କୁହାଯାଇଥାଏ ଯେ ଯଦି ଜଣେ ହୁଣ୍ତା (ବିଚାରଶୂନ୍ୟ) ସର୍ଜନ ହାତରେ ଅସ୍ତ୍ରୋପଚାର ଦାୟିତ୍ବ ପଡେ଼, ତେବେ ହୁଏତ ସେ ପ୍ରଥମେ ଶରୀରକୁ କାଟି ପକାଇ ତା’ ପରେ କ’ଣ କରାଯିବା ଦରକାର ବୋଲି ଚିନ୍ତା କରିବେ ଅଥବା ଧନ୍ଦି ହେବେ। ଏଭଳି ସ୍ଥଳେ ରୋଗୀର ଅବସ୍ଥା କ’ଣ ହୋଇଥାଏ, ତାହା କେବଳ ଅନୁମାନସାପେକ୍ଷ। ସ˚ପ୍ରତି ମଧୢ-ପ୍ରାଚ୍ୟରେ ସ˚ଘଟିତ ହୋଇ ଚାଲିଥିବା ଘଟଣାବଳୀ ଯାହା ସୂଚାଇ ଥାଏ ତାହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଏକ ହୁଣ୍ତା ସର୍ଜନ୍ ହାତରେ ଇରାକ୍ ଗଲା ଷୋହଳ ବର୍ଷ ଧରି ପଡ଼ିବା ପରେ ଏବେ ସର୍ଜନଙ୍କୁ ତାଙ୍କ ଦାୟିତ୍ବରୁ ବିତାଡ଼ିତ କରିବାକୁ ସ୍ଥିର କରିଛି। ଗଲା ରବିବାର ଦିନ ଇରାକ ପାର୍ଲାମେଣ୍ଟରେ ଏକ ପ୍ରସ୍ତାବ ପାରିତ ହୋଇଯାଇଛି ଯେ ଯଥାଶୀଘ୍ର ଯୁକ୍ତରାଷ୍ଟ୍ର ଆମେରିକା ଇରାକ୍ ଭୂମି ପରିତ୍ୟାଗ କରୁ। ଏହି ପରିପ୍ରେକ୍ଷୀରେ ‘ହୁଣ୍ତା ସର୍ଜନ୍’ ଭୂମିକାରେ ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ବସ୍ତି ବିଶ୍ବ ସମକ୍ଷରେ ଅତ୍ୟନ୍ତ କରୁଣ ଦିଶୁଛି। କେବଳ, ଷୋହଳ ବର୍ଷ ମାତ୍ର ନୁହେଁ, ଗଲା ତିନି ଦଶନ୍ଧି ଧରି ଇରାକ୍ ଭୂମି ଉପରେ ଆମେରିକୀୟ ଅସ୍ତ୍ରୋପଚାର ସମଗ୍ର ମଧୢ-ପ୍ରାଚ୍ୟ ଭୂଖଣ୍ଡକୁ ଅଯଥା ବିଶୃଙ୍ଖଳା, ରକ୍ତପାତ, ଆତଙ୍କବାଦ ଏବ˚ ପରିଶେଷରେ ଏକ ଦାରୁଣ ଭାରସାମ୍ୟହୀନତା ଭିତରକୁ ଠେଲି ଦେଇଛି। ଏସିଆ ମହାଦେଶରେ ସ˚ପ୍ରତି ମଞ୍ଚସ୍ଥ ହେଉଥିବା ଏହି ନାଟକ ଏକ ସ˚କ୍ଷିପ୍ତ ଆଲୋଚନାର ଅପେକ୍ଷା ରଖେ।
ସା˚ପ୍ରତିକ ଘଟଣାବଳୀର ପୃଷ୍ଠଭୂମିକୁ ଅବଲୋକନ କଲେ ଯାହା ଦିଶେ, ତାହା ହେଲା ଏହାର ସୂତ୍ରପାତ ହୁଏ ୧୯୯୦ ମସିହାରେ ଯେତେବେଳେ କଠୋର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଙ୍କ ଆଦେଶରେ ଇରାକ୍ ତାର କ୍ଷୁଦ୍ର ପଡେ଼ାଶୀ ରାଷ୍ଟ୍ର କୁଏତ୍କୁ ଦଖଲ କରିନିଏ। କୁଏତ୍ର ଏଭଳି ବେଆଇନ ଅଧିକାରକୁ ଜାତିସ˚ଘ ଅଗ୍ରାହ୍ୟ କଲା ପରେ ଯୁକ୍ତରାଷ୍ଟ୍ର ଆମେରିକା ଇରାକ୍ ଉପରେ ଆକ୍ରମଣ ଆରମ୍ଭ କରେ। ଆମେରିକାରେ ରାଷ୍ଟ୍ରପତି ହୋଇଥିବା ପିତା ଓ ପୁତ୍ର ଜର୍ଜ ବୁଶଙ୍କ ମଧୢରୁ ସେତେବେଳେ ଦାୟିତ୍ବରେ ଥାଆନ୍ତି ପିତା। ଆମେରିକାର ‘କାର୍ପେଟ୍’ ବୋମା ଆକ୍ରମଣରେ ଇରାକ୍ ଏକ ଧ୍ବ˚ସ ସ୍ତୂପରେ ପରିଣତ ହୁଏ, ଯେଉଁ ଦୃଶ୍ୟ ସେହି ସମୟରେ ନୂତନ ଭାବେ ଆବିର୍ଭୂତ ହୋଇଥିବା ସାଟେଲାଇଟ୍ ଟେଲିଭିଜନ ଜରିଆରେ ବିଶ୍ବ ତମାମ ଲୋକେ ସେମାନଙ୍କ ଶୟନ କକ୍ଷରେ ଉପଭୋଗ ମଧୢ କରନ୍ତି। କହିବା ବାହୁଲ୍ୟ, କୁଏତ୍ ମୁକ୍ତ ହୁଏ। ଯୁଦ୍ଧ ସମାପ୍ତ ହେବା ପରେ ସଦ୍ଦାମ ହୁସେନ ଯୁଦ୍ଧ ବିଧ୍ବସ୍ତ ଇରାକ୍ର ନବ ନିର୍ମାଣ ଅତି ଦ୍ରୁତ ଗତିରେ କରନ୍ତି। ଏ ଆକ୍ରମଣ ତାଙ୍କୁ ଦୁର୍ବଳ କରିପାରେ ନାହିଁ। ବର˚, ଏହାପରେ ତାଙ୍କ ରାଜୁତି ଆହୁରି ମଜଭୁତ ହୁଏ।
୨୦୦୧ ମସିହାରେ ଆମେରିକାର ନ୍ୟୁୟର୍କ ସହରରେ ଆତଙ୍କବାଦୀ ଆକ୍ରମଣରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଧୂଳିସାତ୍ ହେବା ସମୟରେ ରାଷ୍ଟ୍ରପତି ଦାୟିତ୍ବରେ ଥାଆନ୍ତି ପୁତ୍ର ଜର୍ଜ ବୁଶ୍। ଏବେ ବିନା କୌଣସି କାରଣରେ କେବଳ ଏକ ଆଳ ଦେଖାଇ ସେ ପୁନର୍ବାର ଇରାକ୍ ଆକ୍ରମଣ କରନ୍ତି। ଆଳଟି ହେଉଛି ଗଣ ବିଧ୍ବ˚ସୀ ଅସ୍ତ୍ରଶସ୍ତ୍ର ଠୁଳ କରିଥିବା ସଦ୍ଦାମ ହୁସେନଙ୍କ କବଳରୁ ଇରାକ୍କୁ ମୁକ୍ତ କରିବା। ଏହି ଆଳ ଯାହା ପରବର୍ତ୍ତୀ କାଳରେ ମିଥ୍ୟା ସାବ୍ୟସ୍ତ ହୁଏ, ସେତେବେଳେ ଏଭଳି ସତ୍ୟ ପ୍ରତୀୟମାନ ହୁଏ ଯେ ପାଶ୍ଚାତ୍ୟ ଗଣମାଧୢମ, ଚିନ୍ତକ ବର୍ଗ ଏବ˚ ଜନସାଧାରଣ ସମସ୍ତେ ଏହାର ସମର୍ଥନରେ ମୁଖର ହୋଇ ଉଠନ୍ତି। ତେଣୁ ଯେଉଁ ଆକ୍ରମଣଟି ସ˚ଘଟିତ ହୁଏ, ତହିଁରେ ସଦ୍ଦାମ ହୁସେନ ଉଭୟ ଗାଦି ଓ ପ୍ରାଣ ହରାନ୍ତି। ଇରାକ୍ରେ ଏକ ଗଣତନ୍ତ୍ରର ସ୍ଥାପନା ହୁଏ। ଅସ୍ତ୍ରୋପଚାର ବେଳେ ଶରୀରରେ ଚିରି ଥିବା ଜାଗାରେ ସିଲେଇ କରି ହୁଣ୍ତା ସର୍ଜନ୍ ଚିକିତ୍ସା ସଫଳ ହୋଇଛି ବୋଲି ବିଚାର କଲାବେଳକୁ ଦେଖିବାକୁ ମିଳେ ଯେ କେବଳ ତାର ବିପରୀତଟି ହିଁ ଘଟିଛି।
ତେବେ, ଏଭଳି ହେବାର କାରଣ କ’ଣ? କାରଣ ଯୁକ୍ତରାଷ୍ଟ୍ର ଆମେରିକା ତା ନିକଟରେ ରଖିଥିବା ବିଶ୍ବପ୍ରସିଦ୍ଧ ବିଦ୍ବାନ ଇତିହାସକାର, ସମାଜତତ୍ତ୍ବବିତ୍, ଚିନ୍ତକଙ୍କ ସତ୍ତ୍ବେ, ଯାହା ଜଣେ ସାଧାରଣ ବୁଦ୍ଧି ସ˚ପନ୍ନ ବ୍ୟକ୍ତିକୁ ଦେଖାଯିବା କଥା, ତାହା ଦେଖିପାରିଲା ନାହିଁ। ତେଣୁ ସଦ୍ଦାମ ହୁସେନଙ୍କ ଶାସନର ଅନ୍ତ ପରେ ଯାହା ଘଟିଲା, ତାହା ହେଲା ସ˚ଖ୍ୟା ଲଘୁ ସୁନ୍ନୀ ସ˚ପ୍ରଦାୟ(ଇରାକ ଜନସ˚ଖ୍ୟାର ମାତ୍ର ୨୦%) କ୍ଷମତା ରିକ୍ତ ହେବା। ତା ପରେ ସାଙ୍ଗେସାଙ୍ଗେ ଯେଉଁ ଗଣତନ୍ତ୍ରର ପ୍ରତିଷ୍ଠା ହୁଏ, ତହିଁରେ ସ୍ବାଭାବିକ ଭାବେ କ୍ଷମତା ଯାଏ ବହୁ ସ˚ଖ୍ୟକ ସିଆମାନଙ୍କ ହାତକୁ। ସୁନ୍ନୀମାନେ ବାଗଦାଦ ଛାଡ଼ି ଇରାକ୍ର ସୁନ୍ନୀ ବହୁଳ ଅଞ୍ଚଳ ଟିକରିତ ଏବ˚ ମୋସୁଲକୁ ପଳାୟନ କରନ୍ତି। ସଦ୍ଦାମ ହୁସେନଙ୍କ ସେନାବାହିନୀର ସି˚ହଭାଗ ଅକ୍ତିଆର କରିଥିବା ସୁନ୍ନୀ ସୈନିକମାନେ ଯାଇ ମିଶନ୍ତି ସେହି ସମୟରେ ଆବିର୍ଭୂତ ହୋଇଥିବା ବିଶ୍ବ ଇତିହାସର ସର୍ବାଧିକ କୁଖ୍ୟାତ ଆତଙ୍କବାଦୀ ସ˚ଗଠନ ‘ଆଇଏସ୍ଆଇଏସ୍’ ସହିତ। ସୁନ୍ନୀ ପ୍ରଧାନ ଏହି ଆତଙ୍କବାଦୀ ଗୋଷ୍ଠୀ ଇରାକ୍ କବ୍ଜା କରିବା