ଏଭଳି ସ୍ଥଳେ, ନିଷିଦ୍ଧ ଡ୍ରଗ୍ସର ଚୋରା କାରବାରକୁ ପ୍ରତିହତ କରିବା ଲାଗି ଯାହା ଅତ୍ୟନ୍ତ ଆବଶ୍ୟକ, ତାହା ହେଲା କଠୋର ଦଣ୍ତ ବିଧାନର ବ୍ୟବସ୍ଥା; ଦୃଢ଼ ମୁଷ୍ଟି ଏବ˚ ପାରଦର୍ଶିତାର ସହ ଏହାକୁ ଦମନ କରିବାର ଆଭିମୁଖ୍ୟ। ତାହା ନ ହେଲେ ଆର୍ଥିକ ବିକାଶ ଗୋଟିଏ ଦିଗରେ ଭାରତୀୟମାନଙ୍କୁ ସ˚ପନ୍ନ କରୁଥିବା ବେଳେ ‘କୋକେନ୍’ର ସନ୍ତର୍ପଣରେ ଅନୁପ୍ରବେଶ ଏକ ଫମ୍ପା ପିଢ଼ି ସୃଷ୍ଟି କରି ଚାଲିଥିବ!
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସିଦ୍ଧ ହଲିଉଡ୍ ଅଭିନେତା ରବିନ୍ ଵିଲିଅମ୍ସ୍ ଠାଏ କହିଥିଲେ ଯେ ଈଶ୍ବରଙ୍କ ଭାଷାରେ ‘କୋକେନ୍’ର ଅର୍ଥ ହେଲା ତୁମେ ପ୍ରଚୁର ପଇସା କମାଉଚ। ରବିନ୍ ଵିଲିଅମ୍ସ୍ଙ୍କ ଏଭଳି ବକ୍ତବ୍ୟ ପଛରେ ନିହିତ କାରଣଟି ହେଉଛି ଏହି ଅତ୍ୟନ୍ତ ବିପଜ୍ଜନକ ନିଷିଦ୍ଧ ନିଶା ଦ୍ରବ୍ୟଟିର ଆଖି ଖୋସି ଦେଲା ଭଳି ଉଚ୍ଚ ଦର (କିଲୋଗ୍ରାମ୍ ପିଛା ପ୍ରାୟ ୫ କୋଟି ଟଙ୍କା)। ଓସ୍କାର ପୁରସ୍କାର ବିଜେତା ଏହି ଅଭିନେତା ସ୍ବୟ˚ ‘କୋକେନ୍’ର ମାୟା ଜାଲରେ ଛନ୍ଦି ହୋଇ ଅତି କଷ୍ଟରେ ତହିଁରୁ ଉଦ୍ଧାର ପାଇଥିଲେ, ଯଦିଓ ପରବର୍ତ୍ତୀ ସମୟରେ ମାନସିକ ଅବସାଦଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିଲେ। ତେବେ, ଏଠାରେ ରବିନ୍ ଵିଲିଅମ୍ସ୍ଙ୍କ ଉଦ୍ଧୃତିଟି ସ୍ମରଣକୁ ଆସିବାର କାରଣ ଗଲା ୧୩ ତାରିଖରେ ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି କୋକେନ୍ ଜବତ ହୋଇଥିବା ଭଳି ଘଟଣା, ଯହିଁରେ ଦୁଇ ତରୁଣ ଏକ ଅପ-ଇତିହାସ ରଚନା କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥାଏ ଯେ ଆସନ୍ତା ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ବ କପ୍ ପରିପ୍ରେକ୍ଷୀରେ ବିଦେଶାଗତ ହକି-ପ୍ରେମୀଙ୍କ ସମ୍ଭାବ୍ୟ ଭିଡ଼ ଦୃଷ୍ଟିରୁ ସେମାନଙ୍କ କୋକେନ୍ ତୃଷାକୁ ନିବାରଣ କରିବା ସକାଶେ ଯୁବକ ଦ୍ବୟ ପ୍ରାକ୍ ପ୍ରସ୍ତୁତିରେ ଲିପ୍ତ ଥିଲେ। ପ୍ରକାଶ ଥାଉ କି ସେ ଦୁହିଁଙ୍କ ମଧୢରୁ ଦକ୍ଷିଣ ଆଫ୍ରିକାରେ ବେଶ୍ କିଛି ବର୍ଷ ହେଲା ଅବସ୍ଥାନ କରି ଆସୁଥିବା ଅଧିକ ଅଭିଜ୍ଞ ତରୁଣଟି କୁଆଡ଼େ ୨୦୧୦ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କମନେଵଲ୍ଥ ଗେମ୍ସ କାଳରେ ଏଭଳି କାରବାର କରି ଖୁବ୍ ଲାଭବାନ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଭାରତର ବିଭିନ୍ନ ମହାନଗର ଏବ˚ ବୃହତ୍ ସହର; ଏପରି କି ଗୁଜରାଟ ବା ପଞ୍ଜାବ ଭଳି ରାଜ୍ୟର ଛୋଟ ସହରମାନଙ୍କରେ ବେଶ୍ କିଛି ବର୍ଷ ହେବ ‘କୋକେନ୍’ର ଚୋରା କାରବାର ଚାଲି ଆସିଛି, ଯାହା ବେଳେ ବେଳେ ଧରାପଡ଼ି ଗଣମାଧୢମର ଶିରୋନାମା ପାଲଟି ଥାଏ। ତେବେ, ଜଣେ ଓଡ଼ିଆ ଯୁବକ ଦୀର୍ଘ କାଳ ଧରି ‘କୋକେନ୍’ ଚୋରା ଚାଲାଣ ଓ କାରବାରରେ ଲିପ୍ତ ରହିବା ଏବ˚ ଓଡ଼ିଶାକୁ ‘କୋକେନ୍ ଟ୍ରାଫିକି˚’ର ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପଛେର ହକି ବିଶ୍ବ କପ୍ ଏକମାତ୍ର କାରଣ ନା ‘କୋକେନ୍’ର ଅତ୍ୟନ୍ତ ଉଚ୍ଚ ମୂଲ୍ୟ ସତ୍ତ୍ବେ ଓଡ଼ିଶାରେ ତା’ର କାରବାରର ଏକ ବିପୁଳ ସମ୍ଭାବନା ଦେଖି ସେମାନେ ଏଭଳି କରିଛନ୍ତି, ତାହା ତଦନ୍ତ ସାପେକ୍ଷ।
ଭାରତକୁ ‘କୋକେନ୍’ର ଏକ ପେଣ୍ଠସ୍ଥଳୀରେ ପରିଣତ କରିବାକୁ ଅତ୍ୟନ୍ତ ଶକ୍ତିଶାଳୀ ଓ ଦୁର୍ଦ୍ଧର୍ଷ ଦକ୍ଷିଣ ଆମେରିକୀୟ ଡ୍ରଗ୍ କାର୍ଟେଲ୍(ଗ୍ୟାଙ୍ଗ)ଗୁଡ଼ିକର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ୨୦୧୫ ମସିହାରେ ବ୍ରିଟେନ୍ରୁ ପ୍ରକାଶିତ ସମ୍ବାଦପତ୍ର ‘ଦ ଗାର୍ଡିଆନ୍’ରେ ପ୍ରକାଶିତ ହୋଇଥିଲା। ଏବ˚ ଏକ ବିଡ଼ମ୍ବନା ସ୍ବରୂପ ଏହା ପଛରେ ଥିବା କାରଣଟି ହେଉଛି ଭାରତର ଦ୍ରୁତ ଆର୍ଥିକ ପ୍ରଗତି ଏବ˚ ତଦ୍ଦ୍ବାରା ବିତ୍ତଶାଳୀ ପରିବାର ସ˚ଖ୍ୟାରେ ବ୍ୟାପକ ବୃଦ୍ଧି। ତହିଁରେ ଆହୁରି ପ୍ରକାଶିତ ହୋଇଥିଲା ଯେ ୟୁରୋପର ‘କୋକେନ୍ କାଉଣ୍ଟି’ ରୂପେ ଆୟାର୍ଲାଣ୍ତ ପରିଚିତି ହାସଲ କରୁଥିବା ପଛର କାରଣ ମଧୢ ତାହାର ଆର୍ଥିକ ଅଭିବୃଦ୍ଧି। ତେବେ, କେବଳ ସେତିକି ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଏବ˚ ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ରର ସରକାରଗୁଡ଼ିକ ଦ୍ବାରା ପ୍ରଦର୍ଶିତ ଅତ୍ୟନ୍ତ ଅନମନୀୟ କାର୍ଯ୍ୟାନୁଷ୍ଠାନ କାରଣରୁ ଦକ୍ଷିଣ ଆମେରିକାର ‘ଡ୍ରଗ୍ କାର୍ଟେଲ୍’ଗୁଡ଼ିକ ‘କୋକେନ୍’ ଚାଲାଣ ପଥକୁ ପରିବର୍ତ୍ତନ କରିବାରେ ବାଧୢ ହୋଇଛନ୍ତି, ଯାହା ଏବେ ଆଫ୍ରିକା ଓ ମଧୢ ପ୍ରାଚ୍ୟ ଦେଇ ଦକ୍ଷିଣ ଏସିଆରେ ପହଞ୍ଚୁଛି। ଏହି ସ˚ଦର୍ଭରେ ‘ନାର୍କୋଟିକ୍ସ କ˚ଟ୍ରୋଲ୍ ବ୍ୟୁରୋ’ ବା ‘ଏନ୍ସିବି’ ପକ୍ଷରୁ ପ୍ରଦତ୍ତ ଏକ ସୂଚନା ଉଦ୍ବେଗଜନକ, ଯାହା କହିଥାଏ ଯେ ୨୦୧୬ରୁ ୨୦୧୮ ମସିହା ମଧୢରେ ଶ୍ରୀଲଙ୍କା, ପାନାମା ଏବ˚ ପୋର୍ଟ-ଏଲିଜାବେଥ୍ରେ ଲଙ୍ଗର ପକାଇଥିବା ବିଭିନ୍ନ ଜାହାଜରୁ ଜବତ ହୋଇଥିବା ‘କୋକେନ୍’ର ଓଜନ ଥିଲା ୨,୪୯୯ କିଲୋଗ୍ରାମ୍, ଯାହାର ଗନ୍ତବ୍ୟ ସ୍ଥଳ ଥିଲା ଭାରତ। ସେମିତି ‘କୋକେନ୍’ ଚୋରା କାରବାରର ଏକ ଖିଅକୁ ଧରି ପଞ୍ଜାବରେ ପହଞ୍ଚିଥିବା ‘ଏନ୍ସିବି’ ଅଧିକାରୀ ଦଳ ଜବତ କରିଥିଲେ ପ୍ରାୟ ସାଢ଼େ ଚାରିଶହ କିଲୋଗ୍ରାମ୍ ଓଜନର ‘କୋକେନ୍’।
ତେଣୁ ସେହି କ୍ରମରେ ଓଡ଼ିଶାରେ ‘କୋକେନ୍’ର ଅନୁପ୍ରବେଶ ଏକ ଦୁରଭିସନ୍ଧିପୂର୍ଣ୍ଣ ସ˚ଗଠିତ ଯୋଜନାର ସ୍ବାଭାବିକ ଅ˚ଶ ମଧ୍ୟ ହୋଇପାରେ!
