ଏଥିରେ ଦ୍ବିଧା ନାହିଁ ଯେ ସଘନ ପ୍ରଶିକ୍ଷଣ ଏବ˚ ପ୍ରାଣମୂର୍ଚ୍ଛା ଅଭ୍ୟାସ ଓ ପରିଶ୍ରମ ଭାରତୀୟ କୁସ୍ତି ଖେଳାଳିମାନଙ୍କ ଲାଗି ଦ୍ବିତୀୟ ପ୍ରକୃତିରେ ପରିଣତ ହୋଇଥାଏ। ପୁଣି କୁସ୍ତି ଭଳି ସ୍ପର୍ଦ୍ଧାରେ ଅ˚ଶଗ୍ରହଣ କରୁଥିବାର ଅର୍ଥ ହେଲା ସେହି ଖେଳର ଅତ୍ୟନ୍ତ କଠୋର ନିୟମମାନ ଦ୍ବାରା ପରିଚାଳିତ ହେବା। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ସ˚ପ୍ରତି ସେମାନେ ଯେଉଁ ଏକ ଦ୍ବନ୍ଦ୍ବ ଯୁଦ୍ଧର ଆଖଡ଼ାରେ ଅବତୀର୍ଣ୍ଣ, ତହିଁରେ ନୀତି ନିୟମର ଚିହ୍ନବର୍ଣ୍ଣ ମଧୢ ଦିଶି ନ ପାରେ, ଯାହା ଏହି ଖେଳାଳିମାନଙ୍କ ଲାଗି ଗଭୀର ହତାଶାର କାରଣ ହେବାର ସମ୍ଭାବନା ରହିଛି। କିନ୍ତୁ, ଏହି କ୍ରୀଡ଼ା ସ୍ପର୍ଦ୍ଧାରେ ଯେଉଁ ‘କିଲି˚ ଇନଷ୍ଟି˚କ୍ଟ’ ସେମାନଙ୍କୁ ଅନ୍ତିମ ସ୍ବେଦବିନ୍ଦୁ ପର୍ଯ୍ୟନ୍ତ ଜିଣିବାର ଜିଦ୍ରେ ଅଟଳ ରଖି ବିଜୟୀ କରାଏ, ସେହି ‘ଅଦମନୀୟ ମାରକ ପ୍ରବୃତ୍ତିି’ ସେମାନଙ୍କ ଧୈର୍ଯ୍ୟକୁ ଅକ୍ଷୁଣ୍ଣ ରଖପାରେ।
ସ˚ପ୍ରତି ଦିଲ୍ଲୀର ଯନ୍ତରମନ୍ତର ଠାରେ ସାତ ଜଣ ଶ୍ରେଷ୍ଠ ଭାରତୀୟ ମହିଳା କୁସ୍ତି ଖେଳାଳି ଧାରଣାରେ ବସିବା ସହିତ ଦୁଇ ମାସ ତଳର ପ୍ରସଙ୍ଗଟିକୁ ତେଜୀୟାନ କରିଛନ୍ତି। ସେମାନେ ଯେଉଁ ଅଭିଯୋଗକୁ ସାମନାକୁ ଆଣି ଏଭଳି ପଦକ୍ଷେପ ନେଇଛନ୍ତି, ତାହା ଅତ୍ୟନ୍ତ ସା˚ଘାତିକ; ମାତ୍ର ଯେଉଁ ଦାବିକୁ ନେଇ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ବଦ୍ଧପରିକର, ତାହା ଅତ୍ୟନ୍ତ ସାଧାରଣ; ଅଭିଯୋଗଟି ହେଲା ‘ରେସଲି˚ ଫେଡେରେସନ ଅଫ୍ ଇଣ୍ତିଆ’ ବା ‘ଭାରତୀୟ କୁସ୍ତି ମହାସ˚ଘ’ର ପୂର୍ବତନ ଅଧୢକ୍ଷ ବ୍ରିଜଭୂଷଣ ଶରଣ ସି˚ହଙ୍କ ଦ୍ବାରା ମହିଳା କୁସ୍ତି ଖେଳାଳିମାନେ ଯୌନ ଶୋଷଣର ଶିକାର ହୋଇଛନ୍ତି ଏବ˚ ସେମାନଙ୍କ ଦାବିଟି ହେଲା ଏ ସ˚ପର୍କରେ ପୁଲିସ ସର୍ବନିମ୍ନ କାର୍ଯ୍ୟାନୁଷ୍ଠାନ ସ୍ବରୂପ ‘ଏଫ୍.ଆଇ.