ଅନେକ ପାକିସ୍ତାନ ପର୍ଯ୍ୟବେକ୍ଷକ ଏବେ କହୁଥିବା ଶୁଣିବାକୁ ମିଳୁଛି ଯେ ଇମ୍ରାନ ଖାଁଙ୍କ ଗିରଫଦାରି ପରେ ସୃଷ୍ଟ ଘଟଣା କ୍ରମରେ ପାକିସ୍ତାନ ସାମରିକ ବାହିନୀ ଯେଉଁଭଳି ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି, ସେଭଳି କେବଳ ପୂର୍ବରୁ ଥରେ ମାତ୍ର ହୋଇଥିଲା; ୧୯୭୧ ମସିହାରେ, ଯେତେବେଳେ ବା˚ଲାଦେଶ ଯୁଦ୍ଧ ପରିପ୍ରେକ୍ଷୀରେ ପ୍ରାୟ ଏକ ଲକ୍ଷ ସରିକି ପାକିସ୍ତାନ ସୈନ୍ୟ ଭାରତ ନିକଟରେ ଆତ୍ମ-ସମର୍ପଣ କରିବାକୁ ବାଧୢ ହୋଇଥିଲେ। କିନ୍ତୁ, କଥା ହେଲା ୧୯୭୧ ମସିହାର ପାକିସ୍ତାନୀ ସେନା ତ ଇତିମଧୢରେ ନିଜର ଦକ୍ଷତା ଏବ˚ ଶକ୍ତିରେ ବୃଦ୍ଧି ଘଟାଇ ଏକ ଦୁର୍ଦ୍ଧର୍ଷ ବାହିନୀରେ ରୂପାନ୍ତରିତ ହୋଇ ସାରିଛି! ଏହା ସତ୍ତ୍ବେ ଇମ୍ରାନ ଖାଁଙ୍କ ଅରାଜକ ସମର୍ଥକମାନଙ୍କ ସମକ୍ଷରେ ପାକିସ୍ତାନ ସେନା ଏକ ଆତ୍ମସମର୍ପଣ ମୁଦ୍ରାରେ ଛିଡ଼ା ହୋଇ ରହିବାକୁ ବାଧୢ ହେଲା କାହିଁକି? କହିବା ଅନାବଶ୍ୟକ ଯେ ପାକିସ୍ତାନର ଇତିହାସରେ ସାମରିକ ‘ଏଷ୍ଟାବ୍ଲିସମେଣ୍ଟ’ ହିଁ ସର୍ବଦା କ୍ଷମତାର କେନ୍ଦ୍ର ହୋଇ ରହି ଆସିଛି, ଯାହା ତା’ର ଇଚ୍ଛା ମୁତାବକ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଗୁଡ଼ିକୁ କ୍ରୀଡ଼ନକରେ ପରିଣତ କରିଥାଏ। ଏଭଳି ସ୍ଥଳେ, ସମଗ୍ର ପୃଥିବୀର ନଜର ପାକିସ୍ତାନ ଉପରେ ନିବଦ୍ଧ ଥିବା ବେଳେ ପାକିସ୍ତାନ ସାମରିକ ବାହିନୀ ଦୟନୀୟ ଭାବେ ଅସହାୟ ଦିଶିବା ଅନେକ ପ୍ରଶ୍ନ ଉତ୍‌ଥାପନ କରିଥାଏ, ଯାହାର ଉତ୍ତର ସନ୍ଧାନ କରାଯିବାର ଆବଶ୍ୟକତା ରହିଛି। ଭାରତ ଓ ପାକିସ୍ତାନ ମଧୢରେ ରହି ଆସିଥିବା ପାର˚ପରିକ ଶତ୍ରୁତା ପରିପ୍ରେକ୍ଷୀରେ ଏ ସ˚ଦର୍ଭରେ ଅନ୍ତର୍ଦୃଷ୍ଟି ଲାଭ କରାଯିବା ମଧୢ ବେଶ୍‌ ଗୁରୁତ୍ବପୂର୍ଣ୍ଣ।