ଲାଗି ଭୟାବହ ରକ୍ତପାତ ଆରମ୍ଭ କରିଦିଏ। ଏଭଳି ପରିସ୍ଥିତିରେ ନବଗଠିତ ଇରାକ୍ ସରକାର ସୁରକ୍ଷା ଲାଗି ଆମେରିକାର ସାହାଯ୍ୟ ଲୋଡ଼ନ୍ତି। ଇରାକ୍ର ନୂଆ ଗଣତନ୍ତ୍ର ଓ ନୂଆ ସେନା ବାହିନୀକୁ ପ୍ରଶିକ୍ଷଣ ଦେବା ଲାଗି ଆମେରିକାର ପ୍ରାୟ ୩୦୦୦ ସରିକି ସୈନିକ ସେଠାରେ ଘାଟୀ ସ୍ଥାପନ କରି ରହିଛନ୍ତି।
କିନ୍ତୁ ବିଡ଼ମ୍ବନା, ଆମେରିକାର ଅନିଚ୍ଛା ସତ୍ତ୍ବେ ଇରାକ୍ ତାର ପଡେ଼ାଶୀ ବିଶାଳ ସୁନ୍ନୀବହୁଳ ରାଷ୍ଟ୍ର ଇରାନ୍ ସହିତ କ୍ରମେ ଘନିଷ୍ଠ ଓ ପରେ ତାର ଏକ ବଶମ୍ବଦ ରାଷ୍ଟ୍ରରେ ପରିଣତ ହୁଏ। ଉଲ୍ଲେଖ କରାଯାଇପାରେ କି ଏକଦା ଇରାନ୍ ଥିଲା ସଦ୍ଦାମ ହୁସେନ ଶାସିତ ଇରାକ୍ର ସବୁଠାରୁ ବଡ଼ ଶତ୍ରୁ। ପୁଣି ଆମେରିକାର ମିତ୍ର ରାଷ୍ଟ୍ର ସୁନ୍ନୀବହୁଳ ସାଉଦି ଆରବର ଏକ ଶତ୍ରୁ ଭାବେ ଇରାନ୍ ମଧୢ ଥିଲା ଆମେରିକାର ଶତ୍ରୁ। କିନ୍ତୁ, ଏବେ ସ˚ପର୍କର ସମୀକରଣରେ ଯେଉଁ ପରିବର୍ତ୍ତନ ଦେଖାଦେବାକୁ ଲାଗିଲା ତାହା ହେଲା, ସିଆମାନଙ୍କ ପ୍ରାଣକେନ୍ଦ୍ର ବିଶାଳ ପଡ଼ୋଶୀ ରାଷ୍ଟ୍ର ଇରାନ୍ ପ୍ରତି ସିଆବହୁଳ ଇରାକ୍ ଆକର୍ଷିତ ହେବା। ଇରାକ୍ ଓ ସିରିଆରେ ‘ଆଇଏସ୍ଆଇଏସ୍’ ସ˚ଗଠନର ଅଗ୍ରଗତିକୁ ରୋକିବାରେ ଇରାନ୍ର ସାହାଯ୍ୟ (କାସିମ ସୁଲେମାନୀଙ୍କ ନେତୃତ୍ବରେ ପରିଚାଳିତ କୁର୍ଦ୍ଦ ବାହିନୀ ଦ୍ବାରା) ଇରାକ୍ ଉପରେ ଇରାନ୍ର ପ୍ରଭାବକୁ ଏକ ପ୍ରକାର ସାବ୍ୟସ୍ତ କରିଦେଲା। ତେବେ, ଇରାନ୍ ଓ ଇରାକ୍ ଅନ୍ତରଙ୍ଗ ହେବା ପରେ ମଧୢ-ପ୍ରାଚ୍ୟରେ ସିଆ ଶକ୍ତି ବୃଦ୍ଧି ସେଠାକାର ସୁନ୍ନୀ ପ୍ରଭାବ(ସାଉଦି ଆରବ ନେତୃତ୍ବରେ)କୁ ଆହ୍ବାନ ଦେଇ ଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା(ଏବେ ରାଷ୍ଟ୍ରପତି ଟ୍ରଂପ୍ଙ୍କ ଆଦେଶରେ) ଯେଉଁ ପଦକ୍ଷେପ ନେଲା, ସେଥିରେ ସୁଲେମାନୀଙ୍କ ପ୍ରାଣ ଗଲା। ଏବ˚ ତା’ ପରଠାରୁ ଆଜି ପର୍ଯ୍ୟନ୍ତ ସେଠାରେ ଯାହା ସବୁ ଘଟି ଚାଲିଛି, ତାହା ହେଉଛି ଦୈନନ୍ଦିନ ଗଣମାଧୢମର ଖବର।
