ସେହି ଦୃଷ୍ଟିରୁ ଗଲା ବୁଧବାର ଦିନ ଘଟି ଯାଇଥିବା ଘଟଣାଟିକୁ ଚେସ ଖେଳର ଉପମା ଆଧାରରେ ଏକ ଗୋଟି ଚାଳନା ରୂପେ ଦେଖାଯାଇପାରେ! ସେହି ଅନୁସାରେ ଏହି ଘଟଣାଟି ଯଦି ରୁଷିଆ ଦ୍ବାରା ପ୍ରାୟୋଜିତ ହୋଇଥାଏ, ତେବେ ତହିଁରେ ଏକ ଦୂରଦୃଷ୍ଟିସ˚ପନ୍ନ ଚାତୁର୍ଯ୍ୟ ରହିଛି ବୋଲି କହିହେବ; କିନ୍ତୁ ଯଦି ୟୁକ୍ରେନ ଏଭଳି କରିଥାଏ ତେବେ ତାହା ଏକ ବୋଧଶୂନ୍ୟ ଗୋଟି ଚାଳନା ରୂପେ ବିବେଚିତ ହେବ, ଯହିଁରେ ପ୍ରତିପକ୍ଷ ସମ୍ରାଟଙ୍କ ଅନ୍ତ ଲାଗି ଏକ ଅତ୍ୟନ୍ତ ଦୁର୍ବଳ ଚାଲ ଚଲାଯାଇଥିଲା ବୋଲି କୁହାଯିବ। ତେବେ, ଏହି ଖେଳଟି ବର୍ତ୍ତମାନ ଯେଉଁ ପର୍ଯ୍ୟାୟରେ ଉପନୀତ, ସେଥିରେ ଏହା ଖୁବ୍‌ ସମ୍ଭବ ଯେ ଖେଳର ସମାପ୍ତି ହୁଏ’ତ କୌଣସି ଗୋଟିଏ ପକ୍ଷର ସମ୍ରାଟଙ୍କ ମୃତ୍ୟୁରେ ହିଁ ହୋଇପାରେ! ଖେଳଟି ଏବେ ସେହି ଦିଗ ଧରିଛି। କେବଳ ଶେଷ ଗୋଟି ଚାଳନାକୁ ଅପେକ୍ଷା କରିବାକୁ ହେବ!

Advertisment

ସେହି ଦୃଷ୍ଟିରୁ ଗଲା ବୁଧବାର ଦିନ ଘଟି ଯାଇଥିବା ଘଟଣାଟିକୁ ଚେସ ଖେଳର ଉପମା ଆଧାରରେ ଏକ ଗୋଟି ଚାଳନା ରୂପେ ଦେଖାଯାଇପାରେ! ସେହି ଅନୁସାରେ ଏହି ଘଟଣାଟି ଯଦି ରୁଷିଆ ଦ୍ବାରା ପ୍ରାୟୋଜିତ ହୋଇଥାଏ, ତେବେ ତହିଁରେ ଏକ ଦୂରଦୃଷ୍ଟିସ˚ପନ୍ନ ଚାତୁର୍ଯ୍ୟ ରହିଛି ବୋଲି କହିହେବ; କିନ୍ତୁ ଯଦି ୟୁକ୍ରେନ ଏଭଳି କରିଥାଏ ତେବେ ତାହା ଏକ ବୋଧଶୂନ୍ୟ ଗୋଟି ଚାଳନା ରୂପେ ବିବେଚିତ ହେବ, ଯହିଁରେ ପ୍ରତିପକ୍ଷ ସମ୍ରାଟଙ୍କ ଅନ୍ତ ଲାଗି ଏକ ଅତ୍ୟନ୍ତ ଦୁର୍ବଳ ଚାଲ ଚଲାଯାଇଥିଲା ବୋଲି କୁହାଯିବ। ତେବେ, ଏହି ଖେଳଟି ବର୍ତ୍ତମାନ ଯେଉଁ ପର୍ଯ୍ୟାୟରେ ଉପନୀତ, ସେଥିରେ ଏହା ଖୁବ୍‌ ସମ୍ଭବ ଯେ ଖେଳର ସମାପ୍ତି ହୁଏ’ତ କୌଣସି ଗୋଟିଏ ପକ୍ଷର ସମ୍ରାଟଙ୍କ ମୃତ୍ୟୁରେ ହିଁ ହୋଇପାରେ! ଖେଳଟି ଏବେ ସେହି ଦିଗ ଧରିଛି। କେବଳ ଶେଷ ଗୋଟି ଚାଳନାକୁ ଅପେକ୍ଷା କରିବାକୁ ହେବ!

