ସବୁ ଦିନ ପରି ସେଦିନ ସକାଳୁ ସକାଳୁ ଧେଡ଼ ଗୋବିନ୍ଦ ବାବୁ, ଚାହା ଖଟିରେ ପହଞ୍ଚିଲେ। ସିଏ ଆସିବା ଆଗରୁ ତାଙ୍କର ଅନ୍ୟ ଦୁଇ ବନ୍ଧୁ ସେଠି ପହଞ୍ଚି ସାରିଥା’ନ୍ତି। ତିନି ଜଣଙ୍କ ପାଇଁ ଚାହା ବରାଦ କରି ଧେଡ଼ ବାବୁ କହିଲେ- ବୁଝିଲ! କାଲି ରାତିରେ ମୁଁ ଗୋଟେ ବଢ଼ିଆ କଥା ଭାବିଛି। ଭାବିଛି ଏବେ ମୋର ବଳକା ସମୟରେ ଦେଶ ଓ ସମାଜ ପାଇଁ କିଛି କରିବି।
– ହେଲେ କ’ଣ କରିବ? ଆଉ ଏଇ ବୁଢ଼ା କାଳରେ? ପଚାରିଲେ ଜଣେ ବନ୍ଧୁ।
– ଭାବିଛି ପ୍ରତ୍ୟେକ ମାସ ଅନ୍ତତଃ ପକ୍ଷେ ଜଣେ ଗରିବ ଲୋକକୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରିବି। ଆଉ ଯଦି ସେହି ଚେଷ୍ଟାରେ କେହି ନିଜ ଗୋଡ଼ରେ ଠିଆ ହୋଇ ପାରିଲା, ତା’ ଠୁ ବଡ଼ କାମ ଆଉ କ’ଣ ହେବ କହିଲ?
– ତମେ ଯଦି ତାହା କରିବ, ସରକାର କ’ଣ କରିବେ?
– ଆରେ, ସବୁ କାମ କ’ଣ ସରକାର କରିବେ? ଆମକୁ ବି ତ କିଛି କରିବା ଚାହି। ପରିବର୍ତ୍ତନ ନିଜ ଠାରୁ ଆରମ୍ଭ ହେବା ଦରକାର। ଏହା ମୁଁ ନୁହେଁ, ଗାନ୍ଧୀ କହିଥିଲେ।
– ହେଲେ ଏ କାମ ତମେ କରିବ କେମିତି? ତମର ନା ଚାକିରି ଅଛି ନା ପେନ୍ସନ! କାହିଁକି ଖାଲିଟାରେ ଏ ଟେନ୍ସନ ମୁଣ୍ଡେଇବ କହିଲ! ହଇହୋ ରାଜନୀତିରେ ପଶିବାକୁ ଇଚ୍ଛା ନା କ’ଣ?
– ରାଜନୀତି ନା ଆଉ କିଛି? ଗୋଟିଏ ଆଇଡିଆ କରିଛି। ଭାବୁଛି ଫେସ୍ବୁକ୍ରେ ଏଇ ବିଷୟରେ ଗୋଟେ ପୋଷ୍ଟ୍ କରିବି। ମୋ ଫେସ୍ବୁକ୍ ସାଙ୍ଗଙ୍କ ସଂଖ୍ୟା ବହୁତ। ସମସ୍ତଙ୍କୁ ଅନୁରୋଧ କରିବି ଯେ ସେମାନେ ଏ କାମ ପାଇଁ ମାସକୁ ଶହେ ଟଙ୍କା ଲେଖାଏଁ ସହଯୋଗ କରନ୍ତୁ। ମୋ ମନ ସହ ମେଳ ଖାଉଥିବା ଲୋକେ ସାହାଯ୍ୟ କରିବେ। ସେମାନଙ୍କୁ ନେଇ ଆଗକୁ ବଢ଼ିବାକୁ ହେବ।
– ହେଲା ଯେ, ତମ କଥାକୁ ସମସ୍ତେ ବିଶ୍ବାସ କରିବେ ବା ତୁମ କଥାରେ ସମସ୍ତେ ରାଜି ହେବେ ବୋଲି ମାନେ ଅଛି କି?
– ଆରେ ଭାଇ ମୁଁ ଜାଣିଛି ବହୁତ କମ୍ ଲୋକ ରାଜି ହେବେ। କିନ୍ତୁ ଯେତିକି ବି ମିଳିବ, ସେଥିରୁ କାମ ଆରମ୍ଭ ହେଉ। ଧର କିଛି ଟଙ୍କା ମିଳିଲା, ତାହା ଜଣଙ୍କ ଲାଗି ଛୋଟ ଉଠା ଦୋକାନଟିଏ କରିବା ଲାଗି ପୁଂଜି ହୋଇପାରିବ।
– ହେଲେ ବନ୍ଧୁ! ଇଏ ଏକ ଲମ୍ବା ବ୍ୟାପାର। ଯେମିତି ଭାବୁଛ, ସେମିତି ଘଟିବା କଷ୍ଟକର।
– ତୁମେ ଯାହା କହୁଚ, ତାହା ଠିକ୍। କିନ୍ତୁ ଆରମ୍ଭ ତ ହେଉ।
– ମୋତେ ଲାଗୁନି। ସରକାରୀ ମାଗଣା ଯୋଜନାରେ ଲୋକେ କର୍ମକୋଢ଼ି ହେଇଗଲେଣି। ଟଙ୍କା ଖାଇ ବସିଯିବେ। କାମ କରିବେନି।
ଏଥର ହସିଲେ ଧେଡ଼ ବାବୁ।
ତା’ ପରେ କହିଲେ- ଏଇ ତ ସମସ୍ୟା। ଆମେ ସମସ୍ତେ ଏଇ ବାଟରେ କେବେ ବି ନ ଯାଇ ପୂର୍ବାଗ୍ରହ ବା ଅନ୍ୟମାନଙ୍କ ଧାରଣାକୁ ସତ ବୋଲି ଭାବି ବସିଛେ। େସଥି ଲାଗି ତ କିଛି ହେଉନାହିଁ। ବୈଠକ ଘରେ ବସି ବିଦ୍ବାନମାନେ ଯାହା କହୁଛନ୍ତି, ତାହାକୁ ସମସ୍ତେ ସତ ବୋଲି ମଣୁଛନ୍ତି। ଏ ପର୍ଯ୍ୟନ୍ତ ତାହା କରି ଆସିଲେ! ଏବେ ଜାଗା ଉପରକୁ ଓେହ୍ଲଇବା, େଦଖିବା କେଉଁଟା ଠିକ୍ ବା କେଉଁଟା ଭୁଲ୍!