ତେବେ, ଯୁକ୍ତରାଷ୍ଟ୍ର ଆମେରିକା ଯାହା ହୃଦୟଙ୍ଗମ କରି ପାରି ନ ଥିଲା, ତାହା ହିଁ ସେଠାରେ ଘଟିଛି। ସୁଲେମାନୀଙ୍କ ହତ୍ୟା କେବଳ ଇରାନ୍ ନୁହେଁ, ଇରାକ୍କୁ ମଧୢ କ୍ଷୁବ୍ଧ କରିଛି, ଯାହା ରୂପ ପାଇଛି ଗଲା ରବିବାର ଦିନ ଇରାକ୍ ସ˚ସଦରେ ପାରିତ ହୋଇଥିବା ପ୍ରସ୍ତାବରେ। ଏ ସ˚ପୂର୍ଣ୍ଣ ପ୍ରକରଣରେ ଯୁକ୍ତରାଷ୍ଟ୍ର ଆମେରିକାର ଚରମ ତ୍ରୁଟିଟି ହେଲା ମଧୢ-ପ୍ରାଚ୍ୟ ଭୂଖଣ୍ତରେ ଥିବା ଇରାକ୍ ନାମଧାରୀ ଏହି ପ୍ରାଚୀନ ସଭ୍ୟତାର ବାହକ ଧନୀ ଓ ଏକଛତ୍ରବାଦୀ ଇସଲାମୀୟ ରାଷ୍ଟ୍ର ଉପରେ ଆକ୍ରମଣ କଲା ବେଳେ ପରବର୍ତ୍ତୀ ସ୍ଥିତି କ’ଣ ହୋଇପାରେ ତାର ଠିକ୍ ଆକଳନ କରି ନ ପାରିବା। ମଧୢ-ପ୍ରାଚ୍ୟ ଇସଲାମୀୟ ରାଷ୍ଟ୍ରଗୁଡ଼ିକରେ ଗଣତନ୍ତ୍ରର କୌଣସି ପର˚ପରା ହିଁ ନାହିଁ କି କୌଣସି ଗଣତାନ୍ତ୍ରିକ ଅନୁଷ୍ଠାନ ମଧୢ ନାହିଁ। ପୁଣି ସିଆ ଓ ସୁନ୍ନୀଙ୍କ ଦ୍ବାରା ଅତି ଗଭୀର ଭାବେ ବିଭାଜିତ ଏ ଭୂଖଣ୍ତରେ ଗଣତନ୍ତ୍ର ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ସା˚ପ୍ରଦାୟିକ ଅନୁରକ୍ତି। ଯୁକ୍ତରାଷ୍ଟ୍ର ଆମେରିକା ବୋଧହୁଏ ଭାବି ନେଇଥିଲା ଯେ ଆକାଶଛତା ମାଧୢମରେ ଇରାକ୍ ଉପରେ ଗଣତନ୍ତ୍ରକୁ ଓହ୍ଲାଇ ଦେଇ ସେଠାରେ ଶାନ୍ତି ଓ ସଦ୍ଭାବନାର ରାଜୁତି ସମ୍ଭବ କରାଇବ। କେବଳ ଜଣେ ହୁଣ୍ତା ସର୍ଜନ ଏହିଭଳି କରିପାରେ!
Advertisment
Sambad is now on WhatsApp
Join and get latest news updates delivered to you via WhatsApp