କସରତର ପ୍ରେରଣା

ପ୍ରସିଦ୍ଧ ପେସାଦାର ନିର୍ବାଚନ କନ୍‌ସଲ୍‌ଟାଣ୍ଟ୍‌ ପ୍ରଶାନ୍ତ କିଶୋର ଏକ ମୁମୂର୍ଷୁ କ˚ଗ୍ରେସ ଦଳରେ ନୂତନ ପ୍ରାଣ ସ˚ଚାର କରିବେ ବୋଲି ଅଗତ୍ୟା ଯେଉଁ ଆଶା ପ୍ରସ୍ଫୁଟିତ ହୋଇଥିଲା, ତାହା ଗଲା ୨୬ ତାରିଖ ଦିନ ଅାପାତତଃ ମଉଳି ଯାଇଛି। ପ୍ରକାଶ ଥାଉ କି ଏକ ଦକ୍ଷ ଚିକିତ୍ସକ ତୁଲ୍ୟ କ˚ଗ୍ରେସ ନିକଟରେ ଆବିର୍ଭୂତ ହୋଇ ସେ ମହୌଷଧିର ଚିଠା (୬୦୦ ପୃଷ୍ଠା ବା ସ୍ଲାଇଡ୍‌ ସମ୍ବଳିତ ସୁବିସ୍ତୃତ ପରାମର୍ଶ ଏବ˚ ପ୍ରସ୍ତାବ) ପ୍ରଦାନ କରିଥିଲେ। କିନ୍ତୁ ପରିଶେଷରେ ଯାହା ଘଟିଛି, ତାହା ହେଲା ଡାକ୍ତର ଏବ˚ ରୋଗୀଙ୍କ ମଧୢରେ ପାରସ୍ପରିକ ବିଶ୍ବାସହାନି କାରଣରୁ ଦୃଶ୍ୟପଟରୁ ଡାକ୍ତରଙ୍କ ବିଦାୟ। ସୁତରା˚, କ˚ଗ୍ରେସ ସୁସ୍ଥ ହୋଇ ଉଠିବାର ଆଶା ପ୍ରାୟ ନିଷ୍ପ୍ରଭ ହୋଇଯାଇଛି। ରାଜନୈତିକ କ୍ଷେତ୍ରରେ ସଂପ୍ରତି ଏହା ଏକ ମୃଦୁ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏ ସ˚ପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

କହିବା ଅନାବଶ୍ୟକ ଯେ ବ˚ଶବାଦ ଏବ˚ ପରିବାରବାଦ ଦ୍ବାରା ପରିଚାଳିତ କ˚ଗ୍ରେସ୍‌ର ନେତୃତ୍ବ ସ˚ପ୍ରତି ଯେଉଁ ଚତୁର୍ଥ ପିଢ଼ିର ଦାୟାଦ ରାହୁଳ ଗାନ୍ଧୀଙ୍କ ହାତରେ ପଡ଼ିଛି, ଦୁର୍ଭାଗ୍ୟକୁ ସେ ଜଣେ ଅମନୋଯୋଗୀ ରାଜପୁତ୍ର ଭାବେ ନିଜକୁ ସାବ୍ୟସ୍ତ କରି ଚାଲିଛନ୍ତି। ବିଭିନ୍ନ ସମୟରେ ସେ ପ୍ରଦାନ କରୁଥିବା ବକ୍ତବ୍ୟରେ ମଧ୍ୟ ଶୁଣିବାକୁ ମିଳିଥାଏ ଯେ ଅକଳ୍ପନୀୟ କ୍ଷମତାର ହୃଦ୍‌ସ୍ଥଳରେ ଜନ୍ମ ଲାଭ କରିଥିବା ଏହି ଭାଗ୍ୟବନ୍ତଙ୍କୁ ‘କ୍ଷମତା’ ଆଦୌ ଆକର୍ଷଣ କରି ନ ଥାଏ। ସୁତରା˚, କ୍ଷମତା ରାଜନୀତିର କ୍ରୀଡ଼ାଙ୍ଗନରେ ସର୍ବାଧିକ କାଳ ଧରି ଖେଳି ଆସିଥିବା ଏହି ଦଳର ଅଧିନାୟକତ୍ବ ଅବଲୀଳା କ୍ରମେ ଏହିଭଳି ଜଣେ ବୀତସ୍ପୃହଙ୍କ ହାତକୁ ଚାଲିଯିବା ଏକ ଦାରୁଣ ବିଡ଼ମ୍ବନା। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ଏବ˚ ହିମାଚଳ ପ୍ରଦେଶର ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘମାଘୋଟ ପ୍ରସ୍ତୁତି ପ୍ରାରମ୍ଭ ହୋଇଗଲାଣି; ଏପରିକି ବୟସ ବିଚାରରେ ଶୈଶବରେ ଥିବା ‘ଆପ୍‌’ ମଧୢ ଉତ୍ସାହର ଉଚ୍ଚାଟ ପ୍ରଦର୍ଶନ କରିବାରେ ଲାଗିଛି। କିନ୍ତୁ ଏତିକି ବେଳେ କ˚ଗ୍ରେସ୍‌ର ଏହି ଅମନୋଯୋଗୀ ରାଜପୁତ୍ର ତାଙ୍କ ଅଭ୍ୟାସଗତ ବିଦେଶ ଭ୍ରମଣରେ ଅଛନ୍ତି; ଯାହାର ଫଳ ସ୍ବରୂପ ଶୀର୍ଷ ଠାରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ କର୍ମୀମାନେ ଉତ୍ସାହ ଅଭାବରୁ ସ୍ଥାଣୁତା ଓ ଅାଳସ୍ୟ ପ୍ରପୀଡ଼ିତ ହୋଇଛନ୍ତି, ଯାହା ଉପରୋକ୍ତ ନିର୍ବାଚନଗୁଡ଼ିକରେ କ˚ଗ୍ରେସର ପରାଜୟ ଧାରାକୁ ଅବ୍ୟାହତ ରଖିବା ପ୍ରାୟ ନିଶ୍ଚିତ। ସେହି ଦୃଷ୍ଟିରୁ ୨୦୨୪ ସାଧାରଣ ନିର୍ବାଚନରେ କ˚ଗ୍ରେସ୍‌ର ପ୍ରଦର୍ଶନରେ ବିଶେଷ ଚମତ୍କାରିତା ଆଶା କରାଯାଇ ନପାରେ। ତେଣୁ, ଏଭଳି ସ୍ଥଳେ ପ୍ରଶାନ୍ତ କିଶୋରଙ୍କ କ˚ଗ୍ରେସ-ପ୍ରାଣ ସ˚ଚାରୀ ଉଦ୍ୟମ କ˚ଗ୍ରେସ ଅନୁରକ୍ତ ଏବ˚ ବିଜେପିର ବିରୋଧୀ ବର୍ଗଙ୍କ ମନରେ ସ୍ବାଭାବିକ ଭାବେ ପୁଲକ ସୃଷ୍ଟି କରିଥିଲା, ଯାହା ହତାଶାଜନକ ଭାବେ କ୍ଷଣସ୍ଥାୟୀ ବୋଲି ସାବ୍ୟସ୍ତ ହୋଇଛି।

ଉଲ୍ଲେଖ ଥାଉ କି ଭାରତୀୟ ଗଣତନ୍ତ୍ରର ହିତାର୍ଥେ ଏକ ଟାଣୁଆ ବିରୋଧୀ ପକ୍ଷର ଅନିବାର୍ଯ୍ୟତା ବିଷୟରେ ବାରମ୍ବାର କହି ଆସୁଥିବା ପ୍ରଶାନ୍ତ କିଶୋର ସେଭଳି ଏକ ସମ୍ଭାବନା କେବଳ କ˚ଗ୍ରେସ ଠାରେ ହିଁ ଦେଖିଥିଲେ, ଯାହା ତାଙ୍କର ବିଭିନ୍ନ ବିବୃତିରୁ ସ୍ପଷ୍ଟ। କିନ୍ତୁ କ˚ଗ୍ରେସ୍‌ର ପୁନରୁତ୍‌ଥାନ ଲାଗି ପ୍ରଶାନ୍ତ କିଶୋରଙ୍କ ଦ୍ବାରା ପ୍ରଦତ୍ତ ଅନେକ ସଘନ ପରିବର୍ତ୍ତନର ପ୍ରସ୍ତାବ ଦଳ ସକାଶେ ଗ୍ରହଣୀୟ ହୋଇ ପାରି ନ ଥିଲା। ଉଦାହରଣ ସ୍ବରୂପ କ˚ଗ୍ରେସ ନେତୃତ୍ବର ଚେହେରାରେ ପରିବର୍ତ୍ତନ, ଯହିଁରେ ସୋନିଆ ଗାନ୍ଧୀଙ୍କ ସ୍ଥାନ କେବଳ ଜଣେ ନିଷ୍କ୍ରିୟ କର୍ତ୍ତା ଭାବେ ସୀମିତ ରହନ୍ତା ଏବ˚ କ˚ଗ୍ରେସର ସର୍ବୋଚ୍ଚ ନେତୃତ୍ବରେ ଉଭୟ ରାହୁଳ ଏବଂ ପ୍ରିୟଙ୍କା ଦୃଶ୍ୟମାନ ହୁଅନ୍ତେ ନାହିଁ(ଇଣ୍ଡିଆ ଟୁଡେ ଚ୍ୟାନେଲ୍‌କୁ ପ୍ରଶାନ୍ତଙ୍କ ସଦ୍ୟତମ ସାକ୍ଷାତକାର)। କେବଳ ସେତିକି ନୁହେଁ ତାଙ୍କର ସୁଦୀର୍ଘ ପ୍ରସ୍ତାବ ଓ ପରାମର୍ଶ ମଧୢରେ କୁଆଡ଼େ ଏଭଳି ‘ମୂଳୋତ୍ପାଟନ’ମାନର ପ୍ରସ୍ତାବ ରହିଥିଲା, ଯାହା କ˚ଗ୍ରେସ୍‌ର ଅନେକ ନେତାଙ୍କ ବହିଷ୍କାରର କାରଣ ହୁଅନ୍ତା। କହିବା ବାହୁଲ୍ୟ ଯେ ଜଣେ ‘ପେସାଦାର କନ୍‌ସଲ୍‌ଟାଣ୍ଟ୍‌’ଙ୍କ ଦ୍ବାରା ଏକ ପୁରୁଣା ଓ ପ୍ରସ୍ତରୀକୃତ ଦଳର ଗଢ଼ଣରେ ଆମୂଳଚୂଳ ପରିବର୍ତ୍ତନ ଘଟାଇବାର ପ୍ରୟାସ ସ୍ବାଭାବିକ ଭାବେ ଅସମ୍ଭବ ଥିଲା; କିନ୍ତୁ ଏହି କଥାକୁ ରାଜନୈତିକ ଚତୁରତାର ଦୃଷ୍ଟାନ୍ତ ରୂପେ ପରିଚିତ ପ୍ରଶାନ୍ତ କିଶୋର କିଭଳି ପୂର୍ବରୁ ଅନୁମାନ କରି ପାରି ନ ଥିଲେ, ତାହା ବିସ୍ମୟକର!

କ˚ଗ୍ରେସ ଦଳ ପକ୍ଷରୁ କୁହାଯାଇଛି ଯେ ଆସାମରେ କ˚ଗ୍ରେସ ନେତା ରିପନ ବୋରା ତଳ ପରିତ୍ୟାଗ କରି ତୃଣମୂଳ କ˚ଗ୍ରେସରେ ଯୋଗ ଦେବା ପରେ ପ୍ରଶାନ୍ତ କିଶୋରଙ୍କ ଦ୍ବାରା ତାଙ୍କୁ ଅଭିନନ୍ଦନ ଜ୍ଞାପନ ବା କ˚ଗ୍ରେସ ସହିତ ଆଲୋଚନା ଚାଲିଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ଦ୍ବାରା ତେଲେଙ୍ଗାନାର ‘ଟି.ଆର‌୍‌.ଏସ୍‌.’ ସହିତ ଡିଲ୍‌ ତାଙ୍କୁ ଭରସାଯୋଗ୍ୟ କରିପାରି ନ ଥିଲା। ପୁଣି ତାଙ୍କ ପରାମର୍ଶ ଯେ ସର୍ବଦା ନିର୍ବାଚନୀ ବିଜୟ ଆଣି ଥାଏ, ତାହା ମଧ୍ୟ ନୁହେଁ; ଯେମିତି ୨୦୧୫, ୨୦୧୭, ୨୦୧୯ ମସିହା ନିର୍ବାଚନରେ ଯଥାକ୍ରମେ ବିହାର, ଉତ୍ତରପ୍ରଦେଶ ଏବ˚ ମହାରାଷ୍ଟ୍ରରେ ଯଥାକ୍ରମେ ଜେଡି-ୟୁ, କ˚ଗ୍ରେସ ଏବ˚ ଶିବସେନା ଯେଉଁ ପ୍ରଦର୍ଶନ କରିଥିଲେ, ତାହା ସେମାନଙ୍କ କନ୍‌ସଲ୍‌ଟାଣ୍ଟ୍‌ ପ୍ରଶାନ୍ତ କିଶୋରଙ୍କ ବିଫଳତାର ପ୍ରମାଣ। ତୃଣମୂଳ କ˚ଗ୍ରେସ ବା ଡିଏମ୍‌କେ ଭଳି ଦଳଗୁଡ଼ିକର ନିର୍ବାଚନୀ ସାଫଲ୍ୟରେ ପ୍ରଶାନ୍ତ କିଶୋରଙ୍କ ଭୂମିକା ମଧ୍ୟ ନଗଣ୍ୟ, କାରଣ ସେହି ଦଳଗୁଡ଼ିକ ନିଜ ବଳରେ ବଳୀୟାନ। କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ ପଶ୍ଚିମବଙ୍ଗରେ ତୃଣମୂଳ କ˚ଗ୍ରେସକୁ ବିଜୟୀ କରାଇଥିବା ପ୍ରଶାନ୍ତ କିଶୋର ଗୋଆରେ କାହିଁକି ଫେଲ୍‌ ମାରିଲେ? ଏଭଳି ଧାରଣାରେ କିଛି ସତ୍ୟତା ମଧୢ ଥାଇପାରେ। ତାହା ହୋଇ ନ ଥିଲେ ପ୍ରଶାନ୍ତ ନିଜେ ସ୍ବୀକାର କରିଥିବା ଭଳି କ˚ଗ୍ରେସ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବ- ଦଳର ଏକ ଅ˚ଶ ହୋଇ ତହିଁରେ ସ˚ସ୍କାର ଆଣିବା ଲାଗି ଉଦ୍ୟମ କରନ୍ତୁ-କୁ ସେ ଅଗ୍ରାହ୍ୟ କରି ଦେଇ ନ ଥାଆନ୍ତେ। ସମ୍ଭବତଃ ଦଳ ବାହାରେ ରହି ସେ କାର୍ଯ୍ୟ କରିବାର ସେ ପକ୍ଷପାତୀ, ଯହିଁରେ ବିଫଳତାର ଦାୟିତ୍ବକୁ ଏଡ଼ାଇଯିବା ସହଜ ହୋଇଥାଏ। ସାଧାରଣ ଜ୍ଞାନ କହିଥାଏ ଯେ ଏକ ଗୁରୁତର ରୋଗୀର ଚିକିତ୍ସା ପ୍ରଥମେ ଚିକିତ୍ସକଙ୍କ କୋମଳ ସ୍ପର୍ଶରୁ ପ୍ରାରମ୍ଭ ହେବା ଉଚିତ, ଯାହା ଏକ ପାରସ୍ପରିକ ବିଶ୍ବାସ ସୃଷ୍ଟି କରି ପରବର୍ତ୍ତୀ ସମୟରେ କଷ୍ଟଦାୟକ ଶଲ୍ୟ-ଚିକିତ୍ସା ଲାଗି ରୋଗୀକୁ ମାନସିକ ସ୍ତରରେ ପ୍ରସ୍ତୁତ କରାଏ। କିନ୍ତୁ ପ୍ରଶାନ୍ତ କିଶୋର ସିଧାସଳଖ ଛୁରୀ ଏବ˚ କତୁରି ସହିତ ଜଣେ ନିର୍ଦୟ ସର୍ଜନ ରୂପେ ଆବିର୍ଭୂତ ହୋଇଯିବାରୁ ସମ୍ଭବତଃ ରୋଗୀ ଠାରୁ ସହଯୋଗ ଲାଭ କରି ପାରିଲେ ନାହିଁ।

