ଅତ୍ୟୁଚ୍ଚ ସଫଳତା ଲାଭ କରିଥିଲେ ସୁଦ୍ଧା ହୃଦୟରେ କିଭଳି ଶୂନ୍ୟତାବୋଧ ସୃଷ୍ଟି ହୋଇପାରେ; ତାହାର ପ୍ରକୃଷ୍ଟ ଦୃଷ୍ଟାନ୍ତ ହେଉଛନ୍ତି ତାରୁଣ୍ୟରେ ଦୁଇ ଦୁଇ ଥର ପୃଥିବୀ ଜୟ କରିପାରିଥିବା ମାସିଡୋନିଆର ବୀର ଆଲେକଜାଣ୍ଡର। ସଫଳ ଅଭିଯାନ ପରବର୍ତ୍ତୀ ଆଟୋପ ଓ ଉଲ୍ଲାସ ସତ୍ତ୍ବେ ସେ ଶାନ୍ତି ପାଇ ନ ଥିଲେ; ଯଦିଓ, ନଦୀ କୂଳରେ କୁଡ଼ିଆ କରି ଚିତ୍ତ-ହରଣକାରୀ ସୁଲୁସୁଲିଆ ପବନରେ ଆରାମରେ ବସି ଖରା ପୋଉଁଥିବା ଦରିଦ୍ର ଦାର୍ଶନିକ ଡିଓଜିନସ ଆଲେକଜାଣ୍ଡରଙ୍କୁ ତାଙ୍କ ଦିଗ୍‌ବିଜୟର ଭବ୍ୟ ସଫଳତାରେ ଲୁଚି ରହିଥିବା ଅସାରତା ଓ ଶୂନ୍ୟତାବୋଧ ନେଇ ଏକାଧିକ ବାର ସଚେତନ କରାଇ ଦେଇଥିଲେ।

Advertisment

ଗଲା ଗୁରୁବାର ଦିନ ଅଗଣିତ ଭାରତୀୟଙ୍କୁ ଗଭୀର ବିଷାଦରେ ଡୁବାଇ ଦେଇଥିବା ଘଟଣାଟି ହେଲା ‘ନିଟ୍‌’ େମଡିକାଲ ପ୍ରବେଶିକା ପରୀକ୍ଷାେର ଚମକପ୍ରଦ ପ୍ରଦର୍ଶନ କରିଥିବା ଜଣେ ମାତ୍ର ଊେଣଇଶ ବର୍ଷ ବୟସ୍କ ଛାତ୍ରଙ୍କ ଅାତ୍ମହତ୍ୟା, ଯିଏ ଗୋରଖପୁର ସରକାରୀ େମଡିକାଲ କଲେଜରେ ପଢ଼ିବା ଲାଗି ମନୋନୀତ ହୋଇ ସାରିଥିଲେ। ଏହି ପରିପ୍ରେକ୍ଷୀରେ ଯାହା ପ୍ରା‌ୟ ସମସ୍ତଙ୍କ ଲାଗି ଅବୋଧ୍ୟ ହୋଇଥାଏ, ତାହା ହେଲା ‘ନିଟ୍‌’ ଭଳି ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷାେର ୯୯.୯ ପର୍ସେଣ୍ଟାଇଲ ସହିତ ସର୍ବଭାରତୀୟ ସ୍ତରରେ ଏକ ଈର୍ଷଣୀୟ ୧୪୬୫ତମ ସ୍ଥାନର ଅଧିକାରୀ ଅତ୍ୟନ୍ତ ମେଧାବୀ ଛାତ୍ର ଜଣକ ଆତ୍ମହତ୍ୟା କଲେ କାହିଁକି? ପ୍ରକାଶ ଥାଉ କି ସାଂପ୍ରତିକ ପରିସ୍ଥିତିରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ବିଫଳତା କାରଣରୁ ଆତ୍ମହତ୍ୟା କରୁଛନ୍ତି। ଏହି ସଂଦର୍ଭରେ ଯେଉଁ ବିଷୟଗୁଡ଼ିକ ବିପୁଳ ଚର୍ଚ୍ଚାର କାରଣ ହୁଅନ୍ତି, ସେଗୁଡ଼ିକ ହେଲେ ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ସଫଳତା