ଧେଡ଼ ବାବୁ ଉଠି ଛିଡ଼ା ହେଲେ ଏବଂ କହିଲେ- ଆଶା ରଖ ବନ୍ଧୁ, ଆଶା ରଖ। ଆଶା ଥିଲେ ଉପାୟ ବଳେ ଆସିବ। ଏ ବୟସରେ ସ୍ୱପ୍ନ ଦେଖିଛି ମାନେ ବୁଝ ମନରେ ସରାଗ ଅଛି। ଆଉ ମନରେ ସରାଗ ଅଛି ମାନେ ତାହା ସମ୍ଭବ ହେବ ନିଶ୍ଚୟ।
ଚା’ ଦୋକାନୀ ହରିଆ ହାତକୁ ଧେଡ଼ ବାବୁ ବଢ଼ାଇ ଦେଲେ ପନ୍ଦର ଟଙ୍କା। ହରିର ଚା’ ଦୋକାନରେ ପ୍ରବଳ ଭିଡ଼। ଦୋକାନରେ ମାଳ ମାଳ ହୋଇ ଝୁଲିଛି କେତେ ଜିନିଷର ସମ୍ଭାର। ହରିର ହାତକୁ ଫୁର୍ସତ୍ ନାହିଁ।
ଧେଡ଼ ବାବୁଙ୍କ ଆଖିରେ ନାଚି ଉଠିଲା କୋଡ଼ିଏ ବର୍ଷ ତଳର କଥା। କୋଉ ଦୂର ଗାଁରୁ ଘରୁ ରାଗିମାଗି ପଳାଇ ଆସିଥାଏ ହରି ଏବଂ ଭୋକ ବିକଳରେ ଭିକ ମାଗୁଥାଏ। ସେତେବେଳକୁ ତା’ର ବୟସ ହେବ ଅତି ବେଶୀରେ ପନ୍ଦର। ଦିନେ ସେ ପଡ଼ିଗଲା ଗଳି ମୁଣ୍ଡର ବୁଢ଼ା ଡାକ୍ତର ବାବୁଙ୍କ ହାବୁଡ଼ରେ। ଡାକ୍ତର ସାମଲ ପିଲାଟିର ବାହାକୁ ଧରି ପକାଇ ତାଙ୍କ ଟାଣୁଆ ଗଳାରେ କହିଲେ- ମଣିଷ ଛୁଆ ହୋଇ ଭିକ ମାଗୁଛୁ, ଲାଜ ଲାଗୁନି! କାମ କର ଆଉ ଖା’। ତା’ ପରେ ନିଜ ପ୍ୟାଣ୍ଟ୍ ପକେଟ୍ରୁ ବାହାର କରି ତା’ ହାତରେ ଧରାଇ ଦେଇଥିଲେ ଶହେ ଟଙ୍କିଅା ନୋଟ୍ ଦୁଇଟା। କାହିଁ ହରି ତ ସେହି ପଇସା ଖାଇ ଛୁ ହୋଇଗଲା ନାହିଁ? ସେ ସେହି ଦୁଇ ଶହ ଟଙ୍କାରେ ବେପାର ଆରମ୍ଭ କରି ପ୍ରଥେମ ଘରକୁ ଘର ବୁଲି ଧୂପ କାଠି ବିକିଲା ଏବଂ ତା’ ପରେ ସେ କ’ଣ କରି ପାରିଲା, ତା’ର ପ୍ରମାଣ ତ ଛକର ଏଇ ଚା’ ଦୋକାନ!
ତ ଏେବ ହେବନି କାହିଁକି?
ଧେଡ଼ ବାବୁ ନିଜେ ନିଜକୁ କହିଲେ। ତାଙ୍କ ମନରେ ଦମ୍ଭ ଆସିଗଲା। େସ ଭାବୁଥିଲେ – ସେତେବେଳେ ତ ଫେସ୍ବୁକ୍ ନ ଥିଲା। ଡାକ୍ତର ସାମଲ ଏକା ଥିଲେ। ଏବେ ତ ସେ ସ୍ଥିତି ନାହିଁ। ଫେସ୍ବୁକ୍ର ସାମ୍ରାଜ୍ୟ ତୁମ ସହିତ ଅଛି ଓ ତାହା ମଧ୍ୟ ଲୋକାରଣ୍ୟ। ଫେସ୍ବୁକ୍ରେ କେତେ ଖରାପ କଥା, କେତେ କେଳେଙ୍କାରି ହେଉଛି; ଭଲ କାମ ହେବନାହିଁ କାହିଁକି?
ତେଣୁ ହବ, ଅଲବତ୍ ହବ!
ମୋ: ୭୮୯୪୫୦୩୫୪୮
ପୂର୍ବବର୍ତ୍ତୀ ଖବର