ସେହି ଦୃଷ୍ଟିରୁ ତାଙ୍କ ଗିରଫଦାରି ପରେ ପାକିସ୍ତାନର ସଡ଼କରେ ସୃଷ୍ଟି ହୋଇଥିିବା ବ୍ୟାପକ ହି˚ସାକାଣ୍ତର ଖବର ଯଦି ସେ ପାଉଥିବେ ତେବେ ତାହା ଜେଲ୍‌ ଭିତରେ ତାଙ୍କୁ ହୁଏତ ହୃଷ୍ଟ କରୁଥିବ। କିନ୍ତୁ ସେ ଭୁଲିଯିବା ଉଚିତ ନୁହେଁ ଯେ ସେ ଯେଉଁ ଉଚ୍ଚାଟ ଭରା ହି˚ସ୍ର ପଦାତିକ ବାହିନୀ ସୃଷ୍ଟି କରିଛନ୍ତି, ସେମାନେ ମଧୢ ତାଙ୍କ ବିରୋଧରେ ଭସ୍ମାସୁର ରୂପେ ଛିଡ଼ା ହୋଇଯାଇପାରନ୍ତି। ଏଭଳି ହୋଇପାରେ ଯେ ଇମ୍ରାନ ଯଦି ଶାସନ କ୍ଷମତାକୁ କେବେ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ ତାଙ୍କର ଏହି ବାହିନୀ ତା’ର ମୌଳବାଦୀ ଆଦର୍ଶକୁ ଚରିତାର୍ଥ କରିବା ଲାଗି ସୁଯୋଗ ଖୋଜିବ; ସେହି କ୍ରମରେ ‘ତହରିକ ଏ ଲବାଏକ’ ଭଳି ଆତଙ୍କବାଦ ପ୍ରୋତ୍ସାହନକାରୀ ରାଜନୈତିକ ସ˚ଗଠନଗୁଡ଼ିକ ହୁଏ’ତ ପ୍ରଶ୍ରୟ ପାଇବେ, ଯାହା ଏହି ସମଗ୍ର ଉପମହାଦେଶୀୟ ଅଞ୍ଚଳ ଲାଗି ଅତ୍ୟନ୍ତ ଭୟାବହ ହୋଇପାରେ!

Advertisment

ଗଲା ୯ ତାରିଖରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଯେଉଁ ଢଙ୍ଗରେ ଗିରଫ କରାଗଲା ଏବ˚ ତା’ ପରେ ପାକିସ୍ତାନ ଯେଉଁଭଳି ହି˚ସାତ୍ମକ ଦୃଶ୍ୟମାନ ଦେଖିଲା; ତହିଁରୁ ସୂଚନା ମିଳେ ଯେ ସ୍ବାଧୀନତା ପରବର୍ତ୍ତୀ ପାକିସ୍ତାନରେ ଇମ୍ରାନଙ୍କ ଭଳି ଜଣେ ରାଜନୈତିକ ବ୍ୟକ୍ତିତ୍ବ ସମ୍ଭବ ହୋଇ ନ ଥିଲେ। ଏହା ମଧୢ ଖୁବ୍‌ ସମ୍ଭବ ଯେ ଏହି ଘଟଣା ପାକିସ୍ତାନର ରାଜନୀତିରେ ଏକ ମୋଡ଼ ପରିବର୍ତ୍ତନକାରୀ ରୂପେ ସାବ୍ୟସ୍ତ ହେବ। ଉଲ୍ଲେଖଯୋଗ୍ୟ ଯେ ନିଜ ସାମର୍ଥ୍ୟ ଉପରେ ଦୋଦୁଲ୍ୟମାନ ଆସ୍ଥା ସହିତ ୧୯୯୬ ମସିହାରେ ରାଜନୈତିକ କ୍ୟାରିଅର ପ୍ରାରମ୍ଭ କରିଥିବା ଇମ୍ରାନ (ଏକା ବେଳକେ ଦୁଇଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ସବୁଥିରେ ପରାଜିତ ହୋଇଥିଲେ) ଯେ ମାତ୍ର ୨୭ ବର୍ଷର ଅବଧି ମଧୢରେ ପାକିସ୍ତାନ ରାଜନୀତିର ମୂଳ ସମୀକରଣରେ ପରିବର୍ତ୍ତନ ଘଟାଇବା ଭଳି ସ୍ଥିତି ସୃଷ୍ଟି କରିବେ; ଏହା କସ୍ମିନ କାଳେ ଚିନ୍ତା କରାଯାଇ ପାରି ନ ଥିଲା। କିନ୍ତୁ ଏବେ ସେଭଳି ଘଟିଛି।

