ନୂତନ ଚାଞ୍ଚଲ୍ୟ

ପ୍ରଧାନମନ୍ତ୍ରୀ ନେଉଥିବା ନିଷ୍ପତ୍ତିମାନ ସର୍ବଦା ଯୁକ୍ତିଯୁକ୍ତ ବୋଲି ଧାରଣା ସୃଷ୍ଟି କରିବାରେ ‘କୋଳାଶ୍ରିତ’ ଗଣମାଧୢମଗୁଡ଼ିକର ଭୂମିକା କେତେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ସମ୍ଭବତଃ ପ୍ରସାରିତ ହେବାକୁ ଦେଉନାହିଁ; ଅଥବା ‘କୋଳାଶ୍ରିତ ଗଣମାଧୢମ’ଗୁଡ଼ିକ ଦ୍ବାରା କୋଳାହଳ ସୃଷ୍ଟି କରି ବିଭ୍ରାନ୍ତି ପ୍ରସାରର ଉଦ୍ୟମ ସହିତ ପ୍ରକୃତ ପ୍ରସଙ୍ଗକୁ ଦୁର୍ବଳ କରି ଦେବାର ଉଦ୍ୟମ କରାଯାଉଛି! ଯାହା ଫଳରେ ଆନ୍ଦୋଳନଗୁଡ଼ିକର ତୁରନ୍ତ ଅବସାନ ଘଟିବା ବଦଳରେ ସେଗୁଡ଼ିକ ତୀବ୍ରତା ଲାଭ କରୁଛନ୍ତି ଏବ˚ ଏକ ଅସ୍ବସ୍ତିକର ପରିସ୍ଥିତିରେ ଏହାର ସମାଧାନ କରିବାକୁ ପଡୁଛି; ଯେମିତି ଘଟିଥିଲା ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ କ୍ଷେତ୍ରରେ ବା କୃଷକ ଆନ୍ଦୋଳନ ବେଳେ। କୁସ୍ତି ଖେଳାଳିମାନଙ୍କ ଆନ୍ଦୋଳନରେ ଏବେ ଦୃଶ୍ୟମାନ ହୋଇଥିବା ନୂତନ ଚାଞ୍ଚଲ୍ୟ ହୁଏ’ତ ଏଭଳି ଆଉ ଏକ ଉଦାହରଣ ହେବ।

ଦୀର୍ଘ କାଳ ଧରି ଦିଲ୍ଲୀରେ ଚାଲି ଆସିଥିବା ଅନ୍ତର୍ଜାତୀୟ ଖ୍ୟାତି ସ˚ପନ୍ନ ଭାରତୀୟ ମହିଳା ଓ ପୁରୁଷ କୁସ୍ତି ଖେଳାଳିମାନଙ୍କ ଆନ୍ଦୋଳନ ପ୍ରସଙ୍ଗଟି ହଠାତ୍‌ ଚଳଚଞ୍ଚଳ ହୋଇ ଉଠିବା ଏବ˚ ଆନ୍ଦୋଳନକାରୀମାନଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଏବ˚ କେନ୍ଦ୍ର କ୍ରୀଡ଼ା ଯୁବ ବ୍ୟାପାର ମନ୍ତ୍ରୀ ଆଲୋଚନା କରିବା; ତା’ ପରେ ଆନ୍ଦୋଳନକୁ ନେଇ ଗଣମାଧୢମ ଦ୍ବାରା କଳ୍ପନାଜଳ୍ପନା ତଥା ଭଳିକି ଭଳି ବିଭ୍ରାନ୍ତିମୂଳକ ସମ୍ବାଦ ପରିବେଷଣ କରାଯିବା ଏବ˚ ଯୌନ ଶୋଷଣ ଆରୋପରେ ଅଭିଯୁକ୍ତ ଅତ୍ୟନ୍ତ ପ୍ରଭାବଶାଳୀ ବିଜେପି ନେତା ବ୍ରିଜଭୂଷଣ ସି˚ହଙ୍କ କତିପୟ ନିକଟତର ବ୍ୟକ୍ତି ଦିଲ୍ଲୀ ପୁଲିସ ଦ୍ବାରା ପ୍ରଶ୍ନର ସମ୍ମୁଖୀନ ହେବା ଇତ୍ୟାଦି ଭଳି ଘଟଣା ସ˚ପ୍ରତି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏହି ଆନ୍ଦୋଳନ ତା’ର ଅଧିକା˚ଶ ସମୟ ସରକାରଙ୍କ ଚରମ ନିସ୍ପୃହତା ଦେଖି ଆସୁଥିବା ବେଳେ ସହସା ଧୢାନ ଆକର୍ଷଣକାରୀ ହୋଇ ଉଠିଲା କାହିଁକି? ଏହାର ଏକ ଉତ୍ତର ଅନ୍ବେଷଣ କରିବା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଅବଶ୍ୟ, ଏହାର ଗୋଟିଏ କାରଣ ଏୟା ହୋଇପାରେ ଯେ କୁସ୍ତି ଖେଳାଳିମାନେ ଗଙ୍ଗା ନଦୀରେ ସେମାନଙ୍କ ଅଲି˚ପିକ୍‌ ପଦକମାନ ବିସର୍ଜନ କରିବାର ନିଷ୍ପତ୍ତି ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି, ଯାହା ସହିତ ଅଗତ୍ୟା ସ୍ଥବିର ପଡ଼ି ଆସୁଥିବା ଏହି ଆନ୍ଦୋଳନରେ ପ୍ରାଣ ସ˚ଚାରିତ ହୋଇଛି; ସୁତରା˚, ଏହି ଆନ୍ଦୋଳନକୁ କେନ୍ଦ୍ର କରି ଗଢ଼ି ଉଠୁଥିବା ଉଦ୍‌ବେଳନକୁ ପ୍ରଶମିତ କରିବାର ଆବଶ୍ୟକତା କେନ୍ଦ୍ର ସରକାର ଅନୁଭବ କରିଥିବେ; ବିଶେଷ କରି ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଦୃଷ୍ଟିରୁ ଏ ନେଇ ଚାପ ଅଧିକ ଅନୁଭୂତ ହୋଇଥିବ, ଯେମିତି ଘଟିଥିଲା ସରକାରୀ ଦୃଷ୍ଟିର ବୃଷ୍ଟିଛାୟା ଅଞ୍ଚଳରେ ରହି ବର୍ଷାଧିକ କାଳ ଚାଲି ଆସିଥିବା କୃଷକ ଆନ୍ଦୋଳନ କ୍ଷେତ୍ରରେ; କାରଣ ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ ପୂର୍ବରୁ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ବିବାଦୀୟ କୃଷି ଆଇନର ପ୍ରତ୍ୟାହାର ସହିତ ଆନ୍ଦୋଳନରେ ଅନ୍ତ ଘଟାଇଥିଲା। ସୁତରା˚, ସ˚ପ୍ରତି ଏକ ପ୍ରଶ୍ନ ସୃଷ୍ଟି ହୋଇଥାଏ ଯେ ଆସନ୍ତା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର ବିଜୟ ସୁନିଶ୍ଚିତ ଭଳି ପ୍ରତୀୟମାନ ହେଉଥିଲେ ସୁଦ୍ଧା ସେ ନେଇ ଏକ ସନ୍ଦେହ ଜାତ ହେଲାଣି କି?, ଯେଉଁଥି ଲାଗି ସରକାର ଆନ୍ଦୋଳନଟି ଆଉ ଅଧିକ ତୀବ୍ରତା ଲାଭ କରୁ ବୋଲି ଚାହାଁନ୍ତି ନାହିଁ! ୨୦୦୪ ମସିହାର ସାଧାରଣ ନିର୍ବାଚନରେ ଏଭଳି ଉଦାହରଣଟିଏ ସୃଷ୍ଟି ହୋଇଥିଲା, ଯେଉଁଠି ଭାରତୀୟ ମଧୢବିତ୍ତ ଭୋଟର ‘ସାଇନି˚ ଇଣ୍ତିଆ’ ବା ‘ଉଜ୍ଜ୍ବଳ ଭାରତ’ର ସ˚ଗୀତ ଗାନ କରୁ କରୁ ସର୍ବୋତ୍କୃଷ୍ଟ ପ୍ରଧାନମନ୍ତ୍ରୀ ରୂପେ ବିବେଚନା କରୁଥିବା ସତ୍ତ୍ବେ ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ କ୍ଷମତାଚ୍ୟୁତ କରି ପକାଇଥିଲେ। ସୁତରା˚, ୨୦୨୪ ନିର୍ବାଚନ ପୂର୍ବରୁ ସରକାରଙ୍କୁ କ୍ଷତି ପହଞ୍ଚାଇବା ଭଳି ଆନ୍ଦୋଳନଟିଏ ରୂପ ନେବାର ସୁଯୋଗ ପାଇବା ଯେ ଉଚିତ ହୁଅନ୍ତା ନାହିଁ, ଏ କଥା ଯେ କେହି ସ୍ବୀକାର କରିବେ!
