ବେଖାପ କବିତା

‘‘ଆଦାମ୍‌ଙ୍କର ସମସ୍ତ ପୁତ୍ରମାନେ ହେଉଛନ୍ତି ଗୋଟିଏ ମାତ୍ର ଶରୀରର ଅ˚ଶ, … ଯେତେବେଳେ କାଳ ସେଇ ଶରୀରର ଗୋଟିଏ ଅ˚ଶକୁ ଯନ୍ତ୍ରଣା ଜର୍ଜରିତ କରେ, ଅନ୍ୟ ସମସ୍ତ ଅ˚ଶ ମଧୢ ସେ ଯନ୍ତ୍ରଣାକୁ ଅନୁଭବ କରନ୍ତି। ତୁମେ ଯଦି ଅନ୍ୟମାନଙ୍କ ଯନ୍ତ୍ରଣା ଅନୁଭବ କରି ପାରୁନାହଁ, ତୁମେ ମନୁଷ୍ୟ ପଦବାଚ୍ୟ ହେବାକୁ ଯୋଗ୍ୟ ନୁହଁ। ’’ ମିଳିତ ଜାତିସ˚ଘର ମୁଖ୍ୟାଳୟର ପ୍ରବେଶ ଦ୍ବାର ସମୀପରେ ଲିପିବଦ୍ଧ ହୋଇ ଯେଉଁ କବିତା ଏହା ଘୋଷଣା କରିଥାଏ, ଏହା ହେଉଛି ତା’ର ଗଦ୍ୟାନୁବାଦ। ପ୍ରାଚୀନ ପାରସ୍ୟ କବି ସାଦି ସିରାଜୀଙ୍କର ଏହି କବିତାକୁ ଯେଉଁ ଉଦ୍ଦେଶ୍ୟରେ ମିଳିତ ଜାତିସ˚ଘ ନିଜର ଆଦର୍ଶ ରୂପେ ଗ୍ରହଣ କରିଥିଲା, ଏବେ ବିଶ୍ବବ୍ୟାପୀ କୋଭିଡ୍‌-୧୯ ମହାମାରୀ ପୃଷ୍ଠଭୂମିରେ ଦେଖିଲେ କୌଣସି ସନ୍ଦେହ ରହେ ନାହିଁ ଯେ ନିକଟ ଅତୀତରେ ଏହି ୧୯୩ ସଦସ୍ୟ ବିଶିଷ୍ଟ ସ˚ଗଠନର ସର୍ବାଧିକ ଦେହବଳିଆ ସଦସ୍ୟ ରୂପେ ଉଭା ହୋଇଥିବା ଉକ୍ତ ମହାମାରୀର ସୃଷ୍ଟିକର୍ତ୍ତା କମ୍ୟୁନିଷ୍ଟ ଚୀନ୍‌ ସେ ଆଦର୍ଶକୁ ସମ୍ପୂର୍ଣ୍ଣ ଧୂଳିସାତ୍‌ କରି ସାରିଲାଣି। ସାରା ପୃଥିବୀର କରୋନା ଜର୍ଜରିତ କଷ୍ଟକୁ ଅନୁଭବ କରିବା ତ ଦୂରର କଥା, ଚୀନ୍‌ ବର୍ତ୍ତମାନ ଏ ସମ୍ବନ୍ଧରେ ପ୍ରଶ୍ନ କରୁଥିବା ଦେଶମାନଙ୍କୁ ନାଲି ଆଖି ଦେଖାଇବାକୁ ଆରମ୍ଭ କଲାଣି।

ମହାମାରୀର ଉତ୍ସର ଅନୁସନ୍ଧାନ ପାଇଁ ପ୍ରସ୍ତାବ ରଖିଥିବା ଅଷ୍ଟ୍ରେଲିଆରୁ ସମସ୍ତ ଆମଦାନି ବନ୍ଦ କରି ଦେବ ଏବ˚ ଅଷ୍ଟ୍ରେଲୀୟ ବିଶ୍ବବିଦ୍ୟାଳୟମାନଙ୍କୁ ଆଉ ଚୀନ୍‌ ଛାତ୍ର ଯିବେ ନାହିଁ ବୋଲି ଚୀନ୍‌ ରାଷ୍ଟ୍ରପତି ଧମକ ଦେବା ଏହାର ଯେଉଁଭଳି ଏକ ଉଦାହରଣ, ୟୁରୋପିଆନ୍‌ ୟୁନିଅନ ଏକ ଅନୁରୂପ ପ୍ରସ୍ତାବ ଆଣିବା ପରେ ଚୀନ୍‌ ଦେଇଥିବା ଧମକ (‘‘ଚୀନ୍ ଭୀଷଣ ରାଗିଯିବ’’) ସେଇଭଳି ହେଉଛି ତାହାର ଅନ୍ୟ ଏକ ଉଦାହରଣ। ବାସ୍ତବରେ ଜାତିସ˚ଘରେ ଏପରି ଧମକ ଚମକ ବ୍ୟବହାର କରିବା ଚୀନ୍‌ ପାଇଁ ଏହା ପ୍ରଥମ ନୁହେଁ- ଶୀତଳ ଯୁଦ୍ଧର ଅବସାନ ପରଠାରୁ ଚୀନ୍‌ ସେଠାରେ ଅଭ୍ୟାସଗତ ଭାବରେ ଏଭଳି ଆଚରଣ ପ୍ରଦର୍ଶନ କରି ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏକ ଭିନ୍ନ ପରିପ୍ରେକ୍ଷୀରେ ଏହାର ଏକ ତାଜା ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଗତ ଅକ୍ଟୋବର‌୍‌ରେ ଯେତେବେଳେ ଚୀନ୍‌ର ଜିନ୍‌ଜିଆଙ୍ଗ୍‌ ପ୍ରଦେଶରେ ଥିବା ଉଇଘୁର‌୍‌ ମୁସଲମାନ ସ˚ଖ୍ୟାଲଘୁ ମାନଙ୍କୁ ଚୀନା ସରକାର ଗୋଠ କରି ଖୁଆଡ଼ରେ ରଖିବାକୁ ନିନ୍ଦା କରି ଏକ ପ୍ରସ୍ତାବ ଆଗତ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏହାକୁ କେନ୍ଦ୍ର କରି ଚୀନ୍‌ର ମାନବାଧିକାର ଉଲ୍ଲ˚ଘନକୁ ନିନ୍ଦା କରିବାରେ ବ୍ରିଟେନ୍‌ ନେତୃତ୍ବ ନେଇଥିଲା। ଜାତିସ˚ଘରେ ବ୍ରିଟେନ୍‌ର ପ୍ରତିନିଧି ଜିନ୍‌ଜିଆଙ୍ଗ୍‌ର ଉଇଘୁର‌୍‌ମାନଙ୍କୁ ଅଟକ ରଖାଯାଇଥିବା ବନ୍ଦୀଶାଳା ଭିତରକୁ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକମାନଙ୍କର ଅବାଧ ପ୍ରବେଶ ଦାବି କରି ଜାରି କରିଥିବା ବକ୍ତବ୍ୟରେ ଆମେରିକା ସମେତ ୨୨ଟି ଅନ୍ୟ ଦେଶ ସ୍ବାକ୍ଷର କରିଥିଲେ।

ଏହାର ଜବାବରେ ଚୀନ୍‌ ମଧୢ ପ୍ରାଚ୍ୟର ଏକଛତ୍ରବାଦୀ ମୁସଲମାନ ଦେଶ ସମେତ ଅନ୍ୟ କେତେକ ଏକଛତ୍ରବାଦୀ ଦେଶମାନଙ୍କୁ ଏକାଠି କରି ସେମାନଙ୍କ ଦ୍ବାରା ଏକ ବକ୍ତବ୍ୟ ଜାରି କରାଇ ନେଲା ଯେ ଚୀନ୍‌ ଜିନ୍‌ଜିଆଙ୍ଗ୍‌ରେ ଆତଙ୍କବାଦ ଏବ˚ ଧର୍ମୀୟ ମୌଳବାଦ ବିରୋଧରେ ନେଇଥିବା ପଦକ୍ଷେପ ହେଉଛି ଅତ୍ୟନ୍ତ ବିଚାରବନ୍ତ ଓ ପ୍ରଶ˚ସନୀୟ (ଉଲ୍ଲେଖଯୋଗ୍ୟ- ସେଇ ମୁସଲମାନ ଦେଶମାନେ ଏବେ ଭାରତରେ ‘ଇସ୍‌ଲାମ-ଭୟ’ ବ୍ୟାପି ଗଲାଣି ବୋଲି ଏକ ସମ୍ପୂର୍ଣ୍ଣ ମିଥ୍ୟା ବକ୍ତବ୍ୟ ଜାରି କରିବାକୁ ଆଗେଇ ଆସିଛନ୍ତି)। ବ୍ରିଟେନ୍‌ ଆଗତ କରିଥିବା ପ୍ରସ୍ତାବର ସ୍ବାକ୍ଷରକାରୀମାନଙ୍କୁ ଚୀନ୍‌ ମଧୢ ସିଧାସଳଖ ଧମକ ଦେବାକୁ ପଛାଇ ନ ଥିଲା। ଏକ ଉଦାହରଣ ସ୍ବରୂପ ଅନ୍ୟତମ ସ୍ବାକ୍ଷରକାରୀ ଦେଶ ଅଷ୍ଟ୍ରିଆକୁ ଧମକ ଦିଆଯାଇଥିଲା ଯେ ଏକ ନୂତନ ଦୂତାବାସ ନିର୍ମାଣ ପାଇଁ ତାକୁ ବେଜି˚ଠାରେ ଆବଶ୍ୟକ ଜମି ଦିଆଯିବ ନାହିଁ। ପର୍ଯ୍ୟବେକ୍ଷକମାନେ ଲକ୍ଷ୍ୟ କରୁଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମୟରେ ଆମେରିକା ଅଧିକ ଅନ୍ତର୍ମୁଖୀ ହେବାକୁ ଆରମ୍ଭ କରିବା ପରେ ଚୀନ୍‌ ନିଜର ପ୍ରଭାବ ବୃଦ୍ଧି କରି ଜାତିସ˚ଘ ଓ ତା’ର ଅଧିକା˚ଶ ଶାଖା ସ˚ଗଠନମାନଙ୍କୁ ନିଜର ବଶମ୍ବଦ କରିବାକୁ ଚେଷ୍ଟା ଚଳାଇଛି- ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନରୁ ଆରମ୍ଭ କରି ମାନବାଧିକାର ପରିଷଦ ପର୍ଯ୍ୟନ୍ତ।

ମନେ ହେଉଛି ସେଇ ଅପ୍ରତିହତ ଧାରା ପଥରେ ଏବେ ସେଇ ଚୀନ୍‌ ଦ୍ବାରା ସୃଷ୍ଟ ଏକ ପ୍ରଳୟଙ୍କରୀ ଘଟଣା ଶେଷରେ ପ୍ରତିବନ୍ଧ ହୋଇ ଦେଖାଦେଇଛି। ଏହାର ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଉଦାହରଣ ଏବେ ଦେଖାଯାଇଛି ଚୀନ୍‌ର ବିଷ ଦୃଷ୍ଟିରେ ଥିବା ପଡ଼ୋଶୀ ତାଇଵାନ୍‌ ସମ୍ପର୍କରେ ଆମେରିକା ସରକାର ପ୍ରଦାନ କରିଥିବା ଏକ ମନ୍ତବ୍ୟରେ। ସାଦି ସିରାଜୀଙ୍କ କବିତାର ପ୍ରତିଧ୍ବନି ଭଳି ମଇ ୨ ତାରିଖରେ ଜାତିସ˚ଘରେ ଆମେରିକାର ପ୍ରତିନିଧି କରିଥିବା ଏହି ଟ୍ବିଟ୍‌ରେ କୁହାଯାଇଛି: ‘‘ସମସ୍ତ ସ୍ବର ଏବ˚ ବିବିଧ ମତ ଓ ଆଭିମୁଖ୍ୟମାନଙ୍କର ପ୍ରତିନିଧିତ୍ବ କରି କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଏହି ଆନ୍ତର୍ଜାତିକ ସ˚ଗଠନ ପ୍ରତିଷ୍ଠିତ ହୋଇଥିଲା; କିନ୍ତୁ ‘‘ବେଜି˚ ଜାତିସ˚ଘ ପରିସରରେ ତାଇଵାନ୍‌କୁ ପାଦ ପକାଇବାକୁ ନ ଦେବା କେବଳ ସ୍ବାଭିମାନୀ ତାଇଵାନିଜ୍‌ମାନଙ୍କ ପ୍ରତି ନୁହେଁ, ଜାତି ସ˚ଘର ନୀତି ଆଦର୍ଶ ପ୍ରତି ଘୋର ଅପମାନ ମଧୢ।’’