ସକାଶେ ସଘନ ପରିଶ୍ରମ କରିବା ସତ୍ତ୍ବେ କାମନା ଅପୂର୍ତ୍ତିଜନିତ ମର୍ମଦାହ; ସନ୍ତାନ ସକାେଶ ସଫଳତାର ସଂଜ୍ଞା ନିରୂପଣ କରି ସେହି ଆଧାରରେ ଅଗ୍ନି-ପରୀକ୍ଷାର ଆୟୋଜନ କରୁଥିବା ପିତାମାତା ଓ ଅନ୍ୟ ଗାର୍ଜନମାନଙ୍କ ଅତ୍ୟୁଚ୍ଚ ଅାଶା ବା ଅଭିଳାଷ; କାରଖାନାର ‘ଅାେସମ୍ଲି ଲାଇନ’ ଉତ୍ପାଦନ ଭଳି ସଫଳ ପ୍ରତ୍ୟାଶୀମାନେ େକାଚିଂ େସଣ୍ଟରରୁ ବାହାରିବେ ବୋଲି ଉଭୟ ଗାର୍ଜନ ଓ ଶିକ୍ଷକମାନଙ୍କ ଧାରଣା ଏବଂ େବକରେ ଜୁଅାଳି ପଡ଼ିଲେ ମନୁଷ୍ୟ ମଧ୍ୟ ବଳଦ ତୁଲ୍ୟ ଗାଡ଼ି ଟାଣିପାରିବ େବାଲି ରହି ଅାସିଥିବା ଅାପ୍ତବାକ୍ୟ ପ୍ରସୂତ ବିଶ୍ବାସ ଆଦିରେ ଥିବା ନକାରାତ୍ମକତା, ଅନାବଶ୍ୟକତା, ଅନ୍ତଃସାରଶୂନ୍ୟତା ଏପରିକି ଅବାନ୍ତରତା। ତେଣୁ ଏଠାରେ ସେ ସବୁ ନେଇ ଯେ କୌଣସି ଆଲୋଚନା ଚର୍ବିତଚର୍ବଣ ୋ ପୁନରାବୃତ୍ତି ହିଁ େହବ। ବରଂ, ବିରୋଧାଭାସ ସତ୍ତ୍ବେ ‘ସଫଳତା’ ସହିତ ‘ଆତ୍ମହତ୍ୟା’ର ସଂପର୍କକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ। 
ଆତ୍ମହତ୍ୟା ପରିପ୍ରେକ୍ଷୀରେ ପ୍ରସିଦ୍ଧ ଲେଖକ ଆଲବେର କାମ୍ୟୁଙ୍କ ଏକ ପ୍ରସିଦ୍ଧ ଉକ୍ତି ହେଲା, ‘ମନୁଷ୍ୟ କାହିଁକି ଆତ୍ମହତ୍ୟା କରେ?’; ହେଉଛି ଏକ ସମାଧାନ-ଅସମ୍ଭବ ଦାର୍ଶନିକ ପ୍ରଶ୍ନ। ଏହାର ତାତ୍ପର୍ଯ୍ୟ ହେଲା ଆତ୍ମହତ୍ୟା ଭଳି ଏକ ଗୂଢ଼ ପ୍ରଶ୍ନର କୌଣସି ସିଧାସଳଖ ଉତ୍ତର ଖୋଜିବା ହୁଏତ ଧୃଷ୍ଟତା। ତେଣୁ ଜଣେ ସଫଳ ବ୍ୟକ୍ତିଙ୍କ ଆତ୍ମହତ୍ୟା ଭ୍ରୂକୁଂଚନ ସୃଷ୍ଟି କରୁଥିଲେ ହେଁ ସେ ଲାଭ କରିଥିବା ସଫଳତା ଯେ ତାଙ୍କ ମନ ଗହନରେ ଥିବା ଅଭୀଷ୍ଟ ଚରିତାର୍ଥ କରୁଥିବ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ; ଏଭଳି ନିଅଣ୍ଟିଆ ସ୍ଥିତି ତାଙ୍କୁ ହତାଶା ଜର୍ଜର ଓ ସ୍ଥଳ ବିଶେଷରେ ଆତ୍ମହତ୍ୟାପ୍ରବଣ କରିପାରେ! ପ୍ରକାଶ ଥାଉ କି ଭାରତ ସମେତ ପୃଥିବୀର ସର୍ବତ୍ର ଆତ୍ମହତ୍ୟା କରିଥିବା