ଏହି ପରିପ୍ରେକ୍ଷୀରେ ସଦ୍ୟ ପ୍ରକାଶିତ ‘ଲୋକନୀତି-ସି.ଏସ୍‌.ଡି.ଏସ୍‌.’ ଦ୍ବାରା କରାଯାଇଥିବା ଏକ ଗୁରୁତ୍ବପୂର୍ଣ୍ଣ ଏବ˚ ବହୁ ଆୟାମୀ ସାର୍ବେକ୍ଷଣର ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯହିଁରୁ ପ୍ରାପ୍ତ ଅନେକ ସୂଚନା ମଧୢରୁ କେତେକ ଏହିଭଳି: ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ୨୦୧୪ ମସିହାରେ ୩୭%ରୁ ବୃଦ୍ଧି ପାଇ ସ˚ପ୍ରତି ୪୩%ରେ ପହଞ୍ଚିଥିବା ବେଳେ ରାହୁଳ ଗାନ୍ଧୀଙ୍କ ଲୋକପ୍ରିୟତା ୨୦୧୪ ମସିହାର ୧୪%ରୁ ବଢ଼ି ପହଞ୍ଚିଛି ୨୭%ରେ; ଅର୍ଥାତ୍‌ ଏହି ନଅ ବର୍ଷ ମଧୢରେ ରାହୁଳ ଗାନ୍ଧୀଙ୍କ ଲୋକପ୍ରିୟତା ପ୍ରାୟ ଦ୍ବିଗୁଣିତ ହୋଇଛି। ଆଉ ଏକ ତଥ୍ୟ କହିଥାଏ ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଉପରେ ସ˚ପୂର୍ଣ୍ଣ ସନ୍ତୁଷ୍ଟ ରହି ଆସିଥିବା ବ୍ୟକ୍ତିଙ୍କ ହାର ୨୦୧୯ ମସିହାର ୨୬%ରୁ ହ୍ରାସ ପାଇ ୨୦୨୩ ମସିହାରେ ୧୭%ରେ ପହଞ୍ଚିଛି; ଅଧିକନ୍ତୁ ମୋଦୀଙ୍କ ଶାସନରେ ଆ˚ଶିକ ଅସନ୍ତୁଷ୍ଟଙ୍କ ହାର ୨୦୧୯ ମସିହାର ୧୧%ରୁ ବୃଦ୍ଧି ପାଇ ୨୦୨୩ ମସିହାରେ ୧୯%ରେ ଏବ˚ ସ˚ପୂର୍ଣ୍ଣ ଅସନ୍ତୁଷ୍ଟଙ୍କ ହାର ୧୮%ରୁ ବଢ଼ି ୨୧%ରେ ପହଞ୍ଚିଛି। ସେହିଭଳି ଜନାଧାର ପରିପ୍ରେକ୍ଷୀରେ ୨୦୧୯ରେ କ˚ଗ୍ରେସ ଲାଭ କରିଥିବା ୧୯.୫% ଭୋଟ ହାର ୨୦୨୪ରେ ୩୧.୫%ରେ ପହଞ୍ଚିବାର ସମ୍ଭାବନା ଥିବା ବେଳେ ବିଜେପିର ଭୋଟ ହାର ୨୯%ରୁ ବୃଦ୍ଧି ପାଇ ୩୭.୫%ରେ ପହଞ୍ଚିବାର ଆକଳନ କରାଯାଇଛି; ଯହିଁରେ କ˚ଗ୍ରେସର ଜନାଧାର ଅଭିବୃଦ୍ଧି ତୁଳନାତ୍ମକ ଭାବେ ଅଧିକ ରହିଛି। ସେହିଭଳି ୨୦୧୪ ମସିହା (ୟୁପିଏ ସରକାରଙ୍କ ପତନ କାଳ)ରେ ନିଯୁକ୍ତିହୀନତାକୁ ମାତ୍ର ୮% ବ୍ୟକ୍ତି ସର୍ବାଧିକ ତୀବ୍ର ସମସ୍ୟା ଭାବେ ଅଭିହିତ କରିଥିବା ବେଳେ ୨୦୧୯ ମସିହାରେ ତାହା ପହଞ୍ଚି ଥିଲା ୧୧%ରେ ଏବ˚ ୨୦୨୩ ମସିହାରେ ତହିଁରେ ଆହୁରି ବୃଦ୍ଧି ଘଟି ତାହା ପହଞ୍ଚିଛି ୨୯%ରେ; ଦାରିଦ୍ର୍ୟକୁ ସର୍ବାଧିକ ଉତ୍କଟ ପ୍ରସଙ୍ଗ ବୋଲି ୨୦୧୪ ମସିହାରେ ୨% ଲୋକ ବିଚାର କରୁଥିବା ବେଳେ ୨୦୨୩ ମସିହାରେ ତାହା ବୃଦ୍ଧି ପାଇ ପହଞ୍ଚିଛି ୨୨%ରେ; ସେହି ଭଳି ୨୦୧୯ ମସିହାରେ ମାତ୍ର ୩% ଲୋକ ଦର ବୃଦ୍ଧିକୁ ନେଇ ସର୍ବାଧିକ ଉଦ୍‌ବିଗ୍ନ ବୋଲି କହିଥିବା ବେଳେ ସେମାନଙ୍କ ସ˚ଖ୍ୟା ୨୦୨୩ ମସିହାରେ ବୃଦ୍ଧି ପାଇ ପହଞ୍ଚିଛି ୧୯%ରେ। ଏଭଳି ଏକ ଜନ ମନୋଭାବର ସ୍ପନ୍ଦନ ସୁଚତୁର ଓ ବିଚକ୍ଷଣ ରାଜନେତା ନରେନ୍ଦ୍ର ମୋଦୀ ଅନୁଭବ କରିଛନ୍ତି କି? କାରଣ ଏହି ଆନ୍ଦୋଳନ ବ୍ୟାପକ ହେଲେ ଜନ ଅସନ୍ତୋଷ ହୁଏ’ତ ଆହୁରି ଅଧିକ ଗଭୀର ହେବ! ଏହି କାରଣରୁ ହୁଏ’ତ ଗୃହ ମନ୍ତ୍ରୀ ବା କ୍ରୀଡ଼ା ଏବ˚ ଯୁବ ବ୍ୟାପାର ମନ୍ତ୍ରୀ ହଠାତ୍‌ ଖେଳାଳିମାନଙ୍କ ସହିତ ଆଲୋଚନା କରିବାକୁ ବାହାରିଛନ୍ତି! ଏହା ସୁବିଦିତ ଯେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଇଙ୍ଗିତ ମିଳି ନ ଥିଲେ ଏଭଳି ଉଦ୍ୟମ ଆଦୌ ପରିଦୃଷ୍ଟ ହୁଅନ୍ତା ନାହିଁ।
ଏଠାରେ ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ଜଣେ ଅତ୍ୟନ୍ତ ଦୃଢ଼-ମନସ୍କ ଏବ˚ କଠିନ ନିଷ୍ପତ୍ତିି ନେବାରେ ସମର୍ଥ ତଥା ଅତ୍ୟନ୍ତ ପରିଶ୍ରମୀ ରାଜନେତା ଭାବେ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟତାର ଶୀର୍ଷରେ ବୋଲି ସେହି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରିଛି। କିନ୍ତୁ କୁସ୍ତି ଖେଳାଳିମାନଙ୍କ ଆନ୍ଦୋଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଏହି ଦୃଢ଼ତା ପ୍ରକାଶ ପାଇଛି ତାଙ୍କ କଠିନ ନିରବତାରେ, ଏବ˚ ଏହି