‘‘ବହୁତ ଲୋକ ତ କରୋନା ପଜିଟିଭ୍ ହେଉଛନ୍ତି। କିନ୍ତୁ ହରିଆନାର ମନ୍ତ୍ରୀ ଅନୀଲ୍ ବିଜ୍ କରୋନା ପଜିଟିଭ୍ ହେବା ହେଉଛି ଏକ ବିଶେଷ ମାମଲା। ସେ କୋଭିଡ୍-୧୯ର ଏକ ତଥାକଥିତ ଟିକାର ପରୀକ୍ଷାମୂଳକ ପାନ ନେଇଥିଲେ। ମନ୍ତ୍ରୀ ମହାଶୟ ଠିକ୍ ହୋଇ ଯାଆନ୍ତୁ ଏବ˚ ଏଭଳି ନକଲି ଟିକାରୁ ଭଗବାନ ସମସ୍ତଙ୍କୁ ବଞ୍ଚାନ୍ତୁ।’’ ହରିଆନା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ୍ ବିଜ୍ କୋଭିଡ୍ ପଜିଟିଭ୍ ହୋଇଥିବା ସମ୍ବାଦ ପ୍ରସାରିତ ହେବା ପରେ ଏହା ହେଉଛି ତାହାର ପ୍ରତିକ୍ରିୟାରେ କ˚ଗ୍ରେସ୍ ନେତା ସଞ୍ଜୟ ନିରୁପମ ପ୍ରସାର କରିଥିବା ଅବିକଳ ଟ୍ବିଟ୍। ସୋସିଆଲ୍ ମିଡିଆରେ ଏ ପ୍ରସଙ୍ଗରେ ଏପରି ମନ୍ତବ୍ୟ ପ୍ରକାଶ କରିବାରେ ସଞ୍ଜୟ ନିରୁପମ ଅବଶ୍ୟ ଏକ ମାତ୍ର ବ୍ୟକ୍ତି ନୁହଁନ୍ତି। କରୋନା ପ୍ରତିହତ କରିବାରେ ଟିକା ଯେ ସମ୍ପୂର୍ଣ୍ଣ ବିଫଳ, ଅନୀଲ୍ ବିଜ୍ ଘଟଣା ତା’ର ପ୍ରମାଣ ବୋଲି ଯୁକ୍ତି କରି ଏହି ପରି ବହୁସ˚ଖ୍ୟକ ମନ୍ତବ୍ୟ ସୋସିଆଲ୍ ନେଟ୍ଵାର୍କରେ ବର୍ତ୍ତମାନ ପ୍ରସାର ଲାଭ କରି ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ କରୋନା ପ୍ରତିରୋଧ ପାଇଁ ବ୍ୟାପକ ଟିକାକରଣ ଆସନ୍ନପ୍ରାୟ ହୋଇଥିବା ବେଳେ ଜଣେ ପ୍ରମୁଖ ରାଜନେତାଙ୍କୁ ଉଦାହରଣ ରୂପେ ବ୍ୟବହାର କରି ହେଉଥିବା ଏଭଳି ପ୍ରଚାର ଟିକା ସମ୍ବନ୍ଧରେ ଜନସାଧାରଣଙ୍କ ମନରେ ଅବିଶ୍ବାସର ମଞ୍ଜି ରୋପଣ କରିବାର ସମସ୍ତ ସମ୍ଭାବନା ରହିଛି। ସେମାନେ ସ୍ବାଭାବିକ ଭାବରେ ଚିନ୍ତା କରିବେ ଯେ ଅନୀଲ୍ ବିଜ୍ଙ୍କୁ ଯେଉଁ ଟିକା ଦିଆଯାଇଥିବ, ତାହା ସମ୍ପୂର୍ଣ୍ଣ ଅସଲି ହୋଇଥିବ ଏବ˚ ଯଦି ତା’ ସତ୍ତ୍ବେ ସେ କରୋନା ଭୂତାଣୁ ଦ୍ବାରା ସ˚କ୍ରମିତ ହେଲେ, ସେଥିରୁ ପ୍ରମାଣିତ ହୋଇଥାଏ ଯେ ଦେଶରେ ଆରମ୍ଭ ହେବାକୁ ଯାଉଥିବା ଟିକାକରଣ ଅଭିଯାନ ହେଉଛି ଏକ ବୃଥା କସରତ। ଜନସାଧାରଣଙ୍କର ଏଭଳି ବିଶ୍ବାସ ଭଙ୍ଗର ପରିଣାମ ଯେ ଭୟଙ୍କର ହୋଇପାରେ, ଏହା ବୁଝାଇବା ଅନାବଶ୍ୟକ। ହୁଏତ ଅନୀଲ୍ ବିଜ୍ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଜାଣିଲେ ଟିକା ପ୍ରତି କେହି ନିରୁପମଙ୍କ ଭଳି ଏପରି ଦୃଢ଼ ଅବିଶ୍ବାସର ଶିକାର ହୁଅନ୍ତେ ନାହିଁ। ‘ଭାରତ ବାୟୋଟେକ୍’ କମ୍ପାନି ଦ୍ବାରା ନିର୍ମିତ ଟିକା ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ପ୍ରୟୋଗରେ ତାଙ୍କ ରାଜ୍ୟରେ ସେ ପ୍ରଥମ ସ୍ବେଚ୍ଛାସେବୀ ରୂପେ ନଭେମ୍ବର ୨୦ ତାରିଖ ଦିନ ଟିକା ନେଇଥିଲେ। ଏହାର ଦୁଇ ସପ୍ତାହ ପରେ ସେ କରୋନା ଭୂତାଣୁ ଦ୍ବାରା ସ˚କ୍ରମିତ ହୋଇଥିବା ଜଣାପଡ଼ିଲା। ଏଥିରୁ କେହି ଏକ ସିଦ୍ଧାନ୍ତରେ ପହଞ୍ଚିଯିବା ଉଚିତ ନୁହେଁ ଯେ ଅନୀଲ ବିଜ୍ଙ୍କ ଠାରେ ଟିକା ଫଳବତୀ ହେଲା ନାହିଁ। ଏହା ପଛରେ ବିଭିନ୍ନ କାରଣ ନିହିତ ଅଛି।
ପ୍ରଥମ ହେଲା, ପରୀକ୍ଷାରେ ଅ˚ଶ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ପ୍ରାୟ ଚାରି ସପ୍ତାହ ବ୍ୟବଧାନରେ ଦୁଇଟି ମା˚ସପେଶୀୟ ଇ˚ଜେକ୍ସନ୍ ମାଧୢମରେ ଟିକାଦାନ କରାଯାଇଥାଏ। ‘ଭାରତ ବାୟୋଟେକ୍’ କହିବା ଅନୁସାରେ ଦ୍ବିତୀୟ ଥର ଟିକା ନେବାର ଅନ୍ତତଃ ଦୁଇ ସପ୍ତାହ ପରେ ଯାଇ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କଠାରେ କରୋନା ପ୍ରତିରୋଧକ ଆଣ୍ଟିବଡି ସୃଷ୍ଟି ହେବା ଆରମ୍ଭ ହେବ। ଅନୀଲ୍ ବିଜ୍ ମାତ୍ର ଗୋଟିଏ ପାନ ଟିକା ନେଇଥିଲେ, ଯାହାର ମାତ୍ର ଦୁଇ ସପ୍ତାହ ପରେ ସେ କରୋନା ଭୂତାଣୁ ଦ୍ବାରା ସ˚କ୍ରମିତ ହେବା ଜଣାପଡ଼ିଥିଲା। ଦ୍ବିତୀୟରେ, ଅନୀଲ୍ ବିଜ୍ ଯେଉଁ ଗୋଟିଏ ପାନ ଇ˚ଜେକ୍ସନ୍ ନେଇଥିଲେ, ତାହା ‘କୋଭାକ୍ସିନ୍’ ଥିଲା କି କେବଳ ବିଶୁଦ୍ଧ ପାଣି ଥିଲା, ଏହା ନା ବିଜ୍ଙ୍କୁ ଜଣା, ନା ଇ˚ଜେକ୍ସନ୍ ପ୍ରଦାନକାରୀଙ୍କୁ ଜଣା। କାରଣ, ଯେଉଁ ପ୍ରକାରର ପରୀକ୍ଷାରେ ବିଜ୍ ମହାଶୟ ଅ˚ଶ ଗ୍ରହଣ କରିଥିଲେ, ତାହା ହେଉଛି ‘ଦ୍ବୈତ-ଦୃଷ୍ଟିହୀନ ପରୀକ୍ଷା’ (‘ଡବ୍ଲ ବ୍ଲାଇଣ୍ତ୍ ଟେଷ୍ଟ୍’)। ଏ ପ୍ରକାର ପରୀକ୍ଷାରେ ଅ˚ଶ ଗ୍ରହଣକାରୀଙ୍କୁ ସେମାନଙ୍କ ଅଜାଣତରେ ଯାଦୃଚ୍ଛିକ ଭାବରେ ଦୁଇଟି ଗୋଷ୍ଠୀରେ ବିଭକ୍ତ କରିଦିଆଯାଏ। ଗୋଟିଏ ଗୋଷ୍ଠୀର ସଦସ୍ୟମାନଙ୍କୁ ପ୍ରକୃତ ଔଷଧ ବାଟିକା ପ୍ରଦାନ କରାଯାଏ ଏବ˚ ଅନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କ ଠାରେ କୌଣସି ଦ୍ରବ୍ୟଗୁଣ ନଥିବା ବିଶୁଦ୍ଧ ପାଣି ପରି କୌଣସି ପଦାର୍ଥ ପ୍ରୟୋଗ କରାଯାଏ, ଯାହାକୁ ‘ପ୍ଲାସିବୋ’ କୁହାଯାଇଥାଏ।
ସମୟ ସମୟରେ ଦେଖାଯାଇଥାଏ ବିଶ୍ବାସଜନିତ ସକାରାତ୍ମକ ମନସ୍ତାତ୍ତ୍ବିକ ଅବସ୍ଥା ସୃଷ୍ଟି ମାଧୢମରେ ପ୍ଲାସିବୋ ମଧୢ ବାଞ୍ଛିତ ଫଳ ପ୍ରଦାନ କରିଥାଏ। ଯଦି ଦେଖାଯାଏ ଯେ ପରୀକ୍ଷା କରାଯାଉଥିବା ଔଷଧ ଏବ˚ ‘ପ୍ଲାସିବୋ’ର ଫଳପ୍ରଦତା ମଧୢରେ କୌଣସି ଫରକ୍ ନାହିଁ ତେବେ ସେ ଔଷଧ ପରୀକ୍ଷାରେ ଫେଲ୍ ହେଲା ବୋଲି ଜଣାପଡ଼େ। ଅପର ପକ୍ଷେ ଯଦି ଅସଲି ଔଷଧ ପ୍ରୟୋଗ କରାଯାଇଥିବା ଗୋଷ୍ଠୀ ଠାରେ ‘ପ୍ଲାସିବୋ’ ପ୍ରୟୋଗ କରାଯାଇଥିବା ଗୋଷ୍ଠୀ ଅପେକ୍ଷା ଅଧିକ ସୁଫଳ ପରିଲକ୍ଷିତ ହୁଏ, ତେବେ ପରୀକ୍ଷାରେ ବ୍ୟବହୃତ ଔଷଧ ବା ଟିକା ଫଳପ୍ରଦ ହେଲା ବୋଲି ସିଦ୍ଧାନ୍ତ ମିଳିଥାଏ। ବର୍ତ୍ତମାନର ପ୍ରସଙ୍ଗରେ ଯଦି ଅନୀଲ୍ ବିଜ୍ଙ୍କୁ ଅସଲି ଟିକା ଦିଆ ନଯାଇ ଛ’ ମାଇକ୍ରୋଗ୍ରାମ୍ ‘କୋଭାକ୍ସିନ୍’ ସ୍ଥାନରେ ଛ’ ମାଇକ୍ରୋଗ୍ରାମ୍ ବିଶୁଦ୍ଧ ପାଣି ‘ପ୍ଲାସିବୋ’ ଆକାରରେ ଦିଆଯାଇଥାଏ, ତେବେ ବିଜ୍ କରୋନା ପଜିଟିଭ୍ ହେବା ଟିକା ନକଲି ଥିବାର ପ୍ରମାଣ ବୋଲି ଧରିନିଆ ଯାଇପାରିବ ନାହିଁ, ଯେମିତି ସଞ୍ଜୟ ନିରୁପମ ଧରି ନେଇଛନ୍ତି। କାରଣ ‘ପ୍ଲାସିବୋ’ ତାଙ୍କୁ କରୋନା ଭୂତାଣୁ ବିରୋଧରେ କୌଣସି ସୁରକ୍ଷା ଯୋଗାଇ ପାରିନଥିବ।
ତୃତୀୟରେ, ଯଦି ବା ଅନୀଲ୍ ବିଜ୍ ସମ୍ପୂର୍ଣ୍ଣ ବିଧି ପାଳନ କରି ଚାରି ସପ୍ତାହ ତଫାତ୍ରେ ଦୁଇ ପାନ ଯାକ ଟିକା ନେଇଥାନ୍ତେ ଏବ˚ ତା’ପରେ ଦୁଇ ସପ୍ତାହ ଅତିକ୍ରାନ୍ତ ହୋଇ ସାରିଥାନ୍ତା, ତେବେ ମଧୢ ଅନୀଲ୍ ବିଜ୍ ଯେ କରୋନା ସ˚କ୍ରମଣ ସମ୍ଭାବନାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହନ୍ତେ, ତାହା ମଧୢ କହି ହେବ ନାହିଁ। ଏହି ସ˚କ୍ରମଣ ସମ୍ଭାବନା ଶେଷରେ ନିର୍ଭର କରିଥାଏ ସମ୍ପୃକ୍ତ ଟିକାର ଫଳପ୍ରଦତା ହାର ଉପରେ। ପରୀକ୍ଷା କରାଯାଉଥିବା କୌଣସି ଟିକାର ଫଳପ୍ରଦତା ହାର କେତେ, ତାହା ସମଗ୍ର ପରୀକ୍ଷା ସମାପ୍ତ ହେବା ବେଳକୁ ଯାଇ ଜଣାପଡ଼ିଥାଏ। ଅସଲି ଟିକା ଦିଆଯାଇଥିବା ଗୋଷ୍ଠୀରେ ସ˚କ୍ରମଣ ଅନୁପାତକୁ ‘ପ୍ଲାସିବୋ’ ଦିଆଯାଇଥିବା ଗୋଷ୍ଠୀର ସ˚କ୍ରମଣ ଅନୁପାତ ସହିତ ତୁଳନା କରି ଏହି ଫଳପ୍ରଦତା ହାର ନିର୍ଣ୍ଣୟ କରାଯାଇଥାଏ। ମନେକରାଯାଉ ‘କୋଭାକ୍ସିନ୍’ର ଫଳପ୍ରଦତା ହାର ହେଉଛି ୭୦ ଶତା˚ଶ। ତା’ହେଲେ ଅସଲି ଟିକା ନେଇଥିବା ୭୦ ଶତା˚ଶ ଲୋକ କରୋନା ଭୂତାଣୁ ସ˚କ୍ରମଣରୁ ସୁରକ୍ଷିତ ରହିବେ। କିନ୍ତୁ ବାକି ୩୦ ଶତା˚ଶ ଟିକା ନେଇଥିବା ଲୋକମାନଙ୍କର କ’ଣ ହେବ? ସେମାନେ ଟିକା ନେଇଥିଲେ ମଧୢ କରୋନାର ଶିକାର ହୋଇ ପାରନ୍ତି। ପରିସ˚ଖ୍ୟାନର ନିୟମ ଅନୁସାରେ ଯେ କୌଣସି ବ୍ୟକ୍ତି ଏ ୩୦ ଶତା˚ଶ ମଧୢରୁ ଜଣେ ହୋଇ ପାରନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ୍ ବିଜ୍ ସେମାନଙ୍କ ମଧୢରୁ ଜଣେ ହେବାରେ କୌଣସି ବାଧା ନାହିଁ।
ଉଲ୍ଲେଖ ଯୋଗ୍ୟ, ଯେ କୌଣସି କରୋନା ଟିକା ସାଧାରଣ ପ୍ରୟୋଗଯୋଗ୍ୟ ହେବା ପାଇଁ ଭାରତ ସରକାର ଯେଉଁ ଫଳପ୍ରଦତାର ସର୍ବନିମ୍ନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ହେଉଛି ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଦ୍ବାରା ଅନୁମୋଦିତ ୫୦ ଶତା˚ଶ ସୀମା। ଯଦି ଏହି ନିୟମ ପାଳନ କରି କୌଣସି ଏକ ଟିକାକୁ ଭାରତରେ ବ୍ୟବହାର ପାଇଁ ଗ୍ରହଣ କରାଯାଏ, ତା’ହେଲେ ଟିକା ନେଇଥିବା ଲୋକମାନଙ୍କ ମଧୢରୁ ଅଧାଙ୍କ ଠାରେ ସ˚କ୍ରମଣର ସମ୍ଭାବନା ବଳବତ୍ତର ରହିବ; ଏବ˚ ସେମାନେ କିଏ ତାହା ଅନିର୍ଦ୍ଦିଷ୍ଟ ଓ ଅନିଶ୍ଚିତ। ଅବଶ୍ୟ ଅକ୍ସଫୋର୍ଡ ଓ ଫାଇଜର୍ ଭଳି ଟିକାମାନଙ୍କର ଫଳପ୍ରଦତା ହାର ୯୦ ଶତା˚ଶରୁ ଅଧିକ ବୋଲି ଦାବି କରାଯାଉଛି ଏବ˚ ‘କୋଭାକ୍ସିନ୍’ର ଅନ୍ତିମ ଫଳପ୍ରଦତା ଏ ପର୍ଯ୍ୟନ୍ତ ନିର୍ଣ୍ଣିତ ହୋଇ ନାହିଁ। ଫଳପ୍ରଦତା ହାର ଯେତେ ଉଚ୍ଚା ହେଲେ ବି, ଯଦି ୧୦୦ ଶତା˚ଶରୁ କମ୍ ହୋଇଥାଏ, ଟିକା ନେଇଥିବା ଜନସ˚ଖ୍ୟାର କିଛି ଅ˚ଶ ନିଶ୍ଚିତ ରୂପେ ଭୂତାଣୁ ଦ୍ବାରା ସ˚କ୍ରମିତ ହେବାକୁ ବାଧୢ। ତେଣୁ ଯଦି ଏଭଳି କେଉଁଠି ସ˚କ୍ରମଣ ଘଟଣା ଦେଖିବାକୁ ମିଳେ, ତା’ର ଅର୍ଥ ନୁହେଁ ଯେ ସମ୍ପୃକ୍ତ ଟିକା ହେଉଛି ପ୍ରଭାବହୀନ। କିନ୍ତୁ ବିପଦର କଥା ହେଲା ଅନୀଲ୍ ବିଜ୍ଙ୍କ ସ˚କ୍ରମଣ ଭଳି ଘଟଣା ଓ ସେଥି ପ୍ରତି ସଞ୍ଜୟ ନିରୁପମଙ୍କ ଭଳି ବ୍ୟକ୍ତିମାନଙ୍କର ପ୍ରତିକ୍ରିୟା ଜନସାଧାରଣଙ୍କ ମଧୢରେ ଠିକ୍ ଏହିପରି ଏକ ସନ୍ଦେହ ସୃଷ୍ଟି କରିପାରେ ଯାହା ସେମାନଙ୍କୁ ଟିକା ଗ୍ରହଣ ପ୍ରତି ବିମୁଖ କରି ଦେଇପାରେ, ଯାହ ଫଳରେ ସମାଜରୁ କରୋନାର ବିତାଡ଼ନ ବିଳମ୍ବିତ ହେବ। ଟିକା ପ୍ରତି ସନ୍ଦେହ ଜନମାନସରେ ଯେଉଁ ହତାଶା ସୃଷ୍ଟି କରିବ ତାହା ଦୀର୍ଘ ଦିନର କଷ୍ଟ ପରେ ସ˚କ୍ରମଣ ସମ୍ଭାବନା ପ୍ରତି ଏକ ଉଦାସୀନତାକୁୁ ଜନ୍ମ ଦେଇପାରେ। ଆମେମାନେ ଭୁଲିଯିବା ଉଚିତ ନୁହେଁ ଯେ ଟିକା ଶରୀରରେ ଭୂତାଣୁ ପ୍ରବେଶକୁ ଅଟକାଇ ନଥାଏ; ଏହା ପ୍ରବେଶ କରିଥିବା ଭୂତାଣୁ ସହିତ ଲଢ଼ିବା ପାଇଁ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ କରିଥାଏ ଯାହା। ଚୀନା କରୋନା ଭୂତାଣୁ କ୍ଷେତ୍ରରେ ଏହି ଆଣ୍ଟିବଡିର ସ୍ଥାୟିତ୍ବ କେତେ ସେ ନେଇ କେହି ନିଶ୍ଚିତ ନୁହଁନ୍ତି। ଏଣୁ ଟିକାର ଆବିର୍ଭାବ ପରେ ମଧୢ ବର୍ତ୍ତମାନ ଅନୁସୃତ ଭୂତାଣୁ ପ୍ରବେଶ ନିଷେଧ ଆଚରଣ ନିକଟ ଭବିଷ୍ୟତ୍ରେ ମଧୢ ବଳବତ୍ତର ରହିବା ଜରୁରୀ।