ଗଲା ଅଗଷ୍ଟ ୨୬ ତାରିଖରେ ଭାରତୀୟ ସେନାବାହିନୀର ମୁଖ୍ୟ ବିପିନ ରାଵତ ପ୍ରଦାନ କରିଥିବା ଏକ ମନ୍ତବ୍ୟ ସ୍ବତଃ ପ୍ରଖ୍ୟାତ କାନାଡୀୟ ଲେଖିକା ମାର୍ଗାରେଟ୍ ଆଟଉଡ୍ ଠାଏ କହିଥିବା କଥାଟିକୁ ମନେ ପକାଇ ଦେଇଥାଏ। ମାର୍ଗାରେଟ୍ ଆଟଉଡ୍ କହିଥିଲେ ଯେ ଯେଉଁଠି ଭାଷାଗୁଡ଼ିକ ବିଫଳ ହୋଇଯାଏ, ସେଠି ଯୁଦ୍ଧର ଆରମ୍ଭ ହୋଇଥାଏ ଏବ˚ ଜେନେରାଲ ରାଵତ ପ୍ରଦାନ କରିଥିବା ବକ୍ତବ୍ୟଟି କହିଥିଲା ଯେ ଯଦି ଲଦାଖ ସ˚କଟକୁ ନେଇ ଚାଲିଥିବା ଆଲୋଚନା ବିଫଳ ହୁଏ, ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ବା ଯୁଦ୍ଧର ବାଟ ଉନ୍ମୁକ୍ତ ରହିଛି। କହିବା ନିଷ୍ପ୍ରୟୋଜନ ଯେ ଯୁଦ୍ଧ ମଧୢ ଏକ ଭାଷା। କିନ୍ତୁ ଏହି ଭାଷାର ବ୍ୟବହାର କରିବା ପୂର୍ବରୁ ମାର୍ଗାରେଟ୍ ଆଟଉଡ୍ଙ୍କ ବକ୍ତବ୍ୟ ଆଧାରରେ ଏହା ମଧୢ ପ୍ରଶ୍ନ କରାଯିବା ଉଚିତ ଯେ ବୁଝାମଣା ଅଥବା କାର୍ଯ୍ୟାନୁଷ୍ଠାନ ସକାଶେ ସମସ୍ତ ଭାଷା ବିଫଳ ହୋଇ ସାରିଛନ୍ତି କି? ଏ ସ˚ଦର୍ଭରେ ଏକ ସ˚କ୍ଷିପ୍ତ ଆଲୋଚନାର ଅବକାଶ ରହିଛି।
କହିବାରେ ଦ୍ବିଧା ନାହିଁ ଯେ ଭାରତ ଓ ଚୀନ ମଧୢରେ ବାଣିଜ୍ୟିକ ସ˚ପର୍କ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିଲେ ମଧୢ ଚୀନ କସ୍ମିନ କାଳେ ଭାରତର ଏକ ମିତ୍ର ବା ସହଯୋଗୀ ରାଷ୍ଟ୍ର ନ ଥିଲା। ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଉଗ୍ରବାଦୀ କାର୍ଯ୍ୟକଳାପକୁ ପ୍ରଚ୍ଛନ୍ନ ପ୍ରୋତ୍ସାହନ ପ୍ରଦାନ ଠାରୁ ଆରମ୍ଭ କରି ଭାରତ ବିରୋଧରେ ପଡ଼ୋଶୀମାନଙ୍କୁ ମତେଇବା, ପାକିସ୍ତାନର ଅବିଶ୍ରାନ୍ତ ଭାରତ ବିରୋଧୀ କାର୍ଯ୍ୟକଳାପରେ ଉତ୍ପ୍ରେରକ ହେବା ତଥା ଅନ୍ତର୍ଜାତୀୟ ସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ନିଷ୍ପ୍ରଭ କରିବା ଲାଗି ଉଦ୍ୟମ ପର୍ଯ୍ୟନ୍ତରେ ଚୀନ ସର୍ବଦା ପ୍ରତିକୂଳ ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଛି, ଯାହା ସ˚ପ୍ରତି ଲଦାଖ ଠାରେ ସୃଷ୍ଟ ଅତ୍ୟନ୍ତ ଅଶାନ୍ତ ପରିସ୍ଥିତି ଜରିଆରେ ତାର କୁତ୍ସିତତମ ରୂପ ପ୍ରକଟ କରିଛି। ଲଦାଖ ଠାରେ ଭାରତୀୟ ଅଞ୍ଚଳର କିଛି ଅ˚ଶକୁ ଚୀନା ଦଖଲରୁ ହଟାଇବା ଲାଗି ଆଲୋଚନା ଅଦ୍ୟାବଧି ଜାରି ରହିଥିଲେ ସୁଦ୍ଧା ବିଶେଷ ସୁଫଳ ମିଳିପାରିନାହିଁ। ଏହି ପରିପ୍ରେକ୍ଷୀରେ ସ˚କଟର ସମାଧାନ ଲାଗି ଜେନେରାଲ ରାଵତ ଯୁଦ୍ଧର ବିକଳ୍ପ ବିଷୟ ଉତ୍ଥାପନ କରିଥିଲେ।
ତେବେ, ଭାରତ ଓ ଚୀନ ବ୍ୟାପାର ଉପରେ ଗଭୀର ଦୃଷ୍ଟି ରଖିଥିବା ଅନେକ ବିଶେଷଜ୍ଞ ଏହି ମତ ପୋଷଣ କରିଥାଆନ୍ତି ଯେ ଚୀନକୁ ବୁଝାଇବା ଲାଗି ଆଲୋଚନାର ଭାଷା ବିଫଳ ହେଲେ ସୁଦ୍ଧା ଯୁଦ୍ଧର ଭାଷା ଏକ ବିକଳ୍ପ ହୋଇ ନ ପାରେ। ବର˚ ଚୀନର ଅର୍ଥନୀତି ଉପରେ ଚାପ ପ୍ରୟୋଗ ଦ୍ବାରା ଭାରତ ତାର ପରାକ୍ରମକୁ ଅଧିକ ଫଳପ୍ରଦତାର ସହିତ ସାବ୍ୟସ୍ତ କରିପାରିବ। ଚୀନ ଓ ଭାରତ ମଧୢରେ ଏକ ବଡ଼ ପ୍ରଭେଦ ହେଲା ଚୀନ ତାର ବିଶାଳ ଜନସ˚ଖ୍ୟାକୁ ଭିତ୍ତି କରି ସାରା ବିଶ୍ବ ସକାଶେ ଉତ୍ପାଦନ ଏବ˚ ଯୋଗାଣର ମହାସ୍ରୋତ ପାଲଟିଥିବା ବେଳେ ଭାରତର ବିଶାଳ ଜନସ˚ଖ୍ୟା ଉପଭୋକ୍ତାଙ୍କ ମହୋଦଧିରେ ପରିଣତ ହୋଇଛି। ‘କନଫେଡେରେସନ ଅଫ୍ ଅଲ ଇଣ୍ତିଆ ଟ୍ରେଡର୍ସ୍’ ଦ୍ବାରା ପ୍ରକାଶିତ ୨୦୧୮-୧୯ର ଏକ ରିପୋର୍ଟ କହିଥାଏ ଯେ ଭାରତ ଦ୍ବାରା ଆମଦାନି କରାଯାଉଥିବା ଚୀନା ସାମଗ୍ରୀର ମୂଲ୍ୟ ହେଉଛି ପ୍ରାୟ ୭୦ ବିଲିଅନ୍ ଡଲାର। ଯଦିଓ ଲଦାଖ ସ˚କଟ ପରେ ଚୀନ ଉପରେ ଚାପ ପକାଇବା ଲାଗି ଭାରତ ସରକାରଙ୍କ ପକ୍ଷରୁ ବାଣିଜ୍ୟ ପ୍ରତିବନ୍ଧ ସ୍ବରୂପ କିଛି ଚୀନା ସାମଗ୍ରୀ ଉପରେ ଆମଦାନି ଶୁଳ୍କକୁ ବୃଦ୍ଧି କରାଯାଇଛି, ସରକାରୀ ଠିକା କାର୍ଯ୍ୟରେ ଚୀନା ସ˚ସ୍ଥାଗୁଡ଼ିକର ସ˚ପୃକ୍ତିକୁ ବନ୍ଦ କରାଯାଇଛି ଏବ˚ ୫୯ଟି ଚୀନା ‘ଆପ୍’କୁ ନିଷେଧ କରାଯାଇଛି, ଏହା ଚୀନକୁ ବିଚଳିତ କରିବା ଭଳି ଯଥେଷ୍ଟ ନୁହେଁ। ତେଣୁ ଏ ପରିପ୍ରେକ୍ଷୀରେ ଯାହା ଆବଶ୍ୟକ ତାହା ହେଲା ଭାରତ କେବଳ ମାତ୍ର ଚୀନା ସାମଗ୍ରୀର ଏକ ବଜାର ଭୂମିକାରେ ନ ରହି ପୃଥିବୀର ଅନ୍ୟ ଏକ କାରଖାନା ରୂପେ ଆବିର୍ଭୂତ ହେବା ଏବ˚ ଚୀନକୁ ‘ଉତ୍ପାଦନ ଓ ଯୋଗାଣ’ର କେନ୍ଦ୍ର ବିନ୍ଦୁରୁ ଅପସାରଣ କରିବା। ସେଥି ଲାଗି ପ୍ରଥମେ ଚୀନରୁ ବିପୁଳ ଭାବେ ଆମଦାନି କରାଯାଉଥିବା ଦ୍ରବ୍ୟ ( କାର୍ ଓ ମୋବାଇଲ୍)ର ଯୋଗାଣ ସ୍ରୋତକୁ ଚୀନ ବାହାରେ ଅନ୍ୟାନ୍ୟ ରାଷ୍ଟ୍ରରେ ଅନ୍ବେଷଣ କରିବାକୁ ହେବ। ତା’ ପରେ ଦ୍ବିତୀୟ ପଦକ୍ଷେପ ସ୍ବରୂପ ଚୀନରୁ ଉତ୍ପାଦିତ ଅଥଚ ଭାରତରେ ବ୍ୟବହୃତ ସବୁ ସାମଗ୍ରୀକୁ ଭାରତରେ ହିଁ ଉତ୍ପାଦନ କରିବାକୁ ହେବ। ଚୀନ ଦ୍ବାରା ଭାରତର ବଜାରକୁ ସ˚ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରାଯିବା ପଛରେ ଚୀନର ଯେଉଁ ଅଭିସନ୍ଧି ସ୍ପଷ୍ଟ ହୋଇଥାଏ, ତାହା ହେଲା ଭାରତର ମାନବ ସମ୍ବଳକୁ ଏକ ଉତ୍ପାଦନକ୍ଷମ ସ˚ପଦରେ ପରିଣତ ହେବାକୁ ନ ଦେଇ ପଙ୍ଗୁପ୍ରାୟ କରିଦେବା ସହିତ ସେମାନଙ୍କୁ ଅସହାୟ ଉପଭୋକ୍ତା ରୂପେ ପର ନିର୍ଭରଶୀଳ କରି ତୋଳିବା। ତାହା ହୋଇ ନ ଥିଲେ ଭାରତୀୟ ସାମାଜିକ ଓ ସା˚ସ୍କୃତିକ ଜୀବନରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ଅତି ସାଧାରଣ ଜିନିଷ (ଉଦାହରଣ ସ୍ବରୂପ ଧୂପକାଠି ଓ ଦିଆସିଲି ଇତ୍ୟାଦି) ମଧୢ ଚୀନରୁ ପ୍ରସ୍ତୁତ ହୋଇ ଭାରତର ବଜାରକୁ ଦଖଲ କରନ୍ତା ନାହିଁ। ଚୀନ ଉପରେ ଭାରତର ନିର୍ଭରଶୀଳତାର ଏକ ବଡ଼ ଉଦାହରଣ ହେଉଛି ଔଷଧ ଉଦ୍ୟୋଗ, ଯେଉଁ କ୍ଷେତ୍ରରେ ଭାରତ ପୃଥିବୀର ତିନିଟି ସର୍ବାଧିକ ପ୍ରସ୍ତୁତକାରୀ ଓ ରପ୍ତାନିକାରୀ ରାଷ୍ଟ୍ର ମଧୢରେ ଅନ୍ୟତମ। କିନ୍ତୁ ବିଡ଼ମ୍ବନାଟି ହେଲା ଏହି ଔଷଧ ପ୍ରସ୍ତୁତି ଲାଗି ଆବଶ୍ୟକ ମୂଳ ଉପାଦାନ ବା ‘ଆକ୍ଟିଭ ଫର୍ମାସ୍ୟୁଟିକାଲ ଇନ୍ଗ୍ରେଡିଏନ୍ଟ’ ବା ‘ଏପିଆଇ’ର ପ୍ରସ୍ତୁତି ଓ ଯୋଗାଣରେ ସ˚ପୂର୍ଣ୍ଣ ଏକାଧିପତ୍ୟ ରହିଛି ଚୀନ ଠାରେ। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେଲେ ଭାରତରେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ସାମର୍ଥ୍ୟ ଓ ସମ୍ଭାବନାକୁ ବହୁଗୁଣିତ କରିବାକୁ ହେବ।
କରୋନା ସ˚କ୍ରମଣକୁ ଏକ ପାନ୍ଡେମିକ୍ରେ ପରିଣତ କରିବାରେ ନିଜ ଭୂମିକା (ଯାହାକୁ ଅନେକ ରାଷ୍ଟ୍ର ଅଭିସନ୍ଧି ରୂପେ ବିଚାର କରନ୍ତି) କାରଣରୁ ସ˚ପ୍ରତି ଚୀନ ପୃଥିବୀର ଅନେକ ରାଷ୍ଟ୍ରଙ୍କ ଚକ୍ଷୁରେ ସନ୍ଦିଗ୍ଧ ହୋିପଡ଼ିଛି; ଏପରି କି କେତେକ ରାଷ୍ଟ୍ରଙ୍କ ପ୍ରତିକୂଳ ମନୋଭାବର ଶିକାର ମଧ୍ୟ ହୋଇଛି। ଏତିକି ବେଳେ ଚୀନର ଏକ ସମର୍ଥ ବିକଳ୍ପ ରୂପେ ଆବିର୍ଭୂତ ହେବାର ସୁଯୋଗ ଭାରତ ଲାଗି ଉନ୍ମୋଚିତ ହୋଇ ଯାଇଛି। ବର୍ତ୍ତମାନ ‘ସାମସଙ୍ଗ ଇଲେକ୍ଟ୍ରୋନିକ୍ସ’ରୁ ଆରମ୍ଭ କରି ‘ଆପଲ’ ପର୍ଯ୍ୟନ୍ତରେ ଅନେକ ଉଦ୍ୟୋଗ ଚୀନରୁ ସେମାନଙ୍କ କାରଖାନା ହଟାଇ ନେବା ଆରମ୍ଭ କରିଛନ୍ତି। କିନ୍ତୁ ଏ ସ˚ଦର୍ଭରେ ‘ବ୍ଲୁମବର୍ଗ’ ଦ୍ବାରା ପ୍ରକାଶିତ ଏକ ସୂଚନା ଅନୁସାରେ ଏହି ସବୁ ଉଦ୍ୟୋଗଗୁଡ଼ିକୁ ଆକର୍ଷିତ କରିବାରେ ଭିଏତ୍ନାମ, କମ୍ବୋଡିଆ, ମିଆଁମାର ଏବ˚ ବା˚ଲାଦେଶ ଭଳି କ୍ଷୁଦ୍ର ରାଷ୍ଟ୍ର ଭାରତ ତୁଳନାରେ ଅଧିକ ସଫଳ ହୋଇଛନ୍ତି। ତେବେ, କହିବା ବାହୁଲ୍ୟ ଯେ ଏ କ୍ଷେତ୍ରରେ ଚୀନର ସର୍ବେଶ୍ରଷ୍ଠ ବିକଳ୍ପ ହେବାର ସାମର୍ଥ୍ୟ କେବଳ ଭାରତ ଠାରେ ହିଁ ରହିଛି। ସୁତରା˚, ଏ ଦିଗରେ ଦୃଷ୍ଟି ଦେଇ ଭାରତର ଦୁର୍ବଳତାଗୁଡ଼ିକୁ ଦୂର କରାଯିବା ସହିତ ଭାରତକୁ ନିବେଶକଙ୍କ ଏକ ସ୍ବର୍ଗରେ ପରିଣତ କରିବାକୁ ହେବ। ସ୍ବୀକାର କରିବାକୁ ହେବ ଯେ ଚୀନର ସର୍ବାଧିକ ଶକ୍ତିଶାଳୀ ଅସ୍ତ୍ର ହେଉଛି ତାର ଅତ୍ୟନ୍ତ ବିଶାଳ ଅର୍ଥନୀତି (ପୃଥିବୀରେ ଦ୍ବିତୀୟ)। ଏକ ଦୃଷ୍ଟାନ୍ତରୁ ଚୀନର ଆର୍ଥିକ ଅଭିବୃଦ୍ଧିକୁ କଳନା କରାଯାଇପାରେ। ‘ଲଣ୍ତନ ସ୍କୁଲ ଅଫ୍ ଇକୋନୋମିକ୍ସ’ ଦ୍ବାରା ପ୍ରସ୍ତୁତ ଏକ ହିସାବ କହିଥାଏ ଯେ ୧୯୭୮ରେ ଚୀନର ରପ୍ତାନିର ପରିମାଣ ଥିଲା ମାତ୍ର ୧୦ ବିଲିଅନ ଡଲାର ଯାହା ୧୯୮୫ରେ ବୃଦ୍ଧି ପାଇ ୨୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତାର କୋଡ଼ିଏ ବର୍ଷ ପରେ ସେହି ପରିମାଣ ବୃଦ୍ଧି ପାଇ ହୋଇଥିଲା ୪.୫ ଟ୍ରିଲିଅନ ଡଲାର। ସେହି ଦୃଷ୍ଟିରୁ ଚୀନକୁ ନିୟନ୍ତ୍ରଣ କରିବା ଲାଗି ଯୁଦ୍ଧ ବ୍ୟତୀତ ଆଉ ଯେଉଁ ଏକ ବିକଳ୍ପ ଭାଷାର ପ୍ରୟୋଗ କରାଯାଇପାରେ, ତାହା ହେଉଛି ଅର୍ଥନୈତିକ ଚାପର ଭାଷା। ସତ କହିଲେ ଯୁଦ୍ଧ କେବଳ ଅନ୍ତିମତମ ଭାଷା ହେବା ଉଚିତ। କାରଣ ନେଭିଲ ଚାମ୍ବରଲିନ କହିଥିବା ଭଳି ଯୁଦ୍ଧରେ କେହି କଦାପି ବିଜୟୀ ହୁଅନ୍ତି ନାହିଁ, ସମସ୍ତେ ଯୁଦ୍ଧର ଶିକାର ହୁଅନ୍ତି। ଏହା ମଧ୍ୟ ସତ୍ୟ ଯେ ଚୀନ ଉପରେ ଅର୍ଥନୈତିକ ଚାପ ପକାଇବା ଲାଗି ଯଥେଷ୍ଟ ଅଧ୍ୟବସାୟର ଆବଶ୍ୟକତା ରହିଛି।