ସମୟ କାଳ ୧୮୮୫ ସାଲ। ନ’ବର୍ଷ ବୟସର ଫରାସୀ ବାଳକ ଜୋସେଫ୍ ମେଇଷ୍ଟର୍କୁ ଏକ ପାଗଳା କୁକୁର ଚଉଦଟି ଜାଗାରେ କାମୁଡ଼ି ଦିଏ। ତା’ର ଭୟଙ୍କର ଜଳାତଙ୍କ ରୋଗରେ ପଡ଼ି ମୃତ୍ୟୁ ଘଟିବା ସୁନିଶ୍ଚିତ। ଶେଷ ଆଶା ସ୍ବରୂପ ପିଲାଟିକୁ ଏହି ରୋଗ ଉପରେ ଗବେଷଣା କରୁଥିବା ଲୁଇ ପାଶ୍ଚର୍ଙ୍କ ପାଖକୁ ଅଣାଯାଏ। ଏହି ରୋଗର ଭୂତାଣୁକୁ ପ୍ରତିହତ କରିବା ପାଇଁ ସକ୍ଷମ ଏକ ଟିକା ଉଦ୍ଭାବନ କରିବା ପାଇଁ ପାଶ୍ଚର୍ କୁକୁର ଓ ଠେକୁଆମାନଙ୍କ ଉପରେ ଗବେଷଣା ଚଳାଇଥାନ୍ତି। ସେତେବେଳକୁ ସେ ପ୍ରସ୍ତୁତ କରିଥିବା ଟିକା ପ୍ରୟୋଗ କରି କୁକୁରମାନଙ୍କୁ ଜଳାତଙ୍କ ସ˚କ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାରେ ସଫଳତା ଅର୍ଜନ କରି ସାରିଥାନ୍ତି, କିନ୍ତୁ ମନୁଷ୍ୟଙ୍କ ଠାରେ ତାହା ପରୀକ୍ଷା କରିନଥାନ୍ତି। ଏକ ସାହସିକ ପଦକ୍ଷେପ ନେଇ ପାଶ୍ଚର୍ ସର୍ବ ସମ୍ମୁଖରେ ଜୋସେଫ୍ ମେଇଷ୍ଟର୍ ଠାରେ ସେଇ ଟିକାଟିକୁ ପ୍ରୟୋଗ କଲେ। ମେଇଷ୍ଟର୍ ଏକ ଅଲୌକିକ ଘଟଣା ଘଟିବା ଭଳି ସେଇ ଦୁରାରୋଗ୍ୟ ସ˚କ୍ରମଣରୁ ଦ୍ରୁତ ଆରୋଗ୍ୟ ଲାଭ କରି ଦେଶ ସାରା ଚହଳ ସୃଷ୍ଟି କଲା, ଯାହା ବଡ଼ ବଡ଼ ହରପରେ ସମ୍ବାଦପତ୍ରମାନଙ୍କର ଶିରୋନାମା ମଣ୍ତନ କଲା। ବସନ୍ତ ଟିକା ଉଦ୍ଭାବନ ଓ ବ୍ୟବହାର ପରେ ଏକ ଭୂତାଣୁ ଟିକା ପ୍ରୟୋଗ ଦ୍ବାରା ଅନ୍ୟ କୌଣସି ଭୂତାଣୁଜନିତ ସ˚କ୍ରମଣକୁ ସଫଳ ଭାବରେ ପ୍ରତିହତ କରିବାର ଏହା ଥିଲା ପ୍ରଥମ ଘଟଣା।
Sambad is now on WhatsApp
Join and get latest news updates delivered to you via WhatsApp
