ଏହା ମଧୢ ସ୍ବୀକାର୍ଯ୍ୟ ଯେ ବିଜେପି ଦ୍ବାରା କ˚ଗ୍ରେସ-ମୁକ୍ତ ଭାରତର ପରିକଳ୍ପନା ଏକ ଉଚ୍ଚାଭିଳାଷ; କାରଣ ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ସତ୍ତ୍ବେ କ˚ଗ୍ରେସ ଲାଭ କରିଥିଲା ପ୍ରାୟ ୧୧ କୋଟି ୯୫ ଲକ୍ଷ ଭୋଟ। ସୁତରା˚, ଅନେକ ରାଜ୍ୟରେ ମୃତବତ୍‌ ହୋଇ ପଡ଼ି ରହିିଥିବା କ˚ଗ୍ରେସ ଦଳ ଲାଗି ଶୋକଗୀତି ଲେଖି ପକାଇବା ଅପରିପକ୍ବତା ହୋଇପାରେ। ଏହି ସମୟରେ ଯଦି କ˚ଗ୍ରେସର ନୂଆ ଅଧୢକ୍ଷ ଏବ˚ ତାଙ୍କ ଟିମ୍‌ ଦଳରେ ସ˚ଜୀବନୀ ସିଂଚନ କରି ପାରନ୍ତିି, ତେବେ କେବଳ କ˚ଗ୍ରେସ କର୍ମୀ ନୁହନ୍ତି, କ˚ଗ୍ରେସ ପ୍ରେମୀମାନେ ମଧୢ ଉତ୍ସାହର ସହିତ ତାକୁ ପୁନର୍ବାର ପଲ୍ଲବିତ କରିବାରେ ସହାୟକ ହେ‌େବ।

Advertisment

କ˚ଗ୍ରେସ ଦଳର ଅଧୢକ୍ଷ ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିିର୍ବାଚିତ ହେବା ସହିତ ଚବିଶ ବର୍ଷର ବ୍ୟବଧାନ ପରେ କ˚ଗ୍ରେସର ଉଚ୍ଚତମ ସ୍ଥାନରେ ଗାନ୍ଧୀ ପରିବାର ବହିର୍ଭୂତ ଜଣେ ନେତାଙ୍କୁ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଏହା ସହିତ କ˚ଗ୍ରେସ ଭିତରେ ଏବ˚ ବାହାରେ ଯେଉଁ ଜନାଗ୍ରହ ଏବ˚ ଚାଞ୍ଚଲ୍ୟ ପରିଦୃଷ୍ଟ ହୋଇଛି, ତହିଁରେ ଏକ ମୃଦୁ ଆଶା ମଧୢ ଉଦୟ ହେବା ଆରମ୍ଭ କଲାଣି ଯେ ସମ୍ଭବତଃ କ˚ଗ୍ରେସ ତା’ର ପୁନରୁତ୍‌ଥାନ ପଥରେ ପାଦ ବଢ଼ାଇବାକୁ ପ୍ରସ୍ତୁତ ହେଉଛି। କହିବା ଅନାବଶ୍ୟକ ଯେ ୨୦୧୪ ମସିହା ପର ଠାରୁ କ˚ଗ୍ରେସର ଅଧଃ-ପତନର ନିରନ୍ତରତା ଅବ୍ୟାହତ ରହି ତୃଣମୂଳ ସ୍ତରରେ ଉତ୍ସାହର ତୀବ୍ର ଅଭାବ ସହିତ ଉଚ୍ଚ ସ୍ତରରେ ନେତୃତ୍ବ ପ୍ରତି ବିରୋଧକୁ ଜନ୍ମ ଦେଇଥିଲା; ଯେଉଁ ପରିପ୍ରେକ୍ଷୀରେ ଅଧିକା˚ଶ ରାଜନୈତିକ ସମୀକ୍ଷକ ଦଳର ସମ୍ଭାବ୍ୟ ବିଲୁପ୍ତି ନେଇ ପୂର୍ବାନୁମାନ ଲଗାଇବା ପ୍ରାରମ୍ଭ କରିଥିଲେ। ସେମାନେ ପ୍ରାୟତଃ ଏକମତ ଥିଲେ ଯେ କ˚ଗ୍ରେସ ଯେ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର ସର୍ବବ୍ୟାପୀ ପ୍ରଭାବରୁ ମୁକ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ଦଳକୁ ତା’ର ଦ୍ରୁତ ମୁକ୍ତ-ପତନରୁ ରକ୍ଷା କରାଯିବା ଅସମ୍ଭବ। ଏଭଳି ଧାରଣାର ଘନଘଟା ମଧୢରେ କ˚ଗ୍ରେସର ଅଧୢକ୍ଷ ନିର୍ବାଚନ ଶୃଙ୍ଖଳାର ସହିତ ସମାପ୍ତ ହେବା ଏବ˚ ଜଣେ ଅଣ-ଗାନ୍ଧୀ ଦଳର ମଙ୍ଗ ଧରିବା ବିଷୟ କ˚ଗ୍ରେସ ଲାଗି କିଭଳି ସମ୍ଭାବନାମାନ ସୃଷ୍ଟି କରିଛି, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ତେବେ, ସର୍ବ ପ୍ରଥମେ ଯାହା ସ୍ବୀକାର କରାଯିବା ଉଚିତ, ତାହା ହେଲା ଖଡ଼ଗେଙ୍କ ବିପୁଳ ବିଜୟ (ଖଡ଼ଗେଙ୍କ ଭୋଟ ୭୮୯୭ ଏବ˚ ଶଶୀ ଥରୁରଙ୍କ ଭୋଟ ୧୦୭୨) ଅବଶ୍ୟମ୍ଭାବୀ ଥିଲା; କାରଣ ଅନୌପଚାରିକ ଭାବେ ସେ ଥିଲେ ଗାନ୍ଧୀ ପରିବାର ଦ୍ବାରା ସମର୍ଥିତ ପ୍ରାର୍ଥୀ। ସୁତରା˚, ଯେଉଁ ରାଜନୈତିକ ସମୀକ୍ଷକମାନେ ଗାନ୍ଧୀ ପରିବାରର ପ୍ରଭାବରୁ ମୁକ୍ତିରେ ଦଳର ଉଜ୍ଜ୍ବଳ ଭବିଷ୍ୟତ୍‌ ଦେଖିଥାଆନ୍ତି, ସେମାନେ ନିଶ୍ଚିତ ହୋଇ ଯାଆନ୍ତୁ ଯେ ଏଭଳି କଦାଚିତ୍‌ ସମ୍ଭବ ନୁହେଁ, କାରଣ ଦଳର ପ୍ରାଣଶକ୍ତିର ଉତ୍ସ ହିଁ ହେଉଛନ୍ତି ଗାନ୍ଧୀ ପରିବାର। ତେବେ, ଏହା ସତ ଯେ ଏହି ଦଳୀୟ ନିର୍ବାଚନ ଅଗତ୍ୟା ବିଜେପି ତଥା ଅନ୍ୟାନ୍ୟ ବିରୋଧୀଙ୍କୁ ନିରୁତ୍ତର କରି ଦେବାରେ ସଫଳ ହୋଇଛି; କାରଣ ଜଣେ ଦଳିତ ଅଣ-ଗାନ୍ଧୀ ଦଳର ମୁଖ୍ୟ ପଦରେ ଆସୀନ; ଯାହା ପୁନଶ୍ଚ ଏକ ଶୃଙ୍ଖଳିତ ଏବ˚ ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା ମାଧୢମରେ। ସୁତରା˚, କ˚ଗ୍ରେସ ବିରୋଧରେ ବ˚ଶବାଦର ଆକ୍ଷେପ ବର୍ତ୍ତମାନ ଲାଗି ଆପାତତଃ ଦୁର୍ବଳ ମନେ ହୋଇପାରେ।