ବିଭିନ୍ନ କ୍ଷେତ୍ର‌େର ଅତ୍ୟନ୍ତ ସଫଳ ବ୍ୟକ୍ତିମାନଙ୍କ ସଂଖ୍ୟା ଏ‌େତ ଅଧିକ ଯେ ସେମାନଙ୍କ ନାମୋଲ୍ଲେଖ ସକାଶେ ଏହି ସ୍ତମ୍ଭର ସ୍ଥାନ ଅକୁଳାଣ ହେବ; ବ୍ୟବସାୟୀ ଭି. ଜି. ସିଦ୍ଧାର୍ଥ(କାଫେ କଫି ଡେ)ଙ୍କ ଠାରୁ ନେଇ ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ମନମୋହନ ଦେଶାଇ, ବଲିଉଡ୍‌ର ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ହଲିଉଡ୍‌ର ରବିନ ୱିଲିଅମ୍‌ସ, ଆମେରିକୀୟ ଲେଖକ ଅର୍ନେଷ୍ଟ ହେମିଂୱେ ଇତ୍ୟାଦି ହେଉଛନ୍ତି ମୁଷ୍ଟିମେୟ କେତେକ ଉଦାହରଣ ମାତ୍ର। କହିବା ବାହୁଲ୍ୟ, ଏହି ସ୍ତମ୍ଭର ଅନେକ ପାଠକ-ପାଠିକା ଅନୁଭବ ମଧ୍ୟ କରିଥିବେ ଯେ କ୍ଷୁଦ୍ର ବା ବଡ଼ ସଫଳତା ସହିତ ସୃଷ୍ଟି ହେଉଥିବା ଖୁସି ବା ଆନନ୍ଦ ଅଥବା ଉଲ୍ଲାସ ମନରେ ତରଙ୍ଗ ସୃଷ୍ଟି କରୁଥିଲେ ହେଁ ଚିତ୍ତର ଗଭୀରତାରେ ସ୍ଥାୟୀ ପ୍ରଶାନ୍ତିରେ ପରିଣତ ହୁଅନ୍ତି ନାହିଁ। ଦାର୍ଶନିକମାନେ ସହମତ ଯେ ମନୁଷ୍ୟ ଅସ୍ତିତ୍ବର ମୂଳ ଉଦ୍ଦେଶ୍ୟ ହେଉଛି ସୁଖ ଲାଭ; କିନ୍ତୁ ବିଡ଼ମ୍ବନା, ଅର୍ଥ ବା ଯଶ ବା ଐଶ୍ବର୍ଯ୍ୟ ଆଦିକୁ ସୁଖର ସମାର୍ଥ ପର୍ଯ୍ୟାୟବାଚୀ ବୋଲି ବିଚାର କରି ମନୁଷ୍ୟ ସେ ସବୁର ଅନୁଧାବନ କରିଥାଏ; ଯାହାର ପ୍ରାପ୍ତି ସଫଳତାର ସ୍ବାଦ ଦେଇଥାଏ ସତ, କିନ୍ତୁ ପରିତୃପ୍ତି ଦେଇ ନ ଥାଏ; ସ୍ବଦିଷ୍ଠ ଓ ସୁବାସିତ ମୃଦୁ ପାନୀୟରେ ତୃଷା ମୋଚନ ହେଉ ନ ଥିବା ଭଳି ସ୍ଥିତି! ସୁତରାଂ, ତୃଷା ମୋଚନ ହେବ କିପରି, ସନ୍ତାନର ପ୍ରକୃତ କାମ୍ୟ କ’ଣ, ଏ ସବୁ ବିଷୟ ଅନ୍ତର୍ଭେଦୀ ବିଚାର ଓ ଅନ୍ତର୍ବୋଧ ସାହାଯ୍ୟରେ ଆବିଷ୍କାର କରିବା ପିତାମାତା ଓ ଗାର୍ଜନମାନଙ୍କ ମୂଳ ଦାୟିତ୍ବ, ଯାହା ସନ୍ତାନମାନଙ୍କ ଆନନ୍ଦମୟ ଦୂରଗାମୀ ଯାତ୍ରା ଲାଗି ନୂଆ ଦିଗନ୍ତ ଖୋଲି ଦେବ; ସେମାନେ ତହିଁରେ ନିମଗ୍ନ ରହିବେ ଏବଂ ଅବଲୀଳା କ୍ରମେ ଅର୍ଥ ଓ ଯଶ ମଧ୍ୟ ପ୍ରାପ୍ତ ହୋଇପାରେ!
ସଫଳତାକୁ ସୁଖ ବୋଲି ବିଚାର କରିବାର ଭ୍ରାନ୍ତି ପୃଥିବୀର ବିଜ୍ଞତମ ନୀତି ନିର୍ଧାରକମାନଙ୍କୁ ମଧ୍ୟ ଗ୍ରାସ କରିଛି; ତେଣୁ ଅସଂଗତିଟି ହେଲା ସମସ୍ତଙ୍କ ଲାଗି ଉଚ୍ଚସ୍ତରୀୟ ନାଗରିକ ସୁବିଧା ଉପଲବ୍‌ଧ କରାଇବାରେ ସଫଳ ଦେଶଗୁଡ଼ିକୁ ‘ସୁଖୀ’ ଦେଶଙ୍କ ତାଲିକାରେ ଉଚ୍ଚ ସ୍ଥାନ ଦିଆଯାଉଥିଲେ ହେଁ ସେଠାରେ ଆତ୍ମହତ୍ୟାର ହାର ତୁଳନାତ୍ମକ ଭାବେ ଅଧିକ; ଯେମିତି ଫିନଲାଣ୍ଡ(ସୁଖ ସୂଚକାଙ୍କ‌େର ୧ ନମ୍ବର)ରେ ଆତ୍ମହତ୍ୟାର ହାର ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୪.୭ ଅଥଚ ଦରିଦ୍ର ରାଷ୍ଟ୍ର ପେରୁ(ସୁଖ ସୂଚକାଙ୍କରେ ୬୫)ରେ ତାହା ମାତ୍ର ୧.୫! ଏଭଳି ଅସଂଗତିର ରହସ୍ୟ ଭେଦ କଲାବେଳେ କାମ୍ୟୁଙ୍କ ପ୍ରସିଦ୍ଧ ପୁସ୍ତକ ‘ଦ ମିଥ ଅଫ ସିସିଫସ’ ବିଚାରକୁ ଆସିଥାଏ। ଗ୍ରୀକ ପୁରାଣ ଅନୁସାରେ ଦେବତାଙ୍କ ପ୍ରଦତ୍ତ ଦଣ୍ଡ ସ୍ବରୂପ ସିସିଫସ ଏକ ପ୍ରକାଣ୍ଡ ପଥରକୁ ଠେଲି ଠେଲି ଏକ ତୀଖ ପର୍ବତର ଶିଖରରେ ଥୋଇବାର କାର୍ଯ୍ୟ ପାଏ। କିନ୍ତୁ ପ୍ରତ୍ୟେକ ଥର ସିସିଫସ କାର୍ଯ୍ୟଟି ସଂପନ୍ନ କଲା ମାତ୍ରକେ ପଥରଟି ତଳକୁ ଗଡ଼ିଆସେ ଓ ସିସିଫସ ପୁନର୍ବାର ପଥର ଠେଲିବାରେ ନିମଗ୍ନ ହୁଏ। ଏଭଳି ଅବିଶ୍ରାନ୍ତ ଭାବେ କ୍ଳାନ୍ତିକର କାର୍ଯ୍ୟ ଚିରନ୍ତନ କାଳ ଲାଗି ଚାଲୁ ରହେ। କାମ୍ୟୁ ପଚାରନ୍ତି ଏଭଳି ଦୁର୍ବିଷହ ଓ ଆଶାଶୂନ୍ୟ ଭାଗ୍ୟ ଭୋଗ ସତ୍ତ୍ବେ ସିସିଫସ ଆତ୍ମହତ୍ୟା କରେ ନାହିଁ କାହିଁକି? କାରଣ କାମ୍ୟୁଙ୍କ ଦୃଷ୍ଟିରେ ସିସିଫସ ଜଣେ ଅନାସକ୍ତ ଓ ଆଶାବାଦୀ ଚରିତ୍ର ଯିଏ ସଫଳ ହେବାକୁ ନ ଚାହିଁ ଓ ନିରବରେ କେବଳ କାର୍ଯ୍ୟଟିକୁ ଜାରି ରଖି ଦୈବୀଦଣ୍ଡର ଉଦ୍ଭଟତାକୁ ଚ୍ୟାାଲେଂଜ କରେ। କାମ୍ୟୁଙ୍କ ଅସ୍ତିତ୍ବବାଦର ମଞ୍ଜିଟି ଏଇଠି; ଯାହା ହେଲା ମନୁଷ୍ୟ ତା’ର ଜୀବନ ଯାତ୍ରାରେ ସମସ୍ତ ଅଭିଶାପ ସତ୍ତ୍ବେ ସିସିଫସ ଭଳି ଆଚରଣ ପ୍ରଦର୍ଶନ କରିପାରେ, ଫଳରେ ସିରିଆରେ ଆତ୍ମହତ୍ୟାର ହାର ଏଭଳି ନଗଣ୍ୟ ହୋଇପାରେ। ପ୍ରସଙ୍ଗ କ୍ରମେ ଏଠାରେ ଭାରତ ମଧ୍ୟ ଉଦାହରଣୀୟ। ଯଦିଓ ଭାରତରେ ଆତ୍ମହତ୍ୟା ସଂଖ୍ୟାରେ ଦ୍ରୁତ ଓ ଉଦ୍‌ବେଗଜନକ ବୃଦ୍ଧି ଘଟିବାରେ ଲାଗିଛି, ଏହାର ହାର ମାତ୍ର ୧୨.