ ଅଧିକରୁ ଅଧିକ ହାତୀ ଖାଦ୍ୟ ଅନ୍ବେଷଣରେ ଅଧିକ ପଥ ଅତିକ୍ରମ କରୁଛନ୍ତି ଏବ˚ ଜନବସତିରେ ପ୍ରବେଶ କରୁଛନ୍ତି। ଏହି କାରଣରୁ ପାର˚ପରିକ ଭାବେ ମନୁଷ୍ୟ ଓ ହାତୀ ମଧୢରେ ଥିବା ପରସ୍ପର ପ୍ରତି ଶ୍ରଦ୍ଧାଶୀଳ ମନୋଭାବ ସ˚ପ୍ରତି ସ˚ଘାତରେ ପରିବର୍ତ୍ତିତ ହୋଇଛି। ନିକଟରେ ପ୍ରକାଶିତ ସରକାରୀ ତଥ୍ୟ କହିଥାଏ ଯେ ଗଲା ୫ ବର୍ଷର କାଳଖଣ୍ତ ମଧୢରେ ବାର୍ଷିକ ହାରାହାରି ପ୍ରାୟ ୧୦୦ଟି ହାତୀ ପ୍ରାଣ ହରାଇଛନ୍ତି, ଯାହାର ପ୍ରମୁଖ କାରଣ ହେଉଛି ବିଦ୍ୟୁତ୍ ଆଘାତ ଏବ˚ ରେଳ ଧକ୍କା। ସେହିଭଳି ହାତୀଙ୍କ ଆକ୍ରମଣରେ ବର୍ଷକୁ ହାରାହାରି ପ୍ରାୟ ୫୦୦ ସ˚ଖ୍ୟକ ଲୋକଙ୍କ ପ୍ରାଣହାନି ମଧୢ ଘଟିଛି। କିନ୍ତୁ କାର୍ତ୍ତିକୀଙ୍କ ବୃତ୍ତଚିତ୍ରରେ ଯେଉଁ ବିଡ଼ମ୍ବିତ ବାସ୍ତବତାଟି ଉଜାଗର ହୋଇଥାଏ ତାହା ହେଲା ବିପଦାପନ୍ନ ହାତୀଙ୍କ ଯତ୍ନ ନେବାର ଦାୟିତ୍ବ ବହନ କରିଥିବା ବୋମାନ ଏବ˚ ବେଲି ମଧୢ ହେଉଛନ୍ତି ସେଭଳି ମାନବ ସମାଜର ସୀମାନ୍ତରିତ ବର୍ଗ (ଜନଜାତି ସ˚ପ୍ରଦାୟ)ର ସଦସ୍ୟ, ଯେଉଁମାନେ ସହରୀକରଣ, ଉଦ୍ୟୋଗୀକରଣ ଏବ˚ ବିକାଶ ପ୍ରକରଣରେ ସର୍ବାଧିକ ବିସ୍ଥାପନର ଶିକାର ହୁଅନ୍ତିି ଏବ˚ ସର୍ବାଧିକ ଦରିଦ୍ର ଓ ଅବହେଳିତ ବର୍ଗରେ ଯାଆନ୍ତି। ଏହି ବୃତ୍ତଚିତ୍ରରେ ବୋମାନ ଓ ବେଲି ହେଉଛନ୍ତି ହାତୀ ଓ ମନୁଷ୍ୟ ମଧୢରେ ତଥାପି କାଏମ ରହିଥିବା ସେହି ସୂକ୍ଷ୍ମ ସ˚ପର୍କର ପ୍ରତୀକ, ଯେଉଁଠି ହାତୀ ଛୁଆ ରଘୁ ତା’ର ବୟଃପ୍ରାପ୍ତି ସହିତ ବନ ବିଭାଗ ପକ୍ଷରୁ ପୁନଶ୍ଚ ଜଙ୍ଗଲ ମଧୢକୁ ଫେରାଇ ନିଆ ଯାଇଥିବା ସତ୍ତ୍ବେ ବୋମାନଙ୍କ ଡାକରେ ସହସା ଜଙ୍ଗଲ ମଧୢରୁ ଆତ୍ମପ୍ରକାଶ କରି ଦୌଡ଼ି ଅସିଥାଏ।
ଉଲ୍ଲେଖଯୋଗ୍ୟ ଯେ ୨୦୦୯ ମସିହାରେ ପ୍ରକାଶିତ ଏକ ଜନପ୍ରିୟ ପୁସ୍ତକର ଶୀର୍ଷକର ଛାୟାରେ ଏହି ବୃତ୍ତଚିତ୍ରଟି ତା’ର ସୂକ୍ଷ୍ମ ମର୍ମବାହୀ ନାମଟି ଲାଭ କରିଛି। ବନ୍ୟ ପ୍ରାଣୀ ସ˚ରକ୍ଷକ ଲରେନ୍ସ ଆନ୍ଥୋନି ହେଉଛନ୍ତି ଏହି ପୁସ୍ତକର ରଚୟିତା, ଯାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦକ୍ଷିଣ ଆଫ୍ରିକାର ଜୁଲୁଲାଣ୍ତ ଅଞ୍ଚଳରେ ପ୍ରାୟ ୫୦୦୦ ଏକର ପରିମିତ ‘ଥୁଲା-ଥୁଲା’ ସ˚ରକ୍ଷିତ ଜଙ୍ଗଲ ବିଦ୍ୟମାନ। ସେହି ପାଖ ଜଙ୍ଗଲରେ ଗୋଟିଏ ଭୟ ବିଜଡ଼ିତ ହାତୀ ପଲକୁ ତାଙ୍କ ସ˚ରକ୍ଷିତ ଜଙ୍ଗଲ ବା ‘ଗେମ୍-ସା˚କଚୁଆରି’ରେ ଆଶ୍ରୟ ପ୍ରଦାନ କରିବା ସକାଶେ ଲରେନ୍ସ ପାଇଥିବା ଏକ ଅନୁରୋଧ ତାଙ୍କୁ ନିଜ ଜୀବନକୁ ବାଜି ଲଗାଇ ଦାୟିତ୍ବଟିକୁ ଗ୍ରହଣ କରିବାକୁ ବାଧୢ କରିଥିଲା। ଦନ୍ତାହାତୀ ବିହୀନ ଏହି ଯୂଥର ନେତ୍ରୀ ‘ହାତୁଣୀ ନାନା’ ସହିତ ବନ୍ଧୁତା ସୃଷ୍ଟି କରିବାର ବିପଦପୂର୍ଣ୍ଣ ଉଦ୍ୟମ ଓ ତା’ ସହିତ କ୍ରମେ ସେହି ହାତୀ ଦଳର ବିଶ୍ବାସ ଜିଣିବାର ପ୍ରକରଣରେ ସେ ଯେଉଁ ଏକ ହସ୍ତୀ-ବିମୋହନକାରୀ ସ୍ବରରେ ଭାବ ଆଦାନପ୍ରଦାନ କରିବାର କଳା ଆବିଷ୍କାର କରିଥିଲେ, ତାହାକୁ ସେ ହାତୀଙ୍କ କାନରେ ଫୁସଫୁସ କଥା ବା ‘ହୁଇସ୍ପର’ ବୋଲି ଉଲ୍ଲେଖ କରିଛନ୍ତି। ସେହି ଦୃଷ୍ଟିରୁ ବୋମାନ ଏବ˚ ବେଲି ମଧୢ ହାତୀଙ୍କ କାନରେ ବନ୍ଧୁତାର ମନ୍ତ୍ର ଫୁଙ୍କୁଥିବା ଦୁଇ ମନୁଷ୍ୟ। ଉଲ୍ଲେଖଯୋଗ୍ୟ ଯେ ହାତୀଙ୍କ ପ୍ରତି ଅନୁରକ୍ତି, ଶ୍ରଦ୍ଧା ଏପରିକି ଭକ୍ତି ଭାବ ପ୍ରଦର୍ଶନରେ ପରସ୍ପର ସହିତ ସାଦୃଶ୍ୟ ବହନ କରୁଥିବା ବୋମାନ ଏବ˚ ବେଲିଙ୍କ ମଧୢରେ କୌଣସି ପାରିବାରିକ ସ˚ପର୍କ ନ ଥିଲା, ଯାହା ଏହି କାର୍ଯ୍ୟ ଦ୍ବାରା ସୃଷ୍ଟ ପରିଚିତି କ୍ରମରେ ପରିଶେଷରେ ବିବାହରେ ସ˚ପନ୍ନ ହୋଇଛି।
ସତ କହିଲେ ବୋମାନ ଏବ˚ ବେଲି ହେଉଛନ୍ତି ସେହି କ୍ରମ ବିଲୟମାନ ମନୁଷ୍ୟ ସ˚ପ୍ରଦାୟରେ ଅନ୍ତର୍ଭୁକ୍ତ ଯେଉଁମାନେ ଏ ଯାବତ୍ ପ୍ରକୃତି ଏବ˚ ଜଙ୍ଗଲରେ ଚଳିବା ସହିତ ପ୍ରକୃତିକୁ ସୁରକ୍ଷିତ କରି ରଖିବାର ସୂକ୍ଷ୍ମ କଳାର ଅଧିକାରୀ ଅଟନ୍ତି। ଏବ˚ ‘ଦି ଏଲିଫାଣ୍ଟ ହୁୁଇସ୍ପରର୍ସ’ ଯାହା ଦର୍ଶାଇବାକୁ ପ୍ରୟାସ କରିଛି ତାହା ହେଲା ଏହି ସୀମାନ୍ତରିତ ମାନବ ସ˚ପ୍ରଦାୟ ଦ୍ବାରା ଏକ ଆପଦଗ୍ରସ୍ତ ପ୍ରାଣୀ ଜାତିର ସୁରକ୍ଷା ଦାୟିତ୍ବ ଗ୍ରହଣ ଓ ସ˚ପାଦନ କ୍ରମରେ ମନୁଷ୍ୟ ଓ ବନ୍ୟ ପ୍ରାଣୀଙ୍କ ମଧୢରେ ପୂର୍ବରୁ ରହିଥିବା (ଅଥଚ କ୍ରମେ କ୍ଷୟପ୍ରାପ୍ତ ହୋଇ ଚାଲିଥିବା) ସୁସ˚ପର୍କର ପରାକାଷ୍ଠା।