ସୂଚନାଯୋଗ୍ୟ, ଆରମ୍ଭରେ ଜାତିସ˚ଘର ତଥା ନିରାପତ୍ତା ପରିଷଦର ଅନ୍ୟତମ ସ୍ଥାୟୀ ସଦସ୍ୟ ଥିବା ତାଇଵାନ୍‌କୁ ବହିଷ୍କାର କରାଯାଇ ୧୯୭୧ରେ ଚୀନ୍‌କୁ ସେ ସ୍ଥାନ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଆମେରିକା ହିଁ ନେଇ ଥିଲା। କେବଳ ଜାତିସ˚ଘର ମୁଖ୍ୟ ସ˚ଗଠନ ନୁହେଁ, ଏହାର ସମସ୍ତ ଶାଖା ସ˚ଗଠନମାନଙ୍କରୁ ମଧୢ ତାଇଵାନ୍‌ ବିତାଡ଼ିତ ହୋଇଥିଲା। ଯେହେତୁ ଚୀନ୍‌ ତାଇଵାନ୍‌ର ସାର୍ବଭୌମତ୍ବକୁ ସ୍ବୀକାର କରେ ନାହିଁ ଓ ଏହାକୁ ଚୀନ୍‌ର ଏକ ଅବିଚ୍ଛେଦ୍ୟ ଅ˚ଶ ରୂପେ ବିଚାର କରେ, ଚୀନ୍‌କୁ ଖୁସି କରିବା ପାଇଁ ତାଇଵାନ୍‌ ପ୍ରତି ଏଭଳି ଅବିଚାର କରାଯାଇଥିଲା। ଏପରିକି ବର୍ତ୍ତମାନ କରୋନା ମହାମାରୀ ନାଟକରେ ଏକ କେନ୍ଦ୍ରୀୟ ଭୂମିକାରେ ଥିବା ‘ବିଶ୍ବସ୍ବାସ୍ଥ୍ୟ ସ˚ଗଠନ’ (‘ହୁ’)ର ଅଧିବେଶନରେ ତାଇଵାନ୍‌କୁ ମିଳିଥିବା ପର୍ଯ୍ୟବେକ୍ଷକ ସ୍ଥାନରୁ ମଧୢ ଚୀନ୍‌ର ଚାପରେ ତାକୁ ହଟାଇ ଦିଆଯାଇଛି। ବର୍ତ୍ତମାନ କିନ୍ତୁ ଏକ ନିଷ୍ଠୁର ବିଡ଼ମ୍ବନା ରୂପେ ଦେଖିବାକୁ ମିଳିଛି ଯେ କରୋନା ମୁକାବିଲାରେ ଏକ ସଫଳତମ ଦେଶ ରୂପେ ତାଇଵାନ୍‌ ଆବିର୍ଭୂତ ହୋଇଛି ଏବ˚ ଏ ସମ୍ବନ୍ଧରେ ପ୍ରଥମ ସତର୍କ ସୂଚନା ପ୍ରସାର କରିଥିଲା ଯେଉଁ ଦେଶ, ସେ ହେଉଛି ତାଇଵାନ୍‌। ଆମେରିକାର ଉପରୋକ୍ତ ଟ୍ବିଟ୍‌ ପ୍ରସାରିତ ହେବା ପରେ ସ୍ବାଭାବିକ ଭାବରେ ଚୀନ୍‌ ବିଷୋଦ୍‌ଗାର କରିବାରେ ଲାଗିଛି: କିନ୍ତୁ ସେଥିରେ ଦବି ନ ଯାଇ ଯଦି ଆମେରିକା ଏବେ ଆରମ୍ଭ କରିଥିବା ଉଦ୍ୟମ ଜାରି ରଖି ଅନ୍ୟ ସାଥୀ ଦେଶମାନଙ୍କୁ ନେଇ (ଭାରତ ଏକ ମୁଖ୍ୟ ଦେଶ) ଆଗାମୀ ସମୟରେ ଜାତିସ˚ଘକୁ ଚୀନ୍‌ର ଏକଛତ୍ର ପ୍ରଭାବରୁ ମୁକ୍ତ କରେ, ତେବେ ସେଠାରେ ସିରାଜୀଙ୍କ କବିତା ଆଉ ବେଖାପ ଲାଗିବ ନାହିଁ।

ସମ୍ବନ୍ଧିତ ଖବର