ରାଜା ଓ ଜୁନୈଦ

କଥାଟିଏ-ଯାଯାବର

ଫକିର ଜୁନୈଦ ଥରେ ଗୋଟିଏ ରାଜ୍ୟ ଦେଇ ଯାଉଥିବା ବେଳେ ‌େସହି ରାଜ୍ୟର ରାଜା ତାଙ୍କୁ ଆତିଥ୍ୟ ପ୍ରଦାନ କଲେ। ଜୁନୈଦ ଏବେ ରାଜ ଉଆସରେ ସୁସ୍ବାଦୁ ଖାଦ୍ୟ ଖାଇ, ଅତରଯୁକ୍ତ ପାଣିରେ ସ୍ନାନ କରି ଓ ମଖମଲୀେ ଗଦିରେ ଶୋଇ ଦିନ କାଟିଲେ। ଏମିତି ଦେଖି ରାଜା ବିସ୍ମିତ ହେଲେ। ଆଗରୁ ଅନ୍ୟ ଫକିରମାନଙ୍କୁ ରାଜା ଆତିଥ୍ୟ ପ୍ରଦାନ କଲା ବେଳେ ସେମାନେ ଅତି କୁଣ୍ଠାରେ ସେ ସବୁ ଗ୍ରହଣ କରିବା ସେ ଦେଖୁଥିଲେ। ଅନେକ ଫକିର ତ ରାଜଉଆସ ଛାଡ଼ି ବଗିଚାରେ ତିଆରି କୁଟୀରରେ ରହୁଥିଲେ। କିନ୍ତୁ ଜୁନୈଦ ଆନନ୍ଦରେ ରହିଥିଲେ। ତେଣୁ ରାଜା ଭିବିଲେ ଯେ ଏ ଫକିର ଗୋଟାଏ ଠକ।
ଜୁନୈଦଙ୍କୁ ସେ ଏହି କଥା ଜଣାଇବା ଅଭିପ୍ରାୟରେ କହିଲେ- ଆପଣ ଜଣେ ଫକିର ଓ ମୁଁ ଜଣେ ରାଜା। କିନ୍ତୁ ଆପଣ ଓ ମୋ ଭିତରେ କିଛି ତଫାତ ଥିଲା ଭଳି ଲାଗୁନାହିଁ!
ଜୁନୈଦ କହିଲେ- ମୋ ସହିତ ଆସ ତଫାତଟା ଦେଖିବ।
ଏହା କହି ଜୁନୈଦ ତାଙ୍କ ଏକମାତ୍ର ଛୋଟ ଗଣ୍ଠିଲିଟି ଧରି ରାଜଉଅସରୁ ଡଗଡଗ ହୋଇ ବାହାରି ଗଲେ। ରାଜା ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ। ଅନେକ ବାଟ ଗଲା ପରେ ରାଜଧାନୀର ଶେଷ ସୀମାରେ ରାଜା ଅଟକି ଯାଇ କହିଲେ- କୁଆଡ଼େ ଯାଉଛନ୍ତି? ମୋ ରାଜଧାନୀର ସୀମା ସରିଲା। ମୁଁ ଆଗକୁ ଯିବି ନାହିଁ।
ଜୁନୈଦ କହିଲେ- ଏଇଟା ହେଉଛି ତଫାତ୍‌। ଏଇ ଚାହିଁିଲି ତ ସବୁ କିଛି ଛାଡ଼ି ଚାଲିଲି ମନ ଯୁଆଡ଼େ ଚାହିଁବ ସିଆଡ଼େ ସତେ ଯେମିତି ମୋର କେବେ କିଛି ନ ଥିଲା। କିନ୍ତୁ ତୁମେ ସେମିତି ହୋଇ ପାରିବ ନାହିଁ।

ସମ୍ବନ୍ଧିତ ଖବର