କେବଳ ସେତିକି ନୁହେଁ, ବ୍ରିଟିସ ଶାସକଙ୍କ ଅକଥନୀୟ ନିର୍ମମତା ଦୃୃଶ୍ୟମାନ ହୋଇଥିଲା ପଶ୍ଚିମବଙ୍ଗରେ, ଯେଉଁଠାରେ ତନ୍ତରୁ ପ୍ରସ୍ତୁତ ହେଉଥିବା ନୈସର୍ଗିକ ଭାବେ ମସୃଣ ‘ମସଲିନ’ ବସ୍ତ୍ର ଶିଳ୍ପକୁ ଚୂର୍ଣ୍ଣ କରିଦେବା ଲାଗି ବୁଣାକାରମାନଙ୍କ ତନ୍ତଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ଧ୍ବ˚ସ କରି ଦିଆଯାଇଥିଲା ଏବ˚ ଅସ˚ଖ୍ୟ ଦକ୍ଷ ବୁଣାକାରଙ୍କ ବୃଦ୍ଧାଙ୍ଗୁଷ୍ଠିକୁ ଛେଦନ କରି ସେମାନଙ୍କୁ ଅଥର୍ବ କରି ଦିଆଯାଇଥିଲା। ସୁତରା˚, ଏହା ଏକ ଐତିହାସିକ ସ˚ଯୋଗ ହୋଇପାରେ ଯେ ମଧୁସ୍ମିତା ମା˚ଚେଷ୍ଟର ଠାରେ ଏଭଳି ଏକ ଉଦ୍ୟମ କରି ଭାରତୀୟ ବସ୍ତ୍ର ଶିଳ୍ପର ପୁନଃ ଅଭ୍ୟୁଦୟ ଏବ˚ ଅମରତ୍ବକୁ ସାବ୍ୟସ୍ତ କରିଛନ୍ତି! ସେଠାରେ ଶାଢ଼ିର ପତାକା ଉଡ଼ିଛି।

Advertisment

ଗଲା ରବିବାର ଦିନ ଇ˚ଲାଣ୍ତର ମା˚ଚେଷ୍ଟର ନଗରୀରେ ଏଭଳି ଏକ ନୂତନ ଓ ବିରଳ କୀର୍ତ୍ତିମାନ ସ୍ଥାପିତ ହୋଇଯାଇଛି ଯେ ତାହା କଦାଚିତ ଘଟିପାରେ ବୋଲି ଘୁଣାକ୍ଷରରେ ସୁଦ୍ଧା କଳ୍ପନା କରାଯାଇ ପାରି ନ ଥିଲା। ତାହା ହେଲା ଇ˚ଲାଣ୍ତର ଦ୍ବିତୀୟ ବୃହତ୍ତମ ମାରାଥନ ଦୌଡ଼ (ଲଣ୍ତନ ମାରାଥନ ପରେ) ପ୍ରତିଯୋଗିତା ମା˚ଚେଷ୍ଟର ମାରାଥନରେ ଜଣେ ଶାଢ଼ି ପରିହିତା ଇ˚ଲାଣ୍ତ ନିବାସୀ ଭାରତୀୟ ମହିଳା ଅ˚ଶ ଗ୍ରହଣ କରି ୪୨.୫ କିଲୋମିଟରର ସୁଦୀର୍ଘ ଦୂରତାକୁ ୪ ଘଣ୍ଟା ୫୦ ମିନିଟରେ ଶେଷ ପର୍ଯ୍ୟନ୍ତ ଦୌଡ଼ି ସ˚ପୂର୍ଣ୍ଣ କରିଛନ୍ତି। ଆନ୍ତର୍ଜାତିକ ସ୍ତରରେ ଲୋକପ୍ରିୟ ଏକ ମାରାଥନ ପ୍ରତିଯୋଗିତାରେ ସମ୍ଭବ ହୋଇଥିବା ଏଭଳି ଏକ ଚିନ୍ତାତୀତ ଦୃଶ୍ୟର ଭିଡିଓ ଭାଇରାଲ ହେବା ପରେ ସ୍ବାଭାବିକ ଭାବେ ଭାରତୀୟମାନଙ୍କ ମଧୢରେ ଗର୍ବୋଲ୍ଲାସ ପ୍ରକାଶ ପାଇଛି ଏବ˚ ବିଶେଷ କରି ଓଡ଼ିଶାରେ ଏହା ଏକ ମୃଦୁ ଭୂ-ଚଳନସୁଲଭ ଆଲୋଡ଼ନ ସୃଷ୍ଟି କରିଛି, ଯାହାର କାରଣ ହେଲା ଏହି ପ୍ରତିଯୋଗୀ ଜଣକ ହେଉଛନ୍ତି ଜଣେ ଓଡ଼ିଆ, ଯାହାଙ୍କ ନାମ ମଧୁସ୍ମିତା ଜେନା ଏବ˚ ସେ ପିନ୍ଧିଥିବା ଶାଢ଼ିଟି ଗୋଟିଏ ସମ୍ବଲପୁରୀ ଶାଢ଼ି। ଟିକିଏ ଗହୀରେଇ ଦେଖିଲେ ହୃଦ୍‌ବୋଧ କରିହୁଏ ଯେ ଏଭଳି ଏକ ଅଭିନବ ପ୍ରୟାସ କେବଳ ଏକ ଅସାଧୢ ସାଧନ କରିବାର ଝୁଙ୍କ ଦ୍ବାରା ପରିଚାଳିତ ହୋଇ ନ ଥିବ; ବର˚ ଏହା ପଛରେ ଏକ ବହୁ ପ୍ରସ୍ଥୀ ସ˚କେତ ବିଦ୍ୟମାନ ରହିଥିବ, ଯାହାକୁ ବୁଝିବା ସକାଶେ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ବୋଲି ମନେ ହୋଇଥାଏ।
ଏହା ମଧୢ ଏକ ବାସ୍ତବତା ଯେ ପରିଧାନର ଏକ ମାଧୢମ ରୂପେ ଶାଢ଼ି ସ୍ବୟଂ ଏକ ମାରାଥନ ଦୌଡ଼ରେ ଲିପ୍ତ ଅଛି; ଯହିଁରେ ପାଞ୍ଚ ହଜାର ବର୍ଷରୁ ଅଧିକ କାଳ ନିରବଚ୍ଛିନ୍ନ ଅସ୍ତିତ୍ବରେ ରହିଥିବା ଏବ˚ ତା’ ସତ୍ତ୍ବେ ତା’ର ଗରିମା ଏବ˚ ଲୋକପ୍ରିୟତା ବଳବତ୍ତର ରଖି ପାରିଥିବା ଶାଢ଼ି ପୃଥିବୀର ଅନ୍ୟାନ୍ୟ ସମସ୍ତ ପାର˚ପରିକ ପୋଷାକ-ପରିଚ୍ଛଦକୁ ପଛରେ ପକାଇ ଦେଇଛି। ପ୍ରତ୍ନତାତ୍ତ୍ବିକ ଏବ˚ ଐତିହାସିକ ପ୍ରମାଣମାନ କହିଥାଏ ଯେ ଆର୍ଯ୍ୟମାନେ ଚାରଣ ଭୂମି ସନ୍ଧାନରେ ଭାରତର ସୈନ୍ଧବ-ଗାଙ୍ଗେୟ ସମତଳ ଭୂମିରେ ପହଞ୍ଚିବା ବେଳକୁ ଏହି ଉପମହାଦେଶରେ ବିକଶିତ ହୋଇ ସାରିଥିବା ହରପ୍ପା ଏବ˚ ମହେଞ୍ଜୋଦାରୋରେ ଶାଢ଼ିର (ଅତ୍ୟନ୍ତ ଆଦ୍ୟ ରୂପରେ) ପ୍ରଚଳନ ଥିଲା। ପୃଥିବୀର ଆଦିଗ୍ରନ୍ଥ ଋଗ୍‌ ବେଦରେ ଶାଢ଼ିର ଉଲ୍ଲେଖ ରହିଛି। ବିଶ୍ବାସ କରାଯାଏ ଯେ ବସ୍ତ୍ରରେ ସିଲାଇ କରାଯିବାକୁ ପ୍ରାଚୀନ କାଳରେ ଅପବିତ୍ର ବୋଲି ବିଚାର କରାଯାଉଥିବା କାରଣରୁ ଶାଢ଼ିର ଆବିର୍ଭାବ ଘଟିଥିବ, ଯାହା ଶରୀରର ନିମ୍ନ ଓ ମଧୢ ଭାଗ ଏବ˚ ଶିରକୁ ଏକ ସୂକ୍ଷ୍ମ ସୌନ୍ଦର୍ଯ୍ୟ ସହିତ ଆବୃତ କରି ରଖିବାକୁ ସମର୍ଥ ହୋଇଥିବ! ଏହା ମଧୢ ସତ ଯେ କାଳ ସ୍ରୋତରେ ଶାଢ଼ିର ସ୍ବରୂପରେ ମଧୢ କେତେକ ବିବର୍ତ୍ତିତ ପରିବର୍ତ୍ତନ ଘଟିଛି, ଯାହାର ଉଦାହରଣ ଲେହଙ୍ଗା ଓ ଘାଘରା ବା ପାର୍ସୀମାନେ ପିନ୍ଧୁଥିବା ‘ଗାରା’ ଶାଢ଼ି; ସ୍ଥାନ ଓ ସ˚ପ୍ରଦାୟ ବିଶେଷରେ ଶାଢ଼ି ପରିଧାନର ପ୍ରାୟ ଅଶୀ ସରିକି ଶୈଳୀ (ଓଡ଼ିଆ, ବଙ୍ଗାଳୀ, ଗୁଜରାଟୀ ଇତ୍ୟାଦି ଭଳି)ର ବିକାଶ ଘଟିଛି; ଫେସନରେ ବ୍ୟାପକ ଓ ଗଭୀର ପାଶ୍ଚାତ୍ୟ ପ୍ରଭାବ ସତ୍ତ୍ବେ ଶାଢ଼ି ପ୍ରତି ମହିଳାମାନଙ୍କ ପାର˚ପରିକ ଦୁର୍ବଳତା ପ୍ରାୟତଃ ଅତୁଟ ରହିଛି, ଯେଉଁ କାରଣରୁ ଆଧୁନିକ ମହିଳାମାନଙ୍କ ଲୁଗା ଆଲମିରାରେ ଜିନ୍‌ସ ପ୍ୟାଣ୍ଟ ସହିତ ଶାଢ଼ି ମଧୢ ସହାବସ୍ଥାନ କରୁଛି। କହିବାରେ ଦ୍ବିଧା ନାହିଁ ଯେ କମନୀୟତା, ସୌନ୍ଦର୍ଯ୍ୟ, ଶାଳୀନତା, ସ˚ଭ୍ରମବୋଧ ଓ ଗରିମା ପ୍ରଦାନ କରିବା ସହିତ ଭାରତୀୟ ମହିଳାଙ୍କ ପରିଚୟର ପ୍ରତୀକ ଭାବେ ଏହି ନ’ ୟାର୍ଡ ଦୈର୍ଘ୍ୟ ବିଶିଷ୍ଟ ବସ୍ତ୍ର ତା’ର ସ୍ବାତନ୍ତ୍ର୍ୟ ଏ ଯାବତ୍‌ ଅକ୍ଷୁଣ୍ଣ ରଖିଛି। ୨୦୨୧ ମସିହାରେ ଭାରତରେ ଶାଢ଼ି ଓ ତା’ ସହିତ ସ˚ପର୍କିତ ବସ୍ତ୍ର କାରବାରର ଆକାର ଥିଲା ୨୮୮ ବିଲିଅନ ଟଙ୍କା, ଯାହା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ସୁତରା˚, କହିବା ବାହୁଲ୍ୟ ଯେ ଶାଢ଼ି ତା’ର ମାରାଥନ ଦୌଡ଼ରେ ଏ ଯାବତ୍‌ ଅଗ୍ରଣୀ ହୋଇ ରହିଛି।