ପାଶ୍ଚର୍ ଉଦ୍ଭାବନ କରିଥିବା ଏହି ଟିକା ସମ୍ବନ୍ଧରେ ଚୁମ୍ବକରେ ଏକ କ୍ଷିପ୍ର ସୂଚନା ପ୍ରଦାନ କରିବା ଏଠାରେ ପ୍ରାସଙ୍ଗିକ ମନେ ହୁଏ। ପାଶ୍ଚର୍ ଏକ ପାଗଳା କୁକୁରର ମେରୁଦଣ୍ତରୁ ସ˚କ୍ରମିତ ପଦାର୍ଥ ସ˚ଗ୍ରହ କରି ତାହାକୁ ଏକ ଠେକୁଆ ଶରୀରରେ ଇଞ୍ଜେକ୍ସନ୍ ଦ୍ବାରା ଭର୍ତ୍ତି କଲେ। ଠେକୁଆଟି ସ˚କ୍ରମିତ ହେବା ପରେ ତା’ ମେରୁଦଣ୍ତରୁ ସ˚କ୍ରମିତ ପଦାର୍ଥ ସ˚ଗ୍ରହ କରି ଅନ୍ୟ ଏକ ଠେକୁଆ ଶରୀରରେ ପ୍ରବେଶ କରାଇଲେ। ବାରମ୍ବାର ଏହି ପ୍ରକ୍ରିୟାର ପୁନରାବୃତ୍ତି କଲା ପରେ ସେ ଏକ ସ˚କ୍ରମିତ ଠେକୁଆର ମୃତ ଶରୀରରୁ ମେରୁଦଣ୍ତ ବାହାର କରି ତାହାକୁ ଚଉଦ ଦିନ କାଳ ଶୁଖାଇ ରଖିଲେ। ଏଥିରୁ ସେ ଉଦ୍ଧାର କରିଥିବା ‘ଶୀର୍ଣ୍ଣ ଭୂତାଣୁ’ (‘ଆଟେନୁଏଟେଡ୍ ଭାଇରସ୍’)କୁ ଟିକା ରୂପେ ବ୍ୟବହାର କରି ସୁସ୍ଥ କୁକୁର ଶରୀରରେ ପ୍ରବେଶ କରାଇଲା ପରେ ସେ କୁକୁରଠାରେ ଯେ କେବଳ ଜଳାତଙ୍କ ରୋଗର ଆବିର୍ଭାବ ଘଟିଲା ନାହିଁ, ତା’ ନୁହେଁ, ତା’ଠାରେ ସ˚କ୍ରମଣ ବିରୋଧରେ ପ୍ରତିରୋଧିନୀ ଶକ୍ତି ମଧୢ ସୃଷ୍ଟି ହୋଇଯିବା ଦେଖାଗଲା। ଏହି ଟିକା ସେ ବାଳକ ଜୋସେଫ୍ ମେଇଷ୍ଟର୍ଠାରେ ସଫଳତାର ସହିତ ପ୍ରୟୋଗ କରିଥିଲେ।
ସବୁଠାରୁ ଯାହା ଆଶ୍ଚର୍ଯ୍ୟଜନକ, ତାହା ହେଲା ଲୁଇ ପାଶ୍ଚର୍ ଜଳାତଙ୍କ ରୋଗ ପ୍ରତିରୋଧ ପାଇଁ ଏହି ଟିକା ଉଦ୍ଭାବନ କରିଥିଲେ ହେଁ, ସେ ସେହି ଭୂତାଣୁକୁ ଦେଖିବା ପାଇଁ ସକ୍ଷମ ନଥିଲେ କିମ୍ବା ଭୂତାଣୁ ସମ୍ବନ୍ଧରେ ତାଙ୍କର ବିଶେଷ କିଛି ଧାରଣା ମଧୢ ନଥିଲା। ତା’ର କାରଣ ହେଲା ତାଙ୍କ ସମୟରେ ଯେଉଁ ସାଧାରଣ ଦୃଷ୍ଟିଭିତ୍ତିକ ଅଣୁବୀକ୍ଷଣ ଯନ୍ତ୍ର (ଅପ୍ଟିକାଲ୍ ମାଇକ୍ରୋସ୍କୋପ୍) ଉପଲବ୍ଧ ଥିଲା, ତାହା ମାଧୢମରେ କ୍ଷୁଦ୍ରାତିକ୍ଷୁଦ୍ରାକାର ଭୂତାଣୁମାନଙ୍କୁ ଦେଖିବା ଆଦୌ ସମ୍ଭବ ନଥିଲା- ତାହାଠାରୁ ଦଶ ହଜାର ଗୁଣ ଅଧିକ ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ରରେ ହିଁ ଭୂତାଣୁକୁ ଦେଖିବା ସମ୍ଭବ ହୁଏ। କିନ୍ତୁ ଭୂତାଣୁମାନଙ୍କୁ ଦେଖି ନପାରିଲେ ଏବ˚ ଗବେଷଣାଗାରରେ ଉତ୍ପନ୍ନ କରି ନପାରିଲେ ମଧୢ ପାଶ୍ଚର୍ ମାନସିକ କସରତ୍ ବଳରେ ସେମାନଙ୍କ ଉପସ୍ଥିତି ସମ୍ବନ୍ଧରେ ନିଶ୍ଚିତ ହୋଇ ପାରିଥିଲେ। ରୋଗର କାରଣ ରୂପେ ସେ ଦେଖିପାରୁଥିବା ବ୍ୟାକ୍ଟେରିଆମାନଙ୍କୁ ବାଦ୍ ଦେବା ପରେ ଅଦୃଶ୍ୟ ଥିବା କାରଣ ହେଉଛନ୍ତି ଭୂତାଣୁ ବୋଲି ସେ ଦୃଢ଼ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ।
ପାଶ୍ଚର୍ଙ୍କ ଦାୟାଦ ଆଜିର ଜୀବାଣୁବିତ୍ମାନଙ୍କ ପାଖରେ ଏବେ ଗବେଷଣା ପାଇଁ ଯେଉଁ ସବୁ ଅତ୍ୟାଧୁନିକ ସାଧନ ଉପଲବ୍ଧ ତାହା ସହିତ ତୁଳନା କଲେ ପାଶ୍ଚର୍ଙ୍କ ଗବେଷଣା ପଦ୍ଧତିକୁ ଅନ୍ଧାରରେ ବାଡ଼ି ବୁଲାଇବା ବୋଲି କହିଲେ ଭୁଲ୍ ହେବ ନାହିଁ। ଆଜିର ଗବେଷକମାନେ କେବଳ ଶକ୍ତିଶାଳୀ ଅତି ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପ୍ ମାଧୢମରେ ଭୂତାଣୁମାନଙ୍କୁ ସଶରୀରେ ଦେଖିପାରୁଛନ୍ତି ତାହା ନୁହେଁ, ଗବେଷଣାଗାରରେ ମଧୢ ସେମାନଙ୍କର ବ˚ଶ ବୃଦ୍ଧି ଘଟାଇ ପାରୁଛନ୍ତି। ଟିକାଟିଏ ଉଦ୍ଭାବନ କରିବା ପାଇଁ ସେମାନଙ୍କୁ ଆଉ ପାଶ୍ଚର୍ଙ୍କ ବଳଦିଆ ପଦ୍ଧତି ଅବଲମ୍ବନ କରିବାକୁ ପଡୁନାହିଁ। ପାଶ୍ଚର୍ଙ୍କ ଗବେଷଣା କ୍ଷେତ୍ରରେ ଘଟିଥିବା ବୋଧହୁଏ ସର୍ବାଧିକ ଚମକପ୍ରଦ ଅଗ୍ରଗତିର ଉଦାହରଣ ଦେଖିବାକୁ ମିଳିଛି ବର୍ତ୍ତମାନ ଚୀନା କରୋନା ଭୂତାଣୁ ସହ ଚାଲିଥିବା ବିଶ୍ବବ୍ୟାପୀ ଯୁଦ୍ଧରେ। ଏକ ଭୂତାଣୁର ଜିନ୍ର ଗଠନ ଆବିଷ୍କାର କରିବା ପରେ ବୈଜ୍ଞାନିକମାନେ ଏତେ ଦ୍ରୁତ ବେଗରେ ଏକ ସମ୍ଭାବ୍ୟ ଟିକା ଉଦ୍ଭାବନ କରି ମନୁଷ୍ୟ ଶରୀରରେ ପରୀକ୍ଷାମୂଳକ ପ୍ରୟୋଗ କରିବା ପୂର୍ବରୁ କେବେ ଦେଖା ଯାଇ ନଥିଲା- ଏହାକୁ ବିଦ୍ୟୁତ୍ ଗତି କହିଲେ ଅତିରଞ୍ଜନ ହେବ ନାହିଁ। ବିଗତ ମାତ୍ର ଦଶ ମାସ ମଧୢରେ ସେମାନେ ଏହି ନୂତନ କରୋନା ଭୂତାଣୁର ଚରିତ୍ର, ଆଚରଣ ଆଦି ଉନ୍ମୋଚନ କରିବାରେ ହାସଲ କରିଥିବା ଚମକପ୍ରଦ ସଫଳତାର ପ୍ରମାଣ ସ୍ବରୂପ ବର୍ତ୍ତମାନ ଅନ୍ୟୂନ ୧୨ଟି ସମ୍ଭାବ୍ୟ ଟିକା ସେଗୁଡ଼ିକର ନିରାପଦତା ଓ ଫଳପ୍ରଦତା ପ୍ରମାଣ ପାଇଁ ଉଦ୍ଦିଷ୍ଟ ତୃତୀୟ ସ୍ତର ପରୀକ୍ଷା ଦେଇ ଗତି କରୁଛନ୍ତି। ସେମାନଙ୍କ ମଧୢରୁ ତିନିଟି ସମ୍ବନ୍ଧରେ ପ୍ରାୟ ଏକ ସମୟରେ ଏଭଳି ସୂଚନାମାନ ବର୍ତ୍ତମାନ ପ୍ରକାଶ ପାଇଛି ଯାହା ପୃଥିବୀସାରା ଚୀନା କରୋନାରୁ ମୁକ୍ତି ପାଇବାର ଏପରି ଏକ ଆଶାର ଲହରି ସୃଷ୍ଟି କରିଛି ଯାହା ଜୋସେଫ୍ ମେଇଷ୍ଟର୍ର ଆରୋଗ୍ୟ ଲାଭ ପରେ ପରେ ସାରା ଇଉରୋପରେ ସୃଷ୍ଟି ହେବା ଦେଖାଯାଇଥିଲା- ରୁଷିଆରୁ ସ୍ପେନ୍ ପର୍ଯ୍ୟନ୍ତ ପାଗଳା ଜନ୍ତୁ କାମୁଡ଼ା ରୋଗୀମାନେ ପାଶ୍ଚର୍ଙ୍କ ଗବେଷଣାଗାର ସମ୍ମୁଖରେ ଧାଡ଼ି ଲଗାଇଥିଲେ।
ପ୍ରଥମେ ଔଷଧ ନିର୍ମାତା ‘ଫାଇଜର୍’ ଏବ˚ ‘ବାୟୋଏନ୍ଟେକ୍’ ସେମାନଙ୍କର ପ୍ରାଥମିକ ଫଳ ପ୍ରକାଶ କରି ଘୋଷଣା କରିଥିଲେ ଯେ ସେମାନଙ୍କର ଟିକା ୯୦ ଶତା˚ଶରୁ ଅଧିକ ଫଳପ୍ରଦତା ହାସଲ କରିବା ପ୍ରମାଣିତ ହୋଇଛି। ବର୍ତ୍ତମାନ ଦ୍ବିତୀୟ ଦାବିଦାର ଭାବେ ମଡର୍ଣ୍ଣା କମ୍ପାନି ଆବିର୍ଭୂତ ହୋଇ ଘୋଷଣା କରିଛି ଯେ ତାହାର ଟିକାର ଫଳପ୍ରଦତା ହାର ୯୪.