ସେହି ଦୃଷ୍ଟିରୁ ଆନ୍ତର୍ଜାତିକ ସ˚ପର୍କର ‘ଟ୍ୟାଂଗୋ ନୃତ୍ୟ’ରେ ଭାରତ ସହିତ ତାଳ ମିଳାଇ ନୃତ୍ୟ କରିବା ଲାଗି ସମର୍ଥତମ ପାର୍ଟନର ଭାବେ ଏବେ ଆମେରିକା ବିଦ୍ୟମାନ। ଏଣେ ଭାରତକୁ ଆମେରିକା ପ୍ରତି ଅଧିକ ଢଳିବାରୁ ନିବର୍ତ୍ତାଇବା ଲାଗି ଏକ ଦେହବଳିଆ ଦାବିଦାର ଭାବେ ଚୀନ ମଧୢ ଉପନୀତ ହୋଇ ‘ଲଦାଖ’ ଭଳି ସମସ୍ୟା ସୃଷ୍ଟି କରି ଚାପ ପକାଇବାରେ ବ୍ୟସ୍ତ। ଦୂର ଭବିଷ୍ୟତ୍‌ରେ କିଏ କିଭଳି ଭାବେ ଏବ˚ କେଉଁ ପରିସ୍ଥିତିରେ ଭାରତ ସହିତ ପାର୍ଟନର ରୂପେ ରହିଥିବ, ତାହା ତ ସମୟ କହିବ। କିନ୍ତୁ ଏକ ‘ସୁଇ˚ ଷ୍ଟେଟ୍‌’ ବା ‘ଝୁଲା ରାଷ୍ଟ୍ର’ ଭାବେ ରଣନୈତିକ ଦୃଷ୍ଟିକୋଣରୁ ଭାରତ ଏବେ ଯେମିତି ଆକର୍ଷଣର ଚୁମ୍ବକୀୟ କ୍ଷେତ୍ରରେ ପରିଣତ ହୋଇଛି, ତାହା ହିଁ ଉଲ୍ଲେଖଯୋଗ୍ୟ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତକୁ ଜଣେ ରାଷ୍ଟ୍ରମୁଖ୍ୟଙ୍କ ଦ୍ବାରା ଏକ ସାଧାରଣ ସରକାରୀ ବିଦେଶ ଭ୍ରମଣର ପର୍ଯ୍ୟାୟଭୁକ୍ତ କରାଯାଇପାରିବ ନାହିଁ; କାରଣ ଅନେକ ଦୃଷ୍ଟିରୁ ଏହା ଐତିହାସିକ ଏବ˚ ଆନ୍ତର୍ଜାତିକ ସ˚ପର୍କର ନୂତନ ପରିଭାଷା ସୃଷ୍ଟି ହେବାର ମୁହୂର୍ତ୍ତ ଯେ ଆସି ଉପସ୍ଥିତ ହେଲାଣି, ଏହା ତାହାର ମଧୢ ଏକ ପ୍ରମାଣ। ସେହି ଦୃଷ୍ଟିରୁ ଏ ସ˚ପର୍କରେ ଏକ କ୍ଷୁୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ୨୦୧୪ ମସିହା ପର ଠାରୁ ଏ ଯାବତ୍‌ ପ୍ରଧାନମନ୍ତ୍ରୀ ମୋଦୀ (ଏହି ଗସ୍ତକୁ ବାଦ୍‌ ଦେଇ) ଛଅ ଥର ଯୁକ୍ତରାଷ୍ଟ୍ର ଆମେରିକାକୁ ସରକାରୀ ଗସ୍ତରେ ଯାଇଛନ୍ତି; କିନ୍ତୁ ଏହି ଗସ୍ତଟି ହେଉଛି ଏକ ‘ଅଫିସିଆଲ୍‌ ଷ୍ଟେଟ୍‌ ଭିଜିଟ୍‌’ ବା ‘ରାଷ୍ଟ୍ରୀୟ ମର୍ଯ୍ୟାଦାସ˚ପନ୍ନ ସରକାରୀ ଗସ୍ତ’, ଯାହା ବିଦେଶ ଭୂମିରେ ଭ୍ରମଣକାରୀ ରାଷ୍ଟ୍ରମୁଖ୍ୟଙ୍କୁ ସର୍ବାଧିକ ଗରିମାଯୁକ୍ତ ଅଭ୍ୟର୍ଥନାର ପାତ୍ର କରିଥାଏ ଏବ˚ ସେହି କାରଣରୁ ଏଭଳି ‘ଷ୍ଟେଟ୍‌ ଭିଜିଟ୍‌’ମାନ ମଧ୍ୟ ଅତ୍ୟନ୍ତ ବିରଳ ହୋଇଥାଏ। ପ୍ରକାଶ ଥାଉ କି ସ୍ବାଧୀନତୋତ୍ତର ଭାରତର ଦୀର୍ଘ ପଚସ୍ତରି ବର୍ଷର