ଏଥିରେ ସନ୍ଦେହ ନାହିଁ ଯେ ଏକଚାଳିଶ ବର୍ଷ ବୟସ୍କା ମଧୁସ୍ମିତା ଅଭ୍ୟାସଗତ ଭାବେ ଜଣେ ଦୀର୍ଘ ଦୂରତ୍ବ ଅତିକ୍ରମୀ ଧାବିକା ହୋଇଥିବେ। କିନ୍ତୁ ଏଭଳି ଦୌଡ଼ ସକାଶେ ପାର˚ପରିକ ଭାବେ ବ୍ୟବହୃତ ପୋଷାକ ପରିବର୍ତ୍ତେ ଶାଢ଼ି ପିନ୍ଧିବାର ତାଙ୍କ ନିଷ୍ପତ୍ତି ପଛରେ କିଛି ବାର୍ତ୍ତା ପ୍ରଦାନକାରୀ ଉଦ୍ଦେଶ୍ୟ ରହିଥିବା ନିଶ୍ଚିତ। ହୁଏ’ତ ସେ ଏଭଳି ଏକ ଧାରଣାକୁ ଭ୍ରମାତ୍ମକ ବୋଲି ସାବ୍ୟସ୍ତ କରିବାକୁ ଚାହିଁଥିବେ ଯାହା ଅନୁସାରେ ଭାରତୀୟ ମହିଳାଙ୍କ ଚାଲିଚଳଣିଗତ ସଣ୍ଠଣା ସକାଶେ ଉଦ୍ଦିଷ୍ଟ ଶାଢ଼ି ଧୀର ଚାଲି ପାଇଁ ଅନୁକୂଳ ଏବ˚ ଦୌଡ଼ ଭଳି ଦ୍ରୁତ ଗତିବିଧି ସ˚ପନ୍ନ କାର୍ଯ୍ୟ ଲାଗି ଅସ୍ବଚ୍ଛନ୍ଦ ତଥା ଅନୁପଯୁକ୍ତ! ଅଥବା ସେ ହୁଏ’ତ ଏକ ବାର୍ତ୍ତା ପ୍ରଦାନ କରିବାକୁ ଚାହିଁଥିବେ ଯେ ଶାଢ଼ି ଏବ˚ ବିଶେଷ କରି ହସ୍ତତନ୍ତ ବୁଣା ଶାଢ଼ିର ଆବେଦନ ଓ ଆକର୍ଷଣ ଜଗତ୍‌କରଣର ବାତାବରଣରେ ମଧୢ ଅକ୍ଷୁଣ୍ଣ ଅଛି। ଏଭଳି ମଧୢ ହୋଇଥିବା ସମ୍ଭବ ଯେ ନିଜ ମାତୃଭୂମି ପ୍ରତି ଶ୍ରଦ୍ଧାର ଅ˚ଜଳି ପ୍ରଦାନ ପୂର୍ବକ ବିଦେଶ ଭୂମିରେ ସମ୍ବଲପୁରୀ ଶାଢ଼ିକୁ ସେ ବିଜୟ ଜୈତ୍ର ତୁଲ୍ୟ ଉଡ଼ାଇଛନ୍ତି। କିନ୍ତୁ, ଆଉ ଏକ ଦୃଷ୍ଟିରୁ ବିଚାର କଲେ ପ୍ରଶ୍ନଟିଏ ଉଠିଥାଏ ଯେ ମା˚ଚେଷ୍ଟର ମାରାଥନରେ ଭାରତୀୟ ବସ୍ତ୍ରର ବିଜୟ ପତାକା ଉଡ଼ାଇବା ଏକ ମଧୁର ପ୍ରତିଶୋଧର ଆକା˚କ୍ଷା ପ୍ରସୂତ ନୁହେଁ ତ?