ଆନ୍ଦୋଳନକୁ ସ˚ପୂର୍ଣ୍ଣ ନଜରଅନ୍ଦାଜ କରିବାରେ। ଏହି ଆନ୍ଦୋଳନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନୂତନ ସ˚ସଦ ଭବନର ଉଦ୍‌ଘାଟନ ସହିତ ଇତିହାସ ରଚନା କରିଥିଲେ; ବିଭିନ୍ନ ରାଷ୍ଟ୍ର ଗସ୍ତ କରି ସେଠାକାର ରାଷ୍ଟ୍ରମୁଖ୍ୟମାନଙ୍କ ଠାରୁ ବିପୁଳ ପ୍ରଶ˚ସା ଲାଭ କରିଛନ୍ତି ଏବ˚ ତା’ ମାଧୢମରେ ହୁଏ’ତ ଦର୍ଶାଇବାକୁ ଚାହିଁଛନ୍ତି ଯେ ସତେ ଯେମିତି କୌଣସି ଆନ୍ଦୋଳନ ଘଟିନାହିଁ। କିନ୍ତୁ ଏହି ଅନମନୀୟତାରେ ଯେଉଁ ଦୁର୍ବଳତାଟି ପ୍ରକଟିତ ହୋଇଥିଲା, ତାହା ହେଉଛି ବ୍ରିଜ ଭୂଷଣ ସି˚ହ ନାମକ ଜଣେ ସନ୍ଦିଗ୍‌ଧ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାରେ ତାଙ୍କର ଅସାମର୍ଥ୍ୟ। ପ୍ରଧାନମନ୍ତ୍ରୀ ନେଉଥିବା ନିଷ୍ପତ୍ତିମାନ ସର୍ବଦା ଯୁକ୍ତିଯୁକ୍ତ ବୋଲି ଧାରଣା ସୃଷ୍ଟି କରିବାରେ ‘କୋଳାଶ୍ରିତ’ ଗଣମାଧୢମଗୁଡ଼ିକର ଭୂମିକା କେତେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ସମ୍ଭବତଃ ପ୍ରସାରିତ ହେବାକୁ ଦେଉନାହିଁ; ଅଥବା ‘କୋଳାଶ୍ରିତ ଗଣମାଧୢମ’ଗୁଡ଼ିକ ଦ୍ବାରା କୋଳାହଳ ସୃଷ୍ଟି କରି ବିଭ୍ରାନ୍ତି ପ୍ରସାରର ଉଦ୍ୟମ ସହିତ ପ୍ରକୃତ ପ୍ରସଙ୍ଗକୁ ଦୁର୍ବଳ କରି ଦେବାର ଉଦ୍ୟମ କରାଯାଉଛି! ଯାହା ଫଳରେ ଆନ୍ଦୋଳନଗୁଡ଼ିକର ତୁରନ୍ତ ଅବସାନ ଘଟିବା ବଦଳରେ ସେଗୁଡ଼ିକ ତୀବ୍ରତା ଲାଭ କରୁଛନ୍ତି ଏବ˚ ଏକ ଅସ୍ବସ୍ତିକର ପରିସ୍ଥିତିରେ ଏହାର ସମାଧାନ କରିବାକୁ ପଡୁଛି; ଯେମିତି ଘଟିଥିଲା ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ କ୍ଷେତ୍ରରେ ବା କୃଷକ ଆନ୍ଦୋଳନ ବେଳେ। କୁସ୍ତି ଖେଳାଳିମାନଙ୍କ ଆନ୍ଦୋଳନରେ ଏବେ ଦୃଶ୍ୟମାନ ହୋଇଥିବା ନୂତନ ଚାଞ୍ଚଲ୍ୟ ହୁଏ’ତ ଏଭଳି ଆଉ ଏକ ଉଦାହରଣ ହେବ।

ସମ୍ବନ୍ଧିତ ଖବର