ଆର୍’ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରୁ। ପ୍ରକାଶ ଥାଉ କି ଯେଉଁ ସାତ ଜଣ ମହିଳା କୁସ୍ତି ଖେଳାଳି ପୁରୋଭାଗରେ ରହି ଏହି ପ୍ରତିବାଦ-ଆନ୍ଦୋଳନକୁ ନେତୃତ୍ବ ପ୍ରଦାନ କରୁଛନ୍ତି ସେମାନେ ସମସ୍ତେ ଅଲି˚ପିକ୍ସ ବା କମନୱେଲ୍ଥ ବା ଏସୀୟ କୁସ୍ତି ପ୍ରତିଯୋଗିତାରେ ପଦକ ଅଧିକାରିଣୀ ଏବ˚ ସେମାନଙ୍କ ମଧୢରେ ଅର୍ଜୁନ ପୁରସ୍କାର ଏବ˚ ଖେଳ-ରତ୍ନ ବିଜୟିନୀ ରହିଛନ୍ତି ଏବ˚ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଉଠିଛି, ସେ ହେଉଛନ୍ତି ଶାସକ ବିଜେପି ଦଳର ଜଣେ ପୁରୁଖା ସା˚ସଦ ଏବ˚ ଅତ୍ୟନ୍ତ ପ୍ରଭାବଶାଳୀ ନେତା। ସୁତରା˚, ଏହା ଦ୍ବାରା ଏକ ତୀବ୍ର ସ˚ଘାତମୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଖୁବ୍ ଅଧିକ।
ଗଲା ଜାନୁଆରି ମାସରେ ଏହି ମହିଳା କୁସ୍ତି ଖେଳାଳିମାନେ ସେମାନଙ୍କ ବିରୋଧାତ୍ମକ ଆନ୍ଦୋଳନ ପ୍ରାରମ୍ଭ କରିଥିଲେ, ଯାହା ସରକାରଙ୍କ ଦ୍ବାରା ଗଠିତ କମିଟି ଜରିଆରେ ନିରପେକ୍ଷ ଯାଞ୍ଚର ପ୍ରତିଶ୍ରୁତି ପରେ ସ୍ଥଗିତ ହୋଇଥିଲା। ସେହି ସମୟରେ ଏହି ବିବାଦ ତୀବ୍ରତା ଧାରଣ କରିବାରୁ ବହୁ ଟାଳଟୁଳ ପରେ କୁଣ୍ଠିତ ବ୍ରିଜଭୂଷଣ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। କିନ୍ତୁ, ପୁନର୍ବାର ସେହି ବିବାଦ ମୁଣ୍ତ ଟେକିବା ପଛର କାରଣ ହେଲା, ସରକାର ବସାଇଥିବା କମିଟି ତା’ର ରିପୋର୍ଟ ପ୍ରଦାନ କରି ସାରିଥିଲେ ସୁଦ୍ଧା ତାକୁ ଗୋପନୀୟ କରି ରଖାଯାଇଛି ଏବ˚ ବ୍ରିଜଭୂଷଣଙ୍କୁ ଗିରଫ କରିବା ଲାଗି ଆନ୍ଦୋଳନକାରିଣୀମାନଙ୍କ ଏତଲାକୁ ଦିଲ୍ଲୀ ପୁଲିସ ଗ୍ରହଣ କରୁନାହିଁ। ସୁତରା˚, ପାତରଅନ୍ତର ନୀତି ଏବ˚ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବାର ଏକ ପ୍ରଚ୍ଛନ୍ନ ପ୍ରଚେଷ୍ଟା ସ˚ପର୍କରେ ସନ୍ଦେହ ଦୃଢ଼ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହାରେ ଲଳିତା କୁମାରୀଙ୍କ ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ସ୍ପଷ୍ଟ ରାୟ କହିଥିଲା ଯେ ଯୌନ ଶୋଷଣ ଭଳି ସା˚ଘାତିକ ଅଭିଯୋଗରେ ତୁରନ୍ତ ‘ଏଫ.ଆଇ.ଆର୍’ ଗ୍ରହଣ କରାଯିବା ବାଧୢତାମୂଳକ। ତେବେ, ବ୍ରିଜଭୂଷଣଙ୍କ ସ˚ଦଭରେ ପୁଲିସ ପକ୍ଷରୁ ସଫେଇ ଦେଇ ଯାହା କୁହାଯାଇଛି, ତାହା ହେଲା ଏତଲା ଗ୍ରହଣ କରିବା ପୂର୍ବରୁ ଅଭିଯୋଗଗୁଡ଼ିକ ସ˚ପର୍କରେ ଯାଞ୍ଚ ହେଉଛି। ଲଳିତା କୁମାରୀଙ୍କ ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଥିଲା ଯେ କେବଳ ଧର୍ତ୍ତବ୍ୟ ଅପରାଧ ହୋଇ ନ ଥିଲେ, ସେ କ୍ଷେତ୍ରରେ ‘ଏଫ.ଆଇ.ଆର.’ ଗ୍ରହଣ କରାଯିବା ପୂର୍ବରୁ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇପାରେ, ଯାହା ବ୍ରିଜଭୂଷଣଙ୍କ ସକାଶେ ଲାଗୁ ହେବା ଅଯୌକ୍ତିକ। ପ୍ରକାଶ ଥାଉ କି ‘ଏଫ.ଆଇ.ଆର.’ ଗ୍ରହଣ କରା ନ ଯିବାରୁ ଅଭିଯୋଗକାରିଣୀମାନେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି, ଯହିଁରେ ଅଦାଲତଙ୍କ ପକ୍ଷରୁ ଏ ନେଇ ଉଦ୍ବେଗ ପ୍ରକାଶ କରାଯିବା ସହିତ ପୁଲିସ ଠାରୁ ଉତ୍ତର ମଧୢ ଲୋଡ଼ା ଯାଇଛି। ତେବେ, ଏହି ସ˚ଦର୍ଭରେ ଆଲୋଚନା କଲା ବେଳେ ଆସାମର ପୂର୍ବତନ ଯୁବ କ˚ଗ୍ରେସ ନେତ୍ରୀ ଅଙ୍କିତା ଦତ୍ତଙ୍କ ଦ୍ବାରା ଯୌନ ଶୋଷଣର ଅଭିଯୋଗ ବିଷୟ ଉଠିଥାଏ, ଯହିଁରେ ଅଭିଯୋଗ ପାଇବା ମାତ୍ରକେ ଆସାମ (ବିଜେପି ଶାସିତ) ପୁଲିସ ଅଭିଯୁକ୍ତ ଭାରତ ଯୁବ କ˚ଗ୍ରେସର ଅଧୢକ୍ଷ ବି.ଭି. ଶ୍ରୀନିବାସଙ୍କୁ ଗିରଫ କରିବା ସକାଶେ ବେଙ୍ଗାଲୁରୁରେ ପହଞ୍ଚିଥିଲେ ଏବ˚ ତାଙ୍କ ବାସଗୃହର ଫାଟକରେ ନୋଟିସ ଲଗାଇ ଫେରିଥିଲେ ଯେ ସେ ଗୌହାଟୀରେ ଉପସ୍ଥିତ ନ ହେଲେ ତାଙ୍କୁ ତୁରନ୍ତ ଗିରଫ କରାଯିବ। ପୁଲିସର ଏଭଳି ସକ୍ରିୟତା ପ୍ରଶଂସାଯୋଗ୍ୟ ହୋଇଥିବା ସତ୍ତ୍ବେ ପ୍ରଶ୍ନ ଉଠିଥାଏ ଯେ ବିରୋଧୀ ଦଳର ଜଣେ ସଦସ୍ୟଙ୍କ ବିରୋଧରେ ଏଭଳି ଆଗ୍ରହାତିଶଯ୍ୟ ବ୍ରିଜଭୂଷଣଙ୍କ କ୍ଷେତ୍ରରେ ଦିଶି ନ ଥାଏ କାହିଁକି?