ଏହା ବର୍ତ୍ତମାନ ସୁବିଦିତ ଯେ ଗାଦିଚ୍ୟୁତ ହେବା ପରେ ଇମ୍ରାନ ଖାଁଙ୍କ ଉତ୍ତପ୍ତ ବିଷୋଦ୍‌ଗାରମାନ ତାଙ୍କ ଅସୁମାରି ସମର୍ଥକଙ୍କ ମଧୢରେ ଏକ ସେନା ବିରୋଧୀ ଆକ୍ରୋଶର ବହ୍ନି ଜଳାଇବାରେ ସମର୍ଥ ହୋଇଥିଲା। ପ୍ରକାଶ ଥାଉ କି ପାକିସ୍ତାନର ଇତିହାସରେ ପୂର୍ବରୁ କୌଣସି ରାଜନେତା ଏଭଳି ଏକ ଉଗ୍ର ଏବ˚ ହି˚ସାପ୍ରମତ୍ତ ବିଶାଳ ଜନାଧାର ସୃଷ୍ଟି କରିବାରେ ସମର୍ଥ ହୋଇ ନାହାନ୍ତି। ସୁତରା˚, ଏକ ସ୍ବାଭାବିକ ଧାରଣା ଜନ୍ମିଥାଏ ଯେ ଇମ୍ରାନଙ୍କ ଗିରଫଦାରି ଯେଉଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କଲା, ସେଥିରେ ସେନାବାହିନୀର କାର୍ଯ୍ୟାନୁଷ୍ଠାନମୂଳକ ହସ୍ତକ୍ଷେପ ଆହୁରି ଭୟାନକ ହି˚ସା, ଅରାଜକତା ଏବ˚ ରକ୍ତପାତ ଲାଗି ବାଟ ଫିଟାନ୍ତା; ସୁତରା˚, ନିରବ ଦର୍ଶକ ଭୂମିକାରେ ଛିଡ଼ା ହେବାର ସମସ୍ତ ଅପମାନ ସହ୍ୟ କରିବା ସହିତ ପାକିସ୍ତାନ ସେନା ବିଜ୍ଞତାର ପରିଚୟ ଦେଇଛି।
କିନ୍ତୁ ଏହି ପ୍ରସଙ୍ଗରେ ଟିକିଏ ଗଭୀର ଦୃଷ୍ଟିପାତ କଲେ ଦେଖି ହୁଏ ଯେ ସେନାବାହିନୀର ଏଭଳି ନିଷ୍କ୍ରିୟତା ପଛରେ ଆତ୍ମ ସ˚ଯମର ବିଜ୍ଞତା ନୁହେଁ, ବର˚ ଏକ ଉଦ୍‌ବେଗଜନକ ବାଧୢବାଧକତା ନିହିତ ଥିବା ସମ୍ଭବ; ଯାହା ହେଲା ଇମ୍ରାନ ସମର୍ଥକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାର ନିର୍ଦ୍ଦେଶକୁ ସେନାବାହିନୀର ଏକ ଗୋଷ୍ଠୀ ଅମାନ୍ୟ କରିବା ବା ସେହି କାରଣରୁ ପାକିସ୍ତାନ ସାମରିକ ବାହିନୀରେ ଏକ ବିଦ୍ରୋହ ସୃଷ୍ଟି ହେବାର ଏକ ପ୍ରଚ୍ଛନ୍ନ ଆଶଙ୍କା। ଏହାର କାରଣ ହେଲା ଇତିମଧୢରେ ପାକିସ୍ତାନ ସୈନିକମାନଙ୍କ ମଧୢରେ ଜେହାଦୀ-ମନସ୍କଙ୍କ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ସାମରିକ ବାହିନୀର ଉଚ୍ଚ ପଦରୁ ଆରମ୍ଭ କରି ନିମ୍ନ ପାହ୍ୟା ପର୍ଯ୍ୟନ୍ତ ଅଫିସର ଏବ˚ ସୈନିକମାନେ ବିଭିନ୍ନ ସମୟରେ ସେମାନଙ୍କ ଜେହାଦୀ ତଥା ଆତଙ୍କବାଦୀ ସ˚ପୃକ୍ତିର ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି। ଉଦାହରଣ ସ୍ବରୂପ ୨୦୧୧ ମସିହାରେ ବ୍ରିଗେଡିଅର ଅଲ୍ଲୀ ଖାଁ ତାଙ୍କର ତିନି ଜଣ ସହଯୋଗୀ ଅଫିସରଙ୍କ ସହିତ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଦୋଷୀ ସାବ୍ୟସ୍ତ ହୋଇଥିଲେ। ବିଗତ ତିନି ପିଢ଼ି ଧରି ପାକିସ୍ତାନ ସେନାବାହିନୀରେ କାର୍ଯ୍ୟରତ ଥିବା ଅଲ୍ଲୀ ପରିବାରର ଏହି ସଦସ୍ୟ ‘ହିଜବ-ଉଲ୍‌-ତହରିର’ ନାମକ ଏକ ଆତଙ୍କବାଦୀ ସ˚ଗଠନର ସଦସ୍ୟ ହୋଇ ଯାଇଥିଲେ। ସେମିତି ୨୦୧୪ ମସିହାରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସ˚ଗଠନ ‘ଅଲ କୈଦା’ର ସଦସ୍ୟମାନଙ୍କ ଦ୍ବାରା ପାକିସ୍ତାନୀ ନୌ-ସେନାର ଏକ ସମର ତରୀକୁ ଅଧିକାର କରି ନିଆଯିବା ପଛରେ କେତେକ ନୌ-ସେନା ଅଧିକାରୀଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିଲା। ଏହି ଯୁଦ୍ଧ ତରୀକୁ ବ୍ୟବହାର କରି ଅଲ କୈଦାର ସଦସ୍ୟମାନେ ଏକ ଆମେରିକୀୟ ନୌ-ଭେଳା ଉପରେ ଆକ୍ରମଣ କରିବାର ଉଦ୍ୟମ କରିଥିଲେ। ସେହିଭଳି ‘ଅଲ କୈଦା’ ଆତଙ୍କବାଦୀ ସ˚ଗଠନ ସହିତ ଜଡ଼ିତ ରହି ୨୦୧୮ ମସିହାରେ ନିହତ ହୋଇଥିବା ପାକିସ୍ତାନୀ ଲେଫ୍‌ଟନାଣ୍ଟ ଜେନେରାଲ ସହିଦ ଅଜିଜ ଏକ ସମୟରେ ସେହି ଦେଶର ଚାଞ୍ଚଲ୍ୟ ଓ ଚର୍ଚ୍ଚାର କେନ୍ଦ୍ର ହୋଇଥିଲେ। ସେମିତି ଏକ ଗୋପନ ଦସ୍ତାବେଜ୍‌ ଲିକ୍‌ ହୋଇଯିବାରୁ ତହିଁରେ ଥିବା ପାକିସ୍ତାନ ଏୟାର ଫୋର୍ସ‌୍‌ର ଭାଇସ୍‌ ମର୍ସାଲ ଖଲିଦ ଚୌଧୁରୀଙ୍କ ଉଦ୍‌ବେଗ ପ୍ରଘଟ ହୋଇଯାଇଥିଲା, ଯହିଁରେ ସେ କେତେକ ଆମେରିକୀୟ ସାମରିକ ଅଫିସରଙ୍କୁ (୨୦୦୬ ମସିହାରେ) ଜଣାଇଛନ୍ତି ଯେ ପାକିସ୍ତାନୀ ବିମାନ ବାହିନୀର ଅନେକ କର୍ମଚାରୀ ସେନାବାହିନୀର ଏକ ଅନିବାର୍ଯ୍ୟ ଶୃଙ୍ଖଳା ରୂପେ ରହି ଆସିଥିବା ‘ଦାଢ଼ୀ କଟା’କୁ ବିରୋଧ କରୁଛନ୍ତି ଏବ˚ ଉତ୍ତର-ପଶ୍ଚିମ ସୀମାନ୍ତରେ ସକ୍ରିୟ ଥିବା ଆତଙ୍କବାଦୀ ଆଡ୍‌ଡ଼ା ଉପରେ ପାକିସ୍ତାନୀ ବିମାନ ଆକ୍ରମଣକୁ ଭଣ୍ତୁର କରିବା ସକାଶେ ସେମାନେ ନିୟମିତ ଭାବେ କିଛି ନା କିଛି ବିଭ୍ରାଟ ସୃଷ୍ଟି କରିବାରେ ବ୍ୟାପୃତ ଅଛନ୍ତିି। ପାକିସ୍ତାନୀ ପର୍ଯ୍ୟବେକ୍ଷକମାନଙ୍କ ମତରେ ପାକିସ୍ତାନ ଏକ ଧର୍ମଭିତ୍ତିକ ରାଷ୍ଟ୍ର ରୂପେ ଆତ୍ମପ୍ରକାଶ କରିବା ପର ଠାରୁ ହିଁ ପାକିସ୍ତାନ ସେନାବାହିନୀରେ ଦକ୍ଷିଣପନ୍ଥୀ ଓ ମୌଳବାଦ ସମର୍ଥକମାନଙ୍କ ଏକ ବଡ଼ ଉପସ୍ଥିତି ରହି ଆସିଛି। ଏହା ଛଡ଼ା ଉଗ୍ରବାଦୀ ଏବ˚ ଆତଙ୍କବାଦୀ ସ˚ଗଠନଗୁଡ଼ିକୁ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଦେଉଥିବା ଏହି ସେନାବାହିନୀ ଏକ ଜେହାଦୀ ମନୋବୃତ୍ତି ଦ୍ବାରା ପ୍ରଭାବିତ ହେବାରେ ବିସ୍ମୟର କୌଣସି କାରଣ ନାହିଁ। କିନ୍ତୁ ଯାହା ଉଦ୍‌ବେଗର ବିଷୟ, ତାହା ହେଲା ଏଭଳି ସ୍ଥିତିରେ କୌଣସି ସାମରିକ ବାହିନୀର ମଞ୍ଜ ସ୍ବରୂପ ରହି ଆସିଥିବା ଶୃଙ୍ଖଳା ବୋଧ ବିଧ୍ବସ୍ତ ହୋଇଥାଏ। ଇମ୍ରାନ ଖାଁ ଘଟଣା ପରିପ୍ରେକ୍ଷୀରେ ସେନାବାହିନୀର ତତ୍‌କାଳ ନିଷ୍କ୍ରିୟତା ପଛରେ ଏହା ଏକ କାରଣ ଭଳି ମଧୢ ମନେ ହୋଇଥାଏ।