ଇତିହାସରେ ୨୦୦୯ ମସିହାରେ ଡକ୍ଟର ମନମୋହନ ସି˚ହଙ୍କ ପରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଏଭଳି ସମ୍ମାନ ଲାଭ କରିଥିବା ଦ୍ବିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ; ଅନ୍ୟ ସମସ୍ତ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତକୁ ସାଧାରଣ ସରକାରୀ ଗସ୍ତର ପାହ୍ୟା ପ୍ରଦାନ କରାଯାଇଛି। ଏଭଳି ଗସ୍ତ କିଭଳି ବିରଳ ତା’ର ଆଉ ଏକ ନିଦର୍ଶନ ହେଲା ଏହା ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ କାର୍ଯ୍ୟକାଳ ମଧୢରେ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଆଉ ମାତ୍ର ଦୁଇ ଜଣ ରାଷ୍ଟ୍ରମୁଖ୍ୟଙ୍କୁ ଏଭଳି ମର୍ଯ୍ୟାଦା ପ୍ରଦାନ କରିଛନ୍ତି; ଯହିଁରୁ ଜଣେ ଫରାସୀ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ ଏବ˚ ଦ୍ବିତୀୟ ଜଣକ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟନ ସୁକ୍‌ ୟଲ।
ଏଭଳି ସ୍ଥଳେ ପ୍ରଶ୍ନଟିଏ ଉଠିଥାଏ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଭଳି ଭବ୍ୟ ଅଭ୍ୟର୍ଥନା ପ୍ରଦାନ କରାଯାଉଛି କେମିତି? ଏଭଳି ପ୍ରଶ୍ନର କାରଣ ହେଲା, ୨୦୦୨ ମସିହାର ଗୁଜରାଟ ଦଙ୍ଗା ସେ‌େତବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କ ପାଇଁ ଏଭଳି ଅପଯଶ ଆଣି ଦେଇଥିଲା ଯେ ଗୋଟିଏ ସମୟରେ ତାଙ୍କର ଆମେରିକା ପ୍ରବେଶକୁ ମଧୢ ନିଷେଧ କରି ଦିଆଯାଇଥିଲା। ପ୍ରକାଶ ଥାଉ କି ଏବେ ମଧୢ ପାଶ୍ଚାତ୍ୟ ଗଣମାଧୢମ ଦ୍ବାରା ଗୁଜରାଟ ଦଙ୍ଗା ସହ ନରେନ୍ଦ୍ର ମୋଦୀଙ୍କ ସ˚ପୃକ୍ତିକୁ ନେଇ ବ୍ୟାଖ୍ୟାନମାନର ସୃଷ୍ଟି ଓ ପ୍ରସାର କରାଯିବାରେ ଲାଗିଛି। ଦ୍ବିତୀୟରେ ୨୦୨୦ ମସିହାରେ ଅନୁଷ୍ଠିତ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ସକାଶେ ଭାରତୀୟ ମୂଳୋଦ୍ଭବ ଆମେରିକୀୟମାନଙ୍କ ଠାରୁ ଭୋଟ ଭିକ୍ଷା କରିଥିଲେ, ଯେଉଁ ନିର୍ବାଚନରେ ଟ୍ର˚ପଙ୍କ ବିରୋଧରେ ପ୍ରାର୍ଥୀ ଭାବେ ଛିଡ଼ା ଥିଲେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌। ତୃତୀୟରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଦ୍ବାରା ଜାରି ହୋଇଥିବା ରୁଷିଆ ବିରୋଧୀ ଅତ୍ୟନ୍ତ କଠୋର ଆର୍ଥିକ ବାସନ୍ଦ ବ୍ୟବସ୍ଥାକୁ ଭାରତ ଅତ୍ୟନ୍ତ ପ୍ରକାଶ୍ୟ ଭାବେ ଅମାନ୍ୟ କରିଛି ଏବ˚ ଏହି ଯୁଦ୍ଧ ପରିପ୍ରେକ୍ଷୀରେ ଆମେରିକା ନେତୃତ୍ବାଧୀନ ଶିବିର ପ୍ରତି କୌଣସି ସମର୍ଥନ ମଧୢ ଜ୍ଞାପନ କରିନାହିଁ। ଚତୁର୍ଥରେ ଆମେରିକା ଏବ˚ ପାଶ୍ଚାତ୍ୟ ବିଶ୍ବର ଅତ୍ୟନ୍ତ ପ୍ରଭାବଶାଳୀ ‘ଥିଙ୍କ ଟ୍ୟାଙ୍କ୍‌’ଗୁଡ଼ିକ ସେମାନଙ୍କ ଦ୍ବାରା ପ୍ରକାଶିତ ବିଭିନ୍ନ ଗଣତାନ୍ତ୍ରିକ ସୂଚକାଙ୍କ ତାଲିକାରେ ଭାରତକୁ କ୍ରମାଗତ ଭାବେ ଅଚିନ୍ତନୀୟ ନିମ୍ନ ସ୍ଥାନ ପ୍ରଦାନ କରିବାରେ ଲାଗିଛନ୍ତି ଏବ˚ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଭାରତର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଭୂଲୁଣ୍ଠିତ ବୋଲି ପାଶ୍ଚାତ୍ୟ ଗଣମାଧୢମଗୁଡ଼ିକ ସର୍ବଦା ମୁଖର ହୋଇ ରହିଛନ୍ତି, ଯାହା ଗଣତନ୍ତ୍ରର ସର୍ବଶ୍ରେଷ୍ଠ ଧ୍ବଜାଧାରୀ ଯୁକ୍ତରାଷ୍ଟ୍ର ଆମେରିକାକୁ ବ୍ୟଥିତ କରୁଥିବା ସ୍ବାଭାବିକ। ସୁତରା˚, ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସକାଶେ ଏକ ‘ଷ୍ଟେଟ୍‌ ଭିଜିଟ୍‌’ର ଭବ୍ୟ ଆୟୋଜନ ବିସ୍ମୟର କାରଣ ହେବାରେ ଅସ୍ବାଭାବିକତା ନାହିଁ।
ଯଦିଓ ଉପରୋକ୍ତ ପର୍ଯ୍ୟବେକ୍ଷଣଗୁଡ଼ିକ ସତ, ଆଉ ଏକ ବାସ୍ତବତା ହେଲା ଭାରତ ଏବେ ପୃଥିବୀର ମୁଷ୍ଟିମେୟ ହାତଗଣତି ‘ସୁଇ˚ ଷ୍ଟେଟ୍‌’ ବା ‘ଝୁଲା ରାଷ୍ଟ୍ର’ ମଧୢରୁ ଅନ୍ୟତମ, ଯାହାର ଦୋଳନକୁ ନିଜ ପଟକୁ ଆକର୍ଷିତ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ତତ୍ପର। ଉଲ୍ଲେଖଯୋଗ୍ୟ ଯେ ସା˚ପ୍ରତିକ ଭୂ-ରାଜନୈତିକ ଓ ରଣନୈତିକ ବାତାବରଣରେ ‘ଝୁଲା ରାଷ୍ଟ୍ର’ର ସ˚ଜ୍ଞା ଓ ଭୂମିକା ନେଇ ଜାରେଡ୍ କୋହେନ୍‌ଙ୍କ ଦ୍ବାରା ରଚିତ ଏକ ଆଲେଖ୍ୟରେ ଏକ ଧାରଣା ମିଳିଥାଏ। ନିର୍ଦ୍ଦିଷ୍ଟ ଭାବେ କୌଣସି ପକ୍ଷ ପ୍ରତି ଏକାନ୍ତ ଆନୁଗତ୍ୟ ପ୍ରଦର୍ଶନ କରୁ ନ ଥିବା ଏକ ସ୍ଥିର ଓ ଶକ୍ତିଶାଳୀ ତଥା କିଛି ମାତ୍ରାରେ ପ୍ରଭାବଶାଳୀ ରାଷ୍ଟ୍ରକୁ ଏକ ‘ଝୁଲା ରାଷ୍ଟ୍ର’ ରୂପେ ବିଚାର କରା ଯାଇପାରେ, ଯାହାକୁ ନିଜ ପକ୍ଷଭୁକ୍ତ କରିବା ଲାଗି ବିଶ୍ବ ନେତୃତ୍ବ ନେବାରେ ଆଗ୍ରହୀ ମହାଶକ୍ତିଗୁଡ଼ିକ ସର୍ବଦା ଉଦ୍‌ଗ୍ରୀବ ରହିବେ।
ଏଥିରେ ଦ୍ବିଧା ନାହିଁ ଯେ ସୋଭିଏତ୍‌ ରୁଷିଆର ବିଲୟ ପରେ ‘ସାମରିକ ଶକ୍ତି’ ବଦଳ‌େର ‘ବଜାର ଶକ୍ତି’ କୌଣସି ରାଷ୍ଟ୍ରର ପ୍ରଭୁତ୍ବ ପ୍ରତିପାଦନ ଦିଗରେ ଏକ ବଳିଷ୍ଠ ମାଧୢମ ପାଲଟିଛି। କହିବା ଅନାବଶ୍ୟକ ଯେ ଯୋଗାଣ ଶୃଙ୍ଖଳର ଉତ୍ସ ରୂପେ ରହି ଚୀନ ପୃଥିବୀର ‘ବଜାର’କୁ ଏକ ପ୍ରକାର ଅକ୍ତିଆର କରିବା ସହିତ ଅତୁଳନୀୟ ଆର୍ଥିକ ଅଭିବୃଦ୍ଧି ହାସଲ କରିଛି ଏବ˚ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରରେ ପରିଣତ ହୋଇଛି। ଷଷ୍ଠ ଓ ସପ୍ତମ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଯୋଗାଇ ଯେମିତି ସୋଭିଏତ୍‌ ରୁଷିଆର ପ୍ରଭାବକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟିତ ଥିଲା ସେମିତି ବର୍ତ୍ତମାନ ‘ବଜାର’ ଉପରୁ ଚୀନର ନିୟନ୍ତ୍ରଣକୁ ନିଷ୍ପ୍ରଭ କରିବା ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ଭାରତରେ ଏକ ଅନୁକୂଳ ଚାରଣ ଭୂମି ଖୋଜି ପାଇଛି; ଯେଉଁଠି ଏକ ସବଳ ଗଣତନ୍ତ୍ର ବିଦ୍ୟମାନ; ସ˚ଖ୍ୟା ଓ ଦକ୍ଷତା ଦୃଷ୍ଟିରୁ ଏକ ବିଶାଳ ମାନବ ସମ୍ବଳ ଉପଲବ୍‌ଧ ଏବ˚ ଏକ ବୃହତ୍‌ ଆର୍ଥିକ ଶକ୍ତି ରୂପେ ଭାରତ ବିବର୍ତ୍ତିତ ହେବାରେ ଲାଗିଛି। ସେହି ଦୃଷ୍ଟିରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ମର୍ଯ୍ୟାଦା ପ୍ରଦାନ କରି ଯୁକ୍ତରାଷ୍ଟ୍ର ଆମେରିକା ତାହାର ରଣନୈତିକ ଚାତୁର୍ଯ୍ୟ ଓ ଦୂରଦୃଷ୍ଟି ପ୍ରଦର୍ଶନ କରିଛି ଯାହା।