୧୯୮୯ ମସିହାରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସ୍‌ର ପରାଜୟ ସହିତ ଦଳ ୫୦ ପ୍ରତିଶତରୁ କମ୍‌ ଭୋଟ ପାଇଥିଲା। ଏବ˚ ତା’ ପର ଠାରୁ କ˚ଗ୍ରେସ୍‌ର ଅଧୋଗତିର ଧାରା ପ୍ରାରମ୍ଭ ହୋଇ ୨୦୧୯ ନିର୍ବାଚନ ବେଳକୁ ଏକ ତୀବ୍ର ‘ମୁକ୍ତ ପତନ’ରେ ପରିଣତ ହୋଇଛି, ଯାହା ଏ ଯାବତ୍‌ ଅବ୍ୟାହତ ରହିଛି। ୧୯୮୯ ପରେ ୧୯୯୧ର ସାଧାରଣ ନିର୍ବାଚନରେ କ˚ଗ୍ରେସ ଯଦିଓ ବିଜୟ ଲାଭ କରିଥିଲା ତେବେ ଦଳ ଛିଡ଼ା କରାଇଥିବା ପ୍ରାର୍ଥୀଙ୍କ ଭତରୁ ମାତ୍ର ୪୯% ବିଜୟ ଲାଭ କରିଥିଲେ। ତା’ ପର ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ହୋଇଥିବା ୩ଟି ସାଧାରଣ ନିର୍ବାଚନରେ ଦଳ ଛିଡ଼ା କରାଇଥିବା ପ୍ରାର୍ଥୀଙ୍କ ମଧୢରୁ ଯଥାକ୍ରମେ ୨୯%, ୩୧% ଏବ˚ ୪୭% ବିଜୟ ଲାଭ କରିଥିଲେ। ତା’ ପରେ ୨୦୧୪ ଏବ˚ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଛିଡ଼ା କରିଥିବା ପ୍ରାର୍ଥୀଙ୍କ ମଧୢରୁ ଯଥାକ୍ରମେ ମାତ୍ର ୯% ଓ ୧୨% ଜିଣିଥିଲେ, ଯାହା ଉପର ବର୍ଣ୍ଣିତ ‘ମୁକ୍ତ ପତନ’ର ସୂଚନା ଦେଇଥାଏ। ଏଥିରେ ଦ୍ବିଧା ନାହିଁ ଯେ ଏହାର କାରଣ ରାହୁଳଙ୍କ ଭଳି ଜଣେ ଅମନୋଯୋଗୀ ନେତାଙ୍କ ନେତୃତ୍ବ, ଯାହା ଦଳକୁ ଆଳସ୍ୟ ଏବ˚ ଅସୁସ୍ଥତା ପ୍ରପୀଡ଼ିତ କରି ପକାଇଛି। ଏଭଳି ସ୍ଥଳେ ଉତ୍ତମ ସ୍ବାସ୍ଥ୍ୟ ଲାଭ କରିବା ସକାଶେ ଅବିଶ୍ରାନ୍ତ କସରତର ଆବଶ୍ୟକତା ରହିଛି। କିନ୍ତୁ କଥା ହେଲା କସରତ କରିବାର ପ୍ରେରଣା ନିଜ ମନ ଭିତରୁ ପ୍ରବାହିତ ନ ହେଲେ କସ୍ମିନ୍‌ କାଳେ ସେଥି ଲାଗି ଆଗ୍ରହ ସୃଷ୍ଟି ହୋଇ ନ ଥାଏ। ତେଣୁ କେବଳ ଏକ ଉଦ୍ଦୀପନା ଭରା ନେତୃତ୍ବ କଂଗ୍ରେସ ଦଳ ଭିତରେ କସରତ ଲାଗି ପ୍ରେରଣାର ଫଲ୍‌ଗୁ ସୃଷ୍ଟି କରିପାରିବ। ପ୍ରଶାନ୍ତ କିଶୋରଙ୍କ ଭଳି ଜଣେ କନ୍‌ସଲ୍‌ଟାଣ୍ଟ୍‌ଙ୍କ ବାହ୍ୟ ଉପସ୍ଥିତି ଦ୍ବାରା ତାହା କଦାପି ସମ୍ଭବ ହୁଅନ୍ତା ନାହିଁ। ବରଂ ବିଦ୍ରୋହର ଭାବ ସୃଷ୍ଟି କରନ୍ତା!

ସମ୍ବନ୍ଧିତ ଖବର