୫ ଶତା˚ଶ ବୋଲି ପରୀକ୍ଷାରେ ସାବ୍ୟସ୍ତ ହୋଇଛି ଏବ˚ ଏହା ଅଧିକ ସ˚କ୍ରମଣପ୍ରବଣ ହୋଇଥିବା ବୟସ୍କମାନଙ୍କ ଉପରେ ତଥା ବିଭିନ୍ନ ମୂଳର ଲୋକମାନଙ୍କ ଉପରେ ପରୀକ୍ଷିତ ହୋଇଛି। ଫାଇଜର୍ ଟିକାକୁ ଅତିରିକ୍ତ ଶୀତଳ ପରିବେଶରେ ସାଇତିବା ଦରକାର ହେଉଥିବା ବେଳେ ମଡର୍ଣ୍ଣା ଟିକା ସାଧାରଣ ଶୀତଳ ଅବସ୍ଥା ଦରକାର କରୁଥିବାରୁ ଏହା ଅଧିକ ସୁବିଧାଜନକ ହୋଇଥାଏ। ମଡର୍ଣ୍ଣା ଟିକା କିନ୍ତୁ ଅଧିକ ବ୍ୟୟ ବହୁଳ ହୋଇଥାଏ- ଆବଶ୍ୟକ ଦୁଇପାନ ଟିକାର ମୂଲ୍ୟ ହେବ ପ୍ରାୟ ୬୦ ଡଲାର୍ (ପ୍ରାୟ ୪,୫୦୦ ଟଙ୍କା)। ଏଣୁ ଏହା ଏହି ଟିକାର ବ୍ୟାପକ ବ୍ୟବହାର ପଥରେ ଅନ୍ତରାୟ ହେବ।
ସେଇଥିପାଇଁ ବର୍ତ୍ତମାନ ଦୁନିଆ ସାରାର ନଜର ନିବଦ୍ଧ ହୋଇଛି ଯେଉଁ ତୃତୀୟ ପ୍ରାର୍ଥୀ ଉପରେ, ସେ ହେଉଛି ଆଷ୍ଟ୍ରାଜେନେକା ଏବ˚ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ମିଳିତ ଉଦ୍ୟମରେ ନିର୍ମିତ ହୋଇ ପରୀକ୍ଷା ଚାଲିଥିବା ଟିକା (ଭାରତର ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏହାର ମୁଖ୍ୟ ଉତ୍ପାଦକ)। ଏହି ଟିକାର ଗୋଟିଏ କୋର୍ସର ମୂଲ୍ୟ ହେବ ପ୍ରାୟ ୮ ଡଲାର୍ (୬୦୦ ଟଙ୍କା) ମାତ୍ର ଏବ˚ ଖୁବ୍ ଅଳ୍ପ ସମୟ ମଧୢରେ ଏହାର ବହୁଳ ଉତ୍ପାଦନ ମଧୢ କରାଯାଇ ପାରିବ। କିନ୍ତୁ କରୋନା ଟିକାର ଆବିର୍ଭାବ ସମ୍ଭାବନା ଯେତେ ଉଜ୍ଜ୍ବଳ ଓ ସନ୍ନିକଟ ହୋଇ ଆସୁଛି, ତା’ ସହିତ ତାଳ ଦେଇ କରୋନା ପ୍ରତି ଆମର ସାବଧାନତା ଯଦି ସେତିକି ଶିଥିଳ ହୋଇଯାଏ, ତା’ହେଲେ ତାହା ପାଶ୍ଚର୍ଙ୍କ ଟିକା ଅଛି ବୋଲି ପାଗଳା କୁକୁର ଆଗକୁ ଜାଣିଶୁଣି ଯାଇ କାମୁଡ଼ା ଖାଇବା ଭଳି ହେବ।