ଏହା ସତ ଯେ ଇମ୍ରାନ ଖାଁଁଙ୍କ ରାଜନୈତିକ ଦଳ ‘ପାକିସ୍ତାନ ତେହରିକ-ଏ ଇନସାଫ୍‌’ ଇତିମଧୢରେ ଏକ ଅତ୍ୟନ୍ତ ବିଶାଳ ତଥା ଉଗ୍ର ପଦାତିକ ବାହିନୀରେ ପରିଣତ ହୋଇ ସାରିଛି, ଯାହା ତା’ ନେତାଙ୍କ ଇଙ୍ଗିତ ମାତ୍ରକେ ସଡ଼କରେ ଅଗ୍ନ୍ୟୁତ୍ପାତ କରିବାକୁ ଉଦ୍‌ଗ୍ରୀବ ହୋଇ ରହିଛିି। ଏ କଥା ମଧୢ ସ୍ବୀକାର କରିବାକୁ ହେବ ଯେ ଉଗ୍ର ଜାତୀୟତାବାଦ ସହିତ ଇସଲାମୀ ଉଗ୍ରବାଦର ଯେଉଁ ବିସ୍ଫୋରକ ‘କକ୍‌ଟେଲ୍‌’ ଚତୁର ଇମ୍ରାନଙ୍କ ବ୍ୟାଖ୍ୟାନମାନରେ ଶୁଣିବାକୁ ମିଳୁଛି, ତାହା ଯେ କେବଳ ତାଙ୍କର ଜନ ସମର୍ଥନ ବୃଦ୍ଧିରେ ସହାୟକ ହୋଇଛି, ତାହା ନୁହେଁ; ସାମରିକ ବାହିନୀରେ ମଧୢ ଜେହାଦୀ ମନସ୍କତା ବୃଦ୍ଧି କଲାଣି, ଯେଉଁଠି ତଳ ପାହ୍ୟାର କର୍ମଚାରୀମାନେ ପଦସ୍ଥ ସାମରିକ ଅଧିକାରୀମାନଙ୍କୁ ଦୁୁର୍ନୀତିଗ୍ରସ୍ତ, ସ୍ବାର୍ଥପର ଏବ˚ ପାଶ୍ଚାତ୍ୟ ଶକ୍ତି (ଆମେରିକା)ର ଆଜ୍ଞାବହ ରୂପେ ଦେଖିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇମ୍ରାନ ସ˚ପ୍ରତି ପାକିସ୍ତାନ ଲାଗି ଏଭଳି ଏକ ବିପଦରେ ପରିଣତ ହୋଇଛନ୍ତି, ଯିଏ ଆସନ୍ତା ନିର୍ବାଚନରେ ବିଜୟ ଲାଭ କଲେ (ସମ୍ଭାବନା ଅଧିକ), ପାକିସ୍ତାନ ପଶ୍ଚାତ୍‌ମୁଖୀ ଉଗ୍ର ଇସଲାମ ସମର୍ଥକଙ୍କ ପ୍ରାବଲ୍ୟ ଦ୍ବାରା ଜର୍ଜରିତ ହେବ ଏବ˚ ଯଦି ଇମ୍ରାନ କୌଣସି କାରଣରୁ ପରାଜିତ ହୁଅନ୍ତି, ତେବେ ତାଙ୍କ ଦ୍ବାରା ସୃଷ୍ଟ ବାହିନୀ ପାକିସ୍ତାନରେ ନିରନ୍ତର ଅରାଜକତା ସୃଷ୍ଟି କରି ଚାଲିବେ। କିନ୍ତୁ ବିଡ଼ମ୍ବନା, ଇମ୍ରାନଙ୍କୁ ଜବତ କରିବାର କୌଣସି ଉପାୟ ଅନ୍ତତଃ ଏବେ ପାକିସ୍ତାନ ସେନାବାହିନୀ ନିକଟରେ ନାହିଁ। ସୁତରା˚, ପାକିସ୍ତାନ ଇତିହାସରେ ପ୍ରଥମ ଥର ଲାଗି ଜଣେ ରାଜନେତାଙ୍କୁ ବଶମ୍ବଦ କରି ନ ପାରିବାର ବ୍ୟର୍ଥତା ସହିତ ପୃଥିବୀ ସମ୍ମୁଖରେ ପାକିସ୍ତାନ ସେନାବାହିନୀର ଭଙ୍ଗୁରଶୀଳ ମାଟିର ପାଦ ସତେ ଯେମିତି ବାହାରକୁ ଫୁଟି ବାହାରିଛି!