ପ୍ରକାଶ ଥାଉ କି ଗଲା ଜାନୁଆରି ମାସରେ ଏହି ବିରୋଧ ପ୍ରଥମେ ଆରମ୍ଭ ହୋଇଥିବା ବେଳେ ତାହାକୁ ସମର୍ଥନ ଜ୍ଞାପନ କରି ସିପିଏମ୍ ନେତ୍ରୀ ବୃନ୍ଦା କରାତ ସେଠାକୁ ଯାଇଥିବା ବେଳେ ଏହି ଆନ୍ଦୋଳନକୁ ଅଣରାଜନୈତିକ ଚରିତ୍ର ପ୍ରଦାନ କରିବା ଉଦ୍ଦେଶ୍ୟରେ ଆନ୍ଦୋଳନକାରୀମାନେ ତାଙ୍କୁ ଦୃଶ୍ୟପଟରୁ ଅପସରି ଯିବା ଲାଗି ବିନମ୍ର ଅନୁରୋଧ ଜଣାଇଥିଲେ। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ସ୍ଥିତିରେ ସେହି ପ୍ରତିବାଦକାରୀମାନେ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଲୋଡ଼ିଲେଣି। ଏହି ଘଟଣାରେ ଅଭିଯୁକ୍ତ ବ୍ରିଜଭୂଷଣ ସି˚ହ ମଧୢ ପାଲଟା ଅଭିଯୋଗ କରିଛନ୍ତି ଯେ ଏହି ଅଭିଯୋଗମାନ କପୋଳକଳ୍ପିତ ଏକ ରାଜନୈତିକ ଅଭିସନ୍ଧି ପ୍ରଣୋଦିତ, ଯାହା ପଛରେ ନିର୍ଦ୍ଦିଷ୍ଟ ଭାବେ କ˚ଗ୍ରେସ ନେତା ଦୀପେନ୍ଦର ସିଂହ ହୁଡ଼ାଙ୍କ ସନ୍ଦିଗ୍ଧ ଭୂମିକା ରହିଛି। ସୁତରା˚, ଘଟଣାର ରାଜନୀତୀକରଣ ଲାଗି ପଥ ଉନ୍ମୁକ୍ତ ହୋଇ ସାରିଛି। କହିବା ଅନାବଶ୍ୟକ ଯେ ଆସନ୍ତା ୨୦୨୪ ମସିହାରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପ୍ରେକ୍ଷାପଟରେ ଏହି ବିବାଦରେ ରାଜନୈତିକ ଦଳଗୁଡ଼ିକର ସ˚ପୃକ୍ତି ଏହାକୁ ଏକ ବିସ୍ଫୋରକ ପର୍ଯ୍ୟାୟକୁ ନେଇ ଯାଇପାରେ; କିନ୍ତୁ ତାହା ସହିତ ଏହା ମଧୢ ଏକ ବାସ୍ତବତା ଯେ ସର୍ବଦା ପରିଦୃଶ୍ୟ ହେଉଥିବା ଭଳି ରାଜନୀତିର ପ୍ରବେଶ ଏହି ସ˚ଦର୍ଭକୁ ଏଭଳି କର୍ଦ୍ଦମାକ୍ତ କରିବ ଯେ ତହିଁରେ ପ୍ରକୃତ ପ୍ରସଙ୍ଗ ଅପାଙ୍କ୍ତେୟ ହୋଇ ରହିଯାଇପାରେ। ସୁତରା˚, ଆନ୍ଦୋଳନକାରିଣୀମାନେ ଏ ନେଇ ସଚେତନ ରହିବା ମଧୢ ଉଚିତ।
ପ୍ରକାଶ ଥାଉ କି ପୁରୁଷ ଓ ମହିଳା ନିର୍ବିଶେଷରେ ଭାରତର କୁସ୍ତି ଖେଳାଳିମାନେ ପୃଥିବୀର ଶ୍ରେଷ୍ଠମାନଙ୍କ ଭିତରେ ପରିଗଣିତ ହୁଅନ୍ତି। ବର୍ମି˚ହାମ ଠାରେ ଅନୁଷ୍ଠିତ ହୋଇଥିବା ଗଲା କମନୱେଲ୍ଥ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପ୍ରତ୍ୟେକ କୁସ୍ତି ଖେଳାଳି ସ୍ବର୍ଣ୍ଣ ହେଉ ବା ରଜତ ହେଉ ଅଥବା କା˚ସ୍ୟ, ଗୋଟିଏ ଲେଖାଏ ପଦକ ଜିଣି ଦଳକୁ ଶତ ପ୍ରତିଶତ ସଫଳତା ପ୍ରଦାନ କରିଥିଲେ। ସୁତରା˚, ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧ ଖେଳାଳିମାନଙ୍କ ଦ୍ବାରା କରାଯାଉଥିବା ଏହି ଆନ୍ଦୋଳନ ସ୍ବାଭାବିକ ଭାବେ ବିଦେଶରେ ମଧୢ ଗଣମାଧୢମର ଶିରୋନାମା ମଣ୍ତନ କରୁଛି, ଏବ˚ ଆଲୋଡ଼ନ ମଧୢ ସୃଷ୍ଟି କରୁଛି; ଯହିଁରେ ବ୍ରିଜଭୂଷଣଙ୍କ ପ୍ରତି ପ୍ରଦର୍ଶିତ ସରକାରୀ ଅନୁକ˚ପାର ଅଭିଯୋଗ ଉଚ୍ଚାଟ ମଧୢ ସୃଷ୍ଟି କରୁଥିବ। ଏହି ବିବାଦ ହେତୁ ଏସୀୟ କୁସ୍ତି ପ୍ରତିଯୋଗିତାର ସ୍ଥାନକୁ ଭାରତରୁ କାଜକସ୍ତାନକୁ ପରିବର୍ତ୍ତନ କରି ନିଆଯିବା ବିଷୟ ମଧୢ ଭାରତର ଭାବମୂର୍ତ୍ତିକୁ ମଳିନ କରିଛି। ସୁତରା˚, ବିଦେଶରେ ଭାରତ ବିରୋଧୀ ସମାଲୋଚନାକୁ ଅଭିସନ୍ଧି ବା ଚକ୍ରାନ୍ତ ବୋଲି କହି ଆସୁଥିବା ସରକାର ଏଭଳି ସ୍ଥିତିରେ ଆତ୍ମରକ୍ଷାତ୍ମକ ମୁଦ୍ରାକୁ ଚାଲି ଆସିବା ସ୍ବାଭାବିକ। ତେଣୁ ବ୍ରିଜଭୂଷଣଙ୍କ ପ୍ରତି ସରକାରୀ ଅନୁକ˚ପାର ଧାରଣାକୁ ଦୂର କରିବା ହେଉଛି ସରକାରଙ୍କ ପ୍ରଥମ ଦାୟିତ୍ବ।
ଏଥିରେ ଦ୍ବିଧା ନାହିଁ ଯେ ସଘନ ପ୍ରଶିକ୍ଷଣ ଏବ˚ ପ୍ରାଣମୂର୍ଚ୍ଛା ଅଭ୍ୟାସ ଓ ପରିଶ୍ରମ ଭାରତୀୟ କୁସ୍ତି ଖେଳାଳିମାନଙ୍କ ଲାଗି ଦ୍ବିତୀୟ ପ୍ରକୃତିରେ ପରିଣତ ହୋଇଥାଏ। ପୁଣି କୁସ୍ତି ଭଳି ସ୍ପର୍ଦ୍ଧାରେ ଅ˚ଶଗ୍ରହଣ କରୁଥିବାର ଅର୍ଥ ହେଲା ସେହି ଖେଳର ଅତ୍ୟନ୍ତ କଠୋର ନିୟମମାନ ଦ୍ବାରା ପରିଚାଳିତ ହେବା। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ସ˚ପ୍ରତି ସେମାନେ ଯେଉଁ ଏକ ଦ୍ବନ୍ଦ୍ବ ଯୁଦ୍ଧର ଆଖଡ଼ାରେ ଅବତୀର୍ଣ୍ଣ, ତହିଁରେ ନୀତି ନିୟମର ଚିହ୍ନବର୍ଣ୍ଣ ମଧୢ ଦିଶି ନ ପାରେ, ଯାହା ଏହି ଖେଳାଳିମାନଙ୍କ ଲାଗି ଗଭୀର ହତାଶାର କାରଣ ହେବାର ସମ୍ଭାବନା ରହିଛି। କିନ୍ତୁ, ଏହି କ୍ରୀଡ଼ା ସ୍ପର୍ଦ୍ଧାରେ ଯେଉଁ ‘କିଲି˚ ଇନଷ୍ଟି˚କ୍ଟ’ ସେମାନଙ୍କୁ ଅନ୍ତିମ ସ୍ବେଦବିନ୍ଦୁ ପର୍ଯ୍ୟନ୍ତ ଜିଣିବାର ଜିଦ୍ରେ ଅଟଳ ରଖି ବିଜୟୀ କରାଏ, ସେହି ‘ଅଦମନୀୟ ମାରକ ପ୍ରବୃତ୍ତିି’ ସେମାନଙ୍କ ଧୈର୍ଯ୍ୟକୁ ଅକ୍ଷୁଣ୍ଣ ରଖପାରେ।