ଅବିସମ୍ବାଦିତ ଭାବେ ସ˚ପ୍ରତି ଇମ୍ରାନ ହେଉଛନ୍ତି ପାକିସ୍ତାନର ସର୍ବାଧିକ ଲୋକପ୍ରିୟ ରାଜନେତା; ଏବ˚ ତାଙ୍କ ଅଲକ୍ଷ୍ୟରେ ସମଗ୍ର ପାକିସ୍ତାନରେ ଏଭଳି ଉଗ୍ର ପଦାତିକମାନେ ସୃଷ୍ଟି ହୋଇଛନ୍ତି, ଯେଉଁମାନେ ତାଙ୍କ ସକାଶେ ସଡ଼କ ଯୁଦ୍ଧରେ ବ୍ୟାପୃତ ରହି ଶାସନ ବ୍ୟବସ୍ଥାକୁ ଅଚଳ ମଧୢ କରି ଦେଇ ପାରନ୍ତି। ସୁତରା˚, ତାଙ୍କ ଗିରଫଦାରି ପରେ ପାକିସ୍ତାନ ପ୍ରତ୍ୟକ୍ଷ କରୁଥିବା ବ୍ୟାପକ ହି˚ସାକାଣ୍ତରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। ତେବେ ଏହି ପ୍ରକରଣରେ ଯେଉଁ ଦୁଇଟି ଅଭୂତପୂର୍ବ ପରିସ୍ଥିତି ଦୃଶ୍ୟମାନ ହୋଇଛି, ସେଗୁଡ଼ିକ ହେଲେ ଇମ୍ରାନଙ୍କ ‘ସଡ଼କ ସମର’ ଶକ୍ତି ସମକ୍ଷରେ ପାକିସ୍ତାନର ସର୍ବମୟ କର୍ତ୍ତା ରୂପେ ସ୍ବୀକୃତ ସାମରିକ ବାହନୀ ମଧୢ ବିଚଳିତ ଭଳି ମନେ ହୋଇଥାଏ ଏବ˚ ଦ୍ବିତୀୟରେ ପାକିସ୍ତାନର ଗଣତାନ୍ତ୍ରିକ ସରକାର ଓ ସାମରିକ ବାହିନୀ ସେମାନଙ୍କ ମଧୢରେ ରହି ଆସିଥିବା ପାରସ୍ପରିକ ସନ୍ଦେହକୁ ପରିହାର କରି ବର୍ତ୍ତମାନ ଇମ୍ରାନ ଖାଁ ନାମକ ସେହି ଏକମାତ୍ର ନେତାଙ୍କୁ ରାଜନୀତି କ୍ଷେତ୍ରରୁ ବହିଷ୍କାର କରିବା ଲାଗି ହାତ ମିଳାଇଛନ୍ତି। ପ୍ରକାଶ ଥାଉ କି ଗଲା ବର୍ଷ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧୢ ହୋଇଥିବା ଇମ୍ରାନ ତାଙ୍କ ବିଷୋଦ୍‌ଗାର ଭରା ଭାଷଣରେ ପାକିସ୍ତାନର କ୍ଷମତାସୀନ ସରକାର ଏବ˚ ସାମରିକ ବାହିନୀ ଉପରେ ଅତ୍ୟନ୍ତ ଶାଣିତ ବାଚନିକ ଆକ୍ରମଣ ଆରମ୍ଭ କରିଥିଲେ, ଯେଉଁ କାରଣରୁ ତାଙ୍କ ଉପସ୍ଥିତି ଉଭୟ ସରକାର ଏବ˚ ମିଲିଟାରି ସକାଶେ ଅତ୍ୟନ୍ତ ଅସ୍ବସ୍ତିକର ହେବାରେ ଲାଗିଥିଲା। ପୁନଶ୍ଚ, ପାକିସ୍ତାନୀ ଅସ୍ମିତା ଓ ମୌଳବାଦୀ ଇସଲାମ୍‌ର ଗୁଣ ଗାନ ଇମ୍ରାନଙ୍କ ଭାଷଣଗୁଡ଼ିକୁ ଏଭଳି ସମ୍ମୋହକ କରିଛି ଯେ ତାଙ୍କ ଦଳ ‘ପାକିସ୍ତାନ ତେହରିକ୍‌ ଏ ଇନସାଫ’ର ଜନାଧାରରେ ବିପୁଳ ବୃଦ୍ଧି ଘଟିଛି। ସୁତରା˚, ତାଙ୍କୁ ତୁରନ୍ତ ଗିରଫ କରାଯିବା ଯେ ଅନିବାର୍ଯ୍ୟ ହୋଇପଡ଼ିଥିଲା, ତାହା ହୃଦ୍‌ବୋଧ କରି ହୋଇଥାଏ।

ପ୍ରକାଶ ଥାଉ କି ଇମ୍ରାନଙ୍କ ବିରୋଧରେ ବିପୁଳ ଅର୍ଥ ଦେଣନେଣର କେଳେଙ୍କେରି ଏବ˚ ରିଏଲ୍‌ ଇଷ୍ଟେଟ୍‌ ଦୁର୍ନୀତି ତଥା ଅସମୀଚୀନ ଅନୁଗ୍ରହ ପ୍ରଦର୍ଶନର ଅଭିଯୋଗମାନ ଅଣାଯାଇଛି; ଯେଉଁଥି ଲାଗି ପାକିସ୍ତାନର ‘ନେସନାଲ ଏକାଉଣ୍ଟେବିଲିଟି ବ୍ୟୁରୋ’ ବା ‘ଏନ୍‌.ଏ.ବି.’ ପକ୍ଷରୁ ଗିରଫଦାରିର ଆଦେଶ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ‘ଏନ୍‌.ଏ.ବି.’ ହେଉଛି ପାକିସ୍ତାନରେ ହେଉଥିବା ଉଚ୍ଚ ସ୍ତରୀୟ ସରକାରୀ ଦୁର୍ନୀତି ଅଭିଯୋଗର ଏକାଧାରରେ ତଦନ୍ତ, ବିଚାର ଓ ଦଣ୍ତବିଧାନ କରୁଥିବା ଏକ ସ˚ପୂର୍ଣ୍ଣ ସ୍ବାୟତ୍ତ ସା˚ବିଧାନିକ ସଂସ୍ଥା, ଯାହା ଏଭଳି ନିରଙ୍କୁଶ ଯେ ସ˚ସଦ ବା ସର୍ବୋଚ୍ଚ ଅଦାଲତ ମଧୢ ଏହାର କାର୍ଯ୍ୟକଳାପରେ ହସ୍ତକ୍ଷେପ କରି ପାରନ୍ତି ନାହିଁ। ସୁତରା˚, ସେଠାରେ ଏକ ଧାରଣା ସୃଷ୍ଟି ହେବାରେ ଲାଗିଛି ଯେ ଏଭଳି ଆଦେଶ ପଛରେ ସରକାର ଏବ˚ ସାମରିକ ବାହିନୀର ମିଳିତ ଷଡ୍‌ଯନ୍ତ୍ର ନିହିତ ଅଛି, ଯାହାର ଉଦ୍ଦେଶ୍ୟ ହେଲା ଆସନ୍ତା ଅକ୍‌ଟୋବରରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ଇମ୍ରାନଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ନ ଦେବା। ସେହି ଦୃଷ୍ଟିରୁ ଇସଲାମାବାଦ ହାଇକୋର୍ଟର ପରିସର ମଧୢରୁ ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀ ‘ରେ˚ଜର୍ସ‌୍‌’ଙ୍କ ବିପୁଳ ଉପସ୍ଥିତିରେ ଇମ୍ରାନ ଖାଁଙ୍କୁ ଯେଉଁଭଳି ଅଚାନକ ଏବ˚ ସମ୍ବେଦନାଶୂନ୍ୟ ଭାବେ ଗିରଫ କରାଗଲା, ତାହା କେବଳ ଏଭଳି ଧାରଣାକୁ ଦୃଢ଼ୀଭୂତ କରିଥାଏ। ତାହାର ଭିଡିଓଗୁଡ଼ିକ ପ୍ରସାରିତ ହୋଇ ଉତ୍ତେଜନା ବୃଦ୍ଧି କରିବାରେ ଲାଗିଛି।