ଗଲା ବୁଧବାର ଦିନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସରକାରୀ ନିବାସ କ୍ରେମଲିନ୍‌ ଉପରେ ଦୁଇଟି ଉଡ୍‌ଡୀୟମାନ ବସ୍ତୁଙ୍କ ଆବିର୍ଭାବ ଘଟିବା ଏବ˚ ତାକୁ ଅବିଳମ୍ବେ ଗୁଳି ମାଡ଼ କରି ବିଧ୍ବସ୍ତ କରି ଦିଆଯିବା ଭଳି ଘଟଣା ଗଲା ୧୪ ମାସ ଧରି ଅବ୍ୟାହତ ରହିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମୋଡ଼ରେ ଆଣି ଛିଡ଼ା କରାଇଛି। କହିବା ବାହୁଲ୍ୟ ଯେ ଏହି ଦୃଶ୍ୟ ସମ୍ବଳିତ ଏକ ଭିଡିଓ ସାମାଜିକ ଗଣମାଧୢମରେ ବୈଦ୍ୟୁତିକ ବେଗରେ ପ୍ରସାରିତ ହେବା ସହିତ ପୁଟିନଙ୍କୁ ନିପାତ କରିବା ସକାଶେ ଏହା ୟୁକ୍ରେନ ପକ୍ଷରୁ ରଚିତ ଏକ ଆତଙ୍କବାଦୀସୁଲଭ ଆକ୍ରମଣ ବୋଲି ରୁଷିଅ ପକ୍ଷରୁ ଆନୁଷ୍ଠାନିକ ଭାବେ ଅଭିଯୋଗ ଅଣାଯାଇଛି। ସ୍ବାଭାବିକ ଭାବେ ୟୁକ୍ରେନ୍‌ ପକ୍ଷରୁ ଏଭଳି ଅଭିଯୋଗକୁ ସିଧାସଳଖ ଖଣ୍ତନ କରାଯିବା ସହିତ ଏଭଳି କାର୍ଯ୍ୟ ତା’ ଲାଗି ଏକ ଅକ୍ଷମଣୀୟ ସାମରିକ ନିର୍ବୋଧତା ହୁଅନ୍ତା ବୋଲି ମଧୢ କୁହାଯାଇଛି। କିନ୍ତୁ ଏହାକୁ କର୍ଣ୍ଣପାତ କରୁ ନ ଥିବା ରୁଷିଆ ପକ୍ଷରୁ ଯେଉଁ ପ୍ରତିଶୋଧର ହୁଙ୍କାର ଦିଆଯାଇଛି, ତହିଁରେ ୟୁକ୍ରେନ୍‌ ଆହୁରି ତୀବ୍ରତର ଆକ୍ରମଣର ଶିକାର ହେବା ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କି ନିଶ୍ଚିହ୍ନ ହେବା ପର୍ଯ୍ୟନ୍ତ ଅନେକ ଆଶଙ୍କା ଅନ୍ତର୍ଭୁକ୍ତ। କୁହାଯାଇଥାଏ ଯେ ଯୁଦ୍ଧ କାଳରେ ଯାହା ସର୍ବ ପ୍ରଥମେ ବଳି ପଡ଼ିଥାଏ, ତାହା ହେଲା ‘ସତ୍ୟ’; ସୁତରା˚, ଏହି ଘଟଣାର ଅନ୍ତରାଳରେ ସତ୍ୟ, ଅସତ୍ୟ ଓ ଅର୍ଦ୍ଧସତ୍ୟର କିଭଳି ଛାଇ-ଆଲୁଅର ଖେଳ ରହି ଥାଇପାରେ, ତାକୁ ଅନାବରଣ କରିବାର ଏକ ଉଦ୍ୟମ ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଉଲ୍ଲେଖଯୋଗ୍ୟ ଯେ ଶ˚ସିତ ଭିଡିଓଟି ଏକ ଅଜଣା ଓ ଅସମର୍ଥିତ ସୂତ୍ରରୁ ସାମାଜିକ ଗଣମାଧୢମ ମଞ୍ଚରେ ପ୍ରବେଶ କରିଥିଲା, ଯାହାର କେଇ ଘଣ୍ଟା ପରେ ଯାଇ ରୁଷିଆ ସରକାରଙ୍କ ପକ୍ଷରୁ ଏହାକୁ ପୁଟିନଙ୍କ ଜୀବନ ଉପରେ ଏକ ଡ୍ରୋନ୍‌ ଆକ୍ରମଣ ରୂପେ ଦର୍ଶା ଯାଇଥିଲା। ‘ଭିଡିଓ’ରେ ଅତ୍ୟନ୍ତ ଅସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବା ଆକାଶମାର୍ଗୀ ଚିଜ ଦ୍ବୟ ଯଦି ଡ୍ରୋନ୍‌ ହୋଇଥିବେ, ତେବେ ସେ ଯୋଡ଼ିକ ଅତ୍ୟନ୍ତ କ୍ଷୁଦ୍ରକାୟ ହୋଇଥିବାରୁ ତଦ୍ଦ୍ବାରା କ୍ରେମଲିନର ବିଶେଷ କୌଣସି କ୍ଷତି ସାଧିତ ହୁଅନ୍ତା ନାହିଁ ବୋଲି ସାମରିକ ବିଶାରଦମାନେ ମତ ଦିଅନ୍ତି। ଦ୍ବିତୀୟ କଥା ହେଲା, ଅତ୍ୟନ୍ତ ମନ୍ଥର ବେଗଧାରୀ ଡ୍ରୋନ୍‌ ଦ୍ବୟକୁ କ୍ରେମଲିନର ନିରନ୍ଧ୍ର ସୁରକ୍ଷା ବ୍ୟବସ୍ଥା ଧ୍ବ˚ସ କରି ଦେବା ଅବଧାରିତ ଥିଲା। ଏହା ଛଡ଼ା କ୍ରେମଲିନ୍‌ର ସୁରକ୍ଷା ବଳୟକୁ ଅଧିକ ସୁଦୃଢ଼ କରିବା ଲାଗି ଚତୁଃପାର୍ଶ୍ବସ୍ଥ ଅଞ୍ଚଳରେ ‘ଜିପିଏସ୍‌’ ବ୍ୟବସ୍ଥାକୁ ଅଚଳ କରି ଦିଆଯାଇଥାଏ; ସୁତରାଂ, ‘ଜିପିଏସ୍‌’ ଉପରେ ସ˚ପୂର୍ଣ୍ଣ ନିର୍ଭରଶୀଳ ଡ୍ରୋନ୍‌ ଆକ୍ରମଣ ଅସମ୍ଭବପ୍ରାୟ ହୋଇଥାଏ। କେବଳ ସେତିକି ନୁହେଁ, ୟୁକ୍ରେନ୍‌ ସୀମା ମଧୢରୁ ଏଭଳି ଦୁଇଟି ଡ୍ରୋନ୍‌ ନିରଙ୍କୁଶ ଭାବେ ମସ୍କୋ ପର୍ଯ୍ୟନ୍ତ ଉଡ଼ି ଆସିବା ମଧୢ ବିଶ୍ବାସଯୋଗ୍ୟ ହୋଇ ନ ଥାଏ। ୟୁକ୍ରେନ ପକ୍ଷରୁ ପ୍ରକାଶ ଯେ ପୁଟିନଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଥିବା ୟୁକ୍ରେନୀୟ ଗୁଇନ୍ଦା ବିଭାଗ ଅବଗତ ଥିଲା ଯେ ଏହି ଘଟଣା ସମୟରେ ପୁଟିନ୍‌ କ୍ରେମଲିନରେ ଉପସ୍ଥିତ ନ ଥିଲେ। ତେଣୁ, ଏଭଳି ଏକ ଅର୍ଥହୀନ ଆକ୍ରମଣ ୟୁକ୍ରେନ ପକ୍ଷରୁ କରାଯାଆନ୍ତା କାହିଁକି? ଏହା ସହିତ ଆଉ ଯାହା ଏହି ସମଗ୍ର ପ୍ରକରଣକୁ ସନ୍ଦେହାସ୍ପଦ କରିଥାଏ, ତାହା ହେଲା ଅତ୍ୟନ୍ତ ବ୍ୟବସ୍ଥିତ ଭାବେ ଉତ୍ତୋଳନ କରାଯାଇଥିବା ‘ଭିଡିଓ’, ଯହିଁରୁ ଏହା ଏକ ପୂର୍ବ ପ୍ରସ୍ତୁତ ଏବ˚ ଆୟୋଜିତ କାର୍ଯ୍ୟ ଭଳି ଲାଗିଥାଏ। ସୁତରା˚, ଗୋଟିଏ ପକ୍ଷ ଏହାକୁ ରୁଷୀୟ ମସ୍ତିଷ୍କ ପ୍ରସୂତ ଚକ୍ରାନ୍ତର ଅ˚ଶ ରୂପେ ଦେଖନ୍ତି, ଯାହା ୟୁକ୍ରେନକୁ ଏକ ବିବାଦୀୟ ସ୍ଥିତିରେ ପକାଇବା ଲାଗି ଉଦ୍ଦିଷ୍ଟ। ତେବେ, ସେମାନଙ୍କ ସହିତ ଏକମତ ହେଉ ନ ଥିବା ପକ୍ଷ କହନ୍ତି ଯେ ସମ୍ଭବତଃ ଏହା ରୁଷିଆ ସୀମା ଭିତରେ ସକ୍ରିୟ ୟୁକ୍ରେନ୍‌ ସମର୍ଥକ ଉଗ୍ରବାଦୀ ଗୋଷ୍ଠୀର ଅନ୍ତର୍ଘାତୀ କାର୍ଯ୍ୟ ହୋଇପାରେ, ଯହିଁରେ ଡ୍ରୋନ୍‌ ଦୁଇଟିକୁ କ୍ରେମ୍‌ଲିନ ନିକଟବର୍ତ୍ତୀ କୌଣସି ଗୁପ୍ତ ସ୍ଥାନରୁ ଉଡ଼ା ଯାଇଥିବ। ଏଣେ, ସେମାନଙ୍କ ଧାରଣାକୁ ଦୃଢ଼ତା ପ୍ରଦାନ କରୁଥିବା ଭଳି କେତେକ ଘଟଣାରେ ସେଣ୍ଟ ପିଟର୍ସବର୍ଗ ଓ ସେବାଷ୍ଟରପୋଲ ଠାରେ ଅନ୍ତର୍ଘାତୀ ଆକ୍ରମଣ ସ˚ଘଟିତ ହୋଇଛି।

ତେବେ, ସେ ଯାହା ହେଉ, ଏହା ଏକ ବାସ୍ତବତା ଯେ ଏହା ୟୁକ୍ରେନ୍‌ ସକାଶେ ଏକ ଅସ୍ବସ୍ତିକର ତଥା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ପ୍ରକାଶ ଥାଉ କି ରୁଷିଆ ସୀମା ମଧୢରେ ସ˚ଘଟିତ ହେଉଥିବା ଆକ୍ରମଣରେ ୟୁକ୍ରେନ୍‌ର ସ˚ପୃକ୍ତି (ଯଦି ଥାଏ?)କୁ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ନାପସନ୍ଦ କରନ୍ତି। ସୁତରା˚, ଏହି ଘଟଣାରେ ରୁଷିଆର ଦାବିକୁ ସ˚ପୂର୍ଣ୍ଣ ରୂପେ ବିଶ୍ବାସ କରି ପାରୁ ନ ଥିଲେ ହେଁ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଏହାକୁ ସ୍ପଷ୍ଟ ଭାବେ ନିନ୍ଦା କରାଯାଇଛି, ଯାହା ୟୁକ୍ରେନ ପ୍ରତି ରହିଥିବା ‘ନାଟୋ’ ସମର୍ଥନକୁ ଏକ ଦୋଦୁଲ୍ୟମାନ ସ୍ଥିତିକୁ ନେଇ ଆସିବାର ଆଶଙ୍କା ସୃଷ୍ଟି କରିଥାଏ। ତା’ ସହିତ ଏହି ଘଟଣାଟି ପରେ ରୁଷିଆ ଏକ ଅତ୍ୟନ୍ତ ତୀବ୍ର ଆକ୍ରମଣ ଆରମ୍ଭ କରିବାକୁ ସତେ ଯେମିତି ଏକ ନୈତିକ ଯଥାର୍ଥତା ପାଇଯାଇଛି; ଯହିଁରେ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍‌ସ୍କିଙ୍କୁ ହତ୍ୟା କରାଯିବାର ବିଧିବଦ୍ଧ ଉଦ୍ୟମ ମଧୢ ସାକାର ହୋଇପାରେ! କେତେକ ପର୍ଯ୍ୟବେକ୍ଷକ କହନ୍ତି ଯେ ଏହି ଯୁଦ୍ଧରେ ଯୋଗ ଦେଇଥିବା ସ୍ବଳ୍ପ-ସାମରିକ ପ୍ରଶିକ୍ଷିତ ରୁଷୀୟ ନାଗରିକଙ୍କ ବିପୁଳ ସ˚ଖ୍ୟାରେ ମୃତ୍ୟୁ ରୁଷିଆକୁ ପ୍ରତିଶୋଧ ଜର୍ଜର କରି ରଖିଛି। ଏଣେ, ‘ନାଟୋ’ ସହାୟତାରେ ୟୁକ୍ରେନ୍‌ ପ୍ରାୟ ନଅଟି ବ୍ରିଗେଡ୍‌ ପ୍ରସ୍ତୁତ କରି ରଖି ପାରିଥିବା ବିଷୟ ରୁଷିଆ ଲାଗି ଅଧିକ ଗାତ୍ରଦାହ ସୃଷ୍ଟି କରିଥିବ। ଏଭଳି ସ୍ଥଳେ ଏକ ପରିବର୍ତ୍ତିତ ଦୃଶ୍ୟପଟରେ ଜାତିସ˚ଘର ସାଧାରଣ ପରିଷଦରେ ରୁଷିଆକୁ ଏକ ଆକ୍ରମଣକାରୀ ରାଷ୍ଟ୍ର ବୋଲି ଦର୍ଶାଇ ହୋଇଥିବା ଭୋଟଦାନରେ ଉଭୟ ଚୀନ ଓ ଭାରତ ସେମାନଙ୍କ ପାର˚ପରିକ ଆଭିମୁଖ୍ୟ ପରିହାର କରି ‘ରିଜଲ୍ୟୁସନ’ ସପକ୍ଷରେ ଭୋଟ ପ୍ରଦାନ କରିଥିବା ଭଳି ଘଟଣା ରୁଷିଆକୁ ବିଚଳିତ ମଧୢ କରିଥିବ। ସୁତରା˚, ଏଭଳି ସ୍ଥଳେ ଯୁଦ୍ଧକୁ ଶୀଘ୍ର ଏକ ନିର୍ଣ୍ଣାୟକ ସ୍ଥିତିକୁ ଆଣିବା ଲାଗି ରୁଷିଆ ଉଦ୍‌ଗ୍ରୀବ ହେବା ନିଶ୍ଚିତ, ଯାହା କେବଳ ଅଧିକ ତୀବ୍ର ଆକ୍ରମଣ ଦ୍ବାରା ସମ୍ଭବ ଏବ˚ ଏଭଳି ଆକ୍ରମଣକୁ ରୂପ ଦେବା ଲାଗି ଏକ ନାଟକର ଆବଶ୍ୟକତାକୁ ମଧୢ ଉଦ୍ଭାବନ କରାଯାଇପାରେ!

