ଏହି କାରଣରୁ ନିଜକୁ ‘ପାସିଫିଷ୍ଟ୍’ ବା ‘ଶାନ୍ତିକାମୀ’ ରାଷ୍ଟ୍ର ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଥିବା ଜାପାନ ମଧୢ ତା’ର ସାମରିକ ଶକ୍ତିରେ ଦୁଇ ଗୁଣ ବୃଦ୍ଧିର ଯୋଜନା କଲାଣି। ସୁତରା˚, ଏକ ପ୍ରଜ୍ଞାସୁଲଭ ସାଧାରଣ ବୁଦ୍ଧି କହିଥାଏ ଯେ ଯୁଦ୍ଧ ଲାଗି ସର୍ବଦା ପ୍ରସ୍ତୁତ ରହିବା ଦ୍ବାରା ହିଁ ଗୋଟିଏ ରାଷ୍ଟ୍ର ତା’ର ଶାନ୍ତିପୂର୍ଣ୍ଣ ଅବସ୍ଥାନର ଗ୍ୟାରେଣ୍ଟି ପାଇଥାଏ; ଯେଉଁ ନୂଆ ପାଠ ଭାରତକୁ ଏବେ ସେ ଦିଗରେ ଅଗ୍ରସର କରାଉଛି।

Advertisment

କିଛି ଦିନ ତଳେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏସ. ଜୟଶଙ୍କର କହିବା ଶୁଣିବାକୁ ମିଳିଥିଲା ଯେ ପାଣ୍ତବମାନେ ଯେମିତି ସେମାନଙ୍କ ସ˚ପର୍କୀୟଙ୍କୁ ଚୟନ କରିବାର କ୍ଷମତା ପାଇ ନ ଥିଲେ ବୋଲି ବିଧି ନିର୍ଦ୍ଦିଷ୍ଟ ଭାବେ ସେମାନେ ଲାଭ କରିଥିବା ସ˚ପର୍କୀୟ ଭାଇମାନେ ହିଁ ସେମାନଙ୍କର ଚରମ ଶତ୍ରୁ ପାଲଟିଥିଲେ, ସେମିତି ଭାରତ ସକାଶେ ତା’ର ପଡ଼ୋଶୀମାନେ ମଧୢ ନିୟତି ଦ୍ବାରା ସ୍ଥିରୀକୃତ। କହିବା ନିଷ୍ପ୍ରୋୟଜନ ଯେ ଏଠାରେ ସେ ଯେଉଁ ପଡ଼ୋଶୀଙ୍କ ସ˚ପର୍କରେ ଇଙ୍ଗିତ କରିଥିଲେ, ସେମାନେ ହେଉଛନ୍ତି ଭାରତ ସହିତ ଦୀର୍ଘ କାଳ ଧରି ବୈରୀ ଭାବ ବହନ କରି ଆସିଥିବା ଚୀନ ଏବ˚ ପାକିସ୍ତାନ; ଏବ˚ ଯେଉଁ କାରଣରୁ ଭାରତ ତା’ର ସାମରିକ ଶକ୍ତିରେ ବୃଦ୍ଧି ଘଟାଇବା ଅନିବାର୍ଯ୍ୟ ହୋଇପଡ଼ିଛି। ସେହି ଦୃଷ୍ଟିରୁ ଭାରତୀୟ ମିଲିଟାରି ନୂତନ ସ˚ସ୍କାରମୂଳକ ଚିନ୍ତନ ଏବ˚ ଦ୍ରୁତ ଆଧୁନିକୀକରଣ ମଧୢ ଦେଇ ଗତି କରିବା ମଧୢ ଆରମ୍ଭ କରିଛି। ଗଲା ୧୩ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ‘ଏରୋ ଇଣ୍ତିଆ-୨୦୨୩’ରେ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବାଧୁନିକ ଲଢୁଆ ବିମାନ ‘ଏଫ୍‌-୩୫’ର ଉପସ୍ଥିତି ସହିତ ଏହା ମଧୢ ସାବ୍ୟସ୍ତ ହୋଇଛି ଯେ ଏଭଳି ପରିବର୍ତ୍ତନର ଉଦ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି।