ଏଭଳି ସ୍ଥିତିରେ ରାହୁଳ ଗାନ୍ଧୀଙ୍କ ଭୂମିକା କ’ଣ ହେବ ବୋଲି ପ୍ରଶ୍ନର ଉତ୍ତରରେ ସ୍ବୟ˚ ରାହୁଳ ଗାନ୍ଧୀ କହିଛନ୍ତି ଯେ ତାହା ନବ ନିର୍ବାଚିତ ଅଧୢକ୍ଷଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ; ଯଦିଓ ଏଭଳି ନିରାସକ୍ତ ଉତ୍ତରରେ ଅଧିକା˚ଶ ପର୍ଯ୍ୟବେକ୍ଷକ ଏକ ରାଜନୈତିକ ଚାତୁର୍ଯ୍ୟ ଦେଖିଥାଆନ୍ତି। ଏହି ପରିପ୍ରେକ୍ଷୀରେ ଏଠାରେ ୨୦୦୪ ମସିହାର ଏକ ସମତୁଲ ଦୃଶ୍ୟପଟକୁ ସ୍ମରଣ କରାଯାଇପାରେ। ତହିଁରେ ପ୍ରଧାନମନ୍ତ୍ରୀ ହେବା ସକାଶେ କୌଣସି ଅନ୍ତରାୟ ନ ଥିବା ସତ୍ତ୍ବେ ସୋନିଆ ଗାନ୍ଧୀ ସେହି ପଦ ଗ୍ରହଣ ନ କରି ଏବଂ ତାଙ୍କ ସ୍ଥାନରେ ଡକ୍ଟର ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ରୂପେ ମନୋନୀତ କରି ତ୍ୟାଗ, ପରିପକ୍ବତା ଏବ˚ ଭାବମୂର୍ତ୍ତିଗତ ଉଜ୍ଜ୍ବଳତା ପ୍ରଦର୍ଶନ କରିଥିଲେ। କିନ୍ତୁ ତାହା ଖୁବ୍‌ ଶୀଘ୍ର ମଳିନ ପଡ଼ିଯାଇଥିଲା। କାରଣ, ଏହି ବିଜ୍ଞ ଅର୍ଥନୀତିଜ୍ଞ ଯଥେଷ୍ଟ ସ୍ବାଧୀନତାର ସହିତ ତାଙ୍କ ଦାୟିତ୍ବ ନିର୍ବାହ କରିବେ ବୋଲି ସୃଷ୍ଟ ଧାରଣା ଖୁବ୍‌ ଶୀଘ୍ର ଭ୍ରମାତ୍ମକ ସାବ୍ୟସ୍ତ ହେବା ସହିତ ସେ ଯେ ସଂପୂର୍ଣ୍ଣ ରୂପେ ସୋନିଆ ଗାନ୍ଧୀଙ୍କ କର୍ତ୍ତୃତ୍ବାଧୀନ, ସେଭଳି ଏକ ଧାରଣା ସୃଷ୍ଟି କରିଥିଲେ; ଯାହା କ˚ଗ୍ରେସରେ ବ˚ଶବାଦ ରାଜନୀତିର ପ୍ରଭାବକୁ ପ୍ରଗାଢ଼ତା ପ୍ରଦାନ କରିବା ସହିତ ପ୍ରକାରାନ୍ତରେ ଦଳର ପତନ ଲାଗି ଭିତ୍ତି ସ୍ଥାପନ କରିଥିଲା। ସୁତରା˚, କ˚ଗ୍ରେସ ଦଳର ପରିଚାଳନାରେ ଖଡ଼ଗେ ଯଦି ଯଥେଷ୍ଟ ସ୍ବାଧୀନତା ଲାଭ କରନ୍ତି(ରାହୁଳ ଗାନ୍ଧୀଙ୍କ ବକ୍ତବ୍ୟରୁ ବୋଧ ହେଲା ଭଳି), ତେବେ ତାହା ପ୍ରକୃତରେ ରାହୁଳ ଗାନ୍ଧୀଙ୍କ ପରିପକ୍ବତା ଆଡ଼କୁ ଇଙ୍ଗିତ କରିବା ସହିତ ଦଳ ଲାଗି ବହୁ ପ୍ରତୀକ୍ଷିତ ସ˚ସ୍କାର ରୂପେ ପରିଗଣିତ ହେବ, ଯାହା ନାଗରିକମାନଙ୍କ ମଧୢରେ ଦଳର ଗ୍ରହଣୀୟତାକୁ ବୃଦ୍ଧି କରିପାରେ!

ସ˚ପ୍ରତି ରାହୁଳ ଗାନ୍ଧୀ ପଦବ୍ରଜରେ ‘ଭାରତ ଯୋଡ଼ୋ’ ଅଭିଯାନର ମଧୢ ଭାଗରେ, ଯାହା ବିପୁଳ ଜନ ସମର୍ଥନ ଲାଭ କରୁଥିବା ଭଳି ସମ୍ବାଦମାନ ପହଞ୍ଚିବାରେ ଲାଗିଛି। ଏହି ପଦଯାତ୍ରା ସହିତ ରାହୁଳ ଗାନ୍ଧୀ ଧାରଣ କରି ଆସିଥିବା ଜଣେ ‘ଖିଆଲୀ ଏବ˚ ଅମନଯୋଗୀ ରାଜପୁତ୍ର’ର ଭାବମୂର୍ତ୍ତିରେ ମଧୢ ପରିବର୍ତ୍ତନ ଘଟିବା ଆରମ୍ଭ କରିଛି। ପୂର୍ବରୁ ତାଙ୍କ ଦ୍ବାରା ସ୍ପଷ୍ଟ କରି ଦିଆଯାଇଛି ଯେ ଏହି ପଦଯାତ୍ରା ପଛରେ କୌଣସି ରାଜନୈତିକ ବା ନିର୍ବାଚନ-ଆଧାରୀ ଅଭିସନ୍ଧି ନାହିଁ ଏବ˚ ଏହା କେବଳ ଧ୍ରୁବୀକରଣ ଜନିତ ପରିବେଶରେ ପରିବର୍ତ୍ତନ ଆଣିବା ଦିଗରେ ଏକ ଉଦ୍ୟମ। ଆସନ୍ତା ମାସରେ ନିର୍ବାଚନର ସମ୍ମୁଖୀନ ହେଉଥିବା ଦୁଇ ରାଜ୍ୟ ଗୁଜରାଟ ଏବ˚ ହିମାଚଳ ପ୍ରଦେଶ ଏହି ଯାତ୍ରାର ଗତିପଥରେ ନ ରହିବା ହିଁ ଏହାର ଏକ ପ୍ରମାଣ। ଏଭଳି ସ୍ଥଳେ ଏହାକୁ ନେତୃତ୍ବ ପ୍ରଦାନ କରୁଥିବା ରାହୁଳ ଗାନ୍ଧୀଙ୍କୁ ଦଳର ଜଣେ ସର୍ବମାନ୍ୟ ଦିଗ୍‌ଦର୍ଶକଙ୍କ ଭୂମିକାରେ ଦେଖିହୁଏ, ଯେଉଁ କ˚ଗ୍ରେସୀ ଦିଗ୍‌ଦର୍ଶକମାନଙ୍କ ସ˚ପର୍କରେ ‘ଦ ଇଣ୍ତିଆନ୍‌ ଏକ୍‌ସପ୍ରେସ୍‌’ରେ ପ୍ରକାଶିତ ଏକ ଆଲେଖ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ ବର୍ଣ୍ଣନା କରିଛନ୍ତି। ଚିଦମ୍ବରମ କହିଥିବା ଭଳି କ˚ଗ୍ରେସ ସର୍ବଦା ଜଣେ ଜଣେ ଦିଗ୍‌ଦର୍ଶକଙ୍କୁ ଅନୁସରଣ କରିଥାଏ; ଯେମିତି କି ମହାତ୍ମା ଗାନ୍ଧୀ ବା ଜଵାହରଲାଲ ନେହରୁ ଅଥବା ଇନ୍ଦିରା ଗାନ୍ଧୀ ଇତ୍ୟାଦି, ଯେଉଁମାନେ ଦଳ ଲାଗି ଜନ ସମର୍ଥନର ଆଧାର ହୁଅନ୍ତି ଏବ˚ ଏଭଳି ସ୍ଥଳେ କ˚ଗ୍ରେସ ଦଳର ଅଧୢକ୍ଷମାନେ ଦଳର ‘ନୋଟ୍‌ ବୋଲ୍‌ଟ’ ଟାଇଟ୍‌ କଲା ଭଳି ଭୂମିକାରେ ଅବତୀର୍ଣ୍ଣ ହୋଇ ଦଳକୁ ନିର୍ବାଚନ ଦୌଡ଼ରେ ଭାଗ ନେବା ଲାଗି ପ୍ରସ୍ତୁତ କରି ରଖନ୍ତି। ସୁତରାଂ, ବର୍ତ୍ତମାନ ସେହି ଆଲୋକରେ ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ବ ନେଉଥିବା ରାହୁଳ ଗାନ୍ଧୀ ଓ କ˚ଗ୍ରେସ ଅଧୢକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଖି ହେବ କି? ଯଦି କଂଗ୍ରେସ ଏଭଳି ଦୁଇଟି ସ୍ତର‌େର ସକ୍ରିୟ ନେତୃତ୍ବ ଲାଭ କରେ; ତେବେ ତାହା ଦଳ ସକାଶେ ଅନେକ ସମ୍ଭାବନା ସୃଷ୍ଟି କରିବ।