୬ ଏବଂ ସୁଖ ସୂଚକାଙ୍କ‌େର ଭାରତର ସ୍ଥାନ ୧୧୮। 
ଅତ୍ୟୁଚ୍ଚ ସଫଳତା ଲାଭ କରିଥିଲେ ସୁଦ୍ଧା ହୃଦୟରେ କିଭଳି ଶୂନ୍ୟତାବୋଧ ସୃଷ୍ଟି ହୋଇପାରେ; ତାହାର ପ୍ରକୃଷ୍ଟ ଦୃଷ୍ଟାନ୍ତ ହେଉଛନ୍ତି ତାରୁଣ୍ୟରେ ଦୁଇ ଦୁଇ ଥର ପୃଥିବୀ ଜୟ କରିପାରିଥିବା ମାସିଡୋନିଆର ବୀର ଆଲେକଜାଣ୍ଡର। ସଫଳ ଅଭିଯାନ ପରବର୍ତ୍ତୀ ଆଟୋପ ଓ ଉଲ୍ଲାସ ସତ୍ତ୍ବେ ସେ ଶାନ୍ତି ପାଇ ନ ଥିଲେ; ଯଦିଓ, ନଦୀ କୂଳରେ କୁଡ଼ିଆ କରି ଚିତ୍ତ-ହରଣକାରୀ ସୁଲୁସୁଲିଆ ପବନରେ ଆରାମରେ ବସି ଖରା ପୋଉଁଥିବା ଦରିଦ୍ର ଦାର୍ଶନିକ ଡିଓଜିନସ ଆଲେକଜାଣ୍ଡରଙ୍କୁ ତାଙ୍କ ଦିଗ୍‌ବିଜୟର ଭବ୍ୟ ସଫଳତାରେ ଲୁଚି ରହିଥିବା ଅସାରତା ଓ ଶୂନ୍ୟତାବୋଧ ନେଇ ଏକାଧିକ ବାର ସଚେତନ କରାଇ ଦେଇଥିଲେ। ଏହା ଆଲେକଜାଣ୍ଡରଙ୍କୁ ଦ୍ବିଧାଗ୍ରସ୍ତ କରିଥିଲା। ମାତ୍ର ତେତିଶ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିବା ପୂର୍ବ କ୍ଷଣରେ ଆଲେକଜାଣ୍ଡର ସେହି ଅସାରତାର ଦହନକୁ ଅନୁଭବ ମଧ୍ୟ କରିଥିଲେ। ଅନେକ କହନ୍ତି ଯେ ରୋଗରେ ପଡ଼ି ହଠାତ୍‌ ମୃତ୍ୟୁ ବରଣ କରି ନ ଥିଲେ ହୁଏତ ସେହି ତୀବ୍ର ଶୂନ୍ୟତାବୋଧ ଲାଗି ଆଲେକଜାଣ୍ଡର ଆତ୍ମହତ୍ୟା କରି ଥାଆନ୍ତେ! କାରଣ ସେ ସିସିଫସ ନ ଥିଲେ!
‘ନିଟ୍‌’ର ସେହି ସଫଳ ପରୀକ୍ଷାର୍ଥୀଙ୍କ ଅତ୍ୟନ୍ତ ଦୁଃଖଦ ବିୟୋଗ ଆମକୁ ଅନ୍ତତଃ ସେଭଳି ଅକୁହା ‘ଶୂନ୍ୟତା’ ବାବଦରେ ସଚେତ କରାଉ; ଏଭଳି ‘ଶୂନ୍ୟତା’କୁ ଲୁଚାଇ ରଖିଥିବା ରୁଦ୍ଧ ବାତାୟନଗୁଡ଼ିକୁ ଖୋଲି ପ୍ରଶସ୍ତ ଦୃଷ୍ଟିର ଆଲୋକ ଓ ମୁକ୍ତ ବିଚାରର ପବନ ସଂଚାର କରିବାର ଦାୟିତ୍ବ ପିତାମାତା, ବନ୍ଧୁ ପରିଜନ, ଶିକ୍ଷକ ଓ ସମାଜ; ସମସ୍ତେ ନିଅନ୍ତୁ।