ତେବେ କାହା ବିରୋଧରେ ଏହି ପ୍ରତିଶୋଧ! ଅଷ୍ଟାଦଶ ଶତାବ୍ଦୀର ଶେଷ ପାଦ ବେଳକୁ ପୃଥିବୀ ବକ୍ଷରେ ଦୃପ୍ତ ଭାବେ ଶିରୋତ୍ତୋଳନ କରି ଛିଡ଼ା ହୋଇଥିବା ଭାରତୀୟ ବସ୍ତ୍ର ଶିଳ୍ପର ଘାତକ ରୂପେ ଅବତୀର୍ଣ୍ଣ ହୋଇଥିବା ମା˚ଚେଷ୍ଟର ଏବ˚ ଲିଭରପୁଲ ବିରୋଧରେ ହୋଇପାରେ ଏହା ଏକ ସା˚କେତିକ ଜବାବ! ପ୍ରକାଶ ଥାଉ କି ୧୭୬୫ ମସିହାରେ ଜେମ୍‌ସ ହାର‌୍‌ଗ୍ରିଭ୍‌ସଙ୍କ ଦ୍ବାରା ସୂତା କଳ ‘ସ୍ପିନି˚ ଜେନି’ର ଉଦ୍ଭାବନ ପରେ ଉପରୋକ୍ତ ଦୁଇ ସହରରେ ଯେଉଁ ସୂତା ଓ ଲୁଗା କଳମାନ ଗଢ଼ି ଉଠିଲେ, ସେ ସବୁକୁ କଞ୍ଚାମାଲ ଯୋଗାଣ କରିବା ଲାଗି ଉପନିବେଶବାଦୀ ବ୍ରିଟିସ ଶାସକ ଅତ୍ୟନ୍ତ ଉତ୍କୃଷ୍ଟ ଭାରତୀୟ କପାକୁ ଇ˚ଲାଣ୍ତ ପଠାଇବାକୁ ଲାଗିଥିଲେ। ସୁତରା˚, କପାର ଉତ୍କଟ ଅଭାବ ଭାରତୀୟ ବୁଣାକାରମାନଙ୍କୁ ଜୀବିକା ଓ କର୍ମହୀନ କରିଦେଲା ଏବ˚ ଏଣେ ମା˚ଚେଷ୍ଟର ଓ ଲିଭରପୁଲର କଳ ତିଆରି ଅତ୍ୟନ୍ତ ଶସ୍ତା ଲୁଗାର ଆବିର୍ଭାବ ଭାରତ ସମେତ ସମଗ୍ର ପୃଥିବୀରେ ବ୍ରିଟେନକୁ ବସ୍ତ୍ର ବ୍ୟବସାୟରେ ଏକାଧିପତ୍ୟ ପ୍ରଦାନ କଲା। ତା’ ନ ହେଲେ ପ୍ରାଚୀନ କାଳରୁ ସେହି ସମୟ ପର୍ଯ୍ୟନ୍ତ ଭାରତ ହିଁ ଥିଲା ବସ୍ତ୍ର ଉତ୍ପାଦନ ଓ ରପ୍ତାନିରେ ବିଶ୍ବ ରାଜଧାନୀ। ପ୍ରକାଶ ଥାଉ କି ବ୍ରିଟିସ ଇଷ୍ଟ ଇଣ୍ତିଆ କ˚ପାନି ଭାରତ ଭୂମିରେ ପଦାର୍ପଣ କଲା ସମୟରେ ସାରା ପୃଥିବୀର ୨୫ ପ୍ରତିଶତ ବସ୍ତ୍ର ଭାରତ ଯୋଗାଉଥିବା ବେଳେ ବ୍ରିଟିସମାନେ ଭାରତ ଛାଡ଼ି ଗଲା ବେଳକୁ ତାହା ମାତ୍ର ୨ ପ୍ରତିଶତରେ ପହଞ୍ଚି ଯାଇଥିଲା। ବ୍ରିଟିସ ଶାସକଙ୍କ ଏହି ଚକ୍ରାନ୍ତ ଫଳରେ ଭାରତର ଅତ୍ୟନ୍ତ ଦକ୍ଷ ବୁଣାକାରମାନେ ଜୀବିକା ହରାଇ କର୍ମ ଓ କପର୍ଦ୍ଦକ ଶୂନ୍ୟ ହୋଇଯାଇଥିଲେ। କେବଳ ସେତିକି ନୁହେଁ, ବ୍ରିଟିସ ଶାସକଙ୍କ ଅକଥନୀୟ ନିର୍ମମତା ଦୃୃଶ୍ୟମାନ ହୋଇଥିଲା ପଶ୍ଚିମବଙ୍ଗରେ, ଯେଉଁଠାରେ ତନ୍ତରୁ ପ୍ରସ୍ତୁତ ହେଉଥିବା ନୈସର୍ଗିକ ଭାବେ ମସୃଣ ‘ମସଲିନ’ ବସ୍ତ୍ର ଶିଳ୍ପକୁ ଚୂର୍ଣ୍ଣ କରିଦେବା ଲାଗି ବୁଣାକାରମାନଙ୍କ ତନ୍ତଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ଧ୍ବ˚ସ କରି ଦିଆଯାଇଥିଲା ଏବ˚ ଅସ˚ଖ୍ୟ ଦକ୍ଷ ବୁଣାକାରଙ୍କ ବୃଦ୍ଧାଙ୍ଗୁଷ୍ଠିକୁ ଛେଦନ କରି ସେମାନଙ୍କୁ ଅଥର୍ବ କରି ଦିଆଯାଇଥିଲା। ସୁତରା˚, ଏହା ଏକ ଐତିହାସିକ ସ˚ଯୋଗ ହୋଇପାରେ ଯେ ମଧୁସ୍ମିତା ମା˚ଚେଷ୍ଟର ଠାରେ ଏଭଳି ଏକ ଉଦ୍ୟମ କରି ଭାରତୀୟ ବସ୍ତ୍ର ଶିଳ୍ପର ପୁନଃ ଅଭ୍ୟୁଦୟ ଏବ˚ ଅମରତ୍ବକୁ ସାବ୍ୟସ୍ତ କରିଛନ୍ତି! ସେଠାରେ ଶାଢ଼ିର ପତାକା ଉଡ଼ିଛି।
ଯେଉଁମାନେ ସା˚ପ୍ରତିକ ମାରାଥନ ଦୌଡ଼ ଉପରେ ଦୃଷ୍ଟି ରଖିଥାନ୍ତି, ସେମାନେ କେନିଆ ନିବାସୀ ଏଲୁଇଡ୍‌ କିପଚୋଗେଙ୍କୁ ଏହି କ୍ଷେତ୍ରର ଈଶ୍ବର ତୁଲ୍ୟ ମଣିଥାନ୍ତି। କାରଣ, ମାରାଥନ ଦୌଡ଼ କ୍ଷେତ୍ରରେ ଏଭଳି କୌଣସି କୀର୍ତ୍ତିମାନ ନାହିଁ; ଯାହା କିପଚୋଗେ ଭାଙ୍ଗି ନାହାନ୍ତି! ତେବେ, ଚଟୁଳତା କରି କୁହାଯାଇପାରେ କି ମଧୁସ୍ମିତାଙ୍କ ରେକର୍ଡକୁ ଭାଙ୍ଗିବାରେ କିପଚୋଗେ ସର୍ବଦା ଅକ୍ଷମ ରହିବେ, କାରଣ ପୋଷାକ ପରିଧାନର ଲିଙ୍ଗଗତ ତାରତମ୍ୟ ତାଙ୍କୁ ସେଭଳି କରାଇ ଦେବନାହିଁ। କିନ୍ତୁ, ଆପାଦମସ୍ତକ ଆବୃତ କରୁଥିବା କୌଣସି ପ୍ରାଚୀନ ପାର˚ପରିକ ପୁରୁଷ ପୋଷାକ ପିନ୍ଧି ଏକ ମାରାଥନ ଦୌଡ଼ି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବାର ସାହସିକ ଉଦ୍ୟମ ସେ କରି ପାରିବେ କି?