ଏଠାରେ ପ୍ରକାଶ ଥାଉ କି ପ୍ରାୟ ନଅ ହଜାର ସରିକି କ˚ଗ୍ରେସ ପ୍ରତିନିଧି ସବୁ ରାଜ୍ୟର ପ୍ରଦେଶ କ˚ଗ୍ରେସ ଦପ୍ତରରେ ଏକତ୍ର ହୋଇ ଭୋଟ ଦେବା ସହିତ ଅଧୢକ୍ଷ ନିର୍ବାଚନକୁ ରୂପ ଦେଇଛନ୍ତି। ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣରେ ନିର୍ବାଚନ ସମାହିତ ହୋଇଛି, ଯହିଁରେ ପରାଜିତ ପ୍ରାର୍ଥୀ ଶଶୀ ଥରୁର କ˚ଗ୍ରେସର ପୁନରୁତ୍‌ଥାନ ଲାଗି ସମର୍ପିତ ଭାବେ କାର୍ଯ୍ୟ କରିବାର ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏଭଳି ଏକ ପ୍ରକ୍ରିୟା ସ୍ବାଭାବିକ ଭାବେ ଦଳ ମଧୢରେ ଏକ ମୃଦୁ ବୈଦ୍ୟୁତିକ ସକ୍ରିୟତା ସ˚ଚାର କରିଛି। ଏବେ ଯଦି ନବ ନିର୍ବାଚିତ ଅଧୢକ୍ଷ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବିଭିନ୍ନ କ˚ଗ୍ରେସ କମିଟିର ନିର୍ବାଚନ ଓ ପୁନର୍ଗଠନମାନ କରାଇ କର୍ମକର୍ତ୍ତା ନିଯୁକ୍ତ କରନ୍ତେ, ତେବେ ସକ୍ରିୟତା ଦ୍ରୁତ ସ˚କ୍ରମିତ ହୋଇ କ˚ଗ୍ରେସକୁ ୨୦୨୪ ସାଧାରଣ ନିର୍ବାଚନ ସକାଶେ ପ୍ରସ୍ତୁତ କରି ରଖି ପାରନ୍ତା। ଏହା ମଧୢ ସ୍ବୀକାର୍ଯ୍ୟ ଯେ ବିଜେପି ଦ୍ବାରା କ˚ଗ୍ରେସ-ମୁକ୍ତ ଭାରତର ପରିକଳ୍ପନା ଏକ ଉଚ୍ଚାଭିଳାଷ; କାରଣ ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ସତ୍ତ୍ବେ କ˚ଗ୍ରେସ ଲାଭ କରିଥିଲା ପ୍ରାୟ ୧୧ କୋଟି ୯୫ ଲକ୍ଷ ଭୋଟ। ସୁତରା˚, ଅନେକ ରାଜ୍ୟରେ ମୃତବତ୍‌ ହୋଇ ପଡ଼ି ରହିିଥିବା କ˚ଗ୍ରେସ ଦଳ ଲାଗି ଶୋକଗୀତି ଲେଖି ପକାଇବା ଅପରିପକ୍ବତା ହୋଇପାରେ। ଏହି ସମୟରେ ଯଦି କ˚ଗ୍ରେସର ନୂଆ ଅଧୢକ୍ଷ ଏବ˚ ତାଙ୍କ ଟିମ୍‌ ଦଳରେ ସ˚ଜୀବନୀ ସିଂଚନ କରି ପାରନ୍ତିି, ତେବେ କେବଳ କ˚ଗ୍ରେସ କର୍ମୀ ନୁହନ୍ତି, କ˚ଗ୍ରେସ ପ୍ରେମୀମାନେ ମଧୢ ଉତ୍ସାହର ସହିତ ତାକୁ ପୁନର୍ବାର ପଲ୍ଲବିତ କରିବାରେ ସହାୟକ ହେ‌େବ।