ଏଠାରେ ଏଭଳି କହିବା ଅତିଶୟୋକ୍ତି ହେବ ନାହିଁ ଯେ ସ୍ବାଧୀନତା ଲାଭ କରିବା ପର ଠାରୁ ପାକିସ୍ତାନ ଏତେ ସ˚ଖ୍ୟକ ଶାସନ ପରିବର୍ତ୍ତନ ଦେଖିଛି ଯେ ତାହାର ହିସାବ ରଖିବା ଏକ ଦୁରୂହ ବ୍ୟାପାର; କେବଳ ଏଥିରୁ ଏକ ଧାରଣା ମିଳିପାରେ ଯେ ଏ ଯାବତ୍‌ ପାକିସ୍ତାନ ୨୮ରୁ ଅଧିକ ପ୍ରଧାନମନ୍ତ୍ରୀଙ୍କୁ ଦେଖି ସାରିଲାଣି। ଏହି ଦେଶର ରାଜନୈତିକ ତାରଲ୍ୟ କ୍ଷମତାଲୋଭୀ ଏକଛତ୍ରବାଦୀ ସେନାଧୢକ୍ଷମାନଙ୍କୁ ଦୀର୍ଘ କାଳ ଧରି କ୍ଷମତାରେ ରଖିଛି ଯେମିତି ଆୟୁବ ଖାଁଙ୍କୁ ୧୦ ବର୍ଷ ବା ଜିଆ ଉଲ ହକ୍‌ଙ୍କୁ ୯ ବର୍ଷ ୨ ମାସ କିମ୍ବା ପରଭେଜ ମୁସାରଫଙ୍କୁ ୭ ବର୍ଷ; ଅଥଚ ସେଠାରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ କୌଣସି ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ପାଞ୍ଚ ବର୍ଷର କାର୍ଯ୍ୟ କାଳ ପୂରଣ କରି ପାରିନାହାନ୍ତି।

କେବଳ ସେତିକି ନୁହେଁ ଏଭଳି ଅସ୍ଥିର ପରିବେଶରେ ସେଠାରେ ଭସ୍ମାସୁର ସୃଷ୍ଟିର ଏକ ଦୃଢ଼ ପର˚ପରା ମଧୢ ସ୍ଥାପିତ ହୋଇଛି। ପ୍ରକାଶ ଥାଉ କି ସେଠାରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହେଉଥିବା ପ୍ରଧାନମନ୍ତ୍ରୀମାନେ ସାମରିକ ବାହିନୀ ପକ୍ଷରୁ ହସ୍ତକ୍ଷେପର ଆଶଙ୍କାରେ ଉଦ୍‌ବିଗ୍ନ ରହି ପ୍ରାୟତଃ ସେମାନଙ୍କ ବଶମ୍ବଦ ଏବ˚ ପ୍ରିୟପାତ୍ର କନିଷ୍ଠ ଅଫିସରମାନଙ୍କୁ ଅଯାଚିତ ଅନୁଗ୍ରହ ପ୍ରଦର୍ଶନ କରି ସେନାଧୢକ୍ଷ ଭାବେ ନିଯୁକ୍ତ କରନ୍ତି; କିନ୍ତୁ ବିଡ଼ମ୍ବନା ହେଲା ଅବଲୀଳା କ୍ରମେ ସେହି ସେନାଧୢକ୍ଷମାନେ ଭସ୍ମାସୁରରେ ପରିଣତ ହୋଇ ସେମାନଙ୍କ ନିଯୁକ୍ତିଦାତା ପ୍ରଧାନମନ୍ତ୍ରୀମାନଙ୍କୁ ହତ୍ୟା ବା ନିର୍ବାସିତ କରାଇଥାଆନ୍ତି। ଜେନେରାଲ ଆୟୁବ ଖାଁ ବା ଜେନେରାଲ ଜିଆ ଉଲ୍‌ ହକ୍‌ ବା ଜେନେରାଲ ପରଭେଜ ମୁସାରଫ ହେଉଛନ୍ତି ଏଭଳି ଜଣେ ଜଣେ ଭସ୍ମାସୁର। ତେବେ ଇମ୍ରାନ ଖାଁଙ୍କ ପ୍ରସଙ୍ଗରେ ଯଦିଓ ଭସ୍ମାସୁରର ଆବିର୍ଭାବ ଘଟିଥିଲା, ତାହା କିନ୍ତୁ ବିପରୀତଧର୍ମୀ ହୋଇଥିଲା, ଅର୍ଥାତ୍‌ ସେନାଧୢକ୍ଷ ଜେନେରାଲ କମର ପରଭେଜ ବାଜଵାଙ୍କ ଆଶୀର୍ବାଦରେ ବିଶେଷ ନିର୍ବାଚନୀ ସାଫଲ୍ୟ ପ୍ରଦର୍ଶନ କରି ନ ଥିବା ଇମ୍ରାନ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ ସିନା, ଅବଲୀଳା କ୍ରମେ ସାମରିକ ବାହିନୀର କ୍ରୀଡ଼ନକରୁ ଭସ୍ମାସୁରରେ ରୂପାନ୍ତରିତ ହେବାର ଲକ୍ଷଣ ପ୍ରକାଶ କରିଥିଲେ। ସାମରିକ ବାହିନୀକୁ ପ୍ରକାଶ୍ୟରେ ଅସ୍ବସ୍ତିକର ପ୍ରଶ୍ନ ପଚାରିବାର ଆସ୍ପର୍ଦ୍ଧାର ପରିଣତି ଥିଲା ଇମ୍ରାନ ଓ ସାମରିକ ବାହିନୀ ମଧୢରେ ସ˚ଘାତ ଓ ପରିଶେଷରେ ତାଙ୍କୁ କ୍ଷମତାରୁ ଅପସାରଣ।

ସେହି ଦୃଷ୍ଟିରୁ ତାଙ୍କ ଗିରଫଦାରି ପରେ ପାକିସ୍ତାନର ସଡ଼କରେ ସୃଷ୍ଟି ହୋଇଥିିବା ବ୍ୟାପକ ହି˚ସାକାଣ୍ତର ଖବର ଯଦି ସେ ପାଉଥିବେ ତେବେ ତାହା ଜେଲ୍‌ ଭିତରେ ତାଙ୍କୁ ହୁଏତ ହୃଷ୍ଟ କରୁଥିବ। କିନ୍ତୁ ସେ ଭୁଲିଯିବା ଉଚିତ ନୁହେଁ ଯେ ସେ ଯେଉଁ ଉଚ୍ଚାଟ ଭରା ହି˚ସ୍ର ପଦାତିକ ବାହିନୀ ସୃଷ୍ଟି କରିଛନ୍ତି, ସେମାନେ ମଧୢ ତାଙ୍କ ବିରୋଧରେ ଭସ୍ମାସୁର ରୂପେ ଛିଡ଼ା ହୋଇଯାଇପାରନ୍ତି। ଏଭଳି ହୋଇପାରେ ଯେ ଇମ୍ରାନ ଯଦି ଶାସନ କ୍ଷମତାକୁ କେବେ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ ତାଙ୍କର ଏହି ବାହିନୀ ତା’ର ମୌଳବାଦୀ ଆଦର୍ଶକୁ ଚରିତାର୍ଥ କରିବା ଲାଗି ସୁଯୋଗ ଖୋଜିବ; ସେହି କ୍ରମରେ ‘ତହରିକ ଏ ଲବାଏକ’ ଭଳି ଆତଙ୍କବାଦ ପ୍ରୋତ୍ସାହନକାରୀ ରାଜନୈତିକ ସ˚ଗଠନଗୁଡ଼ିକ ହୁଏ’ତ ପ୍ରଶ୍ରୟ ପାଇବେ, ଯାହା ଏହି ସମଗ୍ର ଉପମହାଦେଶୀୟ ଅଞ୍ଚଳ ଲାଗି ଅତ୍ୟନ୍ତ ଭୟାବହ ହୋଇପାରେ! ପାକିସ୍ତାନର ଏଭଳି ରାଜନୈତିକ ସ˚କଟ ଭାରତ ସକାଶେ ତ ଆଦୌ ଉଲ୍ଲାସଜନକ ହେବା ଉଚିତ ନୁହେଁ। କାରଣ ଏକ ଉପଦ୍ରବୀ ପଡ଼ୋଶୀ ସର୍ବଦା ବିପଦ ସୃଷ୍ଟି କରିଥାଏ।