ପ୍ରକାଶ ଥାଉ କି ୨୦୨୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତି ସ˚ଦର୍ଭରେ କାର୍ଯ୍ୟକାରୀ କରାଯାଇଥିବା ‘ଅଗ୍ନିବୀର’ ଯୋଜନା ଯଦିଓ ପ୍ରଥମେ ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିଲା, କ୍ରମେ ହୃଦ୍‌ବୋଧ ହେବାରେ ଲାଗିଛି ଯେ ୧୨ ଲକ୍ଷ କର୍ମଚାରୀ ସମ୍ବଳିତ ଭାରତୀୟ ସେନାବାହିନୀର କଳେବରକୁ ପର୍ଯ୍ୟାୟ କ୍ରମେ କୃଶକାୟ କରାଯିବା ଅତ୍ୟନ୍ତ ଜରୁରୀ; କାରଣ ଏହି କର୍ମଚାରୀଙ୍କ ବେତନ ଓ ପେନ୍‌ସନ୍‌ ବାବଦ ବ୍ୟୟ ଦ୍ବାରା ଭାରତୀୟ ବିଶାଳ ସାମରିକ ବଜେଟ୍‌ ଭାରାକ୍ରାନ୍ତ ଏବ˚ ଏହା ପରେ ଉଦ୍‌ବୃତ୍ତ ସ୍ବଳ୍ପା˚ଶରେ ସେନା ବାହିନୀର ଆଧୁନିକୀକରଣ ସମ୍ଭବ ନୁହେଁ। କହିବା ଅନାବଶ୍ୟକ ଯେ ରୁଷିଆ ଏବ˚ ୟୁକ୍ରେନ ଯୁଦ୍ଧ ଯେଉଁ ବାସ୍ତବତାକୁ ଉଜାଗର କରିଛି, ତାହା ହେଲା ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗ ସାମରିକ ବାହିନୀରେ ମାନବ ସମ୍ବଳର ଭୂମିକାକୁ ଗୌଣ କରିଛି। ଏହି ଯୁଦ୍ଧର ପ୍ରାରମ୍ଭ କାଳରେ ‘ନାଟୋ’ ଦ୍ବାରା ଯୋଗା ଯାଉଥିବା ‘ଆଗ୍ନେୟ ଶକ୍ତି’ ଲାଭ କରି ପାରି ନ ଥିବା ସତ୍ତ୍ବେ ୟୁକ୍ରେନ ଦ୍ବାରା ବ୍ୟବହୃତ ତୁର୍କୀ ନିର୍ମିତ ଶସ୍ତା ବାରେକ୍‌ଟାର ଡ୍ରୋନ୍‌ ରୁଷିଆର ବିଶାଳ ସେନା ଏବ˚ ଟ୍ୟାଙ୍କ ବାହିନୀକୁ ବ୍ୟତିବ୍ୟସ୍ତ କରି ପକାଇଥିଲା। ସେହି ଦୃଷ୍ଟିରୁ ଭାରତୀୟ ମିଲିଟାରିର ଅତ୍ୟାଧୁନିକୀକରଣ ଉପରେ ଦୃଷ୍ଟି ନିବଦ୍ଧ କରାଯିବା ସ୍ବାଗତଯୋଗ୍ୟ ନିଶ୍ଚୟ।

ଏହି ପରିପ୍ରେକ୍ଷୀରେ ଭାରତୀୟ ସେନା ବାହିନୀରେ ଆବିର୍ଭୂତ ହୋଇଥିବା ପରିବର୍ତ୍ତିତ ଦୃଶ୍ୟପଟରେ ଅଧିକରୁ ଅଧିକ ସ˚ଖ୍ୟକ ଆମେରିକା ନିର୍ମିତ ଅତ୍ୟାଧୁନିକ ‘ଘାତକ’ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସ˚ରଜାମ ଦେଖିବାକୁ ମିଳିଥାଏ, ଯାହା ସମ୍ଭବ ହୋଇଛି ଏହି ଦୁଇ ରାଷ୍ଟ୍ର ମଧୢରେ ସୃଷ୍ଟ ଏକ ନୂତନ ରଣନୈତିକ ନିର୍ଭରଶୀଳତା କାରଣରୁ। ପ୍ରକାଶ ଥାଉ କି ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ବୃହତ୍ତମ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ ଏବ˚ ରପ୍ତାନିକାରୀ ରାଷ୍ଟ୍ର ହୋଇଥିବା ସତ୍ତ୍ବେ ପୃଥିବୀର ଅନ୍ୟତମ ସର୍ବ ବୃହତ୍‌ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସର˚ଜାମ ଆମଦାନିକାରୀ ରାଷ୍ଟ୍ର ଭାରତ ସହିତ କୌଣସି ଉଲ୍ଲେଖଯୋଗ୍ୟ କାରବାର କରି ନ ଥିଲା। ସ୍ବାଧୀନତା ପରବର୍ତ୍ତୀ ପ୍ରାୟ ଦେଢ଼ ବା ଦୁଇ ଦଶନ୍ଧି କାଳ ଭାରତୀୟ ସେନାବାହିନୀ ପ୍ରାୟତଃ ଉତ୍ତରାଧିକାର ସୂତ୍ରରେ ବ୍ରିଟିସ ସେନା ଠାରୁ ପ୍ରାପ୍ତ ଯୁଦ୍ଧ ଉପକରଣର ବ୍ୟବହାର କରୁଥିଲା, ଯହିଁରେ ଅବଶ୍ୟ ରହିଥିଲା କତିପୟ ଆମେରିକା ନିର୍ମିତ ସର୍ମନ ଟ୍ୟାଙ୍କ।

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ସେନା ବାହିନୀର କଳେବରକୁ ସ˚କୁଚିତ କରିବା ଉଦ୍ୟମରେ ଯେତେବେଳେ ତା’ର ସର୍ମନ ଟ୍ୟାଙ୍କଗୁଡ଼ିକୁ ପ୍ରାୟ ‘ସ୍କ୍ରାପ୍‌’ ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଥିଲା, ସେହି ସମୟରେ ଭାରତ ଆଉ ଦୁଇ ଶହଟି ସର୍ମନ ଟ୍ୟାଙ୍କ କ୍ରୟ କରିଥିଲା। ୧୯୬୨ ମସିହାର ଚୀନ ଆକ୍ରମଣ ପରେ ଯଦିଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଵହରଲାଲ ନେହରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡିଙ୍କୁ ଏକ ପତ୍ର ଜରିଆରେ ସାମରିକ ସାହାଯ୍ୟ ସକାଶେ ନିବେଦନ କରିଥିଲେ, ଏ ପ୍ରୟାସଟି କେନେଡିଙ୍କ ନିଧନ ଏବ˚ ନେହରୁ ରୋଗଗ୍ରସ୍ତ ହୋଇ ପଡ଼ିବା ପରେ ଅଗତ୍ୟା ଅଗ୍ରଗତି ଲାଭ କରି ପାରି ନ ଥିଲା। ସପ୍ତମ ଦଶକ ପରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଭାରତ ବିଧିବଦ୍ଧ ଭାବେ ସୋଭିଏତ୍‌ ରୁଷିଆ ଉପରେ ସ˚ପୂର୍ଣ୍ଣ ଆସ୍ଥା ଏବ˚ ସାମରିକ ନିର୍ଭରଶୀଳତା ପ୍ରକଟ କରିଥିଲା, ଯାହା ପ୍ରକାରାନ୍ତରେ ଥିଲା