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ଅତ୍ୟାଧୁନିକ ଜେଟ୍‌ ଇ˚ଜିନ୍‌ ନିର୍ମାଣ, ଅତ୍ୟାଧୁନିକ ଡ୍ରୋନ୍‌ ଖର୍ଦ୍ଦି ଏବ˚ ସେମି-କଣ୍ତକ୍‌ଟର ନିର୍ମାଣ କ୍ଷେତ୍ରରେ ଦୁଇ ରାଷ୍ଟ୍ର ମଧୢରେ ମହାତ୍ତ୍ବାକା˚କ୍ଷୀ ଚୁକ୍ତି ସ˚ପାଦିତ ହେବ। ଏହା ସହିତ ସାମରିକ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମଧୢରେ ସ˚ପର୍କର ଖଡ଼ିଛୁଆଁ ପର୍ବ ଆରମ୍ଭ ହେବ। କେବଳ ସେତିକି ନୁହେଁ, ଏଥି ସହିତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସର˚ଜାମ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ଭାରତର ରୁଷ ନିର୍ଭରଶୀଳତା କ୍ରମେ ହ୍ରାସ ପାଇବାର ସମ୍ଭାବନା ମଧୢ ସୃଷ୍ଟି ହୋଇଛି। ପ୍ରକାଶ ଥାଉ କି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସ˚ଦର୍ଭରେ ଭାରତ ମୌନ ରହିବା ପଛରେ ଏହି ନିର୍ଭରଶୀଳତା ମଧୢ ଏକ ବାଧୢବାଧକତା ଥିଲା। ଏବ˚ ସ˚ପ୍ରତି ରୁଷିଆ ତା’ର ପୁରୁଣା ତଥା ପାର˚ପରିକ ମନୋଭାବରେ ପରିବର୍ତ୍ତନ ଘଟାଇ ଚୀନ ପ୍ରତି ଅଧିକ ଢଳୁଥିବା ଦେଖିବାକୁ ମିଳିଛି, ଯାହା ମଧୢ ଭାରତ ସକାଶେ ଅସ୍ବସ୍ତିକର ହୋଇଥାଏ। ସେହି ଦୃଷ୍ଟିରୁ ଏହି ଗସ୍ତ ପରେ ଆମେରିକା ସହିତ ଭାରତର ସ˚ପର୍କରେ ଏକ ନୂତନ ଅଧୢାୟ ଖୋଲିବ ବୋଲି ଆଶା କରାଯାଇପାରେ।
ସେହି ଦୃଷ୍ଟିରୁ ଆନ୍ତର୍ଜାତିକ ସ˚ପର୍କର ‘ଟ୍ୟାଂଗୋ ନୃତ୍ୟ’ରେ ଭାରତ ସହିତ ତାଳ ମିଳାଇ ନୃତ୍ୟ କରିବା ଲାଗି ସମର୍ଥତମ ପାର୍ଟନର ଭାବେ ଏବେ ଆମେରିକା ବିଦ୍ୟମାନ। ଏଣେ ଭାରତକୁ ଆମେରିକା ପ୍ରତି ଅଧିକ ଢଳିବାରୁ ନିବର୍ତ୍ତାଇବା ଲାଗି ଏକ ଦେହବଳିଆ ଦାବିଦାର ଭାବେ ଚୀନ ମଧୢ ଉପନୀତ ହୋଇ ‘ଲଦାଖ’ ଭଳି ସମସ୍ୟା ସୃଷ୍ଟି କରି ଚାପ ପକାଇବାରେ ବ୍ୟସ୍ତ। ଦୂର ଭବିଷ୍ୟତ୍‌ରେ କିଏ କିଭଳି ଭାବେ ଏବ˚ କେଉଁ ପରିସ୍ଥିତିରେ ଭାରତ ସହିତ ପାର୍ଟନର ରୂପେ ରହିଥିବ, ତାହା ତ ସମୟ କହିବ। କିନ୍ତୁ ଏକ ‘ସୁଇ˚ ଷ୍ଟେଟ୍‌’ ବା ‘ଝୁଲା ରାଷ୍ଟ୍ର’ ଭାବେ ରଣନୈତିକ ଦୃଷ୍ଟିକୋଣରୁ ଭାରତ ଏବେ ଯେମିତି ଆକର୍ଷଣର ଚୁମ୍ବକୀୟ କ୍ଷେତ୍ରରେ ପରିଣତ ହୋଇଛି, ତାହା ହିଁ ଉଲ୍ଲେଖଯୋଗ୍ୟ।