ଏକ ବାସ୍ତବତା ହେଲା ଏହି ଯୁଦ୍ଧଟି ବର୍ତ୍ତମାନ ଏକ ଦାଓଁପେଁଚ ଭରା ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ଚେସ ଖେଳ ଭଳି ଦିଶୁଛି, ଯହିଁରେ ଗୋଟି ଚାଳନାର ଦକ୍ଷତା ପ୍ରମୁଖତା ଲାଭ କରିବ। ସମସ୍ତେ ଅବଗତ ଯେ ସୋଭିଏତ୍‌ ରୁଷିଆର ବିଲୟ ଘଟିବା ପୂର୍ବରୁ ଏହି ସମଗ୍ର ଭୂଖଣ୍ତଟି ପୃଥିବୀର ସର୍ବାଧିକ ଦକ୍ଷ ଓ କି˚ବଦନ୍ତୀୟ ଚେସ୍‌ ଖେଳାଳିମାନଙ୍କ ଘର ଥିଲା। ଏବେ ସେମାନେ ରୁଷୀୟ ବା ୟୁକ୍ରେନୀୟ ବା କ୍ରୋଏସୀୟ ଚେସ୍‌ ଖେଳାଳି ଭାବେ ପ୍ରତିଯୋଗିତାରେ ନିଜ ନିଜ ରାଷ୍ଟ୍ରର ପତାକା ତଳେ ଅବତୀର୍ଣ୍ଣ ହୋଇ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହି ଦୃଷ୍ଟିରୁ ଗଲା ବୁଧବାର ଦିନ ଘଟି ଯାଇଥିବା ଘଟଣାଟିକୁ ଚେସ ଖେଳର ଉପମା ଆଧାରରେ ଏକ ଗୋଟି ଚାଳନା ରୂପେ ଦେଖାଯାଇପାରେ! ସେହି ଅନୁସାରେ ଏହି ଘଟଣାଟି ଯଦି ରୁଷିଆ ଦ୍ବାରା ପ୍ରାୟୋଜିତ ହୋଇଥାଏ, ତେବେ ତହିଁରେ ଏକ ଦୂରଦୃଷ୍ଟିସ˚ପନ୍ନ ଚାତୁର୍ଯ୍ୟ ରହିଛି ବୋଲି କହିହେବ; କିନ୍ତୁ ଯଦି ୟୁକ୍ରେନ ଏଭଳି କରିଥାଏ ତେବେ ତାହା ଏକ ବୋଧଶୂନ୍ୟ ଗୋଟି ଚାଳନା ରୂପେ ବିବେଚିତ ହେବ, ଯହିଁରେ ପ୍ରତିପକ୍ଷ ସମ୍ରାଟଙ୍କ ଅନ୍ତ ଲାଗି ଏକ ଅତ୍ୟନ୍ତ ଦୁର୍ବଳ ଚାଲ ଚଲାଯାଇଥିଲା ବୋଲି କୁହାଯିବ। ତେବେ, ଏହି ଖେଳଟି ବର୍ତ୍ତମାନ ଯେଉଁ ପର୍ଯ୍ୟାୟରେ ଉପନୀତ, ସେଥିରେ ଏହା ଖୁବ୍‌ ସମ୍ଭବ ଯେ ଖେଳର ସମାପ୍ତି ହୁଏ’ତ କୌଣସି ଗୋଟିଏ ପକ୍ଷର ସମ୍ରାଟଙ୍କ ମୃତ୍ୟୁରେ ହିଁ ହୋଇପାରେ! ଖେଳଟି ଏବେ ସେହି ଦିଗ ଧରିଛି। କେବଳ ଶେଷ ଗୋଟି ଚାଳନାକୁ ଅପେକ୍ଷା କରିବାକୁ ହେବ!