ପାକିସ୍ତାନକୁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ବିପୁଳ ଅର୍ଥ ଏବ˚ ସାମରିକ ସର˚ଜାମ ଯୋଗାଣ ବିରୋଧରେ ଏକ ପ୍ରତ୍ୟୁତ୍ତର। କିନ୍ତୁ, ବାସ୍ତବତା ହେଲା ଉଚ୍ଚାଙ୍ଗ ଗବେଷଣା ଏବ˚ ପ୍ରାବିଧିକ ଦକ୍ଷତା କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ସର୍ବୋତ୍ତମ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସର˚ଜାମ ନିର୍ମାଣ କରିଥାଏ। ସେହି ଦୃଷ୍ଟିରୁ ଭାରତ ଓ ଆମେରିକା ମଧୢରେ ସୃଷ୍ଟି ହେଉଥିବା ସ˚ପର୍କ ଏକ ନୂତନ ଦିଗନ୍ତ ଉନ୍ମୋଚନ କରିଥାଏ।

ଆତଙ୍କବାଦ ସହିତ ପାକିସ୍ତାନର ସ˚ପୃକ୍ତି ଏବ˚ ଚୀନ ସହିତ କ୍ରମବଦ୍ଧିଷ୍ଣୁ ତିକ୍ତତା କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ଇତିମଧୢରେ ଭାରତକୁ ତା’ର ଗୁରୁତ୍ବପୂର୍ଣ୍ଣ ରଣନୈତିକ ଅ˚ଶୀଦାର ରୂପେ ଦେଖିବା ଆରମ୍ଭ କରିଛି ଏବ˚ ଉଭୟ ରାଷ୍ଟ୍ର ଗଣତନ୍ତ୍ର ହୋଇଥିବାରୁ ଏହା ଏକ ସ୍ବାଭାବିକ ସ˚ପର୍କ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଅନେକ ଥର ପ୍ରକାଶ ମଧୢ କଲାଣି। ଏହା ୖଅବଶ୍ୟ ସତ ଯେ ପାକିସ୍ତାନ ସହିତ ଉତ୍ତମ ସ˚ପର୍କ ରଖିଥିବା ସମୟରେ ମଧୢ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ଯୁଦ୍ଧାସ୍ତ୍ର ବିକ୍ରୟ କରିବାର ଉଦ୍ୟମ ଅବ୍ୟାହତ ରଖିଥିଲା; ଏପରିକି ଭାରତ ସକାଶେ ‘ଏଫ୍‌ ୧୬’ ଲଢ଼ୁଆ ବିମାନର ଏକ ଶସ୍ତା ସ˚ସ୍କରଣର ଡିଜାଇନ୍‌ ମଧୢ କରିଥିଲା। କିନ୍ତୁ ସେହି ସମୟରେ ଉଭୟ ରାଷ୍ଟ୍ର ମଧୢରେ ବିଦ୍ୟମାନ ପାରସ୍ପରିକ ସନ୍ଦେହ ଏଭଳି ଉଦ୍ୟମକୁ ସାକାର ହେବାକୁ ଦେଇ ନ ଥିଲା। ପ୍ରକାଶ ଥାଉ କି ସାମରିକ ଉପକରଣ ଯୋଗାଣ ସହିତ ତା’ର ମରାମତି ଏବ˚ ରକ୍ଷଣାବେକ୍ଷଣ ସକାଶେ ନିର୍ମାତା କ˚ପାନିଗୁଡ଼ିକ ସହିତ ଏକ ଦୀର୍ଘକାଳୀନ ସୁସ˚ପର୍କ ରଖାଯିବା ଅନିବାର୍ଯ୍ୟ ହୋଇଥାଏ, ଯେଉଁ ଆସ୍ଥା ହୁଏ’ତ ସେହି ସମୟରେ ଭାରତ ଦ୍ବାରା ଆମେରିକା ଉପରେ ସ୍ଥାପନ କରିବା ସମ୍ଭବ ହୁଅନ୍ତା ନାହିଁ। କିନ୍ତୁ ସ˚ପ୍ରତି ସୋଭିଏତ୍‌ ରୁଷିଆର ବିଲୟ ଏବ˚ ଏକ ଉପଦ୍ରବୀ ଚୀନର ଶକ୍ତି ବୃଦ୍ଧି ଉଭୟ ଭାରତ ଏବ˚ ଆମେରିକା ଠାରେ ପାରସ୍ପରିକ ରଣନୈତିକ ଆବଶ୍ୟକତା ସୃଷ୍ଟି କରି ଭାରତ ସାମରିକ ବାହିନୀ ସକାଶେ ନୂତନ ସମ୍ଭାବନାର ଦ୍ବାର ଉନ୍ମୁକ୍ତ କରିଛି। ସେହି ଦୃଷ୍ଟିରୁ ୧୫ଟି ଚିନୁକ୍‌ ବା ୨୨ଟି ଅତ୍ୟାଧୁନିକ ଆପାଚି ବା ଏମ୍‌ଏଚ୍‌୬୦-ସି ହକ୍‌ ହେଲିକପ୍‌ଟର ହେଉ ବା ୪୫ଟି ପୃଥିବୀର ସର୍ବୋକୃଷ୍ଟ କମାଣ ଏମ୍‌ ୭୭୭ ହେଉ ଅଥବା ୭୨,୦୦୦ଟି ଅତ୍ୟାଧୁନିକ ସିଗ-ସଏର ଅଟୋମେଟିକ୍‌ ରାଇଫଲ ହେଉ ବା ପୋସିଡନ ବିମାନ ହେଉ ବା ଅତ୍ୟାଧୁନିକ ଡ୍ରୋନ୍‌ ହେଉ; ଭାରତୀୟ ମିଲିଟାରିର ତିନି ବିଭାଗ ସେମାନଙ୍କ ଠାରେ ଯେଉଁ ଆମେରିକୀୟ ମାରକ କ୍ଷମତାରେ ବୃଦ୍ଧି ଘଟାଇଛନ୍ତି, ତାହା ଉଲ୍ଲେଖଯୋଗ୍ୟ। କହିବା ଅନାବଶ୍ୟକ ଯେ ଭାରତୀୟ ସେନାର ଆଧୁନିକୀକରଣ ଉପରେ କ୍ଷମତାସୀନ ଭାରତ ସରକାରଙ୍କ ଏକକ ଦୃଷ୍ଟି ଏହି ଧାରାକୁ ଅଧିକ ଦୀର୍ଘସ୍ଥାୟୀ ଏବ˚ ସଘନ କରିବ।

କହିବା ଅନାବଶ୍ୟକ ଯେ ୟୁକ୍ରେନ ଓ ରୁଷିଆ ମଧୢରେ ସ˚ଘଟିତ ଯୁଦ୍ଧରୁ ଯେଉଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଶିକ୍ଷାଟି ପ୍ରାପ୍ତ ହୋଇଛି, ତାହା ହେଲା ସାମରିକ ଭାବେ ଦୁର୍ବଳ ରାଷ୍ଟ୍ରଟିଏ ସର୍ବଦା ଶତ୍ରୁ ଆକ୍ରମଣର ଆଶଙ୍କାରେ ମୁହ୍ୟମାନ ରହିବ। ସାମରିକ ଶକ୍ତି ବୃଦ୍ଧିକୁ ନଜରଅନ୍ଦାଜ କରିଥିବା ୟୁକ୍ରେନ ତାହା ହିଁ ଭୋଗୁଛି। ଏହି କାରଣରୁ ନିଜକୁ ‘ପାସିଫିଷ୍ଟ୍’ ବା ‘ଶାନ୍ତିକାମୀ’ ରାଷ୍ଟ୍ର ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଥିବା ଜାପାନ ମଧୢ ତା’ର ସାମରିକ ଶକ୍ତିରେ ଦୁଇ ଗୁଣ ବୃଦ୍ଧିର ଯୋଜନା କଲାଣି। ସୁତରା˚, ଏକ ପ୍ରଜ୍ଞାସୁଲଭ ସାଧାରଣ ବୁଦ୍ଧି କହିଥାଏ ଯେ ଯୁଦ୍ଧ ଲାଗି ସର୍ବଦା ପ୍ରସ୍ତୁତ ରହିବା ଦ୍ବାରା ହିଁ ଗୋଟିଏ ରାଷ୍ଟ୍ର ତା’ର ଶାନ୍ତିପୂର୍ଣ୍ଣ ଅବସ୍ଥାନର ଗ୍ୟାରେଣ୍ଟି ପାଇଥାଏ; ଯେଉଁ ନୂଆ ପାଠ ଭାରତକୁ ଏବେ ସେ ଦିଗରେ ଅଗ୍ରସର କରାଉଛି।