ବଲିଉଡ୍ର ତାରକା ସନ୍ତାନମାନେ ‘କୋକେନ୍’ର କ୍ରୀତଦାସରେ ପରିଣତ ହୋଇଥିବା ବିଷୟ ଏବେ ଗୋପନୀୟ ହୋଇ ନାହିଁ। ବିନା କୌଣସି ପରିଶ୍ରମରେ ସେମାନଙ୍କ ହାତରେ ଉପଲବ୍ଧ ହେଉଥିବା ବେହିସାବ ଅର୍ଥ ଏବ˚ ଅଭିଭାବକମାନଙ୍କ ଅନୁପସ୍ଥିତିରେ ସେମାନେ କାଟୁଥିବା ଏକ ଲଗାମଛଡ଼ା ଓ ଶୂନ୍ୟତା ଭରା ଜୀବନ ମିଶି ଯାଇ ଯେଉଁ ନିଦାରୁଣ ମିଶ୍ରଣଟି ସୃଷ୍ଟି କରିଥାନ୍ତି, ତାହା ‘କୋକେନ୍’ ଭଳି ଏକ ପ୍ରାଣଘାତୀ ନିଶା ଦ୍ରବ୍ୟ ଉପରେ ସେମାନଙ୍କ ଅବାଧ ନିର୍ଭରଶୀଳତାକୁ ଜନ୍ମ ଦେଇଥାଏ; ଯାହାର ଉଦାହରଣ ଭାବେ ଗଲା ଶତାବ୍ଦୀର ନବମ ଦଶକରେ ସଞ୍ଜୟ ଦତ୍ତ ବା ତା’ ପରେ ଫରଦିନ ଖାଁଙ୍କ ଠାରୁ ପ୍ରାରମ୍ଭ କରି ଏବର ଆରୟନ ଖାଁଙ୍କ ପର୍ଯ୍ୟନ୍ତ ପରିଦୃଷ୍ଟ। ଏବ˚ ଉଦ୍ବେଗର ବିଷୟ ହେଲା ଏହି ତାରକା ସନ୍ତାନମାନେ ବର୍ତ୍ତମାନର ନବ୍ୟ ବିତ୍ତଶାଳୀ ପରିବାରର ତରୁଣ ପିଢ଼ିର ଆଦର୍ଶ ଭାବେ ଅବତୀର୍ଣ୍ଣ। ତେଣୁ ‘କୋକେନ୍’ ଭାରତରେ ତା’ର ଶିକାର ଖୋଜି ପାଇ ଯିବାରେ ବିଶେଷ ଅସୁବିଧାର ସମ୍ଭାବନା ମଧୢ ନାହିଁ।
ଏଠାରେ ଉଲ୍ଲେଖ ଥାଉ ଯେ ଭାରତରେ (ଓଡ଼ିଶାରେ ମଧୢ) ଯେଉଁ ନିଷିଦ୍ଧ ନିଶା ଦ୍ରବ୍ୟର ଚୋରା କାରବାର ଅଧିକ ହୋଇଥାଏ, ତାହାର ମୂଳ ସ୍ରୋତ ହେଉଛି ଅଫିମ ଏବ˚ ଗଞ୍ଜେଇ; ଯାହା ବେଆଇନ ଭାବେ ଉତ୍ପନ୍ନ ହେଉଥିବା ସତ୍ତ୍ବେ ସ୍ବଦେଶୀ ହୋଇଥିବାରୁ ଏହାର ଉପଲବ୍ଧତା ବିପୁଳ ଏବ˚ ଏହାର ଦର ଅପେକ୍ଷାକୃତ ଶସ୍ତା। ତେବେ ଯାହା ଘୋର ଚିନ୍ତା ଉଦ୍ରେକକାରୀ, ତାହା ହେଲା ଏହି ସବୁ ନିଶା ଦ୍ରବ୍ୟ କାରବାରରେ ପରିଦୃଶ୍ୟ ହୋଇ ଚାଲିଥିବା ତୀକ୍ଷ୍ଣ ବୃଦ୍ଧି। ଏନ୍.ସି.ବି. ପକ୍ଷରୁ ପ୍ରାପ୍ତ ତଥ୍ୟ ଅନୁସାରେ ୨୦୧୮ରେ ଭାରତରେ ୨.୫ କୋଟି ଡ୍ରଗ୍ସ ନିଶାସକ୍ତ ଥିଲେ, ଯାହା ୨୦୦୪ରେ ଥିବା ସ୍ଥିତିର ପ୍ରାୟ ୫ ଗୁଣ। ଆଉ ଗୋଟିଏ ଉଦାହରଣରୁ ଏହା ଅଧିକ ସ୍ପଷ୍ଟ ହେବ, ଯାହା ହେଲା ୨୦୦୪ ମସିହାରେ ହେରୋଇନ ସେବନ କରୁଥିବା ବ୍ୟକ୍ତିଙ୍କ ସ˚ଖ୍ୟା ଥିଲା ମାତ୍ର ୯୦୦୦, ଯାହା ୨୦୧୮ରେ ୨.୫ ଲକ୍ଷରେ ପହଞ୍ଚିଥିଲା। ‘ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍’-୨୦୧୭ ସୂତ୍ରରୁ ପ୍ରକାଶ ଯେ ନିଶା ଦ୍ରବ୍ୟ ସେବନ କାରଣରୁ ସେହି ବର୍ଷ ୨୨,୦୦୦ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା, ଯହିଁରୁ ୮୦ ପ୍ରତିଶତ ଥିଲା ଅକାଳ। ଏଭଳି ଏକ ସ୍ଥିତିରେ ‘କୋକେନ୍’ର ଉପସ୍ଥିତି ଓ କାୟା ବିସ୍ତାର ଏହି ସ୍ଥିତିକୁ ଅଧିକ ଗୁରୁତର କରିବା ନିଶ୍ଚିତ।
ଏହା ମଧୢ ସତ ଯେ ନିଶା ଦ୍ରବ୍ୟର ଚୋରା କାରବାରକୁ ଭାରତ ବିରୋଧରେ ଏକ ଆୟୁଧ ରୂପେ ବ୍ୟବହାର କରାଯାଉଥିବାର ଆଶଙ୍କା ପ୍ରକାଶ ପାଇଥାଏ। କେତେକ ଚକ୍ରାନ୍ତକାରୀ ରାଷ୍ଟ୍ର ଭାରତରେ ନିଶା ଦ୍ରବ୍ୟର ପ୍ରସାର ଘଟାଇ ଏକ ନିଶାସକ୍ତ ଅନ୍ତଃସାରଶୂନ୍ୟ ଅଣଉତ୍ପାଦନକ୍ଷମ ଯୁବ ପିଢ଼ି ସୃଷ୍ଟି କରିବାର ଅଭିସନ୍ଧି ପୋଷଣ କରୁଥିବାର ସ˚କେତମାନ ମିଳିବାରେ ଲାଗିଛି। ଏହାର ଏକ ଉଦାହରଣ ହେଲା ଗଲା ବର୍ଷ ସେପ୍ଟେମ୍ବର ମାସରେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଧରା ପଡ଼ିଥିବା ଏକ ଜାହାଜ, ଯହିଁରେ ଏକ ଅକଳ୍ପନୀୟ ୩୦ କ୍ବିଣ୍ଟାଲ ଓଜନର ନିିଷିଦ୍ଧ ନିଶା ଦ୍ରବ୍ୟ ବୋଝେଇ ହୋଇ ରହିଥିଲା। ଦେହ ମଖା ପାଉଡର ଡବାର ସାଦୃଶ୍ୟ ବହନ କରିଥିବା ହଜାର ହଜାର ଡବାରେ ଭରି ରହିଥିବା ଏହି ଡ୍ରଗ୍ସ ଯଦି ଧରା ନ ପଡ଼ି ଭାରତରେ ସ˚ଚରି ଯାଇ ଥାଆନ୍ତା, ତେବେ ତାହା ଭାରତୀୟମାନଙ୍କୁ କିଭଳି କ୍ଷତି ପହଞ୍ଚାନ୍ତା, ତାହା କେବଳ ଅନୁମାନସାପେକ୍ଷ। ଏଭଳି ସ୍ଥଳେ, ନିଷିଦ୍ଧ ଡ୍ରଗ୍ସର ଚୋରା କାରବାରକୁ ପ୍ରତିହତ କରିବା ଲାଗି ଯାହା ଅତ୍ୟନ୍ତ ଆବଶ୍ୟକ, ତାହା ହେଲା କଠୋର ଦଣ୍ତ ବିଧାନର ବ୍ୟବସ୍ଥା; ଦୃଢ଼ ମୁଷ୍ଟି ଏବ˚ ପାରଦର୍ଶିତାର ସହ ଏହାକୁ ଦମନ କରିବାର ଆଭିମୁଖ୍ୟ। ତାହା ନ ହେଲେ ଆର୍ଥିକ ବିକାଶ ଗୋଟିଏ ଦିଗରେ ଭାରତୀୟମାନଙ୍କୁ ସ˚ପନ୍ନ କରୁଥିବା ବେଳେ ‘କୋକେନ୍’ର ସନ୍ତର୍ପଣରେ ଅନୁପ୍ରବେଶ ଏକ ଫମ୍ପା ପିଢ଼ି ସୃଷ୍ଟି କରି ଚାଲିଥିବ!